Black Eagle Books
ମାଲେସିଆରେ ଦୀର୍ଘଦିନ ଧରି ରହିଆସୁଥିଲେ ବି ଭାଷା ହିଁ ମାଟି ସହ ଜଡ଼େଇ ହୋଇ ରହିବାର ଅନନ୍ୟ ବିକଳ୍ପ ଭାବିଥିବା ଜଣେ ଲେଖିକା ଡକ୍ଟର ବୀଣାପାଣି ପ୍ରଧାନଙ୍କ ‘ଫେରିଥିବା ନଈ’ କ୍ଷୁଦ୍ରକବିତା ସଂକଳନ କବିତା ଅନୁରାଗୀ ପାଠକଂକୁ ଛଳଛଳ କରିଛି । ୨୦୨୩ର ‘ବାୟା ଚଢ଼େଇର ବସା’ ଗଳ୍ପ ସଂକଳନ ଓ ୨୦୨୫ରେ ‘ପରପୁରୁଷ’ ଉପନ୍ୟାସ ବହୁ ପାଠକାଦୃତି ପାଇଛି ।କିଛି କାହାଣୀ ଆମେ କଳ୍ପନାରୁ ଲେଖୁ, ଆଉ କିଛି କାହାଣୀ ଆମ ଚାରିପାଖର ଜୀବନ ଆମକୁ ଲେଖିବାକୁ ବାଧ୍ୟ କରେ । ‘ଧୂଳି’ ଉପନ୍ୟାସଟି ସେହି ଦ୍ୱିତୀୟ ପ୍ରକାରର ଏକ କାହାଣୀ । ଘର, ନିଜ ଗାଁ ଧୂଳିମାଟିଠାରୁ ଦୂରରେ ରବର ବଗିଚାରେ ଜୀବନ କାଟୁଥିବା ଓଡ଼ିଆ ଲୋକମାନଙ୍କ ସଂଘର୍ଷ ମୋତେ ଗଭୀର ଭାବରେ ଛୁଇଁଥିଲା । ରୋଜଗାର ଆଶାରେ ଘର ଛାଡ଼ିବା, ଅଜଣା ମାଟିରେ ନୂଆ ଜୀବନ ଗଢ଼ିବା, ସେମାନଙ୍କର ନିରବ ଇତିହାସ । ଏହି ଉପନ୍ୟାସର ପାତ୍ରମାନେ କଳ୍ପିତ ହୋଇପାରନ୍ତି, କିନ୍ତୁ ସେମାନଙ୍କ ଭାବନା ଓ ସଂଘର୍ଷ ଆମ ସମାଜର ଅନେକ ଅଦୃଶ୍ୟ ଜୀବନର ପ୍ରତିଛବି । ଏହି କାହାଣୀ ସେହି ସମସ୍ତ ଲୋକଙ୍କ ପାଇଁ- ଯେଉଁମାନେ ନିଜ ଦେଶ ଛାଡ଼ିଥିଲେ, କିନ୍ତୁ ନିଜ ମାଟିକୁ କେବେ ଛାଡ଼ି ପାରିନଥିଲେ ।
Username or email *
Password *