Availability: In Stock

Samaja: Darshana O Sahitya

430.00

ଯେଉଁଠି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଆମେ ଗୋଷ୍ଠୀବଦ୍ଧ ଜୀବନକୁ ଭେଟିଥାଉ, ତାକୁ ହିଁ ଆମେ ସମାଜ କହୁ । ଏହା ପ୍ରତ୍ୟେକ ମାନବର ଚେତନା-ନିର୍ମାଣକାରୀ ପ୍ରେକ୍ଷାପଟ । ଏହାରି ଭୂମିରୁ ସ୍ୱପ୍ନମଖା ଜୀବନଋତୁକୁ ଆହ୍ୱାନ କରିବା ଏବଂ ରହସ୍ୟମୟ ଭୂମା ପର୍ଯ୍ୟନ୍ତ ଗତି କରିବାର ସ୍ଫୁଲିଙ୍ଗ ପ୍ରାପ୍ତ ହୁଏ । ପୁଣି ଏଥିରୁ ଜୀବନର ଯଥାର୍ଥ ଲକ୍ଷ୍ୟ ମିଳେ, ଆତ୍ମସମୀକ୍ଷା ପ୍ରତି ସଚେତନତା ଏବଂ ଆତ୍ମୋପଲବ୍ଧି ଦିଗରେ ମାନବାତ୍ମାର ଆସ୍ପୃହା ସୃଷ୍ଟି ହୁଏ । ଯେଉଁ ସମାଜର ପରିବେଷ୍ଟନୀଟି ଯେତେ ଆନ୍ତରିକ, ସେହି ବଳୟର ବ୍ୟକ୍ତିସତ୍ତା ସେତେ ସ୍ୱତନ୍ତ୍ର । ସାହିତ୍ୟିକଟିଏ ସମାଜର ଆନ୍ତରିକ ବେଷ୍ଟନୀରୁ ହିଁ ସର୍ଜ୍ଜନାର ପ୍ରେରଣା ଲାଭ କରିଥାଏ । ବିସ୍ତୃତ ସାମାଜିକ ଭୂମି ଉପରେ ଶିଳ୍ପୀର ଅନୁଭବ ହୁଏ ଶାଣିତ, ଶିକ୍ଷା ହୁଏ ମାର୍ଜିତ, ଜୀବନର ବ୍ୟାଖ୍ୟା ତେଣୁ ହୁଏ ଯଥାର୍ଥ ଓ ହୃଦ୍ୟ । ସମାଜ ବ୍ୟତିରେକ ଅନ୍ୟ କୌଣସି ସ୍ଥାନରେ ଜୀବନର ମୂଲ୍ୟ ଖୋଜିହୁଏନି । ବିବିଧ ଅନୁଭବ ରସାଣିତ ଉପଲବ୍ଧିକୁ ନେଇ ସାହିତ୍ୟିକର ଜୀବନୀୟ ଦର୍ଶନ ହୋଇଥାଏ ବଳିଷ୍ଠ ତଥା କାଳୋତ୍ତୀର୍ଣ୍ଣ । “ଦର୍ଶନ ଓ ସାହିତ୍ୟ’ ପରସ୍ପରର ପରିପୂରକ । “ସମାଜ ମୂଲ୍ୟ’ ଉଭୟ ଦର୍ଶନ ଓ ସାହିତ୍ୟରେ ଅନ୍ତଃସଲୀଳା ଫଲ୍]ଗୁ ଭଳି ତରଙ୍ଗାୟିତ ହୋଇଥାଏ । ଜୀବନୀୟ ମୂଲ୍ୟବୋଧକୁ ନେଇ ଶିଳ୍ପୀର ସ୍ୱତନ୍ତ୍ର ଦୃଷ୍ଟିକୋଣକୁ ଦର୍ଶନରେ ଶିରପା ଲାଭ ହୁଏ । ଅନ୍ତର୍ନିମଗ୍ନ ଚେତନାର ଗରିମା ଦ୍ୱାରା ଲେଖକ ନିଜ ସୃଜନକୁ ଶକ୍ତିଶାଳୀ କରିବାକୁ ସକ୍ଷମ ହୁଏ । “ସମାଜ ଦର୍ଶନ ଓ ସାହିତ୍ୟ’ – ଏହିଭଳି ଦାର୍ଶନିକ ଅଭିବ୍ୟକ୍ତିକୁ ନେଇ ଏକ ତତ୍ତ୍ୱାଶ୍ରୟୀ ପ୍ରବନ୍ଧ ସଂକଳନ । ଏଥିରେ ବ୍ୟକ୍ତିଗତ ଅନୁଭବଙ୍କ ନମ୍ର ଉଚ୍ଚାରଣ ସହିତ ଯଶସ୍ୱୀ ବ୍ୟକ୍ତିତ୍ୱମାନଙ୍କ ସଂପର୍କରେ ସାନ୍ଦ୍ର ଆଲୋଚନା ରହିଛି । ଚିନ୍ତନର ଅଭିସନ୍ଧି ମଧ୍ୟରେ ଦର୍ଶନର ନାନ୍ଦନିକତାକୁ ପ୍ରତିଷ୍ଠା ଦେବା ହିଁ ଏହି ପ୍ରବନ୍ଧ ସଂକଳନର ଅନ୍ତଃସ୍ୱର । ଅଗଣିତ ଜିଜ୍ଞାସୁ ବିଦ୍ୟାର୍ଥୀ ତଥା ଗବେଷକଙ୍କ ନିମନ୍ତେ ଏହି ସଂକଳନଟି ଉପାଦେୟ ସାବ୍ୟସ୍ତ ହେବ ।

