Availability: In Stock

Ujuda Aadhara

Author: Chinua Achebe

275.00

Things Fall Apart ସବୁଠୁ ଲୋକପ୍ରିୟ ହେବା ସହ ଆର୍ନ୍ତଜାତିକ ପାଠକୀୟ ସ୍ୱୀକୃତି ଲାଭ କରିଛି । ଏହି ପୁସ୍ତକଟି ଷାଠିଏରୁ ଊର୍ଦ୍ଧ୍ୱ ଭାଷାରେ ଅନୂଦିତ ହୋଇସାରିଛି । ଏଥିରେ ଏକ ଅନନ୍ୟ କାହାଣୀ ଓ ବର୍ଣ୍ଣନା ଶୈଳୀ ମାଧ୍ୟମରେ ସେ ୟୁରୋପୀୟ ଉପନିବେଶବାଦକୁ ଆଫ୍ରିକୀୟ ଦୃଷ୍ଟିଭଙ୍ଗୀରେ ଉପସ୍ଥାପନା କରିଛନ୍ତି । ଆଫ୍ରିକାର ନାଇଜେରିଆରେ ଇଂରେଜ ଉପନିବେଶବାଦର ସ୍ଥାପନ ହେଲା ପରେ ଇଂରାଜୀ ଶିକ୍ଷା, ସଭ୍ୟତା ଏବଂ ଖ୍ରାଷ୍ଟଧର୍ମର ପ୍ରଚାର ଓ ପ୍ରସାର ହେଲା । ଏଇ ଧକ୍]କାରେ ନାଇଜେରିଆର ପାରମ୍ପରିକ ସମାଜ ଓ ସଂସ୍କୃତି ଭୁଷୁଡି ପଡ଼ିଲା । ଫଳରେ ନାଇଜେରିଆରେ ଏଯାବତ୍ ଚଳି ଆସୁଥିବା ପୁରୁଣା ଭାବଧାରା ଓ ମୂଲ୍ୟବୋଧର କ୍ରମଶଃ ବିଘଟନ ହେବାକୁ ଲାଗିଲା । ସାଂସ୍କୃତିକ ଆଧାର ଉଜୁଡ଼ି ଗଲା । ଇଂରେଜ ଶାସନ ଓ ଖ୍ରାଷ୍ଟ ଧର୍ମର ଚାପରେ ସାଧାରଣ ଦେଶୀୟ ଜନଜୀବନ ନିଜସ୍ୱ ସଂଗଠନ ହରାଇଲା । ଏମିତି ଏକ ବିକଳ ଓ ବିକଟ ପରିସ୍ଥିତିର ସାମ୍ନା କରୁକରୁ ଉପନ୍ୟାସର ନାୟକ ଓକୋଙ୍କୋ ଶେଷରେ ଆତ୍ମହତ୍ୟା କଲା । କାରଣ ତା ପାଇଁ ସାମାଜିକ ଓ ସାଂସ୍କୃତିକ ରହିତ ଜୀବନ – ଆଉ ଜୀବନ ହେଇ ରହିଲା ନାହିଁ । ଏପରି ଏକ ମର୍ମସ୍ପର୍ଶୀ ସଂଘର୍ଷକୁ ନେଇ Things Fall Apart ର କାହାଣୀ ଉପଜିବ୍ୟ ।

‘ଉଜୁଡ଼ା ଆଧାର’ ଏଇ ସମ୍ବେଦନଶୀଳ ଉପନ୍ୟାସର ଓଡ଼ିଆ ରୂପାନ୍ତର । ଭାରତୀୟ / ଓଡ଼ିଆ ଭାବେ ଆମେ ମଧ୍ୟ ଉପରୋକ୍ତ ପରିସ୍ଥିତିର ସାମ୍ନା କରିଆସୁଛୁ । ଏଇ ପରିପ୍ରେକ୍ଷୀରେ ଏଇ ଅନୁବାଦଟି ଓଡ଼ିଆ ପାଠକଙ୍କୁ ଆମର ଭାଙ୍ଗି ଯାଉଥିବା ଆଧାର ସମ୍ପର୍କରେ ସଚେତନ କରିବ ବୋଲି ବିଶ୍ୱାସ ।

Categories: ,

Description

About the Author

ଚିନୁଆ ଏଚିବି (୧୯୩୦-୨୦୧୩) ନାଇଜେରିଆର ଅନ୍ୟତମ କବି, ଲେଖକ, ସମାଲୋଚକ ତଥା ଆଫ୍ରିକାନ୍ ସାହିତ୍ୟର ପୁରୋଧା । ତାଙ୍କର ସାମଗ୍ରିକ କୃତୀ ପାଇଁ ୨୦୦୭ରେ ବୁକର୍ ପୁରସ୍କାରରେ ସମ୍ମାନୀତ । ତାଙ୍କ ଲିଖିତ Things Fall Apart (1958), No Longer at Ease (1960) I Arrow of God (1974)) ଉପନ୍ୟାସ ତ୍ରୟୀରେ କ୍ରମଶଃ ଉଜୁଡ଼ି ଯାଉଥିବା ଆଫ୍ରିକୀୟ ସମାଜ ଓ ସଂସ୍କୃତିର ବାସ୍ତବ ଚିତ୍ର ଦେଖିବାକୁ ମିଳେ ।

ସ୍ନେହ ମିଶ୍ର (ସମ୍ବଲପୁର) ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଜଣେ ପରିଚିତ ଗାଳ୍ପିକା । ବୃତ୍ତିରେ ଇଂରାଜୀ ଅଧ୍ୟାପିକା । ‘ସପ୍ତପଦୀ’, ‘କୁରେଇଫୁଲ ଓ ଅନ୍ୟାନ୍ୟ କାହାଣୀ’, ‘ଭିନ୍ନସ୍ରୋତ’, ‘ଅଳ୍ପଗଳ୍ପ’, ଏବଂ ‘ସେମାନଙ୍କ କଥା’ ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ । ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ବିଶେଷ ଋଚି ରହିଛି । ‘ଏକ ହରିଜନର ମୃତ୍ୟୁ’, ‘ମାର୍କସବାଦ’ ଓ ‘ସାହିତ୍ୟ ସମାଲୋଚନା’, ‘ସୁଲା’, ‘ଅପତ୍ୟର ଇତିକଥା’, ‘ଧନ କାନ୍ଦନାରେ’, ‘ଜ୍ଞାନପୀଠ ବିଜେତାଙ୍କ କାହାଣୀ’, ‘ଜ୍ଞାନପୀଠ ବିଜେତାଙ୍କ କବିତା’, ‘ହାଲୁକା ମଣିଷ’ ଇତ୍ୟାଦି ତାଙ୍କର ପ୍ରକାଶିତ ଅନୁବାଦ ପୁସ୍ତକ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 2 September 2023
  • Language ‏ : ‎ Oriya
  • Print length ‏ : ‎ 196 pages
  • ISBN-10 ‏ : ‎ 164560442X
  • ISBN-13 ‏ : ‎ 978-1645604426
  • Item Weight ‏ : ‎ 254 g
  • Dimensions ‏ : ‎ 13.97 x 1.14 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

select-format

Paperback

Language

Odia

Translator

Sneha Mishra