• Labanyabati

    Labanyabati

    ରୀତିଯୁଗୀୟ କାବ୍ୟ ପରମ୍ପରା ଓ କବିମାନଙ୍କୁ ଅନୁସରଣ କରିଥିଲେ ମଧ୍ୟ କାବ୍ୟର ସମସ୍ତ ବିଭାଗରେ ଯେଉଁ ଅପୂର୍ବ ସଫଳତା ହାସଲ କରିଛନ୍ତି, ତାହା ସମଗ୍ର ଓଡ଼ିଆ ସାହିତ୍ୟରେ ବିରଳ । ଉପେନ୍ଦ୍ରଙ୍କ ଶବ୍ଦ ପାଣ୍ଡିତ୍ୟ, ଛନ୍ଦ ଓ ବନ୍ଧର ବୈଚିତ୍ର]୍ୟ, ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରରେ ଅଦୃଷ୍ଟପୂର୍ବ କୃତିତ୍ୱ, ଶୃଙ୍ଗାର ରସର ପୁଷ୍କଳ ପରିବେଷଣ, ପ୍ରକୃତି ଚିତ୍ରଣ, ବର୍ଣ୍ଣନା ଚାତୁରୀ, ରଚନା ଶୈଳୀରେ ବିଦଗ୍]ଧ ସୁଲଭ ଆଭିଜାତ୍ୟ ନିକଟରେ ଅନ୍ୟ କବିଙ୍କ ପ୍ରତିଭା ତୁଚ୍ଛ ମନେହୋଇଥାଏ ।

    ଉପେନ୍ଦ୍ର କାବ୍ୟ କୋଣାର୍କର ରସମୟୀ, ଛନ୍ଦମୟୀ, ଲାସ୍ୟମୟୀ, ହାସ୍ୟମୟୀ ଅନନ୍ୟ ଲଳନା ହେଉଛି ‘ଲାବଣ୍ୟବତୀ’ । ଲାବଣ୍ୟବତୀ ଭଳି କାବ୍ୟ ନାୟିକା ଓଡ଼ିଆ ସାହିତ୍ୟରେ ବିରଳ ସୃଷ୍ଟି । ଉପେନ୍ଦ୍ରଙ୍କ କାଳ୍ପନିକ ସୃଷ୍ଟି ଲାବଣ୍ୟବତୀ, ତାଙ୍କର ସମଗ୍ର ସୃଷ୍ଟିକୁ ଅତିକ୍ରମ କରାଯାଇଥିବା ମନେହୁଏ । ଲାବଣ୍ୟବତୀକୁ ସେ ୪୮ଗୋଟି ଛାନ୍ଦରେ ସମ୍ପୂର୍ଣ୍ଣ କରିଛନ୍ତି । ଉପେନ୍ଦ୍ରଭଞ୍ଜଙ୍କ ସମଗ୍ର କାବ୍ୟ ମଧ୍ୟରେ ଲାବଣ୍ୟବତୀର ସ୍ଥାନ ସ୍ୱତନ୍ତ୍ର ଏକ ସ୍ୱତନ୍ତ୍ର ମହିମାରେ ସେ ମହିମାନ୍ୱିତ । ଏହା ଉପେନ୍ଦ୍ର କାବ୍ୟମାନସର ସର୍ବଶ୍ରେଷ୍ଠ ଉପହାର ଓଡ଼ିଶାବାସୀଙ୍କୁ । ପ୍ରାୟ ୩୦୦ ବର୍ଷ ପୂର୍ବେ ରଚିତ ଏ କାବ୍ୟ, ଏକ ବିଂଶ ଶତାବ୍ଦୀରେ ମଧ୍ୟ ଏହାର ଆଦର ଅକ୍ଷୁଣ୍ଣ ରହିଛି । ଏ କାବ୍ୟକୁ ଆଜି ମଧ୍ୟ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି ।

    400.00
    Add to cart
  • Lal Karabi ra Maya

    Lal Karabi ra Maya

    This collection has more than fifty romantic poems written eloquently in a lyrical style with subtle words that would touch the heart of poetry lovers. The poet has acknowledged that he is inspired by the eminent poet Mayadhar Mansingh.

