• Adhinakanka Padabali O Prashna Pothi

    Adhinakanka Padabali O Prashna Pothi

    “ଅଧିନାୟକଙ୍କ ପଦାବଳୀ” ର ସ୍ଥାନ ପାବ୍ଲୋ ନେରୁଦାଙ୍କ କବିତାରେ ସର୍ବୋପରି। ଏହାର କେନ୍ଦ୍ରରେ ଅଛନ୍ତି ତାଙ୍କର ପ୍ରେମିକା ମାତିଲ୍]ଦେ ଉର୍]ରୁତିଆ ନାମ୍ନୀ ଜଣେ ଚିଲିର ମହିଳା, ଯିଏ ବହୁ ବର୍ଷ ଧରି ନେରୁଦାଙ୍କ ପ୍ରେମିକାର ଭୂମିକା ସଫଳତା ସହ ନିର୍ବାହ କରିବା ପରେ ବିବାହ ସୂତ୍ରରେ ଆବଦ୍ଧ ହୋଇ ତାଙ୍କର ତୃତୀୟ ପତ୍ନୀର ସ୍ଥାନ ଗ୍ରହଣ କଲେ। ନେରୁଦାଙ୍କର ଅତ୍ୟନ୍ତ ସଂବେଦନଶୀଳ ଭାବନାଲୋକରେ ମାତିଲ୍]ଦେଙ୍କ ମହତ୍ତ୍ୱ ଏଇଥିରୁ ସ୍ପଷ୍ଟ ହୋଇଯାଏ ଯେ “ଅଧିନାୟକଙ୍କ ପଦାବଳୀ” ବ୍ୟତୀତ “୧୦୦ଟି ପ୍ରେମର ସନେଟ” ମଧ୍ୟ ରଚନା କରିଥିଲେ। ସ୍ୱୟଂ ନେରୁଦାଙ୍କ ଭାଷାରେ – “ସିଏ ମୋ ପାଇଁ ଧରଣୀରୁ – ନିଜ ପାଦ, ନିଜ ହାତ, ନିଜ ଆଖି ଓ ନିଜ କଣ୍ଠସ୍ୱରରୁ-ସବୁମୂଳ, ସବୁ ଫୁଲ, ମଧୁର ଗନ୍ଧ ଥିବା ଖୁସୀର ସବୁ ଫଳକୁ କାଢ଼ି କରି ଆଣିଛି” ଆଉ ସିଏ “ମୋ ଗୀତକୁ ଅତି ଉଚ୍ଚ ସ୍ୱରରେ ଗାନ କରୁଛି।”

    300.00
    Add to cart
  • Aeneid

    Aeneid

    The Aeneid by the Roman poet Virgil (70 BC-19 BC) is a classic epic tale of Aeneas, a Trojan prince, about his adventurous journey and struggle to establish a new realm across the sea in Italy from the ashes of Troy. This epic by Virgil has depicted Aeneas as the embodiment of Roman virtues, a dutiful servant of fate and of the gods, an exemplary leader of the people, a devoted father and a son who had kept the interest of the country over his personal goals.

     

    The translation of this epic to Odia language by Professor Bairagi Charan Jena, has preserved the meaning and connotations of the original Latin poem of Virgil within the constraints of grammatical structure of Odia language. This book is intended for use by people with literary aptitudes, students and researchers.

    400.00
    Add to cart
  • Agni Saraswati

    Agni Saraswati

    ବେଦରେ ନାରୀର ଦଶନାମ ଓ ଦଶଟି ସଜ୍ଞା । ଭାବ ଓ ଗୁଣ ଦୃଷ୍ଟିରୁ ଏକ ସଜ୍ଞା ଆରେକର ବିରୋଧୀ । ଇଡ଼ା ଓ ରନ୍ତା ଭାବରେ ସେ ମାଧୁର୍ଯ୍ୟ ଓ ରମଣୀ ଭାବର ପ୍ରତୀକ । ହେଲେ ହବ୍ୟା ଭାବରେ ସେ ଅଗ୍ନିକୁ ଅଧିକ ପ୍ରଜ୍ଜ୍ୱଳିତ କରେ । ସେ ସରସ୍ୱତୀ ଏବଂ ଅଦିତି । ସ୍ୱର ଓ ବାଣୀର ସେ ଈଶ୍ୱରୀ, ସମାନ୍ତରାଳରେ ସେ ଅମରତ୍ୱର ମାର୍ଗ । ସେ ଅଦିତି ବା ଅଖଣ୍ଡିତା । ଅଗ୍ନି ଓ ସରସ୍ୱତୀର ମିଶ୍ରଭାବରେ ତାର ପରିଚୟ, ଏକ ଭିନ୍ନ ଏକକ ସୃଷ୍ଟି କରିଥାଏ । ‘ଅଗ୍ନି ସରସ୍ୱତୀ’ ସେ ବୈଦିକ ଅନୁଭବର ଆଭାସ କି?ଅଗ୍ନି ଓ ସରସ୍ୱତୀ, ଏମାନଙ୍କୁ ଏକପଦୀ ବୋଲି କହି ହେବ କି? ଯେତେବେଳେ ଗୋଟେ କବିତା ସଙ୍କଳନର ନାମ ‘ଅଗ୍ନି ସରସ୍ୱତୀ’ ସେଠି ଏ ପ୍ରଶ୍ନ ସ୍ୱାଭାବିକ । ଉଗ୍ରତା ଏ କବିତାର ମୂଳପିଣ୍ଡ । ଦହନ ଏ କବିତାର ମଞ୍ଜି । ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ଦ୍ରୋହର କବି । ତାଙ୍କ କବିତାରେ ଜଳିବା ଓ ଜାଳିବାର ଏକ ଆଗ୍ନେୟ ପ୍ରକ୍ରିୟା ରହିଥାଏ । ହେଲେ ଏ କବିତା ବହି, ତା’ର ଏକ ବ୍ୟତିକ୍ରମ । ଗତ ତିନୋଟି ସଙ୍କଳନରେ ଉଗ୍ରତାର ଯେଉଁ ପ୍ରଖର ପ୍ରବାହ, ସେଥିରୁ ମୁକ୍ତ ହେବାର ଏକ ସଚେତନ ପ୍ରୟାସ ଏ ବହିରେ ଅଛି । ଦ୍ରୋହ ଭିତରୁ ଅଙ୍କୁରିତ ହେଉଛି ପ୍ରେମ । ହୁତାଶନରୁ ପ୍ରକାଶିତ ହେଉଛି ଜଳକଣା । ଏ କବିତା ବହି, ଏକ ନୂଆ ବାଟର ଆରମ୍ଭ ।

    250.00
    Add to cart
  • Aha

    Aha

    ସଂଜିତଙ୍କ କବିତା ସ୍ୱପ୍ନ ଆଉ ସ୍ୱପ୍ନଭଂଗର ରିଆଜରେ ଆଳାପ ତୋଳେ ନିଶବ୍ଦ ରାତିର ଝିଂକାରୀ ପରି,ଖୁବ୍ ଆସ୍ତେ ଆଉ ନୀରବରେ।ମୁହୂର୍ତ୍ତକୁ ମହୋତ୍ସବ କରିବାରେ ସେ ଧୂରନ୍ଧର।ମାଟି ଓ ମଣିଷର କଥା ତାଂକ କବିତାର ଆଦ୍ୟ ସ୍ୱର ହୋଇଥିବା ବେଳେ ପ୍ରକୃତିକୁ ନିରୀକ୍ଷଣ କରିବାର ଅଦମ୍ୟ ଉତ୍ସାହ ଓ ମାନବିକ ସଂବେଦନଶୀଳତାର ସ୍ପୁରଣ ତାଂକ କାବ୍ୟସତ୍ତାର ସାମଗ୍ରିକ ବିଭବକୁ ସୂଚାଏ।ମାନବୀୟ ପ୍ରେମ ତାଂକୁ ଶିଖାଇଛି ଅଂଧାରରୁ ତନ୍ତୁ କାଢି ବୁଣିବାକୁ ଡର ଉପରେ ଢାଂକି ଦେବା ପରି ଚାଦର।ଢେଉ ପରି ତାଂକ କବିତା।କବିତାରୁ ଫୁଲି ଉଠୁଥିବା ଚିତ୍ରମୟ ବାସ୍ତବତା ପାଠକଂକ ଦୃଷ୍ଟିରେ ଗୁନ୍ଥି ଦେଇଥାଏ ଶିହରଣ।ଜୀବନର ଅନେକ ପରୀକ୍ଷା ରୁ ପ୍ରାପ୍ତ ବିଚାରବୋଧ ତାଂକୁ ଯୁକ୍ତିସଂପନ୍ନ କରିଥିବାରୁ ସମକାଳରେ ସେ ବେଶ୍ ପ୍ରଭାବଶାଳୀ ଓ ପାଠକଙ୍କର ଖୁବ୍ ଅଂତରଂଗ।

