Availability: In Stock

Sarala Puraskaraprapta Galpa Sankalana

300.00

ଆଦିକବି ସାରଳା ଦାସଙ୍କ ନାମରେ ନାମିତ ଶାରଳା ପୁରସ୍କାର ଓଡ଼ିଆ ଭାଷା ଓ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । ଓଡ଼ିଆ ଶିଳ୍ପପତି ବଂଶୀଧର ପଣ୍ଡା ଓ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଶାରଳା ପୁରସ୍କାର ଇମ୍ଫାଗ୍ରୁପ୍ ଦ୍ୱାରା ପରିଚାଳିତ ପୁରସ୍କାର ବିଜେତାଙ୍କୁ ପ୍ରଶସ୍ତି ପତ୍ର ଓ ଉତ୍ତରୀୟ ସହ ନଗଦ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଏ । ଶାରଳା ପୁରସ୍କାରପ୍ରାପ୍ତ ୧୬ଟି ଓଡ଼ିଆ କ୍ଷୁଦ୍ରଗଳ୍ପକୁ ନେଇ ଏହି ସଂକଳନଟିକୁ ପ୍ରସ୍ତୁତ କରାଯାଇଛି । ଏଯାବତ୍ ଘୋଷିତ ହୋଇଥିବା ଶାରଳା ପୁରସ୍କୃତ ପୁସ୍ତକ ମଧ୍ୟରୁ ସବୁଠାରୁ ଅଧିକ ସଂଖ୍ୟାରେ ରହିଛି ଗଳ୍ପ ସଙ୍କଳନ । ତେବେ କହିବା ବାହୁଲ୍ୟ ଯେ ଓଡ଼ିଆ ସାହିତ୍ୟରେ କ୍ଷୁଦ୍ରଗଳ୍ପ ରଚନା ତୁଳନାତ୍ମକ ଭାବରେ ଅଧିକ । ୧୯୮୧ ମସିହାରେ ପ୍ରଥମେ କ୍ଷୁଦ୍ରଗଳ୍ପ ପାଇଁ ତଥା ଦ୍ୱିତୀୟ ଶାରଳା ପୁରସ୍କାର ବିଜୟୀ ଭାବରେ ସମ୍ବର୍ଦ୍ଧିତ ହୁଅନ୍ତି ଗାଳ୍ପିକ ମନୋଜ ଦାସ ‘ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’ପାଇଁ । ଚନ୍ଦ୍ରଶେଖର ରଥଙ୍କ ‘ସମ୍ରାଟ ଓ ଅନ୍ୟମାନେ’୧୯୮୨ରେ, ମହାପାତ୍ର ନୀଳମଣି ସାହୁଙ୍କ ଆତ୍ମଜୀବନୀ ମୂଳକ ଗଳ୍ପ ପୁସ୍ତକ ‘ଅଭିଶପ୍ତ ଗନ୍ଧର୍ବ’୧୯୮୩ରେ, କିଶୋରୀ ଚରଣ ଦାସଙ୍କ ଗଳ୍ପ ସଙ୍କଳନ ‘ଭିନ୍ନ ପାଉଁଶ’୧୯୮୬ରେ, ୧୯୯୧ ମସିହାରେ ଯୁଗ୍ମ ବିଜେତା ଭାବରେ ଗଳ୍ପ ପାଇଁ ଶାରଳା ପୁରସ୍କାର ଲାଭ କରନ୍ତି ରବି ପଟ୍ଟନାୟକ ‘ବନ୍ଧ୍ୟା ଗାନ୍ଧାରୀ’ ପାଇଁ ଏବଂ ରାମଚନ୍ଦ୍ର ବେହେରା ପାଇଁ ‘ଓଁକାର ଧ୍ୱନି’ ପାଇଁ । ୧୯୯୮ ମସିହାରେ ଉକ୍ତ ପୁରସ୍କାରର ଅଧିକାରୀ ହୁଅନ୍ତି ଜଗନ୍ନାଥ ପ୍ରସାଦ ଦାସ ମନୋଜ୍ଞ ସଂକଳନ ‘ପ୍ରିୟ ବିଦୂଷକ’ପାଇଁ । ଓଡିଆ ଗଳ୍ପକୃତି ପାଇଁ ୨୦୦୧, ୨୦୦୨ ଏବଂ ୨୦୦୩ ମସିହା ପାଇଁ ଶାରଳା ପୁରସ୍କାର ବିଜେତା ହୋଇଛନ୍ତି ଯଥାକ୍ରମେ ତରୁଣକାନ୍ତି ମିଶ୍ର ‘ଆକାଶ ସେତୁ’ ପାଇଁ, ଉତ୍ତମ କୁମାର ପ୍ରଧାନ ‘କଳାହାଣ୍ଡିରେ କଥାକାର’ ପାଇଁ ଏବଂ ଜଗଦୀଶ ମହାନ୍ତି ‘ସୁନା ଇଲିସି’ ଗଳ୍ପ ସଂକଳନ ପାଇଁ । ୨୦୨୨ ମସିହାରେ ଏହି ସମ୍ମାନର ଅଧିକାରୀ ହୋଇଥିଲେ କଥାକାର ଗୌରହରି ଦାସ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପୁସ୍ତକ ନିମନ୍ତେ ।

