• Bhata Khoju Khoju

    Bhata Khoju Khoju

    କବି ବାସୁଦେବ ସୁନାନୀଂକ ନବମ କବିତା ପୁସ୍ତକ ହେଉଛି “ଭାତ ଖୋଜୁଖୋଜୁ” । ବାସୁଦେବ କଳ୍ପନାରେ ବିଶ୍ବାସ ନ କରି ବାସ୍ତବତା ଉପରେ ନିଜର ବିଚାର ଓ ଚିନ୍ତନକୁ କେନ୍ଦ୍ରୀଭୁତ କରି ଥା’ନ୍ତି । ତାଂକ କବିତା ସବୁବେଳେ ସୂକ୍ଷ୍ମ ଜବକାଚ ଭଳି, ଯେଉଁ ଜବକାଚ ମାଧ୍ଯମରେ ଜଣେ ପାଠକ, ସ୍ପଷ୍ଟ ଭାବରେ ଦେଖି ପାରିଥାଏ ସାଂପ୍ରତିକ ସମାଜର ଅସଂଗତି ଓ ଅବ୍ଯବସ୍ଥା । କବିତା ସବୁକୁ ପଢିଲେ ପାଠକ ଅନେକ କଥା, ଘଟଣା, ସ୍ଥିତି ସହ ଭେଟହେବ ଯେମିତି ଚାଷୀର ସମସ୍ଯା ଓ ତତ୍ ଜନିତ ପ୍ରତିବାଦ, ନାରୀ ନିର୍ଯ୍ଯାତନା, ଧର୍ଷଣ, ଜାତିବାଦ, ବ୍ରାହ୍ମଣବାଦ, ବର୍ତମାନର ରାଜନୀତି ଓ ଗଣତନ୍ତ୍ରର ଅବସ୍ଥା, କରୋନା କାଳର ହା…ହା…କାର, ବିକାଶର ପରିଭାଷା,ସାମ୍ରାଜ୍ଯବାଦ ବିପକ୍ଷରେ ସ୍ବର ସହ ଭୋକର କଲବଲ, ଏମିତି ଅନେକ ଛବିକୁ କବିତାରେ ତିତ୍ରାୟିତ କରିଛନ୍ତି । ଏ କବିତାମାନ ସୁଖପାଠ୍ଯ କେବଳ ନୁହେଁ ବରଂ ଇତିହାସ, ସାଂପ୍ରତିକ ସାମାଜିକ ଅବସ୍ଥା, ଅର୍ଥନୀତି ତଥା ଧାର୍ମିକ ସ୍ଥିତି, ଇତ୍ଯାଦିକୁ ବୁଝିବା ପାଇଁ ବୌଦ୍ଧିକ ଇଂଦନ ଯୋଗାଉ ଥିବା ଏକ ନିଆରା ଦସ୍ତାବିଜ।

    “ଭାତ ଖୋଜୁଖୋଜୁ”ର କବିତା ସବୁ ପଢିଲେ ଏକ ନିଶ୍ଚିତ ଧାରଣା ସୃଷ୍ଟି ହୁଏଯେ କବି ଜଣେ ସମାଜର ବୌଦ୍ଧିକ ପ୍ରତିନିଧି ଅଟେ । ଆଶା, ଏ କବିତା ବହି ପାଠକୀୟ ପ୍ରେମଲାଭ କରିବ ।