    150.00
    Add to cart
  • Lalita

    Lalita

    ଆଧୁନିକ ପ୍ରେକ୍ଷାପଟରେ ପ୍ରତ୍ୟେକ ମଣିଷ ନିଜ ଜୀବନର ଅଭାବବୋଧ, ଶୂନ୍ୟତା, ଅସହାୟତା, ନିଃସଙ୍ଗତା ଏବଂ ଅତୃପ୍ତ ଜୀବନଯାତ୍ରାକୁ ନେଇ ସଂଗ୍ରାମରତ । ଶ୍ରଦ୍ଧାଶୀଳ ମଣିଷର ଆବେଗମୟ ଆନ୍ତରିକତା ତଥା ବିଭୁପ୍ରେମର ନିବିଡ଼ତା ତାକୁ ସକ୍ରିୟତା, ଆତ୍ମାନ୍ୱେଷଣ ତଥା ଅର୍ଥମୟ ଜୀବନର ଅନୁଭବ ମଧ୍ୟ ଦେଇ କର୍ମଯୋଗର ପ୍ରେରଣା ଯୋଗାଏ । ବୈଷ୍ଣବ ସାହିତ୍ୟର ଲଳିତା ଚରିତ୍ରକୁ ପାରଂପରିକ ଦୂତୀ ପରିଚୟରୁ ମୁକ୍ତ କରି ସଂଘମିତ୍ରା ତାଙ୍କୁ ଆଧୁନିକ ନାରୀର ପରିଚୟ ଦେଇଛନ୍ତି ଯାହା ଭିତରେ ଅଛି ଶ୍ରୀରାଧାଙ୍କ ପରି ଶ୍ରୀକୃଷ୍ଣଙ୍କ ପ୍ରତି ଆଦର, ମାୟା ଏବଂ ଅକପଟ ପ୍ରେମ । ମାତ୍ର ସମଗ୍ର ଜୀବନରେ ଅନେକ ଅଭିଳାଷ ସତ୍ତ୍ୱେ ଅବସୋସ ହିଁ ତାଙ୍କ ଜୀବନ-ଗଣିତର ଭାଗଶେଷ । ସବୁତକ ପ୍ରାପ୍ତି ଶ୍ରୀରାଧାଙ୍କ ପଣତକାନିରେ ଅଜାଡ଼ି ପଡ଼ିଥିବାବେଳେ ଶେଷ ପର୍ଯ୍ୟନ୍ତ ଅପ୍ରାପ୍ତିକୁ ନେଇ ଛଟପଟ ହୋଇଛନ୍ତି ଲଳିତା । କବିଙ୍କ ଭାଷାରେ ଲଳିତା ଅପ୍ରାପ୍ତିର ଅଧୀଶ୍ୱରୀ । ଓଡ଼ିଆ ଦୀର୍ଘକାବ୍ୟ ପରଂପରାରେ ଲଳିତା ଏକ ସାର୍ଥକ ସଂଯୋଜନା ଯାହା ନାରୀ-ପୁରୁଷ ନିର୍ବିଶେଷରେ ପ୍ରତିଟି ଜୀବନ ଭିତରେ ଲଳିତାପଣର ଆକୁଳ ଅନ୍ୱେଷଣକୁ ପ୍ରତିଷ୍ଠା ଦେଇଥାଏ । ‘ଲଳିତା’ – ସମୟ ଯୁଗସନ୍ଧିରେ ପ୍ରେମାଭିବ୍ୟକ୍ତିର ସ୍ୱଚ୍ଛ-ନିର୍ମଳ ପୁଣ୍ୟତୋୟାଟିଏ । ଅର୍ଥାର୍ଥୀଜନ ହେଉ ଅବା ସଂସାରବିରାଗୀ ଉଭୟଙ୍କୁ ଏହା ନିବିଡ଼ ପ୍ରେମ-ଭକ୍ତିରେ ଆପ୍ଳୁତ କରିବ ।

    180.00
    Add to cart
  • Laxmi Purana

    Laxmi Purana

    Lakshmi Purana, as the title explains, is the story of goddess Lakshmi in simple narrative verses. It is recited in every household of Odisha in the Hindu month of Margashira on all the four Thursdays. In most households, this text is recited throughout the year, every Thursday. As a creative piece of work, the text stands on its own aesthetic as well as sociological strength. The text draws on the myths and folklore of the Jagannath temple of Puri and has no correspondence in the Sanskrit Puranic tradition. Besides its manifestly feminist orientation, the text also carries a brief against human evils such as untouchability and arrogance of the upper class.

    Foreword is written by eminent Odia author Hrushikesh Panda.

    200.00
    Add to cart
  • Letter to a Young Poet and Poems

    Letter to a Young Poet and Poems

    “Letters To A Young Poet” by Rainer Maria Rilke is a prosaic work, but it refers directly to poetry. There are ten letters written to a young man about to enter the German military.

    In the very beginning of the 1903, Rilke received a letter from a twenty-year old lieutenant of Austro-Hungarian army Franz Kappus. Verses were enclosed to the letter: the lieutenant turned out to be a poet. Rilke answered. Rilke wrote Franz Kappus ten letters; the last of them is dated by December 1908. After Rilke’s death, the letters were published in a separate book entitled “Letters To A Young Poet”. Of all Rilke’s extensive correspondence, these letters won the greatest popularity. It is explained by their content: there is nothing personal or private in them; Rilke wrote about the poetry, nature of poetic works, irony, loneliness, love etc. His philosophy-aesthetic views of that time are well reflected in these letters.

    300.00
    Add to cart
  • Lokamane Bhuligaleni (Raghuvir Sahay)

    Lokamane Bhuligaleni (Raghuvir Sahay)

    ଏହି ସଂଗ୍ରହର ରଚନାଗୁଡ଼ିକ ମୋର କାବ୍ୟ-ଜୀବନର ଯେଉଁ ସମୟରେ ଲେଖାଯାଇଛି ତାହା ଏବେ ନିକଟରେ ଆରମ୍ଭ ହେଲା ଆଉ ଏଯାଏଁ ସରିନି; ଦେଖାଯାଉଛି ଯେ ତାହା ଏବେ ବି ଚାଲିବ । ନଈ ମଝିର ସ୍ରୋତକୁ କହନ୍ତୁ ଅଥବା ଭଉଁରି ମଧ୍ୟରୁ କହନ୍ତୁ, ଲେଖାଯାଇଥିବା କବିତା ପ୍ରକାଶ କରିବାର ଏହା ମୋର ପ୍ରଥମ ଅବସର । ଏହା ପୂର୍ବରୁ ‘ଆତ୍ମହତ୍ୟାର ବିରୁଦ୍ଧ’ ଏବଂ ‘ହସ, ହସ ଜଲ୍]ଦି ହସ’ ଦୁଇଟିଯାକ ଗୋଟିଏ-ଗୋଟିଏ ନିଷ୍କ୍ୟତିର ସୂଚକ ଥିଲା । ତା ଆଗରୁ ‘ସିଡ଼ିଗୁଡ଼ିକ ଉପରେ ଖରାରେ’ କବିତାର ଗୋଟିଏରୁ ଅଧିକ ଆଶ୍ରୟସ୍ଥଳୀଯାଏଁ ପର୍ଯ୍ୟବେକ୍ଷଣ କରି ନେଇଥିବା ଉପଲବ୍ଧିଗୁଡ଼ିକର ସଂଚୟନ ଥିଲା । ତା’ଆଗରୁ ବି ‘ଦ୍ୱିତୀୟ ସପ୍ତକ’ରେ ସଂକଳିତ ରଚନାଗୁଡ଼ିକ ଅତ୍ୟନ୍ତ ପ୍ରାଥମିକ ସ୍ତରର କବିତାଗୁଡ଼ିକର ଅଭ୍ୟାସମୂଳକ ସ୍ଥିତିରୁ ବାହାରି ନିଜ ଦୁନିଆରେ ପାଦ ରଖିବା ସମୟର କବିତା ଥିଲା । ନିସଂଶୟ ଯେମିତି ହସ, ହସ ଜଲ୍]ଦି ହସ’ରେ ହୋଇଥିଲା, ପ୍ରତ୍ୟେକ ସଂଗ୍ରହରେ କିଛି ରଚନା କୌଣସି ଗୋଟିଏ ଦିଗରେ ଯିବାର ପ୍ରସ୍ତୁତି କରି ସେହି ରାସ୍ତା ଛାଡ଼ିଦେବାର ନିଦର୍ଶନ ଥିଲା, ତେବେ ଭବିଷ୍ୟତରେ ସେହି ରାସ୍ତାକୁ ମଧ୍ୟ ଧରିବାର ପରିଚୟ ଥିଲା ।

