Availability: In Stock

Drasta (Kahlil Gibran)

Author: Kahlil Gibran

200.00

ପ୍ରାଚ୍ୟର ଓ ମଧ୍ୟପ୍ରାଚ୍ୟର ଦର୍ଶନର ଅପୂର୍ବ ସମନ୍ୱୟରେ ଏହି ଗ୍ରନ୍ଥଟି ସମୃଦ୍ଧ । ଏହା ଏକ ଅଭିରୁଚି ସମ୍ପନ୍ନ ଗ୍ରନ୍ଥର ମାନ୍ୟତାପ୍ରାପ୍ତ । ଶ୍ରୀମଦ୍ ଭଗବଦ୍ ଗୀତା ଓ ଉପନିଷଦୀୟ ଚିନ୍ତାଧାରାର ଅପୂର୍ବ ସମନ୍ୱୟରେ ଏହା ପରିପୁଷ୍ଟ ।

ଜିବ୍ରାନଙ୍କର “ଦ୍ରଷ୍ଟା” ସହିତ ରବୀନ୍ଦ୍ରନାଥ ଟାଗୋରଙ୍କର “ଗୀତାଂଜଳି”ର ତୁଳନା କରିଛନ୍ତି ନୋବେଲ ବିଜୟୀ ଫରାସୀ ସାହିତ୍ୟିକ ଆଁନ୍ଦ୍ରେଜିଦ୍ । ସିଏ କହିଛନ୍ତି ‘ଗୀତାଂଜଳି’ର ପ୍ରାଚ୍ୟ ଏତେ ମଧୁର ସ୍ୱରରେ ଆଉ କେବେ କଥା କହିନି । ଗୀତାଂଜଳି (୧୯୧୩) ଓ ଦ୍ରଷ୍ଟା (୧୯୨୩), ଏହି ଦୁଇଟି କାବ୍ୟଗ୍ରନ୍ଥ ପ୍ରକାଶିତ ହୋଇଛି ଏକ ଯୁଗର ବ୍ୟବଧାନରେ । ଏହି ସମୟର ମଝିରେ ଜଗତ୍]ବିଖ୍ୟାତ ଦୁଇଜଣଯାକ କବିଙ୍କର ଦେଖା ହୋଇଛି ଏକାଧିକବାର । ସେମାନଙ୍କର ସାକ୍ଷାତକାର ସମ୍ପର୍କରେ ଜିବ୍ରାନ କହନ୍ତି, “ରବୀନ୍ଦ୍ରନାଥ ଟାଗୋରଙ୍କ ସହିତ ମୋର ଦେଖା ହୋଇଛି । ସିଏ ମୋତେ ତାଙ୍କର କେତୋଟି କବିତା ପଢ଼ିକରି ଶୁଣାଇଛନ୍ତି ।”୍]

ଜିବ୍ରାନଙ୍କର ଜୀବନୀକାରଙ୍କ ଲେଖାରୁ ଜଣାଯାଏ, ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ ନେଇ ସେମାନଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ଓ ମତ ବିନିମୟ ହୋଇଛି ।

ଜିବ୍ରାନଙ୍କର ଏହି ପ୍ରସିଦ୍ଧ ପୁସ୍ତକଟିର ବିଷୟବସ୍ତୁ ଯାହା ପ୍ରଶ୍ନ-ଉତ୍ତର ଛଳରେ ୨୬ଟି ଗଦ୍ୟ-କବିତା (କାବ୍ୟିକ-ପ୍ରବନ୍ଧ) ମଧ୍ୟ ଦେଇ ଗଢ଼ି ଉଠିଛି । ତାହା ପ୍ରକାଶ ପାଇବା ଏବେ ଶହେ ବର୍ଷ ପୂର୍ଣ୍ଣ ହେଲା । ରେକର୍ଡ଼ ଅନୁସାରେ ୧୯୨୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ପ୍ରକାଶନ ପରେ ୨୦୧୨ ମସିହା ପର୍ଯ୍ୟନ୍ତ (୮୯ ବର୍ଷରେ) ଇଂରେଜୀ ବହିର ୯୦ ଲକ୍ଷ କପି ବିକ୍ରୀ ହୋଇଛି । ଏହି ବହିଟିର ଅନୁବାଦ ୧୦୮ ଭାଷାରେ କରାଯାଇଛି । ୯୫ ବର୍ଷର ଇତିହାସରେ ୨୦୧୮ ମସିହା ପର୍ଯ୍ୟନ୍ତ ଇଂରେଜୀ ବହିର ୧୮୮ଟି ମୁଦ୍ରଣ ହୋଇ ସାରିଛି ।

Categories: ,

Description

About the Author

ମନୋରଂଜନ ପଟ୍ଟନାୟକ ୫୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମୁମ୍ବଇରେ ରହୁଛନ୍ତି । ଏଯାଏଁ ତାଙ୍କର ୯ଟି ଅନୂଦିତ ପୁସ୍ତକ ପ୍ରକାଶ ପାଇଛି । ସେଗୁଡ଼ିକ ହେଲା- ‘ଓମାର କାବ୍ୟ’, ‘ମେଘଦୂତ’, ‘ଗୀତାଞ୍ଜଳି'(ନୋବେଲ ପୁରସ୍କାର ପ୍ରାପ୍ତ), ‘ମଧୁଶାଳା’, ‘ଋତୁସଂହାର’, ‘ଓମାର ଖୈୟାମ- ରୁବାଇୟାତ’, ‘ପାବ୍ଲୋ ନେରୁଦା- ଶହେଟି ପ୍ରେମର ସନେଟ୍ ଓ ୨୦ଟି କବିତା ପ୍ରେମର ଓ ଗୋଟିଏ ଗୀତ ହତାଶାର’, ‘ଶ୍ରୀମଦ୍]ଭଗବଦ୍]ଗୀତା’ ଓ ‘ହଂସଦୂତ’ । ଏହି ‘ଦ୍ରଷ୍ଟା’ ଗ୍ରନ୍ଥର ଓଡ଼ିଆ ଅନୁବାଦ ହେଉଛି ତାଙ୍କର ଦଶମ ଅନୂଦିତ ପୁସ୍ତକ । ପାଠକ ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା । ମୋ-୯୯୮୭୦୨୨୯୩୦ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 14 March 2024
  • Language ‏ : ‎ Oriya
  • Print length ‏ : ‎ 100 pages
  • ISBN-10 ‏ : ‎ 1645605329
  • ISBN-13 ‏ : ‎ 978-1645605324
  • Item Weight ‏ : ‎ 136 g
  • Dimensions ‏ : ‎ 13.97 x 0.61 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback

Translator

Manoranjan Pattanayak