    200.00
    Add to cart
  • Bhinna Swara: Samakala Odia Kabita

    Bhinna Swara: Samakala Odia Kabita

    ଏ ପର୍ଯ୍ୟାୟର ନାରୀ ବିମର୍ଶନବାଦ ପ୍ରତି ବିଶ୍ୱସ୍ତ କବୀମାନଙ୍କ ଭିତରେ ପାଠକର ପ୍ରତ୍ୟୟ ଓ ପ୍ରତୀତିକୁ ମୁକ୍ତସମ୍ବେଗର କବିଦେବାକୁ ବାଧ୍ୟ ଓ ଆଗ୍ରହାନ୍ୱିତ କରିପାରିଥିବା କବୀ ଗାୟତ୍ରୀବାଳା ପଣ୍ଡା, ଚିରଶ୍ରୀ ଇନ୍ଦ୍ରସିଂହ, ପ୍ରଜ୍ଞାଶ୍ରୀ ରଥ, ପ୍ରତୀକ୍ଷା ଜେନା, ଶର୍ମିଷ୍ଠା ସାହୁ ଓ ସୁଜାତା ସାହାଣୀଙ୍କ କବିତାମାନେ ସୂଚେଇ ଦିଅନ୍ତି ଜୀବନଯାପନର ବିଧିପ୍ରବିଧି ଅନୁବିଧି ଓ ପାରିପାଶ୍ୱର୍ିକ ବାଧ୍ୟବାଧକତା ଓ ଉପଲବ୍ଧିର ଚତୁପାଶ୍ୱର୍ କେବଳ ଆଦର୍ଶାୟିତ ସମାଜକଳ୍ପା ଗଠନବ୍ୟବସ୍ଥାର ମାନାଦର୍ଶରେ ବନ୍ଧା ନୁହେଁ; ପୁରୁଷାଂଶୀ ଅନୁରୂପତା ସହିତ ମୁକ୍ତ -ଇନ୍ଦ୍ରିୟ- ସଂଚାଳନବିଧିକ ଓ ଈପ୍ସିତ ମର୍ଯ୍ୟାଦାର ହେବା ସଂଗତିସମ୍ପନ୍ନ-ଏପରି ଏକ ଅନ୍ତର୍ଶକ୍ତିସମ୍ପନ୍ନ ବିନିର୍ମାଣୀଚିନ୍ତନର ଅସୀମ ସୌକର୍ଯ୍ୟଭରା ନାରୀତ୍ୱକୁ ଆଧାର କରିଛି । ରାମକୃଷ୍ଣ, ଅଜୟ, କେ. ଶ୍ୟାମବାବୁ ଦୋରା, କେଦାର, ନବୀନ ବିଶ୍ୱବନ୍ଧୁ, ହେମନ୍ତ ଦଳପତି, ନିଖିଳେଶ, ପବିତ୍ରମୋହନ, ଅଖିଳ ପ୍ରମୁଖଙ୍କ କବିତା ସକଳପ୍ରକାର ମଣିଷଗଢ଼ା, ମଣିଷକରା ଅପାର୍ଥକ ଧାରଣା, ପ୍ରତ୍ୟୟ, ଆଚାର, ଭେଦଗୁଡ଼ିକ ସତ୍ତ୍ୱେ ମଣିଷର ସଚଳ ଜୀବନବଂଚିବାର ଅଧିକାରକୁ ସର୍ବୋତ୍ତମ ସୌନ୍ଦର୍ଯ୍ୟ ଭାବରେ କଳାତ୍ମକ ଦୃଷ୍ଟାନ୍ତୀକରଣ କରିଦେଇପାରିଛି । ନୃସିଂହ ତ୍ରିପାଠୀ, ରୋହିଣୀକାନ୍ତ, ପ୍ରଦୀପ କୁମାର ପଣ୍ଡା, ସୂର୍ଯ୍ୟ ମିଶ୍ର ଓ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ କବିତାଗୁଡ଼ିକ ସହିତ ପାଠକ ଭାବାନୁକୂଳ ଓ ଅନ୍ୱେଷାପ୍ରବଣ ପଠନେତ୍ସାକୁ ଯୋଡ଼ିଦେବା ମାତ୍ରେ ଅନୁଭବ କରିବେ- ଏକ ଅଣପାରମ୍ପରିକ ଭଙ୍ଗୀରେ କବିତା ଜୀବନକୁ ଚିହ୍ନିବା ଓ ବିତେଇବାର ମଧୁରତାକୁ ପରିବେଷଣ କରିଦେଉଛି । ସବୁଠୁ ବିଚିତ୍ର- ଏ ସଂକଳନର ଅଧିକାଂଶ ସିଂହଭାଗୀ କବିତାର ଆରମ୍ଭ ନାଟକୀୟ ସଂଘଟନାରୁ ଏବଂ ପରିସମାପ୍ତି ସକାରାତ୍ମକ ଆବେଦନରେ ହୋଇପାରିଛି; ଯାହାଭିତରେ ଭାରତୀୟ ଭାବବାଦୀ ମାନସିକତାର ଅସ୍ମିତାକୁ ଚିହ୍ନି ବୁଝି ଘେନି ହୁଏ । ସଂକ୍ଷେପରେ କବିତାଗୁଡ଼ିକ ଭିନ୍ନରୁଚିର ଓ ପାଠକର ପଠନୋତ୍ତର ଅବସ୍ଥାକୁ ଅନୁକଳ୍ପନୀୟ କରିଦେବାରେ ଅବିଫଳ ନୁହଁନ୍ତି ।

    330.00
    Add to cart
  • Bhoka

    Bhoka

    କବିତ୍ୱ ଏକ ଦୁର୍ଲଭ ଶକ୍ତି । ଏହା ଯେତେବେଳେ ଅବତରଣ କରେ ସାଧାରଣ ମଣିଷ ଅସାଧାରଣ ପାଲଟିଯାଏ । ଏହି ଶକ୍ତି ବଳରେ ସମଗ୍ର ଜୀବଜଗତରେ କଳାପ୍ରାଣତା, କଳ୍ପନା ପ୍ରବଣତା ଚିରଜାଗ୍ରତ ରହିଛି । ସଂସ୍କୃତି ତଥା ସଭ୍ୟତାର କ୍ରମ ଉତ୍ତରିତ ପଥ ଆହୁରି ଉଜ୍ୱଳ ଦିଶୁଛି ।

