• Akasha Pari Nibida

    Akasha Pari Nibida

    ଜୀବନରେ ଶୂନ୍ୟଗର୍ଭା ଉଦାର ଆକାଶ ଉପରେ ପ୍ରତ୍ୟେକ ମଣିଷକୁ ହରରଙ୍ଗୀ ଚଢ଼େଇ ମନେ କରୁଥିବା କବି ସୌରୀନ୍ଦ୍ର ବାରିକଙ୍କ ‘ଆକାଶ ପରି ନିବିଡ଼’ କବିତା ସଂକଳନ ନିଚ୍ଛକ ଜୀବନଚିତ୍ର ପ୍ରଦାନ କରେ । ମହୁମାଛି ପରି ଆଲୁଅର ଡେଣାମେଲି ହୃଦୟକୁ ଆକ୍ରାନ୍ତ କରୁଥିବା ସ୍ମୃତିମାନଙ୍କୁ ନେଇ କବିପ୍ରାଣ ପ୍ରଗଳ୍]ଭ । ସେ ମ୍ଳାନ ସ୍ମୃତିର ପୃଷ୍ଠା ଭିତରେ ଶୁଷ୍କ ଜୀବନକୁ ପୁଣି ସାମାନ୍ୟ ସକ୍ରିୟ କରି ନେବାକୁ ତାଙ୍କର ଆଗ୍ରହ । କିନ୍ତୁ ତାଙ୍କୁ ମନେ ହୁଏ ‘ସ୍ମୃତିର ଶୁଖିଲା ହାଡ଼କୁ ରେକୁଟି ରେକୁଟି ଶେଷରେ ନିଜ ଲୁହ ଚାଖିବା ହିଁ ଯେମିତି ଖାଲି ସାର ହୁଏ’ । ପରିବର୍ତ୍ତନଶୀଳ ଆକାଶୀ ମନ ନେଇ ସମ୍ପର୍କ ବଦଳେ । ପ୍ରତାରଣା, ସମ୍ପର୍କର ଦୂରତ୍ୱ, ଅଶ୍ରୁ, ସ୍ୱପ୍ନ ମଧ୍ୟରେ ସ୍ନେହ କାଙ୍ଗାଳ କବିସତ୍ତା ତା’ର କବିତାର ଶବ୍ଦଙ୍କୁ ସାଉଁଟିନିଏ । ସେଇ ନିତିଦିନିଆ କଥା, ପ୍ରଜାପତି, ଫୁଲ, ହସ-କାନ୍ଦ, ଲୁହର ଶବ୍ଦ-ଦର୍ପଣରେ କବିଙ୍କୁ ଜୀବନର ବହୁବିଧ ରୂପ ଆଶ୍ୱାସନା ଦିଏ । କବିତାର ଶବ୍ଦ ଘୋଟି ଯା’ନ୍ତି ମେଘ ଓ ଅନ୍ଧାର ପରି ପୁଣି ଶବ୍ଦସବୁ ଫୁଟି ଉଠନ୍ତି ତାରା ଓ ଫୁଲ ପରି । କବି ସୌରୀନ୍ଦ୍ରଙ୍କ କବିତାର ପ୍ରତିଟି ଶବ୍ଦରେ ଅସଂଖ୍ୟ ପୃଥିବୀ, ଅସଂଖ୍ୟ ଈଶ୍ୱର କବିର ନାଭିକମଳକୁ ଧାରଣ କରନ୍ତି । ବାସ୍ ତା’ପରେ କବି ଚେତନା ଆକାଶ ପରି ନିବିଡ଼ ହୋଇଯାଏ ।

