• Dhyana Geeta

    Dhyana Geeta

    ବାସ୍ତବରେ, ପ୍ରକୃତି ସିଧା ସଳଖ ଭାବେ କିଛି କରାଇ ଦିଏ ନାହିଁ । ତେଣୁ, ଶୁଦ୍ଧ ମନ ବା ଚେତନା ଦ୍ୱାରା ବିକାଶ ପାଇଁ ସମ୍ୟକ ଧ୍ୟାନର ଆବଶ୍ୟକତା ଜରୁରୀ । ପ୍ରତି କର୍ମରେ ଧ୍ୟାନ ଯୋଡ଼ିଗଲେ, ସ୍ୱୟଂର ଉର୍ଜ୍ଜା ସମ୍ୟକ ଚେତନାର ରୂପନେଇ, ପ୍ରେମ, ସେବା, ସତ୍ୟ ଓ ବିଶ୍ରାମରେ ପହଞ୍ଚାଇଦିଏ । ବର୍ହିଜଗତରେ ପ୍ରକଟିତ ହେଉଥିବା ଅହଂକାର, ଅଭିଯୋଗ, ହିଂସା, ଦ୍ୱେଷ, ମହତ୍ ଆକାଂକ୍ଷା ଇତ୍ୟାଦି ଜଳିପୋଡ଼ି ଅନ୍ତର୍ଜଗତରେ ଛପି ରହିଥିବା ଧନ୍ୟବାଦ, ଅହୋଭାବ, ସାଧୁବାଦ, ଦୟା, କ୍ଷମା, କରୁଣାରେ ରୂପାନ୍ତରିତ ହୋଇଯିବ । ସେହି ଶୁଦ୍ଧିକରଣର ନାମ ଧାର୍ମିକତା, ଧର୍ମ ନୁହେଁ । ଧାର୍ମିକତା ଆଧ୍ୟାତ୍ମିକତାର ପରମ ପୁଞ୍ଜି । ସେହି ମହାଯାତ୍ରାର ଚାରୋଟି ଘାଟ, ଯେଉଁ ଘାଟ ଦେଇ ସମ୍ୟକ ଜୀବାତ୍ମା କରନ୍ତି ସ୍ନାନ । ସେହି ଚାରିଘାଟର ନାମ ସାକ୍ଷୀ, ଧ୍ୟାନ, ସମାଧି ଓ ସୁମିରଣ । ଏହି ଚାରୋଟି ଯେଉଁଠି ଧାର୍ମିକତା ସେଇଠି । ଧ୍ୟାନୀର ସହଜ, ଜାଗୃତ ଓ ସମ୍ବେଦନଶୀଳ ସ୍ଥିତିରୁ ଅସ୍ଥିତ୍ୱର ସଙ୍ଗୀତ ଅନୁଭବ ଦିଏ । ଫଳରେ ସାକ୍ଷୀ, ଚୈତନ୍ୟ, ଆତ୍ମସତ୍ତା, ପରମାତ୍ମାର ଭୂମିରେ ମହାନିଦ୍ରାରେ ବିଶ୍ରାମ ନିଏ, ଯାହାକୁ କହନ୍ତି ସମାଧି ।

    ସେହି ସମାଧିରୁ ବିକଶିତ ଜ୍ୟୋତି ସ୍ୱରୁପର ନାମ ଆସିଲା ଧ୍ୟାନ ଗୀତା, ଆନନ୍ଦ ଗୀତା ଓ ସାଧନା କଥାର ମିଳିତ ପ୍ରସାଦ । ଯାହାର ସାହାଯ୍ୟରେ ଜଣେ ଅତି ସାଧାରଣ ସଂସାରୀ ବୁଝିବାକୁ ସମର୍ଥ ହୋଇ ସ୍ୱୟଂର ଆତ୍ମଯାତ୍ରାରେ ପାଦଦେଇ ପାରିବ । ଏହି ଧ୍ୟାନ ଗୀତା ଅସ୍ଥିତ୍ୱର କଥା ଓ ଅନୁଭବର ବାର୍ତ୍ତା । ସେହି ପରମପୁରୁଷଙ୍କ ବିଭୂତିକୁ ପୁଷ୍ପାଞ୍ଜଳୀ ଦେବାର ଏକ କ୍ଷୁଦ୍ର ପ୍ରୟାସ ।

    300.00
    Add to cart
  • Digbijayee Gajapati: Bijaya Bahuda

    Digbijayee Gajapati: Bijaya Bahuda

    ଏହି ପୁସ୍ତକଟି ପାଠକଙ୍କୁ ନେଇଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ସହିତ ରାଜଧାନୀ କଟକର ବାରବାଟୀରୁ ତଦାନୀନ୍ତନ ଗମନାଗମନ ରାସ୍ତାର ଗଡ଼ଗୁଡିକରେ ରାତ୍ରିଯାପନ କରି ଗଜପତି ଜୀବନର ସମସ୍ତ ସାଫଲ୍ୟ କାହାଣୀ ଅବଗତ କରାଇ ପୁଣ୍ୟତୋୟା କୃଷ୍ଣାନଦୀ ତଟ ବିଜୟବାହୁଡା ଓଡ଼ିଆ ଗଡ଼କୁ । ଦିନେ ଯେ ସିଂହାସନରୁ ଅବତରଣ କରି ଗଜପତି ଛଅଜଣ ମହାପାତ୍ରଙ୍କ ସହିତ ବିଜୟବାହୁଡ଼ା ଗସ୍ତକରିବେ ଏବଂ ଅନ୍ତିମ ଶଯ୍ୟାରେ ନିଜର ସମସ୍ତ ଅଳଙ୍କାର ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରି ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିବେ ଏହା ବିଧିର ବିଧାନ ଥିଲା । ଏହା ସହିତ ଅନ୍ତର୍ନିହିତ ଥିଲା ଗଜପତି ପରିବାର ପାଇଁ ଦାୟାଦ ଚୟନରେ ଜଗନ୍ନାଥଙ୍କର ସ୍ୱପ୍ନାଦେଶର ଫଳାଫଳ ।

    ପଞ୍ଚଦଶ ଶତାବ୍ଦୀ ମଧ୍ୟଭାଗର ଓଡ଼ିଶା ରାଜ୍ୟଧାରଣ କରିଥିଲା ଦିଗବିଜୟରେ ମଣ୍ଡିତ ବିଶାଳ ସମ୍ରାଜ୍ୟ, ଧନଧାନ୍ୟରେ ପରିପୂର୍ଣ୍ଣ ରାଜ୍ୟର ରାଜକୋଷ, ସୁନ୍ଦର ସ୍ୱର୍ଣ୍ଣାଳଙ୍କାର-ଶୋଭିତ ଶ୍ରୀମନ୍ଦିରର ତ୍ରିମୂର୍ତ୍ତି ଏବଂ ପଡ଼ୋଶୀଙ୍କୁ ଆକର୍ଷଣ କଲାପରି ଆଦର୍ଶ ଓଡ଼ିଆ ଜୀବନ । ନିଜ କଳେବରରୁ ବ୍ୟାପ୍ତ ଅସୁମାରି ଗଡ଼ଗୁଡିକର ସୁପରିଚାଳନା, ସାମରିକ ଗତିବିଧି ଗଜପତିଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଥିଲା । ଓଡ଼ିଶାର ସୁବର୍ଣ୍ଣଯୁଗ ଆସିଥିଲା ଗଜପତି କପିଳେନ୍ଦ୍ରଦେବଙ୍କ ଦିଗବିଜୟ କାଳରେ (୧୪୩୫-୧୪୬୬ ମସିହା) ଯେତେବେଳେ ରାଜ୍ୟର ସୀମା ଉତ୍ତରରେ ଗଙ୍ଗାନଦୀରୁ ଦକ୍ଷିଣରେ କନ୍ୟାକୁମାରୀ ସ୍ପର୍ଶ କରିଥିଲା ।

    ସମଗ୍ର ଭାରତ ଯବନ ଆକ୍ରମଣରେ ଅତିଷ୍ଠ ହେବାବେଳେ ସେହି ଗଜପତି ପଞ୍ଚଦଶ ଶତାବ୍ଦୀର ସର୍ବଶକ୍ତିମାନ ହିନ୍ଦୁ ସମ୍ରାଟ ଥିଲେ । ଓଡ଼ିଆ ପାଇକମାନଙ୍କର ଗଜପତି ବାହିନୀ ରାଜ୍ୟର ପ୍ରତିଦିଗକୁ ଦିଗ୍]ବିଜୟ ଅପ୍ରତିହତ ରହିଥିବାବେଳେ, ରାଜ୍ୟର ଅଭ୍ୟନ୍ତରରେ ସମନ୍ୱିତ ହୋଇ ଗଢ଼ି ଉଠିଥିଲା ଓଡ଼ିଶା ରାଷ୍ଟ୍ର, ତେଜି ଉଠିଥିଲା ଓଡ଼ିଆ ଭାଷା ଆଉ ଆଧ୍ୟାତ୍ମିକ ଭାବରେ ଶ୍ରୀଜଗନ୍ନାଥ ପ୍ରକଟିତ ହୋଇଥିଲେ ଓଡ଼ିଶାର ରାଷ୍ଟ୍ରଦେବତା ଭାବରେ ।

    250.00
    Add to cart
  • Dinacharya

    Dinacharya

    DINACHARYA is a short story collection containing fourteen brilliant short stories by eminent Odia poet, playwright, essayist and fiction writer Jagannath Prasad Das.