    150.00
    Add to cart
  • Ahalya

    Ahalya

    Ahalya, according to mythology, was the wife of Sage Gautama, known for her beauty and wisdom. The story suggests that she was deceived by Indra, the king of gods, who disguised himself as her husband. When Sage Gautama discovered this, he did not seek to understand the situation but instead cursed Ahalya to turn into stone, condemning her to ages of suffering. The most striking part of her tale is that she was punished without committing a mistake. No one questioned the injustice of her fate- neither the sages nor the intellectuals of that time. Her suffering was normalized until Lord Rama arrived in Treta Yuga and liberated her with his divine touch. Dr. Phani Mohanty, through his poetic and thought-provoking writing, compels us to reconsider Ahalya’s story beyond its mythological context.

    250.00
    Add to cart
  • Akalare Sarasa (Kedarnath Singh)

    Akalare Sarasa (Kedarnath Singh)

    ଏକାଡେମୀ ପୁରସ୍କାର ପ୍ରାପ୍ତ ‘ଅକାଳ ମେଁ ସାରସ’ କବିତାଗ୍ରନ୍ଥଟି ହିନ୍ଦୀ କବିତାକୁ ସର୍ବଥା ଏକ ନୂତନ ମୋଡ଼ ଦେବାର ସାର୍ଥକ ପ୍ରଚେଷ୍ଟା । ଏହି ସଂଗ୍ରହ ସହିତ ଏହି ଆଶା ରହିବ ଯେ କବିତା ନିଜ ମୂଳରେ ପ୍ରସାରିତ ହୁଏ ଆଉ ସେହି ଆଶାରୁ ପ୍ରାପ୍ତ ଉର୍ଜାର ବଳ ଉପରେ ସିଏ ନିଜ ସମୟ, ପରିବେଶ, ମଣିଷର ସଂଘର୍ଷ, ପ୍ରକୃତିରେ ଭଡ଼କି ଉଠୁଥିବା ଜିବୀବିଷାକୁ ଶବ୍ଦ ଦେବାରେ ସକ୍ଷମ ହୁଏ । ଏହି ପୁସ୍ତକଟି ଜନପଦୀୟ ଚେତନାରେ ରଚିତ ଭାଷାର ଐନ୍ଦ୍ରିକତା, ଅର୍ଥଧ୍ୱନି, ମୂର୍ତ୍ତତ ।, ଗୁଂଜନ ଓ ବ୍ୟାପ୍ତିକୁ ଚିହ୍ନିବା ସେତିକି ସହଜ ଯେତିକି ଶ୍ୱାସ ନେବା । କିନ୍ତୁ ଏହି ସହଜ ପରିଚୟରେ ବହୁତ କିଛି ରହିଛି ଯାହା ତା ଜରିଆରେ ଜୀବନରେ ଲୁଚି ରହିଥିବା କିମ୍ବା ଅଧିକ ଗଭୀର ସତ୍ୟତା ପ୍ରତି ଉତ୍ସୁକ କରିଦିଏ । ଗୋଟିଏ ଭାବରେ ଦେଖିବାକୁ ଗଲେ ଏହି କବିତାଗୁଡ଼ିକର ସରଳତା ସେହି ବିଡ଼ମ୍ବନାପୂର୍ଣ୍ଣ ସରଳତାର ଉଦାହରଣ ଯାହା ବସ୍ତୁଗୁଡ଼ିକରେ ଲୁଚି ରହିଥିବା ଜୀବନ-ମର୍ମକୁ ଭେଦ କରି ଦେଖିବାର ଅଦ୍ଭୁତ ପ୍ରଚେଷ୍ଟା ବୋଲି କୁହାଯାଇପାରେ ।

    200.00
    Add to cart
  • Akasha Pari Nibida

    Akasha Pari Nibida

    ଜୀବନରେ ଶୂନ୍ୟଗର୍ଭା ଉଦାର ଆକାଶ ଉପରେ ପ୍ରତ୍ୟେକ ମଣିଷକୁ ହରରଙ୍ଗୀ ଚଢ଼େଇ ମନେ କରୁଥିବା କବି ସୌରୀନ୍ଦ୍ର ବାରିକଙ୍କ ‘ଆକାଶ ପରି ନିବିଡ଼’ କବିତା ସଂକଳନ ନିଚ୍ଛକ ଜୀବନଚିତ୍ର ପ୍ରଦାନ କରେ । ମହୁମାଛି ପରି ଆଲୁଅର ଡେଣାମେଲି ହୃଦୟକୁ ଆକ୍ରାନ୍ତ କରୁଥିବା ସ୍ମୃତିମାନଙ୍କୁ ନେଇ କବିପ୍ରାଣ ପ୍ରଗଳ୍]ଭ । ସେ ମ୍ଳାନ ସ୍ମୃତିର ପୃଷ୍ଠା ଭିତରେ ଶୁଷ୍କ ଜୀବନକୁ ପୁଣି ସାମାନ୍ୟ ସକ୍ରିୟ କରି ନେବାକୁ ତାଙ୍କର ଆଗ୍ରହ । କିନ୍ତୁ ତାଙ୍କୁ ମନେ ହୁଏ ‘ସ୍ମୃତିର ଶୁଖିଲା ହାଡ଼କୁ ରେକୁଟି ରେକୁଟି ଶେଷରେ ନିଜ ଲୁହ ଚାଖିବା ହିଁ ଯେମିତି ଖାଲି ସାର ହୁଏ’ । ପରିବର୍ତ୍ତନଶୀଳ ଆକାଶୀ ମନ ନେଇ ସମ୍ପର୍କ ବଦଳେ । ପ୍ରତାରଣା, ସମ୍ପର୍କର ଦୂରତ୍ୱ, ଅଶ୍ରୁ, ସ୍ୱପ୍ନ ମଧ୍ୟରେ ସ୍ନେହ କାଙ୍ଗାଳ କବିସତ୍ତା ତା’ର କବିତାର ଶବ୍ଦଙ୍କୁ ସାଉଁଟିନିଏ । ସେଇ ନିତିଦିନିଆ କଥା, ପ୍ରଜାପତି, ଫୁଲ, ହସ-କାନ୍ଦ, ଲୁହର ଶବ୍ଦ-ଦର୍ପଣରେ କବିଙ୍କୁ ଜୀବନର ବହୁବିଧ ରୂପ ଆଶ୍ୱାସନା ଦିଏ । କବିତାର ଶବ୍ଦ ଘୋଟି ଯା’ନ୍ତି ମେଘ ଓ ଅନ୍ଧାର ପରି ପୁଣି ଶବ୍ଦସବୁ ଫୁଟି ଉଠନ୍ତି ତାରା ଓ ଫୁଲ ପରି । କବି ସୌରୀନ୍ଦ୍ରଙ୍କ କବିତାର ପ୍ରତିଟି ଶବ୍ଦରେ ଅସଂଖ୍ୟ ପୃଥିବୀ, ଅସଂଖ୍ୟ ଈଶ୍ୱର କବିର ନାଭିକମଳକୁ ଧାରଣ କରନ୍ତି । ବାସ୍ ତା’ପରେ କବି ଚେତନା ଆକାଶ ପରି ନିବିଡ଼ ହୋଇଯାଏ ।

    150.00
    Add to cart
  • Amrapalli

    Amrapalli

    ମୁଁ ପୁଣି ଫେରିବି / ଧୂସରିତ ପୃଥିବୀ ବକ୍ଷରେ / ଛନଛନ ଘାସ ଫୁଲ / ଗୋଧୂଳିର ଚଢ଼େଇ ଗୀତରେ / ଜୁକୁଜୁକୁ ତରାଟିଏ ହେଇ / ଉଆଁସିଆ ଅନ୍ଧାର ରାତିରେ । ଏମିତି କୋମଳ ଶବ୍ଦ ପ୍ରାଚୁର୍ଯ୍ୟ ଏବଂ ସମ୍ଭାବନାକୁ ନେଇ ପରିପୁଷ୍ଟ କବି ଡଃ ସସ୍ମିତା କରଙ୍କ ସଂକଳନ ‘ଆମ୍ରପଲ୍ଲୀ’ । ଏହା ପୂର୍ବରୁ ତାଙ୍କର ‘ଗୋଟେ ଗାଉଁଲି ଝିଅର କଥା’ ଏବଂ ‘ଦେଖାହେଲେ କହିବି’ କବିତା ସଂକଳନ ପ୍ରକାଶିତ । ବୌଦ୍ଧଯୁଗୀୟ ବୈଶାଳୀ ଗଣରାଜ୍ୟର ରାଜନର୍ତ୍ତକୀ ଆମ୍ରପଲ୍ଲୀର ଅପରୂପ ସୌନ୍ଦର୍ଯ୍ୟ, ତାର ନଗରବଧୂରେ ପରିବର୍ତ୍ତିତ ହେବାର ଅସହାୟତା, ଗଣିକା ଭାବେ ନିଜ ଦେହକୁ ପଳପଳ କରି ବାଣ୍ଟିଦେବାର ବ୍ୟଥା ଓ ବେଦନା, ସର୍ବୋପରି ସାଂସାରିକ ମୋହମାୟାର କ୍ଷଣଭଙ୍ଗୁରତାକୁ ଉପଲବ୍ଧି କରି ମହାନ କାରୁଣିକ ତଥାଗତ ବୁଦ୍ଧଙ୍କ ଶରଣାପନ୍ନ ହେବାର ଆଗ୍ରହ ଓ ସମର୍ପଣର ଗାଥା ବହନ କରେ ‘ଆମ୍ରପଲ୍ଲୀ’ । ସମ୍ପ୍ରତି କବୟିତ୍ରୀ ଡଃ କର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ।

    160.00
    Add to cart
  • Andha Mahumachhi

    Andha Mahumachhi

    ସୌଭାଗ୍ୟ କୁମାର ମିଶ୍ର (୧୯୪୧) ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା କ୍ଷେତ୍ରରେ ଜଣେ ବହୁ ପରିଚିତ ପ୍ରୟୋଗବାଦୀ କବି । ତାଙ୍କ କବିତାରେ ଆଧୁନିକ ସମସ୍ୟାବହୁଳ ସାମାଜିକ ଜୀବନର ଅସହାୟତା, ଆଶଙ୍କା, ଦ୍ୱନ୍ଦ୍ୱ ଓ ସଂଘର୍ଷର ଚିତ୍ର ଉତ୍]କୀର୍ଣ୍ଣ । ରୋମାଣ୍ଟିକ୍]ଧର୍ମୀ, ଭାବପ୍ରବଣତା, ବିଚ୍ଛିନ୍ନତାବୋଧ, ମୃତ୍ୟୁ ସମ୍ପର୍କୀୟ ଦାର୍ଶନିକ ଅବବୋଧ ଓ ଈଶ୍ୱରଚେତନା ତାଙ୍କ କବିତାର ମୁଖ୍ୟସ୍ୱର । ଭାଷା ପ୍ରୟୋଗରେ ପରିମିତତା ଏବଂ ବସ୍ତୁ ଉପସ୍ଥାପନାରେ ନାଟକୀୟତା ତାଙ୍କ କବିତାରେ ପ୍ରାଧାନ୍ୟ ଲାଭ କରିଛି । କବିତାରେ ମିଥ୍], ପ୍ରତୀକ ଓ ଚିତ୍ରକଳ୍ପ ବ୍ୟବହାରରେ ଓ ଅନ୍ୟାନ୍ୟ ଆଙ୍ଗିକଗତ ପରୀକ୍ଷା-ନିରୀକ୍ଷାରେ ସେ ବହୁ ସଫଳତାର ଅଧିକାରୀ । ତାଙ୍କ ପ୍ରକାଶିତ କବିତା ସଂକଳନ ମଧ୍ୟରେ ‘ଆତ୍ମନେପଦୀ’, ‘ମଧ୍ୟପଦଲୋପୀ’, ‘ନଈ ପହଁରା’, ‘ଅନ୍ଧ ମହୁମାଛି’, ‘ବଜ୍ରଯାନ’, ‘ଦ୍ୱା ସୁପର୍ଣ୍ଣା’, ‘ମଣିକର୍ଣ୍ଣିକା’, ‘ଅନ୍ୟତ୍ର’, ‘ସଚରାଚର’, ‘ଉଜ୍ଜୟିନୀ’ ଆଦି ଉଲ୍ଲେଖଯୋଗ୍ୟ । ସେ ‘ଅନ୍ଧ ମହୁମାଛି’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, ‘ଦ୍ୱା ସୁପର୍ଣ୍ଣା’ ପାଇଁ ସାହିତ୍ୟ ଅକାଦେମୀ ଓ ଗଙ୍ଗାଧର ଜାତୀୟ ପୁରସ୍କାର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଲାଭ କରିଛନ୍ତି ।

    200.00
    Add to cart
  • Aneka Kothari

    Aneka Kothari

    ପ୍ରତ୍ୟେକ ଉଲ୍ଲେଖଯୋଗ୍ୟ ସାହିତ୍ୟରେ ପ୍ରଶ୍ନ ପଚରାଯାଏ । ସେ ପ୍ରଶ୍ନ ଶୁଣିବାକୁ ସମସ୍ତେ, ଏପରି କି ସ୍ୱୟଂ ଈଶ୍ୱର ମଧ୍ୟ ଶୁଣିବାକୁ ବାଧ୍ୟ । ସେ ପ୍ରଶ୍ନଗୁଡ଼ିକ ଏକାଧାରରେ ସରଳ ଓ ଜଟିଳ । ଛୋଟ ଛୁଆଟିଏ ମରିଗଲେ ସେ ସାହିତ୍ୟ ସମଗ୍ର ବିଶ୍ୱକୁ କାଠଗଡ଼ାରେ ଠିଆ କରାଇଦିଏ । କୌଣସି ଅହେତୁକ ଶାସ୍ତିରେ କେହି ନିର୍ଯ୍ୟାତିତ ହେଲେ ସେ ସାହିତ୍ୟ ସଚରାଚରଠାରୁ କୈଫିୟତ୍ ତଲବ୍ କରେ । ସାହିତ୍ୟିକ ଦୃଷ୍ଟିରେ ସଭ୍ୟତା ହେଉଛି ପ୍ରଶ୍ନ ପଚାରିବାର ସ୍ୱାଧୀନତା ଏବଂ ଯେଉଁଦିନ ଆଉ ପ୍ରଶ୍ନ ପଚରାଯାଉନାହିଁ- ସେଦିନ ସଭ୍ୟତାର ପରିସମାପ୍ତି ଘଟିଛି ବୋଲି ଧରିନିଆଯାଇପାରେ । ଯଦି ସାହିତ୍ୟିକ ପ୍ରଶ୍ନ ପଚାରିବାର ଐତିହ୍ୟରୁ ନିଜକୁ ଅଲଗା କରି ରଖେ ବା କୋଳାହଳମୟ ପ୍ରଶଂସା ଭିତରେ ନିଜର ସ୍ୱର ଲୀନ ହେବାକୁ ଛାଡ଼ିଦିଏ, ସେ ଆଉ ସାହିତ୍ୟିକ ହୋଇ ରହିବ ନାହିଁ; ହେବ ଏକ ଉଚ୍ଚାଙ୍ଗ ପରମ୍ପରାର ମଡ଼ାଚଣ୍ଡିଆ ।