    150.00
    Add to cart
  • Akshiru Akhiku Jaha Dishe

    Akshiru Akhiku Jaha Dishe

    ଏ ଗ୍ରନ୍ଥର ଶୀର୍ଷକ ‘ଆଖିରୁ ଆଖିକୁ ଯାହା ଦିଶେ’। ଏଭଳି ନାମକରଣର ହେତୁ ହେଉଛି ଏକ ଦୃଷ୍ଟିଭଙ୍ଗୀ ବା ସ୍ୱକୀୟ ମନନଶୀଳତାର କଥା। ମୋ ଆଖିକୁ ଗୋଟିଏ ପାଠ୍ୟ ଯାହା ଦିଶେ ହୁଏତ ଅନ୍ୟଜଣଙ୍କ ଆଖିକୁ ତାହା ଅଲଗା ଦିଶିପାରେ। ସେଇ ଦିଶୁଥିବା କଥାକୁ ନେଇ ଯେତେ ସବୁ ବିମର୍ଶ ଓ ତର୍ଜମା। ଖାଲି ବିମର୍ଶ କଲେ ତ ହେବନାହିଁ ତାକୁ ବ୍ୟାଖ୍ୟାନ କରିବା ଜରୁରୀ। ବ୍ୟାଖ୍ୟାନ ସହ ତାତ୍ପର୍ଯ୍ୟ ନିର୍ଣ୍ଣୟ ବି ଜରୁରୀ। ଏହି ନିର୍ଣ୍ଣୟକୁ ବିତରଣ କରିବାକୁ ହେବ ସମସ୍ତଙ୍କ ଉପଯୋଗ ପାଇଁ। ତେଣୁ ଏ ଗ୍ରନ୍ଥ ଗୋଟିଏ ନିର୍ଦ୍ଦିଷ୍ଟ ସାହିତ୍ୟ ପ୍ରଭାଗର ଚର୍ଚ୍ଚା ଗ୍ରନ୍ଥ ନୁହେଁ। ଏଥିରେ ରହିଛି ବିବିଧ ସାହିତ୍ୟ ପ୍ରଭାଗର ଜ୍ଞାତବ୍ୟ ତଥ୍ୟପୂର୍ଣ୍ଣ ଆଲୋଚନା। ସ୍ନାତକୋତ୍ତର ଶ୍ରେଣୀରେ ପଢିବାଠାରୁ ଅଦ୍ୟାବଧି ଲିଖିତ ସକଳ ଲେଖାକୁ ସଂକଳିତ କରିବାକୁ ହଠାତ ଇଚ୍ଛା ହେଲା। ସଂକଳିତ କରିବା କଣ ଏକ ଆବଶ୍ୟକତା ? ଆବଶ୍ୟକତା ନିଶ୍ଚୟ। ଏହି ଆବଶ୍ୟକତାବୋଧରୁ ଏ ଗ୍ରନ୍ଥର ଜନ୍ମ। ଏହାକୁ ଆବଶ୍ୟକତାର ଅଭିବ୍ୟକ୍ତି କୁହାଯାଇପାରେ।

    ଏହି ଗ୍ରନ୍ଥ ସହିତ ସୂତ୍ରାୟିତ ବିଷୟ ଗୁଡ଼ିକ ନିର୍ଦ୍ଦିଷ୍ଟ ସାହିତ୍ୟିକ ପ୍ରଭାଗର ନୁହେଁ। ଏଥିରେ ରହିଛି ବିବିଧ ପ୍ରସଙ୍ଗ। ଲଳିତ ଚିନ୍ତନ ମୂଳକ ପ୍ରବନ୍ଧ ସହ ଉପନ୍ୟାସ, ଗଳ୍ପ, କବିତା, ନାଟକ, ପତ୍ରପତ୍ରିକା ଓ ଭାଷାତତ୍ତ୍ୱ ସଂପର୍କିତ ବହୁବିଧ ଚର୍ଚ୍ଚାକୁ ନେଇ ଏହାର କଳେବର। ସବୁକିଛି ବ୍ୟବସ୍ଥିତ କି ସୁନିୟନ୍ତ୍ରିତ ନୁହେଁ। ବିଭିନ୍ନ ସମୟରେ ଲେଖାଯାଇଥିବା ଆର୍ଟିକିଲର ଏହା ସମାହାର। ଲେଖା ଗୁଡିକର ସମୟକାଳରେ ଦଶନ୍ଧି ଦଶନ୍ଧିର ବ୍ୟବଧାନ। କାମ ଆରମ୍ଭ ଓ ଶେଷ ମଧ୍ୟରେ ଦୀର୍ଘକାଳ। ଏହି ବ୍ୟବଧାନ ଦୃଷ୍ଟିରୁ ଲେଖା ଗୁଡ଼ିକରେ ପରିପକ୍ୱତା ଓ ବିନ୍ୟାସରେ ଅନେକ ପ୍ରଭେଦ।

