-
Muthae Byanga O Chenae Hasa
₹275.00“ପ୍ରତ୍ୟେକ ଭାଷା ସାହିତ୍ୟରେ ନବରସର ଅବତାରଣା ପାଠକର ମାନସିକତାକୁ କରେ ପ୍ରଭାବିତ ଓ ତଦନୁସାରେ ପାଠକ ପାଏ ସାହିତ୍ୟ ମହାସାଗରରୁ ଆନନ୍ଦ ରୂପକ ମୁକ୍ତାର ଅମୂଲ୍ୟ ବିଭବ । ବ୍ୟଙ୍ଗ ସାହିତ୍ୟ ତନ୍ମଧ୍ୟରୁ ଏକ ରୂପେ ନାମିତ କରାଯାଏ । ଏହି ପରିପ୍ରେକ୍ଷୀରେ ସୁସାହିତ୍ୟିକ କବିସୂର୍ଯ୍ୟ ବଳଦେବ ରଥ ଓ କବି ରବି ସିଂ ଆଦିଙ୍କର ଅନେକ ଉଦାହରଣ ଦେଖିବାକୁ ମିଳେ ।
ନିଜ ସମ୍ପର୍କରେ ଏ ବିଷୟରେ ଦୁଇପଦ କହିବାକୁ ଚାହିଁବି ସହୃଦୟ ମୋର ପ୍ରିୟ ପାଠକମାନଙ୍କ ଆଗରେ । ମନେପଡେ, ମୋର ଛାତ୍ର ଜୀବନରୁ ଏହିପରି କବିତା ପ୍ରତି ଏକ ଆକର୍ଷଣ ମତେ କେମିତି ଅଜାଣତରେ ମନ୍ତ୍ରମୁଗ୍ଧ କରିଥିଲା । ଅବଶ୍ୟ ନିରବଛିନ୍ନ ଭାବରେ ମୁଁ ତା’ର ସଦବ୍ୟବହାର କରିପାରିନାହିଁ ବିଭିନ୍ନ ପାରିବାରିକ ଓ ଚାକିରି ଜୀବନରେ ସମସ୍ୟା ବହୁଳତା ମଧ୍ୟରେ । ତେବେ ବିଭିନ୍ନ ବ୍ୟକ୍ତି, ବସ୍ତୁ ଓ ପରିସ୍ଥିତିର ଆଧାରରେ ଭିନ୍ନ ଭିନ୍ନ ସମୟରେ ଲେଖା, ବ୍ୟଙ୍ଗ କବିତା ସଂକଳନଟି ଆଜି ମୋର ପ୍ରିୟ ପାଠକ ପାଠିକାମାନଙ୍କୁ ଅର୍ପଣ କରିବାର ମନସ୍କତାକୁ ଏଡାଇ ପାରୁନାହିଁ । ଏଥିରୁ କେତେକ କବିତା ‘ଅମୃତାୟନ’, ‘ପଶ୍ଚିମା’, ‘ସମାରୋହ’ ଆଦି ପ୍ରତିଷ୍ଠିତ ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଛି ।”
-
My Love, My Seasons
₹200.00“My Love, My Seasons” is a collection of fifty poems of the Odia poet Shri Tapan Pattanaik, translated into English by Dr. Namita Laxmi Jagaddeb. The poems carry the poet’s leitmotif of love, loss and longing. They invariably exhibit his acute perception of a relentless Time that impedes the flow of life, love and relationship along the rotations of seasons. The poems abound with sparkling metaphors drawn from the countryside Odisha on which the poet has dispersed his agonies seeking comfort, away from the crushing force of Time. Thus, sun, moon, stars, hills, forests, lake, rivers, rains, light, shade, and many more have come alive in the poems as natural companions of the poet engaging him in intimate dialogues on love, life and the beyond. Thanks to the superb craftsmanship of the translator; she has efficiently captured the poet’s unique thoughts and feelings in an exquisitely matching diction that recreates the lyrical intensity and free flowing rhythm of the original poems.
-
My Molten Wings
₹250.00Sulekha Samantaray is a bilingual writer from Bhubaneswar, Odisha. She writes both in English and Odia and has fourteen published books to her credit. Among these are four poetry collections, four short story collections, one book of essays, one bilingual long poetry book and four books for children. Many of her English poems are included in various national and international anthologies of poems. For her contribution to literature she has received thirteen awards from different literary organizations. She had worked in the Department of Higher education, Odisha and retired in the year 2014 as Head of the department of English, Prananath Autonomous College, Khordha.
-
Mystery Of Leaves
₹200.00This updated edition book is an amalgamation of poetry and art, of friendship, and a journey of search within and a search of unspoken thoughts; to explore past and present; the strength to share and find a path to navigate forward; the scribbled lines has allowed me to explore myself.
