-
Bhabanare Bharata Bhramana
₹180.00ଫରାସୀ ଚିତ୍ରଶିଳ୍ପୀ ମୋନେ ଙ୍କର ଏପରି ଏକ ଅଭିଳାଷ ପରି ନୈବେଦ୍ୟ ଙ୍କର ଅଭିଳାଷ।ଜଣେ ପ୍ରାବନ୍ଧିକ ମଧ୍ୟ।ତାଙ୍କର ପ୍ର କୃତି ର ଆଉ ଗୋଟିଏ ବିଶିଷ୍ଟ ବିଭାବ ହେଉଛି ତାଙ୍କର ପ୍ରକୃତି ପ୍ରେମ, ସେ ପ୍ରକୃତି କୁ କେବଳ ଭଲ ପାଆନ୍ତି ନାହିଁ, ସେଠାରେ ସଦାବେଳେ ରହିବାକୁ ଚାହାନ୍ତି।ଏପରିକି ସୁନ୍ଦର ସୂର୍ଯ୍ୟୋଦୟ ସୃଯ୍ୟାସ୍ତଟିଏ ଦେଖିବା ପାଇଁ ସେ ଅନେକ ଦୂରକୁ ଚାଲି ଯାନ୍ତି।।ବନ ଜଙ୍ଗଲ ପାହାଡ଼ ପର୍ବତ ନଈ ସମୁଦ୍ର ହ୍ରଦ ଶୈଳ ନିବାସ ଦେଖିବାକୁ ସେ ପ୍ରଗାଢ ଭାବ ରେ ଭଲ ପାଆନ୍ତି।ଐତିହାସିକ ସ୍ଥାନ, ହେରିଟେଜ, ଏସବୁ କୁ ବି ସେ ଛାଡ଼ନ୍ତି ନାହିଁ।ଭ୍ରମଣ କରିବା ତାଙ୍କର ସ୍ଥିତି ସହିତ ନିବିଡ଼ ଭାବରେ ଜଡିତ।
ଏବେ ସେହିସବୁ ଅଭିଜ୍ଞତାକୁ ନେଇ ଲେଖିଛନ୍ତି ଏହି ଭ୍ରମଣ କାହାଣୀ।”ଭାବନା ରେ ଭାରତ ଯାତ୍ରା।”ସେ ପ୍ରାୟ ସମଗ୍ର ଭାରତ ର ଦର୍ଶନୀୟ ସ୍ଥାନ କୁ ଭ୍ରମଣ କରିଛନ୍ତି ମନ ପ୍ରାଣ ଦେଇ ଦେଖିଛନ୍ତି, ବିଭୋର ହୋଇଛନ୍ତି, ଅନୁଭବ କରିଛନ୍ତି।ସେହି ଅନୁଭବ କୁ ସେ ରୂପାୟନ କରି ପାଠକ ମାନଙ୍କୁ ଏହି ଉପହାର ଦେଇଛନ୍ତି।ଏହି ଭ୍ରମଣ କାହାଣୀ ତଥ୍ୟ ସମ୍ବଳିତ ନୁହେଁ।ତାଙ୍କର ଚେତନା ର ଗୋଟିଏ କାବ୍ୟିକ ପରିପ୍ରକାଶ।ସେ ବେଳେ ବେଳେ କବିତାରେ ତାଙ୍କ ଅନୁଭବ କୁ ପ୍ରକାଶ କରିଛନ୍ତି।
ସଂକଳନକୁ ସେ ଭାଗ ଭାଗ କରିଛନ୍ତି। ପୂର୍ବ ଭାରତ ପଶ୍ଚିମ ଭାରତ ଉତ୍ତର ଭାରତ ଓ ଦକ୍ଷିଣ ଭାରତ।ଏହା ବ୍ୟତୀତ ଅନେକ ଗୁଡିଏ ସ୍ଥାନ କୁ କେବଳ ଭ୍ରମଣ କାହାଣୀ ଭାବରେ ବର୍ଣନା କରିଛନ୍ତି।
-
Bhabanatha O Anyamane
₹190.00BHABANATHA EBANG ANYAMANE is a collection of twelve short stories by eminent Odia poet, playwright, essayist and fiction writer Jagannath Prasad Das.
-
Bhagabat Gita 101
₹600.00What exactly is Bhagavat Gita? Bhagawan Krishna delivered a long and learned speech to Arjuna, the ace, incomparable archer of the day, who, all of a sudden, shuddered to think that he would kill his kith and kin, elders and superiors for the superfluous gain of a lost kingdom. Krishna cleared his confusion, dispelled his doubts and instilled in him the primacy, priority, pivotality and philosophy of “present assignment” in particular and “duty” in general. Arjuna asked scores of questions, raised reasonable riddles and Krishna answered them intelligently, eminently, eloquently, elegantly, in an equanimous, tranquil manner. As such, Gita is the dialogue between Krishna and Arjuna. Krishna, some say, took 45 minutes to tell Gita. While 574 slokas are uttered by Krishna, Arjuna spoke 84 verses. That Gita is great is not said by Krishna, although He has said in chapter X, verse 37 that Vyasa, the Gita composer, is the primus inter pares sage.
Gita has been greatly glorified by a great many sages, scholars, critics, activists, reformers, researchers, teachers, preachers-Indian as well as foreign-from Shankaracharya, Ramanuja, Gnaneshwar, Aurobindo, Vivekananda to J K Krishnamurthy, Anni Besant, Max Muller, Edwin Arnold, S Radhakrishnan etc. It was Krishna’s lullaby to Arjuna, not induce the latter to sleep but to incite, excite him to fight, to the call of duty, to awaken him to the importance, inevitability, inescapability of duty, one’s duty. It chimes with popular Sanskrit moral,