Categories: ,

Description

About the Author

କବି, କଥାକାର ଏବଂ ସମାଲୋଚିକା ଡକ୍ଟର ସଂଘମିତ୍ରା ଭଞ୍ଜ (୧୯୭୫) ସମ୍ପ୍ରତି ଓଡ଼ିଶାର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗର ମୁଖ୍ୟା ଭାବରେ ଅବସ୍ଥାପିତ । ଫତୁରାନନ୍ଦଙ୍କ କଥା ସାହିତ୍ୟ ସମ୍ପର୍କରେ ଉଚ୍ଚତର ଗବେଷଣା କରିଥିବା ସଂଘମିତ୍ରା ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟରେ ତୁଳନାତ୍ମକ ଅଧ୍ୟୟନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସର୍ଜନଶୀଳ ସାହିତ୍ୟ ରଚନା ସହ ଅନୁବାଦ ଏବଂ ସମ୍ପାଦନା କ୍ଷେତ୍ରରେ ମଧ୍ୟ ତାଙ୍କର ଦକ୍ଷତା ପ୍ରମାଣିତ । ସେ ମାଧବ କୌଶିକଙ୍କ କାବ୍ୟ ସୁନୋ ରାଧିକାର ଅନୁବାଦିକା । ଉଭୟ ଓଡ଼ିଆ ଏବଂ ହିନ୍ଦୀ ସାହିତ୍ୟରେ ପ୍ରବୀଣା ସଂଘମିତ୍ରାଙ୍କର ସଦ୍ୟତମ ଦୀର୍ଘ କବିତା ବୋଧିଛାୟା ଉଲ୍ଲେଖନୀୟ ଲୋକପ୍ରିୟତା ଆଣିଦେଇଛି । ତାଙ୍କର ସମାଲୋଚନା ପୁସ୍ତକ ଗୁଡ଼ିକରେ ରହିଛି- ଗଳ୍ପଧୁରୀଣ ସ୍ରଷ୍ଟା ଫକୀରମୋହନଙ୍କ କ୍ଷୁଦ୍ରଗଳ୍ପ ଏକ ପୁନର୍ମୂଲ୍ୟାୟନ, ହାସ୍ୟଧୁରୀଣ ସ୍ରଷ୍ଟା ଫତୁରାନନ୍ଦଙ୍କ ଶିଳ୍ପୀମାନସ, ସ୍ରଷ୍ଟା-ସୃଷ୍ଟି ଓ ଅନ୍ୟାନ୍ୟ ପ୍ରବନ୍ଧ ଏବଂ ସାହିତ୍ୟ ନୂଆ-ପୁରୁଣା । ସମ୍ପ୍ରତି ସେ ଭୁବନେଶ୍ୱରରେ ଅବସ୍ଥାନ କରୁଛନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 25 February 2022
  • Language ‏ : ‎ Oriya
  • Print length ‏ : ‎ 382 pages
  • ISBN-10 ‏ : ‎ 1645602559
  • ISBN-13 ‏ : ‎ 978-1645602552
  • Item Weight ‏ : ‎ 485 g
  • Dimensions ‏ : ‎ 13.97 x 2.16 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback