-
And the Wretched
₹250.00The playwright Narayan Sahoo brilliantly knocks on society’s door to glance over the agonies and suffering the dominated class is experiencing daily through his O Saba Sesha Loka. This has been translated from Odia into English as And the Wretched. Here, he focuses on how people experiencing poverty suffer unendingly and their voice is unheard diachronically. Moving across the axes of Time and Space, the picture remains almost the same, though the illustrations he has stated are of this Indian Peninsula. The powerless and the voiceless raise their voices against the powerful and dominant classes for approving their natural rights. The writer advocates the mantra (dictum), as prescribed in the dialogue of Great Man, can be simplified that nothing is possible through negotiation so far. The alternative to this is revolution, the means of ascertaining one’s rights and individuality. He painstakingly cites Ekalavya’s case from the Mahabharat, the historical case of the Sun Temple of Odisha and the contemporary society wherein we are all the subjects successfully. He has undoubtedly justified the title of his play. Let’s look at the vignettes he has snapped in his creative oeuvre for the wider readership.
-
Andha Mahumachhi
₹200.00ସୌଭାଗ୍ୟ କୁମାର ମିଶ୍ର (୧୯୪୧) ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା କ୍ଷେତ୍ରରେ ଜଣେ ବହୁ ପରିଚିତ ପ୍ରୟୋଗବାଦୀ କବି । ତାଙ୍କ କବିତାରେ ଆଧୁନିକ ସମସ୍ୟାବହୁଳ ସାମାଜିକ ଜୀବନର ଅସହାୟତା, ଆଶଙ୍କା, ଦ୍ୱନ୍ଦ୍ୱ ଓ ସଂଘର୍ଷର ଚିତ୍ର ଉତ୍]କୀର୍ଣ୍ଣ । ରୋମାଣ୍ଟିକ୍]ଧର୍ମୀ, ଭାବପ୍ରବଣତା, ବିଚ୍ଛିନ୍ନତାବୋଧ, ମୃତ୍ୟୁ ସମ୍ପର୍କୀୟ ଦାର୍ଶନିକ ଅବବୋଧ ଓ ଈଶ୍ୱରଚେତନା ତାଙ୍କ କବିତାର ମୁଖ୍ୟସ୍ୱର । ଭାଷା ପ୍ରୟୋଗରେ ପରିମିତତା ଏବଂ ବସ୍ତୁ ଉପସ୍ଥାପନାରେ ନାଟକୀୟତା ତାଙ୍କ କବିତାରେ ପ୍ରାଧାନ୍ୟ ଲାଭ କରିଛି । କବିତାରେ ମିଥ୍], ପ୍ରତୀକ ଓ ଚିତ୍ରକଳ୍ପ ବ୍ୟବହାରରେ ଓ ଅନ୍ୟାନ୍ୟ ଆଙ୍ଗିକଗତ ପରୀକ୍ଷା-ନିରୀକ୍ଷାରେ ସେ ବହୁ ସଫଳତାର ଅଧିକାରୀ । ତାଙ୍କ ପ୍ରକାଶିତ କବିତା ସଂକଳନ ମଧ୍ୟରେ ‘ଆତ୍ମନେପଦୀ’, ‘ମଧ୍ୟପଦଲୋପୀ’, ‘ନଈ ପହଁରା’, ‘ଅନ୍ଧ ମହୁମାଛି’, ‘ବଜ୍ରଯାନ’, ‘ଦ୍ୱା ସୁପର୍ଣ୍ଣା’, ‘ମଣିକର୍ଣ୍ଣିକା’, ‘ଅନ୍ୟତ୍ର’, ‘ସଚରାଚର’, ‘ଉଜ୍ଜୟିନୀ’ ଆଦି ଉଲ୍ଲେଖଯୋଗ୍ୟ । ସେ ‘ଅନ୍ଧ ମହୁମାଛି’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, ‘ଦ୍ୱା ସୁପର୍ଣ୍ଣା’ ପାଇଁ ସାହିତ୍ୟ ଅକାଦେମୀ ଓ ଗଙ୍ଗାଧର ଜାତୀୟ ପୁରସ୍କାର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଲାଭ କରିଛନ୍ତି ।
-
Andhara Pare Kichhi
₹180.00Since its inception, we have been giving the Black Eagle Books First Book Award to encourage potential authors to publish their books and become a published author. For 2023, this award goes to Smrutikala Mohanty for her Odia short story collection ANDHARA PARE KICHHI. Smrutikala is a PhD scholar at RD University Odia department.
