Availability: In Stock
Saitanara Tribhuja
₹220.00
ଚିତ୍ତରଞ୍ଜନ ପଟ୍ଟନାୟକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ସେବାନିବୃତ୍ତ ହୋଇ ଅନୁବାଦ କାର୍ଯ୍ୟରେ ଏବଂ ଲେଖାଲେଖିରେ ମନୋନିବେଶ କରିଛନ୍ତି। ତାଙ୍କର ତିନୋଟି ଅନୁବାଦ ପୁସ୍ତକ (ଓଡ଼ିଆରୁ ଇଂରାଜୀ) ହେଲା- ‘ଦି ନ୍ୟୁ ହରାଇଜନ’, ‘ଗୁରୁଜୀ ଡ.ଚନ୍ଦ୍ରଭାନୁ ଶତପଥୀ- ଏ ୟୁନିକ୍ ପର୍ସନାଲିଟି’ ଏବଂ ‘ଦି ସାଉଣ୍ଡ ଅଫ୍ ସାଇଲେନ୍ସ’। ଇଂରାଜୀରୁ ଓଡ଼ିଆ ଅନୁବାଦ- ‘ଦଶ ଶିଖଗୁରୁ-ଜୀବନୀ ଓ ଦର୍ଶନ’ ପୁଣି ହିନ୍ଦିରୁ ଓଡ଼ିଆ ଅନୁବାଦ ପୁସ୍ତକଟି ହେଉଛି ‘ଲବଙ୍ଗ’ ତାଙ୍କର ସଫଳ କୃତି। ‘ଜୀବନ ପରେ ଜୀବନ’ ପ୍ରକାଶ ପାଇବା ପରେ ଏବେ ପ୍ରକାଶ ପାଇଛି ଅନେକ ଅସମାହିତ ପ୍ରଶ୍ନର ଗନ୍ତାଘର ‘ସୈତାନର ତ୍ରିଭୁଜ’ ଯାହା ପାଠକଙ୍କ ମନ ଓ ପ୍ରାଣକୁ ଉତ୍ସୁକତାରେ ଆନ୍ଦୋଳିତ କରିବ ଏଥିରେ ସନ୍ଦେହ ନାହିଁ। ଏହି ଭିନ୍ନ ସ୍ୱାଦର ପୁସ୍ତକ ପାଠକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଆଶା କରାଯାଉଛି।