Availability: In Stock

Dhuli

Original price was: ₹300.00.Current price is: ₹270.00.

ମୋର ଏହି ଉପନ୍ୟାସ ଲେଖିବାର ଚେଷ୍ଟା ଭିତରେ ମୁଁ ଅନେକଥର ନିଜକୁ କଷ୍ଟଦେଇଛି । ଭାବିଛି ‘ପ୍ରକୃତରେ ଏ କାହାଣୀଟି କ’ଣ ଉପନ୍ୟାସ ହେବା ଯୋଗ୍ୟ?’ ପର ମୁହୂର୍ତ୍ତରେ ଏହା ଓଡ଼ିଆ ସାହିତ୍ୟକୁ କିଛି ଐତିହାସିକ ତଥ୍ୟ ଯୋଗାଇଦେବାକୁ ମୋର ଚେଷ୍ଟା କହି ନିଜକୁ ବୁଝାଇଛି ।

କାହାଣୀରେ ଘଟଣାଗୁଡ଼ିକ ସତ୍ୟର ପରିକଳ୍ପନାକୁ ଅଙ୍ଗେନିଭା ଅନୁଭୂତିରୁ ଛାଣି ଆଣିଲାବେଳେ ସାନ୍ତ୍ୱନା ଦେଇଛି ନିଜକୁ ‘ଜୀବନର ଉପଲବ୍ଧି ହିଁ ଉପନ୍ୟାସ’ । ବଞ୍ଚିବା ପାଇଁ ସଂଘର୍ଷ, ସଂଘର୍ଷରୁ ଦୁଃଖ, ଯାତନା, ଶେଷରେ ନିଜକୁ ବଞ୍ଚାଇ ରଖିବା ହିଁ ଜୀବନର ସର୍ବଶ୍ରେଷ୍ଠ କାହାଣୀ ।

ହୋରିଆ ନାଇକର ଜୀବନରୁ ଆରମ୍ଭ ଏଇ କାହାଣୀ ବିଗତ ସମୟର ଅନେକ ଇତିହାସକୁ ଦୋହରାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧର ଅସ୍ଥିରତା, ଦେଶାନ୍ତର ହେବାର ଦୁଃଖ, ଭିଟାମାଟି ହରେଇବାର ବେଦନାର ଅନୁଭୂତି କହିଲାବେଳେ ଓଡ଼ିଆ ପ୍ରାଣଟେ ମାଳୟ ମାଟିରୁ କାନ୍ଦିଛି । ପରିଚୟହୀନତାର ଦ୍ୱନ୍ଦ୍ୱ ଭିତରେ ଗୋଟିଏ ଅନାଲୋଚିତ କାହାଣୀ ବା ଉପନ୍ୟାସକୁ ଉପସ୍ଥାପନା କରିଛି । ଶରୀର ଓ ମନରେ ଓଡ଼ିଆ ହୋଇ ଓଡ଼ିଶାକୁ ଭୁଲିଯିବାକୁ ଚାହେଁନି, ଆଜି ବି ସେ ସ୍ମୃତିର ଧୂଳି ମାଖୁଛି । ଏହାହିଁ କାହାଣୀର ମୁଖ୍ୟ ବିଷୟବସ୍ତୁ । — ବୀଣାପାଣି ପ୍ରଧାନ

Category:

Description

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 27 August 2026
  • Language ‏ : ‎ Oriya
  • Print length ‏ : ‎ 208 pages
  • ISBN-10 ‏ : ‎ 1645609219
  • ISBN-13 ‏ : ‎ 978-1645609216
  • Item Weight ‏ : ‎ 245 g
  • Dimensions ‏ : ‎ 13.97 x 1.22 x 21.59 cm

Additional information

book-author

Language

Odia

select-format

Paperback