-
Binapani Mohantynka Srusti O Drusti
₹340.00ବୀଣାପାଣି ମହାନ୍ତିଙ୍କ ମତରେ ସାହିତ୍ୟ ଅନ୍ତଃକରଣରୁ ସୃଷ୍ଟି । ୧୯୫୫ ମସିହାରେ ‘ତନ୍ଦ୍ରାହତ’ କବିତାରୁ ତାଙ୍କ ସାହିତ୍ୟଯାତ୍ରାର ଆରମ୍ଭ । ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ତାଙ୍କ ସାରସ୍ୱତ ଜୀବନ ଭାରତୀୟ ପାଠକ ତଥା ଅସଂଖ୍ୟ ନାରୀମାନଙ୍କପାଇଁ ଅଦମ୍ୟ ପ୍ରେରଣାର ଉତ୍ସ ପାଲଟିଛି । ଓଡ଼ିଶାରେ ଓଡ଼ିଆ ଲେଖିକା ସୃଷ୍ଟି କରିବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଷାଠିଏ ଦଶକରୁ ଊର୍ଦ୍ଧ୍ୱ ତାଙ୍କ ସାହିତ୍ୟିକ ଯାତ୍ରା ଏତେ ସହଜ ନ ଥିଲା । ରକ୍ଷଣଶୀଳ ସମାଜର ରୁଢ଼ିବାଦୀ – ତିର୍ଯ୍ୟକ୍ ଦୃଷ୍ଟିପ୍ରତି ଭୟଭୀତ ନ ହୋଇ ସେ ସ୍ୱଚ୍ଛନ୍ଦ ଭାବରେ ସମାଜର ଅନ୍ତର୍ନିହିତ ବିକୃତି, ଅସଂଗତି ତଥା ବାସ୍ତବତାକୁ ନିଜ ଗଳ୍ପସାହିତ୍ୟରେ ଚିତ୍ରିତ କରିଛନ୍ତି । ନିଜର ଶକ୍ତିଶାଳୀ ଲେଖନୀ ଚାଳନାଦ୍ୱାରା ତାଙ୍କର ମୌନ ବିଦ୍ରୋହ ରକ୍ଷଣଶୀଳ ସମାଜ ପାଇଁ ଥିଲା ନମ୍ର ସାରସ୍ୱତ ପ୍ରତିବାଦ । ବିଶିଷ୍ଟ ସାହିତ୍ୟିକ ଅନନ୍ତ ପଟ୍ଟନାୟକ, ଗୌରଚନ୍ଦ୍ର ପଟ୍ଟନାୟକ, ବ୍ରହ୍ମୋତ୍ରୀ ମହାନ୍ତିଙ୍କ ପ୍ରଗତିବାଦୀ ଅନୁଚିନ୍ତା ତାଙ୍କ ସାହିତ୍ୟର ନାରୀବାଦୀ ବିଚାରକୁ ଶକ୍ତି ଯୋଗାଇଥିଲା । ନାରୀର ସମସ୍ୟା, ସଂଗ୍ରାମ, ଯନ୍ତ୍ରଣାର ସେ ପ୍ରତିନିଧିତ୍ୱ କରିଛନ୍ତି । ଜୀବନାନୁଭୂତି ସହିତ ବ୍ୟକ୍ତିକ ଅଭିଜ୍ଞତା ହିଁ ତାଙ୍କ ଲେଖନୀର ସାମର୍ଥ୍ୟ । ଓଡ଼ିଆ ଅସ୍ମିତାର ସେ ଥିଲେ ସଚେତନ ଧାତ୍ରୀ । ସେଥିପାଇଁ ସାମାଜିକ, ସାଂସ୍କୃତିକ ପରିବର୍ତ୍ତନର ସ୍ୱର ତାଙ୍କ ସୃଷ୍ଟି ମଧ୍ୟରେ ପର୍ଯ୍ୟାପ୍ତ ମାତ୍ରାରେ ପରିଲକ୍ଷିତ ହୁଏ ।
ଅଧ୍ୟାପିକା ରେବତୀ ମୁଦୁଲି ବୀଣାପାଣି ମହାନ୍ତିଙ୍କ ସାରସ୍ୱତ ସାଧନାର ବିବିଧ ବୈଚିତ୍ର]୍ୟବିମଣ୍ଡିତ ରୂପକୁ ଖୁବ୍ କଳାତ୍ମକ ଶୈଳୀରେ ମୂଲ୍ୟାୟନ କରିଛନ୍ତି । ବୀଣାପାଣି ମହାନ୍ତିଙ୍କ ସୃଷ୍ଟିସମଗ୍ରର ଆଲୋଚନା ମଧ୍ୟଦେଇ ତାଙ୍କ ବ୍ୟକ୍ତିତ୍ୱର ଅନେକ ମହନୀୟ ଦିଗକୁ ଆକଳନ କରିବାରେ ସେ ସଫଳ ହୋଇଛନ୍ତି । ଷାଠିଏତ୍ତୋର ଓଡ଼ିଆ ସାହିତ୍ୟର କଥାବସ୍ତୁ ଓ ଶୈଳୀଗତ ରୂପକୁ ସ୍ୱତନ୍ତ୍ର କରି ଗଢ଼ି ତୋଳିବାରେ ମହାନ୍ ଲେଖିକା ବୀଣାପାଣି ମହାନ୍ତିଙ୍କ ଅବଦାନ ସଂପର୍କରେ ଡକ୍ଟର ରେବତୀ ମୁଦୁଲିଙ୍କ ଅଧ୍ୟୟନ, ଅନୁଶୀଳନ ଓ ମୂଲ୍ୟାୟନ ବେଶ୍ ଅଭିନନ୍ଦନୀୟ ।
-
Birds of Odisha: A Pictorial Encyclopedia
