• Aparapara

    Aparapara

    “ଅପରାପର” କବିତା ରୂପରେ ଏକ ଚେତନା, ଏକ ସ୍ବର, ଶିହରଣ । ଏ ତିନି ସ୍ତରର, ଚାରି ପାଖରେ ଆଖି ଆଗରେ ଘଟୁଥିବା ସ୍ଥୂଳ ବାସ୍ତବତା ତ କେତେବେଳେ ଆଖି କୁ ଦିଶୁ ନ ଥିବା ସୂକ୍ଷ୍ମ ଅବବୋଧ, ଯାହା ଖାଲି ଅନୁଭବ କରି ହୁଏ, କହି ହୁଏ ନାହିଁ । ଆଉ ଗୋଟିଏ ସ୍ତର ହେଲା ଅର୍ଦ୍ଧ ଜାଗ୍ରତ ଅର୍ଦ୍ଧ ସୁପ୍ତ ଅବସ୍ଥା । ଏ କବିତା ତିନି ସ୍ତରକୁ ଛୁଇଁବାକୁ ଚେଷ୍ଟା କରିଛି । ଏ କେତେବେଳେ ଲୌକିକତା ରେ ଛନ୍ଦା ତ କେତେବେଳେ ଅଲୌକିକତା ରେ ବନ୍ଧା । ପ୍ରତି କବିତା ଲେଖିଲା ବେଳେ ମୁଁ ଅନୁଭବ କରିଛି କିଛି ଅଲୌକିକ ଆଚ୍ଛନ୍ନତା ।

    “ଅ” ଗୋଟିଏ ଶକ୍ତିଶାଳୀ ଅକ୍ଷର, ଓଁକାର ର ପ୍ରଥମ ଅକ୍ଷର । ଏ ଅକ୍ଷର କରିପାରେ ଅସମ୍ଭବ କୁ ସମ୍ଭବ ଓ ସମ୍ଭବ କୁ ଅସମ୍ଭବ । ଏ ବହିର ପ୍ରତ୍ୟେକ କବିତା “ଅ” କାର ରେ ଆରମ୍ଭ । ଆଶା ଏ ପାଠକଙ୍କୁ ଆଛନ୍ନ କରି ରଖିବ ।

