-
Dekha Hele Kahibi
₹190.00ମନଗହନର କେଉଁ ଏକ ଅଜଣା ବିନ୍ଦୁରେ ଘୁମେଇଥିବା ଦୂର ଆକାଶର ନିଃସଙ୍ଗ ତରାଟିଏ ହେଇ ଦିକ୍]ଦିକ୍ କରୁଥାଏ କିଛି କଥା, ବେଦନା ଓ ବ୍ୟଥା । କେତେବେଳେ ସେ ବେଦନା ବର୍ଷା ହେଇ ଝରିଝରି ଯାଏ ରାଣୀର ଓଢ଼ଣୀରେ (ରାଣୀର ଓଢ଼ଣୀରେ ବର୍ଷା) ତ ଆଉ କେବେ ରୁନ୍ଧି ହୋଇଯାଏ ପରୀର ଅଧାଲେଖା ଭାଗ୍ୟରେ (ମଧୁବାବୁ ସଙ୍ଗେ ଲଢ଼ିବି) । ପୁଣି କେବେ ସେ ବ୍ୟଥା ପାଲଟିଯାଏ ରାକ୍ଷସୀ ସୂର୍ପଣଖାର ଛଳଛଳ ପ୍ରେମର ନୈବେଦ୍ୟ (ଯୁଗେ ଯୁଗେ ସୂର୍ପଣଖା) ତ ଆଉ କେବେ ମହାପରାକ୍ରମୀ ମହିଷାସୁରର ଆହତ ଅଭିମାନ (ମହିଷାସୁର) । କେବେ ‘ବିଶ୍ୱାବସୁର ଦିଅଁ’ ସାଜି କବିତା ଉଚ୍ଛୁଳାଇଦିଏ ଭକ୍ତିର ପ୍ଲାବନ । କେବେ ପୁଣି ସାଧାରଣ ମଣିଷର ଅତି ସାଧାରଣ କଥା ପରି ମୋ କବିତା ସୃଷ୍ଟି କରେ ‘ସବା ପଛ ମଣିଷ’ ଅବା ‘ନିଃସଙ୍ଗ ଜୀବନ’ । ଗତାନୁଗତିକ ଜୀବନର ଅନୁଭୂତି କବିତାର କୋମଳ ସ୍ପର୍ଶରେ ଋଦ୍ଧିମନ୍ତ । ସାମ୍ପ୍ରତିକ ସମାଜର ଅସଂଖ୍ୟ ଘଟଣା ଓ ଚରିତ୍ରର ବେଦନା । ସେଇମାନଙ୍କ ଭିତରେ ନିଜକୁ ଖୋଜି ପାଇବାକୁ ସ୍ୱତନ୍ତ୍ର ଆବେଦନ । ସମାଜକୁ ଜାଗରୁତ କରାଇବାକୁ ପ୍ରତିବଦ୍ଧତା । କବିତା ପଢ଼ି ମୋହାଚ୍ଛନ୍ନ ହୋଇଯାଏ ପାଠକ । ନିଜକୁ ଏକ ଚରିତ୍ର ଭାବେ ଛିଡ଼ାକରେ । ଓଡ଼ିଆ ସାହିତ୍ୟ ଜଗତର ଏକ ନମ୍ର ସାରସ୍ୱତ ଉଚ୍ଚାରଣ ‘ଦେଖା ହେଲେ କହିବି’ ।
-
Desha
₹300.00Haraprasad Das believes that poetry written in a language must retain in the end the irreducible minimum resonance of that language that is epiphanic, crystalline and inimitably original ! He has until now published more than eighteen works of poetry apart from a huge body of social and literary discourses. He is the recipient of the Sahitya Akademi Award, the highest award of the National Academy of Letters, the prestigious Gangadhar Meher National Poetry Award, and the Moortidevi award of the Bharatiya Jnanpith, apart from numerous awards, honours and felicitations.
-
Desha Bideshara Pathaprante
₹350.00We travel to escape from the drudgery of life to rejuvenate our mind and body. This in turn opens up new vistas to explore and experience the extraordinary that could include flora and fauna, mountains, oceans, lakes, rivers, ruins, monuments, religions, cultures and cuisines. If life is a journey, then travelling adds color to this journey. It enriches us in ways that are difficult to comprehend.
In her book, Desha Bideshara Pathaprante, Bandita Nayak has tried to narrate her travel experience over three continents that include countries Italy, Portugal, Spain, Peru, China and Sri Lanka. Her travelogue has tried to vividly describe her experience that touched her heart, uplifted her spirits and made her stop and think, in places such as, the Roman ruins in Rome, the dazzlingly ornate Jeronimos Monastery in Lisbon, the exquisitely beautiful Alhambra in Granada, famous for its Moorish architecture, the scintillating golden interior of Cusco Cathedral in Peru, tens of thousands of excavated Terracotta warriors of Xianin China, and the Sacred Tooth Relic of Buddha (rumored to have been brought from Dantapuri, the modern Puri of Odisha) to Kandy, Sri Lanka.
-
Desha Bikashare Krushi O Samabaya
₹500.00୧୯୯୦ ମସିହାରୁ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲି । ତତ୍]ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶକୁ ପାଥେୟ କରି ବିଜୁ ଜନତା ଦଳରେ କଟକ ଜିଲ୍ଲାର ସାଧାରଣ ସଂପାଦକ ରୂପେ ଯୋଗଦେବା ସଙ୍ଗେ ସଙ୍ଗେ ବିଭିନ୍ନ ସମବାୟ ଅନୁଷ୍ଠାନର ପରିଚାଳନା ପରିଷଦରେ ସ୍ଥାନ ପାଇଲି । ସମବାୟ କ୍ଷେତ୍ରରେ ବିଶେଷ ଜ୍ଞାନ ଆରୋହଣ କରିବା ପାଇଁ ବିଭିନ୍ନ ରାଜ୍ୟ ଗ୍ରସ୍ତ କରିଥିଲି । ବିଭିନ୍ନ ସୂତ୍ରରୁ ଆହୋରଣ କରିଥିବା ଜ୍ଞାନକୁ ପାଥେୟ କରି କିଛି ସମବାୟଭିତ୍ତିକ ଅନୁଚ୍ଛେଦ ଗୁଡ଼ିକ ଲେଖି ବିଭିନ୍ନ ଖବର କାଗଜ ମାନଙ୍କରେ ପ୍ରକାଶନ ପାଇଁ ଚେଷ୍ଟା କରିବାରୁ ସେଗୁଡ଼ିକ ବିଭିନ୍ନ ସମୟରେ ଦୈନିକ ଖବର କାଗଜ ଯଥା – ସମାଜ, ସମ୍ବାଦ, ପ୍ରଗତିବାଦୀ, ଧରିତ୍ରୀ, ସକାଳ ଓ ଓଡ଼ିଶା ଏକ୍ସପ୍ରେସ୍]ରେ ପ୍ରକାଶ ପାଇଥିଲା। ସେହି ଅନୁଚ୍ଛେଦଗୁଡ଼ିକୁ ଏକତ୍ର କରି ୨୦୨୩ ମସିହା ଜାତୀୟ ସମବାୟ ସପ୍ତାହରେ ‘ଅର୍ଥନୀତିରେ ସମବାୟ’ ନାମକ ଏକ ସମବାୟଭିତ୍ତିକ ପୁସ୍ତକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସମବାୟ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ପୁସ୍ତକଟି ଉନ୍ମୋଚନ କରାଯାଇଥିଲା । ଚଳିତବର୍ଷ ମଧ୍ୟ ଦୁଇଖଣ୍ଡ ପୁସ୍ତକ ଯଥା ‘ଦେଶ ବିକାଶରେ କୃଷି ଓ ସମବାୟ’ (ଓଡ଼ିଆ ଭାଷାରେ) ଓ ‘Golden Opportunities in Co-Operative’ (ଇଂରାଜୀ ଭାଷାରେ) ଜାତୀୟ ସମବାୟ ସପ୍ତାହ-୨୦୨୪ରେ ପ୍ରକାଶ ପାଉଅଛି । ଦୁଇଟିଯାକ ପୁସ୍ତକ ସମସ୍ତ ବନ୍ଧୁମାନଙ୍କର ଶୁଭମନାସୀ ଭଗବାନ୍ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦତଳେ ଉତ୍ସର୍ଗ କରୁଛି ।
-
Desha Kala Patra