    235.00
    Add to cart
  • Alisha O Russiya Pari Kahani

    Alisha O Russiya Pari Kahani

    ଆମର ମସ୍କୋ ରହଣି ସମୟରେ ସିଏ ‘ସୋଭିଏତ୍ ପ୍ରକାଶନୀ ସଂସ୍ଥା’ରେ କାର୍ଯ୍ୟ ଆରମ୍ଭ କରି ସମୃଦ୍ଧ ରୁଷୀୟ ଭାଷାର କାଳଜୟୀ ରଚନାଗୁଡ଼ିକୁ ଓଡ଼ିଆ ଭାଷାରେ ଅନୁବାଦ କରି ସେସବୁକୁ ପୁସ୍ତକ ଆକାରରେ ପ୍ରକାଶ କରାଉଥିଲେ। ସେଥିସହ ଓଡ଼ିଆ ଭାଷାର ପ୍ରସିଦ୍ଧ ସାହିତ୍ୟ କୃତିଗୁଡ଼ିକୁ ମଧ୍ୟ ରୁଷୀୟ ଭାଷାରେ ଅନୁବାଦ କରିବା କାର୍ଯ୍ୟରେ ଲାଗିଥିଲେ। ଏହାରି ଭିତରେ ମୋର ମଧ୍ୟ ଉଚ୍ଚକୋଟୀର ରୁଷୀୟ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା। ପରେ ପରେ ମୁଁ ସେଠାରେ ଉଚ୍ଚଶିକ୍ଷା ଲାଭକରି ଶିକ୍ଷାଦାନ ପଦ୍ଧତିରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲି। ବୈଷ୍ଣବବାବୁ ସେତେବେଳେ ତାଙ୍କ ଅନୁବାଦ ଲେଖାର ସଂଶୋଧନ କାର୍ଯ୍ୟଟି ମତେ ଦେଉଥିଲେ। କ୍ରମଶଃ ମୁଁ ମୋର ମୌଳିକ ରଚନା ସହ ଅନୁବାଦ କାର୍ଯ୍ୟରେ ମଧ୍ୟ ମନୋନିବେଶ କରିଥିଲି। ତେବେ ଘରକାର୍ଯ୍ୟ, ପିଲାମାନଙ୍କର ଦେଖାଶୁଣା କାର୍ଯ୍ୟ ଯୋଗୁଁ ଏହାର ପରିସର ସୀମିତ ରହିଥିଲା। ମୋର ଅନୁବାଦ ମଧ୍ୟରୁ ସାତଟି ଅନୁବାଦ ସେହି ସମୟରେ ପ୍ରକାଶ ପାଇଥିଲା।

    ମୋର ସେହିସବୁ ରୁଷୀୟ ଅନୁବାଦ ମଧ୍ୟରୁ ଚାରିଟି ରୁଷୀୟ ଲୋକ କାହାଣୀ ଓ ପରୀ କାହାଣୀକୁ ନେଇ ଏହି ନୂତନ ସଂକଳନ ‘ଆଲିଶା ଓ ରୁଷୀୟ ପରୀ କାହାଣୀ’। ପରୀ କାହାଣୀଗୁଡ଼ିକର ଏକ ସାର୍ବକାଳିକ ଆଦୃତି ରହିଛି। ସବୁବର୍ଗର ପାଠକଙ୍କୁ ଏହା ଭଲ ଲାଗିଥାଏ ବୋଲି ମୋର ବିଶ୍ୱାସ। ତେବେ ରୁଷୀୟ ପରୀ କାହାଣୀଗୁଡ଼ିକର ଏକ ସ୍ୱତନ୍ତ୍ର ଆବେଦନ ଥିବା ମୁଁ ଉପଲବ୍]ଧି କରିଛି। ଆଶା ଓ ବିଶ୍ୱାସ, ‘ଆଲିଶା ଓ ରୁଷୀୟ ପରୀ କାହାଣୀ’ ସୁଧୀ ପାଠକବୃନ୍ଦଙ୍କୁ ଏକ ଭିନ୍ନ ଆନନ୍ଦ ଦେବ।

    ଦୀର୍ଘ ଚାରି ଦଶନ୍ଧି ତଳେ ମୋର ଅନୁବାଦ କୃତି ପୁନଃ ପ୍ରକାଶିତ ହେଉଥିବାରୁ ମୁଁ ଭିନ୍ନ ଏକ ସୃଜନ ପୁଲକ ଅନୁଭବ କରୁଛି। ଏହା ମୋ ବାକି ଜୀବନକୁ ଉତ୍ସାହିତ କରିବ ବୋଲି ଆଶା ରଖୁଛି। —-ଡ. ସ୍ୱର୍ଣ୍ଣଲତା ପରିଡ଼ା

    200.00
    Add to cart
  • Alpa Galpa

    Alpa Galpa

    ଏଇ ଗଳ୍ପ ସଂକଳନ – ‘ଅଳ୍ପ ଗଳ୍ପ’ରେ ସେ ଏକ ଭିନ୍ନ ଦୃଷ୍ଟିଭଙ୍ଗୀର ଅବତାରଣା କରିଛନ୍ତି । ସବୁ ଗଳ୍ପ ସାମାଜିକ କଥାବସ୍ତୁ ଉପରେ ଆଧାରିତ । ଅଧିକାଂଶ ଚରିତ୍ର ସାମାଜିକ ପୃଷ୍ଠଭୂମିରୁ ଆନୀତ । ଏକ ସାଧାରଣ/ସ୍ୱାଭାବିକ/ଚିରାଚରିତ ଜୀବନଶୈଳୀ ଭିତରେ ସେମାନଙ୍କ ଅସାଧାରଣ ବ୍ୟକ୍ତିଚରିତ୍ର ହିଁ ତାଙ୍କ ଗଳ୍ପର ଅନ୍ୟତମ ଦିଗ । ବିଭିନ୍ନ ସଂଘର୍ଷମୟ ପରିସ୍ଥିତିରେ ଥିବା ଏଇ ଚରିତ୍ରମାନଙ୍କ ଭିତରେ ପ୍ରତିଫଳିତ ଏକ ଗଭୀର ମାନବିକ ଆବେଦନ ହିଁ ତାଙ୍କ ରଚନାର ସ୍ୱାତନ୍ତ୍ର]୍ୟ ।

