-
Garbhagruha
₹170.00Haraprasad Das believes that poetry written in a language must retain in the end the irreducible minimum resonance of that language that is epiphanic, crystalline and inimitably original ! He has until now published more than eighteen works of poetry apart from a huge body of social and literary discourses. He is the recipient of the Sahitya Akademi Award, the highest award of the National Academy of Letters, the prestigious Gangadhar Meher National Poetry Award, and the Moortidevi award of the Bharatiya Jnanpith, apart from numerous awards, honours and felicitations. Black Eagle Books hopes to hallmark the Indian poetic space with omnibuses carrying the entire body of the Odia Poetry of Haraprasad Das.
-
Geeta Phulara Mahaka
₹200.00ଗୀତ ଫୁଲର ବାସ୍ନା ନିଆରା । ଗୀତ ଫୁଲର ବଗିଚାରେ ଫୁଲମାନଙ୍କ ସୁରଭି ବାଣ୍ଟୁଥିବାକବି ଡ. ଗୋବିନ୍ଦ ଚନ୍ଦ୍ର ଦାଶ । ଶବ୍ଦ ମାନଙ୍କର ଶୂନ୍ୟ ସଡ଼କର କଡ଼େ କଡ଼େ ଅନେକ ଅଚିହ୍ନା, ଅଲୋଡ଼ା, ଅମୁହାଁ ଗଛ । ଗଛ ଡାଳରେ ଓହଳିଛି ଗୀତ ଫୁଲ ସବୁ, ବାସ୍ନାରେ ବିସ୍ମୟ ବିଭୋର ମନ, ସମୟର ଶକ୍ତ ଟାଣ ମୁଠାରେ ଚିରକାଳ ବନ୍ଦୀଥିବା ଦୁଃଖର ତାଡ଼ନା, ଜୀବନ ଜିଇଁବାର ନିର୍ଦ୍ଦିଷ୍ଟତା ଭିତରେ ଅନେକ ଅମୃତ ଅନୁଭବ ଓ ଗତିଶୀଳ ସମୟର ନିର୍ଦ୍ଦିଷ୍ଟ ପରିଧି ଭିତରେ ଅନିର୍ଦ୍ଦିଷ୍ଟ ଆନନ୍ଦର ନିଜସ୍ୱତା ।
ଜଣେ ସଫଳ ଗୀତିକାର ତଥା ଅଜସ୍ର ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ଡ. ଦାଶଙ୍କର ଏହି ପଞ୍ଚଦଶ କବିତା ସଂକଳନଟି ନିଶ୍ଚିତ ଭାବେ ପାଠକୀୟ ସ୍ୱୀକୃତି ଲାଭ କରିବ ଏହା ନିଃସନ୍ଦେହ ।
-
Gitanjali (Rabindranath Tagore)
₹260.00୧୯୦୨ରୁ ୧୯୦୭ ମସିହା ଭିତରେ ତାଙ୍କର ପତ୍ନୀ, ୧୪ ବର୍ଷୀୟା କନ୍ୟା, ପିତା ଏବଂ ୧୧ ବର୍ଷୀୟା ପୁତ୍ରର ମୃତ୍ୟୁ ଫଳରେ ଉତ୍ପନ୍ନ ଦୁଃଖ ତାଙ୍କର ପରବର୍ତ୍ତୀ କବିତାଗୁଡ଼ିକରେ ପରିଲିକ୍ଷିତ ହୁଏ। ୧୯୧୦ ମସିହାରେ ତାଙ୍କର ବଙ୍ଗଳାରେ ଲେଖା “ଗୀତାଂଜଳି” ପ୍ରକାଶ ପାଏ। ୧୯୧୨ ମସିହାରୁ ଏହି “ଗୀତାଂଜଳି”ରୁ ୫୩ଟି କବିତାକୁ ଇଂରେଜୀରେ ଅନୁବାଦ କରି ଇଂରେଜୀ “ଗୀତାଂଜଳି” (Gitanjali)ରେ ସନ୍ନିବିଷ୍ଟ କରିଛନ୍ତି ଆଉ ତାଙ୍କର ଅନ୍ୟାନ୍ୟ ୯ଟି ପୁସ୍ତକରୁ ୫୦ଟି କବିତାର ଇଂରେଜୀ ଅନୁବାଦକୁ ମିଶାଇ ସର୍ବମୋଟ ୧୦୩ଟି କବିତା ସେଥିରେ ରହିଛି, ଯାହା ପ୍ରକାଶ ପାଇଥିଲା ୧୯୧୨ ମସିହାରେ। ଡବ୍ଲ୍ୟୁ. ବି. ୟିଟ୍ସ ଏବଂ ଆନ୍ଦ୍ରେ ଗିଡେ ତାହାର ପ୍ରଶଂସା କରିଛନ୍ତି, ଆଉ ୧୯୧୩ ମସିହାରେ ସେହି ପୁସ୍ତକଟି ପାଇଁ ତାଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି। ସାହିତ୍ୟରେ ନୋବେଲ ପୁରସ୍କାର ପାଇବାର ଏସିୟା ମହାଦେଶରେ ସିଏ ଥିଲେ ପ୍ରଥମ ବ୍ୟକ୍ତି।
-
Godhulira Ranga
₹200.00ଗୋଧୂଳିର ରଙ୍ଗ’ ଏକ ହାସ୍ୟରସାତ୍ମକ କବିତାର ସମାହାର। ଏଇ ପୁସ୍ତକରେ ଯେଉଁ ଚରିତ୍ରମାନଙ୍କର ଅବତାରଣା କରାଯାଇଛି, ସେଗୁଡ଼ିକ ସମ୍ପୂର୍ଣ୍ଣ କାଳ୍ପନିକ। ପରିଣତ ବୟସରେ ସେମାନଙ୍କ ସୁଖଦୁଃଖ, ଥଟ୍ଟାପରିହାସ ଓ ସ୍ନେହ ପ୍ରେମକୁ ଆଧାର କରି ବିଷୟବସ୍ତୁର ପରିକଳ୍ପନା କରାଯାଇଛି। ଗାଁ ଗହଳିର ଶାନ୍ତ ପରିବେଶରେ ଗଢ଼ି ଉଠିଥିବା ସେମାନଙ୍କ ଜୀବନ ଶୈଳୀକୁ ଅତି ଗାଉଁଲୀ କଥିତ ଭାଷାରେ ରୂପ ଦେବାକୁ ଚେଷ୍ଟା କରାଯାଇଛି। ସମାଜରେ ନକାରାତ୍ମକ ଖଳ ଚରିତ୍ରର ଅଭାବ ନାହିଁ। ସେମାନେ କିପରି ଅଶାନ୍ତିର ମଞ୍ଜି ବୁଣି ଥାନ୍ତି ତାହା ଅନୁଭବ ହିଁ ଜାଣନ୍ତି।
କେବଳ ହାସ୍ୟ ପରିହାସ ନୁହେଁ ଏ ପୁସ୍ତକରେ କେତେକ ଆଦର୍ଶ ଚରିତ୍ରର ନମୁନା ଦିଆଯାଇଛି। ଯେଉଁମାନଙ୍କ ତ୍ୟାଗ ଓ ବଳୀଦାନର ମହତ୍ତ୍ୱ ପ୍ରଣିଧାନଯୋଗ୍ୟ। ବସ୍ତୁବାଦୀ ମଣିଷ ମନରେ ମାନବବାଦୀ ଚେତନା ଦେବ ବୋଲି ଆଶା କରେ।
ସାମ୍ପ୍ରତିକ ସମାଜର ମଣିଷ ଯେତେବେଳେ ସମସ୍ୟା ଜର୍ଜରିତ, ମନ ଭାରାକ୍ରାନ୍ତ, ଜୀବନ ଜିଜ୍ଞାସା ଠାରୁ ଦୂରେଇ ଯିବାକୁ ବସିଛି ଏ ଲଘୁ ହାସ୍ୟ କବିତା ମାଧ୍ୟମରେ ପାଠକମାନଙ୍କୁ କିଛି ଆନନ୍ଦ ଦେବ ବୋଲି ମୁଁ ଆଶା କରେ। ସୁଧୀ ପାଠକ ପାଠିକା ଏହାକୁ ପଢ଼ି ଯଦି କିଛି ରସ ଆସ୍ୱାଦନ କରି ପାରନ୍ତି ତେବେ ମୋ ଶ୍ରମ ସାର୍ଥକ ହେଲା ବୋଲି ଜାଣିବି।
—ରବୀନ୍ଦ୍ରନାଥ ନାୟକ
-
Going Beyond
₹200.00Dr. Krupa Sindhu Nayak has been one of the most prolific poets of Odisha who emerged on the literary scene in the early 1970s. A surgeon by profession, he has authored seven collections of poetry, including Baya Chadheira Dukha, 2007 (Woes of the Weaver Bird), his magnum opus, besides eleven plays, and several short stories which he has turned into stage and radio plays.