₹500.00This is a historical novel, a fictional account of Odisha in the second half of the 19th century. It gives a panoramic picture of the political, social, cultural and literary history of the State of Odisha. The book was chosen for translation into all Indian languages by the National Book Trust under their Aadaan Pradaan scheme, and it has been translated into Hindi, Bengali and English. A film project based on the book is underway. In his translator’s note to the English translation A Time Elsewhere, published by Penguin Books, Prof. Jatindra K. Nayak has the following to say about the book: It tells the story of the transformation of a traditional society under the impact of colonial rule….it seeks to construct an alternate narrative in which the colonized is not content to be only written about; he is seen as shaping his own destiny.
-
Devadasi
₹400.00A dancer’s devotion, a daughter’s defiance-faith and tradition tested across generations…
In the sacred city of Puri, temple dancer Mukta has devoted her life to Lord Jagannath, offering her art as worship. Yet as age weaves silver into her hair, Mukta is summoned to perform the grand Badasinghara dance-a divine honour that stirs questions of legacy and faith. Her world soon unravels: forbidden desires, miraculous revelations, and royal edicts threaten the fragile devadasi tradition. Amid scandal and loss, Mukta entrusts her hopes to Maya, a child destined to inherit both devotion and defiance. Years later, Maya’s voice rises against exploitation, seeking justice while preserving her mother’s sacred art. Spanning generations of devotion and betrayal, Devadasi is a powerful tale of faith, resilience, and the struggle to uphold tradition in the face of oppression.
Original Odia novel is the winner of the Odisha Sahitya Akademi award.
-
Devangana
₹300.00In 12th-century Vikramashila, merchant Dhananjaya Seth offers his beloved son Divodas to the Buddhist order. Renamed Dharmanuj, the young monk’s piety soon clashes with the sinister tantric practices of Acharya Vajrasiddhi, who schemes to seize wealth and power. Cast into a subterranean prison, Dharmanuj is aided by his loyal steward, Sukhdas, disguised as a monk, and drawn to Manjughosha, a temple dancer revealed as a lost Licchavi princess. Their forbidden union defies tradition, even as corrupt monks and sorcerers conspire to possess them. Through perilous forests, divine revelation, and dramatic confrontation, the Goddess Vajratara’s manifestation exposes hypocrisy and restores justice. Acharya Chatursen Shastri’s Devangana-translated into English with lyrical precision-unfolds as a sweeping epic that interlaces romance, faith, and political intrigue against the backdrop of Buddhism’s decline, capturing the end of an era.
-
Devi
₹150.00ଏଇ ଗଳ୍ପ ସଂକଳନରେ ସେ ଏକ ଭିନ୍ନ ଦୃଷ୍ଟିଭଙ୍ଗୀର ଅବତାରଣା କରିଛନ୍ତି । ସବୁ ଗଳ୍ପ ସାମାଜିକ କଥାବସ୍ତୁ ଉପରେ ଆଧାରିତ । ଅଧିକାଂଶ ଚରିତ୍ର ସାମାଜିକ ପୃଷ୍ଠଭୂମିରୁ ଆନୀତ । ଏକ ସାଧାରଣ/ସ୍ୱାଭାବିକ/ଚିରାଚରିତ ଜୀବନଶୈଳୀ ଭିତରେ ସେମାନଙ୍କ ଅସାଧାରଣ ବ୍ୟକ୍ତିଚରିତ୍ର ହିଁ ତାଙ୍କ ଗଳ୍ପର ଅନ୍ୟତମ ଦିଗ । ବିଭିନ୍ନ ସଂଘର୍ଷମୟ ପରିସ୍ଥିତିରେ ଥିବା ଏଇ ଚରିତ୍ରମାନଙ୍କ ଭିତରେ ପ୍ରତିଫଳିତ ଏକ ଗଭୀର ମାନବିକ ଆବେଦନ ହିଁ ତାଙ୍କ ରଚନାର ସ୍ୱାତନ୍ତ୍ର]୍ୟ ।
-
Dhana Saunta Jhia
₹150.00Dhana Saunta Jhia is the first poetry collection by eminent poet Hrushikesh Mallick and was published in 1987. All the poems in this collection represent rural Odisha. It received Odisha Sahitya Academy award in 1988.
-
Dhoopa
₹150.00Dhoopa means an offering of incense, and is a fitting title for this book of sensual romantic poems, written in Odia, the language of Odisha State, on the east coast of India. The poems represent the outpourings of a young man’s soul on fire, following an ever so brief crossing of paths, replete with wonder, longing, trysts, intimacy, ecstasy, separation, pain, questions, and finally acceptance, memories. The book of poems was published in 1931, while the author was still a student. The poems ushered in a new era in Odia poetry. Mayadhar Mansinha continued on to be a prolific poet and writer, but he is fondly remembered as a romantic poet, and the poems in Dhoopa are considered his best.
-
Dhundukuda
₹180.00ନରେନ୍ଦ୍ର କୁମାର ଭୋଇଙ୍କ ‘ଧୁନ୍ଦୁକୁଡ଼ା’ ସମକାଳୀନ ଓଡ଼ିଆ କାବ୍ୟ ସାହିତ୍ୟରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ଭାଷା ଓ ପ୍ରକାଶଭଙ୍ଗୀର ପରିଚ୍ଛନ୍ନତା, ତୀକ୍ଷ୍ଣ ଚିତ୍ରକଳ୍ପ ସହିତ ଆଜିର ମଣିଷର ନିଃସଙ୍ଗତା ଓ ଅସହାୟତାର ପରିପ୍ରକାଶ ଏ ସଂକଳନକୁ କରିଛି ସାର୍ଥକ ଓ ସ୍ମରଣୀୟ ।
