-
Mahanatakara Mahanayak
₹400.00Ramesh P. Panigrahi(1944)is present on the stage for the last 60 years serving the readers/ audience in different capacities, acting, directing, stage designing and occasionally translating from other languages. Author of 91 plays, 2 novels, more than 100 lyrics for All India Radio and seven fat volumes of theatre criticism, Panigrahi aims to elucidate without fear or favour experiences of a timeless world. When you skim and flip through the pages of these plays searching for the author’s design, you would perhaps decipher something unusual, may be sometimes alien.
-
Mahanta ru Mukhyamantri
₹250.00ଶାନ୍ତନୁ ଗୁପ୍ତା ନିକଟରେ ପ୍ରଧାନମନ୍ତ୍ରୀଙ୍କ ମନ ବି ବାତ୍ ସଂକଳନ ଲେଖିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ମାସିକ ରେଡିଓ ବାର୍ତ୍ତାରୁ ମୋଦୀଙ୍କ ଚିନ୍ତାଧାରା ଏବଂ ମାର୍ଗଦର୍ଶନ ସ୍ପଷ୍ଟ କରିଛନ୍ତି । ‘ଦି ମଙ୍କ ହୁ ବିକେମ ଚିଫ୍ ମିନିଷ୍ଟର’ ବା ମହନ୍ତରୁ ମୁଖ୍ୟମନ୍ତ୍ରୀ ହୋଇଥିବା ବହିରେ ଶାନ୍ତନୁ ଯୋଗୀ ଆଦିତ୍ୟନାଥଙ୍କ ଜୀବନର ଏକ ବିସ୍ତୃତ ବିଶ୍ଲେଷଣ ପ୍ରଦାନ କରିଛନ୍ତି ଏବଂ ଏଥିରେ ଯୋଗୀଙ୍କ ବ୍ୟକ୍ତିଗତ ସାଧାରଣ ତଥା ଆଧ୍ୟାତ୍ମିକ ଦିଗର ବିଶେଷ ସୂଚନା ସହ ନିକଟତର ଘଟିଥିବା ନିର୍ବାଚନ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି ।
ନୂତନ ଭାରତର ଏହି ଯୁବ ତଥା ପରିବର୍ତ୍ତନକାରୀ ନେତାଙ୍କ କାହାଣୀର ତଲ୍ଲୀନ ହେବା ତଥା ପାଠକମାନଙ୍କୁ ଆକର୍ଷିତ କରିବା, ଏହି ପୁସ୍ତକ ଯୋଗୀଙ୍କ ଚରିତ୍ରକୁ ଜୀବନ୍ତ କରିଛି ଏବଂ ଆମକୁ ତାଙ୍କର ପ୍ରମୁଖ ଧାରଣା ଏବଂ ବକ୍ତବ୍ୟ ବୁଝିବାକୁ ଅନୁମତି ଦେଇଛି ତଥା ତାଙ୍କର ଦୃଢ ଚରିତ୍ର ଏବଂ ନିଷ୍ଠାକୁ ପ୍ରଶଂସା କରିଛି ।
‘ମହନ୍ତରୁ ମୁଖ୍ୟମନ୍ତ୍ରୀ’ ହୋଇଥିବା ପୁସ୍ତକଟି ଭଲଭାବରେ ଅନୁସନ୍ଧାନ କରାଯାଇଥିବା ବିସ୍ତୃତ ତଥ୍ୟ ସମ୍ବଳିତ ଏବଂ ଆଲୋକିତ ମନ୍ତବ୍ୟ ପୂର୍ଣ୍ଣ ପୁସ୍ତକ ଅଟେ । ଏହି ପୁସ୍ତକର ଯୋଗୀଙ୍କ କାର୍ଯ୍ୟାବଳୀର ସମସ୍ତ ଦିଗ ସହ ତାଙ୍କ ଆଖପାଖରେ ଘଟିଥିବା ବିବାଦୀୟ ତଥ୍ୟ ମଧ୍ୟ ସାମିଲ ହୋଇଛି । ଏହା ଆଗାମୀ ବର୍ଷ ଗୁଡିକ ପାଇଁ ଏକ ପ୍ରାଧିକୃତ ଅଧ୍ୟୟନ ହେବାର ସମ୍ଭାବନା ରଖେ ।
ଯୋଗୀ ଆଦିତ୍ୟନାଥ ଭବିଷ୍ୟତ ପାଇଁ ଜଣେ ଜାତୀୟ ତଥା ବୈଶ୍ୱିକ ନେତୃତ୍ୱ । ସେ ଭାରତର ନୂତନ ଆକାଂକ୍ଷା ରଖୁଥିବା ପିଢିଙ୍କୁ ପ୍ରତିନିଧିତ୍ୱ କରନ୍ତି, ଯାହାର ଲକ୍ଷ୍ୟ ଭାରତର ପୁରାତନ ଓ ଗହନ ସଭ୍ୟତାକୁ ତ୍ୟାଗ ନ କରି ଦେଶର ବିକାଶ କରିବା ଆସନ୍ତୁ ଯତ୍ନର ସହ ତାଙ୍କ ଦ୍ୱାରା ଆସୁଥିବା ମାର୍ଗଦର୍ଶନକୁ ପାଳନ କରିବା । ସେ ଯୋଗ ମୂଲ୍ୟବୋଧ ନେତୃତ୍ୱର ଏକ ନୂତନ ପ୍ରଣାଳୀକୁ ବିଶ୍ୱକୁ ପ୍ରଦର୍ଶନ କରି ରାଜ୍ୟ ତଥା ତାଙ୍କ ଦେଶକୁ ଉନ୍ନତ କରି ନିଜ ସମାଲୋଚକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରନ୍ତି ।
