Availability: In Stock

Cuttack High Court Chhakaru Helsinki

₹150.00

ପଥ ଅତିକ୍ରମୁଥିବା ପାନ୍ଥ କେବେ କ’ଣ ପାନ୍ଥଶାଳାକୁ ନିଜ ଆବାସସ୍ଥଳୀ ମନେକରି ପାରେ? ବୋଧହୁଏ ନା! ଜୀବନ ଯାହା ପାଇଁ ଅସରନ୍ତି ଯାତ୍ରା ଆଉ ଅତିକ୍ରମଣ ତା’ ପାଇଁ ସାମାନ୍ୟ ବିଶ୍ରାମ କ୍ଳାନ୍ତିକର ନିଶ୍ଚୟ । ମୁଁ ସେହି ସକ୍ରିୟ କର୍ମ-ଚଞ୍ଚଳ ବ୍ୟକ୍ତିତ୍ୱଟିର ରକ୍ତସହ ପରିଚିତି ରଖୁଥିବା ସାଧାରଣ ‘ମୁଁ’ । ହୃଦୟର ପ୍ରାଣତନ୍ତ୍ରୀରେ ଜ୍ଞାନର ଦୀପାଳୀ ଜାଳି ମୋ ଜୀବନର ସର୍ବାଂଶକୁ ଯେ ସ୍ୱତନ୍ତ୍ର ଔଜ୍ଜ୍ୱଲ୍ୟରେ ପରିପୂର୍ଣ୍ଣ କରିଛନ୍ତି, ସେହି ମୋ ବାପା ସ୍ୱର୍ଗତ ଲକ୍ଷ୍ମୀନାରାୟଣ ଚୌଧୁରୀ । ତାଙ୍କର ଦ୍ୱିତୀୟ କନ୍ୟା ଭାବରେ ମୋ ଅନ୍ତରାତ୍ମା ପୂରିଉଠେ । ଭିତରେ ଭିତରେ ଅଭିମାନ କରିବସେ ଆଭିଜାତ୍ୟସଂପନ୍ନ ଚୌଧୁରୀ ବଂଶଜ ହୋଇଥିବାରୁ ଏକ ପ୍ରକାର ଆତ୍ମସନ୍ତୋଷ ଲାଭ କରେ ମୁଁ । ଦିବଙ୍ଗତ ଲକ୍ଷ୍ମୀନାରାୟଣ ଚୌଧୁରୀଙ୍କ ଅଭିଭାବକତ୍ୱରେ ଜୀବନର ଏକ ସ୍ୱତନ୍ତ୍ର ପରିଚୟ ଖୋଜି ପାଇଥିବାରୁ । ଫୁଲ ଓ ଫଳର ମାଧୁର୍ଯ୍ୟ ଓ ସୌନ୍ଦର୍ଯ୍ୟର ସମସ୍ତ ମହାନ୍]ପଣ ‘ବୃକ୍ଷ’ ସହିତ ସନ୍ନିହିତ ଥାଏ । ଅନୁରୂପ ଭାବରେ ମୋ ଜୀବନ- ଆତ୍ମପ୍ରତିଷ୍ଠା- ପରିଚୟର ପ୍ରକୃତ ଶ୍ରେୟ ତାଙ୍କୁ ଯିବା ଉଚିତ ।

ପ୍ରତ୍ୟେକ ମଣିଷର କର୍ମ ହିଁ ତା’ ଭାଗ୍ୟ ନିର୍ଦ୍ଧାରଣ କରେ ବୋଲି ସେ ସର୍ବଦା କହୁଥିଲେ । ଭାଗ୍ୟ କିମ୍ବା ଅନ୍ଧ-ସୁଯୋଗର ବାହାନାରେ ବଞ୍ଚୁଥିବା ମଣିଷମାନଙ୍କୁ ସେ ସତର୍କ କରିଦେଉଥିଲେ । ନିୟମିତ କର୍ମ ଆଚରଣରେ ବିଶ୍ୱାସୀ ମୋ ବାପାଙ୍କୁ କେବଳ ଶୋଇବା ସମୟର ଚାରି ପାଞ୍ଚ ଘଣ୍ଟା ଛାଡ଼ିଦେଲେ, ଆଉ ସବୁବେଳେ କର୍ମଚଞ୍ଚଳ ଥିବା ଆମେ ଲକ୍ଷ୍ୟ କରିଛୁ । ମୁଁ ସାହିତ୍ୟର ଛାତ୍ରୀ ନହୋଇ ଥାଇପାରେ; କିନ୍ତୁ ମୋ ଭିତରେ ସାହିତ୍ୟ ରୁଚି ଅଛି । ମୋ ପାଇଁ ମୋ ପିତାଙ୍କ ‘ଆତ୍ମଜୀବନୀ’ ଏକ ପୈତୃକ ସଂପତ୍ତି ନିଶ୍ଚୟ । କିନ୍ତୁ ସମଗ୍ର ଓଡ଼ିଆ ଜାତି ପାଇଁ ତାହା ଜାତୀୟ ସଂପତ୍ତିରୁ କିଛି କମ୍ ନୁହେଁ ମଧ୍ୟ । ତତ୍କାଳୀନ ସମୟକୁ ଜୀବନ୍ତ ଭାବରେ ଦୃଶ୍ୟାୟିତ କରୁଥିବା ମୋ ପିତାଙ୍କର ଆତ୍ମଜୀବନୀଟି ଭବିଷ୍ୟତର ଓଡ଼ିଆ ସମାଜ ପାଇଁ ଏକ ବହୁ ଉପାଦେୟ ଦଲିଲ୍ ରୂପେ ସ୍ୱୀକୃତ ହେବ ବୋଲି ମୁଁ ଆଶା କରୁଛି ।