₹2,900.00This book covers 316 species and distinct sub-species of birds in their natural habitat found in the most diverse avifaunal regions of India, the State of Odisha. It contains pictorial presentation of close-up of more than 1000 stunning images in 722 pages, all of which have been photographed by the father -daughter duo, bringing each bird to life on the pages; and highlights its key features. The book will be of immense utility to growing numbers of bird lovers, bird watchers, photographers, students of natural science, forestry and wildlife as well as professionals, conservationists and those enforcing Wildlife law. This will be a prized addition to various libraries in the state and a must for each Forest Division and Range. Even a common man will find this book endlessly inspiring, interesting, a knowledge base and can acquire deep insight on various bird found in Odisha, their habitat and lifestyle.
A complete and single source of information on Birds of Odisha; and the book is first of its kind in the state, which will be a milestone to spread public awareness on avian fauna of the state. All the photographs have been carefully selected to show the spectacular features of the species. The text provides vital and new information of each species. This book can also be useful as a pictorial field guide for accurate identification for birdwatchers and students. A hugely engaging and indispensable read for all.
-
Biswa Jibana Shantiniketan
₹320.00ମୁଁ ଶାନ୍ତିନିକେତନର ଛାତ୍ର ନଥିଲି ଆଦୌ । ତଥାପି ଏହି ବିଶ୍ୱ ବିଖ୍ୟାତ ପ୍ରତିଷ୍ଠାନ ପ୍ରତି ମୋର ଗଭୀର ଆକର୍ଷଣ ରହିଥିଲା, ପୂର୍ବ ଜନ୍ମର ସ୍ମୃତି ସହିତ ସଂଯୁକ୍ତ ହୋଇଯିବା ପରି ଅପୂର୍ବ । ୧୯୯୭ ମସିହାରେ ଯେତେବେଳେ ମୋର ଅତ୍ୟନ୍ତ ପ୍ରିୟ ଛାତ୍ର ଓ ଅନୁଜ, ସଂପ୍ରତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଶୁକମୁନି ମେହେରଙ୍କ ସହିତ ପ୍ରବେଶ କଲୁ ଶାନ୍ତିନିକେତନ ପରିସରକୁ, ସେତେବେଳେ ମନେ ହେଉଥିଲା ଯେପରିକି ସ୍ୱୟଂ ରବୀନ୍ଦ୍ରନାଥ ଆମକୁ ଦେଖିବା ପାଇଁ ଚାହିଁ ରହିଥିଲେ ଉତ୍କଣ୍ଠିତ ହୋଇ । ମୋର ଅନ୍ୟତମ ଛାତ୍ର ତଥା ମୋ ଆତ୍ମାର ଅବିଚ୍ଛେଦ୍ୟ ଅଂଶ ବର୍ତ୍ତମାନ ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ କୁମାର ପଧାନ ସେ ସମୟରେ ଅଧ୍ୟୟନ କରୁଥାନ୍ତି ଓଡ଼ିଆ ବିଭାଗରେ । ତାଙ୍କରି ଆଖି ଦୁଇଟି ମାଧ୍ୟମରେ ମୁଁ ଦେଖୁଥିଲି ସତେକି ପ୍ରତ୍ୟକ୍ଷ ଭାବରେ ଶାନ୍ତିନିକେତନର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ । ପରବର୍ତ୍ତୀ ସମୟରେ ସେଠାରେ ପିଏଚ୍ଡି ଡିଗ୍ରୀ ନିମିତ୍ତ ଗବେଷଣା କରିବାକୁ ଯାଆନ୍ତି ସ୍ନେହାଧୀନ ଆଜ୍ଞାଧୀନ ସମର୍ପିତ ହୃଦୟ ଧାରଣ-ସକ୍ଷମ ଡକ୍ଟର ବାଳକୃଷ୍ଣ ବେହେରା । ଲକ୍ଷ୍ମଣ ଥିବାବେଳେ ଯାଇଛି ଯେପରି ଶାନ୍ତିନିକେତନକୁ ସେହିପରି ବାଳକୃଷ୍ଣଙ୍କ ସମୟରେ ମଧ୍ୟ । କାୟା ସହିତ ଛାୟା ପରି ଅବିଚ୍ଛନ୍ନ ଥିଲେ ଓ ସାରା ଶାନ୍ତିନିକେତନର କୋଣ ଅନୁକୋଣକୁ ନେଇ ଯାଇଥିଲେ ଏହି ଦୁଇଜଣ ଯେଉଁ ଅନିର୍ବଚନୀୟ ଉତ୍ସାହ ସହିତ, ବୁଲାଇ ଦେଇଥିଲେ ଓ ଭିଜାଇ ଦେଇଥିଲେ ତାଙ୍କର ଅନୁରାଗଦୀପ୍ତ ଆଗ୍ରହ ବଳରେ ତାକୁ ଏ ଜନ୍ମରେ ବିସ୍ମୃତ ହୋଇଯିବା ଏକାନ୍ତ ଅସମ୍ଭବ ।
ଶାନ୍ତିନିକେତନ ଭ୍ରମଣାନୁଭୂତି ମୁଁ ଲେଖିଥିଲି ବରପାଲି କଲେଜର ମୁଖପତ୍ରରେ । ଏ ଅନୁଭୂତି ଦିନେ ଯେ ମୋତେ ଏପରି ପୁସ୍ତକଟିଏ ଲେଖିବା ପାଇଁ ପ୍ରଚୋଦିତ କରିବ, ଏହା ଭାବିପାରି ନଥିଲି କେବେହେଲେ । ଜୀବନରେ ଏକ ଏକ ସଂଯୋଗ ଏପରି ଘଟିଥାଏ ଯାହା ଅଚିନ୍ତନୀୟ ଓ କଳ୍ପନାତୀତ ।
-
Byabaharika Vaidika Ganita (Vedik Mathematics) – Vol 1
₹300.00ମାଧ୍ୟମିକ ପରିଷଦରୁ ଅବସର ଗ୍ରହଣ ପରେ ପାରମ୍ପରିକ ଗଣିତ ଶିକ୍ଷାକୁ ଏକ ନୂତନ ଭାବରେ ରୂପାନ୍ତରିତ କରିବା ତାଙ୍କ କୃତିର ଅନ୍ୟତମ ବିଭାବ । ଏତଦ୍ ବ୍ୟତୀତ ଶିକ୍ଷଣ ଗଣିତଶିକ୍ଷା କ୍ଷେତ୍ରରେ ବିଭିନ୍ନ କୌତୁହଳପ୍ରଦ କୌଶଳ(ଞକ୍ସସମଳଗ୍ଦ)ର ଅବତାରଣା କରି ଡଃ ମିଶ୍ର ବିଦ୍ୟାର୍ଥୀମାନଙ୍କ ପାଇଁ ଗଣିତଶିକ୍ଷାକୁ ସରଳୀକୃତ ଅବସ୍ଥାକୁ ଆଣିବାକୁ ସତତ ଚେଷ୍ଟିତ । ଶିକ୍ଷା, ବିଶେଷ କରି ଗଣିତ ଶିକ୍ଷା ଏକ ଅନ୍ତଃହୀନ ପ୍ରକ୍ରିୟା । ସେସବୁକୁ ଦୃଷ୍ଟିରେ ରଖି ତାଙ୍କର ‘ବୈଦିକ ଗଣିତ’ ଶିକ୍ଷା କ୍ଷେତ୍ରରେ ଏକ ନୂତନ ପ୍ରତିଶ୍ରୁତି ଏକ ନୂତନ ଦିଗନ୍ତ । ବିଦ୍ୟାର୍ଥୀ ତଥା ଗଣିତ ପ୍ରତି ରୁଚି ରଖିଥିବା ପ୍ରତ୍ୟେକଟି ବ୍ୟକ୍ତି ଏଥିରୁ ନିଶ୍ଚିତ ଭାବରେ ଉପକୃତ ହୋଇପାରିବେ ।
-
Byabaharika Vaidika Ganita (Vedik Mathematics) – Vol 2
₹300.00ମାଧ୍ୟମିକ ପରିଷଦରୁ ଅବସର ଗ୍ରହଣ ପରେ ପାରମ୍ପରିକ ଗଣିତ ଶିକ୍ଷାକୁ ଏକ ନୂତନ ଭାବରେ ରୂପାନ୍ତରିତ କରିବା ତାଙ୍କ କୃତିର ଅନ୍ୟତମ ବିଭାବ । ଏତଦ୍ ବ୍ୟତୀତ ଶିକ୍ଷଣ ଗଣିତଶିକ୍ଷା କ୍ଷେତ୍ରରେ ବିଭିନ୍ନ କୌତୁହଳପ୍ରଦ କୌଶଳ(ଞକ୍ସସମଳଗ୍ଦ)ର ଅବତାରଣା କରି ଡଃ ମିଶ୍ର ବିଦ୍ୟାର୍ଥୀମାନଙ୍କ ପାଇଁ ଗଣିତଶିକ୍ଷାକୁ ସରଳୀକୃତ ଅବସ୍ଥାକୁ ଆଣିବାକୁ ସତତ ଚେଷ୍ଟିତ । ଶିକ୍ଷା, ବିଶେଷ କରି ଗଣିତ ଶିକ୍ଷା ଏକ ଅନ୍ତଃହୀନ ପ୍ରକ୍ରିୟା । ସେସବୁକୁ ଦୃଷ୍ଟିରେ ରଖି ତାଙ୍କର ‘ବୈଦିକ ଗଣିତ’ ଶିକ୍ଷା କ୍ଷେତ୍ରରେ ଏକ ନୂତନ ପ୍ରତିଶ୍ରୁତି ଏକ ନୂତନ ଦିଗନ୍ତ । ବିଦ୍ୟାର୍ଥୀ ତଥା ଗଣିତ ପ୍ରତି ରୁଚି ରଖିଥିବା ପ୍ରତ୍ୟେକଟି ବ୍ୟକ୍ତି ଏଥିରୁ ନିଶ୍ଚିତ ଭାବରେ ଉପକୃତ ହୋଇପାରିବେ ।
-
Chetanara Chitralipi
₹380.00ସାହିତ୍ୟିକଚେତନା ଉଭୟ ମୌଳିକ ଲେଖକ ଓ ସମାଲୋଚକଙ୍କ ପାଇଁ ଅତ୍ୟାବଶ୍ୟକ । ଖାଲି ଏତିକି ନୁହେଁ, ଏହି ସାହିତ୍ୟିକ ଚେତନା ଏକ ‘ପାଠ’ ଓ ‘ପାଠକ’ ପାଇଁ ଅନୁରୂପ ଭାବରେ ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତି, ସମାଜ ଓ ସଂସ୍କୃତିର ଆଧାର ହେଉଛି ଏହି ସାହିତ୍ୟଚେତନା ବା ସାହିତ୍ୟିକ ଚେତନା । ଜଣେ ଦାର୍ଶନିକଠାରୁ ଆରମ୍ଭକରି ବୈଜ୍ଞାନିକ, ଗାର୍ହ୍ୟସ୍ଥ, ପାରିପାରିକ, ସାଂସାରିକ ମଣିଷଟିଏ ମଧ୍ୟ ଏହାର ଆବଶ୍ୟକତା ଅନୁଭବ କରିଥାଏ । ଏହି ଚେତନା ସାଧାରଣତଃ ପାଞ୍ଚଗୋଟି ବିନ୍ଦୁରେ ସମାହିତ । ଯଥା –
(୧) ପାଠକୀୟ ଚେତନା ଏହା ପାଠକ/ଦର୍ଶକର ବ୍ୟକ୍ତିଗତ ଦୃଷ୍ଟିକୋଣ, ଆବେଗ, ଅନୁଚିନ୍ତାବିଶେଷ ଅଟେ- ଯାହା ପାଠ/ଲେଖାଟିକୁ ପଢ଼ିଲାବେଳେ କାର୍ଯ୍ୟକାରୀ ହୁଏ ଓ ପ୍ରଭାବଶାଳୀ ହୋଇଥାଏ ।
(୨) ଲେଖକୀୟ ଚେତନା ଏହା ଲେଖକଠାରେ ଦେଖାଯାଏ । ଲେଖକର ଉଦ୍ଦେଶ୍ୟ, ଅନୁଭୂତି, ପ୍ରତ୍ୟୟ ପ୍ରଭୃତି ମୂଲ୍ୟବୋଧଭିତ୍ତିକ ହୋଇ ଟେକ୍ସଟ୍ ବା ପାଠ ମାଧ୍ୟମରେ ପ୍ରତିଫଳିତ ହୋଇଥାଏ ।
(୩) ପାଠ୍ୟ ଚେତନା ଏହା ସେହି ସାହିତ୍ୟକୃତିର ଆଭ୍ୟନ୍ତରୀଣ ଗତିତତ୍ତ୍ୱ (ୟଚ୍ଚଦ୍ଭବଜ୍ଞସମଗ୍ଦ), ବୈଚିତ୍ର]୍ୟ, ସଂରଚନା, ବିରଚନା, ଭାଷା-ଶୈଳୀ ମଧ୍ୟରେ ଅନ୍ତର୍ନିହିତ ।
(୪) ସାଂସ୍କୃତିକ ଚେତନା ସାମାଜିକ, ଐତିହାସିକ ଓ ସାଂସ୍କୃତିକ ପ୍ରସଙ୍ଗସବୁ ସାହିତ୍ୟକୃତିକୁ ପ୍ରଭାବିତ କରିଥାଏ । ଏହା ଏକ ଗୁରୁତ୍ୱପୂର୍ଣ୍ଣ କାରକ ହୋଇ ରହିଥାଏ । ପରୋକ୍ଷରେ ଏ ଚେତନା ଲେଖା ଓ ଲେଖକକୁ ପ୍ରଭାବିତ କରିଥାଏ ।
(୫) ସମାଲୋଚକୀୟ ଚେତନା ସାହିତ୍ୟକୃତିରେ ବ୍ୟବହୃତ ସାହିତ୍ୟିକ ଉପାଦାନାବଳୀ, ଥିମ୍], ବିଷୟବସ୍ତୁ, ପ୍ରତୀକ, ରୂପକ, ରୂପକଳ୍ପ, ରୂପକଥାଦିର ବିଶ୍ଳେଷଣାତ୍ମକ ଓ ମୂଲ୍ୟାୟନମୂଳକ ସଚେତନତା ହିଁ ସମାଲୋଚକୀୟ ଚେତନା ।
-
Chetanara Chitranadi
₹250.00ଆଜି ବି ପଛକୁ ଫେରି ଚାହିଁଲେ ମନେପଡ଼େ ସେଇସବୁ ଦିନ। କିଛି କବିତାର। କିଛି ସମାଲୋଚନାର। ୧୯୭୮ରୁ ‘ଇସ୍ତାହାର’ ସହ ଥିଲି ସମ୍ପୃକ୍ତ। ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ନିର୍ଦ୍ଦେଶରେ କିଛି ପ୍ରବଂଧ ଲେଖା। ପରେ ‘ମୂଲ୍ୟାୟନ’ର ସଂପାଦକ ପ୍ରଫୁଲ୍ଲ ଜଗଦେବଙ୍କ ଅନୁରୋଧରେ ମଧ୍ୟ। ସେଦିନ କବିତାରେ ଅଧିକ ନିମଗ୍ନ ଥିଲି ସତ ତଥାପି ବେଳେବେଳେ ଆବଶ୍ୟକତା ହେତୁ କିଛି କିଛି ସମାଲୋଚନା ଲେଖିଥିଲି। ସେଇସବୁ ସାହିତ୍ୟ ଆଲୋଚନା ବିଦ୍]ଗଧ ପାଠକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା।
୧୯୭୮ରୁ ୧୯୮୫ ମଧ୍ୟରେ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇଥିଲା। ନା ନା ଜଞ୍ଜାଳ ଓ ମୋର ଅଳସୁଆମି ପାଇଁ ସମାଲୋଚନା ଗ୍ରନ୍ଥଟିଏ ପ୍ରକାଶ କରିବା ସମ୍ଭବପର ହୋଇ ପାରିନଥିଲା। ଅନେକ କତିପୟ ବଂଧୁଙ୍କର ବାରମ୍ବାର ଅନୁରୋଧ ହେତୁ ବହୁ ବିଳମ୍ବରେ ଏହା ପ୍ରକାଶିତ ହେଉଛି। ବିସ୍ମୃତିର ଗର୍ଭରୁ ଲେଖାସବୁକୁ ଖୋଜି ଲୋଡ଼ି ସଂଗ୍ରହ କରିବାକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି। ଆଶା କରୁଛି ଏହି ସର୍ଜନଶୀଳ ଅନୁଶୀଳନକୁ ପାଠକମାନେ ଶ୍ରଦ୍ଧାର ସହ ଗ୍ରହଣ କରିବେ।
– ନିରଂଜନ
-
Chinta O Chetana
₹200.00ଜଣେ ବହୁମୁଖୀ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ଶ୍ରୀ ପ୍ରମୋଦ ଧଳଙ୍କ ଜନ୍ମ କେନ୍ଦ୍ରାପଡ଼଼ା ଜିଲ୍ଲା ଆଳି ଥାନାର ଅରଗଳ ଗ୍ରାମରେ। ପ୍ରଥମେ ଭାରତୀୟ ନୌସେନାରେ ପନ୍ଦର ବର୍ଷ ଓ ପରେ ଭାରତ ସରକାରଙ୍କ ଅର୍ଥ ବିଭାଗ ଅଧୀନରେ କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ବିଭାଗରେ ପଚିଶ ବର୍ଷ ଚାକିରି କରି ଅବସର ନେବା ପରେ ଅଧୁନା ଓଡ଼଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି ପେଷାରେ କାର୍ଯ୍ୟରତ। ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ସାର୍ଥକ ସମନ୍ୱୟର ଉଦାହରଣ ହେଉଛନ୍ତି ଶ୍ରୀ ଧଳ। ଏକାଧାରରେ ସେ ଜଣେ ପକ୍ଷୀ ବିଶାରଦ, ୱାଇଲ୍ଡ ଲାଇଫ ଫୋଟୋଗ୍ରାଫର, ଲେଖକ, ଗାଳ୍ପିକ, ସ୍ତମ୍ଭକାର ଓ ସମାଜ ଚିନ୍ତକ। ଦେଶର ପ୍ରାୟ ସମସ୍ତ ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ଭ୍ରମଣ କରି ପଶୁପକ୍ଷୀମାନଙ୍କ ଉପରେ ଅଧ୍ୟୟନ କରିବା ତାଙ୍କର ନିଶା। ଉଭୟ ‘ୱାଇଲ୍ଡ ଓଡ଼଼ିଶା’ ଓ ‘ନେଚର ଆଣ୍ଡ ୱାଇଲ୍ଡଲାଇଫ କଞ୍ଜରଭେସନ ସୋସାଇଟି ଅଫ୍ ଓଡ଼଼ିଶା’ (ଘଡଉଝ)ର ଆଜୀବନ ସଦସ୍ୟ ରହି ସେ ଦିଗରେ ମଧ୍ୟ ଶ୍ରୀ ଧଳ ଅନବରତ କାର୍ଯ୍ୟରତ। ଆମ ସମାଜ, ଭାଷା, ସଂସ୍କୃତି ଓ ପରିବେଶ ଆଧାରିତ ବିଭିନ୍ନ ପ୍ରକାଶିତ ପ୍ରବନ୍ଧ ସଙ୍କଳନ, ‘ଚିନ୍ତା ଓ ଚେତନା’ ଖୁବ ପ୍ରେରଣା ଦାୟକ ହେବ ବୋଲି ଆଶା।