Akrtuty naiva karttavyam pranatyagoapisamsisthe
Na cha krutyam parityajyameshah dharmah santanah.
-
Bhagabata Charcha
₹220.00ଭାଗବତ ହେଉଛି ଭାବର ବିଷୟ । ଓଡ଼ିଆ ଭାବେ ଏପରି କୌଣସି ବ୍ୟକ୍ତି ନାହିଁ ଯେ ଭାଗବତ ବିଷୟରେ ଜାଣିନାହିଁ । ଶିକ୍ଷିତ ଅଶିକ୍ଷିତ ନିର୍ବିଶେଷରେ ସମସ୍ତଙ୍କ ମୁଖରେ ଭାଗବତର ବାସ ।
ଭାଗବତ ଦେବତା ସ୍ୱୟଂ । ସେ ଗାଦିଗୋସାଇଁ । ଏଣୁ ତାଙ୍କ ପାଇଁ ଗାଁ ଗାଁରେ ତୋଳା ହୋଇଛି ଭାଗବତ ଘର । ଓଡ଼ିଶାର ପୂର୍ବଞ୍ଚଳରେ ଏହା ‘ଭାଗବତ ଟୁଙ୍ଗୀ’ ଏବଂ ପଶ୍ଚିମାଞ୍ଚଳରେ ‘ଗୁଢ଼ିଘର’ ନାମରେ ପରିଚିତ । ଏହା ନ୍ୟାୟାଳୟ, ମନ୍ଦିର, ଅତିଥି ଗୃହ, ସୂଚନା କେନ୍ଦ୍ର, ଶିକ୍ଷାକେନ୍ଦ୍ର ଆଦିର ପରିଚୟ ପାଇଛି ।
ଏହି ପୁସ୍ତକରେ ଭାଗବତ ସମ୍ୱନ୍ଧରେ ରଚିତ ଦଶଗୋଟି ପ୍ରବନ୍ଧ ସ୍ଥାନ ପାଇଛି । ଆଲୋଚନା ଦୃଷ୍ଟିରୁ ଏହାକୁ ତିନୋଟି ପରିଚ୍ଛେଦରେ ବିଭକ୍ତ କରାଯାଇଛି । ପ୍ରଥମ ପରିଚ୍ଛେଦରେ ଭାଗବତର ସାଂସ୍କୃତିକ ଓ ସାହିତ୍ୟିକ ମୂଲ୍ୟାୟନ, ଦ୍ୱିତୀୟ ପରିଚ୍ଛେଦରେ ଭାଗବତର ଭାଷାତାତ୍ତ୍ୱିକ ମୂଲ୍ୟାୟନ ଏବଂ ତୃତୀୟ ପରିଚ୍ଛେଦରେ ଭାଗବତର ତୁଳନାତ୍ମକ ଅଧ୍ୟୟନ ସ୍ଥାନ ପାଇଛି ।
-
Bhagabati Charan Panigrahi Galpa Samagra
₹175.00ଓଡ଼ିଶାରେ ପ୍ରଗତିଶୀଳ ଚେତନାର ବିକାଶ ଓ ପ୍ରସାର ପାଇଁ ୧୯୩୫ ମସିହାରେ କେତେଜଣ ଉଦ୍ୟମୀ ଯୁବକଙ୍କ ନେତୃତ୍ୱରେ ‘ନବଯୁଗ ସାହିତ୍ୟ ସଂସଦ’ର ଗଠନ କରାଯାଇଥିଲା। କଟକର ଶ୍ରୀରାମଚନ୍ଦ୍ର ଭବନରେ ତା୨୯.୧୧.୧୯୩୫ ରୁ ତା ୪.୧୨.୧୯୩୫ ପର୍ଯ୍ୟନ୍ତ ଦୀର୍ଘ ଛଅଦିନ ଧରି ଏହି ସଂସଦର ପ୍ରାରମ୍ଭିକ ଅଧିବେଶନ ବସିଥିଲା। “ଯଥାର୍ଥତଃ ଦେଖିବାକୁ ଗଲେ ଏଇ ଛଅଦିନିଆ ଉତ୍ସବ ହିଁ ଓଡ଼ିଆ ପ୍ରଗତିଶୀଳ ସାହିତ୍ୟ ସୃଷ୍ଟିର ପ୍ରଥମ ଓ ପ୍ରଧାନ ମୂଳଭିତ୍ତି। ଏହା ପୂର୍ବରୁ ସଚ୍ଚିଦାନନ୍ଦ ରାଉତରାୟଙ୍କ ପରି ହାଇସ୍କୁଲ ଛାତ୍ର ‘ଶ୍ରମିକ କବି’ ଲେଖିଥାଇପରନ୍ତି; କିମ୍ବା ମାନସିଂହ, କ୍ଷିତୀଶଚନ୍ଦ୍ର ଓ ବୈକୁଣ୍ଠଙ୍କ ପରି ସ୍କୁଲ ଶିକ୍ଷକ ନୂତନ ଚିନ୍ତାକୁ ଆଶ୍ରୟ କରି କବିତା, ପ୍ରବନ୍ଧ ଲେଖି ଥାଇପାରନ୍ତି କିମ୍ବା ଏ ଦେଶର ଅନ୍ୟ କେହି ଏଥିରେ ହାତ ଦେଇ ପାରିଥାନ୍ତି; କିନ୍ତୁ ଏ ସାହିତ୍ୟ ସୃଷ୍ଟି ପାଇଁ ‘ନବଯୁଗ ସାହିତ୍ୟ ସସଦ’ ପରି କେଉଁଠି ମିଳିତ ବା ଗୋଷ୍ଠିଗତ ଉଦ୍ୟମ ହୋଇନାହିଁ।
