Availability: In Stock

Shrimad Balmikiya Ramayan: Sundarakand: Sundarkand

400.00

ମୋ ବାପା ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ମହର୍ଷୀ ବାଲ୍ମୀକିଙ୍କର ପ୍ରଣୀତ ସାତଖଣ୍ଡ ରାମାୟଣକୁ ଓଡ଼ିଆରେ ପଦ୍ୟାନୁବାଦ କରିଥିଲେ । କେବଳ ବାଳକାଣ୍ଡକୁ ୧୯୮୮ ମସିହାରେ ପ୍ରକାଶ କରିଥିଲେ ।

ବହୁ କାରଣ ସକାଶେ ଏ ପର୍ଯ୍ୟନ୍ତ ଅନ୍ୟ ୬ କାଣ୍ଡ ପ୍ରକାଶ ହୋଇପାରିନାହିଁ । ଇତିମଧ୍ୟରେ ଅଯୋଧ୍ୟାରେ ନୂତନ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ଓ ପ୍ରାଣ ପ୍ରତିଷ୍ଠା ସମ୍ପୂର୍ଣ୍ଣ ହୋଇଯାଇଛି । ବାପା ଲେଖିଥିବା ସୁନ୍ଦରକାଣ୍ଡ ପାଣ୍ଡୁଲିପି ଏହି ବର୍ଷ ରାମ ନବମୀ ତିଥିରେ ବ୍ଲାକ ଈଗଲ ବୁକ୍ସ ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶିତ ହେବାକୁ ଯାଉଅଛି ।

ମୋର ମନେପଡ଼େ ବାପା ସପରିବାର ତାଙ୍କର ଗ୍ରାମ ଦାଧିମାଛଗାଡ଼ିଆକୁ ଖରାଛୁଟିରେ ରାମଲୀଳା ଦେଖିବାକୁ ଓଡ଼ିଶାର ବିଭିନ୍ନ ଯାଗାରୁ ଆସୁଥିଲେ । ବାପା ସତ୍ୟମାର୍ଗରେ ଏକ ରାମ ରାଜ୍ୟରେ ପ୍ରଜାମାନେ ଜୀବନଯାପନ କରିବା ବିଶ୍ୱାସ କରୁଥିଲେ । ତାଙ୍କ ଜୀବନ କାଳରେ ସେ ଶ୍ରୀରାମଙ୍କ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ । ସେ ବିଶ୍ୱାସ କରୁଥିଲେ ଯେ ଶ୍ରୀରାମଙ୍କ ସାମ୍ରାଜ୍ୟ ସମଗ୍ର ଭାରତୀୟ ଉପଦ୍ୱୀପରେ ବିସ୍ତାର କରିଥିଲା । ସେ ରାମ ଶାସନ କରିଥିବା ଯାଗାଗୁଡ଼ିକର ଏକ ହାତଟଣା ନମୁନା ମାନଚିତ୍ର ତିଆର କରି ଏକ ସଠିକ ମାନଚିତ୍ର ପାଇଁ ପାଠକମାନଙ୍କୁ ଆମନ୍ତ୍ରଣ କରିଥିଲେ । ବାଳକାଣ୍ଡର ଅଗ୍ରଭାଗରେ ସେ ନିଜ ବିଷୟରେ, ସତ୍ୟ ଆଉ ରାମଭକ୍ତି ଉପରେ ପ୍ରାଞ୍ଜଳ ଭାବେ ନିଜର ମତ ପ୍ରକାଶ କରିଛନ୍ତି । ତାହାକୁ ଏଠାରେ ତଦ୍]ରୂପ ଉଦ୍ଧୃତ କରିବାକୁ ଉଚିତ ମନେକଲି ।