-
Manara Baigyanika Paribhasa
₹250.00ମଣିଷର ମନ ଚିର ରହସ୍ୟମୟ । ମନର ଏହି ରହସ୍ୟମୟ ସ୍ୱରୂପକୁ ଚିହ୍ନିବା ଦିଗରେ ମନସ୍ତତ୍ତ୍ୱବିଦ୍]ଙ୍କର ସର୍ବକାଳୀନ ପ୍ରଚେଷ୍ଟାର ଅନ୍ତ ନାହିଁ । ମଣିଷ କ’ଣ କରେ, କାହିଁକି କରେ, ଯାହା ବି କରେ ସଚେତନ ଥାଇ କରେ, ନା ଅଚେତନ ଓ ଅବଚେତନ ମନ ତା’ର ବ୍ୟବହାରକୁ ନିୟନ୍ତ୍ରଣ କରୁଥାଏ, ସାମାଜିକୀକରଣ ଦ୍ୱାରା ଅଭ୍ୟାସର ବଶବର୍ତ୍ତୀ ହୋଇ ସେ ଯାହା କହୁଥାଏ ଓ କରୁଥାଏ, ତାହା ସେ ପ୍ରକୃତରେ କରିବାକୁ ଚାହୁଁଥାଏ, ନା ନ ଚାହିଁଲେ ମଧ୍ୟ ଅଭ୍ୟାସର ଶୃଙ୍ଖଳ ମଧ୍ୟରୁ ନିଜକୁ ବାହାର କରିପାରୁନଥାଏ ମନସ୍ତତ୍ତ୍ୱବିଦ୍]ମାନେ ଏହିଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଥାନ୍ତି । ଆଧୁନିକ ମନସ୍ତତ୍ତ୍ୱ ପର୍ଯ୍ୟବେକ୍ଷଣ, ସର୍ଜନାତ୍ମକ କୌଶଳ ଏବଂ ବିଜ୍ଞାନସମ୍ମତ ପ୍ରଣାଳୀର ଉପଯୋଗ କରି ମନୁଷ୍ୟ ମନର ବହୁ ରହସ୍ୟମୟ ଦିଗ ଉପରେ ଆଲୋକପାତ କରିବାର ପ୍ରୟାସ ଜାରି ରଖିଛି । ମନସ୍ତତ୍ତ୍ୱବିଦ୍]ମାନେ ନାନାଦି ବିଶ୍ଳେଷଣ ମାଧ୍ୟମରେ ବିଭିନ୍ନ ମାନସିକ କ୍ରିୟା-ପ୍ରକ୍ରିୟା ସମ୍ବନ୍ଧରେ ପ୍ରକୃତ କାର୍ଯ୍ୟକାରଣ ସମ୍ପର୍କ ବିଷୟରେ ତଥ୍ୟମାନ ଉପସ୍ଥାପନ କରିବାରେ ସଫଳ ହୋଇଛନ୍ତି । ଫଳରେ ଆମ ମନ ଗହୀରର ବହୁ ଅଦ୍ଭୁତ ଧରଣର ରହସ୍ୟମୟ ଘଟଣାକୁ ବୁଝିବା ସମ୍ଭବ ହୋଇଛି । ଜୀବନ ସହିତ ସଂଶ୍ଳିଷ୍ଟ ଥିବା ତାତ୍ପର୍ଯ୍ୟପୂର୍ଣ୍ଣ ଦିଗ ଉପରେ ବିଜ୍ଞାନଲବ୍ଧ ଜ୍ଞାନକୁ ଆଲୋଚନା କରି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏ ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ ।
-
Manara Bhugola
₹350.00ପୃଥିବୀର ଭୂଗୋଳ ପୂରାପୂରି ଅପରିବର୍ତ୍ତିତ ରହୁନାହିଁ । କେଉଁଠି ହ୍ରଦଟି ଶୁଖି ଯାଉଛି ତ ଅନ୍ୟ କେଉଁଠି ନଦୀଟି ଗତିପଥ ପରିବର୍ତ୍ତନ କରୁଛି । ପୁରୁଣା ପାହାଡ଼ର ସବୁଜିମା ହଜିଯିବା ଏବଂ ନୂତନ ଉପତ୍ୟକା ଜନାକୀର୍ଣ୍ଣ ହେବା ଅସମ୍ଭବ ନୁହେଁ । ସମୟକ୍ରମେ ବିଶ୍ୱର ଭୂଗୋଳ ପରିବର୍ତ୍ତିତ ହେଲେ ମଧ୍ୟ ମନୁଷ୍ୟ ମନର ଭୂଗୋଳର ପରିବର୍ତ୍ତନ ଅଧିକ ଦ୍ରୁତ ଏବଂ ଅଧିକ ବିସ୍ମୟକର । ସେଥିପାଇଁ ମଣିଷ ମନର ରହସ୍ୟକୁ ବୁଝିବା ପାଇଁ ମନୋବିଜ୍ଞାନୀ ଓ ସମାଜବିଜ୍ଞାନୀ ଅଧିକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ।
ସୌଭାଗ୍ୟର ବିଷୟ ଯେ ମଣିଷର ବୌଦ୍ଧିକ ପ୍ରଗତି ଓ ସର୍ଜନଶୀଳତାର ବ୍ୟାପ୍ତି ଫଳରେ ମନର ନକ୍]ସାଟିକୁ ପରିକଳ୍ପନା କରିବା ଏବଂ ସମ୍ଭାବ୍ୟ ପରିବର୍ତ୍ତନର ପୂର୍ବାନୁମାନ କରିବା ସମ୍ଭବ ହୋଇଛି । ବିଶେଷତଃ ବିକଶିତ ଜୀବନଶୈଳୀ ପାଇଁ କେଉଁଟି ଉପଯୋଗୀ ଏବଂ କେଉଁଟି ଅନୁପଯୋଗୀ, ତାହାର ଜ୍ଞାନ ସମ୍ଭାର ଉପସ୍ଥାପନ କରିଛନ୍ତି । ଆଧୁନିକ ଯୁଗରେ ସ୍ନାୟୁବିଜ୍ଞାନର ଅଭୂତପୂର୍ବ ଉନ୍ନତି ଓ ଲକ୍ଷ୍ୟ ପୂରଣରେ ଅଧିକ ସହାୟକ ହୋଇଛି । ସଦ୍ୟ ସମର୍ôଥତ ତଥ୍ୟରାଜିକୁ ଆଧାର କରି \”ମନର ଭୂଗୋଳ’ ପୁସ୍ତକର ପରିକଳ୍ପନା ।ଚିତ ।
