Availability: In Stock

Surendra Mohantynka Khyudragalpa: Bhababastu O Shilpakala

Author: Gourahari Das

270.00

ଓଡ଼ିଆ ସାହିତ୍ୟରେ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ସ୍ଥାନ ସ୍ବତନ୍ତ୍ର। ତାଙ୍କର ବିଷୟବସ୍ତୁ ନିର୍ବାଚନ, ଚରିତ୍ର ଚିତ୍ରଣ ଏବଂ ଶବ୍ଦ ଚୟନ ସମସାମୟିକ ସାହିତ୍ୟିକମାନଙ୍କ ଠାରୁ ଭିନ୍ନ। ଶ୍ରୀଜଗନ୍ନାଥଙ୍କୁ ନେଇ ସେ ଲେଖିଥିବା ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’, ‘କୃଷ୍ଣାବେଣୀରେ ସନ୍ଧ୍ୟା’, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ନେଇ ଲେଖିଥିବା ‘କୁଳବୃଦ୍ଧ’ ଓ ‘ଶତାବ୍ଦୀର ସୂର୍ଯ୍ୟ’ ଏବଂ ଗୌତମ ବୁଦ୍ଧଙ୍କ ଦର୍ଶନର ଭିନ୍ନ ଭିନ୍ନ ଦିଗକୁ ନେଇ ରଚନା କରିଥିବା ଅଜସ୍ର ଗଳ୍ପ-ଉପନ୍ୟାସ ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ସେ ଏଭଳି ଜଣେ ବିଖ୍ୟାତ ଲେଖକ, ଯାହାଙ୍କ ଗଳ୍ପର ବାକ୍ୟଗୁଡ଼ିକ ପାଠକକୁ ରୋମା]ଞ୍ଚିତ କରେ। ସାହିତ୍ୟର ବିଭିନ୍ନ ବିଭାଗରେ ପ୍ରସିଦ୍ଧି ଅର୍ଜନ କରିଥିଲେ ମଧ୍ୟ କ୍ଷୁଦ୍ରଗଳ୍ପ ହିଁ ତାଙ୍କୁ ଗଭୀର ଆତ୍ମସନ୍ତୋଷ ଦେଇଥିବା ସୁରେନ୍ଦ୍ର ଏକାଧିକବାର କହିଛନ୍ତି। ଡକ୍ଟର ଗୌରହରି ଦାସଙ୍କ ଲିଖିତ ଏହି ବହିଟି ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ସାହିତ୍ୟକୁ ବୁଝିବା ଦିଗରେ ଏକ ଅତ୍ୟନ୍ତ ଉପାଦେୟ ଗ୍ରନ୍ଥ। ସୁରେନ୍ଦ୍ର ମହାନ୍ତିଙ୍କ ରଚିତ ମହାନଗରୀର ରାତ୍ରିକୃଷ୍ଣଚୂଡ଼ାରୁଟି ଓ ଚନ୍ଦ୍ରମରାଳର ମୃତ୍ୟୁଦୁଇ ସୀମାନ୍ତମହାନିର୍ବାଣମଧୁମତ୍ତାର ରାତ୍ରିପିତା ଓ ପୁତ୍ରସାରୀପୁତ୍ତଯଦୁବଂଶ ଓ ରାଜଧାନୀ ପରି ଅସଂଖ୍ୟ ଗଳ୍ପର ଅନାସକ୍ତ ଆଲୋଚନା ତାଙ୍କର ସ୍ଥାପତ୍ୟ ଓ ଭାବସଂପଦ ସମ୍ବନ୍ଧରେ ପାଠକକୁ ଅବହିତ କରାଏ। ଏ ବହିର ଲେଖକ ଗୌରହରି ଦାସ ନିଜେ ଜଣେ ଯଶସ୍ବୀ କଥାଶିଳ୍ପୀ ଏବଂ ଏକଦା ସୁରେନ୍ଦ୍ର ମହାନ୍ତିଙ୍କର ଅନ୍ତରଙ୍ଗ ସହଯୋଗୀ ଥିଲେ। ତାଙ୍କର ନିଜସ୍ବ ଦୃଷ୍ଟିଭଙ୍ଗୀ ଏବଂ ସୁରେନ୍ଦ୍ର ସାହିତ୍ୟ ସଂପର୍କରେ ପର୍ଯ୍ୟାପ୍ତ ଧାରଣା ବହିଟିକୁ ସଂଗ୍ରହଣୀୟ କରିଛି।

Categories: ,

Description

About the Author

ଗଳ୍ପ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଉପନ୍ୟାସ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିବା ଡକ୍ଟର ଗୌରହରି ଦାସ (୧୯୬୦) ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ପ୍ରଖର ଶିଳ୍ପୀ। ଅଠରଟି ଗଳ୍ପଗ୍ରନ୍ଥ ଓ ସାତଟି ଉପନ୍ୟାସ ସହ ପ୍ରାୟ ସତୁରି ଖଣ୍ଡ ପୁସ୍ତକ ଏହାର ନିଦର୍ଶନ। ଗଳ୍ପ-ଉପନ୍ୟାସ ଭିନ୍ନ ନାଟକ, ଭ୍ରମଣ କାହାଣୀ, କବିତା, ପ୍ରବନ୍ଧ, ଅନୁବାଦ, ସ୍ମୃତିକଥା ପରି ସାହିତ୍ୟର ସବୁ ବିଭାଗରେ କଲମ ଚାଳନା କରି ପ୍ରସିଦ୍ଧି ଅର୍ଜନ କରିଥିବା ଗୌରହରିଙ୍କ ବୈଶିଷ୍ଟ୍ୟ ହେଲା ବିବିଧବର୍ଣ୍ଣା କଥାଭୂମି ଏବଂ ବିଶ୍ୱସନୀୟ ଚରିତ୍ର ସମାବେଶ। ‘ଜୀବନର ଜଳଛବି’ ଗୌରହରିଙ୍କ ଏକ ଲୋକପ୍ରିୟ ସ୍ତମ୍ଭ ଯହିଁରେ ସାଧାରଣ ଜନଜୀବନର କଥା ରୂପ ପାଇଥାଏ। ସର୍ଜନଶୀଳ ସାହିତ୍ୟ ଭିନ୍ନ ଡକ୍ଟର ଗୌରହରି ଦାସଙ୍କର ‘ଭଲ ଗଳ୍ପ ଭୂମି ଓ ଭୂମିକା’, ‘କଥାବାର୍ତ୍ତା’, ‘କାହାର ଓଡ଼ିଶା’, ‘କଥା ସରିନାହିଁ’ ଏବଂ ‘ଆଉ କିଛି କଥା’ ପରି ଅନେକ ପ୍ରବନ୍ଧ ସଂକଳନ ରହିଛି । କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ କ୍ଷୁଦ୍ରଗଳ୍ପ ସଂପର୍କରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍] ଲାଭ କରିଥିବା ଗୌରହରିଙ୍କର ଏହି ଗ୍ରନ୍ଥଟି ସୁରେନ୍ଦ୍ର କଥା ସାହିତ୍ୟ ସଂପର୍କରେ ଏକ ଉଲେ୍ଲଖନୀୟ ଆଲୋଚନା ଗ୍ରନ୍ଥ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 28 June 2022
  • Language ‏ : ‎ Oriya
  • Print length ‏ : ‎ 222 pages
  • ISBN-10 ‏ : ‎ 1645602923
  • ISBN-13 ‏ : ‎ 978-1645602927
  • Item Weight ‏ : ‎ 286 g
  • Dimensions ‏ : ‎ 13.97 x 1.3 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback