Availability: In Stock

Jaha Nei Jeebana

250.00

ସମୟ କେବେ ଫେରେ ନାହିଁ । ସାହିତ୍ୟକୁ କିନ୍ତୁ ଏହା ବାରମ୍ବାର ଫେରେ । ସାହିତ୍ୟରେ ଲିପିବଦ୍ଧ ହୁଏ ସମୟର କାହାଣୀ ।

ସେଥିରେ ଥାଏ କେତେ ଘଟଣା, ଅନୁଭବ । ଥାଏ କେତେ ଚିତ୍ର ଓ ଚରିତ୍ର । ସେଇ ସବୁ କଥା ଓ କାହାଣୀକୁ ନେଇ ମୋର ଏଇ ଆତ୍ମକଥା ।

ଏଥିରେ ଅଛି କିଛି ସ୍ମୃତି, କିଛି ସ୍ୱୀକାରୋକ୍ତି, ଅଛି କିଛି ସ୍ୱପ୍ନ କିଛି ସଂଘର୍ଷର ଅନ୍ତରଂଗ ଗାଥା ।

ମଧ୍ୟବିତ୍ତ ସାଧାରଣ ମଣିଷଟିଏ ମୁଁ । ମୋର ଅଭିଜ୍ଞତା, ଅନୁଭୂତି ମୋର । କେବଳ ମୋର, ଏକାନ୍ତ ନିଜର । ସେ ସବୁକୁ ନେଇ ଆତ୍ମଜୀବନୀଟିଏ ଲେଖିବା କ’ଣ ନିହାତି ଆବଶ୍ୟକ ।

କାହିଁକି ଲେଖିବି, କାହାପାଇଁ ଲେଖିବି ।

ଏ ପ୍ରଶ୍ନ ମତେ ବାରମ୍ବାର ପ୍ରଶ୍ନାକୂଳ କରିଛି । ଅନେକ ସତୀର୍ଥଙ୍କର କିନ୍ତୁ ଅନୁରୋଧ ଜୀବନାଲେଖ୍ୟ ଟିଏ ଲେଖିବାକୁ ।

ଭାବିଲି ମୁଁ ବଂଚିଥିବା ସମୟ, ଭୋଗିଥିବା ଜୀବନ, ଭେଟିଥିବା ଚରିତ୍ରମାନଙ୍କୁ ନେଇ କିଛି କଥା ତ କୁହାଯାଇ ପାରିବ । ମୋର ଏ ପ୍ରୟାସ ହୁଏତ କାହାରି ମନରେ ନିରୋଳା ଆନନ୍ଦ ଟିକିଏ ତ ଦେଇପାରିବ ।

ମୋ ଜୀବନର ନିଷ୍କପଟ ଅଭିବ୍ୟକ୍ତି ଏଥିରେ ରୂପାୟିତ । ନା ଅଛି ଛଳନା, ନା ଆତ୍ମ ବଡ଼ିମା ।

ଅଛି କେବଳ ମୋ ଜୀବନ ଜାହ୍ନବୀର ସଜଳ ସ୍ମୃତିର ଟୋପାଏ ଲୁହ, ଚେନାଏ ହସ ।

ମୁଁ ଅଛି ଏ ସବୁରେ

ଚେତନାର ଏଇ ଅଭିଯାତ୍ରାରେ

ଶୁଣୁଛି ପିଛିଲା ଦିନର ପାଦଶବ୍ଦ

ନିରବଧି କାଳ ଭିତରୁ ।

Description

About the Author

ଉତ୍ତର ସତୁରୀର ଦ୍ୱିତୀୟାର୍ଦ୍ଧରୁ କବିତା ରଚନାରେ ନିମଗ୍ନ ନିରଂଜନ ବେହୁରିଆ (୧୯୫୪) ଓଡ଼ିଆ କବିତା ରାଜ୍ୟରେ ଜଣେ ସୁପରିଚିତ ଓ ପ୍ରତିଷ୍ଠିତ ପ୍ରତିଭା । କବିତାର ନିଆରା ପଣ ଏବଂ ସୂକ୍ଷ୍ମ ସରଳ ଅଭିବ୍ୟକ୍ତିର ଚିତ୍ରମୟ ପରିପ୍ରକାଶ ହିଁ ତାଙ୍କର ସ୍ୱତନ୍ତ୍ରତା । ଦୁର୍ବୋଧ୍ୟତା ନୁହେଁ, ଜୀବନ ଜିଜ୍ଞାସାର ସଜୀବ ଅନୁଭୂତିର ବର୍ଣ୍ଣାଢ଼୍ୟ ରୂପରେ ଗଢ଼ା ତାଙ୍କର ସୃଜନ ଜଗତ, ଯାହା ଅନ୍ୟକୁ ଆକର୍ଷିତ କରିବାର ସାମର୍ଥ୍ୟ ରଖେ । “ଯାହା ନେଇ ଜୀବନ” ତାଙ୍କର ଜୀବନାଲେଖ୍ୟ । ଏଥିରେ ତାଙ୍କର ପିଲାଦିନ, ପରିବାର, ଶିକ୍ଷା, ସାହିତ୍ୟ, ବୃତ୍ତି ଓ ସଂସାର ପ୍ରଭୃତି ଘଟଣାବଳୀର ବର୍ଣ୍ଣନା ପ୍ରାଞ୍ଜଳ ଓ ସାବଲ୍ଲୀଳ ଭାବରେ ଲିପିବଦ୍ଧ । ସ୍ୱର ସ୍ପଷ୍ଟ ଓ ସଚ୍ଚୋଟ । ସ୍ମରଣୀୟ ସ୍ମୃତି ସବୁର ବିଶ୍ଳେଷଣରେ ନିର୍ମିତ ଏହି ଗଦ୍ୟଗାଥାରେ ନିଟୋଳ କାବ୍ୟିକତା, ଶବ୍ଦ ପ୍ରୟୋଗର ଚମତ୍କାରିତା, ଗଭୀର ଅନ୍ତରଙ୍ଗ ଅନୁଭବର ସମନ୍ୱୟ ସୌନ୍ଦର୍ଯ୍ୟବୋଧ ତାଙ୍କ ସୃଜନର ଚଉପାଶକୁ ଚହଟାଇ ଦେବାର କ୍ଷମତା ରଖେ ।ତାଙ୍କର କବିତା ସଂକଳନ “କେଉଁଠି ଥାପିବୁ ପାଦ” ଅନ୍ତରଂଗ ନୀରବତା, ସ୍ମୃତିକଥା “ଗାଆଁର ସ୍ମୃତି ସ୍ମୃତିର ଗାଆଁ”, ସମାଲୋଚନା ଗ୍ରନ୍ଥ “ଚେତନାର ଚିତ୍ରନଦୀ” ପରି ଏହି ଆତ୍ମକଥା ପାଠକମାନଙ୍କର ସପ୍ରଶସ୍ତ ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 13 April 2026
  • Language ‏ : ‎ Oriya
  • Print length ‏ : ‎ 178 pages
  • ISBN-10 ‏ : ‎ 164560862X
  • ISBN-13 ‏ : ‎ 978-1645608622
  • Item Weight ‏ : ‎ 213 g
  • Dimensions ‏ : ‎ 13.97 x 1.04 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Generic Name ‏ : ‎ Book

Indian Edition Also available on:

Additional information

book-author

Language

Odia

select-format

Paperback