-
Parineeta
₹180.00ବଙ୍ଗୀୟ ଔପନ୍ୟାସିକ ଶରତଚନ୍ଦ୍ରଙ୍କ ‘ପରିଣୀତା’ ଉପନ୍ୟାସ ଏକ ବହୁଚର୍ଚ୍ଚିତ, ବହୁ ଭାଷାରେ ଅନୂଦିତ ସାର୍ଥକ ଉପନ୍ୟାସ, ଯେଉଁଠି ଭାରତୀୟ ସମାଜର ପ୍ରେମ, ପ୍ରଣୟ ଓ ମଧୁର ସମ୍ପର୍କର ଚିତ୍ର ବେଶ ପ୍ରତିଫଳିତ। ଏହାର କଥାବସ୍ତୁ କେତୋଟି ଯୁବ ସୁଲଭ ପ୍ରାଣର ପ୍ରବାହକୁ ନେଇ ଚଳ ଚଞ୍ଚଳ। ଭଲ ପାଇବା-ତହିଁରୁ ସମ୍ପର୍କର ମାନସିକ ସଂଘର୍ଷ ସୃଷ୍ଟି, ସନ୍ଦେହର ଘନ କୁହେଳି, ଧାର୍ମିକ ବାତାବରଣକୁ ନେଇ ସାମାଜିକ ସମ୍ପୃକ୍ତି, ପ୍ରେମର ପବିତ୍ରତା, ଚରତ୍ରଗୁଡିକର ସରଳତା ଓ ନିର୍ଦ୍ଦୋଷତା, ସର୍ବୋପରି ପ୍ରେମର ଜୈତ୍ର ପତାକାର ବିଜୟୋତ୍ସବକୁ ସ୍ରଷ୍ଟା ନିଖୁଣ ରୂପେ ବର୍ଣ୍ଣନା କରିଛନ୍ତି।
ଔପନ୍ୟାସିକଙ୍କ ରଚନା ଶୈଳୀ ଓ ଭାଷା ସମ୍ପୂର୍ଣ୍ଣ ସରଳ, ତରଳ, ଭାବଗମ୍ଭୀର ତଥା ବହୁ ଅର୍ଥପୂର୍ଣ୍ଣ। ଯେଉଁଠି ଯେତିକି ଆବଶ୍ୟକ ସ୍ରଷ୍ଟା ତାକୁ ହିଁ ଉପଯୋଗ କରିଛନ୍ତି। ପରିଣୀତା ଏକ ପ୍ରେମ କାହାଣୀ ନୁହେଁ ବରଂ ବଙ୍ଗୀୟ ସାମାଜିକ, ସାଂସ୍କୃତିକ ବୈଭବକୁ ସୂକ୍ଷ୍ମ ବିଶ୍ଳେଷଣ କରିଛି ଯାହାକୁ ଅନୁବାଦକ ଡକ୍ଟର କୈଳାସ ବାଣ୍ଠ ସୁନ୍ଦର ଓ ମାର୍ଜ୍ଜିତ ଭାଷାରେ ଅନୁସୃଜନ କରିଛନ୍ତି। କୋରାପୁଟରେ ଥିବା ସମୟରେ ସେ ଏହାର ମୂଳଭିତ୍ତି ପକାଇଥିଲେ। ମୁଁ ଜାଣିବାରେ ସେ ଜଣେ ପ୍ରଗଳଭ ଶ୍ରେଣୀକକ୍ଷର ଅଧ୍ୟାପକ ଓ ସାରସ୍ୱତ ସଭାମଞ୍ଚର ବାଗ୍ମୀ ବକ୍ତା। ଶବ୍ଦ ଓ ଭାଷାର ଯାଦୁକାରୀ ସ୍ପର୍ଶରେ ସେ ସମସ୍ତଙ୍କୁ ଆକୃଷ୍ଟ କରିପାରନ୍ତି। ତେଣୁ ଅନୁବାଦକଙ୍କର ଭାଷା ଖୁବ ହୃଦୟସ୍ପର୍ଶୀ ବୋଲି ମୁଁ ନିଜେ ଅନୁଭବ କରିଛି। ଆଶା, ଏହା ବହୁ ପାଠକୀୟ ଆଦୃତି ବୃଦ୍ଧି କରିବାରେ ତାଙ୍କୁ ସହାୟକ ହେବ।
ଅନୁସୃଜନଟି ଓଡ଼ିଆ ସାହିତ୍ୟକୁ ତା’ର ଯଥେଷ୍ଟ ଅବଦାନ ରଖିବ କାରଣ ଅନୁବାଦକ ଅନୁବାଦର ସମସ୍ତ ବିଧି ଓ ବିଧାନକୁ ସାଦରେ ଗ୍ରହଣ କରିଛନ୍ତି। ତାଙ୍କର ଶ୍ରମ ସାର୍ଥକ ହେଉ, ଏହାହିଁ ଆଶା କରୁଛି।
–ସଞ୍ଜିତ କୁମାର ଦାସ, ଅଧ୍ୟାପକ, ଇଂରେଜୀ ଭାଷା ଓ ସାହିତ୍ୟ ବିଭାଗ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା, କୋରାପୁଟ
-
Raghu Arakshita
₹350.00କ୍ଷୁଦ୍ରର ପୁଣି ବକ୍ତବ୍ୟ କ’ଣ? ତଥାପି ଯେଉଁମାନଙ୍କର କୃପାକଣା ଲାଭ କରି ଏହି କ୍ଷୁଦ୍ର ଶକ୍ତି ଆଜି ପର୍ଯ୍ୟନ୍ତ ତାର ଅସ୍ତିତ୍ୱର ପରିଚୟ ପ୍ରଦାନରେ କୃତାର୍ଥ ହୋଇଅଛି ସେମାନଙ୍କ ନିକଟରେ ତାହାର ହୃଦୟର କୃତଜ୍ଞତା ଜ୍ଞାପନ କର୍ତ୍ତବ୍ୟ – ସେଥିପାଇଁ ଏଥିର ସୂଚନା।
ମା ଆନନ୍ଦମୟୀଙ୍କର ଅପାର କରୁଣାବଳରେ ଏହି “ରଘୁ ଅରକ୍ଷିତ” ଉପନ୍ୟାସ ଖଣ୍ଡିକ ମୋର ଦେଶବାସୀଙ୍କ ହସ୍ତରେ ଅର୍ପଣ କରିବାକୁ ସକ୍ଷମ ହୋଇଅଛି। କ୍ଷୁଦ୍ର ଶକ୍ତି ଏବଂ ସ୍ୱଳ୍ପଶିକ୍ଷା ଦ୍ୱାରା ମାତୃଭାଷା ସାହାଯ୍ୟରେ ଦେଶ ଓ ଦଶର ଯତ୍]କିଞ୍ôଚତ୍ ହିତ ସାଧନ ମୋର ଜୀବନର ବ୍ରତ- ଏଥିରେ ଜୟ ପରାଜୟ, ସଫଳତା ବିଫଳତା, ବିଶ୍ୱପିତାଙ୍କ ହସ୍ତରେ।
ରଘୁ ଅରକ୍ଷିତ ଆଜକୁ ପ୍ରାୟ ତିନିବର୍ଷ ହେବ ପାଣ୍ଡୁଲିପି ଆକାରରେ ପଡ଼ି ରହିଥିଲା। ମୋର କତିପୟ ସାହିତ୍ୟିକ ସୁହୃଦ୍ ଓ ସମ୍ପାଦକମାନଙ୍କର ଉତ୍ସାହ ଦ୍ୱାରା ଆଶାନ୍ୱିତା ହୋଇ ପ୍ରକାଶ କରିବାକୁ ସାହସୀ ହେଲି। ଏହା ଉତ୍କଳ ନାରୀପ୍ରଣୀତ ପ୍ରଥମ ଉପନ୍ୟାସ କହିଲେ ଅତ୍ୟୁକ୍ତି ହେବନାହିଁ। ଏଥିରେ ବହୁ ଭ୍ରମ ପ୍ରମାଦ ଥିବା ସମ୍ଭବପର। ତଥାପି ଦେବପୂଜାରେ ଦୂବ ବରକୋଳି ପତ୍ରପରି ଏହା ଦେଶବାସୀଙ୍କର ଶ୍ରଦ୍ଧାପୂତ ହସ୍ତରେ ବିନୀତଭାବରେ ଅର୍ପଣ କରୁଅଛି। ଭରସା, ପାଠକପାଠିକା ଦୟା, ବହି ତ୍ରୁଟି ମାର୍ଜନା ଓ ଗୁଣଗ୍ରହଣ କରି ଏଥିପ୍ରତି ସହାନୁଭୂତି ପ୍ରଦର୍ଶନ କଲେ ସମୁଦାୟ ଶ୍ରମ ସାର୍ଥକ ଜ୍ଞାନ କରିବି। କିମଧିକମିତି।
— ବିନୀତା. ପ୍ରଣେତ୍ରୀ, କଟକ, ଅଗଷ୍ଟ ୧୯୨୬ ମସିହା।
-
-
Salabhanjika
₹350.00The novel Salabhanjika is the story of the dark period of Indian history revived from architectural remains. Salabhanjika, the cave architecture of Jaya Vijaya cave of Kumarigiri hill comes to life at dead of the night and depicts the rolling down events of the past to three visitors who had reached the hilltop with intention to get some herbal remedy for leprosy cure. They had been invited to witness 12 episodes in full moon midnights the event of two thousand years ago due to some spiritual blessing. On the background of the story, there is a defeated kingdom that had risen to the climax by the leadership of a saintly Emperor. He is also a saint in the battlefield; political situation forces him to marry for second time for sake of his kingdom. He was unique in giving up the throne next day he fulfilled his target at a young age of 38 and abandoned his thrown in quest of truth of life.
The story is quite mystic made by the auspicious nature of Salabhanjika and the events rolling down from midnight to close at the rise of the Morning Star. The grace of the Queens of Kalinga and the triumph of the emperor is heralded by the romantic damsel touches the emotions. The emperor was an expert in stagecraft.
In fact, Salabhanjika is the English version of the popular Odia novel Nisardha Salabhanjika, with some additional elements. -
Samudra Manisha
₹220.00ଭୀମ ପୃଷ୍ଟିଙ୍କ ‘ସମୁଦ୍ର ମଣିଷ’ ବହିଟିକୁ ନପଢ଼ିଲେ, ଆପଣ ଜାଣିପାରିବେନି ସମସାମୟିକ ଓଡ଼ିଆ ସାହିତ୍ୟର ବାସ୍ତବ ରୂପରେଖଟି କ\’ଣ? ଜାଣିପାରିବେନି, ଉପନ୍ୟାସ ରଚନାରେ ପ୍ରାମାଣିକ ତଥ୍ୟ ଓ କଳ୍ପନାର ସମନ୍ୱୟ କିପରି ତାହାର ଶୈଳୀ ଓ ଭାବବସ୍ତୁ ନିର୍ମାଣରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି? ସମୁଦ୍ର ମଣିଷ ହେଉଛି, ସମୁଦ୍ର ଗ୍ରାସ କରିଛି ଯେଉଁ ମଣିଷମାନଙ୍କୁ, ସେଇମାନଙ୍କର ଅନ୍ତରାତ୍ମାର କୋହ, ନିଃସଙ୍ଗ ବିଳାପ, ଛିନ୍ନ ମୂଳ ହୋଇଯିବାର ଯନ୍ତ୍ରଣାକାତର, ମର୍ମଭେଦୀ ଜୀବନ ଆଲେଖ୍ୟ । ଯେପରି ଜଳବାୟୁର ବିପର୍ଯ୍ୟୟରେ ଅସହାୟ ମଣିଷର ବୁକୁଫଟା କାନ୍ଦ । ଯେପରି ବିଜ୍ଞାନ ସମୃଦ୍ଧ ଶୋଷଣମୁଖୀ ଆଧୁନିକ ସଭ୍ୟତା ଉପରେ ପ୍ରକୃତିର ପ୍ରତିଶୋଧ ।
– ମନୁଆ ଦାସ, ବରିଷ୍ଠ କବି
ଅସହାୟ ଏକ ମାନୁଷ୍ୟିକ ଅବସ୍ଥିତି ଓ ଧୀର ନିରନ୍ତର ଏକ ସାମୁଦ୍ରିକ ଆକ୍ରୋଶର କାହାଣୀ ଭିତରେ ଗଢ଼ା ହେଇଛି ଭୀମ ପୃଷ୍ଟିଙ୍କ ‘ସମୁଦ୍ର ମଣିଷ’ । ଏ ଉପନ୍ୟାସ ମଣିଷର ଶ୍ରେଷ୍ଠତ୍ୱର ଅହଂକାର, ପ୍ରକୃତିର ରଣହୁଂକାରରେ କେଡ଼େ ଅସହାୟ ତାକୁ ପ୍ରତିପାଦିତ କରିଛି । ଲୁଣାପାଣିର ଲବଣୋକ୍ତ ପବନ କୌଣସି ଗ୍ରାମୀଣ ଜୀବନକୁ କେମିତି ନିଷ୍କ୍ରିୟ, ଅସହାୟ କରିଦେଇପାରେ ପରି ବ୍ୟଞ୍ଜନା-ଗଭୀର ଉପସ୍ଥାପନ ଏ ଉପନ୍ୟାସର ଚମତ୍କାରିତା ।
– କଇଳାଶ ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକ
‘ସମୁଦ୍ର ମଣିଷ\’ରେ ପ୍ରକୃତି ଓ ପ୍ରଳୟର ଅସାଧାରଣ ପରିଚର୍ଚ୍ଚା ସହିତ ମଣିଷର ଅନ୍ତହୀନ ଜିଜୀବିଷା ଦେଖିବାକୁ ମିଳେ । ଅସାମାନ୍ୟ ନେରେଟିଭ ଓ ଅସାଧାରଣ ସଂରଚନା ଉପନ୍ୟାସଟିକୁ କାଳୋତୀର୍ଣ୍ଣ କରିପାରିଛି । ବିପର୍ଯ୍ୟୟ ଓ ବିସ୍ଥାପନର ଏ ମହାଗାଥା ମାନବ ସଭ୍ୟତାର ନୂଆ ଇତିହାସ ଲେଖିସାରିଛି ।
– ସତ୍ୟପ୍ରିୟ ମହାଳିକ, ବରିଷ୍ଠ ସାହିତ୍ୟିକ
-
Sati Sadhwee Kulata
₹230.00ସୀତା ସ୍କୁଲରେ ପାଦ ଦେବା ଦିନଠୁ ତାର ଅନେକ ସାଙ୍ଗ ସୃଷ୍ଟି ହୋଇଛନ୍ତି । ଅନେକ ସ୍କୁଲ ଝିଅଙ୍କ ସହିତ ତା’ର ବଢିଛି଼ ଆତ୍ମୀୟତା । ଅନେକ ଦିନ ଧରି ଅତୁଟ ରହେ ସେ ଅନ୍ତରଙ୍ଗତା । ପୁଣି କେତେ ଜଣଙ୍କ ସହିତ ତା’ର ନୂତନ ଭାବେ ଜାତ ହୁଏ ଆତ୍ମୀୟତା । କେଉଁଠି କେତେବେଳେ ଯୋଡ଼ି ହୁଏ ଅଠାଲଗା କାଗଜ ପରି । ସେଇ ଆତ୍ମୀୟତା, ବନ୍ଧୁତ୍ୱ ବା ସାହଚର୍ଯ୍ୟ ଭିତରେ ସୀତା ସହିତ ଯେଉଁ ଦି’ ଜଣ ଝିଅଙ୍କ ଅତୁଟ ରହିଛି ସଂପର୍କ, ସେମାନେ ହେଲେ ମିତା ଓ ଲଳିତା । ଏହି ତିନି ସାଙ୍ଗ ବନ୍ଧୁତ୍ୱର କଷଟିରେ ଅନେକ ଥର ପରୀକ୍ଷିତ ହୋଇଛନ୍ତି । ବନ୍ଧୁତ୍ୱ ଏମାନଙ୍କର ଅତୁଟ, ଅଟଳ ଓ ସୁଦୃଢ଼ । କାଳକ୍ରମେ ଏମାନେ ବାଳିକା ପ୍ରାଥମିକ ବିଦ୍ୟାଳୟର ପାଠ ସମାପ୍ତ କରି ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇଛନ୍ତି । ଉଚ୍ଚ ବିଦ୍ୟାଳୟରୁ କଲେଜକୁ ଯାଇଛନ୍ତି ।