    200.00
    Add to cart
  • Discovering Odia Culture

    Discovering Odia Culture

    Who created culture? This question is often asked. Sometimes, it is created by an individual and it gets accepted and appreciated by the community; sometimes it is created by a group of people while sometimes it is created by the desire of those in power. When these creations enter and influence the life flow of a community, it becomes culture. But, as it is driven by the force of the spirit, all creation, including the purely material, is spiritual in nature. Since the time of birth of consciousness, Nature and her workings have preoccupied human thought and attention and the mysterious benign and malignant forces of Nature have begun to be represented, variously, as gods and goddesses and demons and devils. It became necessary for these forces to be appeased or controlled and this gave rise to the worship of stones and trees and the moon and the sun. Gradually, the human desire for beauty and perfection gave birth to magnificent stone carvings and houses for the gods, and wondrous abstract forms of expression in the form of rituals and norms to guide and celebrate life and living. In this book, the author has focused on the typically Odia forms of such expression. In doing so, she has brought home to the readers an awareness of the distinctiveness of Odia culture as also an understanding of the connectedness of the Odia tradition with the cultures of the wider world around us.

    350.00
    Add to cart
  • Doctor  Deb

    Doctor Deb

    ଔପନ୍ୟାସିକା ଅମୃତା ପ୍ରୀତମ ସ୍ୱୀକାର କରିଛନ୍ତି ଯେ ତାଙ୍କଠାରୁ ବୟସରେ ଦଶବର୍ଷ ସାନ ନିଜ ପ୍ରେମିକ ଇମ୍ରୋଜ ତାଙ୍କର ଡାକ୍ତର ଦେବ ଏବଂ ସେ ନିଜେ ମମତା । ତାଙ୍କ ଜୀବନର ବାସ୍ତବ କାହାଣୀ ଏହି ଉପନ୍ୟାସରେ ଚିତ୍ରିତ । ସାମାଜିକ ପ୍ରତିଷ୍ଠା ଏବଂ ସ୍ଥିତିକୁ ବିଚାର କରି ମମତାଙ୍କ ପିତା ଜଗଦୀଶଙ୍କ ସହିତ ତାଙ୍କର ବିବାହ ଦିଅନ୍ତି, କେବଳ ତାଙ୍କ ଇଚ୍ଛା ବିରୁଦ୍ଧରେ । ମମତାଙ୍କ ଅନ୍ୟତ୍ର ବିବାହ ପରେ ଡାକ୍ତର ଦେବ ସାରା ଜୀବନ ପାଇଁ ଅବିବାହିତ ଥାଇ ରୋଗୀଙ୍କ ସେବା ଶୁଶ୍ରୂଷାରେ ନିଜକୁ ନିୟୋଜିତ କରିଛନ୍ତି । ଏପରିକି ସାମ୍ପ୍ରଦାୟିକ ହିନ୍ଦୁ ଓ ମୁସଲମାନ ଦଙ୍ଗା ସମୟରେ ନାନା ଘାତ ପ୍ରତିଘାତ ମଧ୍ୟରେ ନିଜ ଜୀବନକୁ ବିପନ୍ନ କରି ରୋଗୀ ସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ରୂପେ ଗ୍ରହଣ କରିଛନ୍ତି । ଏ ସମୟରେ ସେ ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ଅପୂର୍ବ ଭାତୃତ୍ଵଭାବ ସୃଷ୍ଟି କରିଛନ୍ତି । ସମାଜ ପାଇଁ ସମର୍ପିତ ଜୀବନ ତାଙ୍କର ହୋଇଛି ସେବାମୟ ତଥା କବିତ୍ଵମୟ । ଶେଷରେ ମମତା ଘଟଣାକ୍ରମରେ ମନୁ ଓ ରଞ୍ଜୁ ସହିତ ନିଜର କର୍କଟ ରୋଗର ସଫଳ ଚିକିତ୍ସା ପାଇଁ ଦିଲ୍ଲୀରୁ ବିହାରର ଏକ ଅନୁନ୍ନତ ଅଞ୍ଚଳରେ ରୋଗୀଙ୍କ ସେବା କରିବାକୁ ନୂତନ ନିର୍ମିତ ଡାକ୍ତରଖାନାର ମୁଖ୍ୟ ଡାକ୍ତର ଦେବଙ୍କ ନିକଟକୁ ଆସନ୍ତି । ଉପନ୍ୟାସର ଅନ୍ତିମ ପର୍ବରେ ହୁଏ ଆକସ୍ମିକ ମିଳନ, ଯାହା ସଂପୂର୍ଣ୍ଣ ଆତ୍ମିକ ଓ କରୁଣାକ୍ତ । ପଛେ ପଛେ ମନୁ,ରଞ୍ଜୁ,ମଧୁ ଆସି ମିଳନ ପର୍ବକୁ ଅଧିକ ସାଫଲ୍ୟ ମଣ୍ଡିତ କରନ୍ତି । କର୍କଟ ରୋଗାକ୍ରାନ୍ତା ମମତା ବହୁଦିନର ପ୍ରତୀକ୍ଷିତ ପ୍ରେମିକ ଡକ୍ଟର ଦେବଙ୍କ କୋଳରେ ଶେଷନିଦ୍ରା ନିଅନ୍ତି ।

    180.00
    Add to cart
  • Drasta (Kahlil Gibran)

    Drasta (Kahlil Gibran)

    ପ୍ରାଚ୍ୟର ଓ ମଧ୍ୟପ୍ରାଚ୍ୟର ଦର୍ଶନର ଅପୂର୍ବ ସମନ୍ୱୟରେ ଏହି ଗ୍ରନ୍ଥଟି ସମୃଦ୍ଧ । ଏହା ଏକ ଅଭିରୁଚି ସମ୍ପନ୍ନ ଗ୍ରନ୍ଥର ମାନ୍ୟତାପ୍ରାପ୍ତ । ଶ୍ରୀମଦ୍ ଭଗବଦ୍ ଗୀତା ଓ ଉପନିଷଦୀୟ ଚିନ୍ତାଧାରାର ଅପୂର୍ବ ସମନ୍ୱୟରେ ଏହା ପରିପୁଷ୍ଟ ।

    ଜିବ୍ରାନଙ୍କର “ଦ୍ରଷ୍ଟା” ସହିତ ରବୀନ୍ଦ୍ରନାଥ ଟାଗୋରଙ୍କର “ଗୀତାଂଜଳି”ର ତୁଳନା କରିଛନ୍ତି ନୋବେଲ ବିଜୟୀ ଫରାସୀ ସାହିତ୍ୟିକ ଆଁନ୍ଦ୍ରେଜିଦ୍ । ସିଏ କହିଛନ୍ତି ‘ଗୀତାଂଜଳି’ର ପ୍ରାଚ୍ୟ ଏତେ ମଧୁର ସ୍ୱରରେ ଆଉ କେବେ କଥା କହିନି । ଗୀତାଂଜଳି (୧୯୧୩) ଓ ଦ୍ରଷ୍ଟା (୧୯୨୩), ଏହି ଦୁଇଟି କାବ୍ୟଗ୍ରନ୍ଥ ପ୍ରକାଶିତ ହୋଇଛି ଏକ ଯୁଗର ବ୍ୟବଧାନରେ । ଏହି ସମୟର ମଝିରେ ଜଗତ୍]ବିଖ୍ୟାତ ଦୁଇଜଣଯାକ କବିଙ୍କର ଦେଖା ହୋଇଛି ଏକାଧିକବାର । ସେମାନଙ୍କର ସାକ୍ଷାତକାର ସମ୍ପର୍କରେ ଜିବ୍ରାନ କହନ୍ତି, “ରବୀନ୍ଦ୍ରନାଥ ଟାଗୋରଙ୍କ ସହିତ ମୋର ଦେଖା ହୋଇଛି । ସିଏ ମୋତେ ତାଙ୍କର କେତୋଟି କବିତା ପଢ଼ିକରି ଶୁଣାଇଛନ୍ତି ।”୍]

    ଜିବ୍ରାନଙ୍କର ଜୀବନୀକାରଙ୍କ ଲେଖାରୁ ଜଣାଯାଏ, ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ ନେଇ ସେମାନଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ଓ ମତ ବିନିମୟ ହୋଇଛି ।

    ଜିବ୍ରାନଙ୍କର ଏହି ପ୍ରସିଦ୍ଧ ପୁସ୍ତକଟିର ବିଷୟବସ୍ତୁ ଯାହା ପ୍ରଶ୍ନ-ଉତ୍ତର ଛଳରେ ୨୬ଟି ଗଦ୍ୟ-କବିତା (କାବ୍ୟିକ-ପ୍ରବନ୍ଧ) ମଧ୍ୟ ଦେଇ ଗଢ଼ି ଉଠିଛି । ତାହା ପ୍ରକାଶ ପାଇବା ଏବେ ଶହେ ବର୍ଷ ପୂର୍ଣ୍ଣ ହେଲା । ରେକର୍ଡ଼ ଅନୁସାରେ ୧୯୨୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ପ୍ରକାଶନ ପରେ ୨୦୧୨ ମସିହା ପର୍ଯ୍ୟନ୍ତ (୮୯ ବର୍ଷରେ) ଇଂରେଜୀ ବହିର ୯୦ ଲକ୍ଷ କପି ବିକ୍ରୀ ହୋଇଛି । ଏହି ବହିଟିର ଅନୁବାଦ ୧୦୮ ଭାଷାରେ କରାଯାଇଛି । ୯୫ ବର୍ଷର ଇତିହାସରେ ୨୦୧୮ ମସିହା ପର୍ଯ୍ୟନ୍ତ ଇଂରେଜୀ ବହିର ୧୮୮ଟି ମୁଦ୍ରଣ ହୋଇ ସାରିଛି ।

    200.00
    Add to cart
  • Dudiya

    Dudiya

    ‘ଡୁଡ଼ିୟା’ ଉପନ୍ୟାସଟି ଚିରାଚରିତ କାହାଣୀ ଉପସ୍ଥାପନା ଶୈଳୀକୁ ଅତିକ୍ରମ କରି ଅଳ୍ପ ପୃଷ୍ଠାରେ ମାଓବାଦ ସମସ୍ୟାର ଅନାସକ୍ତ ବ୍ୟବଚ୍ଛେଦ ଉପସ୍ଥାପନ କରିଛି। ଜଣେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିରୁ ‘ଡୁଡ଼ିୟା’ ରଚିତ, ଯେଉଁଥିରେ ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ଜଙ୍ଗଲର ଯୁବତୀ ‘ଡୁଡ଼ିୟା’ଙ୍କୁ କେନ୍ଦ୍ରରେ ରଖି ଏକାଧିକ ହୃଦୟବିଦାରକ ଘଟଣାବଳୀ ଗତିଶୀଳ ହୋଇଛି। ସରକାରୀ ଅଧିକାରୀଙ୍କ ନିରଙ୍କୁଶ ଶୋଷଣ ଓ ନିର୍ଯାତନାରେ ଅତିଷ୍ଠ ହୋଇ ନିରୀହ ଆଦିବାସୀଙ୍କୁ ନକ୍ସଲଙ୍କୁ ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିବାକୁ ପଡ଼ିଛି। ପରେ ସେହି ତ୍ରାଣକର୍ତ୍ତାମାନେ ଉତ୍ପୀଡ଼କର ଭୂମିକା ଗ୍ରହଣ କରିଛନ୍ତି। ଘଟଣାକ୍ରମେ ମୁଖ୍ୟ ଚରିତ୍ର ‘ଡୁଡ଼ିୟା’ଙ୍କ ବଡ଼ ଭାଇ ପୁଲିସରେ ଯୋଗ ଦେଇଛନ୍ତି। ଅପରପକ୍ଷେ ‘ଡୁଡ଼ିୟା’ ନିଜ ସମ୍ପ୍ରଦାୟର ଘୃଣ୍ୟ ପ୍ରଥାରୁ ବର୍ତ୍ତିବା ପାଇଁ ମାଓବାଦ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ସେଠାରେ ସେ ଶିକ୍ଷା ଓ ଆତ୍ମବିଶ୍ଵାସ ପାଇଛନ୍ତି ସତ ହେଲେ ମାଓ ନେତାଙ୍କ ଯୌନ ଶୋଷଣ ତଥା ତାଙ୍କୁ ହତ୍ୟାକାରୀରେ ପରିଣତ କରାଯିବା ତାଙ୍କୁ ପୁଣି ଥରେ ମାଓବାଦ ପ୍ରତି ବିତୃଷ୍ଣ କରିଛି। ସେ ସେଠାରୁ ମୁକୁଳି ଆସି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏବଂ ତାଙ୍କର ନୂଆ ପାରିବାରିକ ଜୀବନ ଆରମ୍ଭ ହୋଇଛି। ଶେଷରେ ମାଓବାଦୀ ଓ ସରକାରଙ୍କ ଛକାପଞ୍ଛା ମଧ୍ୟରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଉଛି। କିନ୍ତୁ ଆଉ ଏକ ବିସ୍ଫୋରଣ ‘ଡୁଡ଼ିୟା’ଙ୍କ ମନର ଗୂଢ଼ ପ୍ରଶ୍ନକୁ ଆହୁରି ଶକ୍ତିଶାଳୀ ରୂପେ ଉପସ୍ଥାପିତ କରିଛି ମାଓ-ପୁଲିସ ଲଢ଼େଇରେ ଆଉ କେତେ ନିରୀହ ଆଦିବାସୀ ବଳି ପଡ଼ିବେ?