    ବ୍ୟାସ, ବାଲ୍ମିକୀ, ହୋମର, ଚସରଙ୍କଠାରୁ ଆଜିଯାଏ ଅସଂଖ୍ୟ କବି ଜନ୍ମ ନେଇଛନ୍ତି । ସେହି ଅକ୍ଷର ବ୍ରହ୍ମଙ୍କ ଆଶୀର୍ବାଦରୁ ମହାକାଳ ବକ୍ଷରେ ସେମାନଙ୍କ କୃତିତ୍ୱ ଭାସ୍ୱର ରହିଛି । ଦିନେ ବେଦକୁ ଶୁଣି ଶୁଣି ମନେ ରଖିବାକୁ ହେଉଥିଲା ବୋଲି ବେଦର ଅନ୍ୟନାମ ‘ଶ୍ରୁତି’ । ପୁଣି ଲିପି ଆବିଷ୍କାର ହେଲା । ମୁଦ୍ରାଯନ୍ତ୍ର ଆସିଲା । ସାହିତ୍ୟ ସୃଷ୍ଟିକୁ ଦୀର୍ଘସ୍ଥାୟୀ କରିବା ଓ ଅତୀତକୁ ବର୍ତ୍ତମାନ ସହିତ ଯୋଡିବାର ପ୍ରକ୍ରିୟା ଆରମ୍ଭ ହେଲା । ପୁଣି ଆସିଲାଣି ଡିଜିଟାଲ ଯୁଗ । ଆଉ କାଗଜ କଲମ ଲୋଡା ପଡିବନି । ଏଭଳି ଦୃତ ପରିବର୍ତ୍ତିତ ସମୟରେ ବିଶିଷ୍ଟ ନୃତତ୍ତ୍ୱବିତ୍ ଗବେଷକ ଡକ୍ଟର ରମେଶ ପ୍ରସାଦ ମହାନ୍ତିଙ୍କର ପ୍ରଥମ କବିତା ସଂକଳନ ପ୍ରକାଶିତ ହେଉଛି । ଏହା ଓଡିଆ କାବ୍ୟଜଗତ ପାଇଁ ଆଶା ଓ ଆଶ୍ୱାସନାର କଥା ।

    ଏହି ସଂକଳନର ଶୀର୍ଷକ ‘ଭୋକ’, ଯେଉଁଥିରେ ୫୨ ଟି କବିତା ସଂକଳିତ ହୋଇଛି । ଭୋକ ଅଛି ବୋଲି ତ ସଂସାର ଚାଲିଛି । ଏହି ଭୋକ ସଭ୍ୟତାକୁ କର୍ମପ୍ରବଣ କରି ରଖିଛି । ଦେହ, ମନ, ଆତ୍ମା ଏପରିକି କଳାପ୍ରାଣତାର ଭୋକ ରହିଛି । ଏହି ସଂକଳନର କବିତା ଗୁଡିକରେ ତାହା ସ୍ପଷ୍ଟ ।

    ବ୍ୟକ୍ତିଗତ ଜୀବନ ଠାରୁ ଗୋଷ୍ଠୀ ଜୀବନ, ଗ୍ରାମ୍ୟ ଜୀବନ ତଥା ପାରିବାରିକ ଜୀବନର ଗୁରୁତ୍ୱ ଏ କବିତା ଗୁଡିକରେ ଅଧିକ । କବି ଯାହା ଚାହିଁଛନ୍ତି ସ୍ପଷ୍ଟ କରିଛନ୍ତି । ଏପରିକି ରାଜନୀତିକୁ କଟାକ୍ଷ କରିବାକୁ ସେ ଭୁଲି ନାହାନ୍ତି । ସବୁ ଭିତରେ ମଣିଷପଣିଆର ସୁବାସ ତାଙ୍କୁ ସହାନୁଭୂତିସିକ୍ତ କରିଛି । ଅନୁଭୂତି ନଥିଲେ ସହାନୁଭୂତି ଗଭୀର ହୁଏ ନାହିଁ, ଏହା ପରୀକ୍ଷିତ ସତ୍ୟ – ସେହି ସହାନୁଭୂତି ଏ କବିତା ସଂକଳନର ମଞ୍ଜରେ ଅବସ୍ଥିତ । ଅନେକତ୍ର ସରଳ ସୁକୁମାର ଗ୍ରାମ୍ୟ ଭାଷାର ଭାବମୟ ପ୍ରୟୋଗ ମଧ୍ୟ ଆକର୍ଷଣୀୟ ।

    250.00
    Add to cart
  • Bibekananda Jena Kabita Samagra

    Bibekananda Jena Kabita Samagra

    In his short span of life, Bibekananda Jena published two poetry collections, Pabanara Ghara was published in December 1971 by Lark Books and later Debi Smruti Kimbadanti by Friends Publishers. Both the collections were out of print for a long time. In this version of Binekananda Jena Samagra Kabita, both of his collections are combined and published so that the new generation readers can get an opportunity read this powerful poet.

    250.00
    Add to cart
  • Bibhor Bedana

    Bibhor Bedana

    କବିତା ହେଉଛି ଶବ୍ଦମନ୍ତ୍ରର ଭାବଭାସ୍କର୍ଯ୍ୟ। ଏହା କଦାଚିତ ସଂରକ୍ଷଣ ସମ୍ପ୍ରସାରଣ ଅଥବା ସାମାନ୍ୟ କଥନ ଆବଶ୍ୟକ କରେନାହିଁ। ମଣିଷ ଦେଖିନଥିବା ଘନ ଅରଣ୍ୟ, ବର୍ଷାର ତାନ ଶୁଣିନଥିବା ଧୂସର ପାହାଡ଼, ଶୁଖିଲା ପଦ୍ମ ପୋଖରୀ ଓ ସେପରି ଅନେକ ଦୃଶ୍ୟ ଅଦୃଶ୍ୟ ଭାବନା ଭିତରେ ଏହା ଅଙ୍କୁରିତ ହୋଇପାରେ। କେବେ କେବେ ଅନ୍ଧାର ଭିତରେ ଜଳୁଥିବା ଆଲୋକର ପାଗଳପଣ ପ୍ରତ୍ୟେକ କବିକୁ ଆଚ୍ଛନ୍ନ କରି ରଖେ, କେବେ ପୁଣି କବି ଜାଣିଦିଏ – ସୁଖ ସମ୍ଭୋଗ ପରିପୂର୍ଣ୍ଣ ପୁରୁଷାର୍ଥ କେବେ ତା’ର ନଥିଲା ହିଁ’ ଲୋଡ଼ା !

    କବିତା ତାହା

    ଯାହା କେବେ ନଥିଲା

    ଏବେ ଏବେ ପ୍ରକଟ ହୋଇଛି, ଏଇନେ!

    କବି ପରି, କବିତା ମଧ୍ୟ ଗଢ଼ା ହୁଏନାହିଁ। ଏହା ପ୍ରସ୍ଫୁଟିତ ହୁଏ। ପଦ୍ୟକୁ ପ୍ରସିଦ୍ଧ-ପ୍ରଚାର ମାଧ୍ୟମରେ ଯେତେ ସାଦର କଲେ ମଧ୍ୟ ତାହା କଦାପି କବିତା ହୋଇଯାଏ ନାହିଁ। ଥରେ ପ୍ରସ୍ଫୁଟିତ ହୋଇଗଲେ, କବିତା କେବେ ହେଁ ଶବ୍ଦ ଓ ସଂକେତରେ ସୀମିତ ହୋଇ ରହେ ନାହିଁ, ନୀଳନଭରେ ନୀଳମେଘ ଭିତରେ ଏହା ନୀଳପଦ୍ମ ପରି ନିରନ୍ତର ଝଲସୁ ଥାଏ। କିଏ ତାକୁ ଦେଖି ପାରୁଛି ବା ଦେଖି ପାରୁନାହିଁ ତହିଁରେ ତା’ର କିଛି ଆନନ୍ଦ ଉତ୍ସାହ ବା ଅବସୋସ ନାହିଁ। କବି ମଧ୍ୟ ଠିକ ସେହିପରି।

    200.00
    Add to cart
  • Bihwala Belabhumi O Anyanya Kabita

    Bihwala Belabhumi O Anyanya Kabita

    “Bihwala Belabhumi O Anyanya Kabita” is a compilation of fifty poems of Odisha Sahitya Academy and Central Sahitya Academy winning poet Gopalakrushna Rath by his wife and author Dr. Kiranbala Rath. Poet Gopalakrushna Rath’s poems portray different aspects of life with deep philosophy in subtle words.

    200.00
    Add to cart
  • Bijabapana

    Bijabapana

    ମୋର ପ୍ରଥମ କବିତା ସଂକଳନ ବୀଜବପନର ଦ୍ୱିତୀୟ ସଂସ୍କରଣ ତେର ବର୍ଷ ପରେ ବାହାରିବା ବେଳକୁ ଅଦ୍ଭୂତ ଏକ ଭାବାବେଶ ଭିତରେ ମୁଁ ଆଚ୍ଛନ୍ନ ହେଇ ରହିଛି । କବିତା ସ୍ୱୟମ୍ଭୂ, ନିଜେ ନିଜକୁ ମାନୁଷୀ ଆଧାରରେ ଜାତ କରେ ବୋଲି ମୁଁ ବିଶ୍ୱାସ କରି ଆସିଛି । ପ୍ରକୃତି ଯେମିତି ସମସ୍ତଂକର କିଂତୁ କାହା କାହାର ପ୍ରାଣର ଉଦ୍ୱୋଧନ କରେ ସେମିତି କବିଆତ୍ମା ପାଠକ ପ୍ରାଣ ମଧ୍ୟରେ ପ୍ରବେଶ କରି ସଂଚାରିତ ହୁଏ । ବିଶ୍ୱାତ୍ମା ଯେ ସକଳ ପ୍ରାଣରେ ନିବାସ କରଂତି ଭଲ କବିତାର ଆଦର ତାକୁ ଆହୁରି ଥରେ ପ୍ରମାଣିତ କରେ ।ବୀଜବପନ କବିର ନିରୀହ ଉଦାସୀନ ସମୟର ବର୍ଣ୍ଣମାଳା । ଚାରିପାଶର ସବୁକିଛିକୁ ବିସ୍ମିତ ଆଖିରେ ଦେଖୁଥିବା କବିର ବାଲ୍ୟକାଳ । କବିତାର ଅସୀମ ସମ୍ଭାବନା ଓ ସଦର୍ଥକତାକୁ ଦେଖି ପାଠକ ସହ ଭାଗ କରିନେବାର ସମୟ । ସଂଚାରିଣୀ ଦୀପଶିଖାର ଆଲୋକ ପରି ଉଦବୁଦ୍ଧ କବି ଓ ପାଠକ ହାତକୁ ଓ ହୃଦୟକୁ ସଂଚରିଯାଇଛି ମୋର ଅଜ୍ଞାତରେ । ଏଇ ତେରବର୍ଷ ଭିତରେ କେତେ ଯେ ପାଠକ ତାଂକ ଅନୁଭୂତି ଭାଗ କରି ନେଇ ଅକାଳ ଦୀପାବଳି ଭଳି ମୋର ସମୟକୁ ଆଲୋକିତ କରିଛଂତି । ନହେଲେ ଓଡ଼ିଶାଠାରୁ ଦୂରରେ ଥାଇ କବିତାର ଗୋପନ ବଳୟ ଭିତରେ ଆତ୍ମଗୋପନ କରିଥିବା ମତେ କେମିତି ଖୋଜିନେଇଛଂତି ଦୀକ୍ଷିତ ସାହିତ୍ୟ ପାଠକମାନେ । ଓଡ଼ିଆ କବିତାର ସଂକଟ, ପାଠକ ଓ ସତ୍ ଗ୍ରାହକତାର ଅଭାବ ଭଳି ଆଲୋଚନା ଶୁଣୁଥିବା ବେଳେ ବୀଜବପନର ବିପୁଳ ପାଠକୀୟତା ମତେ ଓଡ଼ିଆ କବିତାର ଭବିଷ୍ୟତ ସମ୍ପର୍କରେ ଆଶାବାଦୀ କରାଏ ।

    ଏ କବିତା ସବୁ ଘଟଣା ଚକ୍ରରେ ମୋ ହାତରେ ଲିଖିତ ହୋଇଛି ସିନା ଏ ପ୍ରଶଂସା ସବୁ ମୋ ମାତୃଭାଷାର ମଧୁର ଧ୍ୱନି ଓ ଆତ୍ମାର ସମୃଦ୍ଧି ପାଇଁ । ମୁଁ ପ୍ରତିନିଧି ଭାବରେ ଏହା ଖାଲି ଗ୍ରହଣ କରୁଛି । ଏଇ କବିତାମାନଂକ ପଛରେ ହଜାର ହଜାର ବର୍ଷର ମୋର ଭୂମିର କବିଂକ ସାଧନା ରହିଛି, ମୋ ପୂର୍ବପୁରୁଷଂକ ଉଦାରଚେତା ସର୍ବଗ୍ରାହୀ ଆଚରଣ ଓ ଉଚ୍ଚାରଣ ଅଂକିତ ହୋଇଛି । ଖାଲି ସେମାନଂକ ବାର୍ତ୍ତାବହ ହୋଇ ଆସିବା ଯେମିତି ମୋର ନିୟତି ।

    225.00
    Add to cart
  • Bilambita Antardaha

    Bilambita Antardaha

    ବିଗତ ଦିନମାନଙ୍କରେ ମୋର ବହୁମୂଲ୍ୟ ସମୟକୁ ଯଥାକାର୍ଯ୍ୟରେ ସଦୁପଯୋଗ କରିପାରିନଥିବାର ବେଦନାରୁ ସୃଷ୍ଟ ଛଟପଟ ମନ ଭିତରୁ ଉତୁରି ପଡୁଥିବା ଭାବାବେଗକୁ ଲପିବଧ କରିବା ଅର୍ଥାତ୍ ଏହା ମାଧ୍ୟମରେ ନୂତନ ପିଢ଼ିକୁ ଦିଗ୍]ଦର୍ଶନ ଦେବାର ଲକ୍ଷ୍ୟନେଇ ଏହି ସଂକଳନ ତଥା ‘ବିଳମ୍ବିତ ଅନ୍ତର୍ଦାହ’ର ଜନ୍ମ । ଏଥିରେ ସର୍ବମୋଟ ୩୭ ଗୋଟି କବିତା ସ୍ଥାନିତ ଏବଂ ଏହା ଆରମ୍ଭ ହୋଇଛି କବିତା’ବିଳମ୍ବିତ ଅନ୍ତର୍ଦାହ-୧’ ଏବଂ ସମାପ୍ତ ହୋଇଛି କବିତା ‘ବିଳମ୍ବିତ ଅନ୍ତର୍ଦାହ-୨’ ସହିତ । ଅନ୍ୟ କବିାତ ଗୁଡିକ ମଧ୍ୟ ସେହି ଅନ୍ତର୍ଦାହରୁ ହିଁ ସୃଷ୍ଟି କିନ୍ତୁ ସେଗୁଡିକ ଭିନ୍ନ ଭିନ୍ନ ନାମ ଏବଂ ରୂପରେ ଆବିର୍ଭୁତ ।

    ଏହି ଗ୍ରନ୍ଥରେ ସ୍ଥାନିତ ‘ଓଶାମୃତ’ କବିତାଟି ବିଶିଷ୍ଟ ଦାର୍ଶନିକ ଓଶୋ ତଥା ଆଚାର୍ଯ୍ୟ ରଜନୀଶଙ୍କ ଏକ ଜୀବନ ଦର୍ଶନକୁ ନେଇ ରଚନା କରାଯାଇଥିବା ବେଳେ ‘ଜୀବନ’ କବିତାଟି ଅଜଣା ଏକ ଲେଖକଙ୍କ ଏକ ହିନ୍ଦୀ କବିାତର ଭାବାନୁବାଦ ଏବଂ ସେହିପରି ‘ଯଥାର୍ଥାନୁଭବ’ କବିତାଟି ଜଣେ ଇଂରାଜୀ କବି ତଥା ଜୟ ଲଭ୍]ଲେଟ୍ କ୍ରଫୋର୍ଡଙ୍କ ଦ୍ୱାରା ରଚିତ ‘ଦ ୱାର୍ଲ୍ଡ ଇଜ୍ ମାଇନ୍]’ କବିତାର ଭାବାନୁବାଦ ଅଟେ ।

    180.00
    Add to cart
  • Bishadajoga

    Bishadajoga

    “ମୃତ୍ୟୁ ପରେ ମତେ କେହି ଦୟା କରିବ

    ନାହିିଁ ଅନୁଗ୍ରହ କରି । ଶୋକସଂତପ୍ତ

    ପରିବାରକୁ ମୋର ସଂବେଦନଶୀଳ

    ଶୋକ ଓ ସାଂତ୍ୱନାର ବାର୍ତ୍ତା ପଠାଇବନି,

    ସମ୍ବାଦପତ୍ରରେ ଅକ୍ଷରଟିଏ ଛପାଇବନି,

    ସ୍ମୃତି ସଭାର ଆୟୋଜନ କରିବ ନାହିଁ,

    ମୋ ଶ୍ରାଦ୍ଧବାର୍ଷିକୀ କି ଜୟନ୍ତୀ ପାଳିବ

    ନାହିଁ, ମୋର ଅପ୍ରକାଶିତ ପାଂଡୁଲିପି ସବୁକୁ ମୋ

    ଚିତା ଭସ୍ମରେ ବିସର୍ଜନ ଦେବ, କାହା

    ପାଖେ ଭୁଲରେ ହେଲେ ବି କହିବ ନାହିଁ

    ବିଷାଦଯୋଗର ଜଣେ କବି ଭଳି କବିଟିଏ ଥିଲା ।”

    ମୋର ଏଇ ଅଂତିମ ଅନୁରୋଧଟି ରଖିପାରିଲେ ଆତ୍ମା ମୋର ପରମ ଶାନ୍ତି ଲାଭ କରିବ ପରଲୋକରେ । ପରଲୋକଗତ ମଣିଷ ପାଇଁ ଦୟା, ଅନୁକଂପା ଦେଖାଇବା ଚରମ ମୂର୍ଖତା । ନିରବରେ ତାକୁ ତା ବାଟ ଛାଡ଼ି ଦେବାର କଥା ।

    ନିରବତା ହିଁ ଏ ଜୀବନ ପାଇଁ ମୋର ସର୍ବଶ୍ରେଷ୍ଠ ଉପହାର । ଯଶ, ସମ୍ମାନ, ଭୋଗ, ଏ୍ୟୌଶ୍ୱର୍ଯ୍ୟ, ଉପଢ଼ୌକନ, ଅଳଂକାର ପ୍ରତି ମୋର ଲୋଭ ନାହିଁ, ମୋର କୌଣସି ଉଚ୍ଚାଶା ନାହିଁ, ମୋହ ଦୁର୍ବଳତା ନାହିଁ । ଉତ୍ତର ପୁରୁଷମାନେ ମୋର ଅଜବ ଆଦର୍ଶରେ ଅନୁପ୍ରାଣିତ ନ ହୁଅନ୍ତୁ । ନିଜ ପାଇଁ ଯେଉଁ ଅଂଧାରିଆ ରାସ୍ତାଟି ମୁଁ ବାଛିନେଇଛି, ଭୁଲରେହେଲେ ବି ବୁଡ଼ି ଯାଉଥିବା ଆଦିମ ସୂର୍ଯ୍ୟ ସେମାନଙ୍କର ଆଦର୍ଶ ନହେଉ । ନିଜର ଦୃଢ଼ ଆତ୍ମପ୍ରତ୍ୟୟ ଓ ବିଶ୍ୱାସକୁ ନେଇ ବଞ୍ଚନ୍ତୁ ସେମାନେ । ସେମାନେ ନୂଆ ଭାଷାରେ ନୂଆ ଶତାବ୍ଦୀର ଇତିହାସ ଲେଖନ୍ତୁ ।

    —— ଫନୀ ମହାଂତି, ୧୩ ଡିସେମ୍ବର, ୨୦୨୪, ଭୁବନେଶ୍ୱର

    200.00
    Add to cart
  • Bluebird and Other Poems

    Bluebird and Other Poems

    A translation collection of poems of Odisha Sahitya Academy award-winning poet Dr. Ranjita Nayak, eminent Anglo-Odia poet Dr. Jayanta Mahapatra and Sahitya Academy award-winning translator Dr. Sangram Jena.

    250.00
    Add to cart
  • Bodhichhaya

    Bodhichhaya

    ସଂଘମିତ୍ରା ଭଞ୍ଜଙ୍କ ‘ବୋଧିଛାୟା’ର ଗୋପା ଇତିହାସ କିମ୍ବଦନ୍ତୀର ରାଜପ୍ରାସାଦରୁ ଓହ୍ଲାଇ ଆସି ଜନପଥର ପ୍ରତିକୂଳ ସ୍ଥିତି ସହ ଅହରହ ସଂଘର୍ଷ କରୁଥିବା ସାଧାରଣ ପୁଣି ଅସାଧାରଣ ନାରୀ । ତାଙ୍କ ଭିତରେ ପତ୍ନୀର ଆକୁଳତା, ମାତାର ଆବେଗ ସାଙ୍ଗକୁ ସ୍ୱାଭିମାନ ପାଇଁ ଲଢୁଥିବା ନାରୀର ଅନ୍ତର୍ବେଦନା ମର୍ମସ୍ପର୍ଶୀ ଭାବରେ ଫୁଟିଉଠିଛି ‘ବୋଧିଛାୟା’ରେ । ନାରୀଟିଏ ତା’ର ବ୍ୟକ୍ତିଗତ ଜୀବନର ଅନେକ ଅନୁଭବକୁ ସଂଗୁପ୍ତ ରଖି ଜଗତ ଆଗରେ ସ୍ୱାଭାବିକତାର ଜୀବନ ଜିଉଁଥାଏ । ଭୋଗ ପ୍ରାଚୁର୍ଯ୍ୟ ଭିତରେ ଥାଇ ସୁଦ୍ଧା ରାଜକନ୍ୟା କିମ୍ବା ରାଜରାଣୀ ସମ୍ମାନର ସ୍ୱୀକୃତି ଟିକକ ପାଇଁ ଭିତରେ ଭିତରେ ଭିକ୍ଷୁଣୀ ପରି ଅଥୟ ହେଉଥାଏ । ପୂର୍ଣ୍ଣ ଭାବରେ ଏହି ଚିତ୍ରଟିକୁ ଆଙ୍କିବା ଆଦୌ ସହଜ ନୁହେଁ, ଯାହା ଲେଖିକା ଆଙ୍କି ପାରିଛନ୍ତି । ଗୋପା ଚରିତ୍ର ମାଧ୍ୟମରେ କବୀ ପୁଣି କେବଳ ଭାରତୀୟ ନାରୀର ସଂସ୍କାର, ସାଧନା କି ସଂକଳ୍ପ ନୁହେଁ ବରଂ ବିଶ୍ୱନାରୀର ଧୈର୍ଯ୍ୟ, ଉଦାରତା ଓ ସହନଶୀଳତାର କଥା ମଧ୍ୟ ସୁନ୍ଦର ଭାବରେ କହିଛନ୍ତି । ‘ବୋଧିଛାୟା’ର ପଦ ଓ ଶବ୍ଦର ଫାଙ୍କ ଦେଇ ଯଶୋଧାରାଙ୍କ ସହ ଭାରତୀୟ ପୁରାଣର ମୀରା, ଶ୍ରୀରାଧା ଏପରିକି ସମକାଳୀନ ନାରୀଟିଏର ଚେହେରାକୁ ମଧ୍ୟ ଦେଖିହୁଏ । ଦୀର୍ଘ କବିତାର ପରମ୍ପରାରେ କବୀଙ୍କ ‘ବୋଧିଛାୟା’ ଏକ ଭାବସ୍ନିଗ୍ଧ-କମନୀୟ ଉପସ୍ଥାପନା ।