ଏମାନଙ୍କ ମଧ୍ୟରୁ ଜଣେ ବଣିକ କନ୍ୟା । ଅନ୍ୟ ଜଣେ କୃଷକ କନ୍ୟା ଓ ଶେଷଟି ଶିକ୍ଷକ କନ୍ୟା । ଏଇ ସହରର ବିଖ୍ୟାତ ବ୍ୟବସାୟୀମାନଙ୍କ ମଧ୍ୟରେ ଲଳିତାର ବାପା ଅନ୍ୟତମ । ମିତାର ବାପା ଜଣେ ବଡ଼ ଚାଷୀ । ସୀତାର ବାପା ଜଣେ ପ୍ରାଇମେରୀ ସ୍କୁଲର ଶିକ୍ଷକ ।
-
Sati Sadhwi Kulata
₹3.50- Binding: paperback
- Language: oriya
- Manufacturer: Black Eagle Books
- Brand: Black Eagle Books
- Publication date: 2023-11-12T00:00:01Z
-
Satyabhama
₹240.00‘ସତ୍ୟଭାମା’ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ଅଷ୍ଟମ ପାଟରାଣୀ । ପୁରାଣ ବର୍ଣ୍ଣିତ ସତ୍ୟଭାମାଙ୍କ ଜୀବନୀକୁ ନେଇ ଉପନ୍ୟାସଟିକୁ ପ୍ରସ୍ତୁତ କରିଛନ୍ତି ପ୍ରଫେସର ଲକ୍ଷ୍ମୀ ପ୍ରସାଦ । ସତ୍ୟଭାମା ଥିଲେ ଜଣେ ବୀରା ନାରୀ । ତାଙ୍କର ପରାକ୍ରମ ଏବଂ ଶ୍ରୀକୃଷ୍ଣଙ୍କ ସହିତ ପ୍ରେମ, ପ୍ରଣୟ ଏହି ଉପନ୍ୟାସର ବିଷୟବସ୍ତୁ ।
-
Sharasajya
₹200.00ହୃଦୟରୁ ଝରୁଥିବା ରକ୍ତରେ ଲେଖାଯାଇଛି ଶରଶଯ୍ୟା, ଜୀବନ ଯନ୍ତ୍ରଣାର ଭୟଙ୍କର ଅନୁଭବ । ପଢ଼ିଲା ବେଳେ ଆଖିରୁ ଝରିଆସୁଥିବା ଲୁହକୁ ଅଟକାଇ ପାରିଲିନି । ଆଉ ଏ ବହିର ‘ମାଷ୍ଟର ପିସ୍]’ ତ୍ରୟୋଦଶ ଅଧ୍ୟାୟ ‘ଭଗବାନଙ୍କୁ ଗୋଟେ ଖୋଲାଚିଠି’ ମୋ ଅନ୍ତରକୁ ଦୋହଲାଇ ଦେଇଥିଲା । କଷ୍ଟ ଯନ୍ତ୍ରଣା ସମୁଦ୍ରରେ ବୁଡ଼ି ବୁଡ଼ି ଜଣେ ଏତେ ସକାରାତ୍ମକ ଭାବରେ ଭଗବାନଙ୍କୁ ନିଜର କରିବାରେ କାର୍ପଣ୍ୟ କରିନାହାଁନ୍ତି । “ଆପଣ ଏହି ଲୁଚକାଳି ଖେଳ ଛାଡନ୍ତୁ ଏବଂ ମୋ ସାମନାକୁ ଆସନ୍ତୁ । ମୁଁ ମୋ ବାଳ ଧୋଇଦେବି ଏବଂ ସେଗୁଡ଼ିକୁ ଏକାଠି କରି ବାନ୍ଧି ଦେବି । ମୁଁ ମୋର ଅତିପ୍ରିୟ ମୟୁରକଣ୍ଠୀ ନୀଳ ଶାଢ଼ୀରେ ସଜେଇ ହେବି । ଆପଣ ମୋର ଟର୍କିସ୍ କାନଫୁଲ ଏବଂ କଙ୍କଣ ଦେଖି ମୋତେ ଚହ୍ନିପାରିବେ । ମୁଁ ମୋ ବାରଣ୍ଡାରେ ଆପଣଙ୍କ ସହିତ ବସିବି କାଡ଼ାମନ ବାସ୍ନାର କଫି ସହିତ । ମୁଁ କିଛି ବି ପ୍ରଶ୍ନ ପଚାରିବି ନାହିଁ । ଆମେ ଉଭୟେ ଉଭୟଙ୍କର ସୌହାର୍ଦ୍ଦ୍ୟ ଅନୁଭବ କରିବା ମୋ ବାରଣ୍ଡାରେ ଲାଗିଥିବା ଦୋଳି ଉପରେ ବସି । ମୁଁ ଆପଣଙ୍କ କାନ୍ଧ ଉପରେ ମୁଣ୍ଡ ରଖିବି । ମୁଁ ଚାହେଁ ଆପଣ ଆପଣଙ୍କ ରୁମାଲରେ ମୋ ଲୁହ ପୋଛି ଦିଅନ୍ତୁ । ମୁଁ ବହୁତ ଥକି ଯାଇଛି କିନ୍ତୁ ହାରି ଯାଇନି ।”
ପୁସ୍ତକଟିରେ ଅନେକ ସ୍ଥାନରେ ପୁନଃ କଥନ ଓ ଅତିକଥନ ବେଳେବେଳେ ଅପ୍ରୀତିକର ଲାଗିପାରେ କିନ୍ତୁ ଯନ୍ତ୍ରଣାର ଅନୁଭବ, ଆକସିଡେଣ୍ଟାଲ, ଡାକ୍ତରଖାନାର ୧୧ ମାସର କଷ୍ଟ, ୧୬ରୁ ଅଧିକ ଅପରେସନ ବିରଳ ବ୍ୟାକ୍ଟୋରିଆ ଇନ୍]ଫେକ୍ସନ, ଆତ୍ମୀୟ, ପୁଅ, ଝିଅ, ସ୍ୱାମୀ, ସାଙ୍ଗସାଥୀ ମାନଙ୍କର ଭୂମିକା ଡାକ୍ତର ଓ ଥେରାପିଷ୍ଟ ମାନଙ୍କର ସାହାଯ୍ୟ ୧୪ଟି ଅଧ୍ୟାୟରେ ଲିପିବଦ୍ଧ ହୋଇଛି । ଶେଷ ଅଧ୍ୟାୟ ଜୀବନକୁ ଏସବୁ ପରେ ବି ସେ ଅତିମାତ୍ରାରେ ଭଲ ପାଆନ୍ତି ।
ସର୍ବଶେଷ ଉପଲବ୍]ଧି ହେଲା, “ତୁମେ ଯେତେବେଳେ ହସୁଛ, ପୃଥିବୀ ତୁମ ସହିତ ହସେ, କିନ୍ତୁ ତୁମେ ଯେତେବେଳେ କାନ୍ଦୁଛ, ତୁମକୁ ଏକାହିଁ ସବୁ ଯନ୍ତ୍ରଣା ପିଇ କାନ୍ଦିବାକୁ ପଡ଼େ ।”
-
Shila Darpana
₹369.00Janhabi Mishra’s second novel “Shila Darpana”. This has received the prestigious Dr. Kunja Bihari Dash award for the best manuscript.
Janhabi Mishra’s second novel “Shila Darpana”. This has received the prestigious Dr. Kunja Bihari Dash award for the best manuscript.
-
Siddhartha
₹250.00Siddhartha is Hermann Hesse’s literary masterpiece—a poetic and philosophical novel that chronicles one man’s lifelong spiritual journey in search of truth, enlightenment, and self-discovery. Set in ancient India, the novel follows Siddhartha, a young Brahmin, who renounces conventional life and undergoes a series of profound experiences—from asceticism and sensual pleasure to worldly success and eventual stillness by the river. Along the way, he explores the nature of desire, suffering, and the illusion of time—ultimately realizing that wisdom is not taught but lived.
