Description
About the Author
ଶୈକ୍ଷିକ ପରିବେଶରେ ବିଶେଷ କରି ଗଣିତଶିକ୍ଷା କ୍ଷେତ୍ରରେ ଡକ୍ଟର ନଳିନୀକାନ୍ତ ମିଶ୍ର ଓଡ଼ିଶା ତଥା ଓଡ଼ିଶା ବାହାରେ ଏକ ବହୁ ପରିଚିତ ବ୍ୟକ୍ତିତ୍ୱ । ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ବରିଷ୍ଠ ଗଣିତ ବିଶେଷଜ୍ଞ ହିସାବରେ ପର୍ଯ୍ୟାପ୍ତ ଦକ୍ଷତା ସହ ଦୀର୍ଘ ସମୟ ଧରି ମାଧ୍ୟମିକ ଶିକ୍ଷା ନିମିତ୍ତ ପାଠ୍ୟଖସଡ଼ା ଏବଂ ତଦନୁଯାୟୀ ଗଣିତ ବିଷୟରେ ପୁସ୍ତକ ପ୍ରସ୍ତୁତି ସହ ଜଡ଼ିତ ରହି ଆସୁଥିଲେ । ଏତଦ୍]ବ୍ୟତୀତ ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଘଉଋଜଞ) ତଥା ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା (ଝଉଋଜଞ)ଙ୍କ ପାଇଁ ବିଭିନ୍ନ ସମୟରେ ପାଠ୍ୟପୁସ୍ତକ ପ୍ରସ୍ତୁତି ଏବଂ ଶିକ୍ଷକ ପ୍ରଶିକ୍ଷଣରେ ପ୍ରଶିକ୍ଷକ ହିସାବରେ ବହୁଳ ଭାବରେ ସକ୍ରିୟ ଅଂଶଗ୍ରହଣ କରିଆସୁଥିଲେ । ଅଧୁନା ମାଧ୍ୟମିକ ସ୍ତର ଏବଂ ଉଚ୍ଚ଼ ମାଧ୍ୟମିକ ସ୍ତରର ଶିକ୍ଷାର୍ଥୀଙ୍କ ପାଇଁ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ (ଓଗଇ) ଭୁବନେଶ୍ୱରର ଅଲମ୍ପିୟାଡ୍ (ଜଗଙ, ଓଙଛଗ)ର ପୂର୍ବପ୍ରସ୍ତୁତି ପାଇଁ ପ୍ରଶିକ୍ଷଣ ଶିବିରମାନଙ୍କରେ ପ୍ରଶିକ୍ଷକ ହିସାବରେ ଦକ୍ଷତା ସହ କାର୍ଯ୍ୟ କରି ଆସୁଛନ୍ତି ।ମାଧ୍ୟମିକ ପରିଷଦରୁ ଅବସର ଗ୍ରହଣ ପରେ ପାରମ୍ପରିକ ଗଣିତ ଶିକ୍ଷାକୁ ଏକ ନୂତନ ଭାବରେ ରୂପାନ୍ତରିତ କରିବା ତାଙ୍କ କୃତିର ଅନ୍ୟତମ ବିଭାବ । ଏତଦ୍ ବ୍ୟତୀତ ଶିକ୍ଷଣ ଗଣିତଶିକ୍ଷା କ୍ଷେତ୍ରରେ ବିଭିନ୍ନ କୌତୁହଳପ୍ରଦ କୌଶଳ(ଞକ୍ସସମଳଗ୍ଦ)ର ଅବତାରଣା କରି ଡଃ ମିଶ୍ର ବିଦ୍ୟାର୍ଥୀମାନଙ୍କ ପାଇଁ ଗଣିତଶିକ୍ଷାକୁ ସରଳୀକୃତ ଅବସ୍ଥାକୁ ଆଣିବାକୁ ସତତ ଚେଷ୍ଟିତ । ଶିକ୍ଷା, ବିଶେଷ କରି ଗଣିତ ଶିକ୍ଷା ଏକ ଅନ୍ତଃହୀନ ପ୍ରକ୍ରିୟା ।
Product details
- Publisher : Black Eagle Books
- Publication date : 26 May 2024
- Language : Oriya
- Print length : 208 pages
- ISBN-10 : 1645605558
- ISBN-13 : 978-1645605553
- Item Weight : 268 g
- Dimensions : 13.97 x 1.22 x 21.59 cm
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253






