Katha Samratanka Kabya Manasa
₹240.00
ବ୍ୟାସକବି ରୂପେ ପରିଚିତ କବି ଫକୀରମୋହନ ସେନାପତିଙ୍କ ଗଳ୍ପ ଓ ଉପନ୍ୟାସକୁ ଯେତିକି ଆଲୋଚନା ଓ ସମୀକ୍ଷା କରାଯାଇଛି ତାଙ୍କର କାବ୍ୟକବିତାକୁ ସେହି ପରିମାଣରେ ଆଲୋଚନା କରାଯାଇନାହିଁ। ତାଙ୍କୁ କିଏ କେବେ ବ୍ୟାସକବି ଆଖ୍ୟା ଦେଲା ତାହା ମଧ୍ୟ ନିର୍ଦ୍ଧାରିତ ହୋଇନାହିଁ। ମହାଭାରତର ପଦ୍ୟାନୁବାଦ ହେତୁ ତାଙ୍କୁ ବ୍ୟାସକବି ଆଖ୍ୟା ଦିଆଯାଥିବା ନିର୍ବିବାଦରେ କୁହାଯାଇପାରେ। ତାଙ୍କର ସୃଷ୍ଟି ବ୍ୟାପକ ଓ ବହୁମୁଖୀ। ତାଙ୍କର ଅଜସ୍ରସ୍ରାବୀ ଲେଖନୀରୁ ଝରିଆସିଛି ୭ ଖଣ୍ଡ ରାମାୟଣ, ୪ ଖଣ୍ଡ ମହାଭାରତ, ହରିବଂଶ, ଭଗବତ୍ ଗୀତା ଓ ଉପନିଷଦ ଏବଂ ୮ ଗୋଟି କାବ୍ୟ-କବିତା ପୁସ୍ତକ।
ତାଙ୍କର ସଂସ୍କାରଧର୍ମୀ ଆଭିମୁଖ୍ୟ ଓ ଚାରିତ୍ରିକ ମହାନତା ତାଙ୍କ କାବ୍ୟ କବିତାରେ ନୈତିକତା ଓ ଆତ୍ମ ତନ୍ମୟତା ଭରିଦେଇଛି। ଭାଷା ହୋଇଛି ସରଳ, ଛନ୍ଦହୀନ ଓ ବୋଧଗମ୍ୟ। କବିତାର ପ୍ରତି ଛତ୍ରେ ଛତ୍ରେ ଭରି ରହିଛି ଦେଶ ପ୍ରେମ, ଈଶ୍ୱର ପ୍ରେମ, ପ୍ରକୃତି ପ୍ରେମ ଓ ଭାଷା ପ୍ରେମ।
ଓଡ଼ିଆ ଭାଷା ସଂଗ୍ରାମର ଏହି ସେନାପତିଙ୍କୁ ବାମଣ୍ଡାର ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ୧୯୧୬ ମସିହାରେ “କାବ୍ୟ ସରସ୍ୱତୀ” ଉପାଧିରେ ଭୂଷିତ କରିଥିଲେ। ତାଙ୍କର ବିପୁଳ କାବ୍ୟ କବିତାର ବିବିଧ ଦିଗ ଉପରେ ବିଷଦ ଆଲୋଚନା କରିବା ହୁଏତ ଏହି କ୍ଷୁଦ୍ର ପୁସ୍ତକର କ୍ଷୁଦ୍ର ପରିସର ମଧ୍ୟରେ ସମ୍ଭବ ହୋଇ ନ ପାରେ କିନ୍ତୁ ଏହା ପୁଙ୍ଖାନୁପୁଙ୍ଖ ଆଲୋଚନାର ଦିଗଦିଗନ୍ତ ପଥ ଉନ୍ମୁକ୍ତ କରିବ ବୋଲି ଆଶା କରାଯାଏ। ତାଙ୍କର ଅନାଲୋଚିତ ବ୍ୟାପକ କାବ୍ୟକୃତିର ସୂଚନା ଦେବା ସଙ୍ଗେ ସଙ୍ଗେ ଆଲୋଚନାର ପରିଧିକୁ ସାମାନ୍ୟ ପରିବ୍ୟାପ୍ତ କରିବା ଏହି ପୁସ୍ତକ ରଚନାର ପରିକଳ୍ପନା ଓ ପ୍ରୟାସ ମାତ୍ର!
Description
Additional information
Additional information
| book-author | |
|---|---|
| Language | Odia |
| select-format | Paperback |