ସଂସଦର ମୁଖପତ୍ର ରୂପେ ୧୯୩୬ ମସିହା ମଇ ମାସରେ ପ୍ରକାଶ ପାଇଲା ‘ଆଧୁନିକ’ ପତ୍ରିକା। ଏହାର ସମ୍ପାଦକ ଥିଲେ ଭଗବତୀଚରଣ ପାଣିଗ୍ରାହୀ। ସମ୍ପାଦକ ଏହାର ପ୍ରଥମ ସଂଖ୍ୟାରେ ‘ନିଜ କଥା’ ଲେଖି ସ୍ପଷ୍ଟ ଭାବରେ ସୂଚାଇଦେଲେ ଯେ – “ଆଧୁନିକ ଏପରି ଲେଖାର ପୋଷକତା କରିବ, ଯାହା ମାନବର ମନକୁ କର୍ମତତ୍ପର ହେବାପାଇଁ ଚଞ୍ଚଳ କରିବ। ପ୍ରବନ୍ଧ ହେଉ, କବିତା ହେଉ, ଗଳ୍ପ, ଉପନ୍ୟାସ, ନାଟକ ହେଉ, ଯାହା ମାନବକୁ କର୍ମକ୍ଷେତ୍ରକୁ ପ୍ରଧାବିତ କରିବ, ଯାହା କର୍ମର ଉଦ୍ଦୀପନା ମାନବ ମନରେ ଆଣିଦେବ, ସେହିପରି ଲେଖା ବସ୍ତୁତଃ ‘ଆଧୁନିକ’ରେ ପ୍ରକାଶ ପାଇବ। ଆରାମଚୌକିରେ ବସି ପଢ଼ିବାଯୋଗ୍ୟ ସୂକ୍ଷ୍ମ ସୌଖିନ ସାହିତ୍ୟ ପାଇଁ ‘ଆଧୁନିକ’ରେ ସ୍ଥାନ ପ୍ରଶସ୍ତ ନୁହେଁ।”
-
Bhakta Salabeganka Bhajan Parikrama
₹180.00‘ଭକ୍ତ ସାଲବେଗଙ୍କ ଭଜନ ପରିକ୍ରମା’ ପୁସ୍ତକଟି ଏକ ଉଚ୍ଚକୋଟୀର ସଂକଳନ । ଏଥିରେ ଭାବପୂର୍ଣ୍ଣ ବିଷୟ, ଭକ୍ତକବି ସାଲବେଗଙ୍କ ଜୀବନୀ ଏବଂ ତାଙ୍କ ଭଜନାବଳୀର କଳାତ୍ମକ ପରିପ୍ରକାଶ ଜିଜ୍ଞାସୁ ପାଠକମାନଙ୍କ ମହଲରେ ଲାଭ କରିବ ବୋଲି ବିଶ୍ୱାସ । ଆଶା କରୁ, ଏ ପୁସ୍ତକଟି ସମସ୍ତ ସୁଧୀବର୍ଗଙ୍କୁ ଶ୍ରୀଜଗନ୍ନାଥୀୟ ଭକ୍ତିରସରେ ଆପ୍ଳୁତ କରିବ ।
-
Bhala Galpa: Bhumi O Bhumika
₹250.00ଭଲ ଗଳ୍ପ ଭୂମି ଓ ଭୂମିକା’ ବହିଟିର ପରିକଳ୍ପନା ଅନେକ ଦିନର । ୧୯୮୮ରେ ‘ସମ୍ବାଦ’ର ସାହିତ୍ୟ ପୃଷ୍ଠା ସଂଯୋଜନା କରୁଥିବା ବେଳେ, ମଝିରେ ମଝିରେ ସେଥିରେ ନୂଆ ନୂଆ ଫିଚର୍ ଉପସ୍ଥାପନ କରିବା ଲାଗି ଚେଷ୍ଟା କରୁଥାଏ । ତା ଭିତରୁ ଗୋଟିଏ ଥିଲା ‘ଭଲ ଗପ କହିଲେ ଆପଣ କ’ଣ ବୁଝନ୍ତି’ ବିତର୍କ । ଏ ପ୍ରଶ୍ନଟି ସର୍ଜନଶୀଳ ଲେଖକଲେଖିକାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଯେତେବେଳେ ବି ମୁଁ କ୍ଷୁଦ୍ରଗଳ୍ପର ଭୂମିକା ବା ପରିଭାଷା ସମ୍ପର୍କରେ ଯାହା କିଛି ପଢ଼ିଛି ସେତେବେଳେ କୌଣସି ଇଂରେଜୀ କିମ୍ବା ବଙ୍ଗଳା ଲେଖକଙ୍କ ଉଦ୍ଧୃତି ପଢ଼ିବାକୁ ପାଇଛି । ଓଡ଼ିଆ ସାହିତ୍ୟର ଶ୍ରେଣୀକକ୍ଷରେ ମଧ୍ୟ ସେହି ଅବସ୍ଥା । ଏକଥା ଦେଖିଲାବେଳେ ମନରେ ପ୍ରଶ୍ନ ଉଠିଛି, ଓଡ଼ିଶାର ଛାତ୍ରଛାତ୍ରୀ, ପାଠକପାଠିକା କଣ ସବୁବେଳେ ଇଂରେଜୀ, ହିନ୍ଦୀ ବା ବଙ୍ଗଳା ଲେଖକଙ୍କ ଉଦ୍ଧୃତି (ତାହା ପୁଣି କୋଉ କାଳର) ପଢୁଥିବେ, ନିଜ ଭାଷା ସାହିତ୍ୟର ରଥୀ ମହାରଥୀଙ୍କ ମତ, ମନ୍ତବ୍ୟ ପଢ଼ିବେ ନାହିଁ! ମୋ ପାଇଁ ଆନନ୍ଦର କଥା ଯେ, ବହୁ ବିଶିଷ୍ଟ ଲେଖକ ସେତେବେଳେ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଓ ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ଏହି ବିତର୍କଟି ନିୟମିତ ଭାବେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା ।
ଏଇ କିଛି ବର୍ଷ ତଳେ ମୋର କେତେଜଣ ଲେଖକ ବନ୍ଧୁ, ପୁରୁଣା ଖବରକାଗଜ ପୃଷ୍ଠାର ସେହି ଲେଖାଗୁଡ଼ିକୁ ଏକତ୍ର କରି ଖଣ୍ଡିଏ ବହି ରୂପରେ ପ୍ରକାଶ କରିବା ଲାଗି ପରାମର୍ଶ ଦେଲେ । ମାତ୍ର ବହିଟିଏ ହେବା ପାଇଁ ଯେତିକି ଲେଖା ରହିବା ଦରକାର ସେତିକି ହାତରେ ନ ଥିଲା । ପୁଣି ଅନେକ ବଡ଼ ବଡ଼ ଲେଖକ ସେତେବେଳେ ଏହି ବିତର୍କରେ ଭାଗ ନେଇ ନ ଥିଲେ । ସେମାନଙ୍କୁ ଛାଡ଼ି ଗଲେ ବହିଟି ଅସମ୍ପୂର୍ଣ୍ଣ ମନେହେବ । ଏସବୁ କଥା ଚିନ୍ତାକରି, ସେତେବେଳେ ବିତର୍କରେ ଭାଗ ନେଇ ନ ଥିବା ଲେଖକମାନଙ୍କୁ ଚିଠି ଲେଖି ଅନୁରୋଧ କଲି । ମୋର ଅନୁରୋଧ ରକ୍ଷା କରି କେତେଜଣ ଲେଖକ ସହଯୋଗ କରିଛନ୍ତି ଓ ପଚାଶ ଜଣ ଲେଖକଙ୍କର ମତ-ମନ୍ତବ୍ୟକୁ ନେଇ ଏହି ବହିଟି ପ୍ରକାଶ ପାଉଛି ।
-
Bharatiya Janata Party: Biswara Sarba Bruhat Rajanaitika Dalara Gouraba Gatha
₹500.0011 ଅଶୋକ ରୋଡ୍ ସ୍ଥିତ ଭାରତୀୟ ଜନତା ପାର୍ଟିର ପୁରାତନ କାର୍ଯ୍ୟାଳୟରେ ଏକ ଡିଜିଟାଲ୍ କାଉଣ୍ଟର ଟିକ୍ ଟିକ୍ କରୁଥିଲା। ଦଳୀୟ କର୍ମୀ,କାର୍ଯ୍ୟାଳୟ ସହାୟକ ଆଦି ସମସ୍ତଙ୍କ ନଜର ଡିଜିଟାଲ ପର୍ଦ୍ଦା ଉପରେ ଥିଲା। ଭାରତୀୟ ଜନତା ପାର୍ଟିର ସଭ୍ୟ ସଂଗ୍ରହ କାର୍ଯ୍ୟ ଅନ୍ତର୍ଗତ ‘ନୂଆ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଦ୍ବାରା ପଞ୍ଜୀକୃତ ହୋଇଥିବା ସଦସ୍ୟମାନଙ୍କ ସଂଖ୍ୟା ଏହି ପର୍ଦ୍ଦା ଉପରେ ପ୍ରଦର୍ଶିତ ହେଉଥିଲା। ଦଳର ଜାତୀୟ ଅଧ୍ୟକ୍ଷ ଶ୍ରୀ ଅମିତ୍ ଶାହା ସେଦିନ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ଯେତେବେଳେ ଶ୍ରୀ ଶାହ- ଡିଜିଟାଲ କାଉଣ୍ଟର ଦେଖିବାକୁ ଆସିଲେ, ସେତେବେଳେ ତାଙ୍କ ଆଖିରେ ବାଳକ ସୁଲଭ ଆଗ୍ରହ ଥିଲା। ସୌଭାଗ୍ଯବଶତଃ ମୁଁ ସେ ମୁହୂର୍ତ୍ତର ସାକ୍ଷୀ ଥିଲି। ଡିଜିଟାଲ କାଉଣ୍ଟର ନିର୍ଦ୍ଧାରିତ ଲକ୍ଷ୍ୟରେ ପହଞ୍ଚିବା କ୍ଷଣି ପୁରା କାର୍ଯ୍ୟାଳୟରେ ଉଲ୍ଲାସର ଗୁଞ୍ଜରଣ ଶୁଭିଲା। ଜଣେ କଠୋର କାର୍ଯ୍ୟପାଳକ ଭାବେ ଜଣାଶୁଣା ଉଲ୍ଲସିତ ଦଳୀୟ ଅଧ୍ୟକ୍ଷ ମଧ୍ୟ ନିଜ ଖୁସିକୁ ଲୁଚାଇ ପାରିଲେ ନାହିଁ। ଏହି ଉଚ୍ଚାଭିଳାଷୀ ସଦସ୍ୟତା ସଂଗ୍ରହ ଅଭିଯାନ ତାଙ୍କ ଚିନ୍ତା ପ୍ରସୂତ ଥିଲା ।ତାଙ୍କ ବିଚାରରେ ବିଜେପିର ନୂତନ ଭାବେ ହାସଲ ପ୍ରତିଷ୍ଠାକୁ ଏକୀଭୂତ କରିବାକୁ ସକ୍ରିୟ ସଦସ୍ୟମାନେ ହିଁ ଆଧାର ସଦୃଶ ଥିଲେ। ପରଦିନ ପ୍ରତ୍ୟେକ ପ୍ରମୁଖ ସମ୍ବାଦ ପତ୍ର ‘ ବିଜେପି ବିଶ୍ୱର ସର୍ବ ବୃହତ୍ ରାଜନୈତିକ ଦଳ ହେଲା ‘ ଶୀର୍ଷକରେ ମୁଖ୍ୟ ସମ୍ବାଦ ପରିବେଷଣ କଲେ। ପ୍ରମୁଖ ସମ୍ବାଦ ପତ୍ର ‘ଦି ଟାଇମସ୍ ଅଫ୍ ଇଣ୍ଡିଆ ‘ ଆଉ ପାଦେ ଆଗକୁ ଯାଇ କହିଲା ‘ ଗତ ପାଞ୍ଚ ମାସ ଭିତରେ ନିଜର ସଭ୍ୟ ସଂଖ୍ୟା ଆଠ ଦଶମିକ ଆଠ କୋଟିକୁ ବୃଦ୍ଧି କରି ଶାସକ ବିଜେପି ଦଳ ବର୍ତ୍ତମାନ ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ ସାବ୍ୟସ୍ତ ହୋଇଛି –
-
Bharatiya Musalaman Parichiti O Samasya
₹220.00ଭାରତର ମୁସଲମାନମାନଙ୍କର ସମସ୍ୟା ଉମାକାନ୍ତ ମହାପାତ୍ର ଯେପରି ଅନୁଶୀଳନ କରିଛନ୍ତି, ସେହିପରି ଅନୁଶୀଳନ ଓଡ଼ିଶାରେ ନଥିଲା, ଅନ୍ୟ ଭାରତୀୟ ଭାଷାରେ ବି ବିରଳ। ବିପୁଳ ତଥ୍ୟସମ୍ଭାର ଉପରେ ପ୍ରତିଷ୍ଠିତ ଏ ଅନୁଶୀଳନ କେବଳ ଲେଖକଙ୍କର ପାଣ୍ଡିତ୍ୟର ପରିଚାୟକ ନୁହେଁ, ତାଙ୍କର ଉଦାର, ସହାନୁଭୂତି ସମ୍ପନ୍ନ ଦୃଷ୍ଟିଭଙ୍ଗୀର ପରିଚାୟକ ମଧ୍ୟ। ଭାରତର ଇସଲାମ ଧର୍ମାବଲମ୍ବୀମାନଙ୍କୁ ସେ ଅନ୍ୟ ଭାରତୀୟଙ୍କଠାରୁ ଅଲଗା କରି ଦେଖିନାହାନ୍ତି। କେଉଁ କେଉଁ କାରଣବଶତଃ ସେମାନେ ଅନ୍ୟମାନଙ୍କ ତୁଳନାରେ ଅନଗ୍ରସର ତାହା ତର୍ଜମା କରିଛନ୍ତି ଏବଂ କ’ଣ କରାଗଲେ ସେମାନେ ନିଜର ସାମର୍ଥ୍ୟର ପ୍ରତିବନ୍ଧକଗୁଡ଼ିକୁ ଅତିକ୍ରମ କରି ଏକ ସମୃଦ୍ଧ, ପ୍ରଶସ୍ତତର ଜୀବନଯାପନ କରିପାରିବେ ତାହା ଦର୍ଶାଇଛନ୍ତି। ମୌଳବାଦର ପ୍ରବକ୍ତାମାନେ କିମ୍ବା ସେମାନଙ୍କ ସହାୟତାରେ ନିଜର ପ୍ରତିଷ୍ଠା ବଢ଼ାଇବାକୁ ଉଦ୍]ଗ୍ରୀବ ରାଜନୈତିକ ଦଳମାନେ ଜନସାଧାରଣଙ୍କର ଅସଲ ସମସ୍ୟା ବୁଝନ୍ତି ନାହିଁ। ତା’ର ଦୂରୀକରଣ ପାଇଁ ଆବଶ୍ୟକ ନିଷ୍ଠା ବା ସାମର୍ଥ୍ୟ ତାଙ୍କର ନ ଥାଏ; ସେମାନେ କେତୋଟି ନକଲି ସମସ୍ୟା ଉଦ୍]ଭାବନ କରି ସେଗୁଡ଼ିକୁ ପ୍ରକୃତ ସମସ୍ୟା ବୋଲି ଅଭିହିତ କରନ୍ତି। ନକଲି ସମସ୍ୟାର ସମାଧାନ ଗୋଟିଏ ଭାବରେ ସମ୍ଭବ। ସମସ୍ୟାଟି ନକଲି ବୋଲି ବୁଝି ତାକୁ ଉସ୍]କାଉଥିବା ଖଳ ଚରିତ୍ରମାନଙ୍କ ପ୍ରଭାବରୁ ନିଜକୁ ମୁକ୍ତ କରିବା। କିନ୍ତୁ ଜନସାଧାରଣ ଯଦି ସେମାନଙ୍କର ପ୍ରକୃତ ସମସ୍ୟା ହୃଦୟଙ୍ଗମ କରିବେ ଓ ତା’ର ସମାଧାନ ପାଇଁ ଚେଷ୍ଟିତ ହେବେ, ଖଳଚରିତ୍ରମାନଙ୍କର ବେଉସା ବୁଡ଼ିଯିବ।
-
Bharatiya Paramparare Lokanatya O Lokanrutya
₹240.00ଡାଃ ଅଶ୍ୱିନୀ କୁମାର ଶତପଥୀଙ୍କ ‘ଭାରତୀୟ ପରଂପରାରେ ଲୋକନାଟ୍ୟ ଓ ଲୋକନୃତ୍ୟ’ ଶୀର୍ଷକ ସମୀକ୍ଷାତ୍ମକ ପୁସ୍ତକରେ ସ୍ଥାନିତ ସତର ଗୋଟି ପ୍ରବନ୍ଧକୁ ମୁଁ ଗଭୀର ମନୋନିବେଶ ସହକାରେ ପଢ଼ି ଆନନ୍ଦ ଲାଭ କଲି । ଡାଃ ଶତପଥୀ ଲୋକ ନାଟକ ଓ ଲୋକ ନୃତ୍ୟ ସଂପର୍କିତ ବିବିଧ ସିଦ୍ଧାନ୍ତ ଗ୍ରନ୍ଥ ଓ ଆଲୋଚନା ପୁସ୍ତକ ଅଧ୍ୟୟନ କରିବା ସହିତ କିଛିକ୍ଷେତ୍ର ଅଧ୍ୟୟନ କରିଥିବା ଜଣାଯାଏ । ସେ ଭାରତକୁ ନାଟ୍ୟକଳା ଓ ନାଟ୍ୟମଂଚର ଆଦି ଭୂମି ଭାବରେ ଗ୍ରହଣ କରି ଭଗବାନ ଶିବଙ୍କୁ ଆଦି ନଟ ରୂପେ ଉଲ୍ଲେଖ କରିଛନ୍ତି । ଋଗ୍]ବେଦଠାରୁ ଆରମ୍ଭ କରି ଭରତଙ୍କ ନାଟ୍ୟଶାସ୍ତ୍ରରୁ ଉପାଦାନ ସଂଗ୍ରହ କରି ଭାରତକୁ ନାଟ୍ୟକଳାର ଆଦି ଭୂମି ଭାବରେ ଯେପରି ପ୍ରମାଣ କରିଛନ୍ତି ଓ ଭାରତର ନାଟ୍ୟ ପରଂପରାରେ ସାର୍ଥକ ନୀତିନିଷ୍ଠ ଜୀବନ ଯାପନ ଓ ସାମାଜିକ ଶୃଙ୍ଖଳା ପାଇଁ ଯେପରି ପ୍ରେରଣା ପ୍ରଦାନ କରାଯାଇଛି ତାହା ଉପରେ ଆଲୋକପାତ କରିଅଛନ୍ତି । ପ୍ରସଙ୍ଗ କ୍ରମେ ଲୋକ ନାଟକ ଭାରତର ବିଭିନ୍ନ ପ୍ରଦେଶରେ ଉନ୍ମେଷ ଘଟି କିପରି ଅଭିଜାତ ନାଟକ ଓ ନୃତ୍ୟ ସୃଷ୍ଟି ପାଇଁ ପ୍ରେରଣା ଦେଇଥିଲା ସେ ସଂପର୍କରେ ସୂଚନା ଦେଇଛନ୍ତି । ଭାରତରେ ଲୋକନାଟକ ଓ ନୃତ୍ୟ ପରଂପରା ଯେ ଏକ ଅନୁପମ ସୃଷ୍ଟି ତାହା ଉପରେ ଦୃଷ୍ଟିପାତ କରି କଥକ, ଓଡ଼ିଶୀ, ଭାରତନାଟ୍ୟମ୍], କୁଚିପୁଡ଼ି, କଥକଲୀ, ଛଉନୃତ୍ୟ, ଘୋଡ଼ାନାଚ, କଣ୍ଡେଇନାଚ, ସଖୀନାଟ, ଢୁମସା, ଶବରଶବରୁଣୀ ନାଚ, ଡାଲଖାଇ, ଦଣ୍ଡନାଚ, ପାଟୁଆ ନାଚ ଆଦି ଓଡ଼ିଶାର ନୃତ୍ୟକଳା ଉପରେ ବିଶେଷ ଗୁରୁତ୍ୱ ଦେଇଥିବା ଲକ୍ଷ୍ୟ କରାଯାଏ । ଏହା ସହିତ ମଣିପୁର, ରାଜସ୍ଥାନ, ପୂର୍ବୋତ୍ତର ଭାରତ, ଗୁଜୁରାଟ, କେରଳ, ପଞ୍ଜାବ ଆଦି ବିଭିନ୍ନ ଅଂଚଳରେ ପ୍ରଚଳିତ ଲୋକ-ନାଟକ ଓ ନୃତ୍ୟ ଉପରେ ମଧ୍ୟ ସୂଚନା ପ୍ରଦାନ କରିଅଛନ୍ତି ।