    ଯେତେବେଳେ ଏପରି ପରିସ୍ଥିତି ଉପୁଜେ, ଯେତେବେଳେ ଆଉ ପ୍ରଶ୍ନ ପଚରାଯାଏ ନାହିଁ ଏବଂ ସବୁଆଡ଼େ ହାଟବଜାରରେ କୋଳାହଳ ଶୁଭେ, ସେତେବେଳେ ସାହିତ୍ୟ ଲେଖାଯିବ ନିଶ୍ଚୟ, କିନ୍ତୁ ସେ ସାହିତ୍ୟର ସଭ୍ୟତା ସହିତ ସମ୍ପର୍କ ପ୍ରାୟ ରହିବ ନାହିଁ । ଗଲା କେତେବର୍ଷ ଭିତରେ ପୃଥିବୀର ଛାପାଖାନାମାନଙ୍କରୁ ଯେତେ ସାହିତ୍ୟ ବାହାରିଛି ଇତିହାସରେ ତାର ପଟାନ୍ତର ନାହିଁ, କିନ୍ତୁ ସେଗୁଡ଼ିକ ଭିତରୁ ଅଧିକାଂଶ ଅଳ୍ପ କେତେଦିନ ପରେ ନିଶ୍ଚିହ୍ନ ହୋଇ ଯାଇଛନ୍ତି । ତାର କାରଣ ହେଉଛି, ସେଗୁଡ଼ିକ ଆମ ସଭ୍ୟତାର ଅଂଶ ନୁହଁନ୍ତି, ବରଂ ତାର ପ୍ରତିକୂଳପନ୍ଥୀ । ସେଗୁଡ଼ିକର ରଚୟିତାମାନଙ୍କର କିଛି କିଛି କଳ୍ପନାଶକ୍ତି ଏବଂ ଭାଷାବିନ୍ୟାସରେ ପଟୁତା ଥିଲା, କିନ୍ତୁ ଯେଉଁ ଯନ୍ତ୍ରଣାବୋଧ ଆମକୁ ଏପରି ଏକ ଜାଗାକୁ ନେଇଯାଏ ଯେଉଁଠାରେ ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ଏକାକାର ଏବଂ ଯେଉଁଠାରେ ମନୁଷ୍ୟର ଭାଗ୍ୟ ହିଁ ଏକମାତ୍ର ପ୍ରସଙ୍ଗ ତାହା ଏ କଳ୍ପନାଶକ୍ତିକୁ ବ୍ୟାପ୍ତ ଓ ମାର୍ଜ୍ଜିତ କରିନାହିା । – ରମାକାନ୍ତ ରଥ

    160.00
    Add to cart
  • Anya Ananya

    Anya Ananya

    କବିତା ତ କେତେ କଥା କହେ । କୁହାଯାଏ, କବିତା ଗୋଟିଏ ବିଶାଳ କାନଭାସ୍ । ଅଳ୍ପରେ ଅନେକ କଥା କହିପାରେ କବିତା । କବିତା କଥା ସତରେ ନିଆରା । ଜୀବନ ଓ ଜଗତକୁ ନେଇ ମୋର ଅନୁଭବକୁ କବିତାରେ କବିତାରେ କହିବାର ପ୍ରୟାସ କରିଛି । କବିତା ମତେ ମୁଗ୍ଧ କରେ, ମୋହିତ କରେ । କବିତା ମତେ ସ୍ୱପ୍ନାବିଷ୍ଟ କରେ । ସ୍ୱପ୍ନରୁ ସତ୍ୟ, ସତ୍ୟରୁ ସ୍ୱପ୍ନ ଏମିତି ଘୂରିବୁଲେ ମୋ’ର କବିତାମାନ । କେତେବେଳେ ଫୁଲ, କେତେବେଳେ ଫଗୁଣ, କେତେବେଳେ ସାଙ୍ଗସାଥୀ ତ କେତେବେଳେ ପାହାନ୍ତା ରାତି କେତେକଥା, କେତେବ୍ୟଥା – ଏସବୁକୁ ନେଇ କବିତା । କବିତାରେ କାହାକୁ ଥାଏ ଅପେକ୍ଷା ପୁଣି ତହିଁରେ ଥାଏ କାହାର ସ୍ୱପ୍ନାବିଳ ସତ୍ତା । କବିତାକୁ ଭଲପାଉଥିବା କବିଟିଏ ମୁଁ । ବିବିଧତା ମୋ କବିତାର ମୂଳ କଥା । କିଛି ପରିବର୍ତ୍ତନ, କିଛି ନୂତନତା, କିଛି ଅମଡ଼ାବାଟକୁ ଚଲାପଥ କରିବାର କଥାକୁ ନେଇ ମୋ କବିତା । \”ଚଢ଼େଇ’ରୁ ଆରମ୍ଭ ହୋଇ \”ସାଙ୍ଗ’ରେ ସାରିଥିବା ଏ କବିତା ସଂକଳନରେ ସମୟ, ରାସ୍ତା, ଜୀବନ, ଯନ୍ତ୍ରଣା, ପ୍ରେମ, ବିଶ୍ୱାସ ଆଦି ବିବିଧ ବିଷୟକୁ କବିତାରେ କହିବାର ପ୍ରୟାସ କରିଛି । ଏହି କଥା କହିବାବେଳେ ମନେପଡ଼ିଯାଇଛି – ଗାଁ ନଈତୁଠ କଥା, ଚିଠିର ବାସ୍ନା, ସ୍ୱପ୍ନର ମାଦକତା, ସଞ୍ଜବେଳ, ଅଦିନ ବର୍ଷା, ପିଲାଦିନ ଏମିତି କେତେକେତେ କଥା ମତେ ବିଭୋର କରିଛି । କର୍ମଜଞ୍ଜାଳରୁ ସମୟ ପାଇଲେ ମୁଁ କବି ହେଇଯାଏ । ଭୁଲିଯାଏ ଆଉ ସବୁ ଯେତେଅଛି ଜଞ୍ଜାଳ ଯନ୍ତ୍ରଣା । ମୁଁ, କଲମକୁ ସାଥୀକରି, ନିଜ ଡାଏରୀ ପୃଷ୍ଠାରେ କବିତାକୁ ନେଇ ମନକଥା ସବୁ ଲେଖିଦିଏ । ସେସବୁକୁ ସଜାଡ଼ି ଏକାଠି କରି ଆଜି ଏଇ କବିତା ସଂକଳନ । ଭାବ ଓ ଭାଷାକୁ ଭଲଭାବେ ମାପିଚୁପି ବ୍ୟବହାର କରିବାର ଚେଷ୍ଟା କରିଛି । ମୁକ୍ତ ବିହଙ୍ଗ ଭଳି ମୁକୁଳିଯାଏ । ଖୋଲା ଆକାଶ ତଳେ ଉଡ଼ି ଉଡ଼ି ଯାହା ଦେଖୁଛି ତା’ ଲେଖୁଛି । ଏସବୁ କବିତା ମୋ ଅନୁଭବର କଥା । ଆଶାକରେ ଏ କବିତାସମୂହ ମୋ ପ୍ରିୟ ପାଠକ ପାଠିକାଙ୍କ ହୃଦୟକୁ ସ୍ପର୍ଶ କରିବ ।