    150.00
    Add to cart
  • Ama Chalani Ama Chamaka

    Ama Chalani Ama Chamaka

    ଉତ୍କଳୀୟ ସମାଜ ସମଗ୍ର ଭାରତବର୍ଷରେ ଅନେକ ସ୍ୱାତନ୍ତ୍ର]୍ୟ ବହନକରେ । ଏହି ମହୋଦଧି କୂଳର ରାଜ୍ୟଟି ପ୍ରକୃତିର ଅସୁମାରି ଉପାଦାନରେ ଶୋଭାପାଏ । ତାହାର ଘନ ସବୁଜିମା ଭରା ଅରଣ୍ୟାନୀ ଏବଂ ଜଳପ୍ରପାତ ଗୁଡିକର ଶବ୍ଦତରଙ୍ଗ ସହିତ ବିହଙ୍ଗମାନଙ୍କର ପ୍ରକୃଷ୍ଟ ଲକ୍ଷ୍ୟସ୍ଥଳ ଯେମିତି କାକୁଳିରେ ଶବ୍ଦାୟିତ, ଉତ୍କଳୀୟ ମନପ୍ରାଣରେ ପ୍ରକୃତି ରଚେ ସିହରଣ । ମନ ଟାଣେ ପ୍ରକୃତି ସହିତ ତାଳମିଳାଇ ଚାଲିବାକୁ । ସେହି ତାଳରେ ମନ୍ଥର ବେଗରେ ଉତ୍କଳୀୟ କନ୍ୟାର ରୂପଲାବଣ୍ୟ ସହିତ ଓଡ଼ିଶୀନାଚ, ସେହି ଦୃଶ୍ୟ ପଟରେ ଅଳସକନ୍ୟାର ମନଲୋଭା ଚାହାଣି ଆଉ ସେହି ଆନନ୍ଦମୟ ଦେବଦବୀମାନଙ୍କର ବରଦା ହସ୍ତ ମନକୁ ପୁଲକରେ ଭରିଦିଏ ।

    ସରଳ ନିଷ୍କପଟ ଓଡ଼ିଆ ଚରିତ୍ର ସ୍ୱଭାବବନ୍ତ । ମାଟିର ବଳରେ ଆଉ ପାଣିର ଶକ୍ତିରେ ତାର ବେଉସା, ଜଙ୍ଗଲଜାତ ଉପକରଣରେ ତାର ସମୃଦ୍ଧି । ଇତିହାସ ପୃଷ୍ଠାରେ ଅଦୃଷ୍ଟ ହୋଇ ରହିଥିଲା ଓଡ଼ିଶା ମାଟିତଳର ରତ୍ନଗର୍ଭ । ଉତ୍କଳୀୟ ସରଳ ପରିଧାନର ଅନ୍ତରାଳରେ ଛପି ରହିଥିଲା ତାର ଆତ୍ମସମ୍ମାନ ଆଉ ସମର୍ପଣର ମନୋଭାବ । ଯୁଗ ଯୁଗଧରି ପୃଥକ୍ ସମୟରେ ସିଏ ରାଷ୍ଟ୍ରଦେବତାଙ୍କର ଆଶିଷରେ ମଥାଟେକି ଗତି କରିଛି । ସମଗ୍ର ବିଶ୍ୱରେ ଚକାନୟନ ଯୁଗଳର ଅନନ୍ତ ଆବିଳତା ପ୍ରସାର କରିଛି ।

    ସେହି ଓଡ଼ିଆ ପରମ ସ୍ୱାଭିମାନୀ । ନିଜର ଆତ୍ମମର୍ଯ୍ୟାଦା ତିଳେମାତ୍ର କ୍ଷୁଣ୍ଣ ହେବାକୁ ସୁଯୋଗ ଦିଏନାହିଁ । ଦିନେ କୋଣ୍ଡାଭିଡୁ ଦୁର୍ଗ ପାଇକମାନଙ୍କ ହାତରୁ ଛଡାଇନେଇ ନିଜେ କୃଷ୍ଣଦେବରାୟ କହିଥିଲେ, ଓଡ଼ିଆ ଜାତି ଭୋକରେ ମରିପାରେ, ହାତ ପତାଏ ନାହିଁ । ଏହିପରି ଆଉ ଥରେ ଆବେଗପୂର୍ଣ୍ଣ ଘଟଣା ଘଟିଛି ନଅଙ୍କ ଦୁର୍ଭିକ୍ଷରେ । ଜୀବନ ଯାଇଛି ପଛେ ଦାନଛତ୍ରରୁ ଦାନାଟିଏ ନେବାକୁ ଆତ୍ମସମ୍ମାନ ନଷ୍ଟ ହୋଇଯିବାର ଦ୍ୱନ୍ଦ୍ୱ ନେଇ ମୃତ୍ୟୁବରଣ କରିଛି ପଛେ ହାତ ପତାଇ ନାହିଁ ।