ଅପରାଜିତା ଚୌଧୁରୀ

Categories: ,

Description

About the Author

ସ୍ୱର୍ଗୀୟ ଲକ୍ଷ୍ମୀନାରାୟଣ ଚୌଧୁରୀ ଏକାଧାରାରେ ଜଣେ ବିଶିଷ୍ଟ ଶିକ୍ଷାବିତ୍ ଓ ସଫଳ ବ୍ୟବସାୟିକ ଭାବେ ସମଗ୍ର କଟକ ସହରରେ ପରିଚିତ ବ୍ୟକ୍ତିତ୍ୱ । ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ୍ ଓ ସିଣ୍ଡିକେଟ୍]ର ସଦସ୍ୟ ଭାବେ ବିଶ୍ୱବିଦ୍ୟାଳୟରେ ତାଙ୍କର ସୁନାମ ଥିଲା । ୧୯୬୫ ମସିହା ଜୁଲାଇ ମାସରେ ହେଲ୍]ସିଙ୍କିଠାରେ ଆୟୋଜିତ ବିଶ୍ୱଶାନ୍ତି ସମ୍ମିଳନୀରେ ସେ ଭାରତୀୟ ପ୍ରତିନିଧି ଭାବେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ସାଙ୍ଗରେ ଥିବା ଅନ୍ୟ ପ୍ରମୁଖ ପ୍ରତିନିଧିମାନଙ୍କ ମଧ୍ୟରେ ଥିଲେ ସୟଦ୍ ଅବଦୁଲ୍ଲା ବୁଖାରୀ (ଜାମା ମସ୍]ଜିଦର ଇମାମ୍]), ଡଃ ଆକବର ଅଲି ଖାଁ (ଯିଏକି ପରେ ଓଡ଼ିଶାର ରାଜ୍ୟପାଳ ହେଲେ), ଅରୁଣା ଅସଫ୍ ଅଲି (ଓଡ଼ିଶାର ଗଭର୍ଣ୍ଣର ଅସଫ୍ ଅଲିଙ୍କ ଧର୍ମପତ୍ନୀ) । ଏମିତି ବହୁ ଖ୍ୟାତନାମା ବ୍ୟକ୍ତିବିଶେଷ ଏହି ଶାନ୍ତି ସମ୍ମିଳନୀରେ ଯୋଗ ଦେଇଥିଲେ । ସମସ୍ତଙ୍କ ସାଙ୍ଗରେ ତାଙ୍କର ବହୁଦିନ ପର୍ଯ୍ୟନ୍ତ ସୁସମ୍ପର୍କ ମଧ୍ୟ ଥିଲା । ତାଙ୍କର ଏ ଆତ୍ମଜୀବନୀ ତାଙ୍କର (ବଣମଲ୍ଲୀ ବଣରେ ଫୁଟି ଝଡି ପଡିଥିବା) ଚରିତ୍ରକୁ ଲୋକଲୋଚନକୁ ଆଣିବାର ସାହାଯ୍ୟ କରିବ ବୋଲି ଆଶା ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 18 April 2022
  • Language ‏ : ‎ Oriya
  • Print length ‏ : ‎ 98 pages
  • ISBN-10 ‏ : ‎ 1645602664
  • ISBN-13 ‏ : ‎ 978-1645602668
  • Item Weight ‏ : ‎ 132 g
  • Dimensions ‏ : ‎ 13.97 x 0.58 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback