• Aparichita

    Aparichita

    200.00
    Add to cart
  • Apurba Aranya

    Apurba Aranya

    ଅବ୍ୟକ୍ତ ଅକ୍ଷର’ ସୁଖ-ଦୁଃଖ, ଏକେଲାପଣ ଓ ଅନ୍ତରାତ୍ମାର ତୃପ୍ତି ଭିତରେ ଯେଉଁ ଧୂସର କୋଠରୀ ସବୁ ରହିଛି, ସେଇ ସ୍ଥାନରେ ଏଣେତେଣେ ଘୂରିବୁଲନ୍ତି । ଏଇ ଅକ୍ଷର ମାନଙ୍କର ଅସହାୟତାପଣ ଏହିକି ଯେ, ସେମାନେ ଶବ୍ଦ ତିଆରି କରିପାରିନାହାଁନ୍ତି । ସେମାନେ କାଳିରେ ଉତ୍ତାରି ହୋଇନାହାଁନ୍ତି । କିନ୍ତୁ ସେ ଅକ୍ଷର ସବୁର ମହତ୍ତ୍ୱ ମାପିପାରିବା ବହୁତ କଷ୍ଟକର ବ୍ୟପାର । ପୁସ୍ତକରେ ସ୍ଥାନିତ କବିତାଗୁଡ଼ିକ କୌଣସି ବିପ୍ଳବର ଉପୋଦ୍]ଘାତ କରିବା ପାଇଁ କିମ୍ବା ଭଙ୍ଗା ହୃଦୟକୁ ଆହୁରି ଭାଙ୍ଗିବାକୁ ପ୍ରଣୋଦିତ ନୁହଁନ୍ତି । ସମସ୍ତ କବିତାର ଉଦ୍ଦେଶ୍ୟ ହେଲା ମନର ସଂଗୁପ୍ତ କୋଣରେ ହାଲିଆ ହେଇ ବିଶ୍ରାମ ନେଉଥିବା ମାନବୀୟ ସମ୍ବେଦନଶୀଳତାକୁ ଟିକିଏ ଉଜାଗର କରିବା । ପ୍ରାଚୁର୍ଯ୍ୟର ବିସ୍ତାରୀକରଣ ଭିତରେ, ଉପଭୋକ୍ତାବାଦର ଜୟଜୟ ଧ୍ୱନି ଭିତରେ ଅସହାୟ ପ୍ରାଣକୁ ଆମେ ଟିକେ ଅନେଇବା । ତା’ପରେ ବ୍ୟଥିତ ହେବେ କି ବିପ୍ଲବ କରିବେ କି ପରିବର୍ତ୍ତନର ଧ୍ୱନିକୁ ଶାଣିତ କରିବେ, ସେ ସବୁ ଶୂନ୍ୟସ୍ଥାନ ପୂରଣ କରିବା ପାଠକମାନଙ୍କର ସ୍ୱାଧୀନଚେତା ମନୋଭାବ ଏବଂ ସ୍ପର୍ଶକାତରତା ଉପରେ ନିର୍ଭରଶୀଳ । ସେଇ ଶୂନ୍ୟସ୍ଥାନମାନଙ୍କରେ ଅବ୍ୟକ୍ତ ଅକ୍ଷରଗୁଡ଼ିକର ପ୍ରତିଧ୍ୱନି ନିଶ୍ଚେ ଶୁଭିବ ଓ ଏହି କବିତାମାନଙ୍କରେ ବିଜ୍ଞାନ ପ୍ରତି କିଛି ଅବିଚାର ହୋଇଥାଇପାରେ । ସାତଭାୟାର ଝାଉଁବଣ ସ୍ମୃତି ରୋମନ୍ଥନ କରିବା, ବିଦ୍ୟାଳୟ ବାରଣ୍ଡା ଦୁଃଖରେ ମ୍ରିୟମାଣ ହେବା କିମ୍ବା ‘ଗୁଳି’ ବ୍ୟଥିତ ହୃଦୟ ଧରି କାନ୍ଦିବା ଏ କବିତାର ଅକ୍ଷରମାନେ ଧୃଷ୍ଟତା ସହ ବ୍ୟକ୍ତ କରିଛନ୍ତି । ଅନ୍ତରର ଅକ୍ଷରଗୁଡ଼ିକର ଗତି ରେଖାଙ୍କିତ ନଥାଏ । ସେମାନେ ଘୂରିବୁଲିବେ ଓ ତା’ଙ୍କୁ ଏକାଠି କରି ସମ୍ବେଦନଶୀଳତାର କିଛି ଫର୍ଦ୍ଦ ଏ କବିତାଗୁଡ଼ିକରେ ଯୋଡି ହୋଇଯାଇଛି । ତେବେ ଯାହା ଅବ୍ୟକ୍ତ ରହିଗଲା, ତାହା ଧୂସର ହଁ ଦିଶିବ ଓ ଏଥିରେ କାହାକୁ ଆକ୍ଷେପ, ପ୍ରତିଆକ୍ଷେପ ବା ଆକ୍ରୋଶ ଅଜାଡିଦେବା ପାଇଁ ଗୋଟିଏ ଅକ୍ଷର ବି ଅପଚୟ କରାହେଇନପାରିବେ ।

    660.00
    Add to cart
  • Aradhana: An Adoration in Love

    Aradhana: An Adoration in Love

    Love seldom communicates; and poets make the inevitable blunder in believing that they are hearing love’s murmur that is eminently poetic. In fact, as Shakespeare tells “…love is blind, and lovers cannot see, the pretty follies that themselves commit.” But for a poet who receives the blow of love, the “…feeling is more soft and sensible than are the tender horns of cockled snails.” The Bard has stated it so succinctly. All poems are a product of love. If there’s a poetic call against exploitation it’s because the poet loves the downtrodden, if a poem extols people to revolt against terrorism it is the outcome of the poet’s love for peace. The same fundamental factor of love applies to poems penned in different times, on different chimes. Perhaps in no other creative channel love predominates so much. What is to be noted is that the poet is not aware that his creative faculty is usurped by some benevolent force and, by the time he comes to understand that his poem has been written while he was in love.

    250.00
    Add to cart
  • Ardha Satabdira Odisha O Tahinre Mo Sthana

    Ardha Satabdira Odisha O Tahinre Mo Sthana

    ପଣ୍ଡିତ ଗୋଦାବରୀଣ ମିଶ୍ର ଭୂମିଷ୍ଠ ହେବାର ସୁବର୍ଣ୍ଣ ଜୟନ୍ତୀ ସମ୍ବତ୍ସରରେ, ୧୯୩୬ ମସିହାରେ, ‘ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ’ ଗଠିତ ହୋଇଥିଲା। ଶିକ୍ଷା, ସାହିତ୍ୟ, ସମାଜସେବା ଓ ରାଜନୀତି; ଏ ସମସ୍ତ କ୍ଷେତ୍ରରେ ପଣ୍ଡିତ ଗୋଦାବରୀଶଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଓ ସ୍ବାକ୍ଷର ଯେ ତତ୍କାଳୀନ ଓଡ଼ିଶା ପ୍ରଦେଶର ପ୍ରାଣପ୍ରତିଷ୍ଠାର ଅନ୍ୟତମ ମୂଳମନ୍ତ୍ର ଥିଲା, କହିବା ବାହୁଲ୍ୟ। ସତ୍ୟବାଦୀ ବନବିଦ୍ୟାଳୟର ପ୍ରତିଷ୍ଠା ଓ ପରିଚାଳନା, ସର୍ବଭାରତୀୟ ସ୍ତରରେ ହେଉଥିବା ସ୍ବାଧୀନତା ସଂଗ୍ରାମ ପରିପ୍ରେକ୍ଷୀରେ ଓଡ଼ିଶାରେ ଘଟୁଥିବା ସମାନ୍ତରାଳ କାର୍ଯ୍ୟାବଳି ତଥା ଉତ୍କଳ ସମ୍ମିଳନୀର ଆୟୋଜନ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦାବିରେ କରାଯାଇଥିବା ଆନ୍ଦୋଳନ ଓ ରାଜନୈତିକ ପ୍ରୟାସର ଏକ ସଂଯୋଜିତ ଦଲିଲ ହେଉଛି, ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରଚିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’।

    295.00
    Add to cart
  • Ardhasatyara Chhai

    Ardhasatyara Chhai

    ଏଇ ସାତବର୍ଷ ଭିତରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଗଳ୍ପ ଗୁଡ଼ିକ ମଧ୍ୟରୁ, ବାରଟି ଗଳ୍ପକୁ ନେଇ ମୋର ଏହି ଦ୍ୱିତୀୟ ଗଳ୍ପ ସଂକଳନ ‘ଅର୍ଦ୍ଧସତ୍ୟର ଛାଇ’।