    ସେଇ ଓଡ଼ିଆ ଜାତିର ଚଳଣି ଏବଂ ଚମକ ଆଧାରିତ ‘ବିଜୟିନୀ’ ପତ୍ରିକାର ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ କିଛି ପ୍ରବନ୍ଧ ଆଧାରରେ ଏହି ସଂକଳନଟି ରଚିତ ।

    320.00
    Add to cart
  • Ama Samayara Kahani: Piladina

    Ama Samayara Kahani: Piladina

    ଯେତେ ଯାହା ଚାହିଁଲେ ବି ପିଲାଦିନ ଆଉ ଫେରେ ନାହିଁ । ସ୍ମୃତିର ଆଲ୍]ବମ୍]ରେ ପୁରୁଣା ଫଟୋଟିଏ ପରି ସେ ପଛରେ ରହିଯାଏ । ଏଣିକି ମଣିଷକୁ ଫେରିବାକୁ ହୁଏ ପିଲାଦିନ ପାଖକୁ- ଗୀତ, ଗପ, ଉପନ୍ୟାସ ଓ ଚିତ୍ରର ଭରସାରେ ।

    ପିଲାଦିନ ଗପ ସଂକଳନ, ସେଇ ପିଲାଦିନକୁ ପାଖରେ ପାଇବାର ଆବେଗ ଆତୁର ଉଦ୍ୟମର ଫଳଶ୍ରୁତିଟିଏ । ଅନେକ ଦିନ ଧରି ଏମିତି ସ୍ୱପ୍ନଟିଏ ଥିଲା, ପିଲାଦିନର ସ୍ମୃତି ପରି ମୋ ପାଖେ ପାଖେ, ମାତ୍ର ସେଇ ସ୍ୱପ୍ନକୁ ବାସ୍ତବର ରୂପ ଦେବା ପାଇଁ ଅବକାଶ ଓ ଅବସର ଜୁଟୁ ନ ଥିଲା । ‘ପିଲାଦିନ’ ସଂକଳନ ‘ଆମ ସମୟର କାହାଣୀ’ ଶୃଙ୍ଖଳାର ପ୍ରଥମ ସଂକଳନ । ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅନୁଭବ ଓ ପ୍ରସଙ୍ଗକୁ ନେଇ ଏଭଳି କେତେକ ଗଳ୍ପ ସଂକଳନ ପ୍ରକାଶ ପାଇଁ ଯେଉଁ ସାନ ଯୋଜନାଟିଏ ରହିଛି ଏଇଟି ତା’ର ପ୍ରଥମ ପଦକ୍ଷେପ । ଏହାର ଗପଗୁଡ଼ିକ ପିଲାଦିନକୁ ଖୋଜି ପାଇବାରେ ଗୋଟେ ଗୋଟେ ମଧୁର ପ୍ରୟାସ । ଏଗୁଡ଼ିକୁ ପଢ଼ିଲାବେଳେ ମୁଁ ନିଜେ ପ୍ରଚୁର ରସଘନ ମୁହୂର୍ତ୍ତର ସାନ୍ନିଧ୍ୟ ଲାଭ କରିଛି । ହସିଛି, କାନ୍ଦିଛି, ରୁଷିଛି ଓ ଭାବପ୍ରବଣ ହୋଇପଡ଼ିଛି । ସେଇ ସମ୍ଭବତଃ ମୋ ଉଦ୍ୟମର ଯଥାର୍ଥ ପାରିଶ୍ରମିକ । ଓଡ଼ିଆ ଭାଷାର ‘ପିଲାଦିନ’ର ଅନୁଭବ, ଅଭିଜ୍ଞତାକୁ ନେଇ ଆହୁରି ଅନେକ ଗପ ରହିଛି । ସବୁ ସମୟର କାହାଣୀ ଶୃଙ୍ଖଳାରେ ସେଭଳି ଗପଗୁଡ଼ିକୁ ଏକତ୍ର କରି ପ୍ରକାଶ କରିବାର ଯୋଜନା ମୋର ରହିଛି । ଇଏ କେବଳ ମୋ ଉଦ୍ୟମ ଓ ଆଭିମୁଖ୍ୟର ବିଶ୍ୱସନୀୟତା ସୃଷ୍ଟି ପାଇଁ ପ୍ରଥମ ପ୍ରୟାସ ।

    ଆଶା କରୁଛି ‘ପିଲାଦିନ’ ଆପଣମାନଙ୍କୁ ଭଲ ଲାଗିବ । ଏହାର ଚରିତ୍ରମାନେ ଆପଣଙ୍କୁ ଆଉ ଥରେ ଜହ୍ନପଖଳା ଗାଁର ଶାଗୁଆ କ୍ଷେତ, ବର୍ଷାଧୁଆ ଘାସ ପଡ଼ିଆ ଓ ଖରାଦିନର ଆମ୍ବତୋଟାକୁ ଡାକି ନେଇଯିବେ । ସେତକ କରିବାରେ ଯଦି ସେମାନେ ସମର୍ଥ ହୁଅନ୍ତି, ତାହାହେଲେ ମୋର ସବୁ ଶ୍ରମ ସାର୍ଥକ ହୋଇଯିବ ।

    ନୂତନ ସଂସ୍କରଣ ୨୦୨୩ ଗୌରହରି ଦାସ

    300.00
    Add to cart
  • Ama Samayara Kahani: Prema

    Ama Samayara Kahani: Prema

    ଫୁଲଟିଏ ଫୁଟିଲେ ମଉଳି ଝଡ଼ିପଡ଼େ । ଗୀତଟିଏ ଗାଇବା ଆରମ୍ଭ ହେଲେ ସୁର ହୋଇ ସରିଯାଏ, କଥାଟିଏ ଆରମ୍ଭ ହେଲେ ଲଥାର ବାଙ୍କ ବୁଲାଣି ଦେଇ ଶେଷହୁଏ; କିନ୍ତୁ ପ୍ରେମ ଥରେ ଆରମ୍ଭ ହେଲେ ଆଉ ସେ ସରେ ନାହିଁ । ଜୀବନ ସାରା ମଧୁର କ୍ଷତଟିଏ ପରି ସେ ମଣିଷ ସାଙ୍ଗରେ ରହିଯାଏ, ସ୍ମୃତିକୋଷରେ ସାଇତି ହୋଇ ରହିଯାଏ ସେଇ ସଂପର୍କର ସୂଚିପତ୍ର । କେବେ କେବେ ସେସବୁ ଉଙ୍କିମାରେ ଆଖି ଉପକୂଳରେ ଲୁହ ହୋଇ, ଓଠ ତଟର କ୍ଷୀଣହସ ହୋଇ, କେବେ ପୁଣି ଛାତି ପଞ୍ଜରାର ପାହାଡ଼ ଖୋଲରେ ଦୀର୍ଘଶ୍ୱାସ ହୋଇ ।

    କିଏ ଜଣେ କହିଥିଲେ, ପ୍ରେମରେ ବିଫଳତା ବୋଲି କିଛି ନାହିଁ । ବିଫଳ ପ୍ରେମ ସୁଦ୍ଧା ଲୁହଧୁଆ ମନଆକାଶରେ କରୁଣ କିରଣ ବୁଣିଦିଏ । ସେଇ କରୁଣ କିରଣ ସୃଷ୍ଟି କରିଦିଏ ବର୍ଣ୍ଣିଳ ଇନ୍ଦ୍ରଧନୁ । ଇନ୍ଦ୍ରଧନୁରୁ ଜନ୍ମ ନିଏ କାବ୍ୟକବିତା, ଚିତ୍ର ଓ ସ୍ଥାପତ୍ୟ ।

