Description
About the Author
ଗୌରହରି ରାଉତ – ଶରତର ସଫେଦ ଶୋଭା ତାଙ୍କ ସୃଜନ ସ୍ରୋତର ବୈଶିଷ୍ଟ୍ୟ । ସାହିତ୍ୟ ସୃଷ୍ଟିରେ ଯେତିକି ଅଙ୍ଗୀକାରବଦ୍ଧ, କଳା ନୈପୁଣ୍ୟରେ ସେତିକି ସମର୍ପିତ ସେ । ସେଇଥିପାଇଁ ତାଙ୍କ ସାହିତ୍ୟର ବିଭିନ୍ନ ବିଭାବ ଯେତିକି ରସାଳ ଚିତ୍ର ସୃଷ୍ଟିର କଳା କମନୀୟତା ସେତିକି ଚିତ୍ତାକର୍ଷକ । ସାହିତ୍ୟିକ ଆବେଦନ ନିଆରାପଣରେ ଯେତିକି ମଧୁମୟ; ଚିତ୍ରଭାଷାର ନୀରବ ବ୍ୟଞ୍ଜନା ସେତିକି ସୁଧାମୟ । ଡକ୍ଟର ଗୌରହରି ରାଉତ – ଆମ ସମୟର ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଓ ଚିତ୍ରଶିଳ୍ପୀ ଭାବରେ ନିଜର ସ୍ୱତନ୍ତ୍ର ଛାପ ସୃଷ୍ଟି କରିଛନ୍ତି ।କାବ୍ୟ-କଳାରୁ ତାଙ୍କ ଯାତ୍ରାର ଉନ୍ମେଷ… ତାହା ପୁଣି ପ୍ରଲଂବିତ ହୁଏ କଥା ସାହିତ୍ୟ, ଉପନ୍ୟାସ, ପ୍ରବନ୍ଧ, ଆତ୍ମକଥା, ଲଳିତ ନିବନ୍ଧ ଏବଂ ବ୍ୟଙ୍ଗ ସାହିତ୍ୟ ପର୍ଯ୍ୟନ୍ତ । ଯାତ୍ରା ତାଙ୍କର ଅବ୍ୟାହତ । ଏହା ଭିତରେ ସେ ସାଉଁଟିଛନ୍ତି ଅନେକ ପାଠକୀୟ ଶ୍ରଦ୍ଧା । ତାଙ୍କ ବ୍ୟଙ୍ଗ କଥନରେ କଟାକ୍ଷର ଯେତିକି କଂଟକ, ତହୁଁ ବଳି ହାସ୍ୟ ରସର ଅନନ୍ୟ ଉପସ୍ଥାପନା । ହସେଇ ରସେଇ ଗେଲ କରିବା ଛଳରେ ଗାଲ ଚିପିବାର କଳାରେ ସେ ବେଶ ଧୂରୀଣ । ପ୍ରକାଶିତ ପୁସ୍ତକ ‘ସତ ଚିତ୍ର ମିଛ ଚରିତ୍ର’ ସ୍ପିନ୍ ବୋଲର୍ ଗୌରହରିଙ୍କ ଶାଣିତ ଦସ୍ତାବିଜ ।
Product details
- Publisher : Black Eagle Books
- Publication date : 28 November 2022
- Language : Oriya
- Print length : 140 pages
- ISBN-10 : 1645600955
- ISBN-13 : 978-1645600954
- Item Weight : 186 g
- Dimensions : 13.97 x 0.84 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