-
Manoj Das and Laxmi’s Adventure
₹200.00Chapters include:
A Letter for Laxmi The image of a painful soul: Laxmi’s fatherAll over the World: Laxmi’s MotherConfessions of the priest in the story ‘Laxmi’s Adventure’Prayer by the Soul of the pondThe best works of fiction: ‘Laxmi’s Adventure’ The little girl’s condition is more important than two bananasThe greatness of the money lender The great mercy of LaxmikantManoj Das’s Popular story ‘Laxmi’s Adventure’Laxmi is the conscious counterpart of SavitriGangadhar’s Sita and Manoj’s LaxmiTwo feverish characters: a divine woman and a regretted childConversation of Laxmi and GodManoj Das’s ‘Aranyaka’ and ‘Laxmi’s Adventure’: A Comparative studyTwo rays of divine light: Rebati and LaxmiManoj Das’s ‘Laxmi’s Adventure’ and Oscar Wilde’s ‘The Selfish Giant’: A Comparative studyAn expression of the desire of divine Mother: ‘Laxmi’s Adventure’ and ‘Nivedita ra Naishavisara”The Letter of the Last Spring’ and ‘Laxmi’s Adventure’: two divine daughters ‘Groom for Sita’ and ‘Laxmi’s Adventure”Sarvabhuteshu’ and ‘Laxmi’s Adventure’Raibabu in ‘Teeth’ and the priest in ‘Laxmi’s Adventure’ The voice of compassion in ‘Laxmi’s Adventure’ The Mysterious Secret of Child Psychology: ‘Laxmi’s Adventure’The Experience of Laxmi The best story of Manoj Das Two Glorious Forms of Divine MotherBackground
-
Mathematics of Failure
₹600.00Mathematics of Failures is a candid reflection on his creative journey, sharing the experiences, setbacks, and lessons that shaped his path.
-
Melody of Mind
₹300.00Based on the latest discoveries of psychology, neuroscience, and applied behavioural analysis, the book offers conceptual inputs and practical guidelines. Specific attention has been paid to combat depression and uplift positive mental resources. Topics include:
– Preventing the bad
– Promoting the good
– Genes are not destiny
– Combating depression
– Second brain the gut
– Flow: Mechanism of living
– Savouring
– Spirituality
– Mediation
– Psychological resilience
-
Memory and Topography: Orhan Pamuk and the Urban Space
₹350.00Memory and Topography: Orhan Pamuk and the Urban Space is a critical nonfiction that examines how cities are shaped by both memory and architecture. Grounded in Orhan Pamuk’s Istanbul: Memories and the city, the book explores how personal recollection quietly redraws urban maps in tension with state-sanctioned planning and homogenizing spatial agendas. Istanbul emerges as a palimpsest of layered histories, emotions, and overlooked lives that resist erasure, revealing the city not as a static monument but as a living text rewritten by longing, nostalgia, and everyday experience. Extending beyond literary analysis into urban practice, the study positions memory as an ethical guide to planning and design. Although rooted in Istanbul, the book extends to case studies from Mumbai, Jodhpur, Seoul, Bhubaneswar (Odisha) and many others from a global context, showing how memory-led renewal reconciles heritage with contemporary urban needs. These projects model continuity rather than rupture, framing preservation as an expression of spatial justice rather than nostalgia. Advancing the framework of memory-sensitive urbanism, the book advocates planning as an act of remembrance rather than erasure. Ultimately, it envisions the city as a living archive in which memory and modernity dynamically coexist to shape urban life.
-
Mo Odia Abhyasa Bahi
₹100.00My Odia activity book helps the child to practice Odia letters, coloring, join the dots, crossword, numbers and stories. You may buy this author’s “My Odia Book” if you have not it before.