    150.00
    Add to cart
  • Apurba Aranya

    Apurba Aranya

    ଅବ୍ୟକ୍ତ ଅକ୍ଷର’ ସୁଖ-ଦୁଃଖ, ଏକେଲାପଣ ଓ ଅନ୍ତରାତ୍ମାର ତୃପ୍ତି ଭିତରେ ଯେଉଁ ଧୂସର କୋଠରୀ ସବୁ ରହିଛି, ସେଇ ସ୍ଥାନରେ ଏଣେତେଣେ ଘୂରିବୁଲନ୍ତି । ଏଇ ଅକ୍ଷର ମାନଙ୍କର ଅସହାୟତାପଣ ଏହିକି ଯେ, ସେମାନେ ଶବ୍ଦ ତିଆରି କରିପାରିନାହାଁନ୍ତି । ସେମାନେ କାଳିରେ ଉତ୍ତାରି ହୋଇନାହାଁନ୍ତି । କିନ୍ତୁ ସେ ଅକ୍ଷର ସବୁର ମହତ୍ତ୍ୱ ମାପିପାରିବା ବହୁତ କଷ୍ଟକର ବ୍ୟପାର । ପୁସ୍ତକରେ ସ୍ଥାନିତ କବିତାଗୁଡ଼ିକ କୌଣସି ବିପ୍ଳବର ଉପୋଦ୍]ଘାତ କରିବା ପାଇଁ କିମ୍ବା ଭଙ୍ଗା ହୃଦୟକୁ ଆହୁରି ଭାଙ୍ଗିବାକୁ ପ୍ରଣୋଦିତ ନୁହଁନ୍ତି । ସମସ୍ତ କବିତାର ଉଦ୍ଦେଶ୍ୟ ହେଲା ମନର ସଂଗୁପ୍ତ କୋଣରେ ହାଲିଆ ହେଇ ବିଶ୍ରାମ ନେଉଥିବା ମାନବୀୟ ସମ୍ବେଦନଶୀଳତାକୁ ଟିକିଏ ଉଜାଗର କରିବା । ପ୍ରାଚୁର୍ଯ୍ୟର ବିସ୍ତାରୀକରଣ ଭିତରେ, ଉପଭୋକ୍ତାବାଦର ଜୟଜୟ ଧ୍ୱନି ଭିତରେ ଅସହାୟ ପ୍ରାଣକୁ ଆମେ ଟିକେ ଅନେଇବା । ତା’ପରେ ବ୍ୟଥିତ ହେବେ କି ବିପ୍ଲବ କରିବେ କି ପରିବର୍ତ୍ତନର ଧ୍ୱନିକୁ ଶାଣିତ କରିବେ, ସେ ସବୁ ଶୂନ୍ୟସ୍ଥାନ ପୂରଣ କରିବା ପାଠକମାନଙ୍କର ସ୍ୱାଧୀନଚେତା ମନୋଭାବ ଏବଂ ସ୍ପର୍ଶକାତରତା ଉପରେ ନିର୍ଭରଶୀଳ । ସେଇ ଶୂନ୍ୟସ୍ଥାନମାନଙ୍କରେ ଅବ୍ୟକ୍ତ ଅକ୍ଷରଗୁଡ଼ିକର ପ୍ରତିଧ୍ୱନି ନିଶ୍ଚେ ଶୁଭିବ ଓ ଏହି କବିତାମାନଙ୍କରେ ବିଜ୍ଞାନ ପ୍ରତି କିଛି ଅବିଚାର ହୋଇଥାଇପାରେ । ସାତଭାୟାର ଝାଉଁବଣ ସ୍ମୃତି ରୋମନ୍ଥନ କରିବା, ବିଦ୍ୟାଳୟ ବାରଣ୍ଡା ଦୁଃଖରେ ମ୍ରିୟମାଣ ହେବା କିମ୍ବା ‘ଗୁଳି’ ବ୍ୟଥିତ ହୃଦୟ ଧରି କାନ୍ଦିବା ଏ କବିତାର ଅକ୍ଷରମାନେ ଧୃଷ୍ଟତା ସହ ବ୍ୟକ୍ତ କରିଛନ୍ତି । ଅନ୍ତରର ଅକ୍ଷରଗୁଡ଼ିକର ଗତି ରେଖାଙ୍କିତ ନଥାଏ । ସେମାନେ ଘୂରିବୁଲିବେ ଓ ତା’ଙ୍କୁ ଏକାଠି କରି ସମ୍ବେଦନଶୀଳତାର କିଛି ଫର୍ଦ୍ଦ ଏ କବିତାଗୁଡ଼ିକରେ ଯୋଡି ହୋଇଯାଇଛି । ତେବେ ଯାହା ଅବ୍ୟକ୍ତ ରହିଗଲା, ତାହା ଧୂସର ହଁ ଦିଶିବ ଓ ଏଥିରେ କାହାକୁ ଆକ୍ଷେପ, ପ୍ରତିଆକ୍ଷେପ ବା ଆକ୍ରୋଶ ଅଜାଡିଦେବା ପାଇଁ ଗୋଟିଏ ଅକ୍ଷର ବି ଅପଚୟ କରାହେଇନପାରିବେ ।

    660.00
    Add to cart
  • Aradhana: An Adoration in Love

    Aradhana: An Adoration in Love

    Love seldom communicates; and poets make the inevitable blunder in believing that they are hearing love’s murmur that is eminently poetic. In fact, as Shakespeare tells “…love is blind, and lovers cannot see, the pretty follies that themselves commit.” But for a poet who receives the blow of love, the “…feeling is more soft and sensible than are the tender horns of cockled snails.” The Bard has stated it so succinctly. All poems are a product of love. If there’s a poetic call against exploitation it’s because the poet loves the downtrodden, if a poem extols people to revolt against terrorism it is the outcome of the poet’s love for peace. The same fundamental factor of love applies to poems penned in different times, on different chimes. Perhaps in no other creative channel love predominates so much. What is to be noted is that the poet is not aware that his creative faculty is usurped by some benevolent force and, by the time he comes to understand that his poem has been written while he was in love.

    250.00
    Add to cart
  • Asaranti Antakshari

    Asaranti Antakshari

    This collection was awarded Odisha Sahitya Akademi award in 2013 for poetry. The collection has 70 well-crafted poems. The collection will be highly appreciated by Odia poetry lovers.