    ଦୃଶ୍ୟ ପଛରେ ଯାହା ଲୁଚିଥାଏ, ସ୍ୱପ୍ନ ଓ ସ୍ମୃତିରେ ଯାହା ଉଚ୍ଚାରିତ ହୁଏ- ସେଇ ହେଉଛି ‘ଅର୍ଦ୍ଧସତ୍ୟର ଛାଇ’।

    ଯେମିତି ଏଥିରେ ଥିବା ‘କୋଇଲି’ ଗପଟି କେବଳ ଗପ ନୁହେଁ, ଏହା ମୋ ପିଲାଦିନର ଅଭୁଲା ସ୍ମୃତି। ଆମସ୍କୁଲ, ସ୍କୁଲ ଫେରନ୍ତା ବାଟ, ବାଟରେ ପଡ଼ୁଥିବା ପୁରୁଣା ଡାକବଙ୍ଗଳା ଏବଂ ବଡ଼ଘର ଫାଟକ ବାହାରେ ହାତପାତି ବସିଥିବା ଗରିବ ଝିଅ।

    ଇତି ମଧ୍ୟରେ ଦୀର୍ଘ ପଞ୍ଚତିରିଶ ବର୍ଷରୁ ଅଧିକ ସମୟ ବିତିସାରିଛି। ଅନେକ କଥା ସ୍ମୃତି ସିଲଟରୁ ଲିଭି ଯାଇଥିବା ବେଳେ, କାହିଁକି କେଜାଣି ସେଇ ଦୃଶ୍ୟ ଗୁଡ଼ିକୁ ମୁଁ କେବେ ଭୁଲି ପାରିଲି ନାହିଁ।

    – ଏ ସବୁର ଚିତ୍ର ‘କୋଇଲି’ ଗଳ୍ପରେ ଝଲସି ଉଠିଛି।

    ଜଙ୍ଗଲ ରାସ୍ତାରେ ଝିଅଟିଏ ଆଞ୍ଜୁଳାରେ ଆଞ୍ଜୁଳେ ସ୍ୱପ୍ନର ଫୁଲ ଧରି ବିଦେଶୀବାବୁଙ୍କ ବାଟକୁ ଚାହିଁ ବସିଛି। କଥାଦେଇ ଭୁଲି ଯାଇଛନ୍ତି ବାବୁ। ଚାଲି ଯାଇଛନ୍ତି ବହୁତ ଦୂର, ଆଉ ତାକୁ ଦିନେ ଭୁଲି ଯାଇଛନ୍ତି। ଅପେକ୍ଷାରତ କଅଁଳ ହାତରୁ ଖସି ପଡ଼ିଛି ସ୍ୱପ୍ନରଫୁଲ। ବିଛାଡ଼ି ହୋଇ ପଡ଼ିଛି ରାସ୍ତା ସାରା।

    ଫୁଲ ସାଉଁଟୁ ସାଉଁଟୁ ଝିଅଟି ଚତୁଃପାର୍ଶ୍ୱର କୋଳାହଳ ଭିତରେ ନିଜକୁ ହଜାଇ ଦେଇଛି ନା’ ନିଜେ ହଜିଯାଇଛି, ସେ କଥା କହିଛି ଗଳ୍ପ ‘ୠଣାନୁବନ୍ଧ’।

    ଏମିତି କିଛି ଅନ୍ତରଙ୍ଗ ଅନୁଭବ ଆଉ କିଛି ଶୁଣାକଥା ବା କୌଣସି ଘଟଣାର ଖିଅ ଧରି ଗଢ଼ା ଯାଇଥିବା ଗଳ୍ପଗୁଚ୍ଛକୁ ନେଇ ଏଇ ‘ଅର୍ଦ୍ଧସତ୍ୟର ଛାଇ’।

    250.00
    Add to cart
  • Ardra

    Ardra

    ଶୁଭଶ୍ରୀଙ୍କ ଗପଗୁଡ଼ିକ ପଢିବାବେଳେ ମନେହୁଏ ସତେ ଯେମିତି ସତରେ ଏମିତି ଘଟିଛି ବା ଘଟିବା ସମ୍ଭବ ! ପାଠକଠୁ କୌଣସି କଥାକାର ଏତିକି ବିଶ୍ୱାସ ଜିତିନେବାପରେ ଗପ ଏକା ନିଶ୍ୱାସକେ ପଢ଼ି ହୋଇଯାଏ l

    -ଆଶିଷ ଗଡ଼ନାୟକ

     

    ଆର୍ଦ୍ରା, ଚନ୍ଦ୍ରମଣ୍ଡଳର କେଉଁ କୋଣରେ ଫୁଟିଉଠୁଥିବା ନକ୍ଷତ୍ରଟିଏ ହୋଇପାରେ କିମ୍ଵା ହୋଇପାରେ ଦ୍ରୁମଟିଏ ଦିନେ ଯେଉଁଠୁ ଅଙ୍କୁରୋଦଗମ ହୋଇଥିଲା ସେଇ ଭିଜା ମାଟି ମୁଠାଏ । ତେବେ, ସାରସ୍ଵତ ଆକାଶକୁ ଉଜ୍ଜ୍ଵଳିତ ଓ ସୃଜନୀ ମାଟିକୁ ପରିବ୍ୟାପ୍ତ ହେବାର ଏହା ଏକ ଆତ୍ମବିଶ୍ଵାସର ନାଁ।

    -ଚିତ୍ତରଞ୍ଜନ ଚିରଞ୍ଜିତ

    230.00
    Add to cart
  • Aromas of Sindh

    Aromas of Sindh

    This book is a compilation of more than a 100 vegetarian recipes from the Sindhi cuisine with individual recipe pictures and a story alongside. These are authentic Sindhi recipes, many of them passed to me by my mother. In today’s day and age when many of these recipes are not made at home any longer, this book compiles all of them in a single place and makes it easy for a reader to refer to and make as desired.The book has 5 main sections – Breakfast, Main, Side, Snack and Sweet; together these have 100 recipes. There is a Bonus section, which has an additional 7 recipes.The book boasts of a Foreword by celebrity Chef Vicky Ratnani and endorses what the book stands for.

    2,000.00
    Add to cart
  • Asami O Anyanya Nataka

    Asami O Anyanya Nataka

    ‘ଆସାମୀ ଓ ଅନ୍ୟାନ୍ୟ ନାଟକ’ରେ ଯେଉଁ ତିନିଟି ନାଟକ ସଂକଳିତ ହୋଇଛି ସେଗୁଡ଼ିକ ହେଲା ‘ଆସାମୀ’, ‘ନୂଆ ଠିକଣା’ ଏବଂ ‘ମାୟା’ । ଏ ନାଟକଗୁଡ଼ିକ ୨୦୧୬ ଓ ୨୦୧୭ରେ ଯଥାକ୍ରମେ ଉତ୍ତରପୁରୁଷ, ନାଟ୍ୟଚେତନା ଓ ଶତାବ୍ଦୀର କଳାକାର ଦ୍ୱାରା ପ୍ରଥମେ ମଞ୍ଚସ୍ଥ ହୋଇଥିଲା ।

    ନାଟକ ସଂପର୍କରେ

    ନାଟକ ‘ଆସାମୀ’, ନୋଟ୍ ଓ ଭୋଟ୍]ର ରାଜନୀତି ଭିତରେ ଛନ୍ଦି ପଡ଼ିଥିବା, ମାଟି ଓ ଭାଟିର ବିଷଚକ୍ରରୁ ମୁକୁଳି ପାରୁ ନ ଥିବା ଗୋଟେ ସାଧାରଣ ପରିବାରର କାହାଣୀ; ଯେଉଁ ପରିବାର କେବଳ ଚାହୁଁଥଲା, ଦିନରେ ଦୁଇଓଳି ଭାତ, ରାତିରେ ଦି ପହଡ଼ ମିଠା ନିଦ ଏବଂ ଗୋଟେ ଗେଲବସରିଆ ଘରକରଣା । କିନ୍ତୁ ମଝିବାଟରେ ନିଶାପାଣି ଭଳି ଅପଦେବତାର ବିଷବୃଷ୍ଟି ଜାଳିପୋଡ଼ି ଛାରଖାର କରିଦିଏ ସେମାନଙ୍କର ସ୍ୱପ୍ନ । ସମୟକ୍ରମେ ନିଶାସକ୍ତ ମଣିଷ ବୁଝିପାରେ – ଯୋଉ ନିଶାପାଣିକୁ ସେ ଅମୃତ ଭାବି ଦିନେ ଓଠ ପାଖରେ ଧରିଥିଲା, ସେଇ ନିଶାପାଣି ହଳାହଳ ବିଷ ହେଇ ତାର ସୁନା ସଂସାରକୁ ଚୂନା କରିଚି । ମାତ୍ର ସେତେବେଳକୁ ଅନେକ ବିଳମ୍ବ ହୋଇଯାଇଥାଏ । ନିଜର ସ୍ୱପ୍ନ ଓ ସମ୍ଭାବନାଠାରୁ ସେ ଚାଲିଯାଇଥାଏ ଅପହଞ୍ଚ ଦୂରତାକୁ ।

