-
Abujha Ae Mana
₹80.00“ଅବୁଝା ଏ ମନ” ବୁଝିବାକୁ ବହୁ ଚେଷ୍ଟା କଲି
କେହି କହିବେନି ଗୋଟେ କଞ୍ଚା ହାତର କଅଁଳ ଫସଲ ବୋଲି । ଲେଖିକା ସମସାମୟିକ ସମାଜ ଆଉ ସାମାଜିକ ପରିସ୍ଥିତି ପ୍ରତି ଗଭୀର ସଚେତନ । ଜଣେ ମନସ୍ତତ୍ୱ କହେ, ପାରିବାରିକ, ସାମାଜିକ କ୍ରାନ୍ତିକାରୀ ଲେଖିକା । ଆମ ତେଲ ଲୁଣ ସଂସାର ଭିତରେ ଯୋଉକଥା, ଯୋଉ ଅନୁଭୁତି ମନର ତତ୍ୱରେ ତତ୍ୱରେ ରହିଛି ଅଥଚ ତାକୁ କାହାକୁ କହିହଉନି, ବୁଝି ବି ବୁଝି ହଉନି ।
ଅନୁଭବର ଏ କଥନ ଓ ଲିଖନର ସୁଅ ମୁହଁରେ ଲେଖିକାର ଏ ପ୍ରକାର ଅଭିନବ ଶାଖ୍ୟ ସ୍ୱରୂପ କିଏ କେମିତି ବୁଝିବ କେଜାଣି । ପ୍ରତି ଛନ୍ଦରେ ପ୍ରତି କାହାଣୀରେ ଅକୁହା କଥାର ସ୍ୱର । ବିଦଗ୍ଧ ପ୍ରାଣୋଛଳ ପ୍ରତିବଦ୍ଧତାରେ ପାଠକ ବିମୁଗ୍ଧ ହେବେ ।
ପରିବେଶରୁ, ସମାଜରୁ, ମନର ଅଭ୍ୟନ୍ତରରୁ ପ୍ରତି ନିୟତ ଘଟି ଚାଲିଥିବା ଛୋଟ ଛୋଟ ଘଟଣାକୁ ନିଜର ସମସ୍ତ ଅନୁଭବ ଓ ଅନୁରାଗ ଦେଇ ଭାଷାର ଖୋଳପା ପିନ୍ଧାଇ ପ୍ରତୀକ ଧର୍ମୀ ଗଳ୍ପଗୁଡିଏ, ସ୍ନିଗ୍ଧ, ଶୀତଳ ଓ ଜାଦୁକରୀ ଭାଷା ପ୍ରୟୋଗରେ ଜୀବନ୍ତ କରିଛନ୍ତି ଲେଖିକା ଅନାମିକା ।
ସେ ବଡପୁଅର ବ୍ୟଥା ହେଉ କି ଦୁହିତାର ଉତ୍ସର୍ଗୀକୃତ ମହ୍ଲାର ହେଉ ବା ଦାମ୍ପତ୍ୟର ପାର୍ଥିବତା ଭିତରେ ଅପାର୍ଥିବ ପ୍ରେମର ରହସ୍ୟ ସାବିତ୍ରୀକୁ ଚିଠିରେ ହଉ ଅଥବା ଏକ ଅଜଣା ବ୍ୟଥାରେ କିନ୍ନରର ବ୍ୟାକୁଳ ପ୍ରାଣର ବେଦନା ହଉ, ନହେଲେ ଆପଣାର ମଣିଷ ଗୁଡିକୁ ସବୁଦିନ ଲାଗି ଛାଡି ଆସିବାର ରୁଦ୍ଧ ଯନ୍ତ୍ରଣାର ଅବୁଝା ମନ ହେଉ, ସବୁଥିରେ ଲେଖିକାଙ୍କର ସୃଜନର ଆରୋହଣ, ସମାଜର ଜୀବନ ଜଞ୍ଜାଳର ଜଣା କାହାଣୀକୁ ପାଠକ ନିକଟରେ ଖୁବ୍ ସହଜରେ ପହଞ୍ଚାଇ ପାରୁଥିବା ଏଇ ଉଚ୍ଚ ମୁଲ୍ୟବୋଧକ ପ୍ରୟାସ ଲାଗି ମୁଁ ଲେଖିକାଙ୍କୁ ଧନ୍ୟବାଦ ଜଣାଉଛି ।
- ଡଃ. କାଳିପ୍ରସାଦ ମିଶ୍ର, ରାଜ୍ୟ ମୁଖ୍ୟ କମିଶନର, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍]
-
Abujha Pakshira Geeta
₹160.00Rabi Satapathy’s first collection “Abujha Pakshira Geeta” is the winner of the Black Eagle Books’ “First Book Award” for 2020. The collection has 58 poems, each poem demands to be read aloud-lines of perfect.
-
Abyakta Akshara
₹200.00‘ଅବ୍ୟକ୍ତ ଅକ୍ଷର’ ସୁଖ-ଦୁଃଖ, ଏକେଲାପଣ ଓ ଅନ୍ତରାତ୍ମାର ତୃପ୍ତି ଭିତରେ ଯେଉଁ ଧୂସର କୋଠରୀ ସବୁ ରହିଛି, ସେଇ ସ୍ଥାନରେ ଏଣେତେଣେ ଘୂରିବୁଲନ୍ତି । ଏଇ ଅକ୍ଷର ମାନଙ୍କର ଅସହାୟତାପଣ ଏହିକି ଯେ, ସେମାନେ ଶବ୍ଦ ତିଆରି କରିପାରିନାହାଁନ୍ତି । ସେମାନେ କାଳିରେ ଉତ୍ତାରି ହୋଇନାହାଁନ୍ତି । କିନ୍ତୁ ସେ ଅକ୍ଷର ସବୁର ମହତ୍ତ୍ୱ ମାପିପାରିବା ବହୁତ କଷ୍ଟକର ବ୍ୟପାର । ପୁସ୍ତକରେ ସ୍ଥାନିତ କବିତାଗୁଡ଼ିକ କୌଣସି ବିପ୍ଳବର ଉପୋଦ୍]ଘାତ କରିବା ପାଇଁ କିମ୍ବା ଭଙ୍ଗା ହୃଦୟକୁ ଆହୁରି ଭାଙ୍ଗିବାକୁ ପ୍ରଣୋଦିତ ନୁହଁନ୍ତି । ସମସ୍ତ କବିତାର ଉଦ୍ଦେଶ୍ୟ ହେଲା ମନର ସଂଗୁପ୍ତ କୋଣରେ ହାଲିଆ ହେଇ ବିଶ୍ରାମ ନେଉଥିବା ମାନବୀୟ ସମ୍ବେଦନଶୀଳତାକୁ ଟିକିଏ ଉଜାଗର କରିବା । ପ୍ରାଚୁର୍ଯ୍ୟର ବିସ୍ତାରୀକରଣ ଭିତରେ, ଉପଭୋକ୍ତାବାଦର ଜୟଜୟ ଧ୍ୱନି ଭିତରେ ଅସହାୟ ପ୍ରାଣକୁ ଆମେ ଟିକେ ଅନେଇବା । ତା’ପରେ ବ୍ୟଥିତ ହେବେ କି ବିପ୍ଲବ କରିବେ କି ପରିବର୍ତ୍ତନର ଧ୍ୱନିକୁ ଶାଣିତ କରିବେ, ସେ ସବୁ ଶୂନ୍ୟସ୍ଥାନ ପୂରଣ କରିବା ପାଠକମାନଙ୍କର ସ୍ୱାଧୀନଚେତା ମନୋଭାବ ଏବଂ ସ୍ପର୍ଶକାତରତା ଉପରେ ନିର୍ଭରଶୀଳ । ସେଇ ଶୂନ୍ୟସ୍ଥାନମାନଙ୍କରେ ଅବ୍ୟକ୍ତ ଅକ୍ଷରଗୁଡ଼ିକର ପ୍ରତିଧ୍ୱନି ନିଶ୍ଚେ ଶୁଭିବ ଓ ଏହି କବିତାମାନଙ୍କରେ ବିଜ୍ଞାନ ପ୍ରତି କିଛି ଅବିଚାର ହୋଇଥାଇପାରେ । ସାତଭାୟାର ଝାଉଁବଣ ସ୍ମୃତି ରୋମନ୍ଥନ କରିବା, ବିଦ୍ୟାଳୟ ବାରଣ୍ଡା ଦୁଃଖରେ ମ୍ରିୟମାଣ ହେବା କିମ୍ବା ‘ଗୁଳି’ ବ୍ୟଥିତ ହୃଦୟ ଧରି କାନ୍ଦିବା ଏ କବିତାର ଅକ୍ଷରମାନେ ଧୃଷ୍ଟତା ସହ ବ୍ୟକ୍ତ କରିଛନ୍ତି । ଅନ୍ତରର ଅକ୍ଷରଗୁଡ଼ିକର ଗତି ରେଖାଙ୍କିତ ନଥାଏ । ସେମାନେ ଘୂରିବୁଲିବେ ଓ ତା’ଙ୍କୁ ଏକାଠି କରି ସମ୍ବେଦନଶୀଳତାର କିଛି ଫର୍ଦ୍ଦ ଏ କବିତାଗୁଡ଼ିକରେ ଯୋଡି ହୋଇଯାଇଛି । ତେବେ ଯାହା ଅବ୍ୟକ୍ତ ରହିଗଲା, ତାହା ଧୂସର ହଁ ଦିଶିବ ଓ ଏଥିରେ କାହାକୁ ଆକ୍ଷେପ, ପ୍ରତିଆକ୍ଷେପ ବା ଆକ୍ରୋଶ ଅଜାଡିଦେବା ପାଇଁ ଗୋଟିଏ ଅକ୍ଷର ବି ଅପଚୟ କରାହେଇନପାରିବେ ।
-
Adha Adha Nakshyatra
₹200.00ଯଦି କେବେ କେଉଁଠି ମୋର କବିତାର ଧ୍ୱନି ଭିତରେ ଫୁଟିଉଠିଛି ନକ୍ଷତ୍ରଟିଏ, ପାଠକେ – ତାକୁ କେବଳ ଆକାଶର ତାରା ବୋଲି ଗ୍ରହଣକରି ନ ନେବାକୁ ମୋର ଅନୁରୋଧ । ସେ ବରଂ ମଣିଷର ଅମରତ୍ୱର ଏକ ଅନ୍ୟରୂପ, ତା’ର ଦୁଃସାହସୀ ସ୍ୱପ୍ନ, ଅସାଧାରଣ କଳ୍ପନା ଓ ତୁଙ୍ଗ ଏକ ଅଭିଳାଷ । ନହେଲେ ବା ଅନଶ୍ୱର ଭଲପାଇବାର ପ୍ରତୀକଟିଏ । ପ୍ରଚଣ୍ଡ ବସ୍ତୁବାଦର ଘୂର୍ଣ୍ଣି ଭିତରେ, ଅନ୍ଧାରର ଖଳଖଳ ପ୍ରବାହ ତଳେ ମଣିଷର ଚାଖଣ୍ଡେ ଛାତି ଭିତରେ ତା’ର ଉଦୟୋତ୍ସବ – ଅସ୍ଥିର ସମୟର ପ୍ରପାତ ଉପରେ ସେ ଏକ ସ୍ଥିରଚେତନାର ଇନ୍ଦ୍ରଧନୁ – ଯେତିକି ମନୋରମ ସେତିକି ବିସ୍ମୟକର । ତା’ର ପୂର୍ଣ୍ଣ ଆଧାର ହେବାପାଇଁ ମଣିଷର ପରିଚୟ ଯଥେଷ୍ଟ ନୁହେଁ । ମଣିଷ ହ୍ରସ୍ୱ, ତେଣୁ ସେ ଅର୍ଦ୍ଧେକର ଆଧାର ମାତ୍ର ।
ସେଥିପାଇଁ ସାଧାରଣ ଜୀବନଟିଏ ବଞ୍ଚୁଥିବା କବିର ସ୍ୱପ୍ନ ଅଧା ରହିବା ଅବଧାରିତ । ତଥାପି ସ୍ୱପ୍ନ ବରଂ ଅଧା ରହୁ, ବିଡ଼ମ୍ବିତ ନ ହେଉ ।
– ପ୍ରତିଭା ଶତପଥୀ
-
Adhinakanka Padabali O Prashna Pothi
₹300.00“ଅଧିନାୟକଙ୍କ ପଦାବଳୀ” ର ସ୍ଥାନ ପାବ୍ଲୋ ନେରୁଦାଙ୍କ କବିତାରେ ସର୍ବୋପରି। ଏହାର କେନ୍ଦ୍ରରେ ଅଛନ୍ତି ତାଙ୍କର ପ୍ରେମିକା ମାତିଲ୍]ଦେ ଉର୍]ରୁତିଆ ନାମ୍ନୀ ଜଣେ ଚିଲିର ମହିଳା, ଯିଏ ବହୁ ବର୍ଷ ଧରି ନେରୁଦାଙ୍କ ପ୍ରେମିକାର ଭୂମିକା ସଫଳତା ସହ ନିର୍ବାହ କରିବା ପରେ ବିବାହ ସୂତ୍ରରେ ଆବଦ୍ଧ ହୋଇ ତାଙ୍କର ତୃତୀୟ ପତ୍ନୀର ସ୍ଥାନ ଗ୍ରହଣ କଲେ। ନେରୁଦାଙ୍କର ଅତ୍ୟନ୍ତ ସଂବେଦନଶୀଳ ଭାବନାଲୋକରେ ମାତିଲ୍]ଦେଙ୍କ ମହତ୍ତ୍ୱ ଏଇଥିରୁ ସ୍ପଷ୍ଟ ହୋଇଯାଏ ଯେ “ଅଧିନାୟକଙ୍କ ପଦାବଳୀ” ବ୍ୟତୀତ “୧୦୦ଟି ପ୍ରେମର ସନେଟ” ମଧ୍ୟ ରଚନା କରିଥିଲେ। ସ୍ୱୟଂ ନେରୁଦାଙ୍କ ଭାଷାରେ – “ସିଏ ମୋ ପାଇଁ ଧରଣୀରୁ – ନିଜ ପାଦ, ନିଜ ହାତ, ନିଜ ଆଖି ଓ ନିଜ କଣ୍ଠସ୍ୱରରୁ-ସବୁମୂଳ, ସବୁ ଫୁଲ, ମଧୁର ଗନ୍ଧ ଥିବା ଖୁସୀର ସବୁ ଫଳକୁ କାଢ଼ି କରି ଆଣିଛି” ଆଉ ସିଏ “ମୋ ଗୀତକୁ ଅତି ଉଚ୍ଚ ସ୍ୱରରେ ଗାନ କରୁଛି।”
-
Adhunika Hindi Galpamala
₹275.00This anthology of contemporary Hindi short stories in Odia translation has been awarded the BLACK EAGLE BOOKS First Book Award 2019. A collection of twenty five popular short stories of award-winning writers of Hindi literature has been translated seamlessly in Odia language. This is a great addition to the Odia translation literature. This anthology would help the readers to know more about contemporary Hindi short stories and it’s writers. This anthology would be a great help to the literature students who research on short story genre and translation. This is a highly recommended reading for young writers who want to work on translation genre.
-
Adima Aranya
₹200.00ଆଦିବାସୀମାନେ ହିଁ ଭାରତ ଭୂଖଣ୍ଡର ଆଦିମ ଅଧିବାସୀ । ଆର୍ଯ୍ୟମାନେ ଭାରତ ଆସିଲାପରେ ସୈନ୍ଧବ ଗାଙ୍ଗେୟ ସମତଳ ଭୂମି ଆଦିବାସୀମାନଙ୍କଠାରୁ ଛଡ଼େଇ ନେଇ ସେମାନଙ୍କୁ ପାହାଡ଼ ପର୍ବତ ଘେରା ଦୁର୍ଗମ ଅରଣ୍ୟକୁ ବିତାଡ଼ିତ କରିଥିଲେ । ବ୍ରିଟିଶ ସରକାର ଭାରତ ଅଧିକାର କଲାପରେ ଆଦିବାସୀମାନଙ୍କଠାରୁ ଅରଣ୍ୟ ସମ୍ପଦ ଉପରେ ଥିବା ସେମାନଙ୍କର ଅଧିକାର ଛଡ଼ାଇ ନେଇଥିଲେ । ଦେଶ ସ୍ୱାଧୀନ ହେଲା ପରେ ସ୍ୱଦେଶୀ ସରକାର ଆଦିବାସୀମାନଙ୍କୁ ଅରଣ୍ୟ ସମ୍ପଦ ଉପରେ ଥିବା ସେମାନଙ୍କର ଅଧିକାର ଫେରାଇ ଦେବା ପରିବର୍ତ୍ତେ ଦେଶୀ, ବିଦେଶୀ କମ୍ପାନୀମାନଙ୍କୁ ଅରଣ୍ୟରେ ଖଣିଜ, ବନଜ ସମ୍ପଦ ଲୁଟ୍ କରି ସେମାନେ କଳକାରଖାନା ବସାଇବା ପାଇଁ ଅନୁମତି ଦେଇ ଆଦିବାସୀମାନଙ୍କୁ ବିସ୍ଥାପିତ କରି ଚାଲିଛନ୍ତି ।
ଆଦିବାସୀ ଜୀବନର ଏହି ମର୍ମନ୍ତୁଦ ପ୍ରେକ୍ଷାପଟ୍ଟରେ ଗଢ଼ି ଉଠିଛି ଏ ଉପନ୍ୟାସର କଥାବସ୍ତୁ । କେନ୍ଦୁଝର ମାଝିପଡ଼ାର ମାଆ ଛେଉଣ୍ଡ କାନୁକୁ ଗୁରୁମାଆ ନିଜ ପୁଅ ବନୁଠାରୁ ଅଧିକ ଯତ୍ନରେ ବଢ଼ାଇଥିଲେ, ପଢ଼ାଇଥିଲେ । କାନୁ ପାଠପଢ଼ି ହାକିମ ହେଲେ ମାଝିପଡ଼ାରୁ ଦୁଃଖ ଯିବ । ସାହୁକାର, ଜଙ୍ଗଲ ଜମାଦାର, ଠିକାଦାରମାନଙ୍କ ଶୋଷଣ, ଅତ୍ୟାଚାରରୁ ବଞ୍ôଚ ବର୍ତ୍ତି ଯିବେ ମାଝିପଡ଼ା, ଧାମପାଲିର ଆଦିବାସୀମାନେ ।
କାନୁ ମାଝି ପାଠପଢ଼ି ହାକିମ ହେଲା । ଆଇ.ଏ.ଏସ୍]. ଅଫିସର । ତା’ର ପିଲାଦିନର ଖେଳସାଥୀ ଧାନୀକୁ ବାହାହେବ ବୋଲି କଥା ଦେଇଥିଲା କାନୁ । କିନ୍ତୁ ବଡ଼ ହାକିମ ହେଲା ପରେ ଧାନୀ ଭଳି ଅପାଠୋଇ ଧାଙ୍ଗଡ଼ିକୁ ବାହାହେଲେ ସେ ତା’ ସହିତ ପାଦ ମିଳାଇ ଚାଲି ପାରିବ ନାଇଁ ବୋଲି ତା’ର ଉପର ଅଫିସର୍ ଅଣଆଦିବାସୀ ଆଇ.ଏ.ଏସ୍]. ଅଫିସରଙ୍କ ଝିଅକୁ ବାହାହୋଇ ପଡ଼ିଲା କାନୁ ।
ଓଡ଼ିଆ କଥା ସାହିତ୍ୟର ଶିଖର ପୁରୁଷ ବିଭୂତି ପଟ୍ଟନାୟକଙ୍କ ଏହି କାଳଜୟୀ ଉପନ୍ୟାସ ଅବଲମ୍ବନରେ ନିର୍ମିତ ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଚଳଚିତ୍ର ‘ହାକିମବାବୁ’ ୧୯୮୫ ମସିହାରେ ପୂର୍ଣ୍ଣ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ଦର୍ଶକମାନଙ୍କ ଉଚ୍ଛ୍ୱସିତ ପ୍ରଶଂସା ଲାଭ କରିଥିଲା ।
-
Adina Megha
₹200.00When three women enter one man’s life, the complications can be as many. Adina Megha. meaning ‘Untimely Showers’ deals with the love and sacrifice of three women for the same man.
Directed by Amit Maitra and produced by Babulal Doshi, his was made into a feature film in 1970 which was received National award for best Odia movie.
-
Adventures of Ottie and Sammy – Forest Adventure
₹150.00Sammy the fox and Ottie the otter are off on their second big adventure-this time deep into the heart of the forest!
The trees are tall, the paths are twisty, and the forest is full of surprises… including brand-new friends: Luna, Ginger, Max, Morris the moose, and the bouncy, funny Squii the squirrel!
Forest Adventure is the second book in the Adventures of Sammy and Ottie series-a warm and playful tale about friendship, courage, and the joy of meeting someone new.
-
Adventures of Ottie and Sammy- Ocean adventure
₹100.00Themes: Making and Staying Friends Being Adventurous Dealing with Challenges
The story begins with the imagination of a six-year-old boy and his stuffed animal pets, Ottie an Otter and Sammy a fox cub. This describes the friendship between two different animals and their challenge surviving in forest and ocean.
This story teaches us that we need to care about the environment for animals to survive. We shouldn’t pollute the ocean. We should take care of forest for animals to survive.