ଆଶାକରେ ଓଡ଼ିଆ ପାଠକବୃନ୍ଦ ସୁନ୍ଦରକାଣ୍ଡ ପୁସ୍ତକକୁ ସାଦରେ ଗ୍ରହଣ କରିବେ । ମୋ ମାତୃଭାଷା ଓଡ଼ିଆ ହୋଇଥିଲେ ମଧ୍ୟ ବିଭିନ୍ନ କାରଣ ଯୋଗୁଁ କେତେକ ତ୍ରୁଟି ପୁସ୍ତକରେ ରହିଯାଇ ଥାଇପାରେ । ସେଗୁଡ଼ିକୁ ପାଠକେ ପ୍ରକାଶକକୁ ଅବଗତ କରିବା ପାଇଁ ଅନୁରୋଧ କରୁଅଛି ।

– ଦେବନାରାୟଣ ପଟ୍ଟନାୟକ

Categories: ,

Description

About the Author

ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଓଡ଼ିଶାର ଦଧିମାଛଗାଡ଼ିଆ ଗ୍ରାମରେ ୧୯୧୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଖୋର୍ଦ୍ଧା ଇଂରାଜୀ ମାଧ୍ୟମ ହାଇସ୍କୁଲରୁ ମାଟ୍ରିକ, ରେଭେନ୍ସା କଲେଜରୁ ଇଂରାଜୀରେ ଅନର୍ସ ଏବଂ ପାଟନା ୟୁନିଭର୍ସିଟିରୁ ସ୍ନାତକୋତ୍ତର ଏବଂ ଲ’ ଓ ଡିଇଡି ଡିଗ୍ରୀମାନ ହାସଲ କରିଥିଲେ । ତା’ପରେ ସେ ୧୯୩୫ ମସିହାରୁ କାମ ଆରମ୍ଭ କରି ଓଡ଼ିଶାର ବହୁ ସ୍କୁଲ କଲେଜ (ବିକ୍ରମ ଦେବ, ଫକୀର ମୋହନ, ବକ୍ସି ଜଗବନ୍ଧୁ ସାନ୍ଧ୍ୟ ଏବଂ ସାଲେପୁର)ରେ ଇଂରାଜୀରେ ଶିକ୍ଷକ, ଅଧ୍ୟାପକ ଓ ଅଧ୍ୟକ୍ଷ ହିସାବରେ କାର୍ଯ୍ୟରତ ଥିଲେ । କଲେଜ କାମରୁ ଅବସର ନେଇ ସେ ନିଜର ଭୁବନେଶ୍ୱର ବାସଭବନରେ ରହି ବହୁ ବର୍ଷ ଓକିଲାତି କରିଥିଲେ । ସେ ୧୯୭୮ ମସିହାରୁ ବାଲ୍ମିକୀୟ ରାମାୟଣକୁ ଓଡ଼ିଆରେ ପଦ୍ୟ ଅନୁବାଦ କରିବା ଆରମ୍ଭ କରିଥିଲେ । ପୂରା ସାତକାଣ୍ଡର ପାଣ୍ଡୁଲିପି ସମାପ୍ତ କଲା ପରେ ୧୯୮୮ ମସିହାରେ ବାଳକାଣ୍ଡକୁ ପ୍ରକାଶ କରିଥିଲେ । ସେ ସରଳ ଜୀବନ ଓ ଉଚ୍ଚ ମନରେ ବିଶ୍ୱାସ ରଖି ଅଶି ବର୍ଷରୁ ବେଶି ଏ ଦୁନିଆରେ ବିତାଇଥିଲେ । ତାଙ୍କର ପାରଦର୍ଶିତା ଭାରତରେ ରାମ ରାଜ୍ୟ ପ୍ରତିଷ୍ଠାର ଆହ୍ୱାନ ଓ ନିଜ ହାତଟଣା ମାନଚିତ୍ରରୁ ଜଣାପଡ଼େ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 17 April 2024
  • Language ‏ : ‎ Oriya
  • Print length ‏ : ‎ 326 pages
  • ISBN-10 ‏ : ‎ 1645603911
  • ISBN-13 ‏ : ‎ 978-1645603917
  • Item Weight ‏ : ‎ 413 g
  • Dimensions ‏ : ‎ 13.97 x 1.85 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

,

Language

Odia

select-format

Paperback