— ଗଣେଶ୍ୱର ମିଶ୍ର
ପ୍ରାକ୍ତନ ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ
-
Dhusara Saisaba
₹300.00ଗୋବିନ୍ଦ ମିଶ୍ର କେବଳ ଆଧୁନିକ ହିନ୍ଦୀ ସାହିତ୍ୟର ନୁହନ୍ତି, ସମସାମୟିକ ଭାରତୀୟ ସାହିତ୍ୟର ଏକ ମୁର୍ଦ୍ଧନ୍ୟ ଓ ବଳିଷ୍ଠ ସ୍ୱର । ଦୀର୍ଘ ଛଅ ଦଶନ୍ଧିରୁ ଅଧିକ କାଳ ଧରି ସେ ସାହିତ୍ୟ ସାଧନାରେ ନିମଗ୍ନ । ଉଚ୍ଚ ପ୍ରଶାସନିକ ପଦପଦବୀରେ ରହିସୁଦ୍ଧା ଚିନ୍ତା ଓ ଚେତନାରେ ସେ ସଦାବେଳେ ମାଟିମନସ୍କ ଓ ସାମାଜିକ ସତ୍ୟାନୁସନ୍ଧାନୀ । ତାହା ତାଙ୍କର ଗଳ୍ପ ଓ ଉପନ୍ୟାସ ଉଭୟରେ ବାରମ୍ବାର ପାଠକମାନେ ଦେଖିବାକୁ ପାଇଥାନ୍ତି ।୧୯୬୦ ଦଶକ ବେଳକୁ ହିନ୍ଦୀ ସାହିତ୍ୟରେ ଯେଉଁ ନୂଆ ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଥିଲା, ସେଥିରେ ପରମ୍ପରାବାଦୀଙ୍କ ବିରୁଦ୍ଧରେ ‘ନୟୀ କହାନୀ’ ଆନ୍ଦୋଳନର ପ୍ରବକ୍ତାମାନେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ ।
ଆଲୋଚିତ ଉପନ୍ୟାସ ‘ଧୂଲ୍ ପୌଧୋଁ ପର’ ସମ୍ପୂର୍ଣ୍ଣ ରୂପେ ଏକ ପରୀକ୍ଷାନିରୀକ୍ଷାଧର୍ମୀ ସାମାଜିକ- ମନସ୍ତାତ୍ତ୍ୱିକ ଉପନ୍ୟାସ ଯେଉଁଥିରେ ଜଣେ ନାରୀର ଏକକ ସଂଗ୍ରାମକୁ ଅତି ନିଖୁଣ ଭାବେ ଚିତ୍ରିତ କରାଯାଇଛି । ନିଜ ସହ ଜଣେ ସଂଘର୍ଷ କରୁଥିବା ନାରୀ ନିଜ ପରିବାର ଓ ସମାଜ ସହ ଯେତେବେଳେ ସାମ୍]ନା କରେ, ସେ ସଂଘର୍ଷ କରେ, ତା’ସହିତ କେହି ସହଯୋଦ୍ଧା ନଥାନ୍ତି । ଏପରିକି ସମୟ ମଧ୍ୟ ହାତ ଛାଡ଼ିଦିଏ । ସ୍ଥାନ, କାଳ ଓ ପାତ୍ର ଏକ ଚକ୍ରବ୍ୟୂହ ରଚନା କରନ୍ତି ଓ ନିଷ୍ପାପ ଅଭିମନ୍ୟୁଟି ଯୁଦ୍ଧ କରିଚାଲେ । କିନ୍ତୁ ଏ ଯୁଦ୍ଧରେ ଅଭିମନ୍ୟୁ ସପ୍ତରଥୀଙ୍କ ଦ୍ୱାରା ନିପାତ ହୁଏନାହିଁ । ବରଂ ସେ ସମୟ ଓ ସମାଜ ନିକଟରେ ନିଜର ଯଥାର୍ଥ୍ୟ ପ୍ରତିପାଦନ କରେ । ସବୁ ସିଦ୍ଧି ପାଇଁ ଯେପରି ସାଧନା କରିବାକୁ ପଡ଼ିଥାଏ, ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିଥାଏ ତାହା ହିଁ ଘଟିଛି ଏ ଉପନ୍ୟାସର ନାରୀଟି କ୍ଷେତ୍ରରେ । ସେ ପ୍ରମାଣିତ କରିଛି, ସେ ଅବଳା ନୁହେଁ, ତା’ର ମଧ୍ୟ ପ୍ରତିବାଦ କରିବାର ଅଧିକାର ଅଛି । ସେଇ ଅଧିକାର ବଳରେ ସେ ପରିବାରକୁ, ସମାଜକୁ ବଦଳାଇଛି । ବଦଳାଇ ଦେଇଛି ନାରୀ- ପୁରୁଷ ମଧ୍ୟରେ ଥିବା ପାରମ୍ପରିକ ସମ୍ପର୍କ ଓ ସଂଜ୍ଞାକୁ । ଶିକ୍ଷା ଠାରୁ ଆରମ୍ଭ କରି ସାମାଜିକ ସଂସ୍କାରରେ ଥିବା କଳ୍ମଷକୁ ।