Availability: In Stock

Para Purusha

180.00

‘ବାୟା ଚଢ଼େଇର ବସା ଓ ଅନ୍ୟାନ୍ୟ ଗଳ୍ପ’ ସଂକଳନରେ ୧୯ଟି କ୍ଷୁଦ୍ରଗଳ୍ପ ଲେଖିସାରିବା ପରେ ମୋତେ ଅନୁଭବ ହେଲା ମୋ ଭିତରେ ସବୁ କାହାଣୀ ଶେଷ ହୋଇଯାଇଛି। କାହାଣୀ ବାକି ନାହିଁ ଆଉ କିଛି ଲେଖିବାକୁ। ଦିନେ ରୁଚିତା ମିଶ୍ର ଆସିଥିଲା, ମୋତେ କହିଲା ତା’ କାହାଣୀ ଲେଖିଦେବାକୁ। ମୁଁ ପ୍ରଥମେ ଶୁଣିବାକୁ ବି ପ୍ରସ୍ତୁତ ନଥିଲି। ସେ କାହାଣୀ ପ୍ରତ୍ୟେକ ସୋପାନକୁ ଏମିତି କହିବା ଆରମ୍ଭ କଲା ଯେ ମୁଁ ଆଡ଼େଇ ଯାଇପାରିଲି ନାହିଁ। ମୁଁ ଭାବିଲି ରୁଚିତା ମିଶ୍ର ନାଁରେ ଗଳ୍ପଟିଏ ଲେଖାଯାଇପାରେ। ସେ ଗଳ୍ପରେ ତା’ ଜୀବନର କାହାଣୀ ବୋହିଚାଲିଲା ଏକ ଅମାନିଆ ସୁଅ ଭଳି। ଯେତେ ବାଧା ଦେଲେ ବି ଏ କାହାଣୀ ଅଥୟ। କାହିଁକି ଅଥୟ ସେକଥା କାହାଣୀ ପଢ଼ିଲେ ନିଶ୍ଚୟ ବୁଝିଯିବେ। ମୁଁ ଲେଖିଲି ତା’ ଜୀବନର ଅବ୍ୟକ୍ତ ଅଧ୍ୟାୟ। ପୃଷ୍ଠା ପରେ ପୃଷ୍ଠା ଦିନକୁ ଦିନ ଯୋଡ଼ିଚାଲିଲି। ପରେ ଅନୁଭବ କଲି ଏ କାହାଣୀ ଖୁବ୍ ଦୀର୍ଘ। ରୁଚିତା ମିଶ୍ର ବି କହିଲା ତୁମେ ଏ କାହାଣୀ କଲମରେ ସାରିପାରିବ ନାହିଁ। ମୁଁ ହସି କହିଲି, ଏଠି ପ୍ରତ୍ୟେକ ଝିଅର କାହାଣୀକୁ କଲମରେ କ’ଣ ଲେଖାଯାଇପାରେ! ସତ କହୁଛି, ଯେତେ ଲେଖିଲେ ବି ମୁଁ ରୁଚିତା ମିଶ୍ରକୁ ସନ୍ତୁଷ୍ଟ କରିପାରିଲି ନାହିଁ। ବୋଧେ କରିପାରିବି ନାହିଁ ଏ ଜନ୍ମରେ। କିନ୍ତୁ ଜନ୍ମ ଦେଇଛି ଉପନ୍ୟାସ ‘ପର ପୁରୁଷ’କୁ। ଏ କାହାଣୀ ଉପନ୍ୟାସ ହୋଇ ଆସିବା ଯେତିକି ଆଚମ୍ବିତ କଥା ନୁହେଁ, ତା’ଠୁ ଅଧିକ ଆଶ୍ଚର]୍ୟ୍ୟ କଥା ହେଲା ରୁଚିତା ମିଶ୍ର ଛଦ୍ମବେଶରେ କାହାଣୀ କହୁଥିବା ନାରୀଟି ଆମ ସମାଜରେ ବଞ୍ଚିଥିବା ଯେକୌଣସି ସାଧାରଣ ନାରୀର କାହାଣୀ। ସେକଥା ଅବଶ୍ୟ ଆପଣମାନେ ବିଚାର କରିବେ।

ଆଉ ଗୋଟିଏ କଥା ଏଠାରେ ଗୁରୁତ୍ୱପୂର୍ଣ୍ଣ। ନୂଆକରି କଲମ ଧରିବାବେଳେ ଗପଟିଏ ଲେଖିବାକୁ ସାହସ କରିପାରୁନଥିବା ଝିଅଟିଏ ଦିନେ ଉପନ୍ୟାସ ଲେଖିବାକୁ ମନ ବଳେଇବାର କାରଣ କ’ଣ? କାହାଣୀରେ କେତେ ଝୁଣ୍ଟିଛି, କେତେ ଫୁଟିଛି ରୁଚିତା ମିଶ୍ର, ଏ କାହାଣୀ କେତେ କୋଳେଇବ ସେକଥା ଆପଣମାନେ ହିଁ କଳିବେ। – ବୀଣାପାଣି ପ୍ରଧାନ

Category:

Description

Review

‘ପର ପୁରୁଷ’ ବୀଣାପାଣି ପ୍ରଧାନଙ୍କର ଏକ ପ୍ରଭାବଶାଳୀ ମନସ୍ତାତ୍ତ୍ୱିକ ଉପନ୍ୟାସ। ଏହା ପରଂପରା ଓ ସମକାଳ ମଝିରେ ବଞ୍ଚୁଥିବା ସମସାମୟିକ ପୁରୁଷ ଏବଂ ନାରୀମାନଙ୍କର ଅଙ୍ଗେନିଭା ଅନୁଭୂତିର ବିଶ୍ୱସ୍ତ ବିବରଣୀ। ମଣିଷ ତା’ର ସ୍ୱପ୍ନ ଏବଂ ବାସ୍ତବତାର ମଝାମଝିରେ ବଞ୍ଚିଥାଏ, ଯୋଉଠି ପ୍ରତିଦିନ କିଛି ସ୍ୱପ୍ନଭଙ୍ଗର ହାହାକାର ଶୁଣୁଥାଏ ତ ଆଉ କୋଉଠି ବାସ୍ତବତାର ନିର୍ମମ କୋରଡ଼ାମାଡ଼ ସହୁଥାଏ। କାବ୍ୟିକ ଭାଷା, ସାହସିକ ଠାଣି ଏବଂ ଭାବପ୍ରକାଶରେ ସାମର୍ଥ୍ୟ ବୀଣାପାଣିଙ୍କର ଉପନ୍ୟାସକୁ ନୂଆ ଅର୍ଥ ଦେଇଛି। ଜୀବନ ପାଇଁ ଆସ୍ଥା, ବିଶ୍ୱାସ ଏବଂ ପ୍ରେମ କେତେ ଜରୁରି ସେହିକଥାକୁ ନିଜ ଭାଷାରେ ଲେଖିକା କହିଛନ୍ତି ତାଙ୍କର ‘ପର ପୁରୁଷ’ରେ। – ଗୌରହରି ଦାସ

About the Author

ବୀଣାପାଣି ପ୍ରଧାନ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ ହେଁ ବର୍ତ୍ତମାନ ତାଙ୍କ ପରିବାର ସହିତ ମାଲେସିଆରେ ରହନ୍ତି। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପରିବଶେ ବିଜ୍ଞାନରେ ପିଏଚ୍].ଡି. ସମାପ୍ତ କରିଛନ୍ତି। ଲେଖିବା ପାଇଁ ତାଙ୍କର ଆଗ୍ରହ ପିଲାଦିନରୁ ଥିଲା। ସମୟକ୍ରମେ ତାଙ୍କ ପିତା ଏବଂ ବହୁ ଖ୍ୟାତନାମା ଓଡ଼ିଆ ଲଖେକମାନଙ୍କ ଦ୍ୱାରା ସେ ଅଧିକ ଅନୁପ୍ରାଣିତ ହୋଇଥିଲେ। ତାଙ୍କର ସୃଜନଯାତ୍ରା କିଛି କ୍ଷୁଦ୍ର କବିତା ସହିତ ଆରମ୍ଭ ହୋଇଥିଲା, ତା’ପରେ କ୍ଷୁଦ୍ରଗଳ୍ପ, ଭ୍ରମଣ କାହାଣୀରେ ପରିଣତ ହେଲା। କତେକେ ଗଳ୍ପ ଓ ଭ୍ରମଣ କାହାଣୀ ‘ସମ୍ବାଦ’, ‘ସମାଜ’, ‘କାଦମ୍ବିନୀ’, ‘ରବେତୀ’ ଏବଂ ଅନକେ ଖବରକାଗଜର ସାହିତ୍ୟ ପୃଷ୍ଠା ଦ୍ୱାରା ସ୍ୱୀକୃତିପ୍ରାପ୍ତ। ସେ ଜଣେ ମା’ ତଥା ଶିକ୍ଷାବିତ୍ ପରି ଭୂମିକା ଖୁସିରେ ଗ୍ରହଣ କରିଥିବାବେଳେ ନିଜ ପ୍ରିୟ ଅପରାହ୍ଣ ସମୟରେ ଲେଖାଲେଖି କରିବାକୁ ଭଲପାଆନ୍ତି। ଅଧିକରୁ ଅଧିକ ଜୀବନ ଏବଂ ଏହାର ସୁଖ-ଦୁଃଖର କାହାଣୀ ଲେଖିବାକୁ ସେ ଆଗ୍ରହ ରଖନ୍ତି। ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ବାୟାଚଢ଼େଇର ବସା ଓ ଅନ୍ୟାନ୍ୟ ଗଳ୍ପ’ ୨୦୨୩ରେ ବ୍ଲାକ୍ ଈଗଲ୍ ବୁକ୍ସ ଦ୍ୱାରା ପ୍ରକାଶିତ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 7 August 2025
  • Language ‏ : ‎ Oriya
  • Print length ‏ : ‎ 114 pages
  • ISBN-10 ‏ : ‎ 1645607267
  • ISBN-13 ‏ : ‎ 978-1645607267
  • Item Weight ‏ : ‎ 141 g
  • Dimensions ‏ : ‎ 13.97 x 0.69 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500

Indian Edition Also available on:

Additional information

book-author

Language

Odia

select-format

Paperback