    • ଲକ୍ଷ୍ମଣ କୁମାର ସାହୁ
    180.00
    Add to cart
  • Apadebata

    Apadebata

    କବିସତ୍ତା ଓ ପାଠକୀୟ ସତ୍ତା ମଧ୍ୟରେ ରହି ଆସିଥିବା ବିତର୍କିତ ବ୍ୟବଧାନକୁ ସଂକୁଚିତ କରିଦିଏ ସଂକଳନର ପ୍ରତିଟି କବିତା । କବିତା କହିଯାଏ ନିଜ କଥା । ସୂକ୍ଷ୍ମଭାବ ତଥା ସଂକ୍ଷିପ୍ତ ପରିସର ମଧ୍ୟରେ କଥାବସ୍ତୁର ବ୍ୟାପ୍ତି, ସଘନ ଚିତ୍ରକଳ୍ପ, ଶବ୍ଦର ସୁଦକ୍ଷ ବ୍ୟବହାର ଓ ମାଟିପାଣିର ବାସ୍ନା କବିତାଗୁଡିକକୁ ରସୋତ୍ତୀର୍ଣ୍ଣ କରିଛି । ଜୀବନ ଆଉ ସମାଜ ସହିତ କବିଙ୍କର ଅନ୍ତରଂଗ ସଂପର୍କ ଓ ମୂଲ୍ୟବୋଧର ଅବକ୍ଷୟ ପ୍ରତି ତୀର୍ଯ୍ୟକ ଦୃଷ୍ଟିପାତରେ ସମସ୍ତ କବିତା ସମୃଦ୍ଧ । ପ୍ରତ୍ୟେକଟି ଶ୍ରୀଯୁକ୍ତ ସାହୁଙ୍କ ସୂକ୍ଷ୍ମାନୁଭୂତିର ଗୋଟିଏ ଗୋଟିଏ ସାର୍ଥକ ଅଭିବ୍ୟକ୍ତି । ଆଶା,ଏହା ସାମଗ୍ରିକ ଭାବେ ପାଠକୀୟ ଆଦର ଲାଭ କରିବ ।

    ସଂପାଦକ

    କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ

    କେନ୍ଦ୍ରାପଡ଼ା, ଓଡ଼ିଶା

    200.00
    Add to cart