Availability: In Stock

Amruta Kankana

300.00

‘ଅମୃତ କଙ୍କଣ’ ୧୯୨୬ ମସିହାରେ କଟକ ଟ୍ରେଡ଼ିଂ କମ୍ପାନୀ, ପୁରୀଦ୍ୱାରା ପ୍ରକାଶ ପାଇଥିଲା । ଗ୍ରନ୍ଥାରମ୍ଭରେ ପ୍ରକାଶକ ଲେଖିଛନ୍ତି- “ପୁରୀର ଶ୍ରୀଯୁକ୍ତ ଦିବ୍ୟସିଂହ ପାଣିଗ୍ରାହୀ ବି.ଏଲ୍]. ଓଡ଼ିଶାରେ ଜଣେ ପ୍ରସିଦ୍ଧ ଗଳ୍ପ-ଲେଖକ । ଗତ ଦଶବର୍ଷ ଧରି ସେ ଓଡ଼ିଆ ଭାଷାରେ ଉନ୍ନତ ଧରଣର ନାନା ପ୍ରବନ୍ଧ ଓ ଗଳ୍ପ ଲେଖିଛନ୍ତି । ସେଥିମଧ୍ୟରୁ କେତେ ଉତ୍କଳ ସାହିତ୍ୟ ମାସିକ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଅବଶିଷ୍ଟ କେତେକ ଏ ପର୍ଯ୍ୟନ୍ତ ଅପ୍ରକାଶିତ ଥିଲା । ଓଡ଼ିଶାର କେହି କେହି ବିଶିଷ୍ଟ ସାହିତ୍ୟସେବୀ ଦିବ୍ୟସିଂହ ବାବୁଙ୍କ ଏହି ସରଳ ସୁଲଳିତ ଗଳ୍ପ ଲେଖାର ବହୁଳ ପ୍ରଂଶସା କରି ସେ ସବୁକୁ ପୁସ୍ତକାକାରରେ ପ୍ରକାଶ କରିବାକୁ ବାରମ୍ବାର ଅନୁରୋଧ କରିବାକୁ ଆମ୍ଭେମାନେ ତାଙ୍କଠାରୁ ଅନୁମତି ନେଇ ପ୍ରକାଶ କରିଅଛୁ । ଓଡ଼ିଆ ସାହିତ୍ୟରେ ସୁରୁଚି-ସମ୍ପନ୍ନ ଗଳ୍ପ ପୁସ୍ତକ ବଡ଼ ବିରଳ । ଦିବ୍ୟସିଂହ ବାବୁ ନିଜର ଅଭିନବ ଔପନ୍ୟାସିକ ଛଟାରେ ସମାଜ ଓ ସଂସାରର ବିଭିନ୍ନ ଚିତ୍ର ସବୁ ଗଳ୍ପ ଆକାରରେ ଯେପରି ସରଳ, ସୁବୋଧ୍ୟ ଓ ହୃଦୟସ୍ପର୍ଶୀ ଭାଷାରେ ବ୍ୟକ୍ତ କରିଛନ୍ତି ତାହା ଉତ୍କଳ ସାହିତ୍ୟରେ ସମ୍ପୂର୍ଣ୍ଣ ନୂତନ । ଏ ପୁସ୍ତକ ପାଠକଲେ ଲେଖାର ସରସତା ଓ ନୂତନତ୍ୱ ଉପଲବ୍ଧି କରାଯାଇପାରିବ ।” ଅମୃତ କଙ୍କଣର ପ୍ରଥମ ସଂସ୍କରଣରେ ସର୍ବମୋଟ ୧୫ଗୋଟି ଗଳ୍ପ ସ୍ଥାନିତ । ଏଥିରେ ଥିବା ଗଳ୍ପମାନଙ୍କ ମଧ୍ୟରେ ଗୋଟିଏ ‘ମୁକୁର’ ପତ୍ରିକାରେ (ପିତୃଶିରାଧ/ପିତୃଶ୍ରାଦ୍ଧ) ଏବଂ ୧୧ ଗୋଟି ଗଳ୍ପ (ଅମୃତ କଙ୍କଣ, ଗୟାଶ୍ରାଦ୍ଧ, ନିଶାବସାନ, ଦିବାବସାନ, ସାବିତ୍ରୀ ଉପବାସ, ପରିବର୍ତ୍ତନ, ପାନବାଲି, ଜାତୀୟତା, ଶେଷ ଉପହାର, ଆଦ୍ୟ ପରିଣାମ, ହିସାବ ନିକାଶ) ‘ଉତ୍କଳ ସାହିତ୍ୟ’ରେ ପୂର୍ବରୁ ପ୍ରକାଶ ପାଇସାରିଥିବା ବେଳେ ଅନ୍ୟ ତିନିଗୋଟି ଗଳ୍ପ (ନୂଆବୋହୂ, ଡିପାର୍ଟମେଣ୍ଟ, ପ୍ରତାରଣା) ସିଧାସଳଖ ଅମୃତ କଙ୍କଣ ପୁସ୍ତକରେ ସଂଯୋଜିତ ।

Category:

Description

About the Author

ଫକୀରମୋହନ ପରବର୍ତ୍ତୀ ଓଡ଼ିଆ ଗଳ୍ପାକାଶରେ ଗାଳ୍ପିକ ଦିବ୍ୟସିଂହ ପାଣିଗ୍ରାହୀ ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ । ପୁରୀ ଜିଲ୍ଲାର ବିଶ୍ୱନାଥପୁରରେ ପିତା ସ୍ୱପ୍ନେଶ୍ୱର ପାଣିଗ୍ରହୀ ଓ ମାତା ହାରାମଣୀଙ୍କ ଜ୍ୟେଷ୍ଠପୁତ୍ର ଭାବରେ ୧୮୮୯/୯୦ ମସିହାରେ ତାଙ୍କ ଜନ୍ମ । ପିତା ସାହିତ୍ୟ ସାଧନା କରିଥିବା ହେତୁ ତା’ର ପ୍ରଭାବ ଦିବ୍ୟସିଂହ ଏବଂ ତାଙ୍କର ଦୁଇ ଅନୁଜ ବହୁ ପ୍ରତିଭୂ କାଳିନ୍ଦୀଚରଣ ପାଣିଗ୍ରାହୀ ଓ ଭଗବତୀଚରଣ ପାଣିଗ୍ରାହୀଙ୍କ ଉପରେ ପଡ଼ିଥିଲା । ତେଣୁ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବାରେ ପାଣିଗ୍ରାହୀ ପରିବାରର ଦାନ ଅତୁଳନୀୟ । ବାଲ୍ୟଶିକ୍ଷା ପରେ ଦିବ୍ୟସିଂହ ଓକିଲାତି ପାସ୍ କରି ପୁରୀ ଓ ବାରିପଦାରେ ଓକିଲାତି କରିଥିଲେ । ପୁନଶ୍ଚ ଜଣେ ରାଜନୀତିଜ୍ଞ ଭାବରେ ପୁରୀ ଜିଲ୍ଲା କଂଗ୍ରେସ କମିଟୀର ସଭାପତି (୧୯୨୬) ଦାୟିତ୍ୱ ମଧ୍ୟ ସୁଚାରୁରୂପେ ତୁଲାଇଥିଲେ । ଚନ୍ଦ୍ରଶେଖର ନନ୍ଦଙ୍କ ‘ଚିତ୍ର’ (୧୯୦୭), ଫକୀରମୋହନ ସେନାପତିଙ୍କ ‘ଗଳ୍ପସ୍ୱଳ୍ପ’ (୧୯୧୭) ଓ ଦୟାନିଧି ମିଶ୍ରଙ୍କ ‘କଥାକଦମ୍ବ’ (୧୯୨୪) ପରେ ଦିବ୍ୟସିଂହଙ୍କ ‘ଅମୃତ କଙ୍କଣ’ (୧୯୨୬) ସମ୍ଭବତଃ ଓଡ଼ିଆ ଗଳ୍ପଗ୍ରନ୍ଥ ପରମ୍ପରାରେ ଚତୁର୍ଥ । ଏହାବ୍ୟତୀତ ସେ ‘ମହାରାଜା ରାମଚନ୍ଦ୍ର’ ନାମକ ଜୀବନୀ ଗ୍ରନ୍ଥ ଏବଂ ‘ତୁ ମୋ ମା’ ଓ ‘ବନ୍ଧୁ’ ନାମକ ଦୁଇଗୋଟି ଉପନ୍ୟାସ ମଧ୍ୟ ରଚନା କରିଥିବାର ଜଣାଯାଏ ।

ଅଧ୍ୟାପକ ବିଶ୍ୱନାଥ ସାହୁ ନବ ପ୍ରଜନ୍ମର ଜଣେ ପ୍ରତିଭାବାନ ଗବେଷକ । ଗଳ୍ପ ଓ ସମାଲୋଚନା ଲେଖା ସହିତ ଦୁଷ୍ପ୍ରାପ୍ୟ ପୁସ୍ତକଗୁଡ଼ିକୁ ଉଦ୍ଧାର କରି ତା’ର ସମୀକ୍ଷା ଓ ସମ୍ପାଦନା କରିବାରେ ତାଙ୍କର ବିଶେଷ ଆଗ୍ରହ ରହିଛି । ଏଯାବତ୍ ‘ଶବ୍]ଦ ବଗିଚା’ (ମନୋଜ କୁମାର ପଣ୍ଡାଙ୍କ ଗଳ୍ପ ଏକ ଶୈଳୀତାତ୍ତ୍ୱିକ ଅନୁଶୀଳନ), ‘କଥା କଦମ୍ବ'(ସମ୍ପାଦନା), ‘ମନୋଜ କୁମାର ପଣ୍ଡାଙ୍କ ଗଳ୍ପ ସମଗ୍ର'(ସମ୍ପାଦନା) ଆଦି ତାଙ୍କର ତିନି ଖଣ୍ଡ ପୁସ୍ତକ ପ୍ରକାଶିତ । ଜଣେ ଯୁବ ଗାଳ୍ପିକ ଭାବରେ ‘କଥା ନବପ୍ରତିଭା ପୁରସ୍କାର’, ‘କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର’, ‘ପଲ୍ଲବନ ଶବ୍ଦ ସମ୍ମାନ’ ଆଦି ସେ ଲାଭ କରି ସାରିଛନ୍ତି । ବର୍ତ୍ତମାନ ସେ ବରପାଲି ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟରତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 18 September 2023
  • Language ‏ : ‎ Oriya
  • Print length ‏ : ‎ 218 pages
  • ISBN-10 ‏ : ‎ 1645604527
  • ISBN-13 ‏ : ‎ 978-1645604525
  • Item Weight ‏ : ‎ 281 g
  • Dimensions ‏ : ‎ 13.97 x 1.27 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback