-
Brahmakamala
₹200.00ବର୍ତ୍ତମାନ କବିତାର ଅବକ୍ଷୟ ଘଟିଛି। ୧୯୬୦ ମସିହା ପରେ ଆଧୁନିକ କବିତା ନାମରେ ଉଦ୍ଭଟ କବିତା ସବୁ ଲେଖା ଯିବାରୁ କବିତା ସମାଜ ଠାରୁ ଦୂରେଇ ଗଲା। ଚାହିଦା ନଥିବାରୁ ପ୍ରକାଶକମାନେ କବିତା ଗ୍ରନ୍ଥ ଛାପିଲେ ନାହିଁ। ଯଦି ଛାପିଲେ କବିଠାରୁ ପ୍ରକାଶନ ଖର୍ଚ୍ଚ ନେଇ ଛାପିଲେ କବିକୁ ରୟାଲଟି ଦେବା ତ ଦୂରର କଥା। ପ୍ରକାଶକମାନଙ୍କ ଠାରୁ ସରକାର ପାଠାଗାରମାନଙ୍କୁ ଦେବାକୁ କିଛି ବହି ଯଦି କ୍ରୟ କଲେ ତେବେ ପ୍ରକାଶନର କିଛି ଖର୍ଚ୍ଚ ଉଠିବ ତ ଉଠିବ ନଚେତ୍ ନାହିଁ। ସେହି କିଛି ଖର୍ଚ୍ଚରେ କବି ବା ଲେଖକର ଭାଗ ନାହିଁ। କବିତା କବିକୁ ରୋଜଗାର ଦେଇ ପାରୁନାହିଁ। ନିଜ ଖର୍ଚ୍ଚରେ ଦୁଇ ଚାରିଖଣ୍ଡ ବହି ଛାପିଲେ ବିଲବାଡ଼ି ଘରଦ୍ୱାର ବନ୍ଧା ବା ବିକ୍ରୀ ହୋଇ ଯାଉଛି। ମାଗଣା ବାଣ୍ଟିଲେ ମଧ୍ୟ କେହି ନେଉ ନାହାନ୍ତି। ଯେହେତୁ ପାଠକ ସାହିତ୍ୟଠାରୁ ଦୂରେଇ ଗଲେଣି ତେଣୁ ସାହିତ୍ୟ ପାଠକର ନିକଟତର ହେବାକୁ ପଡ଼ିବ। ସରକାର ସରକାରୀ କର୍ମଚାରୀମାନଙ୍କୁ ବାଧ୍ୟତା ମୂଳକ ଭାବେ ଏକ ହଜାର ଟଙ୍କା ମୂଲ୍ୟର ମନପସନ୍ଦର ସାହିତ୍ୟ ବହି ଯୋଗାଇ ଦେଲେ ଗଳ୍ପ, କବିତା, ଉପନ୍ୟାସ ଆଦି ପାଞ୍ଚଲକ୍ଷ ସରକାରୀ କର୍ମଚାରୀଙ୍କ ଘରେ ପହଞ୍ôଚ ଯିବ। ସେମାନେ ତାହାକୁ ନିଜେ ପଢ଼ି ପାରିବେ, ଉପହାର ଦେଇପାରିବେ ବା ଘରେ ପାରିବାରିକ ପାଠାଗାର କରି ପାରିବେ। ଫଳରେ ପ୍ରକାଶନ ଶିଳ୍ପ ଚଳଚଞ୍ଚଳ ହୋଇଯିବ ଓ କବି ଲେଖକମାନେ କିଛି ରୟାଲିଟି ପାଇବେ।
କେବଳ ଓଡ଼ିଆ ବିଶ୍ୱ ବିଦ୍ୟାଳୟ, ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଆ ଅସ୍ମିତା ଭବନ କରିଦେଲେ ଭାଷା ପ୍ରୀତି ବୃଦ୍ଧି ପାଇ ଯିବନାହିଁ। ସେଥିପାଇଁ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ। ସେଥିପାଇଁ ଘରେ ଘରେ ଓଡ଼ିଆ ପୋଥି ପହଞ୍ôଚଯିବା ଆବଶ୍ୟକ। ପଇସା ଦେଇ କିଣିଥିଲେ ଲୋକେ ପଢ଼ିବା ପାଇଁ ବାଧ୍ୟ ହେବେ। ସରକାର କିଣି ମାଗଣା ବାଣ୍ଟିଲେ ଲୋକେ ଦୋକାନରେ କେ.ଜି. ଦରରେ ବିକ୍ରୀ କରିଦେବେ। ପ୍ରତି ଅଫିସକୁ ନିର୍ଦ୍ଦେଶନାମା ଜାରୀ କରିବାପାଇଁ ସରକାରଙ୍କୁ ଅର୍ଥବ୍ୟୟ କରିବାକୁ ପଡ଼ିବ ନାହିଁ। କେବଳ ଯାହା ପୋଷ୍ଟାଲ୍ ଧର୍ମ୍ମ ବହନ କରିବାକୁ ପଡ଼ିବ।
-
Brusha Rashi
₹140.00Brusha Rashi is the second poetry collection of Nabajyoti Ray.
Nabajyoti Ray (born 1967) is a poet, translator, feature writer and literary activist. Woman emancipation, ethos of pluralism, relationships and aspiration for deconditioned life constitute the essence of her poetry. Her first poetry collection Saransh was published in 2017 by Paschima Publication, Bhubaneswar. -
Brutta
₹150.00‘ବୃତ୍ତ’ କବି ଦୀପକ ମିଶ୍ରଙ୍କର ସପ୍ତମ କବିତା ସଂକଳନ । ବିଗତ ପନ୍ଦର ବର୍ଷ ଧରି କବି ନିରବଚ୍ଛିନ୍ନ ଭାବରେ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ନାନା ପରୀକ୍ଷା ନିରୀକ୍ଷା କରି ଆସିଛନ୍ତି – ତଥାପି ତାଙ୍କର ପରୀକ୍ଷାର ଶେଷ ନାଇଁ । ଜୀବନର ବିରାଟ ବିପୁଳ ବୃତ୍ତର କେନ୍ଦ୍ରବିନ୍ଦୁରେ କବି ଏକ ପାଦ ରଖି ଅନ୍ୟପାଦକୁ ସେହି ବୃତ୍ତର ପରିଧିରେ ଅବସ୍ଥାପିତ କରି ସତତ ଘୂର୍ଣ୍ଣାୟମାନ । ତାଙ୍କର କାବ୍ୟ ପୁରୁଷ ସ୍ଥିର ନୁହେଁ-ଗତିଶୀଳ ଏକ ପୂର୍ଣ୍ଣ ସତ୍ୟ ଲଭ କରିବା ଆଶାରେ । ଏହି ସତ୍ୟ ପାର୍ଥିବ ଜୀବନର ସ୍ଥୂଳ ସତ୍ୟ ନୁହେଁ – ପାର୍ଥିବ ଜୀବନର ପ୍ରେମ ଓ ଯନ୍ତ୍ରଣା, ବ୍ୟଥା ଓ ବିଫଳତା, ନୈରାଶ୍ୟ ଓ ଶୋଚନୀୟତା, ବିଚ୍ଛିନ୍ନତା ଓ ନିଃସଙ୍ଗତା, ପ୍ରାପ୍ତି ଓ ଅପ୍ରାପ୍ତି – ଏହି ଦର୍ପିତ ଅବିଚଳିତ କାବ୍ୟପୁରୁଷକୁ ବେଳେ ବେଳେ ବିଚଳିତ କରିଛି ସତ୍ୟ ମାତ୍ର ଲକ୍ଷ୍ୟଚ୍ୟୁତ କରାଇ ପାରିନାହିଁ – ଏକ ଇନ୍ଦ୍ରିୟୋତ୍ତର ତୈଜସ ସତ୍ୟର ଉଦ୍]ଘାଟନ ପାଇଁ ଏହି କାବ୍ୟ ପୁରୁଷ ଗତି କରିଛି ଦୁର୍ନିବାର ଭାବରେ ।
-
Celestial Symphony: The Eternal Love of Radha and Krishna
₹540.00The book has two chapters: “Eternal Echoes: Radha’s Divine Love for Krishna” and “Eternal Symphony: Krishna’s Divine Love for Radha”.
In the narrative of ‘Eternal Echoes: Radha’s Divine Love for Krishna, ‘ we embark on an intimate journey alongside Radha, delving into her profound emotions and reflections. Through her eyes, we explore the sacred landscapes of her devotion-a canvas painted with vibrant strokes of joy, sorrow, longing, and celebration. As she articulates her experiences, we are enveloped in the richness of her sensations; the caressing winds of summer evenings, the fragrance of fresh blossoms, and the sound of flowing waters weave a sensory tapestry that beckons us into her realm. Radha’s heart is a sanctuary of love, where every heartbeat reverberates with a symphony of purity and devotion.
-
Chandana Banare Eka
₹160.00“Chandana Banare Eka” is the fourth poetry collection of the poet Bhanuji Rao. Collection has fifty poems in it. This collection was awarded Odisha Sahitya Akademi award for poetry in 1994.
-
Chhaira Chhabi
₹200.00ହଁ, ଛାଇ ବି ସାଥି ହୋଇପାରେ କବିତା ଲେଖୁଥିବା ଜଣେ ନାରୀର। ଏକାଏକା ବସି ମନ କଥା କହି ହୁଏ ତାକୁ। ଚା’ ପିଇଲାବେଳେ ସାମ୍ନା ଚୌକିରେ ତାକୁ ବସେଇ ହୁଏ। ଏକାଠି ଶୁଣିହୁଏ ପୁରୁଣା ହିନ୍ଦୀ ସିନେମାର ବିରହ ଗୀତ। ବାଣ୍ଟିହୁଏ ମନ ତଳ ଗୋପନ କଥା। ରୁଣୁଝୁଣୁ ଖୁସିର ମୁହୂର୍ତ୍ତ। ଛାଇର ଛବିରେ ଦିଶେ ମୁହଁଟିଏ, ସେ ମୁହଁଟି କ’ଣ ମୋର? ଅନେକ ସମୟରେ ଯେଉଁ କଥା କହି ହୁଏନାହିଁ ତାକୁ ଲେଖି ଦେଇହୁଏ। ଫୁଲଦାନୀରେ ନିତି ସଜଫୁଲ ରଖିବା, ସେଦିନର ଆବଶ୍ୟକତାକୁ ଚାହିଁ ପୋଷାକ ବାଛିବା, ଗତାନୁଗତିକ କିଛି ଘରକାମ କି ବାହାରକୁ ଯିବାର ଆବଶ୍ୟକତା ପରି ହୁଏତ କବିତା ଲେଖିବା ବି ଏଡ଼େଇ ହେଉ ନଥିବା ଏକ ତୀବ୍ର ଓ ମଧୁର ପ୍ରଲୋଭନ। ଏମିତି ଘଟଣା ଆଉ ଦୁର୍ଘଟଣା ଭିତରେ ଦିନ ବିତେ। କେବେ ସୁନେଲୀ ସୂର୍ଯ୍ୟୋଦୟ ତ ଆଉ କେବେ ମଥା ଉପରେ ଯୁଦ୍ଧର କଳାବାଦଲ। ଏ ଭିତରେ ମୁଁ ରୋଷେଇ ଘରେ ନିୟମିତ ବ୍ୟବଧାନରେ ତିଆରେ ନୂଆ ରେସିପି, ଗୁଡ଼ ପାଗକରି ଆମ୍ବ କି କୋଳି ଆଚାର, ଝିଅ ପସନ୍ଦର କୁଲଡ୍ ବ୍ରୁ କଫି, ନେଟ୍]ଫ୍ଲିକ୍ସରୁ ଦେଖେ ନିଷିଧ ପ୍ରେମର ରୋମାଞ୍ଚ, ମନ ପସନ୍ଦର ବହି ପଢ଼େ ଗଜଲ ଶୁଣେ, ଅନ୍]ଲାଇନ୍]ରୁ ଶାଢ଼ି କିଣେ, ଭଳିକି ଭଳି ପରଫ୍ୟୁମ୍], ଲିପ୍]ଷ୍ଟିକ୍ ଓ ହ୍ୟାଣ୍ଡବ୍ୟାଗ୍]ର ଭିଡ଼ ବଢ଼ାଏ, ଅଫିସ୍ ଯାଏ, ସଭାରେ ବକ୍ତାଙ୍କୁ ଶୁଣେ ପୁଣି କବିତା ଲେଖେ ଯେତେବେଳେ କବିତା ମୋତେ ଖୋଜେ। ଆଉ ଏସବୁ ଭିତରେ କେଉଁ ପାଠକ କି ଶୁଭେଚ୍ଛୁ ଚାହୁଁଥିବା ୨୦ କି ୨୫ ବର୍ଷ ତଳର କବିତାକୁ ଖୋଜିବସେ ତ ଅନେକ କବିତା ମିଳେନାହିଁ। ଆଉ ଯେବେ ସେଇ ପୁରୁଣା କବିତାରୁ କିଛି ମିଳିଯାଏ ତ ମୋତେ ଛାଇଟିଏ ଦିଶେ ଅନ୍ତରାଳରୁ। ସେ ମୋ ହାତ ଧରି ନେଇଯାଏ ବିତିଥିବା ସେଇ ଦିନମାନଙ୍କ ପାଖକୁ। ଯେଉଁଠୁ ହୁଏତ ଆରମ୍ଭ ହେଉଥିଲା ଖୋଲା ଆଖିରେ ସ୍ୱପ୍ନ ଦେଖିବା, ସମାନ୍ତରାଳ ଭାବରେ ଗୋଟେ ଜୀବନକୁ ଭେଟିବା ନିଜର ଶବ୍ଦପୁଞ୍ଜରେ। ସେସବୁ ଶବ୍ଦମାନେ, କବିତାମାନେ ହୁଏତ ପୁଣିଥରେ ଏକାଠି ହେବାର ସମୟ ଆସିଛି। କିଛି ପୁରୁଣା, କିଛି ଆପାତତଃ ନୂଆ କବିତା ମାନଙ୍କୁ ଏକାଠି କରିବାକୁ ଚେଷ୍ଟା କରିଛି। ଆଶା କରୁଛି ମୋର ଶୁଭେଚ୍ଛୁ ଓ ପାଠକମାନେ ପୂର୍ବ ସଂକଳନଗୁଡ଼ିକ ପରି ଆଦର ଦେବେ। ଛାଇ ଆଢ଼ୁଆଳରୁ ଶୁଭଶ୍ରୀର ଛବି ଖୋଜିବେ
-
Chhanda Geetamruta: Shreemad Bhagabat Geeta Padyanubada
₹240.00ସାତଶହ ଶ୍ଳୋକବିଶିଷ୍ଟ ଏହି ଗ୍ରନ୍ଥ ମାନବ ସମାଜର ସାତଶହ ଜନ୍ମର କାହିଁକି ଜନ୍ମ ଜନ୍ମାନ୍ତରର ଭ୍ରମ ଦୂର କରାଇ ସତ୍ ମାଗର୍ରେ ପ୍ରେରିତ କରିବା ଦିଗେର ସେର୍ବାତ୍କୃଷ୍ଟ ସାବ୍ୟସ୍ତ ହୋଇଥିବାରୁ, ଏହି ପଦ୍ୟାନୁବାଦ ମଧ୍ୟ ପାଠକର ନିଶ୍ଚିତ ଯତ୍]କିଞ୍ଚିତ୍ ମଙ୍ଗଳ ବିଧାନ କରିବ।
-
Chik Chik Panjha Sabu
₹200.00କବିତା ହୃଦୟର ନିବିଡ଼ ସ୍ପନ୍ଦନରୁ ନିଃସୃତ। ଏହି କବିତାରେ ପ୍ରସ୍ଫୁଟିତ ଅନ୍ତର୍ମନର ଉଚ୍ଚାରଣ ଆକର୍ଷଣୀୟ। କବିତା ‘ଚିଠି’ ଅକ୍ଷର ଓ ଆତ୍ମାକୁ ଏକାକାର କରେ।
ମିଠା ଗୀତ .. ପ୍ରେରକ ଏବଂ ‘ଅକ୍ଷର’ର ପ୍ରାପ୍ତକର୍ତ୍ତା ଉଭୟ ଭାବନା ଦ୍ୱାରା ପ୍ରଭାବିତ ହୁଅନ୍ତି
‘ନଦୀ’ର ପ୍ରଥମ ଧାଡି ପ୍ରକୃତି ଦ୍ୱାରା ଲିଖିତ ଜଳର କବିତାକୁ ବୁ ଏ ଏହା ମାଧ୍ୟମରେ କବି ‘ଇଜିଲି ବେନ୍ଦାନା’ ଭାଷା ଏବଂ ଉପଭାଷାର ଅତ୍ୟାବଶ୍ୟକ ଆବଶ୍ୟକତାକୁ ବ୍ୟାଖ୍ୟା କରେ
କଲିକତାର ‘ଗଙ୍ଗା’ ଉପରେ ମୋର ଗୋଟିଏ କବିତା (ଯାହା ସର୍ଭାଭାସ୍ କାଭି ସାମମେଲାନରେ ଏକ ପୁରସ୍କାର ଜିତିଥିଲା) ‘ମାତା ଗଙ୍ଗା’ ଭାବରେ ଭାଷା ଏବଂ ଉପଭାଷାର ଏକ ମଧୁର ମିଶ୍ରଣ ମଧ୍ୟ ଥିଲା, ସେହି ନଦୀ ବହୁ ଅପରିଷ୍କାରତା, ଅବହେଳାକୁ ସହ୍ୟ କରେ, କିନ୍ତୁ ଯେତେବେଳେ ଏହା ଅସହ୍ୟ ହୋଇଯାଏ, ସେତେବେଳେ ଏହା ଜଳକୁ ଜାଳିଦିଏ କାରଣ ଅଗ୍ନି ମନୁଷ୍ୟକୁ ମାରିପାରେ
‘ବାନିଆନ୍ ଗଛ’ ପ୍ରକୃତିର ଈଶ୍ୱରୀୟ ରୂପକୁ ଚିହ୍ନଟ କରେ ଏହି ବିଶାଳ ଗଛଟି ‘ଭଗବାନଙ୍କ ପରି’ ପରି ମନେହୁଏ
‘ମୋ ଲାଗି କୌଣସି ଟ୍ୟାଗ୍ ନାହିଁ’ କବିତାରେ ମଧ୍ୟ ପ୍ରେମର ତୀବ୍ରତା ଦ୍ୱାରା ପ୍ରେମ ଏକାତ୍ମ ହୋଇପାରିବ କବି ବେନ୍ଧାନା ଏହି ମନ୍ତ୍ରଟି ଶୁଣେଇଛନ୍ତି। ‘ମୋ କବିତା’ କବି ହୃଦୟର ଅନ୍ୟତମ ଅଭିବ୍ୟକ୍ତି ଯେଉଁଥିରେ କବିସତ୍ତା କବିତା ମାଧ୍ୟମରେ ପରିବର୍ତ୍ତନର ମହାନ ଆସ୍ପର୍ଦ୍ଧା ରଖେ ।
ଏହି କବିତାଗୁଡ଼ିକ ବିଶ୍ଳେଷଣ ଏବଂ କରୁଣା ସହିତ କବିଙ୍କ ପଏଣ୍ଟ-ପଏଣ୍ଟ ଚିନ୍ତାଧାରାର ସଂଗ୍ରହ କବିଙ୍କ ଆଭ୍ୟନ୍ତରୀଣ ପ୍ରେମ ହିଁ ରଚନାଗୁଡ଼ିକୁ ଏତେ ଗତିଶୀଳ ଏବଂ ଜୀବନ୍ତ କରିଥାଏ
-
Chinta Chetanara Swara
₹240.00ଜୀବନରେ ଅନେକ କିଛି ଅନୁଭବ ଆସେ । କେବେକେବେ ଖୁସିର ଅନୁଭବ ତ କେବେକେବେ ଦୁଃଖର ଅନୁଭବ । କିଛି ଅନୁଭବ ଅନେକ ସମୟରେ ମନରେ କେବଳ ସ୍ମୃତି ହୋଇ ରହିଯାଆନ୍ତି । ଆଉ କେତେକ ଅନୁଭବ, ନିଜକୁ ପ୍ରତି ମୂହୁର୍ତ୍ତରେ ଉଦ୍ବେଳିତ କରନ୍ତି । ଯେଉଁ ଅନୁଭବ ସହିତ ଭାବପ୍ରବଣତା ସଂଯୁକ୍ତ ରହିଥାଏ, ଯେଉଁ ସବୁ ଅନୁଭବକୁ ଅଜାଗା ଘା’ ଭଳି ଅନ୍ୟ କାହା ଆଗରେ କହି ହୁଏନି, ସେ ଅନୁଭବ ସମସ୍ତ ମନକୁ ସଦା ଆନ୍ଦୋଳିତ କରି ରଖନ୍ତି । ସେମାନେ ଶବ୍ଦ ସୃଷ୍ଟି କରନ୍ତି, ଶବ୍ଦକୁ ଖଞ୍ଜି ଦେଇ ବାକ୍ୟ ସୃଷ୍ଟି କରନ୍ତି ଓ ବେଳେବେଳେ ଗୀତ ଖଞ୍ଜି ସ୍ୱର ବି ଦିଅନ୍ତି । ସେତେବେଳେ ମନ ଅସ୍ଥିର ହୁଏ । ସେସବୁ ଅନୁଭବକୁ ଲେଖି ନ ପକାଇବା ପର୍ଯ୍ୟନ୍ତ ମନ ଆନ୍ଦୋଳିତ ରହୁଥାଏ, କିନ୍ତୁ ଲେଖି ସାରିବା ପରେ ପ୍ରଶାନ୍ତି ଆସେ, ମନ ସ୍ଥିର ହୁଏ । ଦୈନନ୍ଦିନ ଜୀବନର ଅନ୍ୟ ସବୁ ଦାୟିତ୍ୱ ଉପରେ ମନୋନିବେଶ କରିବାକୁ ସମୟ ମିଳେ ।
ମୋ ଭିତରର ଚିନ୍ତା, ଚେତନାର ସ୍ୱରକୁ ଶୁଣି ରଚନା କରିଥିବା କିଛି କବିତାକୁ ନେଇ ମୁଁ ଏ କବିତା ପୁସ୍ତକଟିରେ ମାଳାଟିଏ ଗୁନ୍ଥିଛି । ଆଶା, ମୋର ଏ ମାଳାଟି ପାଠକ, ପାଠିକା ମାନଙ୍କର ହୃଦୟକୁ ଛୁଇଁପାରିବ ।
–ଡକ୍ଟର ବିଜ୍ଞାନୀ ଦାସ, ଡେଟନ୍, ମେରୀଲାଣ୍ଡ
-
Chitrarupa
₹200.00ପ୍ରତୀକ୍ଷାର ଶେଷଦାଢ଼ରୁ
ମେଘପକ୍ଷୀ ବଜେଇପାରେ
ପ୍ରାପ୍ତିର ମୃଦଙ୍ଗ,
ତା’ଓଠର ଅତି ନିକଟରେ
ବିନ୍ଦୁବିନ୍ଦୁ ଜଳର ସୁଦୃଶ୍ୟ
ଆକର୍ଷଣ ଥିଲେ ବି
ସେ’ଶୋଷି ପାରେନି
ଶୋଷର ଢ଼ଳଢ଼ଳ ଶୋଷ କି
ନିରୋଧି ପାରେନି
ବେଗର ଆବେଗ ।
ଅନୁଗ୍ରହର ଗର୍ଭରେ ସେ’ଏକ
ଦିନବାହୁଡ଼ା ଗୀତର
ନିଶବ୍ଦ ଭିକ୍ଷାପାତ୍ର,
କୋଷ ହୀନ କୋଷିକାର
ନିସ୍ପନ୍ଦ ଆବେଦନ,
ଦାହ ସରିଥିବା ଦେହର
ପାଂଶୁଳ ଚିତ୍କାର ।
ସେ’ କହେ
ପ୍ରତ୍ୟେକ ନାରୀ କ’ଣ
ମୋ’ପରି ଚିତ୍ରିତ
ଚିତ୍ରରୂପା ନୁହଁ…?
-
Communication: A Poetic Approach
₹220.00While poetry for centuries nurtures a rich tradition in communicating innumerable ideas and messages, the poetic approach to understanding communication finds infrequent if not outright rare attention. Dr. Debilal Mishra has come in to fill the gap. The book integrates as much as sixty two core dimensions of communication, expressed poetically. It is a potpourri that the readers are bound to relish. What is also notable is the way he has converted these themes into much nuanced form. In a paradoxical world in which hyper-connectivity also breeds isolation in more ways than one, such thematic articulations are expected to help the readers to comprehend and negotiate the myriad modes of communication and their subtler aspects. The book is expected to provide its readers a novel experience.
-
Darling
₹250.00“DARLING” is the English translation of eminent Odia poet Phani Mohanty’s much acclaimed long poem “Priyatama”. It’s translator K.K. Mohanty says, “While translating Priyatama I fell in love with an imaginary woman. It is a strange experience. Love has been defined by many romantic souls but the one definition I rejoice is from Shakespeare. ”Love is merely a madness and…deserves as well a dark house and a whip as madmen do.” I am sure the poet has been inflicted by liberal doses of madness and his mention of dark house may suggest that he did suffer for his poetic pursuit. I did plunge in a splendid isolation even while enjoying every word he wrote about his Priyatama.”