ଭାରତର ବିଭିନ୍ନ ରାଜ୍ୟର, ଓଡ଼ିଶାର, ଆଦିବାସୀ ସମ୍ପ୍ରଦାୟର ଲୋକନାଟକ ଓ ନୃତ୍ୟ, ଲୋକଜୀବନ ଓ ଲୋକଙ୍କ ଆଚାର ବିଚାରକୁ ନେଇ ଯେମିତି ପରିକଳ୍ପିତ ଓ ରଚିତ ହୋଇଛି ତାହା ନିଶ୍ଚିତ ଭାବରେ ଆମ ସମାଜ, ସଂସ୍କୃତି ଓ ଜାତୀୟ ମାନସର ପରିଚୟ ପ୍ରଦାନ କରେ । ପୁସ୍ତକଟି ଛାତ୍ରଛାତ୍ରୀ, ପାଠକ ଓ ଗବେଷକମାନଙ୍କ ପାଇଁ ଏକାନ୍ତ ଉପାଦେୟ ।
-
Bhari Manepade
₹220.00ମାନସଙ୍କ ଅଠରଟି ଗପକୁ ନେଇ ପ୍ରସ୍ତୁତ ଏଇ ପ୍ରଥମ ସଂକଳନରେ ରହିଛି ବିବିଧତାର ବାଙ୍ମୟ ବାସ୍ନା । ପିଲାଦିନର ମହମହ ସ୍ମୃତିଠୁ ତାରୁଣ୍ୟର ତରଳ ସ୍ୱପ୍ନଯାଏ; ପୁଣି ସ୍ୱପ୍ନଭଙ୍ଗର ଉତ୍ପୀଡ଼କ ଉପପାଦ୍ୟଠୁ ବାସ୍ତବତାର ବିସ୍ତୃତ ବର୍ଣ୍ଣବିଭାଯାଏ; .. ଯାହା ନିଶ୍ଚିତ ରୂପେ ଉଚ୍ଚକିତ ଓ ଉତ୍ସାହିତ କରିବ ଚିହ୍ନରା ପାଠକମାନଙ୍କୁ ।
ତ’ ସ୍ୱାଗତ କରନ୍ତୁ.. ଆମ ‘କଥା-ପରମ୍ପରା’ର ଜଣେ ନୂଆ ନିଆରା ନାୟକଙ୍କୁ, ସମର୍ଥ ସଫଳ ସ୍ରଷ୍ଟାପୁରୁଷଙ୍କୁ.. ।
-
Bhashija Mora Kagaja Danga
₹300.00Bhasi Ja Mora Kagaj Danga depicts stories of childhood. The stories are memoirs of dreams and beliefs of young minds with simplicity and innocence, while growing up in rural Odisha in the seventies. Life of adolescents in a rural village of Odisha with their joy and sorrows, adventures and aspirations, beliefs and disbeliefs are explored in these stories. When there was no electricity, no communication facilities, no modern equipment in the village, life was beautiful in its own way. Author’s marvellous storytelling style made these stories more enchanting and engrossing, thrilling and captivating.