-
Aneka Dinara Aneka Katha
₹600.00ଅତୀତ ସର୍ବଦା ନିଜର କଥା କହିବାକୁ ବର୍ତ୍ତମାନର ସମୟ ପାଖରେ ନିରହଂକାର ଆକାଂକ୍ଷା କରେ। ଅତୀତ ମଧ୍ୟ ଦିନେ ବର୍ତ୍ତମାନ ଥିଲା ଓ ସେଇ ସମୟର ମୂକସାକ୍ଷୀ ଥିଲେ କିଛି ବିଗତ ଘଟଣା, ଗତାୟୁ କ୍ଷଣ ଓ ଅବର୍ତ୍ତମାନ ସାଜିଥିବା କିଛି ମହାମାନବ। ଅତୀତକୁ ପୁନରୁଦ୍ଧାର କରି, ନବ ଅଙ୍ଗସଜ୍ଜା ପୂର୍ବକ ଉପସ୍ଥାପନ କରିବାର ପଶ୍ଚାତ୍ ଭାଗରେ ଥାଏ ତତ୍କାଳୀନ କାଳଖଣ୍ଡକୁ ପୁନର୍ବାର ସାକ୍ଷାତ୍ କରିବାର ଦୁର୍ବାର ଇଚ୍ଛା ଓ ଆଗ୍ରହ। ଏହି ପ୍ରକାର ଉଦ୍ଦେଶ୍ୟକୁ ପରିପୂର୍ଣ୍ଣ କରିଛି ଓଡ଼ିଶାର ସ୍ୱନାମଧନ୍ୟ ନ୍ୟାୟମୂର୍ତ୍ତି ଜଷ୍ଟିସ୍ ରାଜକିଶୋର ଦାସଙ୍କ ଦ୍ୱାରା ଲିଖିତ ଆତ୍ମଜୀବନୀ ‘ଅନେକ ଦିନର ଅନେକ କଥା’। ଏହା ମାନବ ସଭ୍ୟତାର ଅନ୍ତଃକରଣକୁ ତତ୍କାଳୀନ ଇତିହାସ- ସମାଜ – ସଂସ୍କୃତି – ବ୍ୟକ୍ତି ମାନସର ବିବିଧ ରୂପରେଖ ମୂଲ୍ୟାଙ୍କନ କରିବାର ପରିସର ସୃଷ୍ଟି କରିବ।
-
Aneka Kothari
₹160.00ପ୍ରତ୍ୟେକ ଉଲ୍ଲେଖଯୋଗ୍ୟ ସାହିତ୍ୟରେ ପ୍ରଶ୍ନ ପଚରାଯାଏ । ସେ ପ୍ରଶ୍ନ ଶୁଣିବାକୁ ସମସ୍ତେ, ଏପରି କି ସ୍ୱୟଂ ଈଶ୍ୱର ମଧ୍ୟ ଶୁଣିବାକୁ ବାଧ୍ୟ । ସେ ପ୍ରଶ୍ନଗୁଡ଼ିକ ଏକାଧାରରେ ସରଳ ଓ ଜଟିଳ । ଛୋଟ ଛୁଆଟିଏ ମରିଗଲେ ସେ ସାହିତ୍ୟ ସମଗ୍ର ବିଶ୍ୱକୁ କାଠଗଡ଼ାରେ ଠିଆ କରାଇଦିଏ । କୌଣସି ଅହେତୁକ ଶାସ୍ତିରେ କେହି ନିର୍ଯ୍ୟାତିତ ହେଲେ ସେ ସାହିତ୍ୟ ସଚରାଚରଠାରୁ କୈଫିୟତ୍ ତଲବ୍ କରେ । ସାହିତ୍ୟିକ ଦୃଷ୍ଟିରେ ସଭ୍ୟତା ହେଉଛି ପ୍ରଶ୍ନ ପଚାରିବାର ସ୍ୱାଧୀନତା ଏବଂ ଯେଉଁଦିନ ଆଉ ପ୍ରଶ୍ନ ପଚରାଯାଉନାହିଁ- ସେଦିନ ସଭ୍ୟତାର ପରିସମାପ୍ତି ଘଟିଛି ବୋଲି ଧରିନିଆଯାଇପାରେ । ଯଦି ସାହିତ୍ୟିକ ପ୍ରଶ୍ନ ପଚାରିବାର ଐତିହ୍ୟରୁ ନିଜକୁ ଅଲଗା କରି ରଖେ ବା କୋଳାହଳମୟ ପ୍ରଶଂସା ଭିତରେ ନିଜର ସ୍ୱର ଲୀନ ହେବାକୁ ଛାଡ଼ିଦିଏ, ସେ ଆଉ ସାହିତ୍ୟିକ ହୋଇ ରହିବ ନାହିଁ; ହେବ ଏକ ଉଚ୍ଚାଙ୍ଗ ପରମ୍ପରାର ମଡ଼ାଚଣ୍ଡିଆ ।
ଯେତେବେଳେ ଏପରି ପରିସ୍ଥିତି ଉପୁଜେ, ଯେତେବେଳେ ଆଉ ପ୍ରଶ୍ନ ପଚରାଯାଏ ନାହିଁ ଏବଂ ସବୁଆଡ଼େ ହାଟବଜାରରେ କୋଳାହଳ ଶୁଭେ, ସେତେବେଳେ ସାହିତ୍ୟ ଲେଖାଯିବ ନିଶ୍ଚୟ, କିନ୍ତୁ ସେ ସାହିତ୍ୟର ସଭ୍ୟତା ସହିତ ସମ୍ପର୍କ ପ୍ରାୟ ରହିବ ନାହିଁ । ଗଲା କେତେବର୍ଷ ଭିତରେ ପୃଥିବୀର ଛାପାଖାନାମାନଙ୍କରୁ ଯେତେ ସାହିତ୍ୟ ବାହାରିଛି ଇତିହାସରେ ତାର ପଟାନ୍ତର ନାହିଁ, କିନ୍ତୁ ସେଗୁଡ଼ିକ ଭିତରୁ ଅଧିକାଂଶ ଅଳ୍ପ କେତେଦିନ ପରେ ନିଶ୍ଚିହ୍ନ ହୋଇ ଯାଇଛନ୍ତି । ତାର କାରଣ ହେଉଛି, ସେଗୁଡ଼ିକ ଆମ ସଭ୍ୟତାର ଅଂଶ ନୁହଁନ୍ତି, ବରଂ ତାର ପ୍ରତିକୂଳପନ୍ଥୀ । ସେଗୁଡ଼ିକର ରଚୟିତାମାନଙ୍କର କିଛି କିଛି କଳ୍ପନାଶକ୍ତି ଏବଂ ଭାଷାବିନ୍ୟାସରେ ପଟୁତା ଥିଲା, କିନ୍ତୁ ଯେଉଁ ଯନ୍ତ୍ରଣାବୋଧ ଆମକୁ ଏପରି ଏକ ଜାଗାକୁ ନେଇଯାଏ ଯେଉଁଠାରେ ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ଏକାକାର ଏବଂ ଯେଉଁଠାରେ ମନୁଷ୍ୟର ଭାଗ୍ୟ ହିଁ ଏକମାତ୍ର ପ୍ରସଙ୍ଗ ତାହା ଏ କଳ୍ପନାଶକ୍ତିକୁ ବ୍ୟାପ୍ତ ଓ ମାର୍ଜ୍ଜିତ କରିନାହିା । – ରମାକାନ୍ତ ରଥ