    200.00
    Add to cart
  • Ascharya Abhisara

    Ascharya Abhisara

    Guruprasad Mohanty (July 16, 1924 to August 26, 2004) is arguably one of the most powerful and influential poets of 1950s India. Born in a nondescript village to a prominent family of Odisha he completed his higher education in English literature.

    150.00
    Add to cart
  • Astapadi

    Astapadi

    ‘ଅଷ୍ଟପଦୀ’ ସୀତାକାଂତଂକର ଦ୍ୱିତୀୟ କବିତା-ଗ୍ରଂଥ । ପୂର୍ବରୁ ‘ଦୀପ୍ତି ଓ ଦ୍ୟୁତି’ରେ ତାଂକର ଅନେକଗୁଡ଼ିଏ କ୍ଷୁଦ୍ର କବିତା ଏକତ୍ରିତ ହୋଇ ପ୍ରକାଶ ପାଇଥିଲା । ‘ଅଷ୍ଟପଦୀ’ର କବିତାଗୁଡ଼ିକ ଦୀର୍ଘ ଓ କେତେକ ପରିମାଣରେ ପରୀକ୍ଷାମୂଳକ । ଆଜି ଓଡ଼ିଶାର କାବ୍ୟ-ରସିକ-ବିଦଗ୍]ଧ ପାଠକ କେତେକ ଅତି ଉତ୍କୃଷ୍ଟ ବୁଦ୍ଧି ଓ ଅନୁଭୂତି-ଦୀପ୍ତ କବିତା ପାଇଁ ତାଂକ ନିକଟରେ ଋଣୀ । ‘ଦୀପ୍ତି ଓ ଦ୍ୟୁତି’ର କବିତାଗୁଡ଼ିକ ଜୀବନପ୍ରତି ଏକ ନିଦ୍ଦିଷ୍ଟ କାବ୍ୟ-ପ୍ରତିକ୍ରିୟାରୁ ଉଦ୍ଭବ ଓ ସେହି ଦୃଷ୍ଟିରୁ ସେଗୁଡ଼ିକ ପରସ୍ପର ସହିତ ସଂପର୍କିତ । ‘ଅଷ୍ଟପଦୀ’ର ମୂଳରେ ସେହି ଏକା କାବ୍ୟ-ପ୍ରତିକ୍ରିୟା ଲକ୍ଷଣୀୟ, କିନ୍ତୁ ଏଠାରେ କବିତାଗୁଡ଼ିକ ଅଧିକତର ସଂଗଠିତ ଓ ପରସ୍ପର ସହିତ ଘନିଷ୍ଠ ସଂପର୍କଯୁକ୍ତ । ‘ଅଷ୍ଟପଦୀ’ର ଆଠଟି କବିତାକୁ ଗୋଟିଏ ମୂଳକଥା ବା ଥିମ୍]ର ବିଭିନ୍ନ ପ୍ରକାଶ ଭାବରେ ଗ୍ରହଣ କରାଯାଇପାରେ । ବିଭିନ୍ନ ବାହ୍ୟ ସଜ୍ଜା ଓ ବିକ୍ଷିପ୍ତ ଚିଂତାର ଅଂତରାଳରୁ ଏହି ଥିମ୍]ର ଦୃଢ଼ତା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ‘ଅଷ୍ଟପଦୀ’, ‘ଦୀପ୍ତି ଓ ଦ୍ୟୁତି’ଠାରୁ ଅଧିକତର ସଚେତ ଓ ବୁଦ୍ଧିଦୀପ୍ତ, ରଚନା ଓ ବିଶେଷକରି ଥିମ୍]ର ଘନିଷ୍ଠତା ଓ ପ୍ରକାଶ-ଭଂଗୀରେ ‘ଅଷ୍ଟପଦୀ’ର ଆଧୁନିକ ଚେତନା ଅଂତନିର୍ହିତ ।

    200.00
    Add to cart
  • Badalibara Bela

    Badalibara Bela

    ବଦଳିବାର ବେଳ ଗୋଟିଏ ଅସ୍ପୃହା; ଯେଉଁଥିରେ ବ୍ୟକ୍ତି-ମଣିଷଟି ସାମାଜିକ ମଣିଷରେ ରୂପାନ୍ତରିତ ହେବାର ଅନିନ୍ଦ୍ୟ ଅଭିଳାଷ ତା’ ଭିତରେ ରହିଥାଏ । ରାଜନୀତିକ ଇଚ୍ଛାଶକ୍ତି ଓ ନିଷ୍ଠାପର ଶାସନତନ୍ତ୍ର ହେଉଛି ଏକମାତ୍ର ଆୟୁଧ, ଯାହା ମାଧ୍ୟମରେ ସମାଜର ପରିବର୍ତ୍ତନ ସମ୍ଭବପର ହୋଇଥାଏ । ମାତ୍ର ଏହି ଦୁଇଟି ବ୍ୟବସ୍ଥାର ଅପାରଗତା ଓ ନିଷ୍କ୍ରିୟତା କେବଳ ଦେଶର ପ୍ରଗତିରେ ପ୍ରତିବନ୍ଧକ ସାଜେ ନାହିଁ, ପରନ୍ତୁ ଜୀବନ ବଞ୍ôଚବାର ସୁଖଦ ମୂହୂର୍ତ୍ତଗୁଡ଼ିକୁ ଧୂଳିଧୂସରିତ କରିଥାଏ ବୋଲି କବି ନାୟକ ଅନୁଭବ କରିଛନ୍ତି । ଗଣତନ୍ତ୍ର ରୂପାନ୍ତରିତ ହୋଇଛି ଥାଳତନ୍ତ୍ରରେ ଏବଂ ଶାସନ ବ୍ୟବସ୍ଥାରେ ଅନାଡ଼ି ଅପରାଧୀଙ୍କ ଭିଡ଼ ସମାଜକୁ ତ୍ରସ୍ତ କରିଛି । ରାଜନୈତିକ ପ୍ରକ୍ରିୟା ଓ ଏଥିରେ ଅଂଶୀଭୂତ କିଛି ମଣିଷଙ୍କ ଅର୍ଥଲିପ୍]ସୁ ମନୋଭାବ ଓ କ୍ଷମତାର ପ୍ରଲୋଭନ ଜନଗଣଙ୍କୁ ଗୋଟିଏ ଅନିଶ୍ଚିତ ଜୀବନ ମଧ୍ୟକୁ ମୁହାଁଇ ଦେଇଛି । ଫଳତଃ, ମନ୍ଦାମଣିଷ ଭିତରେ ସୃଷ୍ଟି ହୋଇପାରୁନାହିଁ ପ୍ରତିବାଦର ସ୍ୱର ଓ ସମାଜ ପରିବର୍ତ୍ତନ ନିମନ୍ତେ ଆନ୍ତରିକ ଆକାଙ୍]କ୍ଷା । ବିକାଶ ନିମନ୍ତେ ଉଦ୍ଦିଷ୍ଟ ଅର୍ଥକୁ ଆତ୍ମସାତ୍ ନିରନ୍ତର କରିଚାଲିଛନ୍ତି ଜନନାୟକଙ୍କଠାରୁ ଦାପ୍ତରିକ ଜନତା ପର୍ଯ୍ୟନ୍ତ । ତେଣୁ କବି କୁହନ୍ତି-

    “କର୍କଟ ରୋଗର କୋଷ ପରି

    ବଟି ତେଣୁ ଅଣାୟତ୍ତ, ଯାହା

    ବିନାଶ କରି ଚାଲିଛି ଆମ ନୈତିକତା ଓ

    ବିକାଶର ପଥ ।”

    200.00
    Add to cart
  • Basanta Barnamala

    Basanta Barnamala

    This collection is the selected poems of the powerful Odia poet Basanta Kumar Muduli who left this earth in 1986 Raja Sankranti at the age of thirty-one only. He has left enormous poetry for his readers. This new compilation has all his excellent poems. There are two preface articles by eminent thinker and essayist Chittaranjan Das (Chitta bhai) and poet Kamalakanta Lenka. A brilliant introduction by eminent storytellers Rajanikanta Mohanty and Pabitra Panigrahi representing Kabi Basanta Muduli Smruti Sansada. This collection would be loved by Basanta Muduli readers.

    400.00
    Add to cart
  • Basusena: An untold saga of Karna, the tragic hero of Mahabharat

    Basusena: An untold saga of Karna, the tragic hero of Mahabharat

    But how I wish

    I could hear someone slander against Partha

    And Partha only…

    Let Partha’s slander

    Come from all directions

    From the premises of court

    From the lips of children going to school

    From the chirping of birds….

    If I could hear the slanderous words

    In the stealthy darkness

    Coming from the neighbourhood of brothers…

    From the songs of Yogis wandering

    With begging-bowls

    From the half-asleep, half-awake

    Army-camp !….