    200.00
    Add to cart
  • Love Is More Than Thicker Than Forget And Other Poems

    Love Is More Than Thicker Than Forget And Other Poems

    E.E. Cummings is one of the significant poets who has enriched American poetry with his innovative contributions. His poetry reflects the transition from eroticism to transcendence, from the world of knowledge to the realm of wisdom. This collection of one hundred selected poems of Cummings spans the entire range of his creations, from the early writings to poems created at the peak of his poetic career. From being thought-provoking and humorous to sensitive and profound portrayals, these poems represent his creativity at its best.

    300.00
    Add to cart
  • Lover's Gift and Crossing

    Lover’s Gift and Crossing

    In the first part, Lover’s Gift, the poet pleads to his beloved to walk in his garden and ‘Pass by the fervid flowers that press themselves on your sight.’ His beloved is also ‘sweet to me as sleep is to tired limbs.’ One comes across pining for the beloved as well as bountiful gifts. Moreover, the lover and beloved have the right to show abhiman (petulance) for each other.

    In Crossing, some of the poems possess a sense of religiosity and subtle feel of those in Gitanjali, the song offerings. ‘You came to my door in the dawn and sang’ makes you aesthetically feel the presence of the Almighty. And tired, the poet pleads, ‘Pick up this life of mine from the dust.’ The poet has hope when he says, ‘I know that the flowers that fade in the dawn, / the streams that strayed in the desert, are / not altogether lost.’

    Here is a literary treat as Kaviguru takes you on an awakening endless journey of love, loss and spirituality.

    350.00
    Add to cart
  • Maa Patikhola

    Maa Patikhola

    This collection Maa Patikhol is a selected Dalit poems of poet Pitambar Tarai. His poems encapsulate life-affirming values that spill beyond objective sympathy and humanism. His ideology is not in the first place, a set of doctrines; it signifies the way men live out their roles in class and casteist society. Pitambar believes that all poetry springs from an ideological conception of the world and there is no such thing as a work of art entirely devoid of ideological content. This ideological base makes the poems of Maa Patikhol endearing, lovable, attracting and ennobling with his comic, symbolic, satirical and ironical voices.

    230.00
    Add to cart
  • Maa Se Amrutamayee

    Maa Se Amrutamayee

    ‘ମା’ ଜନ୍ମଦାତ୍ରୀ । ମା’ର ଗରିମା ବର୍ଣ୍ଣିବା ପାଇଁ ଯେତେ ଯେତେ ପୁସ୍ତକ ରଚନା ହେଲେ ବି ତାହା ଅକୁଳାଣ ହେବ । କେତେ କେତେ କବି, ଲେଖକ, ସାହିତ୍ୟିକ ଅଜସ୍ର ଗଦ୍ୟ, ପଦ୍ୟ, କାବ୍ୟ ରଚନା କରି ଚାଲିଛନ୍ତି ମା’ର ମହିମା କୀର୍ତ୍ତନ କରି, ତା’ର ଋଣ ସୁଝେଇବା ପାଇଁ, କିନ୍ତୁ ତା କି ସମ୍ଭବ?

    ମା’ ଅମୃତମୟୀ । ଅମୃତର କଳସଟିଏ ତା ହୃଦୟରେ ଭରି ଦେଇଛନ୍ତି ଈଶ୍ୱର । ସେ ଅମୃତ ତା’ର ବିମଳ, ପବିତ୍ର ଅନିର୍ବଚନୀୟ ମମତା ।

    ମା’ ଦିବ୍ୟ-ଭବ୍ୟ-ଶୋଭନୀୟ-କମନୀୟ ଏକ ସୃଷ୍ଟି । ସେବା ଭାବରେ ମହନୀୟା, କ୍ଷମା ଗୁଣରେ ସର୍ବଂସହା । କିଏ କଳିପାରିବ ତା’ର ତ୍ୟାଗ-ତିତିକ୍ଷାର ମୂଲ୍ୟ?

    ମୋର ଏହି କବିତା ଗ୍ରନ୍ଥ “ମା’ ସେ ଅମୃତମୟୀ”ରେ ମୁଁ ସେ ଧୃଷ୍ଟତା କରି ନାହିଁ, ମା’କୁ କଳିିବାର କି ମା’ର ଋଣ ସୁଝିବାର । ବର୍ଣ୍ଣନା କରିଛି ମୋ ମା’କୁ ମୁଁ ଯେମିତି ଅନୁଭବ କରିଥିଲି ପିଲାଦିନେ, ଯେମିତି ଦେଖିଥିଲି ବଡ ହୋଇ ବୁଝିଲା ପରି ହେବା ପରେ ଓ ମା’କୁ ହରାଇବା ପରେ । ଏ କେଇଟି କବିତା ମୋ ମା’ ପଦ୍ମପାଦରେ ମୋର ଶ୍ରଦ୍ଧାଞ୍ଜଳି ମାତ୍ର ।

    -ସୁମିତ୍ରା ମିଶ୍ର

    240.00
    Add to cart
  • Madhushala

    Madhushala

    ସାଧାରଣ ଓ ସରଳ ଶବ୍ଦକୁ କବିତା-ପାତ୍ରରେ ଢ଼ାଳିକରି ହିନ୍ଦୀ-ସାହିତ୍ୟର ରସକମାନଙ୍କୁ ‘କାବ୍ୟରସ’ ପାନ କରାଇବାରେ ହରିବଂଶରାୟ ବଚ୍ଚନ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଖର ଛାୟାବାଦ ଓ ଆଧୁନିକ ପ୍ରଗତିବାଦର ସିଏ ଥିଲେ ଗୋଟିଏ ପ୍ରମୁଖ ସ୍ତମ୍ଭ ।

    ‘ବଚ୍ଚନ’ଙ୍କର ୧୯୩୫ ମସିହାରେ ପ୍ରକାଶିତ ହୋଇଥିବା ଦୀର୍ଘ କବିତାଗ୍ରନ୍ଥ (ଯେଉଁଥିରେ ୧୩୫ଟି ରୁବାଇୟାତ ରହିଛି) ‘ମଧୁଶାଳା’ ତାଙ୍କୁ ଏକ ଅଲଗା ପ୍ରସିଦ୍ଧି ପ୍ରଦାନ କଲା । ହୃଦୟକୁ ସ୍ପର୍ଶ କଲାପରି କାର୍ଯ୍ୟଶୈଳୀ ବର୍ତ୍ତମାନ ସମୟରେ ବି ପ୍ରତ୍ୟେକ ବୟସର ଲୋକମାନଙ୍କ ଉପରେ ଆପଣାର ପ୍ରଭାବ ଛାଡ଼ିଯାଏ ।

    ‘ବଚ୍ଚନ’ଙ୍କ କବିତାର ସାହିତ୍ୟିକ ମହତ୍ତ୍ୱ ବିଷୟରେ ଅନେକ ମତ ରହିଛି । ‘ବଚନ’ଙ୍କ କାବ୍ୟର ବିଲକ୍ଷଣତା ହିଁ ତାଙ୍କର ଲୋକପ୍ରିୟତା । ଏହା ନିଃସଂକୋଚ ଭାବରେ କୁହାଯାଇପାରେ ଯେ ଆଜି ବି ହିନ୍ଦୀରେ ନୁହେଁ, ସାରା ଭାରତର ସର୍ବାଧିକ ଲୋକପ୍ରିୟ କବିମାନଙ୍କ ମଧ୍ୟରେ ‘ବଚ୍ଚନ’ଙ୍କ ନାମ ସୁରକ୍ଷିତ ।

    ୧୯୩୫ ମସିହାରେ ‘ମଧୁଶାଳା’ ପ୍ରକାଶ ପାଇବାପରେ ତାଙ୍କ ନାଆଁ ଗୋଟିଏ ଗଗନଭେଦୀ ରକେଟ ପରି ତୀବ୍ରବେଗରେ ଉଠିକରି ସାହିତ୍ୟଜଗତ ଉପରେ ଛାଇଗଲା । ନିଜର ସବୁ ସହଜ ସାର୍ବଜନୀନତା ସତ୍ତ୍ୱେ ‘ବଚ୍ଚନ’ଙ୍କ କବିତା ନିତାନ୍ତ ବୈକ୍ତିକ, ଆତ୍ମସ୍ଫୁର୍ତ୍ତି ଓ ଆତ୍ମକୈନ୍ଦ୍ରିକ ହୋଇଥାଏ ।