The path to enlightenment begins within.
- Explores themes of self-realization, detachment, love, and inner peace.
- A profound novel that bridges Eastern spirituality and Western literary tradition.
- Ideal for readers of Buddhism, Vedanta, Zen, Stoicism, and self-inquiry.
- Offers a non-dogmatic approach to spiritual growth.
- Continues to resonate with readers in times of personal transition or existential reflection.
-
Siddhartha
₹230.00ନିର୍ବାଣ ପାଇଁ ଜିଜ୍ଞାସା ରଖିଥିବା ସିଦ୍ଧାର୍ଥ ଭିନ୍ନ ଭିନ୍ନ ଅନୁଭବ ଲାଭ କରି ପରିଶେଷରେ ନିର୍ବାଣ ଲାଭ କରିଥିଲେ । ପ୍ରତ୍ୟେକ ମଣିଷ ଯିଏ କିଛି ପ୍ରାପ୍ତିର ଆକାଂକ୍ଷା ରଖନ୍ତି, ତାଙ୍କୁ ସିଦ୍ଧାର୍ଥ ଭଳି ସାହସୀ ହେବାକୁ ହେବ । କେବଳ ନିଜ ଅନୁଭବ ଦ୍ୱାରା ହିଁ ମୋକ୍ଷପ୍ରାପ୍ତି ଅବା ନିର୍ବାଣ ସମ୍ଭବ । କାରଣ ଜ୍ଞାନକୁ ନା ଶିକ୍ଷା ଦିଆଯାଇପାରେ ନା ଅନ୍ୟର ଅନୁଭବରୁ ତାହା ଆମକୁ ମିଳେ । ନିଜସ୍ୱ ଅନୁଭବ ଦ୍ୱାରା ହିଁ ଜ୍ଞାନଲାଭ ସମ୍ଭବ । ମାନବ ନଦୀ ଭଳି ନିଜ ଭାବନାକୁ ପ୍ରତିରୋଧ ନ କରି ବହିଯିବାକୁ ଛାଡ଼ିଦେବା ଉଚିତ । ନଦୀର ମାର୍ଗରେ ଯଦି ବିଶାଳ ପଥରଖଣ୍ଡ ଆସି ଅନ୍ତରାୟ ସୃଷ୍ଟି କରେ ତେବେ ନଦୀର ସ୍ରୋତ ତା’ର ଚତୁଃପାଶ୍ୱର୍କୁ ଆପ୍ଳୁତ କରି ଆଗକୁ ବହିଚାଲେ । ‘ସିଦ୍ଧାର୍ଥ’ ଉପନ୍ୟାସରେ ‘ଜ୍ଞାନ’ ଏବଂ ‘ଶିକ୍ଷା’ ମଧ୍ୟରେ ଥିବା ପାର୍ଥକ୍ୟ ସୁସ୍ପଷ୍ଟ । ଶିକ୍ଷା ସମସ୍ତଙ୍କୁ ଦିଆଯାଇପାରେ; ମାତ୍ର କଠିନ ପରିଶ୍ରମ ଦ୍ୱାରା ଜ୍ଞାନପ୍ରାପ୍ତି ସମ୍ଭବ ଏବଂ ଏହା କେବଳ ମାନବର ଅନୁଭବ ଦ୍ୱାରା ହାସଲ ହୋଇପାରେ । ଜ୍ଞାନରୁ ହିଁ ମୋକ୍ଷ (ନିର୍ବାଣ) ଲାଭ ହୁଏ । ମାନବର ଭାଗ୍ୟ ଓ ତା’ର ଜୀବନର ମାର୍ଗ ତାକୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼େ । ମଣିଷର ମନ ଯେଉଁଠାରେ ନିବିଷ୍ଟ ହୁଏ, ସେହିଠାରେ ହିଁ ଜ୍ଞାନ ତାକୁ ପ୍ରାପ୍ତ ହୁଏ । ‘ମନ ମୂଳେ ଏ ଜଗତ’ – ଏହା ‘ସିଦ୍ଧାର୍ଥ’ ଉପନ୍ୟାସର ଅନ୍ତଃସ୍ୱର ।