    ପ୍ରେମର ପ୍ରଥମ ସର୍ତ୍ତ ହେଉଛି ତାହା ନିଃସର୍ତ୍ତ । ପୃଥିବୀର କୌଣସି ଯୁକ୍ତି, ଧରାବନ୍ଧା ଆଇନ ପ୍ରେମ ଆଗରେ ବାଟ ଓଗାଳି ଛିଡ଼ା ହୋଇପାରେ ନାହିଁ । ପ୍ରେମପାଇଁ ମଣିଷକୁ ପ୍ରଚୁର ମୂଲ୍ୟଦେବାକୁ ପଡ଼ିଛି – ଜୀବନ, ସଂପର୍କ, ସ୍ୱେଦ, ଶୋଣିତ, ସାଇତା ସଂପଦ ଓ ପ୍ରିୟ ପରିଧି । ସବୁ ସତ୍ତ୍ୱେ ପ୍ରେମ ବଞ୍ଚି ରହିଛି – ସାମାଜିକ ସ୍ୱୀକୃତି ମିଳୁ କି ନମିଳୁ, ଦାପ୍ତରିକ ସମ୍ମତି ଥାଉ ବା ନଥାଉ । ପ୍ରେମ ପାଇଁ କୌଣସି ପ୍ରତିବନ୍ଧକ ଅନତିକ୍ରମ୍ୟ ନୁହେଁ – ନା ଜାତି ନା ଜାତୀୟତା, ନା ଶାସ୍ତ୍ର ନା ଶାସ୍ତ୍ରୀୟତା । ସେଥିପାଇଁ କିଏ ପ୍ରେମର ପୃଥକ ପରିଭାଷା କରେ, ବ୍ୟାଧି ଓ ବିକୃତି, ଭୟଙ୍କର ପାଗଳପଣ । ସେଥିପାଇଁ ଗୀର୍ଜା, ଗୁରୁଦ୍ୱାର, ମନ୍ଦିର ଓ ମସ୍]ଜିଦ୍]ର ଦୁଆର ଆଉଜାଇ ନିଆଯାଏ, ସଜାଡ଼ି ରଖାଯାଏ ନିଆଁ ଓ ନାଗଫାଶ, ନାଲି ଆଖି ଦେଖାଏ ନୀତି ଓ ମୁକ୍ତିମଣ୍ଡପ । ମାତ୍ର ସବୁ ସତ୍ତ୍ୱେ ପ୍ରେମ ବଞ୍ଚିରହେ, ଝାଉଁଳି ଯାଇଥିବା ପ୍ରଣୟୀର ବୁକୁତଳେ ଲାଲ ଟୁକ୍]ଟୁକ୍ ସତେଜ ଗୋଲାପଟେ ପରି, ସମଗ୍ର ପୃଥିବୀକୁ ଆଶୀର୍ବାଦ କରିବାର ମୁଦ୍ରାରେ ସଭିଙ୍କୁ ଶିହରିତ କରୁଥାଏ । ଲୁହର ପଙ୍କଗଡ଼ିଆ ଭିତରୁ ପଦ୍ମର ପବିତ୍ରତାରେ ସେ ଚହଟି ଉଠୁଥାଏ । ଏହିଭଳି ଅନୁଭବ ଉପହାର ଦେଉଥିବା ଅଠେଇଶଟି ଗଳ୍ପର ସଂକଳନ ‘ଆମ ସମୟର କାହାଣୀ ପ୍ରେମ’