    180.00
    Add to cart
  • Brahmakamala

    Brahmakamala

    ବର୍ତ୍ତମାନ କବିତାର ଅବକ୍ଷୟ ଘଟିଛି। ୧୯୬୦ ମସିହା ପରେ ଆଧୁନିକ କବିତା ନାମରେ ଉଦ୍ଭଟ କବିତା ସବୁ ଲେଖା ଯିବାରୁ କବିତା ସମାଜ ଠାରୁ ଦୂରେଇ ଗଲା। ଚାହିଦା ନଥିବାରୁ ପ୍ରକାଶକମାନେ କବିତା ଗ୍ରନ୍ଥ ଛାପିଲେ ନାହିଁ। ଯଦି ଛାପିଲେ କବିଠାରୁ ପ୍ରକାଶନ ଖର୍ଚ୍ଚ ନେଇ ଛାପିଲେ କବିକୁ ରୟାଲଟି ଦେବା ତ ଦୂରର କଥା। ପ୍ରକାଶକମାନଙ୍କ ଠାରୁ ସରକାର ପାଠାଗାରମାନଙ୍କୁ ଦେବାକୁ କିଛି ବହି ଯଦି କ୍ରୟ କଲେ ତେବେ ପ୍ରକାଶନର କିଛି ଖର୍ଚ୍ଚ ଉଠିବ ତ ଉଠିବ ନଚେତ୍ ନାହିଁ। ସେହି କିଛି ଖର୍ଚ୍ଚରେ କବି ବା ଲେଖକର ଭାଗ ନାହିଁ। କବିତା କବିକୁ ରୋଜଗାର ଦେଇ ପାରୁନାହିଁ। ନିଜ ଖର୍ଚ୍ଚରେ ଦୁଇ ଚାରିଖଣ୍ଡ ବହି ଛାପିଲେ ବିଲବାଡ଼ି ଘରଦ୍ୱାର ବନ୍ଧା ବା ବିକ୍ରୀ ହୋଇ ଯାଉଛି। ମାଗଣା ବାଣ୍ଟିଲେ ମଧ୍ୟ କେହି ନେଉ ନାହାନ୍ତି। ଯେହେତୁ ପାଠକ ସାହିତ୍ୟଠାରୁ ଦୂରେଇ ଗଲେଣି ତେଣୁ ସାହିତ୍ୟ ପାଠକର ନିକଟତର ହେବାକୁ ପଡ଼ିବ। ସରକାର ସରକାରୀ କର୍ମଚାରୀମାନଙ୍କୁ ବାଧ୍ୟତା ମୂଳକ ଭାବେ ଏକ ହଜାର ଟଙ୍କା ମୂଲ୍ୟର ମନପସନ୍ଦର ସାହିତ୍ୟ ବହି ଯୋଗାଇ ଦେଲେ ଗଳ୍ପ, କବିତା, ଉପନ୍ୟାସ ଆଦି ପାଞ୍ଚଲକ୍ଷ ସରକାରୀ କର୍ମଚାରୀଙ୍କ ଘରେ ପହଞ୍ôଚ ଯିବ। ସେମାନେ ତାହାକୁ ନିଜେ ପଢ଼ି ପାରିବେ, ଉପହାର ଦେଇପାରିବେ ବା ଘରେ ପାରିବାରିକ ପାଠାଗାର କରି ପାରିବେ। ଫଳରେ ପ୍ରକାଶନ ଶିଳ୍ପ ଚଳଚଞ୍ଚଳ ହୋଇଯିବ ଓ କବି ଲେଖକମାନେ କିଛି ରୟାଲିଟି ପାଇବେ।

    କେବଳ ଓଡ଼ିଆ ବିଶ୍ୱ ବିଦ୍ୟାଳୟ, ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଆ ଅସ୍ମିତା ଭବନ କରିଦେଲେ ଭାଷା ପ୍ରୀତି ବୃଦ୍ଧି ପାଇ ଯିବନାହିଁ। ସେଥିପାଇଁ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ। ସେଥିପାଇଁ ଘରେ ଘରେ ଓଡ଼ିଆ ପୋଥି ପହଞ୍ôଚଯିବା ଆବଶ୍ୟକ। ପଇସା ଦେଇ କିଣିଥିଲେ ଲୋକେ ପଢ଼ିବା ପାଇଁ ବାଧ୍ୟ ହେବେ। ସରକାର କିଣି ମାଗଣା ବାଣ୍ଟିଲେ ଲୋକେ ଦୋକାନରେ କେ.ଜି. ଦରରେ ବିକ୍ରୀ କରିଦେବେ। ପ୍ରତି ଅଫିସକୁ ନିର୍ଦ୍ଦେଶନାମା ଜାରୀ କରିବାପାଇଁ ସରକାରଙ୍କୁ ଅର୍ଥବ୍ୟୟ କରିବାକୁ ପଡ଼ିବ ନାହିଁ। କେବଳ ଯାହା ପୋଷ୍ଟାଲ୍ ଧର୍ମ୍ମ ବହନ କରିବାକୁ ପଡ଼ିବ।

    200.00
    Add to cart