    To Partha’s slanderer

    I shall offer all my skills of archery

    All my virtues of this life

    And of previous lives, if needed

    Rest of the kisses of my wife meant for me

    Shall offer the span of my life….

    Dr. Hrushikesh Mallick very artistically brings down Karna from a high pedestal and makes him speak like a commoner. Yet, the feelings are genuine and sincere. And the readers are made to wonder at such verses stated above.

    The whole of Basusena is replete with such verses. When I read the book in its original version (Odia), I felt impelled to translate it into English since I sincerely felt this great work richly deserves a wider audience. The wonderful command Dr Mallick has over Odia language and his way of presenting his thoughts in a form and style all his own sometimes defy translation. I have tried to make a modest attempt. I will be very happy if this translated version gives some moments of joy to the readers.

    250.00
    Add to cart
  • Beshaghara

    Beshaghara

    “ବେଶଘର” କବିତା ସଂକଳନରେ ସ୍ଥାନିତ ପ୍ରତ୍ୟେକ କବିତା ଏକ ଦର୍ପଣ- ପ୍ରେମ, ପ୍ରତିରୋଧ, ଅନ୍ୟାୟ, ଅବିଚାର, ବିଦ୍ରୋହ, ବିଦ୍ରୂପ, ସମୟର ନିରନ୍ତର ସ୍ପନ୍ଦନର ଅଦୃଶ୍ୟ ରୂପରେଖ ଓ ଆତ୍ମାର ସ୍ତରୀଭୂତ କ୍ଷେ।।ଭର ଅବିକଳ ପ୍ରତିଫଳନ । ଭାଷାର ସରଳତା ଓ ଭାବର ଗଭୀରତାରେ ସମୃଦ୍ଧ ଏହି କବିତାଗୁଡ଼ିକ ଜୀବନର ଭଂଗୁର ସୌନ୍ଦର୍ଯ୍ୟକୁ ଅନୁସନ୍ଧାନ କରେ ଓ ଦୈନନ୍ଦିନ ଜୀବନରେ ନିହାତି ମାମୁଲି ମନେ ହେଉଥିବା ମୁହୂର୍ତ୍ତର ସାକ୍ଷୀ ପାଲଟି ଆମ ଚତୁଃପାର୍ଶ୍ୱର ବିଶ୍ୱକୁ କେବଳ ପ୍ରତିଫଳିତ କରେନାହିଁ, ପାଠକକୁ ଗଭୀର ଭାବପ୍ରବଣତାରେ ଆଚ୍ଛନ୍ନ, ଆଲୋଡ଼ିତ ଓ ଆନ୍ଦୋଳିତ କରେ। ସତ୍ୟ ଏବଂ ନ୍ୟାୟ ପ୍ରତି ପ୍ରତିବଦ୍ଧତାରେ ସମୁଜ୍ଜ୍ୱଳ କବିତାଗୁଡ଼ିକ ସ୍ପର୍ଦ୍ଧା ଏବଂ ସମ୍ବେଦନଶୀଳତାର ପ୍ରତିରୂପ ପାଲଟି ପାଠକକୁ ସାହସ ଏବଂ ସାନ୍ତ୍ୱନା ପ୍ରଦାନ କରେ।