    380.00
    Add to cart
  • Ama Samayara Nirbachita Ekankika

    Ama Samayara Nirbachita Ekankika

    ସ୍ୱଳ୍ପ ଆୟତନ ଓ ସମୟ ଭିତରେ କଥାବସ୍ତୁକୁ ବିଭିନ୍ନ ଘଟଣା ଓ ଚରିତ୍ର ମାଧ୍ୟମ ଦେଇ ଚରମ ପରିଣତି ଆଡ଼କୁ ଯଦି କେହି ଅଗ୍ରସର କରାଇପାରେ ତେବେ ସେ ହେଉଛି ଏକାଙ୍କିକା ବା ଛୋଟ ନାଟକ । ଏଇ ସଂକଳନ କାର୍ଯ୍ୟ ମୁଖ୍ୟତଃ ଏକାଙ୍କିକା ଓ ଛୋଟ ନାଟକକୁ ନେଇ ହୋଇଛି । ଦୀର୍ଘ ନାଟକ ଅପେକ୍ଷା ଏକାଙ୍କିକା ବା ଛୋଟ ନାଟକ ବହୁ ଲୋକପ୍ରିୟତା ଅର୍ଜ୍ଜନ କରିପାରଛି । ଓଡ଼ିଆ ସାହିତ୍ୟରେ ଏକାଙ୍କିକା ପ୍ରାୟ ୧୯୪୦ ମସିହାରୁ ଏପର୍ଯ୍ୟନ୍ତ ଲେଖାହୋଇ ଆସୁଛି । ଦୀର୍ଘ ଅଶି ବର୍ଷ ଭିତରେ ନାଟ୍ୟକାରମାନେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଆସୁଛନ୍ତି ବିଭିନ୍ନ ନାଟକ ଓ ଏକାଙ୍କିକାରେ । ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏକାଙ୍କିକା ଯାହା ଥିଲା ବର୍ତ୍ତମାନ ତା’ର ନାମ ବଦଳାଇ ଛୋଟ ନାଟକରେ ରୂପାନ୍ତରିତ । ଏହି ଏକାଙ୍କିକାର ପ୍ରୟାସ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କଠାରୁ ଆରମ୍ଭ ହୋଇଛି । ଦୀର୍ଘ ନାଟକ ଅପେକ୍ଷା ଛୋଟ ନାଟକ ବା ଏକାଙ୍କିକା ଖୁବ୍ ସୁଦୂର ପ୍ରସାରୀ ଓ ଭାବଗର୍ଭକ । କେବଳ ସେତିକି ନୁହେଁ ବଂର ଏହି ପ୍ରକାରର ନାଟ୍ୟରଚନା ବିଶ୍ୱ ନାଟ୍ୟଧାରା ସହ ସମକକ୍ଷ ହୋଇ ପାରିଛି । ପ୍ରାଣବନ୍ଧୁ କରଙ୍କଠାରୁ ସୁବୋଧ ପଟ୍ଟନାୟକ(ନାଟ୍ୟଚେତନା)ଙ୍କ ପର୍ଯ୍ୟନ୍ତ ବିଭିନ୍ନ ଏକାଙ୍କିକା ଦେଶ ବିଦେଶରେ ମଞ୍ଚସ୍ଥ ହୋଇ ସଫଳତା ଲାଭ କରିଛି । କେବଳ ଯେ ଅବସର ବିନୋଦ ନିମନ୍ତେ ଏକାଙ୍କିକା ଲେଖାଯାଇଛି ତା’ନୁହେଁ ବରଂ ମଣିଷ ଜୀବନର ଜଟିଳ ଦିଗ ଓ ବିଭିନ୍ନ ସମସ୍ୟାକୁ ମଧ୍ୟ ରୂପାୟିତ କରାଯାଇଛି । କାଳୀଚରଣ ପଟ୍ଟନାୟକଙ୍କ ‘ଦେବତାର ତଳେ’ ଏକାଙ୍କିକାଠାରୁ ଆରମ୍ଭ କରି ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ‘ପଶୁଘାତ’ ଏକାଙ୍କିକା ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଏକାଙ୍କିକାରେ ଜୀବନର ଗଭୀରତମ ଦିଗ, ବିଭିନ୍ନ ମନସ୍ତାତ୍ତ୍ୱିକ ଚିନ୍ତନ, ପ୍ରଗତିଶୀଳ ସମାଜର ଚିତ୍ର ଓ ବହୁବିଧ ସମସ୍ୟାକୁ ଦେଖିବାକୁ ପାଇବା । ତା’ସହିତ ବିଭିନ୍ନ ପୌରାଣିକ, ସାମାଜିକ ଓ ମନସ୍ତାତ୍ତ୍ୱିକ କାହାଣୀକୁ ଆଧାର କରି ରଚନା ହୋଇଥିବା ଛୋଟ ନାଟକ ଗୁଡ଼ିକରେ ମଣିଷ ଜୀବନର ଅବ୍ୟକ୍ତ ଯନ୍ତ୍ରଣା, ଅସହାୟତା, ନୈରାଶ୍ୟ, ବିଫଳତା ପ୍ରଭୃତିକୁ ନାଟ୍ୟକାରମାନେ ସଫଳତା ସହକାରେ ଉପସ୍ଥାପନ କରିପାରିଛନ୍ତି ।

    410.00
    Add to cart
  • Ama Sanskruti Ama Jibana

    Ama Sanskruti Ama Jibana

    This is a collection of essays on culture and history of India including Jagannath culture, Nabakalebara. This book has chapters on how to live a better life and how to raise a good family too.

    350.00
    Add to cart
  • Amada Bata

    Amada Bata

    Basanta Kumari Patnaik’s much acclaimed masterpiece novel about the journey of Maya from an educated, independent, stubborn, self-sufficient, sensible girl to an obedient, traditional, mature, emotional woman. This was made to a popular feature film with the same name in 1964 starring Jharana Das in the main role.

    250.00
    Add to cart
  • Ambapalika and Other Stories

    Ambapalika and Other Stories

    Acharya Chatursen’s Ambapalika and Other Stories brings together twenty-eight of the finest short stories by one of Hindi literature’s most versatile and celebrated masters. Acharya Chatursen Shastri (1891-1960) was a novelist, essayist, historian, and physician whose works combined scholarly depth with literary imagination. In this collection, his narratives span the sweep of Indian history and culture-from the courtesan Ambapalika of ancient Magadha to the valour of Sinhagarh, from the wisdom of Chanakya to the anguish of Rajput queens, from Mughal intrigues to village tragedies. Each story is marked by his epic vision, psychological insight, and moral intensity. Translated into English with care and fidelity, these tales open a window onto the grandeur, pathos, and humanity of India’s past, making them accessible to readers across the world.

    500.00
    Add to cart
  • Ame Jeunmane

    Ame Jeunmane

    AME JEUNMANE is a short story collection in Odia by eminent Odia author Jagannath Prasad Das. The collection has fourteen short stories, Chithi, Bagha, Pakshi, Muhurta, Bandhana, Beshya, Curfew, Lekhaka, Sparsha, Bhagya, Photograph, Sahityakara, Budhiani Jala and Sampradaya. A must read collection.

    200.00
    Add to cart