Category:

Description

About the Author

ଡକ୍ଟର ଶ୍ରୀକାନ୍ତ କୁମାର ବାରିକ (୧୯୯୦) ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଜଣେ ପ୍ରତିବଦ୍ଧ ଯୁବସ୍ୱର । ଆଧୁନିକ ଓଡ଼ିଆ ସାହିତ୍ୟ, ପ୍ରାଚ୍ୟ-ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱ ଓ ତୁଳନାତ୍ମକ ସାହିତ୍ୟର ବିମର୍ଶରେ ତାଙ୍କର ମନନଶୀଳ, ସ୍ପଷ୍ଟ ତଥା ସୂକ୍ଷ୍ମ ସମୀକ୍ଷାତ୍ମକ ଦୃଷ୍ଟିଭଙ୍ଗୀ ବାରିହୋଇପଡ଼େ । ସମ୍ପ୍ରତି ସେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅନୁଗୋଳର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟରତ । ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଯୁବ ପ୍ରତିଭା ଭାବେ ସମ୍ମାନିତ ଡ. ବାରିକଙ୍କର ‘କାବ୍ୟ ମଞ୍ଚ ସ୍ପନ୍ଦିତ ସମୟ’, ରମ୍ୟରଚା (ସଂ.), ଏକବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସୃଷ୍ଟି ଓ ସମ୍ଭାବନା(ସଂ.), କାଳଜୟୀ ଓଡ଼ିଆ କବିତା(ସଂ.) ଆଦି ଗ୍ରନ୍ଥ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି ।

ଆଲୋକ ରଞ୍ଜନ ଷଡ଼ଙ୍ଗୀ (୧୯୯୭) ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଜଣେ ସ୍ପର୍ଦ୍ଧିତ ଯୁବସ୍ୱର । କବିତା ଓ ସାହିତ୍ୟ ସମୀକ୍ଷା କ୍ଷେତ୍ରରେ ତାଙ୍କ ସୂକ୍ଷ୍ମ ଭାବଦ୍ୟୋତନା ବାରି ହୋଇପଡ଼େ । ତାଙ୍କର ସମୀକ୍ଷା ସବୁ ତଥ୍ୟ ନିଷ୍ଟ, ବିଶ୍ଳେଷଣାତ୍ମକ, ମୋହମୁକ୍ତ ଓ ଅନାବଶ୍ୟକ ଅଳଙ୍କରଣରହିତ । ତାଙ୍କ ‘କଥାର କେତେ ଲଥା’ ପୁସ୍ତକଟି ଏହାର ଜ୍ୱଳନ୍ତ ଉଦାହରଣ । ସେ ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲାର ଭୁବନ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟରତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 24 November 2023
  • Language ‏ : ‎ Oriya
  • Print length ‏ : ‎ 256 pages
  • ISBN-10 ‏ : ‎ 1645604802
  • ISBN-13 ‏ : ‎ 978-1645604808
  • Item Weight ‏ : ‎ 327 g
  • Dimensions ‏ : ‎ 13.97 x 1.47 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback