• Hajiba Geetara Sura

    Hajiba Geetara Sura

    ହଲବା, ମାଟିଆ, କୋୟା, ବଣ୍ଡା, କନ୍ଧ ଓ ଭୂମିଆ ସଂପ୍ରଦାୟର ଆଦିବାସୀମାନଙ୍କ ପରିବାରର କେହି ରାତିରେ ମରିଗଲେ ତା’ର ଶବକୁ ପରଦିନ ସକାଳ ପର୍ଯ୍ୟନ୍ତ ସଂସ୍କାର ନିମନ୍ତେ ରଖନ୍ତି। ଅନ୍ୟପକ୍ଷରେ ଘର ଭିତରେ ଶବ ରହିଥିବାବେଳେ ଘରଲୋକେ ନିଦରେ ଶୋଇବା ମନା। ଘରର ଲୋକଙ୍କୁ ଚିଆଁଇ ରଖିବା ଲାଗି ଗୀତକୁଡ଼ିଆ ଓ ଗୀତକୁଡ଼ିଆଣୀ ରାତିସାରା ବିଭିନ୍ନ କଥାନି ଗାଇଥାନ୍ତି। ଏହି କଥାନିରେ ମୃତ୍ୟୁ ଚେତନା, ଜୀବନର କ୍ଷଣଭଙ୍ଗୁରତା, ବିଭିନ୍ନ ପୁରାଣର ଆଖ୍ୟାନ ସହ ମୃତ ବ୍ୟକ୍ତିର ଗୁଣାବଳିର ବର୍ଣ୍ଣନା ରହିଥାଏ। ଏଭଳି କଥାନି ଗାଉଥିବା ଗୀତକୁଡ଼ିଆଣୀ ଏହି ଉପନ୍ୟାସର ମୁଖ୍ୟ ଚରିତ୍ର। ଅନ୍ୟପକ୍ଷରେ ଡଙ୍ଗରିଆ କନ୍ଧ ସଂପ୍ରଦାୟ ପାଇଁ କାପଡ଼ାଗନ୍ଦା ବା ଡଙ୍ଗରିଆ ଚାଦର ଏକ ବର୍ଣ୍ଣିଳ ପରିଚୟ। ବିଭିନ୍ନ କାରଣରୁ ଏହି ଚାଦର ଏବେ ଉଭେଇଯାଉଛି। ଗୋଟିଏ ପଟେ ପାରଂପରିକ କଳା, ସଂସ୍କୃତି ଆଦିବାସୀମାନଙ୍କୁ ବଞ୍ଚିବାର ସୁଯୋଗ ଯୋଗାଇ ପାରୁ ନ ଥିବାବେଳେ ଅନ୍ୟପଟେ ସ୍ୱାର୍ଥାନ୍ୱେଷୀ ବ୍ୟବସାୟୀମାନେ ଟଙ୍କା କେଇଟା ଦେଇ ସେମାନଙ୍କ ବାଡ଼ିବଗିଚାର ଫଳଫସଲ ନେଇ ଯାଆନ୍ତି। ଏ ଧରଣର ଶୋଷଣ ଓ ସମସ୍ୟାର ସମ୍ମୁଖୀନ ହୋଇଥିବା ଦୁଇଟି ପରିବାରର ଅଶ୍ରୁଳ କାହାଣୀ ହଜିଲା ଗୀତର ସୁର।

    240.00
    Add to cart
  • Haluka Manisha

    Haluka Manisha

    ଜୀବନଟା କାହା ପାଇଁ କେମିତି । ଜଣକ ପାଇଁ ଜୀବନ ପକ୍ଷୀର ପର ପରି ହାଲୁକା ତ ଆଉ କାହା ପାଇଁ ଗୋଟେ ଓଜନିଆ ପଥର ପରି ବୋଝ । କୁନ୍ଦେରାଙ୍କ ଦୃଷ୍ଟିରେ ଆମର ବୋଝ ଯେତିକି ଅଧିକ ହୁଏ, ମାଟି ସହିତ ଜୀବନ ସେତିକି ନିବିଡ଼ ହୁଏ । ଅପରପକ୍ଷେ ବୋଝ ନଥିଲେ ମଣିଷର ଜୀବନ ପବନ ପରି ହାଲୁକା ହେଇଯାଏ । ଉପରକୁ ଉଠିଉଠିକା ଯାଏ ଆଉ ମଣିଷର ଜୀବନ କ୍ରମଶଃ ଅର୍ଦ୍ଧସତ୍ୟ ଓ ନଗଣ୍ୟ ହେଇଯାଏ । ତେବେ ଆମେ କୋଉଟାକୁ ବାଛିବା କଥା- ହାଲୁକା ନା ଓଜନ? ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ‘The Unbearable Lightness of Being’ ରେ ଏପରି ଏକ ଜୀବନ ଦର୍ଶନକୁ ଏକ ଭିନ୍ନ ଶୈଳୀରେ ଅବତାରଣା କରାଯାଇଛି ।

    “ହାଲୁକା ମଣିଷ’- ଏହି ବହିଟିର ଓଡ଼ିଆ ଅନୁବାଦ ଆମର ଓଡ଼ିଆ ପାଠକଙ୍କ ଉଦ୍ଦେଶ୍ୟରେ ଏକ ବୌଦ୍ଧିକ ପ୍ରୟାସ ମାତ୍ର ।

    360.00
    Add to cart
  • Head Office

    Head Office

    Sahadev Sahoo has published so far thirteen story collections and six novels in Odia and a novel in English (Concubine) to critical acclaim. He also writes features and essays in different Odia and English newspapers. Besides, he writes a blog which can be accessed at sahadevsworld.blogspot.com. He has received many awards and honours which include Bishuba Jhankar Galpa Samman, Fakir Mohan Upanayas Samman, Abani Baral Sahitya Samman, Akhil Katha Samman, Punannaba Galpa Samman, Subrat Smaraki Galpa Puraskar (Gangadhar Foundation), etc. This is the seventh novel of the author.

    250.00
    Add to cart
  • Hidamati

    Hidamati

    ନିତ୍ୟାନନ୍ଦ ମହାପାତ୍ର (୧୭ ଜୁନ୍ ୧୯୧୨ – ୧୭ ଅପ୍ରେଲ ୨୦୧୨) ଏକଧାରାରେ ଥିଲେ ଜଣେ ଔପନ୍ୟାସିକ, ଗାଳ୍ପିକ, କବି, ସାମ୍ବାଦିକ ତଥା ରାଜନୀତିଜ୍ଞ । ଓଡ଼ିଶା ବିଧାନସଭାର ସଦସ୍ୟ ଭାବେ ସେ ୧୯୫୭ରୁ ୧୯୭୧ ପର୍ଯ୍ୟନ୍ତ ତଥା ଯୋଗାଣ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ରୂପେ ୧୯୬୭ରୁ ୧୯୭୧ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ଓଡ଼ିଆ ପତ୍ରିକା ‘ଡଗର’ର ସମ୍ପାଦକ ଭାବରେ ସେ ଲୋକପ୍ରିୟ ଥିଲେ । ତାଙ୍କ ରଚିତ ଉପନ୍ୟାସ ଭିତରେ ‘ଭଙ୍ଗାହାଡ଼’, ‘ଘରଡିହ’, ‘ହିଡ଼ମାଟି’, ‘ଜୀବନର ଲକ୍ଷ୍ୟ’, ‘ଜୀଅନ୍ତା ମଣିଷ’, ‘ଜଳନ୍ତା ନିଆଁ’, ‘ସୁଖର ସନ୍ଧାନେ’ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ ହେଲା ‘ଏଗାରଟା’, ‘ଆଖି ନାହିଁ କାନ ନାହିଁ’, ‘କ୍ଷଣିକ’, ‘ଧଳାଗାର କଳାଗାର’, ‘ରାଜକନ୍ୟା’ । ତାଙ୍କ କଥା ସାହିତ୍ୟରେ ଗଭୀର ମାନବିକତାର ପରିଚୟ ମିଳେ । ଆବେଗପୂର୍ଣ୍ଣ ତଥା ମାନବଧର୍ମୀ ବର୍ଣ୍ଣନାରୀତି ତାଙ୍କ ରଚନାର ବିଶେଷତ୍ୱ । ସେ ପାଇଥିବା ପୁରସ୍କାର ମଧ୍ୟରେ ‘ନାହଂ ତିଷ୍ଠାମି ବୈକୁଣ୍ଠେ’ ଜୀବନୀ ଗ୍ରନ୍ଥ ପାଇଁ ୧୯୮୦ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ‘ଘରଡିହ’ ଉପନ୍ୟାସ ପାଇଁ ୧୯୮୭ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ୧୯୯୯ର ଅତିବଡୀ ପୁରସ୍କାର ଉଲ୍ଲେଖଯୋଗ୍ୟ ।

    240.00
    Add to cart
  • I Did. Did I?

    I Did. Did I?

    Bhaumik has a penchant for writing on surrealism. He blends dreams and myth together in his first novel ‘I Did, Did I?”. This is in fact natural for an 18 year old author to blend reality with dream and swing between two worlds. The protagonist lives with his nightmares and often has a journey between altered realities and visual metaphors.

    He knows that he is in a loop of varied existence until he tries to blend the instances that took place when a mysterious girl named Shreya who went to the same university where Bhaumik pursued his degree, shows up weirdly after a long time. He notices that things are no longer normal as they were before. Shreya and the nightmares that see him unceasingly try to convince him to get along with a few beings of a different dimension co-existing with the people on Earth.

    After multiple incidents and confrontation with altered realities, he finds more people like him, people who witness the changes. But those people are being pulled down by ‘others’ – the beings of other dimension. The protagonist gradually realizes about his powers – The power of inner-self – that counters the evil and protects him from their malicious ways of alterations.

    A novel that reveals the power of other self- the avatar that we are talking and reading about these days- A teenager’s deep dive into the world of surrealism – I Did. Did I?

    250.00
    Add to cart
  • Ichhapatra

    Ichhapatra

    Ichapatra is a collection of five short stories by eminent Odia poet, playwright, essayist and fiction writer Jagannath Prasad Das. Stories are – Ichhapatra, Eka Eka, Kushilaba, Bhabamurti and Janmadata.

    200.00
    Add to cart
  • Ipsita Akasha

    Ipsita Akasha

    ମାଟି ମୋର ଚିରକାଳପ୍ରିୟ । ଏଇ ଧୂଳି ମାଟିର ଧରଣୀରେ ବାରମ୍ବାର ଜନ୍ମ ନେଇ ଏକ ସାର୍ଥକଜୀବନ ଜୀଇଁବା ହିଁ ମୋ ପାଇଁ ମୋକ୍ଷର ପରିଭାଷା । କିନ୍ତୁ ଆକାଶ ମୋର ଚିର ଈପ୍]ସିତ । ମୁଁ ମାପି ପାରିନାହିଁ ତା’ର ବିସ୍ତୃତି, ନିର୍ଦ୍ଧାରିତ କରିପାରି ନାହିଁ ତା’ର ପରିସୀମା, ମୁଁ ଜାଣି ନାହିଁ କେତେ ଶୂନ୍ୟ ଯୋଗରେ ସେ ମହାଶୂନ୍ୟ । କିନ୍ତୁ ଆକାଶ ଶୂନ୍ୟ ହେଲେ ମଧ୍ୟ ଅସ୍ତିତ୍ୱବାଦର ପ୍ରତୀକ । ସ୍ୱପ୍ନର ଶେଷ ସୀମା । ତା’ ଆଗକୁ କିଛି ନାହିଁ, କଳ୍ପନାରେ ସୁଦ୍ଧା । ତେଣୁ ଯେବେଯେବେ ମୋତେ ଗପ ଲାଗେ ମୁଁ ଆକାଶୀମାୟାରେ ମଗ୍ନହୁଏ । ଜହ୍ନରାତି ପରି ବିଞ୍ôଚ ହୋଇପଡ଼େ ନିଜ ଭିତରେ । ଜୀବନର ମହକ ଆଘ୍ରାଣ କରିନିଏ । ଅନୁଭବର ନୀଳନିବିଡ଼ତାରେ ଉଚ୍ଛନ୍ନ ହୁଏ । ଯୋଗିନୀ ସାଜେ । ମନ୍ତ୍ରାବିଷ୍ଟ ହୁଏ । ଲେଖନୀ ଧରେ । ମୋ ବ୍ୟକ୍ତିଗତ ଖାଲିପଣ, ଦୁଃଖ ଓ ଅସହାୟତାକୁ ପାଲଟି ପକାଇ ସାର୍ବଜନୀନତାର ଶାଢ଼ି ପିନ୍ଧେ । ମନ୍ତୁରା ଶବ୍ଦମାନଙ୍କୁ ଗଢ଼େ ଭାଙ୍ଗେ । ସେଗୁଡ଼ିକୁ ଜାଳୁଥାଏ ବାରମ୍ବାର ଉଜ୍ଜ୍ୱଳ ହେବା ନିମନ୍ତେ । ଯେତେ ଜାଳୁଥାଏ, ମୁଁ ଭିତରେ ଭିତରେ ସେତେ ଜଳୁଥାଏ ନିଜସ୍ୱ ଦୁଃଖ ନୁହେଁ, ଚାରିପାଖ ମଣିଷଙ୍କ ଦୁଃଖ ସହ ଯୁଝେ, ପ୍ରେମରେ ଭିଜେ । ସେଇଥିରେ ବତୁରିଯିବାରେ ଓ ଅଙ୍କୁରି ଉଠିବାରେ ତ ମୋ ଲେଖିକା ପଣ । ବାସ୍], ଆଉ କିଛି ନୁହେଁ ।

    ସାରା, ସୂର୍ଯ୍ୟାଂଶ, ରୋହିତ ଓ ପିଟରକୁ ପ୍ରିୟ ପାଠକମାନଙ୍କୁ ଉତ୍ସର୍ଗ କରୁଛି । ଆଶା ସେମାନେ ଚରିତ୍ରଗୁଡ଼ିକୁ ବୁଝିବେ, ହୃଦୟ ଦେଇ ।

    400.00
    Add to cart
  • Itsy BITS Tales

    Itsy BITS Tales

    This book is mainly a collection of stories and snippets from the author’s time at BITS Pilani in the 1980s. These stories are all about campus life and real and imaginary friendships, encounters, romances, relationships and experiences. They are largely fictional. The BITS Pilani campus is in the remote north corner of Rajasthan in India. Excepting for a few staff kids, all the students lived in hostels. The boy to girl ratio on campus was about 11:1 and this gender imbalance, along with the remoteness from a big town or city, played out in interesting ways in the campus social scene. This book attempts to capture this social scene. Part 2 of this book is based on fictional adventures of some of the author’s batchmates after graduating from Pilani. This book will recreate memories for ex-students from the 70s through to the 90s and also give more recent students a reflection of campus life back then.

    400.00
    Add to cart
  • Jeebanara Jaughara

    Jeebanara Jaughara

    ମହାମାରୀ କରୋନା ଯେତେବେଳେ ତା’ର ବାହୁବିସ୍ତାର କରି ମାଡ଼ି ଆସିଲା, ସାରା ଦୁନିଆ ସ୍ତବ୍ଧ ହୋଇଗଲା । ସବୁଆଡ଼େ ଶୂନଶାନ୍], ଦୋକାନ ବଜାର ବନ୍ଦ । ଘରୁ ବାହାରିବାକୁ ମନା । ଭୟରେ ଥରହର ସମସ୍ତେ । କେତେ କେତେ ଜୀବନ ଚାଲିଗଲା ଅକାଳରେ । ଦୁଃଖର ବିଷୟ ଯେ ଆତ୍ମୀୟକୁ ମନା, ମରିଥିବା ଲୋକର ପାଖ ମାଡ଼ିବାକୁ । ସ୍ୱାମୀ ସ୍ତ୍ରୀ, ପୁଅଝିଅ ଆଦି ସମ୍ପର୍କ ସବୁ ଠପ୍ ହୋଇଗଲା ସଂକ୍ରମଣ ଭୟରେ । ଘରେ ବସି ବସି ତାରି ଉପରେ ଗପଟିଏ ଲେଖୁଲେଖୁ ଲେଖି ହୋଇଗଲା ଅନେକ କିଛି । ଗପଟି ରୂପ ନେଇଗଲା ଉପନ୍ୟାସର ।

    225.00
    Add to cart
  • Jogi Jogeswar

    Jogi Jogeswar

    Born in western Odisha on 6th October 1958, Rohit Dash is a multilingual poet, novelist and writer. He writes in Oriya, English and his mother tongue Sambalpuri/Koshli. So far, he has twenty-five published books to his credit. His works are too translated in other Indian languages. He has received many awards and recognition for his literary works.

    180.00
    Add to cart
  • KAA

    KAA

    କିଶୋର ବୟସରୁ ଉପନ୍ୟାସ ପାଠପ୍ରତି ଯିଏ ସର୍ବପ୍ରଥମେ ପାଠକକୁ ଆକର୍ଷିତ କରନ୍ତି, ସେ ହେଉଛନ୍ତି ଆଧୁନିକ ଓଡ଼ିଆ ଉପନ୍ୟାସ ଜଗତରେ ଜଣେ ଯୁଗାନ୍ତକାରୀ ସ୍ରଷ୍ଟା ଭାବରେ ସୁପ୍ରତିଷ୍ଠିତ ଔପନ୍ୟାସିକ କାହ୍ନୁଚରଣ। ଫକୀରମୋହନ ସେନାପତିଙ୍କ ପରମ୍ପରାର ଜଣେ ବିଶ୍ବସ୍ତ ପ୍ରତିନିଧି ତଥା ଓଡ଼ିଆ ଜନଜୀବନର ସଫଳ ରୂପକାର ଭାବରେ କାହ୍ନୁଚରଣ ହେଉଛନ୍ତି ଅଗଣିତ ପାଠକ ହୃଦୟରେ ଅଭିଷିକ୍ତ ସ୍ବୟଂପ୍ରଭ ସମ୍ରାଟ। ‘ବଜ୍ରବାହୁ’, ‘ବାଲିରାଜା’, ‘ହା-ଅନ୍ନ’, ‘ଶାସ୍ତି’, ‘ଝଞ୍ଜା’, ‘କା’, ‘ସତ୍ୟାବତୀ’ ପ୍ରଭୃତି ଅର୍ଦ୍ଧଶତାଧିକ କାଳଜୟୀ ଉପନ୍ୟାସର ସ୍ରଷ୍ଟା ଭାବରେ ସେ ରଖିଦେଇଯାଇଛନ୍ତି ଓଡ଼ିଆ ସାହିତ୍ୟରେ ତାଙ୍କର ଅମଳିନ ସ୍ବାକ୍ଷର। ମାତ୍ର ବର୍ତ୍ତମାନ ବହିବଜାରରେ ଦେଖିବାକୁ ମିଳୁ ନାହିଁ ତାଙ୍କର କୌଣସି ଉପନ୍ୟାସ। ଯାହା ବି ମିଳୁଛି, ତା’ର ଅଙ୍ଗହାନି ଦେଖି ଆମେ ମର୍ମାହତ। ତେଣୁ ତାଙ୍କର କୃତି ସମୂହର ପୁନଃ ପ୍ରକାଶନ ଲାଗି ଆମର ପ୍ରକାଶନ ସଂସ୍ଥା ପ୍ରତିଶ୍ରୁତିବଦ୍ଧ। ସେହି ପ୍ରତିବଦ୍ଧତାର ଫଳସ୍ବରୂପ କ୍ରମାନ୍ବୟରେ ପ୍ରକାଶ କରୁଛୁ ତାଙ୍କର ସମସ୍ତ ଉପନ୍ୟାସ। ଆଶା କରୁଛୁ, ସେହି କ୍ରମରେ କାହ୍ନୁଚରଣପ୍ରେମୀ ପାଠକମାନଙ୍କୁ ତାଙ୍କ ଉପନ୍ୟାସର ନବଜନ୍ମ ନିଶ୍ଚିତ ଭାବରେ ଆନନ୍ଦ ପ୍ରଦାନ କରିବ।

    300.00
    Add to cart
  • Kaalnet

    Kaalnet

    KaalNet: Echoes Beyond the Code is a techno-mystic novel that merges technology, memory, myth, and consciousness. It is not just another cyber story, but an Indian narrative that dares to look beyond the visible codes of life. With future volumes already envisioned, KaalNet marks only the beginning of her journey across genres.

    220.00
    Add to cart