-
Nai Arapari
₹130.00“Nai Arapari” is the second poetry collection of the poet Bhanuji Rao. Collection has thirty four poems and the last poem is the title poem. The foreword is the collection written by poet’s niece and short story writer Susmita Rath reflects the life and poetic journey of poet Bhanuji Rao.
-
Neha Paain Prema Kabita
₹180.00ପ୍ରେମ ତ କରିଥିଲି ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିଲା ବେଳେ ସେଇ ମୋଟି ଝିଅ ଝିଲ୍ଲି ସାହୁକୁ; ଯିଏ ମୋ ପ୍ରେମ ବନ୍ଧୁତ୍ୱକୁ ପିଲାଖେଳ ବୋଲି ହସରେ ଉଡାଇ ଦେଇଥିଲା । ଆଉ ଦ୍ୱିତୀୟ ଥର ପ୍ରେମ କରିଥିଲି କଲେଜରେ ପ୍ରଥମ ଦିନ, ପ୍ରଥମ ଦେଖାରେ ହିଁ ସେଇ ତନୁପାତଳି ମାରୱାଡି ଝିଅକୁ ଯିଏ ମୋ ପ୍ରେମକୁ, ହୃଦୟକୁ ପ୍ରତି ମୁହୂର୍ତ୍ତରେ କରିଚାଲିଲା ପଦାଘାତ । ଆଉ ମୁଁ ପାଗଳ ପ୍ରେମିକ ଆଜି ବି ତାକୁ ହୃଦୟ ଦେଇ ଭଲପାଏ । ଆଉ ଭଲ ପାଉଥିବି ମଧ୍ୟ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ । ସାତଜନ୍ମର କଥା ତ କହିପାରିବିନି କିନ୍ତୁ ଏ ଜନ୍ମର ଶେଷ ପର୍ଯ୍ୟନ୍ତ ସିର୍ଫ ଭଲ ହିଁ ପାଉଥିବି । ଆଉ ନେହା! ନେହା କିଏ….? ନେହା ହେଉଛି ମୋ କଳ୍ପନାର ଏକ ଅନନ୍ୟା କାବ୍ୟନାୟିକା । ଯିଏ ଆସିଛି ଗହନରାତ୍ରିର ଅନ୍ଧାରରେ ଐଶ୍ୱର୍ଯ୍ୟା ରାୟର ରୂପନେଇ ତ କେବେ ଆସିଛି ଫକୀରମୋହନ ସେନାପତିଙ୍କ ରେବତୀ ହୋଇ । ଆଉ ମୁଁ…? ମୁଁ ତ ସିର୍ଫ ପାଗଳ ପ୍ରେମିକ । କେବଳ ଭଲପାଇବା ଜାଣେ । ଦେଖିଛି ଅତି ପାଖରୁ ନାରୀର ଉଲଗ୍ନ ଶରୀର, କିନ୍ତୁ କେବେ କରିନି ସ୍ପର୍ଶ । ଆଉ ସ୍ପର୍ଶ କରିନି ବୋଲି ତ ଆଜି ହୋଇଛି ସମାଲୋଚିତ । ମନକୁ ଯାହା ଆସେ ତାକୁ ଜୋର କରି କବିତାର ଗର୍ଭରେ ଖୁନ୍ଦି ଦେଇଛି । ତୁମେ କେବେ ଦେଖିଛ ମରୁଭୂମିର ମରୀଚିକାକୁ, ଚାତକର ତୃଷ୍ଣାକୁ… ରାଧାଙ୍କ ଚରମ ବ୍ୟାକୁଳତାକୁ… କେବେ ଅନୁଭବ କରିଛ କି ବସନ୍ତର ମଳୟ ବାରିକୁ…. ସେହି ବ୍ୟାକୁଳତା । ଅନୁଭବ ମଧ୍ୟରେ ତୁମ ସ୍ୱପ୍ନର ତାଜମହଲ ଯେପରିକି ତୁମର ଅନୁପସ୍ଥିତିରେ ସୂର୍ଯ୍ୟର ଆଗମନରେ କଇଁ ମ୍ଳାନ ସେହିପରି କାହିଁକି କେଜାଣି ବ୍ୟତିବ୍ୟସ୍ତ କରେ ତୁମ ବିଚ୍ଛେଦ କେବଳ କିଛି ମୁହୂର୍ତ୍ତ ପାଇଁ କହି ପାରିବ…?
-
New Hampshire
₹250.00Robert Frost’s poetry collection was published in 1923 and won the 1924 Pulitzer Prize for Poetry. The book included several of Frost’s most well-known poems, including “Stopping by Woods on a Snowy Evening”, “Nothing Gold Can Stay” and “Fire and Ice”.
-
Nila Saraswati
₹220.00Seldom the very first book of an author has been hailed as a literary classic as “Nila Saraswati”. For nearly half a century its poems have tinted the landscape of Odia modern poetry. It is a book of love and longing which coexist with pain and nostalgia. It is like playing a game of chess with oneself, leaving an empty chair for death.
-
Niraba Nadira Sua
₹200.00କବିତା ହେଉଛି କବି ପ୍ରାଣର କଳ୍ପନା ପ୍ରସୂତ କାବ୍ୟିକ ଅଭିବ୍ୟକ୍ତି। କବିତାର କାୟାକଳ୍ପ ଗଢ଼ାହୁଏ ଭିଜା ମାଟିର ବାସ୍ନାରେ, ଜୀବନ ଜିଇଁବାର କଳାକୌଶଳରେ, ପ୍ରକୃତି ଓ ଜଗତ ପ୍ରତି ଅହେତୁକ ସ୍ନେହ, ଶ୍ରଦ୍ଧା, ମମତ୍ୱବୋଧରେ, ଭାବ, ଆବେଗ, ଲଳିତ ପଣ ଓ ପ୍ରେମର ଆଧ୍ୟାତ୍ମିକ ତଲ୍ଲୀନତା ଭିତରେ। ଭାଷା ମାଧ୍ୟମରେ ଭାବର ପରିପ୍ରକାଶ ଘଟେ, ଭାଷା ଶିଖାଏ ସାହିତ୍ୟ। ଉନ୍ନତ ମାନର କବିତା ତାକୁ ହିଁ କହନ୍ତି ଯାହା ପାଠକର ହୃଦୟକୁ ସ୍ପର୍ଶ କରେ, ତା’ର ଚିନ୍ତାଧାରାକୁ ଉନ୍ନତ କରେ, ଦୃଷ୍ଟିଭଙ୍ଗୀକୁ ବଦଳାଇ ଦିଏ, ଚେତନାର ଉଦ୍ରେକ କରାଇ ଏକ ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ନିଭାଏ।
“ନୀରବ ନଦୀର ସୁଅ”ରେ ସନ୍ନିବେଶିତ ୪୮ଟି ଯାକ କବିତା ସବୁ ଭିନ୍ନ ସ୍ୱାଦର। ଏ ସବୁ କବିତାରେ ଆଧୁନିକ ମଣିଷର ଅସହାୟତା, ଦୁଃସ୍ଥ ସାମାଜିକ ବ୍ୟବସ୍ଥାର ରୂପକଳ୍ପ, କଳ୍ପନା ଭିତରେ ବାସ୍ତବତାକୁ ବାନ୍ଧି ରଖିବାର ପ୍ରୟାସ, ନୀରବତା ଭିତରେ ଭାବାନ୍ତର ସୃଷ୍ଟି କରିବାର ଅନନ୍ୟ ଆବେଗ, ଗତିଶୀଳ ସମୟକୁ ପ୍ରତୀକାତ୍ମକ ଭାବେ ଅନୁଭବି ଜୀବନର ନିର୍ଦ୍ଦିଷ୍ଟତାକୁ ପର୍ଯ୍ୟବେକ୍ଷଣ କରିବାର ପ୍ରଚେଷ୍ଟା ଆଦି ଅତି ମାତ୍ରାରେ ପ୍ରତିଫଳିତ ହୋଇଛି।
-
Nirbachita Kabita
₹200.00An intense anthology, steeped in fearless intellect, Gayatribala Panda’s poems are a comment on her socio-political landscape and the resultant human condition. Woven in her native language, varying from its most colloquial to its richest form and her land, its soil, its people and its legacy setting up a searing backdrop for her deep words, these poems are a comment on her homeland’s greatest struggles, fissures and wounds across social categories, particularly the challenges, injustices and atrocities perpetrated against women in a largely patriarchal setup. Known for adding the human to the abstract, Gayatribala Panda gives us a slice of Odisha in verse to savour and to contemplate on.