His poetry, as I understand, explores deeper and more profound topics such as life, death, time, and more importantly his place and identity in this chaotic and disconnected universe. The experience of modern man as something shocking and of distressful consequences finds adequate representation in his poetry of the 90s and after. He used dark imagery to vindicate his position in situations which are otherwise cruel and hostile to man’s survival on this earth. This is where he compared life on the earth to a “hanging nest,” a kind of “prison cell,” where man is kept as “a prisoner” in the horrifying “darkness” of “unending woe.”
But in his later poetry Dr. Nayak abandoned much of complexity, disillusionment and difficulty in expression of his early years in favour of love, happiness, love of nature, and reminiscences of the past and memory. His poetry began to embrace romantic strain and nostalgia, and a new technique to express ordinary events of life.
Going Beyond, as the title suggests, talks about the poet’s attempt to transcend his existence or experience beyond the physical level. The transcendence he longs for in the midst of the din and bustle of modern life is not easy to achieve as he is not able to “renew my bonds” with the ultimate reality. It is like “failing” to recall the “lines that aspire/to go beyond the words.”
Dr Nayak is admired for the way he plays with words, particularly when he fishes out the recollections of the past; it might be his days when the monsoon rain had ravaged his village with a deluge, or the village which in some other time had turned “bald and barren”, with the “groves and orchards,” losing their “greenery.” He also celebrates his memory of Katpadi on his way to CMC Hospital, Vellore, where he was doing residency in surgery in the early 70s. It is heartening to note how the interior architecture of his memories and recollections forms the still centre of his art of this period. His dexterous use of imagery aims at startling the reader by expressing the mood of his poetic persona or temper of the age.
Going Beyond reaffirms Dr Nayak’s position as a progressive humanist, and this volume can be taken as an open sesame to the beautiful world of the poet’s experience which the readers must share as their own and feel the thrill of pleasure that good poetry always offers.
I am sure Going Beyond will become a great success.
Prof. Bhagaban Jayasingh
-
Gopapura O Anyanya Kabita
₹200.00‘ଗୋପପୁର’ ଏକ ଚେତନା। ମାୟା ଓ ମାୟୋତ୍ତର, ଦେହ ଓ ଦେହୋତ୍ତର ଚେତନାର ଚିନ୍ମୟ ଚିତ୍ରଶାଳା ହେଉଛି ଗୋପପୁର। ପ୍ରାଚ୍ୟ ଦର୍ଶନରେ ଏହି ଗୋପପୁରକୁ ବିବିଧ ସ୍ତରରେ ଶରୀର ଓ ଶାରୀରିକ ସତ୍ତାସହ ସଂଯୁକ୍ତ କରି ଦେଖାଯାଇଆସିଛି। ଅଳୀକ ଶରୀର ବା ପାର୍ଥିବ, ନଶ୍ୱର ଶରୀର କଥା ଗୋପପୁର ରୂପକ ମାଧ୍ୟମରେ ଅନେକତ୍ର କୁହାଯାଇଥିଲା ବେଳେ ଅନ୍ୟତ୍ର ଏକ ଆତ୍ମିକ ଓ ଆଧ୍ୟାତ୍ମିକ ଉତ୍ତରଣ ବା ଦେହୋତ୍ତର ଉତ୍ତରଣ ଓ ଆତ୍ମ ଅନ୍ୱେଷଣ ଓ ଆତ୍ମୋପଲବ୍ôଧର ମାଧ୍ୟମ ଭାବରେ ଗ୍ରହଣ କରାଯାଇଛି। ତେବେ ସର୍ବୋପରି ଏହି ‘ଗୋପପୁର’ର ସଂପର୍କ ମନ, ମସ୍ତିଷ୍କ, ଇନ୍ଦ୍ରିୟ, ଅତୀନ୍ଦ୍ରିୟ ଦେଇ ଚରମ-ପରମ ସତ୍ୟ ଆଡ଼କୁ ନେଇଯାଉଥିବା ଏକ ପ୍ରବାହୀ ଚେତନା ସହ ରହିଛି ବୋଲି କୁହାଯାଇପାରେ।
-
Gopayatra
₹180.00This collection has fifty poems selected by the poet from his forty years of writing which have impacted him mostly. In the preface the poet has spoken about his poetic journey and how the poetry has influenced his life. The collection will be highly appreciated by Odia poetry lovers.
-
Goutam Jena Granthabali I
₹650.00କବି ଗୌତମ ଜେନା ଚଳିତ ସମୟ ଖଣ୍ଡର ଜଣେ ପ୍ରଥିତଯଶା କବି। ଦୀର୍ଘ ପଚାଶବର୍ଷର ସାରସ୍ୱତ ସାଧନା ଭିତରେ ତାଙ୍କର ପ୍ରକାଶ ପାଇଛି ଚଉଦ ଖଣ୍ଡ କବିତା ପୁସ୍ତକ। ୧୯୭୬ ମସିହାଠାରୁ ତାଙ୍କର କବିତା ଓଡ଼ିଶାର ସମସ୍ତ ସଂଭ୍ରାନ୍ତ ପତ୍ର/ପତ୍ରିକାମାନଙ୍କରେ ପ୍ରକାଶିତ ହୋଇ ଆସୁଛି ଓ ସେ ପାଠକୀୟ ମହଲରେ ମଧ୍ୟ ବହୁ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।
ଉତ୍ତରଅଶୀ ଓଡ଼ିଆ କବିତାକୁ ସେ ଦେଇଛନ୍ତି ନୂଆ ରୂପ ଓ ଭାବରେ ଆଣିପାରିଛନ୍ତି ପରିବର୍ତ୍ତନ। ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଓଡ଼ିଆ କବିତାରେ ଯେଉଁ ‘ଔପନିବେଶବାଦୀ ଚେତନା’ ପରିଲକ୍ଷିତ ହୋଇଥିଲା, ତହିଁରୁ ସେ ମୁକ୍ତ। ସାମାଜିକ ଜୀବନର ପରିବର୍ତ୍ତନ ନାଁରେ ଅବକ୍ଷୟ, ବିଚ୍ଛିନ୍ନତାବୋଧ, ଏକାକୀତ୍ୱ, ଠିକଣାହୀନ ମଣିଷ, ନିରାଶା, ଦେହବାଦୀ ଚେତନା ଓ ଆଧ୍ୟାତ୍ମିକ ନିଃସଂଗତାରୁ ଦୂରରେ ରହି ସେ ତାଙ୍କ କବିତାରେ ଆଂକି ପାରିଛନ୍ତି ଏ ମାଟି, ପାଣି, ପବନ ଓ ଜୀବନର ଛବି। ସବୁଠି ସେ ଖୋଜିଛନ୍ତି ଆଶା, ବିଶ୍ୱାସ ତଥା ପ୍ରେମ।
ତାଙ୍କ ଜୀବନ ଯଂତ୍ରଣାରେ ନାହିଁ କାରୁଣ୍ୟ, ଅଛି ଜୀବନର ମାଦକତା, ଖୋଜିବା ପାଇଁ ପ୍ରେରଣା। ତାଙ୍କ କବିତାର ଆତ୍ମିକ ସ୍ୱରରେ ଅଛି ଅନ୍ୱେଷଣ, ନାହିଁ ଯଂତ୍ରଣାଜର୍ଜର ଆତ୍ମାର ସ୍ୱଗତୋକ୍ତି। ସେ ମୃତ୍ୟୁର ବର୍ଣ୍ଣବୋଧରେ, ବ୍ୟାକରଣରେ କାତର ନୁହଁନ୍ତି, ବରଂ ମୃତ୍ୟୁ ତାଙ୍କ ଲେଖନୀରେ ପାଇଛି କଳାତ୍ମକ ରୂପ, ଯେଉଁଠି ଅନ୍ତରାତ୍ମାରେ ମୃତ୍ୟୁର ବ୍ୟାପକତା ଭିତରେ ଜୀବନର ସୂକ୍ଷ୍ମ ରୂପ ପ୍ରକାଶିତ ହୋଇଥାଏ।
-
Hamsaduta (Rupa Goswami)
₹200.00‘ହଂସଦୂତ’ ସଂସ୍କୃତ ସାହିତ୍ୟର ଗୋଟିଏ ପ୍ରତିଷ୍ଠିତ ଦୂତକାବ୍ୟ । ମହାକବି କାଳିଦାସଙ୍କର ‘ମେଘଦୂତ’ର ଅନୁସରଣରେ ଦୂତକାବ୍ୟ ସୃଷ୍ଟି ହେବାର ପରମ୍ପରା ଆରମ୍ଭ ହୋଇଥିଲା । ବୈଷ୍ଣବ ଯୁଗର ସମସ୍ତ କାବ୍ୟ ଗଢ଼ିଉଠିଛି ରାଧାକୃଷ୍ଣଙ୍କ ପ୍ରେମର ଅଫୁରନ୍ତ ଲୀଳା ରହସ୍ୟକୁ ଅବଲମ୍ବନ କରି; ତାହା ବୋଲି ବୈଷ୍ଣବ ପ୍ରେମକାବ୍ୟ ଖାଲି ବୈକୁଣ୍ଠର ସଂପଦ ନୁହେଁ । ପାର୍ôଥବ ଜୀବନର ଦୈନନ୍ଦିନ ଗତିପଥରେ ନରନାରୀଙ୍କର ହୃଦୟରେ ଯେଉଁ ଚିରନ୍ତନ ପ୍ରେମର ଘାତପ୍ରତିଘାତ ଚାଲିଛି, ତା’ର ଅନ୍ତରରେ ନିଗୂଢ଼ ସତ୍ୟ ରୂପାୟିତ ହୋଇଛି ଦେବତାଙ୍କ ଉଦ୍ଦେଶ୍ୟରେ ଗୁନ୍ଥା ସେହି ପ୍ରେମର ପୁଷ୍ପ-ମାଳାରେ । ଦେବତାଙ୍କ ଉଦ୍ଦେଶ୍ୟରେ ରଚିତ ପ୍ରେମ-କାବ୍ୟର ସେହି ଖଣିରେ ଲୁଚି ରହିଛି ମଣିଷ ପ୍ରାଣର କଥା ।
ରୂପ ଗୋସ୍ୱାମୀଙ୍କର ‘ହଂସଦୂତ’ ସେହି ପ୍ରେମକାବ୍ୟର ଗୋଟିଏ ଶ୍ରେଷ୍ଠ ନିଦର୍ଶନ । ଉଲ୍ଲିଖିତ ଦୂତକାବ୍ୟଗୁଡ଼ିକ ମଧ୍ୟରେ ‘ହଂସଦୂତ’ ବେଶ୍ ସୁନାମ ଅର୍ଜନ କରିଛି । ‘ହଂସଦୂତ’ର ରଚନାକାର ରୂପଗୋସ୍ୱାମୀ ଚୈତନ୍ୟ ମହାପ୍ରଭୁଙ୍କର ପରମ ଅନୁଯାୟୀ ସନାତନ ଗୋସ୍ୱାମୀଙ୍କର ଅନୁଜ । ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଷଡ଼ ଗୋସ୍ୱାମୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ରୂପ ଗୋସ୍ୱାମୀ ।
-
Harlem re Rati
₹300.00Harlem re Rati (Night in Harlem) is interestingly, the latest Poem of Haraprasad Das which lends the title to this remarkable compilation. This compilation of Odia poems by Haraprasad Das, has been done specially in fulfilment of the mission of Black Eagle Books to bring the ethno-global nuances of the very finest Odia Poetry, to the sprawling Odia diaspora. It may come as a pleasant surprise to the readers that the Indian New Poetry has broken away from the modernist stranglehold of the Global-West and has reinvented its modernity in Poetry by reusing all renewable implements of its civilizational experience. The poetry of Haraprasad Das, recipient of the highest National Honors for his Poetry, bears testimony to this. This, in fact, is the creative ferment with which Indian Poetry goes global and Odia Poetry is led firmly into the Twenty-first Century ! By publishing this remarkable work, Black Eagle Books fulfils a mission of engaging the world with the best of Odia literature.