    ମାଟି, ଭାଟି, ନୋଟ୍ ଓ ଭୋଟ୍]ର ମୁନାଫାଖୋର ପଞ୍ଝା, ନାରୀ ମାଉଁସ ଲୋଭୀ କପଟୀମାନଙ୍କର ଭୋକ ଏବଂ ଠିକାଦାରୀ ଶାସନ ବ୍ୟବସ୍ଥାର ଶିକାର ହୁଏ ଏଇ ସାଧାରଣ ମଣିଷ । କ୍ରମେ ସାଧାରଣ ମଣିଷଟି ପରିଣତ ହୁଏ ସଇତାନ୍]ରେ । ନିରପରାଧ ନାଗରିକଟି ରୂପାନ୍ତରିତ ହୁଏ ଅପରାଧୀରେ । ତା ମଥାରେ ମାରିଦିଆଯାଏ ଆସାମୀର ମୋହର । ତେବେ ପ୍ରଶ୍ନ ଉଠେ- ପ୍ରକୃତରେ ଆସାମୀ କିଏ?

    180.00
    Add to cart
  • Asaranti Antakshari

    Asaranti Antakshari

    This collection was awarded Odisha Sahitya Akademi award in 2013 for poetry. The collection has 70 well-crafted poems. The collection will be highly appreciated by Odia poetry lovers.

    200.00
    Add to cart
  • Ascharya Abhisara

    Ascharya Abhisara

    Guruprasad Mohanty (July 16, 1924 to August 26, 2004) is arguably one of the most powerful and influential poets of 1950s India. Born in a nondescript village to a prominent family of Odisha he completed his higher education in English literature.

    150.00
    Add to cart
  • Ashok Chandan Galpa Samagra

    Ashok Chandan Galpa Samagra

    Excerpt from the Preface by Prof. Kailash Pattanaik:

    ଅଶୋକ! ତମ ଶିଳ୍ପୀ ଆଖିରେ ସ୍ୱର୍ଗ ଯେମିତି ସୁନ୍ଦର, ନର୍କ ବି ସେମିତି । ପ୍ରେମିକ ପୁରୁଷଟିଏ ଯେତିକି ତାତ୍ପର୍ଯ୍ୟପୂର୍ଣ୍ଣ, ସେତିକିବି କେଉଁ ନିଷ୍ଠୁର ଆତତାୟୀ । କଳାକାର ତମେ, ମନର ସୁବିଶାଳ ଦିଗନ୍ତକୁ ଏମିତି ଲିପାପୋଛା ସୁନ୍ଦରକରି ସଜେଇ ରଖିଥାଅ ଯେ; ପାଠକଟିଏ ଠିକ୍ ଠିକ୍ ଠଉରେଇ ନପାରିଲେ ଶାଳଗ୍ରାମକୁ ଟୋଳାଏ ମାଟି ଭାବି ବସିବା ଅସମ୍ଭବ ନୁହେଁ! ତମର ବାହାଦୁରିତ ସେଇଠି । ଖୋଜୁଥାଉ ପାଠକ, ପଢ଼ୁଥାଉ ଗପ, ହଉଥାଉ ଧନ୍ଦି!

    ସେଇ ଖୋଜିହେବା ଭିତରେ, ପଢ଼ିବା ଭିତରେ କି ଧନ୍ଦିହେବା ଭିତରେ ପାଠକ ପାଏ ସେ ପରିପକ୍ୱତାକୁ, ସେଇ ମୌଳିକତାକୁ, ସେଇ ଗନ୍ଧକୁ ଯେଉଁ ଗୁଡ଼ିକର ଛୁଆଁରେ ଅଶୋକ! ତମେ ଦେଖେଇ ପାରିଛି ତମର ଅସ୍ମିତା-ତମର ପରିଚିତି – ତମର ଗନ୍ଧ! ସେ ଗନ୍ଧ ଏତେ ତୀବ୍ର ଯେ ଆଜିବି କରୁଛି ପାଠକମାନଙ୍କୁ ସଙ୍କ୍ରମିତ!