    210.00
    Add to cart
  • Dui Dunia Majhire, Prachya O Paschatya

    Dui Dunia Majhire, Prachya O Paschatya

    ଦୁଇ ଦୁନିଆ ମଝିରେ ସମସାମୟିକ ଜଣେ ଭାରତୀୟ ପ୍ରଖ୍ୟାତ ଦାର୍ଶନିକଙ୍କ ଦ୍ୱାରା ଲିଖିତ ଏକ ଚିତ୍ତାକର୍ଷକ ଆତ୍ମଜୀବନୀ । ଏହି ପୁସ୍ତକରେ ଦାର୍ଶନିକ ଶ୍ରୀ ଜିତେନ୍ଦ୍ରନାଥ ମହାନ୍ତି କଟକ ସହରରେ ତାଙ୍କର ବାଲ୍ୟଜୀବନ ସ୍ମୃତିଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ଭାରତ, ଜର୍ମାନୀ ଏବଂ ଆମେରିକାରେ ନିଜର ଦାର୍ଶନିକ ଯାତ୍ରାକୁ ବେଶ୍ ମନୋଜ୍ଞ ଭାବରେ ବର୍ଣ୍ଣନା କରିଛନ୍ତି । ତାଙ୍କର ଏହି ବିଶ୍ୱ ଅଭିଯାନ କେବଳ ଆକ୍ଷରିକ ଭାବରେ ନୁହେଁ, ବରଂ ତାତ୍ତ୍ୱିକ ଦୃଷ୍ଟିରୁ ‘ପ୍ରାଚ୍ୟ ଜଗତରୁ ପାଶ୍ଚାତ୍ୟ ଦୁନିଆ’କୁ ଏକ ପ୍ରଜ୍ଞାଯାତ୍ରା ବୋଲି କୁହାଯାଇପାରେ ଯାହାକୁ ସେ ତାଙ୍କର ଅନନ୍ୟ ବର୍ଣ୍ଣନା ଚାତୁରୀରେ କେତେବେଳେ ମହାନ ଭାରତୀୟ ଓ ପାଶ୍ଚାତ୍ୟ ଦାର୍ଶନିକ ପରମ୍ପରା ମଧ୍ୟରେ ସଙ୍ଗମ ତ ଆଉ କେତେବେଳେ ସଂଘାତ ଭାବେ ବଖାଣିଛନ୍ତି । ଏହି ପୁସ୍ତକରେ ସେ ଜନ୍ମମାଟି ଓଡ଼ିଶାର ଏକ ଅଖ୍ୟାତ ଗାଆଁରେ ନିଜର ଚେରକୁ ଖୋଜିଛନ୍ତି, କଲିକତା ଓ ଗେଟିଂଗେନ୍ (ଜର୍ମାନୀ) କିଭଳି ତାଙ୍କର ମନ ଓ ଚିନ୍ତନକୁ ଗଢ଼ିବାରେ ସହାୟକ ହୋଇଥିଲା ତାହା ବଖାଣିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ପାଶ୍ଚାତ୍ୟ ସାମାଜିକ ଓ ରାଜନୈତିକ ଭାବଧାରା ତଥା ଗାନ୍ଧିବାଦୀ ଚିନ୍ତାଧାରାକୁ ବୁଝିବା ଓ ତାହାକୁ ଆତ୍ମସ୍ଥ କରିବା ଅବସରରେ ଶ୍ରୀ ମହାନ୍ତି ନିଜ ସଂସ୍କୃତିକୁ ତନ୍ନତନ୍ନ କରି ତର୍ଜମା ଓ ମୂଲ୍ୟାୟନ କରିଛନ୍ତି । ଏହା ତାଙ୍କୁ ସୂକ୍ଷ୍ମ ଭାବରେ ଚେତାଇ ଦେଇଛି ଯେ ପାଶ୍ଚାତ୍ୟ ୟୁରୋପୀୟ ଏବଂ ଭାରତୀୟ ଚିନ୍ତନ ପରସ୍ପରକୁ ପରିମାର୍ଜିତ ଏବଂ ସହଯୋଗ କରୁଛନ୍ତି ।

    ଜଣେ ଦାର୍ଶନିକ ଭାବରେ ନିଜ ଜୀବନ ଓ କର୍ମକୁ ଟିକିନିଖି ଭାବରେ ବର୍ଣ୍ଣନା କରିବା ଅବସରରେ ଶ୍ରୀ ମହାନ୍ତି କେତେକ ପ୍ରଖ୍ୟାତ ଭାରତୀୟ ଓ ପାଶ୍ଚାତ୍ୟ ଦାର୍ଶନିକଙ୍କ ଉପରେ ଆଲୋକପାତ କରିଛନ୍ତି ଏବଂ ସେମାନଙ୍କ କଥା ସ୍ମରଣ କରିଛନ୍ତି । ଶ୍ରୀ ମହାନ୍ତିଙ୍କ ଜୀବନ ଓ କର୍ମ ସମ୍ପର୍କରେ ଆଗ୍ରହୀ ଦର୍ଶନ ଶାସ୍ତ୍ରର ଛାତ୍ରଛାତ୍ରୀ ଓ ଗବେଷକ ତଥା ସାଧାରଣ ପାଠକମାନେ ଏହି ଆତ୍ମଜୀବନୀରେ ଏକ ପ୍ରଗାଢ଼ ଚିନ୍ତାଶୀଳ ଓ କର୍ମମୟ ଜୀବନର ବର୍ଣ୍ଣନା ପାଇବେ ଯାହା ଅତୀବ ହୃଦୟସ୍ପର୍ଶୀ ଓ ମୁଗ୍ଧକର ।