-
Animal Icons in Worship: A nudge at life’s purpose
₹300.00The book ‘Animal Icons’ takes an eclectic approach in dealing with the theme. The book in a rather interesting manner brings out the contemporary relevance of animal worship. The subject in hand has a purpose, that is, to drive home the importance of zoolatry or animal worship in our lives. The author Monica Das has explored the theme in its various dimensions and has beautifully presented relevant brass tacks that can open up vistas of knowledge to serve humanity in myriad ways.
She endearingly dwells on the jewels of the jungle that are a critical component of humanity. She refers to ‘Esho Funi’ – The Buddhist concept of oneness of man and environment in this regard. The book contains facts concerning the origin of animal worship which runs close to the concept of animal conservation. Apart from other things, the book mentions about highly fascinating ways of animal worship and the aesthetics surrounding this practice. Reading in between the lines one can uncover a magical solution to shift pain into wondrous love. Besides, she very aptly points to issues like endangered animal species, present-day planetary crises, grim paranoia and yet going parallel with this the self-denialism regarding the burning planet. However, fortunately significant institutions are doing their bit to alleviate the situation of an impending inferno staring us in the face. The content has been carefully curated to inform and delight the reader. There’s a famous saying, “Until one has loved an animal a part of one’s soul remains unawaken”.
