Bijoyini Das

Bijoyini Das

ବିଜୟିନୀ ଦାସ (୧୯୪୪-୨୦୨୪) ଓଡ଼ିଆ ସାହିତ୍ୟର ଜଣେ ବିଶିଷ୍ଟ କଥାଶିଳ୍ପୀ। ଶିଶୁ ସାହିତ୍ୟିକା ଭାବେ ଆରମ୍ଭ ହୋଇଥିବା ତାଙ୍କର ସାରସ୍ୱତ ସାଧନା ଛଅ ଦଶନ୍ଧିରୁ ଅଧିକ ସମୟ ଧରି ବିସ୍ତୃତ ଥିଲା। ଉପନ୍ୟାସ, ଗଳ୍ପ, କବିତା, ନାଟକ, ପ୍ରବନ୍ଧ ଏବଂ ଶିଶୁ ସାହିତ୍ୟରେ ସେ ସମାନ ପାରଦର୍ଶିତାର ପରିଚୟ ଦେଇଥିଲେ। ନାରୀ ଜୀବନର ସୂକ୍ଷ୍ମ ମନସ୍ତତ୍ତ୍ୱ, ସାମାଜିକ ବାସ୍ତବତା ଏବଂ ଜଗନ୍ନାଥ ସଂସ୍କୃତିର ସଂବେଦନଶୀଳ ଚିତ୍ରଣ ତାଙ୍କ ସାହିତ୍ୟର ପ୍ରମୁଖ ବୈଶିଷ୍ଟ୍ୟ। ତାଙ୍କର ସର୍ବାଧିକ ଚର୍ଚ୍ଚିତ କୃତି ‘ଦେବଦାସୀ’ ପାଇଁ ସେ ୧୯୯୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବ୍ୟତୀତ ସେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାରସ୍ୱତ ସମ୍ମାନ, ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର, ରାଧାନାଥ ରାୟ ସ୍ମାରକ ପୁରସ୍କାର, ଭୁବନେଶ୍ୱର ପୁସ୍ତକ ପ୍ରଦର୍ଶନୀ ପୁରସ୍କାର ଓ ଉତ୍କଳ ସାହିତ୍ୟ ସମାଜ ସମ୍ମାନ ସହ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ। ଅବିସ୍ମରଣୀୟ ଚରିତ୍ର ସୃଷ୍ଟି ଏବଂ ଶାନ୍ତ କିନ୍ତୁ ପ୍ରଭାବଶାଳୀ ନାରୀ-ଦୃଷ୍ଟି ପାଇଁ ବିଜୟିନୀ ଦାସ ଆଧୁନିକ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସାହିତ୍ୟ ସାଧନା ସହିତ ସେ ନାରୀ କଲ୍ୟାଣ, ପାରିବାରିକ ପରାମର୍ଶ ଏବଂ ସାହିତ୍ୟ ପ୍ରକାଶନ କ୍ଷେତ୍ରରେ ମଧ୍ୟ ସକ୍ରିୟ ଥିଲେ। କଟକ ପରିବାର ଅଦାଲତରେ ପ୍ରଧାନ ପରାମର୍ଶଦାତ୍ରୀ ଭାବେ କାର୍ଯ୍ୟ କରିବା ସହ ‘ଜୀବନ ରଙ୍ଗ’ ସାହିତ୍ୟ ପତ୍ରିକାର ସହ- ସମ୍ପାଦିକା ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।

Books By Bijoyini Das