    300.00
    Add to cart
  • Duiti Kabita Sankalana - Bisha Sarathi O Charitamruta

    Duiti Kabita Sankalana – Bisha Sarathi O Charitamruta

    ଏକ ରକମ ଚୁପ୍]ଚାପ୍ ହୋଇ ଯାଇଥିଲି । ଦିନେ ଯେ ମୋର କବିତା ସଙ୍କଳନଟିଏ ପ୍ରକାଶ ପାଇବ, ଏ ବିଶ୍ୱାସ ନଥିଲା । କବିତା ପ୍ରକାଶନ, ପ୍ରକାଶକ ବନ୍ଧୁମାନଙ୍କ ପାଇଁ ବ୍ୟବସାୟିକ ହତାଶା ବୋଲି ମନେ କରାଯାଏ ଆମ ରାଜ୍ୟରେ । କାରଣ କବିତା ପଢ଼ିବାର ସଉକ୍ ଏ ଦୈହିକ, ଜଡ଼, ମୁଦ୍ରାସ୍ଫିତି କାଳରେ କିପରି ବା ରହିବ! ସହଜପଣିଆକୁ ତ କେବେ ବି କବିତା ଆଦରି ପାରିଲା ନାହିଁ । ନାନ୍ଦନୀକ ଚେତନାର ପରିପ୍ରକାଶ ପାଇଁ କବି ଆପଣାଛାଏଁ ନିଜଭାଷାଠାରୁ ଚିନ୍ତାର ପରିସର ପର୍ଯ୍ୟନ୍ତ ବିଭିନ୍ନ ସୂକ୍ଷ୍ମ କାବ୍ୟିକ ବୌଦ୍ଧିକ ପ୍ରକାଶ ଶୈଳୀମାନଙ୍କ ଭିତରେ ସୀମାବଦ୍ଧ ହୋଇଯାଏ; ଯେଉଁଥିପାଇଁ ପାଠକ ବନ୍ଧୁମାନଙ୍କୁ ଯଥେଷ୍ଟ ସଂଯମ, ସହାନୁଭୂତି ସହ କବିତା ପ୍ରତି ଦୃଷ୍ଟିପାତ କରିବାକୁ ପଡ଼ିଥାଏ । ଏ ଯୁଗରେ ସହାନୁଭୂତି ବା କାହିଁ? ନିଜ ଆସନ ମାଡ଼ି ବସିଥିଲେ ହେଁ ସ୍ୱର୍ଗପ୍ରାପ୍ତି, ଅମରତ୍ୱ ପ୍ରାପ୍ତି । “ଭଲ ପାଇବା” ତ ମ୍ୟୁଜିଅମ୍]ରେ ବି କେଉଁଠି ମଣିଷ ସାଇତି ନାହିଁ ଯେ ଜନେ ଦେଖି ଶିଖନ୍ତେ ହେଲେ । ତେଣୁ ଏ ସଂକଳନ ପାଇଁ ମୁଁ ନଅ ବର୍ଷ ଅପେକ୍ଷା ପରେ, ୟା’ର ଆତ୍ମପ୍ରକାଶ ପାଇଁ ଯେଉଁ ପ୍ରକାଶକ ବନ୍ଧୁ ସାହସିକ ପଦକ୍ଷେପ ନେଇଛନ୍ତି ସେ ହେଉଛନ୍ତି ଓଡ଼ିଶା ବୁକ୍ ଷ୍ଟୋରର ସତ୍ତ୍ୱାଧିକାରୀ ଶ୍ରୀ ଗୋବିନ୍ଦ ଚରଣ ପାତ୍ର ଏବଂ କବି ବନ୍ଧୁ ଡକ୍ଟର ପ୍ରସନ୍ନ ମିଶ୍ର ଓ ମୋର ଅନ୍ତରଙ୍ଗ ଶ୍ରୀ ସୁବୋଧ ଦାସଙ୍କ ଅଗାଢ଼ ପ୍ରଚେଷ୍ଟା । ସେମାନେ ମୋର ଓ ମୋ’ କବିତା ପଢ଼ିବା ପାଇଁ ଆଗ୍ରହୀ ବନ୍ଧୁମାନଙ୍କ ତରଫରୁ ପ୍ରଥମେ ଧନ୍ୟବାଦାର୍ହ ।

    ନିର୍ବାଚିତ କବିତାଗୁଡ଼ିକ ମୋ’ ଜୀବନରେ ଧାଉଁଥିବା ସମୟର ଗୋଟିଏ ଗୋଟିଏ ସ୍ଫୁଲିଙ୍ଗ-ସ୍ଥିରଚିତ୍ର । ସମାଜ ଓ ଜୀବନର ଏମାନେ ଗୋଟିଏ ଗୋଟିଏ ମାନଚିତ୍ର । କୌଣସି ମତବାଦ ସହ ସାଲିସ୍ କରିବାର ଇଚ୍ଛା ପୋଷଣ କରିନାହିଁ । ଜୀବନ-ସ୍କୁଲର କଳାପଟା ଉପରେ ଅଙ୍କିତ କେତୋଟି ଅନୁଭୂତିକୁ ସ୍ୱାଧୀନ ବାଧ୍ୟ ଛାତ୍ରଟିଏ ପରି ଯାହା ଅନୁଭବ କରିଚି, ତାହା ପ୍ରକାଶ କରିଚି ।

    • ସନତ୍ ଦାସ ପଟ୍ଟନାୟକ
    250.00
    Add to cart
  • Duiti Nataka: Kalajanha O Mala Akasha