The foreword of the book has been given by Mr Ravi Singh, Secretary General & CEO, WWF-India.
-
Antaranga Alochanara Uchhwasha
₹450.00ଡକ୍ଟର ହିମାଦ୍ରୀ ତନୟା ମିଶ୍ରଙ୍କ ରଚିତ ପ୍ରଥମ ପୁସ୍ତକ ‘ଅନ୍ତରଙ୍ଗ ଆଲୋଚନାର ଉଚ୍ଛ୍ୱାସ’ ଏକ ଶିକ୍ଷଣୀୟ ପ୍ରବନ୍ଧ ଗୁଚ୍ଛ l ଏହି ପୁସ୍ତକଟି ସମସ୍ତ ସାହିତ୍ୟାନୁରାଗୀ ବିଦଗ୍ଧ ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଆମେ ଆଶା କରୁଅଛୁ l
-
Anupama
₹500.00ଉପନ୍ୟାସ କାହାଣୀର ମୁଖ୍ୟନାୟିକା ଅନୁପମା, ନାୟକ ଅନୁପମ; ଉଭୟଙ୍କ ମଧ୍ୟରେ ଶାଶ୍ୱତ ପ୍ରେମ-ପ୍ରଣୟର ପରିଭାଷା ବହନ କରୁଥିବା ଶୀର୍ଷକ ‘ଅନୁପମା’ ସତରେ ମୋ’ ସ୍ରଷ୍ଟାଜୀବନର ଏକ ଅନୁପମ ସୃଷ୍ଟି!
ଆସନ୍ତୁନା, ଅନୁପମାର ଏହି ରହସ୍ୟ- ରୋମାଞ୍ଚଭରା କଥା-କାହାଣୀ ଉପରେ ଥରେ ଆଖି ବୁଲେଇ ଆଣିବା । ବୁଲିଯିବା ସାଗରଦ୍ୱୀପର ସେହି ଲବଙ୍ଗ ବଗିଚା, ଅଳେଇଚ କୁଂଜ, ପରୀମହଲ, ରହସ୍ୟମୟ ରାଣୀହଂସପୁର । ସାଗରର ନୀଳ ଲହରୀରେ ଦୋଳିଖେଳିବା ରାଜହଂସୀର ପିଠିରେ ଝୁଲିଝୁଲି, ଝୁମିଝୁମି । ଚନ୍ଦ୍ରଭାଗାର ଚନ୍ଦ୍ରଉଦିଆ ରାତି ହାତଠାରି ଡାକୁଛି, ଡାକୁଛି ଚିତ୍ରକୋଣ୍ଡାର ଅରଣ୍ୟ ପ୍ରଦେଶରୁ ମରୁଆ ଫୁଲର ମହମହ ମହକ… ନୀଳଜହ୍ନର ଅଭିସାର ଭିତରେ ଭିଜିଭିଜି ହଜିହଜି ଖୋଜିବା ନୀଳରହସ୍ୟକୁ …. ମହୋଦଧିର ମହାସମାଧିରେ ଆହରଣ କରିବା ସେହି ଦିବ୍ୟ ଅଲୌକିକ ଆନନ୍ଦର ଚିନ୍ମୟ ସାନ୍ନିଧ୍ୟ…
ସେହି ସବୁଜବନାନୀ, ଧୂସର ଉପତ୍ୟକା, ଯେଉଁଠି ଖାଲି ପ୍ରୀତିର ବନ୍ୟା ବହୁନି; ଝରଝର ଝରି ଯାଉଛି ବାତ୍ସଲ୍ୟର ମଧୁଝରଣା । ପ୍ରଜାପତିର ରଂଗୀନ ଡେଣାରେ ଡେଣାରେ କଉ ରୂପବତୀ ଖାସ୍ ରୂପ ସାଜୁନି, କୋକିଳର କଅଁଳ କୁହୁରେ ବାଜି ଉଠୁନି ମିଳନର ମୋହନ ମୁରଲୀ…
…ଏଠି ଶୃଂଗାର ବି ପାଲଟି ଯାଉଛି ଅଂଗାର ପ୍ରତାରଣାର ଆବରଣ ତଳେ ପ୍ରୀତି ପ୍ରତିଶ୍ରୁତିଟିଏ!