-
ADWAITA MOHANTY SAMAGRA SARJANA SAMBHAR
₹900.00ଅଦ୍ୱୈତ ପ୍ରସାଦ ମହାନ୍ତିଙ୍କ ଜୀବନୀରୁ ଜାଣିଲେ ଯେ ସେ ପ୍ରଥମେ କବି, ପରେ ଗାଳ୍ପିକ, ପରେ ପ୍ରାବନ୍ଧିକ ଓ ଶେଷରେ ଔପନ୍ୟାସିକ । ଯାହା ପୂର୍ବରୁ କୁହାଯାଇଛି ‘ସମାଜ’ରେ ତାଙ୍କର କବିତା ହିଁ ପ୍ରଥମେ ପ୍ରକାଶ ପାଇଥିଲା (୧୯୫୮) । ପରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ ଗଳ୍ପ ସଂପୃକ୍ତ ସଂସ୍ଥାର ମୁଖପତ୍ରରେ ପ୍ରକାଶ ପାଇଥିଲା (୧୯୬୦) । ପ୍ରଜାତନ୍ତ୍ରରେ ପ୍ରବନ୍ଧ ରଚନା ପାଇଁ ସେ ପୁରସ୍କାର ପାଇଛନ୍ତି (୧୯୬୯) । ଉପନ୍ୟାସ ଲେଖନ୍ତି ୧୯୮୩ ମସିହାରେ । ଏଣୁ ତାଙ୍କ ସର୍ଜନା ବିଚାର ସେହି କ୍ରମରେ କରିବା (କ) କବି ଅଦ୍ୱୈତ ପ୍ରସାଦ (ଖ) ପ୍ରାବନ୍ଧିକ ଅଦ୍ୱୈତ ପ୍ରସାଦ (ଗ) ଗାଳ୍ପିକ ଅଦ୍ୱୈତ ପ୍ରସାଦ (ଘ) ଔପନ୍ୟାସିକ ଅଦ୍ୱୈତ ପ୍ରସାଦ (ଙ) ଉପସଂହାର ।
ଲେଖାଲେଖିରୁ ଅଦ୍ୱୈତ ପ୍ରସାଦ କିଛି ପାଇ ନଥିଲେ (ସ୍ଥୂଳ ଅର୍ଥରେ ଧନ, ବୈଭବ, ପୁରସ୍କାର, ଚର୍ଚ୍ଚା, ପ୍ରଶଂସା) ଏପରିକି ନିଜ ଲେଖାର ବହିରୂପ ସୁଦ୍ଧା ଦୁଇଖଣ୍ଡ ମାତ୍ର ଦେଖିପାରିଥିଲେ; ତଥାପି ସେ କହୁଥିଲେ (ଆଗାମୀ ଜନ୍ମରେ କ’ଣ ହୋଇ ଜନ୍ମିବାକୁ ଇଚ୍ଛା? ପ୍ରଶ୍ନର ଉତ୍ତରରେ) – “ଲେଖକଟିଏ । ଇହକାଳରେ ଚେତନାର ଯେଉଁସ୍ତରକୁ ଉଠି ମୋର ଅନ୍ତିମ ରଚନାଟି ଲେଖିଥିବି ପରଜନ୍ମରେ ସେହିଠାରୁ ମୋର ଜୀବନାରମ୍ଭ ହେଉ ଏହାହିଁ ମୋର ଅନ୍ତିମ ଇଚ୍ଛା ।”
ଆତ୍ମରକ୍ଷା ଉପନ୍ୟାସର ନାୟକର ଆଦର୍ଶ ପରି ଏବଜନ୍ମର ସଂସ୍କାର ଓ ଚେତନାର ସର୍ବୋଚ୍ଚ ସ୍ଥିତିଟି ଆରଜନ୍ମର ଅୟମାରମ୍ଭ ସ୍ତର ହେଉ- କାମନା କରୁଥିବା ଜୀବନ ଶୁଭବିଶ୍ୱାସୀ, ଜଗତ କଲ୍ୟାଣକାମୀ, ଋଷିପ୍ରତିମ ଅଦ୍ୱୈତ ମହାନ୍ତିଙ୍କ ସମଗ୍ର ଜୀବନ ଥିଲା ସାହିତ୍ୟ ସମର୍ପିତ ।
-
Aeneid
₹400.00The Aeneid by the Roman poet Virgil (70 BC-19 BC) is a classic epic tale of Aeneas, a Trojan prince, about his adventurous journey and struggle to establish a new realm across the sea in Italy from the ashes of Troy. This epic by Virgil has depicted Aeneas as the embodiment of Roman virtues, a dutiful servant of fate and of the gods, an exemplary leader of the people, a devoted father and a son who had kept the interest of the country over his personal goals.
The translation of this epic to Odia language by Professor Bairagi Charan Jena, has preserved the meaning and connotations of the original Latin poem of Virgil within the constraints of grammatical structure of Odia language. This book is intended for use by people with literary aptitudes, students and researchers.