• Dhusara Saisaba

    Dhusara Saisaba

    ଗୋବିନ୍ଦ ମିଶ୍ର କେବଳ ଆଧୁନିକ ହିନ୍ଦୀ ସାହିତ୍ୟର ନୁହନ୍ତି, ସମସାମୟିକ ଭାରତୀୟ ସାହିତ୍ୟର ଏକ ମୁର୍ଦ୍ଧନ୍ୟ ଓ ବଳିଷ୍ଠ ସ୍ୱର । ଦୀର୍ଘ ଛଅ ଦଶନ୍ଧିରୁ ଅଧିକ କାଳ ଧରି ସେ ସାହିତ୍ୟ ସାଧନାରେ ନିମଗ୍ନ । ଉଚ୍ଚ ପ୍ରଶାସନିକ ପଦପଦବୀରେ ରହିସୁଦ୍ଧା ଚିନ୍ତା ଓ ଚେତନାରେ ସେ ସଦାବେଳେ ମାଟିମନସ୍କ ଓ ସାମାଜିକ ସତ୍ୟାନୁସନ୍ଧାନୀ । ତାହା ତାଙ୍କର ଗଳ୍ପ ଓ ଉପନ୍ୟାସ ଉଭୟରେ ବାରମ୍ବାର ପାଠକମାନେ ଦେଖିବାକୁ ପାଇଥାନ୍ତି ।୧୯୬୦ ଦଶକ ବେଳକୁ ହିନ୍ଦୀ ସାହିତ୍ୟରେ ଯେଉଁ ନୂଆ ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଥିଲା, ସେଥିରେ ପରମ୍ପରାବାଦୀଙ୍କ ବିରୁଦ୍ଧରେ ‘ନୟୀ କହାନୀ’ ଆନ୍ଦୋଳନର ପ୍ରବକ୍ତାମାନେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ ।

    ଆଲୋଚିତ ଉପନ୍ୟାସ ‘ଧୂଲ୍ ପୌଧୋଁ ପର’ ସମ୍ପୂର୍ଣ୍ଣ ରୂପେ ଏକ ପରୀକ୍ଷାନିରୀକ୍ଷାଧର୍ମୀ ସାମାଜିକ- ମନସ୍ତାତ୍ତ୍ୱିକ ଉପନ୍ୟାସ ଯେଉଁଥିରେ ଜଣେ ନାରୀର ଏକକ ସଂଗ୍ରାମକୁ ଅତି ନିଖୁଣ ଭାବେ ଚିତ୍ରିତ କରାଯାଇଛି । ନିଜ ସହ ଜଣେ ସଂଘର୍ଷ କରୁଥିବା ନାରୀ ନିଜ ପରିବାର ଓ ସମାଜ ସହ ଯେତେବେଳେ ସାମ୍]ନା କରେ, ସେ ସଂଘର୍ଷ କରେ, ତା’ସହିତ କେହି ସହଯୋଦ୍ଧା ନଥାନ୍ତି । ଏପରିକି ସମୟ ମଧ୍ୟ ହାତ ଛାଡ଼ିଦିଏ । ସ୍ଥାନ, କାଳ ଓ ପାତ୍ର ଏକ ଚକ୍ରବ୍ୟୂହ ରଚନା କରନ୍ତି ଓ ନିଷ୍ପାପ ଅଭିମନ୍ୟୁଟି ଯୁଦ୍ଧ କରିଚାଲେ । କିନ୍ତୁ ଏ ଯୁଦ୍ଧରେ ଅଭିମନ୍ୟୁ ସପ୍ତରଥୀଙ୍କ ଦ୍ୱାରା ନିପାତ ହୁଏନାହିଁ । ବରଂ ସେ ସମୟ ଓ ସମାଜ ନିକଟରେ ନିଜର ଯଥାର୍ଥ୍ୟ ପ୍ରତିପାଦନ କରେ । ସବୁ ସିଦ୍ଧି ପାଇଁ ଯେପରି ସାଧନା କରିବାକୁ ପଡ଼ିଥାଏ, ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିଥାଏ ତାହା ହିଁ ଘଟିଛି ଏ ଉପନ୍ୟାସର ନାରୀଟି କ୍ଷେତ୍ରରେ । ସେ ପ୍ରମାଣିତ କରିଛି, ସେ ଅବଳା ନୁହେଁ, ତା’ର ମଧ୍ୟ ପ୍ରତିବାଦ କରିବାର ଅଧିକାର ଅଛି । ସେଇ ଅଧିକାର ବଳରେ ସେ ପରିବାରକୁ, ସମାଜକୁ ବଦଳାଇଛି । ବଦଳାଇ ଦେଇଛି ନାରୀ- ପୁରୁଷ ମଧ୍ୟରେ ଥିବା ପାରମ୍ପରିକ ସମ୍ପର୍କ ଓ ସଂଜ୍ଞାକୁ । ଶିକ୍ଷା ଠାରୁ ଆରମ୍ଭ କରି ସାମାଜିକ ସଂସ୍କାରରେ ଥିବା କଳ୍ମଷକୁ ।

    300.00
    Add to cart
  • Dhusara Suryasta

    Dhusara Suryasta

    This short novel captures the story of a vivacious, yet self-effacing retired professor who on being a paralytic, dies an almost lonely and heartrending death with the sophisticated members of the family abandoning him on one pretext or the other. The emotional intensity displayed by everyone in the family towards this lovable person gradually wanes and gives way to a sense of indifference. This is overtaken by resentment and anger against him. They fervently wish him dead. The novel has been made into a highly acclaimed radio drama. As a stage drama its appeal was equally massive.

    180.00
    Add to cart
  • Digbijayee Gajapati: Bijaya Bahuda

    Digbijayee Gajapati: Bijaya Bahuda

    ଏହି ପୁସ୍ତକଟି ପାଠକଙ୍କୁ ନେଇଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ସହିତ ରାଜଧାନୀ କଟକର ବାରବାଟୀରୁ ତଦାନୀନ୍ତନ ଗମନାଗମନ ରାସ୍ତାର ଗଡ଼ଗୁଡିକରେ ରାତ୍ରିଯାପନ କରି ଗଜପତି ଜୀବନର ସମସ୍ତ ସାଫଲ୍ୟ କାହାଣୀ ଅବଗତ କରାଇ ପୁଣ୍ୟତୋୟା କୃଷ୍ଣାନଦୀ ତଟ ବିଜୟବାହୁଡା ଓଡ଼ିଆ ଗଡ଼କୁ । ଦିନେ ଯେ ସିଂହାସନରୁ ଅବତରଣ କରି ଗଜପତି ଛଅଜଣ ମହାପାତ୍ରଙ୍କ ସହିତ ବିଜୟବାହୁଡ଼ା ଗସ୍ତକରିବେ ଏବଂ ଅନ୍ତିମ ଶଯ୍ୟାରେ ନିଜର ସମସ୍ତ ଅଳଙ୍କାର ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରି ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିବେ ଏହା ବିଧିର ବିଧାନ ଥିଲା । ଏହା ସହିତ ଅନ୍ତର୍ନିହିତ ଥିଲା ଗଜପତି ପରିବାର ପାଇଁ ଦାୟାଦ ଚୟନରେ ଜଗନ୍ନାଥଙ୍କର ସ୍ୱପ୍ନାଦେଶର ଫଳାଫଳ ।

    ପଞ୍ଚଦଶ ଶତାବ୍ଦୀ ମଧ୍ୟଭାଗର ଓଡ଼ିଶା ରାଜ୍ୟଧାରଣ କରିଥିଲା ଦିଗବିଜୟରେ ମଣ୍ଡିତ ବିଶାଳ ସମ୍ରାଜ୍ୟ, ଧନଧାନ୍ୟରେ ପରିପୂର୍ଣ୍ଣ ରାଜ୍ୟର ରାଜକୋଷ, ସୁନ୍ଦର ସ୍ୱର୍ଣ୍ଣାଳଙ୍କାର-ଶୋଭିତ ଶ୍ରୀମନ୍ଦିରର ତ୍ରିମୂର୍ତ୍ତି ଏବଂ ପଡ଼ୋଶୀଙ୍କୁ ଆକର୍ଷଣ କଲାପରି ଆଦର୍ଶ ଓଡ଼ିଆ ଜୀବନ । ନିଜ କଳେବରରୁ ବ୍ୟାପ୍ତ ଅସୁମାରି ଗଡ଼ଗୁଡିକର ସୁପରିଚାଳନା, ସାମରିକ ଗତିବିଧି ଗଜପତିଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଥିଲା । ଓଡ଼ିଶାର ସୁବର୍ଣ୍ଣଯୁଗ ଆସିଥିଲା ଗଜପତି କପିଳେନ୍ଦ୍ରଦେବଙ୍କ ଦିଗବିଜୟ କାଳରେ (୧୪୩୫-୧୪୬୬ ମସିହା) ଯେତେବେଳେ ରାଜ୍ୟର ସୀମା ଉତ୍ତରରେ ଗଙ୍ଗାନଦୀରୁ ଦକ୍ଷିଣରେ କନ୍ୟାକୁମାରୀ ସ୍ପର୍ଶ କରିଥିଲା ।

    ସମଗ୍ର ଭାରତ ଯବନ ଆକ୍ରମଣରେ ଅତିଷ୍ଠ ହେବାବେଳେ ସେହି ଗଜପତି ପଞ୍ଚଦଶ ଶତାବ୍ଦୀର ସର୍ବଶକ୍ତିମାନ ହିନ୍ଦୁ ସମ୍ରାଟ ଥିଲେ । ଓଡ଼ିଆ ପାଇକମାନଙ୍କର ଗଜପତି ବାହିନୀ ରାଜ୍ୟର ପ୍ରତିଦିଗକୁ ଦିଗ୍]ବିଜୟ ଅପ୍ରତିହତ ରହିଥିବାବେଳେ, ରାଜ୍ୟର ଅଭ୍ୟନ୍ତରରେ ସମନ୍ୱିତ ହୋଇ ଗଢ଼ି ଉଠିଥିଲା ଓଡ଼ିଶା ରାଷ୍ଟ୍ର, ତେଜି ଉଠିଥିଲା ଓଡ଼ିଆ ଭାଷା ଆଉ ଆଧ୍ୟାତ୍ମିକ ଭାବରେ ଶ୍ରୀଜଗନ୍ନାଥ ପ୍ରକଟିତ ହୋଇଥିଲେ ଓଡ଼ିଶାର ରାଷ୍ଟ୍ରଦେବତା ଭାବରେ ।

    250.00
    Add to cart
  • Doctor  Deb

    Doctor Deb

    ଔପନ୍ୟାସିକା ଅମୃତା ପ୍ରୀତମ ସ୍ୱୀକାର କରିଛନ୍ତି ଯେ ତାଙ୍କଠାରୁ ବୟସରେ ଦଶବର୍ଷ ସାନ ନିଜ ପ୍ରେମିକ ଇମ୍ରୋଜ ତାଙ୍କର ଡାକ୍ତର ଦେବ ଏବଂ ସେ ନିଜେ ମମତା । ତାଙ୍କ ଜୀବନର ବାସ୍ତବ କାହାଣୀ ଏହି ଉପନ୍ୟାସରେ ଚିତ୍ରିତ । ସାମାଜିକ ପ୍ରତିଷ୍ଠା ଏବଂ ସ୍ଥିତିକୁ ବିଚାର କରି ମମତାଙ୍କ ପିତା ଜଗଦୀଶଙ୍କ ସହିତ ତାଙ୍କର ବିବାହ ଦିଅନ୍ତି, କେବଳ ତାଙ୍କ ଇଚ୍ଛା ବିରୁଦ୍ଧରେ । ମମତାଙ୍କ ଅନ୍ୟତ୍ର ବିବାହ ପରେ ଡାକ୍ତର ଦେବ ସାରା ଜୀବନ ପାଇଁ ଅବିବାହିତ ଥାଇ ରୋଗୀଙ୍କ ସେବା ଶୁଶ୍ରୂଷାରେ ନିଜକୁ ନିୟୋଜିତ କରିଛନ୍ତି । ଏପରିକି ସାମ୍ପ୍ରଦାୟିକ ହିନ୍ଦୁ ଓ ମୁସଲମାନ ଦଙ୍ଗା ସମୟରେ ନାନା ଘାତ ପ୍ରତିଘାତ ମଧ୍ୟରେ ନିଜ ଜୀବନକୁ ବିପନ୍ନ କରି ରୋଗୀ ସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ରୂପେ ଗ୍ରହଣ କରିଛନ୍ତି । ଏ ସମୟରେ ସେ ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ଅପୂର୍ବ ଭାତୃତ୍ଵଭାବ ସୃଷ୍ଟି କରିଛନ୍ତି । ସମାଜ ପାଇଁ ସମର୍ପିତ ଜୀବନ ତାଙ୍କର ହୋଇଛି ସେବାମୟ ତଥା କବିତ୍ଵମୟ । ଶେଷରେ ମମତା ଘଟଣାକ୍ରମରେ ମନୁ ଓ ରଞ୍ଜୁ ସହିତ ନିଜର କର୍କଟ ରୋଗର ସଫଳ ଚିକିତ୍ସା ପାଇଁ ଦିଲ୍ଲୀରୁ ବିହାରର ଏକ ଅନୁନ୍ନତ ଅଞ୍ଚଳରେ ରୋଗୀଙ୍କ ସେବା କରିବାକୁ ନୂତନ ନିର୍ମିତ ଡାକ୍ତରଖାନାର ମୁଖ୍ୟ ଡାକ୍ତର ଦେବଙ୍କ ନିକଟକୁ ଆସନ୍ତି । ଉପନ୍ୟାସର ଅନ୍ତିମ ପର୍ବରେ ହୁଏ ଆକସ୍ମିକ ମିଳନ, ଯାହା ସଂପୂର୍ଣ୍ଣ ଆତ୍ମିକ ଓ କରୁଣାକ୍ତ । ପଛେ ପଛେ ମନୁ,ରଞ୍ଜୁ,ମଧୁ ଆସି ମିଳନ ପର୍ବକୁ ଅଧିକ ସାଫଲ୍ୟ ମଣ୍ଡିତ କରନ୍ତି । କର୍କଟ ରୋଗାକ୍ରାନ୍ତା ମମତା ବହୁଦିନର ପ୍ରତୀକ୍ଷିତ ପ୍ରେମିକ ଡକ୍ଟର ଦେବଙ୍କ କୋଳରେ ଶେଷନିଦ୍ରା ନିଅନ୍ତି ।

    180.00
    Add to cart
  • Dudiya

    Dudiya

    ‘ଡୁଡ଼ିୟା’ ଉପନ୍ୟାସଟି ଚିରାଚରିତ କାହାଣୀ ଉପସ୍ଥାପନା ଶୈଳୀକୁ ଅତିକ୍ରମ କରି ଅଳ୍ପ ପୃଷ୍ଠାରେ ମାଓବାଦ ସମସ୍ୟାର ଅନାସକ୍ତ ବ୍ୟବଚ୍ଛେଦ ଉପସ୍ଥାପନ କରିଛି। ଜଣେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିରୁ ‘ଡୁଡ଼ିୟା’ ରଚିତ, ଯେଉଁଥିରେ ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ଜଙ୍ଗଲର ଯୁବତୀ ‘ଡୁଡ଼ିୟା’ଙ୍କୁ କେନ୍ଦ୍ରରେ ରଖି ଏକାଧିକ ହୃଦୟବିଦାରକ ଘଟଣାବଳୀ ଗତିଶୀଳ ହୋଇଛି। ସରକାରୀ ଅଧିକାରୀଙ୍କ ନିରଙ୍କୁଶ ଶୋଷଣ ଓ ନିର୍ଯାତନାରେ ଅତିଷ୍ଠ ହୋଇ ନିରୀହ ଆଦିବାସୀଙ୍କୁ ନକ୍ସଲଙ୍କୁ ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିବାକୁ ପଡ଼ିଛି। ପରେ ସେହି ତ୍ରାଣକର୍ତ୍ତାମାନେ ଉତ୍ପୀଡ଼କର ଭୂମିକା ଗ୍ରହଣ କରିଛନ୍ତି। ଘଟଣାକ୍ରମେ ମୁଖ୍ୟ ଚରିତ୍ର ‘ଡୁଡ଼ିୟା’ଙ୍କ ବଡ଼ ଭାଇ ପୁଲିସରେ ଯୋଗ ଦେଇଛନ୍ତି। ଅପରପକ୍ଷେ ‘ଡୁଡ଼ିୟା’ ନିଜ ସମ୍ପ୍ରଦାୟର ଘୃଣ୍ୟ ପ୍ରଥାରୁ ବର୍ତ୍ତିବା ପାଇଁ ମାଓବାଦ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ସେଠାରେ ସେ ଶିକ୍ଷା ଓ ଆତ୍ମବିଶ୍ଵାସ ପାଇଛନ୍ତି ସତ ହେଲେ ମାଓ ନେତାଙ୍କ ଯୌନ ଶୋଷଣ ତଥା ତାଙ୍କୁ ହତ୍ୟାକାରୀରେ ପରିଣତ କରାଯିବା ତାଙ୍କୁ ପୁଣି ଥରେ ମାଓବାଦ ପ୍ରତି ବିତୃଷ୍ଣ କରିଛି। ସେ ସେଠାରୁ ମୁକୁଳି ଆସି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏବଂ ତାଙ୍କର ନୂଆ ପାରିବାରିକ ଜୀବନ ଆରମ୍ଭ ହୋଇଛି। ଶେଷରେ ମାଓବାଦୀ ଓ ସରକାରଙ୍କ ଛକାପଞ୍ଛା ମଧ୍ୟରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଉଛି। କିନ୍ତୁ ଆଉ ଏକ ବିସ୍ଫୋରଣ ‘ଡୁଡ଼ିୟା’ଙ୍କ ମନର ଗୂଢ଼ ପ୍ରଶ୍ନକୁ ଆହୁରି ଶକ୍ତିଶାଳୀ ରୂପେ ଉପସ୍ଥାପିତ କରିଛି ମାଓ-ପୁଲିସ ଲଢ଼େଇରେ ଆଉ କେତେ ନିରୀହ ଆଦିବାସୀ ବଳି ପଡ଼ିବେ?

    210.00
    Add to cart
  • E Janha Sakshi (ଏ ଜହ୍ନ ସାକ୍ଷୀ)

    E Janha Sakshi (ଏ ଜହ୍ନ ସାକ୍ଷୀ)

    ଚିରାଚରିତ ପ୍ରେମକାହାଣୀ, ନାରୀ ସଂଘର୍ଷ ଓ ନାରୀର ଅବଳା ଦୁର୍ବଳା ଚିତ୍ରଠୁ କିଛି ଭିନ୍ନ କଥାର ଉଦାହରଣ ଦିଏ ଉପନ୍ୟାସ ‘ଚାନ୍ଦ୍ ଗବାହ୍]’ ବା ‘ଏ ଜହ୍ନ ସାକ୍ଷୀ’ । କେବଳ ପ୍ରେମ ସଂଘର୍ଷ ଦୃଷ୍ଟିରୁ ନୁହଁ ବରଂ ଅନେକ ଦିଗରୁ ଏ ଉପନ୍ୟାସଟି ସ୍ୱତନ୍ତ୍ର ମନେହୁଏ । କାହାଣୀଟିର କେନ୍ଦ୍ରରେ ଯଦିଓ ନାରୀ, ପ୍ରେମ ଓ ପରିବାର ରହିଛି କିନ୍ତୁ ଏହାର ଚାରିପାଖରେ ଅନେକଗୁଡ଼ିଏ ସମ୍ବେଦନଶୀଳ ଅନୁଭବକୁ ଔପନ୍ୟାସିକା ସୁନ୍ଦର ଭାବରେ ଗଢ଼ି ତୋଳିଛନ୍ତି । ବାଲ୍ୟାବସ୍ଥାରୁ ନେଇ ଯୌବନ, ଏପରିକି ବୟସର ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ ପହଞ୍ଚିବା ପରେ ମଧ୍ୟ ନାରୀକୁ ନିଜ ଇଚ୍ଛାରେ ବଞ୍ଚିବାର କି ସ୍ୱପ୍ନ ଦେଖିବାର ଅଧିକାର ନଥାଏ । ପ୍ରେମ ତ ସତେ ଯେପରି ତା’ପାଇଁ ଏକ ଗର୍ହିତ ଶବ୍ଦ । କିନ୍ତୁ ଉପନ୍ୟାସଟିରେ ଲେଖିକା କେବଳ ନାରୀର ପ୍ରେମପ୍ରଣୟ, ମାନସିକ ଯାତନା ଅବା ସଂଘର୍ଷର କାହାଣୀକୁ ବର୍ଣ୍ଣନା କରି ନାହାଁନ୍ତି, ବରଂ ସେ ନାରୀକୁ ସ୍ୱାଭିମାନର ସହ ବଞ୍ଚିବାର କଳା ଶିଖାଇଛନ୍ତି ।

    ନାରୀ ନିଜର ରୁଚି, ପସନ୍ଦ ନା ପସନ୍ଦ ଓ ସ୍ୱପ୍ନକୁ ବଳିଦେଇ କେବଳ ପରିବାର ଓ ସମାଜର ଇଙ୍ଗିତରେ କାହିଁକି ପରିଚାଳିତ ହେବ? ତାହା ପୁଣି ସେଇ ପରିବାର ଓ ସମାଜ ପାଇଁ ଯିଏ ନାରୀଠାରୁ କେବଳ ତ୍ୟାଗ ଓ ସହନଶୀଳତା ଆଶା ରଖେ ଏବଂ ପ୍ରତିଦାନରେ କେବଳ ତିରସ୍କାର ଓ ସମାଲୋଚନା ହିଁ କରିଥାଏ । ଉପନ୍ୟାସଟିରେ ନାରୀର ଏକ ଭିନ୍ନ ଦିଗକୁ ପାଠକଙ୍କ ସାମ୍ନାରେ ଉପସ୍ଥାପିତ କରାଯାଇଛି । ଗୋଟେ ପଟେ ନିଜ ଇଚ୍ଛାରେ ନିିଜ ରୁଚିରେ ବଞ୍ଚିବାର ଏକ ନିର୍ଭିକ ନିଷ୍ପତ୍ତି ନେଉଥିବା ‘ଦିଶା’ ଏବଂ ଅନ୍ୟପଟେ ତାର ସମସ୍ତ କାର୍ଯ୍ୟକୁ ବିରୋଧ କରି ସବୁବେଳେ ସମାଲୋଚନା ନିନ୍ଦା କରିଆସୁଥିବା ତା’ ପରିବାର ଆତ୍ମୀୟସ୍ୱଜନ । ମାଆର ସ୍ୱାଧୀନ ଭାବେ କିଛି କରିବାର ପ୍ରୟାସକୁ ଦୁଇଝିଅ ମଧ୍ୟ ସହଜରେ ଗ୍ରହଣ କରିପାରିନାହାନ୍ତି ଏବଂ ଏଥିପାଇଁ ସେମାନେ ମାଆଙ୍କୁ ଅନେକ କଟୁକଥା କହିବାକୁ ମଧ୍ୟ ପଛେଇନାହାନ୍ତି । ଏଥିରେ ଦୁଇ ପିଢ଼ିଙ୍କ ମଧ୍ୟରେ ଥିବା ଭାବନାଗତ ଅସାମଞ୍ଜସ୍ୟତା ଖୁବ୍ ନିଖୁଣ ଭାବରେ ବର୍ଣ୍ଣନା କରିବାରେ ଲେଖିକା ସଫଳ ହୋଇଛନ୍ତି ।

    200.00
    Add to cart
  • Eithu Arambha

    Eithu Arambha

    Someone has rightly said, “Every end in fact has a beginning. The way night begins at the end of the day .The way day begins at the end of the night. If there has been tears at the end of happiness, there too has been celebration at the end of sorrow.”

    As a novel “Begins from Here” is a piece of solemn expression of both the inherent tolerance of a woman and potential strength for her protestation as an awakened soul.

    It gives the lively narration of love, betrayal, struggle, protestation and finally success of Urbashi, the main protagonist of the narrative. The novel is brilliant and unique in the sense it does not confirm to the rules of the tradition and generalization. For example when Urbashi, the heroine asks Pulak, the hero, “How do you define our relationship?”

    His answer is not to define the relationship in the ambit of lover, husband, father and son that arbitrarily confines the relationships in the narrow lanes of those words.