—-ଭଗବାନ ବେହେରା
-
Anupama Priyatama
₹250.00ଗୌରାଙ୍ଗ, କହିପାରିବ ଭଗବାନ କେଉ଼ଁଠି ଅଛନ୍ତି?
ସ୍ବାମୀଜୀଙ୍କ ପ୍ରଶ୍ନରେ ଚମକି ପଡିଲା ଗୌରାଙ୍ଗ। ଭଗବାନ ମନ୍ଦିର ଓ ମଠରେ ନାହାନ୍ତି, ଏ କଥା ମୁଁ ଜାଣେ। କାଠ ଓ ଶାଳଗ୍ରାମରେ ଭଗବାନ ଥିଲେ ସେ ସମସ୍ତଙ୍କର ପ୍ରାପ୍ୟ ହୋଇଯିବେ। ପର୍ବତ କି ଅରଣ୍ୟର ନିରୋଳା ସ୍ଥାନରେ ସେ ଲଭ୍ୟ ହେଉଥିଲେ ସବୁ ଦୁଃଖୀ ଆତ୍ମାମାନେ ସେ ସ୍ଥଳରେ ଏକତ୍ରିତ ହୋଇ ଯାଆନ୍ତେ। ହୋହାଲ୍ଲା ହୋଇଯାଆନ୍ତା ସେ ସ୍ଥାନର ଚିତ୍ର।
ମନ୍ଦିରରେ ଅଧିଆ ପଡ଼ିଲେ, ବ୍ରତ ଉପବାସ କଲେ ମିଳେ କଣ? କିଛି ନାଇଁ। ଏମିତି ସଂଶୟାଚ୍ଛନ୍ନ ଗୌରାଙ୍ଗ କାହାକୁ କିଛି ନକହି, ଦିନେ ଗାଁ ଓ ଘରଦ୍ୱାର ଛାଡ଼ିଦେଇ ମହର୍ଷି ଆଶ୍ରମରେ ପହଞ୍ଚି ଗଲା। କିନ୍ତୁ ଆଶ୍ରମରେ ସେ ଯେଉଁ ଅପୂର୍ବ ସୁନ୍ଦରୀ ତରୁଣୀକୁ ଭେଟିଲା ସେଥିରେ ତାର ହୋସ୍ ଉଡିଗଲା। ସେ ଲଣ୍ଡିତ ମସ୍ତକ ସନ୍ୟାସ ଜୀବନ ଯାପନ କରିବ ନା ତରୁଣୀକୁ ନେଇ ଆରାବଳୀ ପର୍ବତ ଅଭିମୁଖେ ଫେରାର ହୋଇଯିବ?
ପଢି ଚାଲନ୍ତୁ ରମେଶ ପଟ୍ଟନାୟକଙ୍କ ଉପନ୍ୟାସ ଅନୁପମା ପ୍ରିୟତମା । ଏକ ନିଶ୍ବାସରେ ସାରିଦେବେ ଗୌରାଙ୍ଗ ଓ ଅନୁପମା ଜୀବନର ଗୋପନୀୟ କଥା । ଶ୍ରୀ ପଟ୍ଟନାୟକଙ୍କ ଏ ସଦ୍ୟତମ ରୋମାଞ୍ଚକର ଉପନ୍ୟାସରେ ଅଛି ଏକ ଦୁଃସାହସିକ ଅପାରମ୍ପରିକ ମନୋରଞ୍ଜନର କାହାଣୀ ।
ଏହା ସମସ୍ତଙ୍କ ଜୀବନରେ ଘଟିଥିବା ହାରଜିତର ବ୍ୟକ୍ତିଗତ ଅନୁଭବର କଥା।
-
Anya Ananya
₹180.00କବିତା ତ କେତେ କଥା କହେ । କୁହାଯାଏ, କବିତା ଗୋଟିଏ ବିଶାଳ କାନଭାସ୍ । ଅଳ୍ପରେ ଅନେକ କଥା କହିପାରେ କବିତା । କବିତା କଥା ସତରେ ନିଆରା । ଜୀବନ ଓ ଜଗତକୁ ନେଇ ମୋର ଅନୁଭବକୁ କବିତାରେ କବିତାରେ କହିବାର ପ୍ରୟାସ କରିଛି । କବିତା ମତେ ମୁଗ୍ଧ କରେ, ମୋହିତ କରେ । କବିତା ମତେ ସ୍ୱପ୍ନାବିଷ୍ଟ କରେ । ସ୍ୱପ୍ନରୁ ସତ୍ୟ, ସତ୍ୟରୁ ସ୍ୱପ୍ନ ଏମିତି ଘୂରିବୁଲେ ମୋ’ର କବିତାମାନ । କେତେବେଳେ ଫୁଲ, କେତେବେଳେ ଫଗୁଣ, କେତେବେଳେ ସାଙ୍ଗସାଥୀ ତ କେତେବେଳେ ପାହାନ୍ତା ରାତି କେତେକଥା, କେତେବ୍ୟଥା – ଏସବୁକୁ ନେଇ କବିତା । କବିତାରେ କାହାକୁ ଥାଏ ଅପେକ୍ଷା ପୁଣି ତହିଁରେ ଥାଏ କାହାର ସ୍ୱପ୍ନାବିଳ ସତ୍ତା । କବିତାକୁ ଭଲପାଉଥିବା କବିଟିଏ ମୁଁ । ବିବିଧତା ମୋ କବିତାର ମୂଳ କଥା । କିଛି ପରିବର୍ତ୍ତନ, କିଛି ନୂତନତା, କିଛି ଅମଡ଼ାବାଟକୁ ଚଲାପଥ କରିବାର କଥାକୁ ନେଇ ମୋ କବିତା । \”ଚଢ଼େଇ’ରୁ ଆରମ୍ଭ ହୋଇ \”ସାଙ୍ଗ’ରେ ସାରିଥିବା ଏ କବିତା ସଂକଳନରେ ସମୟ, ରାସ୍ତା, ଜୀବନ, ଯନ୍ତ୍ରଣା, ପ୍ରେମ, ବିଶ୍ୱାସ ଆଦି ବିବିଧ ବିଷୟକୁ କବିତାରେ କହିବାର ପ୍ରୟାସ କରିଛି । ଏହି କଥା କହିବାବେଳେ ମନେପଡ଼ିଯାଇଛି – ଗାଁ ନଈତୁଠ କଥା, ଚିଠିର ବାସ୍ନା, ସ୍ୱପ୍ନର ମାଦକତା, ସଞ୍ଜବେଳ, ଅଦିନ ବର୍ଷା, ପିଲାଦିନ ଏମିତି କେତେକେତେ କଥା ମତେ ବିଭୋର କରିଛି । କର୍ମଜଞ୍ଜାଳରୁ ସମୟ ପାଇଲେ ମୁଁ କବି ହେଇଯାଏ । ଭୁଲିଯାଏ ଆଉ ସବୁ ଯେତେଅଛି ଜଞ୍ଜାଳ ଯନ୍ତ୍ରଣା । ମୁଁ, କଲମକୁ ସାଥୀକରି, ନିଜ ଡାଏରୀ ପୃଷ୍ଠାରେ କବିତାକୁ ନେଇ ମନକଥା ସବୁ ଲେଖିଦିଏ । ସେସବୁକୁ ସଜାଡ଼ି ଏକାଠି କରି ଆଜି ଏଇ କବିତା ସଂକଳନ । ଭାବ ଓ ଭାଷାକୁ ଭଲଭାବେ ମାପିଚୁପି ବ୍ୟବହାର କରିବାର ଚେଷ୍ଟା କରିଛି । ମୁକ୍ତ ବିହଙ୍ଗ ଭଳି ମୁକୁଳିଯାଏ । ଖୋଲା ଆକାଶ ତଳେ ଉଡ଼ି ଉଡ଼ି ଯାହା ଦେଖୁଛି ତା’ ଲେଖୁଛି । ଏସବୁ କବିତା ମୋ ଅନୁଭବର କଥା । ଆଶାକରେ ଏ କବିତାସମୂହ ମୋ ପ୍ରିୟ ପାଠକ ପାଠିକାଙ୍କ ହୃଦୟକୁ ସ୍ପର୍ଶ କରିବ ।
- ଲକ୍ଷ୍ମଣ କୁମାର ସାହୁ
-
Apadebata