    ତମ ମୃତ୍ୟୁର ଠିକ୍ ପରବର୍ଷ ତମ ପରିବାର ଲୋକଙ୍କ ସହଯୋଗିତାରେ ସନ୍ଦୀପନୀ, ଭୁବନେଶ୍ୱର କର୍ତ୍ତୃକ ପ୍ରକାଶପାଏ ‘ଅଶୋକ ଏବଂ ଅଶୋକ’ (୧୯୮୫) । ସେଥିରେ ସଂଗୃହୀତ ହେଇଥିଲା ତମର ୪୯ ଟି ଗଳ୍ପ । ସେଥିର ସୂଚନା ଅନୁଯାୟୀ ସେ ପାଣ୍ଡୁଲିପିର ‘ଅନ୍ଧପଦାତିକ’ ଅଂଶଟି କୁଆଡ଼େ ତମରି ହାତରେ ହେଇଥିଲା ପ୍ରସ୍ତୁତ ଓ ‘ମାନଚିତ୍ର’ ଅଂଶଟି ଉଦ୍ୟୋକ୍ତାମାନଙ୍କ ଦ୍ୱାରା ସଂକଳିତ । ପରେ ପରେ ତମ ଗଳ୍ପର ଅନ୍ୟଦୁଇ ସଂଗ୍ରହ ପ୍ରକାଶ ପାଇଥିଲା, ପୁନଶ୍ଚ ଅଶୋକ (୨୦୦୦) ଆଉ ଅଶୋକ ଅସରନ୍ତି (୨୦୧୨) ।

    ପୁଣିଥରେ ତମଗଳ୍ପର ସ୍ୱାଦ ପାଠକଙ୍କୁ ଚଖାଇବା ଲାଗି ଉଦ୍ୟମ କରିଚନ୍ତି ‘ବ୍ଲାକ୍ ଇଗଲ ବୁକ୍]ସ’ । ତମର ଏ ‘ଗଳ୍ପ ସମଗ୍ର’, ଭଲ ଲେଖକଙ୍କୁ ପାଠକମାନଙ୍କ ପାଖରେ ପହଞ୍ଚାଇବାର ‘ବ୍ଲାକ ଇଗଲ ବୁକ୍]ସ’ର ପତିଶ୍ରୁତିକୁ ପୁଣିଥରେ ସତ କରିଦିଏ!

    330.00
    Add to cart
  • Aspects and Prospects of Teacher Education

    Aspects and Prospects of Teacher Education

    Teacher education in India has a long history. Since the ancient period, it has been a major part of the education system. Teacher is the real social architect who can really shape the destiny of the nation. Emphasizing the importance of teacher, the National Policy on Education (1986) states, ‘the status of the teacher reflects the socio-cultural ethos of the society; it is said that no people can rise above the level of its teachers’. This statement indicates the vital role of the teacher in shaping the fate of the nation and rebuilding the society by educating the young minds.

    The teacher education is facing a number of issues and challenges. In the present context the expectation of the community from the teacher has been multiplied, teacher -student relationship is far more complex and the government is formulating new policies and finding new norms and standards for teachers. This compels the teachers to play a dynamic role and equip themselves with the latest knowledge and skills to meet the emerging challenges.

    Over the last half a century and particularly in the recent decades teaching learning has been undergoing drastic changes. The process of teaching-learning is tuned with innovation and emphasis has shifted from teacher-centred, lecture-based instructions to student-centred interactive learning environments. Teacher has to generate new knowledge among students by employing a variety of technology tools and innovative pedagogies in teaching to satisfy diverse needs of different categories of students effectively.

    Inclusive education is an innovative step towards quality education and assists in developing each child fully and helps in universalisation of education. Teachers are required to be trained in inclusive practices. Quality education largely depends upon the quality of teacher and the quality of teacher can be enhanced through continuous professional development programmes. Life skills education has major role in shaping teacher’s personality. Training of life skills education will surely enable the teachers to play their multifarious roles in school, home and society most effectively. The role of teacher for sustainable development of the nation is complex and nuanced.Teachers are considered to be the change agents to put into action the sustainable development goals.

    Present society needs effective, reflective, and creative teachers who can participate in the improvement of the whole educational process. Future teachers need to be value oriented, enlightened, and empowered to lead communities and nations in their march towards better and higher quality of life. The teachers having a futuristic vision can only lead the society towards an egalitarian one.

    Keeping in view the above points, the present book has been conceptualized. The book consists of seventeen chapters covering various aspects and prospects of teacher education. I hope this book will serve as reference book and fulfil the needs of the students, teachers, policy makers and researchers in the field of education.

    450.00
    Add to cart