Availability: In Stock

Hamsaduta (Rupa Goswami)

Author: Rupa Goswami

200.00

‘ହଂସଦୂତ’ ସଂସ୍କୃତ ସାହିତ୍ୟର ଗୋଟିଏ ପ୍ରତିଷ୍ଠିତ ଦୂତକାବ୍ୟ । ମହାକବି କାଳିଦାସଙ୍କର ‘ମେଘଦୂତ’ର ଅନୁସରଣରେ ଦୂତକାବ୍ୟ ସୃଷ୍ଟି ହେବାର ପରମ୍ପରା ଆରମ୍ଭ ହୋଇଥିଲା । ବୈଷ୍ଣବ ଯୁଗର ସମସ୍ତ କାବ୍ୟ ଗଢ଼ିଉଠିଛି ରାଧାକୃଷ୍ଣଙ୍କ ପ୍ରେମର ଅଫୁରନ୍ତ ଲୀଳା ରହସ୍ୟକୁ ଅବଲମ୍ବନ କରି; ତାହା ବୋଲି ବୈଷ୍ଣବ ପ୍ରେମକାବ୍ୟ ଖାଲି ବୈକୁଣ୍ଠର ସଂପଦ ନୁହେଁ । ପାର୍ôଥବ ଜୀବନର ଦୈନନ୍ଦିନ ଗତିପଥରେ ନରନାରୀଙ୍କର ହୃଦୟରେ ଯେଉଁ ଚିରନ୍ତନ ପ୍ରେମର ଘାତପ୍ରତିଘାତ ଚାଲିଛି, ତା’ର ଅନ୍ତରରେ ନିଗୂଢ଼ ସତ୍ୟ ରୂପାୟିତ ହୋଇଛି ଦେବତାଙ୍କ ଉଦ୍ଦେଶ୍ୟରେ ଗୁନ୍ଥା ସେହି ପ୍ରେମର ପୁଷ୍ପ-ମାଳାରେ । ଦେବତାଙ୍କ ଉଦ୍ଦେଶ୍ୟରେ ରଚିତ ପ୍ରେମ-କାବ୍ୟର ସେହି ଖଣିରେ ଲୁଚି ରହିଛି ମଣିଷ ପ୍ରାଣର କଥା ।

ରୂପ ଗୋସ୍ୱାମୀଙ୍କର ‘ହଂସଦୂତ’ ସେହି ପ୍ରେମକାବ୍ୟର ଗୋଟିଏ ଶ୍ରେଷ୍ଠ ନିଦର୍ଶନ । ଉଲ୍ଲିଖିତ ଦୂତକାବ୍ୟଗୁଡ଼ିକ ମଧ୍ୟରେ ‘ହଂସଦୂତ’ ବେଶ୍ ସୁନାମ ଅର୍ଜନ କରିଛି । ‘ହଂସଦୂତ’ର ରଚନାକାର ରୂପଗୋସ୍ୱାମୀ ଚୈତନ୍ୟ ମହାପ୍ରଭୁଙ୍କର ପରମ ଅନୁଯାୟୀ ସନାତନ ଗୋସ୍ୱାମୀଙ୍କର ଅନୁଜ । ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଷଡ଼ ଗୋସ୍ୱାମୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ରୂପ ଗୋସ୍ୱାମୀ ।

Categories: ,

Description

About the Author

ରୂପ ଗୋସ୍ୱାମୀ (୧୪୮୯-୧୫୬୪)ଙ୍କର ‘ହଂସଦୂତ’ ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ରଚନା କରାଯାଇଥିଲା । ‘ହଂସଦୂତ’ରେ ପ୍ରେମଲୀଳା ସଂବଧିତ ଏବଂ ଧାର୍ମିକ ପ୍ରେମର ସମିଶ୍ରଣ ସୃଷ୍ଟି ହୋଇଛି ଗୋଟିଏ କବିତା ସୃଷ୍ଟି କରିବା ପାଇଁ ଯାହା କୃଷ୍ଣଙ୍କ ପ୍ରେମରେ ଜାଜ୍ୱଲ୍ୟମାନ । ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରେଷ୍ଠ ବିଦ୍ୱାନ, ପରମ ଭକ୍ତ, ତ୍ୟାଗୀ, ଉଦାର-ହୃଦୟ-ମୁକୁଟମଣି ରୂପ ଗୋସ୍ୱାମୀଙ୍କର ପୂର୍ବପୁରୁଷ କର୍ଣ୍ଣାଟକରୁ ଆସି ପଶ୍ଚିମ ବଙ୍ଗରେ ବସବାସ କରିଥିଲେ । ରୂପ ଗୋସ୍ୱାମୀଙ୍କ ଜନ୍ମ ୧୪୮୯ ମସିହାରେ ନୌହାଟୀ ଗ୍ରାମରେ ହୁଏ । କିନ୍ତୁ ତାଙ୍କ ଜନ୍ମସ୍ଥାନକୁ ନେଇ ଅନ୍ୟ କେତେକ ଜୀବନୀକାରଙ୍କ ମତ ଯେ, ତାଙ୍କର ଜନ୍ମସ୍ଥାନ ଥିଲା ବକ୍]ଲା ଚନ୍ଦ୍ରଦ୍ୱୀପ କିମ୍ବା ଫତେୟାବାଦ ପ୍ରଗଣା, ଜେଶୋର, ପୂର୍ବବଙ୍ଗରେ (ଯାହା ବର୍ତ୍ତମାନ ବାଙ୍ଗ୍]ଲାଦେଶରେ ଅବସ୍ଥିତ) । ରୂପ ଗୋସ୍ୱାମୀଙ୍କ ପିତାଙ୍କ ନାମ ଥିଲା କୁମାର ଦେବ ଆଉ ମାତାଙ୍କ ନାମ ଥିଲା ରେବତୀ ଦେବୀ । କୁମାର ଦେବ କର୍ଣ୍ଣାଟକର ଜଗତ୍]ଗୁରୁ ବଂଶର ଥିଲେ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 14 March 2024
  • Language ‏ : ‎ Oriya
  • Print length ‏ : ‎ 118 pages
  • ISBN-10 ‏ : ‎ 1645605299
  • ISBN-13 ‏ : ‎ 978-1645605294
  • Item Weight ‏ : ‎ 159 g
  • Dimensions ‏ : ‎ 13.97 x 0.71 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback

Translator

Manoranjan Pattanayak