₹200.00କବିସତ୍ତା ଓ ପାଠକୀୟ ସତ୍ତା ମଧ୍ୟରେ ରହି ଆସିଥିବା ବିତର୍କିତ ବ୍ୟବଧାନକୁ ସଂକୁଚିତ କରିଦିଏ ସଂକଳନର ପ୍ରତିଟି କବିତା । କବିତା କହିଯାଏ ନିଜ କଥା । ସୂକ୍ଷ୍ମଭାବ ତଥା ସଂକ୍ଷିପ୍ତ ପରିସର ମଧ୍ୟରେ କଥାବସ୍ତୁର ବ୍ୟାପ୍ତି, ସଘନ ଚିତ୍ରକଳ୍ପ, ଶବ୍ଦର ସୁଦକ୍ଷ ବ୍ୟବହାର ଓ ମାଟିପାଣିର ବାସ୍ନା କବିତାଗୁଡିକକୁ ରସୋତ୍ତୀର୍ଣ୍ଣ କରିଛି । ଜୀବନ ଆଉ ସମାଜ ସହିତ କବିଙ୍କର ଅନ୍ତରଂଗ ସଂପର୍କ ଓ ମୂଲ୍ୟବୋଧର ଅବକ୍ଷୟ ପ୍ରତି ତୀର୍ଯ୍ୟକ ଦୃଷ୍ଟିପାତରେ ସମସ୍ତ କବିତା ସମୃଦ୍ଧ । ପ୍ରତ୍ୟେକଟି ଶ୍ରୀଯୁକ୍ତ ସାହୁଙ୍କ ସୂକ୍ଷ୍ମାନୁଭୂତିର ଗୋଟିଏ ଗୋଟିଏ ସାର୍ଥକ ଅଭିବ୍ୟକ୍ତି । ଆଶା,ଏହା ସାମଗ୍ରିକ ଭାବେ ପାଠକୀୟ ଆଦର ଲାଭ କରିବ ।
ସଂପାଦକ
କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ
କେନ୍ଦ୍ରାପଡ଼ା, ଓଡ଼ିଶା
-
Aparapara
₹150.00“ଅପରାପର” କବିତା ରୂପରେ ଏକ ଚେତନା, ଏକ ସ୍ବର, ଶିହରଣ । ଏ ତିନି ସ୍ତରର, ଚାରି ପାଖରେ ଆଖି ଆଗରେ ଘଟୁଥିବା ସ୍ଥୂଳ ବାସ୍ତବତା ତ କେତେବେଳେ ଆଖି କୁ ଦିଶୁ ନ ଥିବା ସୂକ୍ଷ୍ମ ଅବବୋଧ, ଯାହା ଖାଲି ଅନୁଭବ କରି ହୁଏ, କହି ହୁଏ ନାହିଁ । ଆଉ ଗୋଟିଏ ସ୍ତର ହେଲା ଅର୍ଦ୍ଧ ଜାଗ୍ରତ ଅର୍ଦ୍ଧ ସୁପ୍ତ ଅବସ୍ଥା । ଏ କବିତା ତିନି ସ୍ତରକୁ ଛୁଇଁବାକୁ ଚେଷ୍ଟା କରିଛି । ଏ କେତେବେଳେ ଲୌକିକତା ରେ ଛନ୍ଦା ତ କେତେବେଳେ ଅଲୌକିକତା ରେ ବନ୍ଧା । ପ୍ରତି କବିତା ଲେଖିଲା ବେଳେ ମୁଁ ଅନୁଭବ କରିଛି କିଛି ଅଲୌକିକ ଆଚ୍ଛନ୍ନତା ।
“ଅ” ଗୋଟିଏ ଶକ୍ତିଶାଳୀ ଅକ୍ଷର, ଓଁକାର ର ପ୍ରଥମ ଅକ୍ଷର । ଏ ଅକ୍ଷର କରିପାରେ ଅସମ୍ଭବ କୁ ସମ୍ଭବ ଓ ସମ୍ଭବ କୁ ଅସମ୍ଭବ । ଏ ବହିର ପ୍ରତ୍ୟେକ କବିତା “ଅ” କାର ରେ ଆରମ୍ଭ । ଆଶା ଏ ପାଠକଙ୍କୁ ଆଛନ୍ନ କରି ରଖିବ ।