-
Hata Badheile Akasha
₹200.00‘ହାତ ବଢ଼େଇଲେ ଆକାଶ’ ସଂଯୁକ୍ତାଙ୍କର ପ୍ରଥମ କବିତା ସଂକଳନ। ବ୍ୟକ୍ତିତ୍ୱର ବିଭଙ୍ଗ ଚିତ୍ର, ମଣିଷର ନିରାପତ୍ତାଶୂନ୍ୟତା, ଆଧୁନିକ ଜୀବନଚର୍ଯ୍ୟାର ଅନ୍ତଃସାରଶୂନ୍ୟତା ସହ ଉଜୁଡ଼ି ଯାଉଥିବା ସଂପର୍କ ତାଙ୍କ କବିତାର ଉଲ୍ଲେଖନୀୟ ଉପାଦାନ। ଅକପଟ ବର୍ଣ୍ଣନାଶୈଳୀ, ସ୍ୱଚ୍ଛ ପ୍ରକାଶଭଙ୍ଗୀ ଏବଂ ଆବେଗପଖଳା ଶବ୍ଦବିନ୍ୟାସ ଯୋଗୁଁ ଏହି ସଂକଳନଟି କାବ୍ୟାମୋଦୀ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିବ।
-
Hati Saja Kara
₹180.00କାହାଣୀ ଆଉ ଗୀତ ଭିତରର ଦିଆନିଆ ମତେ ଅକ୍ଷୟ ମହାନ୍ତି ଶିଖାଇଥିଲେ । ଆଠ ଲାଇନ୍] ଭିତରେ ଗୋଟିଏ ସମ୍ପୂର୍ଣ୍ଣ ଗପ କହିବାର ଗଣିତ ମଧ୍ୟ ସେ ହିଁ ଶିଖାଇଥିଲେ । ପ୍ରତିଟି ଗୀତ ଯେ କେବଳ ଋତୁ ଅବା ସୌନ୍ଦର୍ଯ୍ୟର ବର୍ଣ୍ଣନା ନୁହେଁ, ତା’ପଛରେ ଥିବା ଗୋଟିଏ ଆହତ ବା ଅଭିଭୁତ ଚରିତ୍ରର ସଂଳାପ, ଆଉ ସେ ସଂଳାପର ନିଷ୍ଠା, କହିବାର ଅଲଗା ଢଙ୍ଗ ଯେ ତାକୁ ଆଧୁନିକ କରେ, ଏକଥା ବି ସେ’ଠୁ ଶିଖିଛି । ସେ ମୋତେ କହୁଥିଲେ ‘ଦେବଦାସ, ମୋ ଗୀତ ସବୁକୁ ତାରିଖ ଅନୁସାରେ ସଜେଇ ଦିଅ, ତା ମୋର ଆତ୍ମଜୀବନୀ ହୋଇଯିବ । ମୁଁ ସଙ୍କୋଚ କରି, ତାଙ୍କ ଆଢ଼ୁଆଳରେ, ମୋ ଲେଖା ସବୁକୁ ସେମିତି ସଜେଇ ଦେଖିଲି ଯେ କଥାଟା ମୋ ପାଇଁ ବି ସତ । ସେ ମତେ ଲୋର୍]କା, ଗାଲିବ୍], ଆଉ ଡିଲାନ୍] ଟମାସ୍] ପଢ଼ାଇ ବୁଝାଇଥିଲେ ଯେ ଗୀତ ଆଉ କବିତା ଭିତରେ କୌଣସି ଗୁଣଗତ ଫରକ ନାହିଁ । ଆଉ ଗୁଲ୍]ଜାର୍] ‘ଇଜାଜତ୍]’ ଫିଲ୍ମ ପାଇଁ ‘ମେରେ କୁଛ୍] ସାମାନ୍]’ ଲେଖିବାର ବହୁ ପୂର୍ବରୁ ସେ ମୋଠୁ ଲେଖାଇଥିଲେ ଅଦ୍ଭୁତ ଛନ୍ଦର କେତେ ଗଦ୍ୟ ଗୀତ । ବୋଉର ଭାଷା ଓ ଅକ୍ଷୟ ମହାନ୍ତିଙ୍କ ଢଙ୍ଗର ସମ୍ମିଶ୍ରଣରେ ତିଆରି ହୋଇଥିବା ‘ହାତୀ ସଜକର’ ଏକା ସାଙ୍ଗରେ ଗୀତର ବହି, ଆଉ କବିତାର ବହି ବି ।