-
Mo Odia Bahi
₹130.00“ମୋ ଓଡ଼ିଆ ବହି” (My Odia book) is a great starting companion and a continuing companion as well, on a journey to learn the great Odia Language, one of the classical languages of India. The book encompasses extensive breadth of wisdom including Odia letters, vocabulary, sentence formation, common proverbs, prayers among others. These all come with numerous visual illustrations and practice tools. The purpose of the book is to make the readers understand the fundamentals and learn its applications in a very simple yet very interesting way. This will certainly be a great piece of asset for children to appreciate the language.
-
Muktikami Mohini Mohana
₹200.00ଫକୀରମୋହନ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟରତ ଥିବାବେଳେ ଲକ୍ଷ୍ୟକଲି ଯେ, ଆମ ପାଠ୍ୟକ୍ରମରେ ମୋହିନୀମୋହନ ସେନାପତିଙ୍କ ବିଷୟରେ କୌଣସି ଉଲ୍ଲେଖ ସୁଦ୍ଧା ନାହିଁ । ଗୋଟିଏ ପଟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର ଭାବରେ ଓ ଅନ୍ୟଦିଗରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ମଧ୍ୟ ପ୍ରପୌତ୍ର ମନେକରି କର୍ତ୍ତବ୍ୟ ନିର୍ବାହ କରୁଥିବା ସମୟରେ ଉପରେ ଉଲ୍ଲିଖିତ ବିଷୟଟି ମୋତେ ବ୍ୟଥିତ କରିଥିଲା । ଅର୍ଥାତ୍ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପାଠ୍ୟ ଖସଡ଼ାରେ ମୋହିନୀମୋହନଙ୍କ ସ୍ଥାନ ନରହିବା ହେତୁ ମୋତେ ହିଁ ନେବାକୁ ପଡ଼ିଥିଲା ଏକ ଚୂଡ଼ାନ୍ତ ନିଷ୍ପତ୍ତି । ମୋହିନୀମୋହନଙ୍କ ଦ୍ୱାରା ରଚିତ ‘ଜୀବଜନ୍ତୁଙ୍କ ଅଧିକାର’ ପ୍ରବନ୍ଧର ସାମ୍ପ୍ରତିକ ଆହ୍ୱାନ ଓ ଆବେଦନ ହୃଦୟକୁ ମୋର ବହୁ ଭାବରେ ଅନୁପ୍ରାଣିତ କରିଦେଲା । ଚିନ୍ତାକଲି ଏହି ପ୍ରବନ୍ଧଟି ହିଁ ସ୍ଥାନ ପାଇବା ଏକାନ୍ତ ଆବଶ୍ୟକ ଓଡ଼ିଆ ସାହିତ୍ୟ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ନିମିତ୍ତ । ପ୍ରବନ୍ଧଟି କୋର୍ସ ଅନ୍ତର୍ଗତ ହେବାରୁ ଛାତ୍ରଛାତ୍ରୀମାନେ କେତେ ଅହ୍ଲାଦ ଓ ଗୌରବ ଅନୁଭବ କରିଛନ୍ତି, ତାହା ସ୍ୱଚକ୍ଷୁରେ ଦେଖିଛି । ସେହିପରି ପିଏଚ୍].