-
Chitra Kahani
₹250.00Chitra Kahani tells the fascinating stories hidden behind the world’s most famous paintings. Ever wondered why an artist created a masterpiece? What struggles they faced? Or the dramatic events that shaped their work? This book takes you behind the scenes; from paintings born during an artist’s darkest moments to artworks that mysteriously vanished and reappeared. Dr. Samantaray reveals the real, human stories that make these masterpieces come alive, proving that every great painting is much more than just colors on canvas it’s a window into an artist’s soul.
-
Climate Change Solution
₹500.00This book addresses the urgent challenge of climate change, exploring its causes, impacts, and solutions with a strong focus on the Indian context. It offers a clear roadmap to achieving Net Zero emissions in India by 2050, combining scientific insights with 365 practical, actionable steps that individuals, communities, businesses, and policymakers can adopt. Whether you’re a student, educator, policymaker, activist, or simply someone who cares about the planet, this book is a wake-up call and a tool for change. It promotes climate literacy and empowers action at local, state, national, and global levels. A must-read for every Indian and every global citizen committed to building a sustainable net-zero planet for future generations. Let this book be your guide, inspiration, and daily reminder that the time to act is now.
-
Co-operative 2025 and World Economy
₹550.00The year 2025 is expected to be strategically important in many ways and will be remembered as a landmark in the history of Indian Cooperative Movement. Firstly, the recognition of cooperative as a conducive vehicle for eradication of poverty, financial inclusion for the people of small means, food security of the nation social services and promoting entrepreneur development are some of the significant contribution made by them globally. Secondly, the declaration by United Nation to celebrate Year 2012 as International Year of Cooperatives is another feather in its cap. The government of India and state governments are also showing the commitment and support for the growth and development of cooperatives in the country.
This book has 58 articles on Co-operative activities in India.
-
COMMITMENT INGRAINED IN LOSS: SUBJUGATION, DISLOCATION AND TRAUMA IN THE NOVELS OF
₹500.00Commitment Ingrained in Loss: Subjugation, Dislocation and Trauma in the Novels of Kazuo Ishiguro offers a profound exploration of memory, trauma, identity, and displacement in Ishiguro’s fiction. Through close readings of A Pale View of Hills, An Artist of the Floating World, The Remains of the Day, Never Let Me Go, The Buried Giant, When We Were Orphans, and The Unconsoled, this study reveals how unreliable narrators, fractured recollections, and silences expose the ethical ambiguities of history and selfhood. Drawing on psychoanalysis, trauma theory, postcolonial critique, and feminist thought, it examines how Ishiguro’s restrained voices grapple with grief, repression, and estrangement. Positioning him as a novelist of quiet radicalism, the book affirms that remembering-however painful-is essential to confronting complicity, sustaining identity, and imagining reconciliation in a world scarred by loss.