    210.00
    Add to cart
  • Bhaba Anubhaba

    Bhaba Anubhaba

    କବିତା ସାହିତ୍ୟର ଏକ ଗୁରୁତ୍ବ ପୂର୍ଣ୍ଣ ଅଙ୍ଗ । ମନର ଆବେଗ ଓ ଉଚ୍ଛ୍ବାସକୁ ସ୍ବତଃସ୍ଫୁର୍ତ୍ତ ଭାବେ ଭାଷାରେ ରୂପ ଦେଇଥାଏ କବିତା। ଗଗନ ବିହାରୀ ପାଣିଗ୍ରାହୀଙ୍କର କବିତା ସଂକଳନ “ଭାବ-ଅନୁଭବ”ର କବିତା ଗୁଡ଼ିକ ପଢ଼ିଲେ ଲାଗେ ସତେ ଯେପରି କବିତା ମାଧ୍ୟମରେ କବିଙ୍କର ମନର ଆବେଗ ଭାଷାରେ ପରି ପ୍ରକାଶ ହୋଇଛି। ଏଥିରେ ସନ୍ନିବେଶିତ କବିତା ଗୁଡ଼ିକ ପୂର୍ବ ସଙ୍କଳନ ପରି ଛନ୍ଦୋବଦ୍ଧ ଓ ସୁୁଖପାଠ୍ୟ। ଛନ୍ଦୋବଦ୍ଧ କବିତା ଲେଖିବା କବିଙ୍କର ବିଶେଷତ୍ବ। ଭାଷା ଯେପରି ସରଳ ଭାବ ସେହି ପରି ତରଳ। ଲାଳିତ୍ୟରେ ପୁଟ ଦିଆ କବିତା ଗୁଡିକ ପାଠକଲେ ଲାଗେ ନଦୀର ସ୍ରୋତ ପରି ଏହା ପ୍ରବାହିତ ହେଉଅଛି । ଆଜିକାଲିର ଆଧୁନିକ କବିତା ଭଳି ଦୁର୍ବୋଧ୍ୟତା ଓ ଅବୋଧ୍ୟତା କୌଣସି କବିତାରେ ପରିଲକ୍ଷିତ ହୁଏ ନାହିଁ । କ୍ଷୁଦ୍ର ବୃହତ ସତୁରିଟି କବିତାର ଗୁଚ୍ଛ ଏ ସଂକଳନ । କଥାବସ୍ତୁ କେବଳ ଓଡ଼ିଶାରେ ସୀମିତ ନରହି ଏହା ବିସ୍ତାରୀ ଯାଇଛି ସାରା ବିଶ୍ବକୁ । ବିଷୟ ବସ୍ତୁରେ ସ୍ଥାନ ପାଇଛି ରାମାୟଣ ଓ ମହାଭାରତର ଗଳ୍ପ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧର ବିଭୀଷିକା, କୋଭିଡ଼ ମହାମାରୀ ସମୟରେ ଜୀବନ ଓ ଜୀବିକା, ଆଧ୍ୟାତ୍ମିକ, ସାମାଜିଜ, ରାଜନୈତିକ, ବ୍ୟଙ୍ଗ ଓ ରମ୍ୟ ରଚନା । ନାନା ପ୍ରକାର ବିଷୟ ବସ୍ତୁ ହୋଇ ଥିବାରୁ ଏହାର ସମସ୍ତ କବିତାକୁ ସାତଟି ବିଭାଗରେ ବିଭକ୍ତ କରା ହୋଇଅଛି । କବିତା ଗୁଡ଼ିକରେ ଓଡିଆ ଓ ଓଡିଶାର ଚିରାଚରିତ କବିତା ଶୈଳୀ ସହ ସନେଟ୍], ଲିରିକ୍ସ, ଏଲିଜି ଓ ବାଲାଡରେ ଭରପୁର । ଆଶାକରା ଯାଏ ଏ କବିତା ସଂକଳନ ପୂର୍ବ ସଂକଳନ ପରି ପୁଣି ଥରେ ପାଠକ/ପାଠିକା ମାନଙ୍କର ଦୃଦୟଗ୍ରାହୀ ହୋଇ ତାଙ୍କୁ ଆମୋଦ ପ୍ରଦାନ କରିବାରେ ସକ୍ଷମ ହେବ ।

    325.00
    Add to cart
  • Bhakta Salabeganka Bhajan Parikrama

    Bhakta Salabeganka Bhajan Parikrama

    ‘ଭକ୍ତ ସାଲବେଗଙ୍କ ଭଜନ ପରିକ୍ରମା’ ପୁସ୍ତକଟି ଏକ ଉଚ୍ଚକୋଟୀର ସଂକଳନ । ଏଥିରେ ଭାବପୂର୍ଣ୍ଣ ବିଷୟ, ଭକ୍ତକବି ସାଲବେଗଙ୍କ ଜୀବନୀ ଏବଂ ତାଙ୍କ ଭଜନାବଳୀର କଳାତ୍ମକ ପରିପ୍ରକାଶ ଜିଜ୍ଞାସୁ ପାଠକମାନଙ୍କ ମହଲରେ ଲାଭ କରିବ ବୋଲି ବିଶ୍ୱାସ । ଆଶା କରୁ, ଏ ପୁସ୍ତକଟି ସମସ୍ତ ସୁଧୀବର୍ଗଙ୍କୁ ଶ୍ରୀଜଗନ୍ନାଥୀୟ ଭକ୍ତିରସରେ ଆପ୍ଳୁତ କରିବ ।

    180.00
    Add to cart