ଡି. କୋର୍ସ ୱାର୍କ କରୁଥିବା ଜଣେ ଛାତ୍ରୀଙ୍କୁ ମୋହିନୀ ମୋହନଙ୍କ ସମ୍ପର୍କରେ ଗବେଷଣା କରିବା ପାଇଁ ଏଇଠି ପରାମର୍ଶ ଦେଇଥିଲି ଓ ସେ ମଧ୍ୟ ଏହାକୁ ମୋ ଉପରେ ସମ୍ପୂର୍ଣ୍ଣ ଆସ୍ଥାଶୀଳତା ପ୍ରକଟ କରି ଗ୍ରହଣ କରିଥିବା ଆଉ ଏକ ଆନନ୍ଦମୟ ଅଧ୍ୟାୟ । ଏସବୁ ବିଭିନ୍ନ ପ୍ରକାରର ଅନୁଭୂତି ମୋତେ ଏକ ଶକ୍ତିଶାଳୀ ଅନ୍ତଃପ୍ରେରଣା ପ୍ରଦାନ କରିଥିଲା ମୋହିନୀମୋହନଙ୍କ ସମ୍ପର୍କରେ ଏପରି ଏକ ପୁସ୍ତକର ପରିକଳ୍ପନା, ପରିଯୋଜନା ଓ ପରିପ୍ରକାଶ କରିବାପାଇଁ । ପୁସ୍ତକଟିକୁ ଲେଖିବାବେଳେ ଅନ୍ୟମାନେ ମୋହିନୀ ମୋହନଙ୍କୁ କେଉଁ ଦୃଷ୍ଟିରୁ ବିଚାର କରିଛନ୍ତି ତାହା ତନ୍ନ ତନ୍ନ କରି ମୁଁ ଆଦୌ ଅଧ୍ୟୟନ କରିନାହିଁ ।
-
Mun Bi Maobadi
₹170.00ମାଓବାଦୀ କହିଲେ ଆମ ମନରେ ଡର ଆସେ । ସାଧାରଣ ଲୋକ, ସରକାରୀ ବାବୁ, ପୋଲିସ, ନେତା, ଠିକାଦାର ସମସ୍ତେ ଡରନ୍ତି । ସେମାନେ କୁଆଡ଼େ ନିର୍ବାଚିତ ସରକାରରେ ବିଶ୍ୱାସ କରନ୍ତିନି । ସମାନ୍ତରାଳ ବ୍ୟବସ୍ଥା ଓ କାନୁନ ତିଆରି କରନ୍ତି । ସେମାନଙ୍କ ନଜରରେ ଯିଏ ଅପରାଧୀ ସାବ୍ୟସ୍ତ ହୁଏ, ତାକୁ ଧରିଆଣି ପ୍ରଜାକୋର୍ଟରେ ହାଜର କରନ୍ତି । ପ୍ରଜାକୋର୍ଟ କହିଲେ ଗାଁ ଲୋକଙ୍କ ଉପସ୍ଥିତିରେ ବିଚାର ଚାଲେ । ଆଉ ସ୍ଥାନୀୟ ମାଓବାଦୀ ନେତାଙ୍କ ନିର୍ଦ୍ଦେଶରେ ଦଣ୍ଡ ଦିଆଯାଏ । ଅନେକ ସରକାରୀ କର୍ମଚାରୀ, ଅସାଧୁ ଅଧିକାରୀ, ଲୋଭୀ ଠିକାଦାର, ପୋଲିସ ଇନଫର୍ମରଙ୍କୁ ସେମାନେ ମୃତ୍ୟୁଦଣ୍ଡ ଦେଇଛନ୍ତି, ଯାହାର ହିସାବ ନାହିଁ । ମାଓବାଦୀଙ୍କ କଥା ଆସିଲେ ମୋ ମନକୁ ବିଶିଷ୍ଟ କଥାକାର ଭଗବତୀ ଚରଣ ପାଣିଗ୍ରାହୀଙ୍କ ‘ଶିକାର’ ଗଳ୍ପ ଦୃଶ୍ୟମାନ ହୁଏ । କେମିତି ଝିଅବୋହୂଙ୍କ ଇଜ୍ଜତ ସହ ଖେଳ ଖେଳୁଥିବା ସର୍ଦ୍ଦାରର କଟାମୁଣ୍ଡ ଧରି ଘିନୁଆ ଥାନାକୁ ଯାଏ । ସେତେବେଳଠୁ ଏବେ ପର୍ଯ୍ୟନ୍ତ ଆମ ସମାଜରେ ସର୍ଦ୍ଦାରମାନେ ଅଛନ୍ତି ଏବଂ ସେମାନଙ୍କୁ ଆମ ସାମାଜିକ ବ୍ୟବସ୍ଥା ଓ ଆଇନକାନୁନ କିଛି ବି କରିପାରୁନି । ଘିନୁଆମାନେ ମାଓବାଦୀ ପାଲଟି ଯାଇଛନ୍ତି । ଆଉ ଥାନାକୁ ଯାଉନାହାନ୍ତି । ନିଜେ ନିଜେ ପ୍ରଜାକୋର୍ଟରେ ଦଣ୍ଡ ଦେଉଛନ୍ତି ।