-
Nisabda Ninada
₹150.00ଏବର ସମୟ ଖଣ୍ଡରେ କବିତାର ପ୍ରଧାନ ଉତ୍ସ ହେଉଛି ମଣିଷ । ସେହି ମଣିଷ ନିତିଦିନ କେତେ କେତେ ସୁଖ ଦୁଃଖ, ହାନିଲାଭ, ବିଷାଦ ବିରହ ଓ ଭୋକକୁ ସାମ୍ନା କରୁଥାଏ । ସେ ଭୋକ ହୋଇପାରେ ଉଦରର, ମାନସିକ ସ୍ତରର, ଜୀବନ ଜିଜ୍ଞାସାର, ସାମାଜିକ, ଆର୍ଥନୀତିକ ଓ ସାଂସ୍କୃତିକ ବିଶ୍ଲେଷଣର । ମଣିଷର ସୁବିଧା ପାଇଁ ଯେଉଁ ଅନୁଷ୍ଠାନ ସମୂହ ଗଢ଼ାଯାଇଛି, ଆବଶ୍ୟକ ବେଳେ ସେ ସଂସ୍ଥା ସହଯୋଗ, ଆନ୍ତରିକତା ଓ ଅନ୍ତରଙ୍ଗତାର ହାତ ପ୍ରସାରଣ କରେ ନାହିଁ । ସୁତରାଂ ବୃହତ୍ତର ଜନଜୀବନ ଅସହାୟ ଓ ଅନିଶ୍ଚିତତା ମଧ୍ୟରେ ଜିଇଁବାକୁ ବାଧ୍ୟ । Micro ଦୃଷ୍ଟିରୁ ସବୁ ଠିକ୍]ଠାକ୍ ଥିଲା ଭଳି ଭ୍ରମସୃଷ୍ଟି ହେଉଥାଏ, କିନ୍ତୁ Micro ଦୃଷ୍ଟିରୁ ନିରୀକ୍ଷଣ କଲେ, ମଣିଷର ଦୁଃଖ, ଦୁର୍ଦ୍ଦଶାର ଅନ୍ତ କାହିଁ? ଦୁଃଖର ଉପତ୍ୟକାରେ ସେ ଏକାଏକା ଉଦାସ ଓ ନିର୍ଲିପ୍ତ । କହିବା ବାହୁଲ୍ୟ, ଜୀବନର ପରିସର ଏତେ ବ୍ୟାପକ ଯେ କବିତା ମାଧ୍ୟମରେ ସେ ସବୁର ଅବତାରଣା ଅସମ୍ଭବ । ଶବ୍ଦ ଯେତେବେଳେ କ୍ଲାନ୍ତ ଓ ନିସ୍ତେଜ ହୋଇଯାଏ, ସେତେବେଳେ ନିଃଶବ୍ଦ, ଜାଗ୍ରତ ହେବା ସଙ୍ଗେସଙ୍ଗେ ସକ୍ରିୟ ହୋଇଥାଏ । ଅନ୍ୟ ଅର୍ଥରେ ଶବ୍ଦର ଯେତିକି ଶକ୍ତି ଅଛି ନିଃଶବ୍ଦର ତା’ଠାରୁ ଅଧିକ ଶକ୍ତି ଅଛି । ଏଠି ବାଗଡ଼ାମ୍ବର ନାହିଁ, ଗଳାଫଟା ଚିତ୍କାର ନାହିଁ, ଅଛି କେବଳ ମୌନ, ନିରବତାର ଭାଷା, ଯାହା ବଡ଼ମଥା ଠାରୁ କୋଟିକୋଟି ମଣିଷର ଅବଚେତନକୁ ଭେଦିଯାଏ । ସେଇଠୁ ଆରମ୍ଭ ହୁଏ ଉପଶମର ରାସ୍ତା । Inter War Period ରେ ଯେତେବେଳେ ମଣିଷ ସମାଜ ଭୟାବହ ବେରୋଜଗାରୀ, ଅତି ସ୍ଫୀତି (hyperinflation), ଚାହିଦା ସଂକୋଚନକୁ ସାମ୍ନା କରୁଥାଏ, ଠିକ୍ ସେତିକିବେଳେ ନିଃଶବ୍ଦ ଶୋଭାଯାତ୍ରାର ଲମ୍ବା ଲମ୍ବାଧାଡ଼ି ବିଶ୍ୱ ମଗଜକୁ ତରଳେଇ ଦେଇଥିଲା । ନିଃଶବ୍ଦତାର ଗର୍ଭ ଜରାୟୁରୁ ଜନ୍ମ ନେଇଥିଲା କେତେକେତେ ନୂଆ ଫର୍ମୁଲା । ସୁତରାଂ, ଶବ୍ଦ, ନିଃଶବ୍ଦ, କୋଳାହଳ ଓ କମନୀୟତା ହେଉଛି ଜଡ଼ତା ବିରୁଦ୍ଧ ଏକ ଆହ୍ୱାନ । ସେହି ଆହ୍ୱାନ ପ୍ରତିକ୍ଷେତ୍ର ପାଇଁ ପ୍ରଯୁଜ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ ।
-
Nisanga Iswari O Anyanya Kabita
₹225.00This collection has fifty poems from poet’s previous published collections Abyakta Atatayee, Asati, Nisabdare, Atithi, Purnatama, Jhia Paain Jharkatie, Nastanaree, Tirthajatra, Maa`ra Kandana Gita, Nijaku Khojila Bele, Yogini Gita, Ebe Mun Premare, and Agni Kamalini selected by the poet for global Odia poetry lovers.