    “There exists a relationship between man and woman which is nameless and holds infinite in its embrace.”

    Based on realities of contemporary happenings, Eithu Arambha is distinctive in its message and unique in its creation as a novel.

    180.00
    Add to cart
  • Gajapati Kapilendra Deva and His Mastadone Power

    Gajapati Kapilendra Deva and His Mastadone Power

    The novel “Gajapati Kapilendra Deva and His Mastodon Power” presents a vivid portrayal of Gajapati Kapilendra Deva and his life, delving into both his remarkable accomplishments and the trials he faced towards the end of his reign. It provides the readers with a glimpse into the historical context and the challenges and triumphs of this influential ruler. This work is a narrative that combines history and fiction to bring to life the legacy of Gajapati Kapilendra Deva, shedding light on the man behind the powerful ruler.

    400.00
    Add to cart
  • Gandhi Chhakaru Tikie Aagaku

    Gandhi Chhakaru Tikie Aagaku

    Gandhi Chhakaru Tikie Aagaku is the sixth novel of eminent Odia novelist and short story writer Padmaj Paul. His other novels are Durga Patanara Bela, Aama Samayara Dukha, Jibu ki Thibu, Papa Pari Nijara, and Hay Muni! Kemiti Achha.

    230.00
    Add to cart
  • GESHE JAMPA: A Warior of Tibet

    GESHE JAMPA: A Warior of Tibet

    Truth Behind Writing I found opportunity to see and listen to the Tibetan community around me living in Sarnath. In monk’s clothes, in modern clothes, in traditional clothes too, roaming on the roads of Sarnath, moving in groups towards the Tibetan Bauddh Temple to participate in Kalchakra Pooja, involved in preserving their language and culture in monasteries and institutions or selling shawls and sweaters on the footpath in the winter season, these Tibetans are seen, associating themselves with Indian culture so firmly as river Yamuna meets with river Ganga but their separate identity has never disappeared. Having an almost similar look in face-cutting and personality with our Laddakhi or Manipuri brothers and sisters of India, these Tibetans made me curious to know or write something about them once when I found a Tibetan lady as school teacher wearing a redbordered white Saree¹ in the annual function of a children’s school in Sarnath. She was singing the national-anthem of India. I was astonished and on that very day I felt once again the pleasure of Independence and grief of bondage and dependence…..

    370.00
    Add to cart
  • Gharadiha

    Gharadiha

    Gharadiha deals with a period of about 20 years, from 1942 to 1961, that is beginning from the time of Quit India Movement to the Chinese aggression. The novel seeks to give an account of the changes during that period which disrupted the traditional pattern of village-life, as a result of which not only did the human character change but also the basic values of the village were sought to be redefined, leading to the threat of disintegration of village-life. The hero, a common villager who left the village twenty years ago in search of employment, returns to find everything changed – his land gone, his wife gone – himself a destitute and a victim of exploitation, and is forced to undergo almost an ordeal of fire. It received the Sahitya Akademi Award in 1987.

    550.00
    Add to cart
  • Growth of the Soil

    Growth of the Soil

    First published in 1917, “Growth of the Soil” is the epic and seminal work by Knut Hamsun, the Nobel Prize-winning Norwegian writer. Originally published in Norwegian and subsequently translated into numerous languages and read around the world, “Growth of the Soil” has been lauded as one of the twentieth-century’s most important and ground-breaking novels. Hamsun was a pioneer in a new more realistic style of literature and was one of the first to use a stream of consciousness writing technique that would have a profound influence on such writers as Franz Kafka, Ernest Hemingway, and Henry Miller. “Growth of the Soil” is the lyrical and intensely subjective story of Isak, a rural farmer, his family, and his local community members. Isak represents the agrarian and primitive lifestyle that Hamsun idealized as opposed to the increasingly urban and modernized world around him. Isak and his family resist the obligations and complexities of the regimented world of rules and machines, but are also perplexed and confused by it when they are forced to interact with its realities. A thought-provoking examination of the tension between the old primitive world and the new modern one, “Growth of the Soil” endures as one of literature’s modern masterpieces. This edition is printed on premium acid-free paper.

    550.00
    Add to cart