    Duiti Nataka: Kalajanha O Mala Akasha

    “କଳାଜହ୍ନ’ ୧୯୭୬ ଫେବ୍ରୁଆରି ୨୧ ଓ ୨୨ରେ ଗଞ୍ଜାମ କଳା ପରିଷଦ ଦ୍ୱାରା ନାଟ୍ୟକାରଙ୍କ ନିର୍ଦ୍ଦେଶନାରେ ଅଭିନୀତ ହୋଇଛି । ପୁଣି ୧ । ୪ । ୧୯୭୬ରେ ରବୀନ୍ଦ୍ର ମଣ୍ଡପରେ ମଧ୍ୟ ଅଭିନୀତ ହୋଇଛି । “ମଲା ଆକାଶ’ ୧୮ । ୬ । ୧୯୭୬ରେ ଗଞ୍ଜାମ କଳା ପରିଷଦ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଆଲୋକ ଓ ଶବ୍ଦଗ୍ରହଣ ତଥା ନାଟ୍ୟକାର ଶ୍ରୀଯୁକ୍ତ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଜୟପୁରରେ ଅଭିନୀତ ହୋଇଛି । ଇଂରାଜୀ ଭାଷା-ସାହିତ୍ୟ ଓ ସରଙ୍ଗମଞ୍ଚ ସଂପର୍କରେ ଗଭୀର ଅନୁଭବ ଥିବା ଏହି କଳାପ୍ରାଣ ବ୍ୟକ୍ତି କ’ଣ ପାଇଁ ଆଉ ନାଟକ ଲେଖିବାକୁ ମନ ବଳାଇ ନାହାନ୍ତି ଆମେ ଜାଣୁନା ମାତ୍ର ପାନ ଗୁଆ ଖର୍ଚ୍ଚ ହିସାବରୁ ଭୋଜିର ବିଶାଳତା ଅନୁମାନ କରିବା ଭଳି ଏ ଦୁଇଟି ନାଟକରୁ ତାଙ୍କର ଚିନ୍ତା ଓ ପ୍ରକାଶ ଭଙ୍ଗୀରେ ନୂତନତା ଆମେ ଖୋଜି ପାଇବା । “କଳାଜହ୍ନ’ ସେ ସମୟର ଉଚ୍ଚପ୍ରଶଂସିତ ନାଟକ, ଯେଉଁ ନାଟକ ମାଧ୍ୟମରେ ଅନେକ ଅଭିନେତା ଅଭିନେତ୍ରୀ ନାଟକ ଜଗତରେ ଆଦ୍ୟପାଦ ସ୍ଥାପିଥିଲେ । ଏହି ସମୟରେ ପ୍ରଫେସର ମହାନ୍ତି ପାଶ୍ଚାତ୍ୟ ନାଟ୍ୟତତ୍ତ୍ୱ ଓ ନାଟକ ସଂପର୍କରେ ଶିକ୍ଷାଦାନ କରିଛନ୍ତି । ରେଭେନ୍]ସା କଲେଜରେ ଅନେକ ଅନୂଦିତ ପାଶ୍ଚାତ୍ୟ ନାଟକ ଅଭିନୀତ ହୋଇଛି ଯାହା ସହିତ ସେ ଜଡ଼ିତ ହୋଇଛନ୍ତି । ଦୀର୍ଘଦିନର ନାଟ୍ୟାନୁରାଗକୁ ନେଇ ସେ ଲେଖିଛନ୍ତି କେତୋଟି ନାଟକ

    200.00
    Add to cart
  • Dust in the Storm

    Dust in the Storm

    I am thrilled as well as a little hesitant to venture into the realm of publishing my first English language poetry compilation. It is like taking my first baby step. The compilation ‘Dust in the storm’ is simple as well as philosophical. It has altogether thirty-two poems representing the different stops on the journey of my life. They are the manifestation of my dreams and aspirations, encompassing memories from childhood and my life in adulthood. I have always believed that poetry is one of the best and most powerful medium to express even mundane things with profundity, in few words. It is never easy to write something sublime and thought provoking with brevity; but poetry allows such direct communication. This is the beauty of poetry. I appreciate life and am always in awe of this beautiful world. This is the reason my poems are full of optimism even when its subjects are complex. Topics like love, sleep, and death, though common, may not have similar impact on all people. I hope to share my stories with you through this book. The poems: ‘Death’, ‘Me and My Mirror’, ‘The Solitary Walk’, ‘Ode to Sleep’, ‘A Call’, ‘The Spirits’- are philosophical in nature. ‘Realisation’ and ‘Ode to Unrequited Love’ are about my dreams and quests. Some poems fall in the category of nostalgia, like- ‘The Tamarind Tree’, ‘Ode to loneliness’; while some explore my deep bond with nature. Nature is God’s manifestation. It is not only beautiful but also very mysterious. It has always acted like a healer for me; imbuing me with sublime serenity and inspiration. My visit to Kailash Mansarovar further strengthened this bond; it not only humbled me, but changed my perspective on life. ‘My Basket is Full’speaks about this experience. I do not boast that these poems are literary marvels. Nor would I like you to read them in that spirit. Rather, these poems are just me depicting my pleasures, dreams and uncertainties in a way that makes me happy. I hope you enjoy them and my simple words can inspire you to share your stories as well. : Abha Kala IRS

    250.00
    Add to cart
  • Dwa Suparna

    Dwa Suparna

    Dwa Suparna is Soubhagya Kumar Mishra’s fifth poetry collection which was received Central Sahitya Academy in 1984. His other well-known collections of poems are Atmanepadi (1965), Madhyapadalopi (1971), Naipahanra (1973), Andha Mahumachhi (1977), Bajrajan (1981), Manikarnika (1990), Anyatra (1994) and Charachara.

    150.00
    Add to cart