    ‘ବଚ୍ଚନ’ଙ୍କ କବିତାର ଲୋକପ୍ରିୟତାର ପ୍ରଧାନ କାରଣ ତାଙ୍କର ସହଜତା ଓ ସରଳ ସଂବେଦନା ତାହାର ଅନୁଭୂତିମୂଳକ ସତ୍ୟତା କାରଣରୁ ଉପଲବ୍ଧ ହୋଇ ପାରିଲା ।

    ‘ବଚ୍ଚନ’ ଯେଉଁ ‘ମଧୁଶାଳା’ ରଚନା କଲେ ତାହା ଥିଲା ତାଙ୍କ ଯୌବନ କାଳର ଅଭିବ୍ୟକ୍ତି । ‘ବଚ୍ଚନ’ଙ୍କ ‘ମଧୁଶାଳା’ ଅବସାଦକୁ ଦୂରକରି ରୂପ, ରସ, ଗନ୍ଧର ମତ୍ତତାକୁ ନେଇକରି ଆସିଲା । ଗୋଟିଏ ଗତି, ଲୟ ଏବଂ ପ୍ରବାହକୁ ସାଙ୍ଗରେ ନେଇକରି ଆସିଲା । ଜନତା ତାକୁ ତତକ୍ଷଣ ସ୍ୱୀକାର କଲେ ଏବଂ ତାହା ଜନତାଙ୍କ କବିତା ରୂପେ ପରିଣତ ହେଲା ।

    140.00
    Add to cart
  • Madhushala (Harivansha Rai Bachhan)

    Madhushala (Harivansha Rai Bachhan)

    କବିର ହୃଦୟ କେବଳ କବିର ନୁହେଁ । କବିର ହୃଦୟ ଅଙ୍କରେ ତ୍ରିକାଳ ଓ ତ୍ରିଭୁବନ ଶାୟିତ । ସୃଷ୍ଟି ଦୁଗ୍ଧପାନକାରୀ ଶିଶୁଟିଏ ପରି କ୍ରୀଡ଼ାରତ ଓ ପ୍ରଳୟ ଅବୋଧ ବାଳକଟିଏ ପରି ଦୁଷ୍ଟାମି କରୁଛି । କବିର ହୃଦୟ ପ୍ରାଙ୍ଗଣ, ଶୂନ୍ୟପଥର ସଂଗୀତ, ଅନିଳର ହସ ଓ ସମୁଦ୍ରର କ୍ରନ୍ଦନରେ ପ୍ରତିଧ୍ୱନିତ । ହୃଦୟ ମନ୍ଦିରରେ ଜୀବନମରଣ ଅବିରତ ଗତିରେ ନୃତ୍ୟରତ । ଏହିସବୁ କାରଣରୁ କବିର ହୃଦୟ ତରଳିବା ସହ ସମସ୍ତ ବିଶ୍ୱ ମାଦକ ମଦିରାରେ ପରିପ୍ଳାବିତ ହୋଇଉଠିଛି । ଜଳ ସ୍ଥଳ, ଗଗନ ପବନ, ଧରା ସମୁଦ୍ର, ସ୍ୱର୍ଗ ନର୍କ, ଜଡ ଚେତନ, ରାତି ଦିନ, ବନ ଉପବନ, ନଦୀ ତଡାଗ, ମିଳନ ବିରହ, ପ୍ରଣୟ ସଂଘର୍ଷ, ଆଶା ନିରାଶା, ଜନ୍ମ ମୃତ୍ୟୁ – ସମସ୍ତ ବସ୍ତୁ ଯେଉଁମାନଙ୍କ ଅସ୍ତିତ୍ୱ ଏହି ବିଶ୍ୱରେ ଅଛି, ସେ ସମସ୍ତ ଆଜି ମଧୁଶାଳା ମଧୁଶାଳା ପ୍ରତିଭାତ ହେଉଛି ।

    220.00
    Add to cart