-
Kahlil Gibran Popular Works: The Prophet, The Madman, The Forerunner, Prose Poems
₹350.00This Collection includes Gibran’s most popular works including
– The Prophet, 1923
– The Madman: His Parables and Poems, 1918
– The Forerunner: His Parables and Poems, 1920
– Prose Poems, 1934
-
Kalajayee Odia Kabita
₹360.00କବିତା ହେଉଛି ବାସ୍ତବତାର କଳାତ୍ମକ ଅଭିବ୍ୟକ୍ତି । ସେ ଯୁଦ୍ଧ ହେଉ କି ପ୍ରେମ, ବିରାଗ ହେଉ କି ସମ୍ମୋହନ, ସ୍ୱପ୍ନ ହେଉକି ବାସ୍ତବତା, ଦୁଃଖ ହେଉକି ସୁଖ, ମୋହ ହେଉକି ମୁକ୍ତି – ସବୁର ନିର୍ମମ ବାସ୍ତବତାକୁ ଯେଉଁ କବି ନିଜେ ଚିହ୍ନି ଅନ୍ୟକୁ ଚିହ୍ନେଇ ଦେବା ସହିତ ସାର୍ବକାଳିକ ସତ୍ୟର ପ୍ରତିଷ୍ଠା ଦିଏ ତାର ଶବ୍ଦଶକ୍ତି ମାଧ୍ୟମରେ ସେତେବେଳେ ତା’ର କବିପଣ ସାର୍ଥକ ହୋଇଯାଏ ଏବଂ ସେହି ସୃଷ୍ଟି କାଳଜୟୀ ସୃଷ୍ଟି ଭାବରେ ଆଦୃତି ଲାଭ କରେ । ମଣିଷର ଜୀବନ ହିଁ ଏ କବିତାର ଶାଶ୍ୱତ ପୁଞ୍ଜି । ସମୟର ବିବର୍ତ୍ତିତ ଧାରାରେ ନାନା ଚିନ୍ତାଚେତନାର ସଂଘର୍ଷରେ ବିଶ୍ୱ ଯେତେବେଳେ କଡ ଲେଉଟାଏ, ସେତେବେଳେ ସମାଜ, ସଂସ୍କୃତି, ରାଜନୀତି ତଥା ସାହିତ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ଏହି ବିବର୍ତ୍ତିତ ମୂଲ୍ୟବୋଧର ଜୀବନ୍ତ ସାକ୍ଷୀ ହେଉଛି କାଳଜୟୀ କବିତା । ଏହି ସାର୍ବିକ ଦୃଷ୍ଟିରୁ ‘ଶହେଟି କାଳଜୟୀ ଓଡିଆ କବିତା’ ଆଧୁନିକ ଓଡିଆ କବିତାର ଏକ ସାର୍ଥକ ସଂକଳନ । ଏଥିରେ ୧୮୪୩ରୁ ୧୯୫୦ ମସିହା ମଧ୍ୟରେ ଜନ୍ମଗ୍ରହଣ କରିଥିବା କବିଙ୍କର ପ୍ରତିନିଧି ସ୍ଥାନୀୟ (ଶ୍ରେଷ୍ଠ ଭାବଦ୍ୟୋତନା ଓ ରୂପ ବୈଚିତ୍ର]୍ୟ ଦୃଷ୍ଟିରୁ ) କାବ୍ୟାଂଶ ବା କବିତା ଅନ୍ତର୍ଭୁକ୍ତ କରାଯାଇଛି । Poets include: Fakir Mohan Senapati, Radhanath Ray, Gobind Rath, Bhima Bhoi, Madhusudan Rao, Gangadhar Meher, Chintamani Mohanty, Nanda Kishore Bal, Gopabandhu Das, Nilakanth Das, Padmacharan Pattanayak, Godabarisha Mishra, Laxmikant Mohapatra, Birakishor Das, Banchhanidhi Mohanty, Godabarisha Mohapatra, Kuntala Kumari Sabat, Kalindi Charan Panigrahi, Annada Shankar Ray, Baikunthanath Patnaik, Mayadhar Mansinha, Khageswar Seth, Nirmala Devi, Radhamohan Gadnayak, Krushna Chandra Tripathy, Ananta Patnaik, Laxmidhar Nayak, Kunjabihari Dash, Sachidananda Routray, Gyanidra Burma, Raghunath Das, Binod Chandra Nayak, Manmohan Mishra, Banchhanidhi Das, Guruprasad Mohanty, Gopal Chandra Mishra, Benudhar Rout, Janaki Ballabha Mohanty, Bhanuji Rao, Bidyut Prabha Debi, Hemakanta Acharya, Satyananda Champatiray, Chintamani Behera, Jayant Mahapatra, Durga Charan Parida, Umashankar Panda, Rabi Singh, Krushna Charan Behera, Jibanananda Pani, Ramakant Rath, Brahmotri Mohanty, Sarat Chandra Pradhan, Manorama Mohapatra, Murari Jena, Kamalakanta Lenka, Mangulu Charan Biswal, Srinibas Udgata, Nrusingh Kumar Rath, Jagannath Prasad Das, Brajanath Rath, Bibhudutta Mishra, Sitakant Mohapatra, Bibekananda Jena, Sourindra Barik, Deepak Mishra, Banshidhar Sarangi, Harihar Mishra, Prasanna Kumar Mishra, Soubhagya Kumar Mishra, Shailaja Rabi, Nityananda Nayak, Praharaj Satyanarayan Nanda, Saroj Ranjan Mohanty, Laxminarayan Mohapatra, Dillip Das, Prabhakar Satpathy, Pramod Kumar Mohanty, Niranjan Padhi, Rajendra Kishore Panda, Phani Mohanty, Pratibha Satpathy, Haraprasad Das and many more.
-
Kallolini
₹380.00Kallolini is a collection of poems of the poet Nirupama Devi. Based on her real life experience, poems are composed over 50 years. The collection has 120 poems in the first part and many short poems in the second part.
-
Kalpakallola
₹250.00ଏ ଯୁଗଳବନ୍ଦୀ ପୁସ୍ତକର ବିଷୟବସ୍ତୁକୁ ଚାରିଭାଗରେ ସଜାଯାଇଛି, ଯଥା [କ] ରାଗ ଅନୁରାଗ [ଖ] ଭାବ ଅନୁଭାବ [ଗ] ରଙ୍ଗ ତରଙ୍ଗ [ଘ] ସ୍ମୃତି ଅନୁଭୂତି
କବିତା ଭିତରେ ବିବିଧତାର ପରିପ୍ରକାଶ ପାଇଁ କିଛି ଭିନ୍ନ ଧରଣର ଶବ୍ଦ ସଜ୍ଜା କରାଯାଇଛି । ସରଳ ଭାବ ଓ ଶବ୍ଦବିନ୍ୟାସ ସହ ସାଧୁଶବ୍ଦର ପ୍ରୟୋଗ ମଧ୍ୟ ହେଇଛି । ମୂଖ୍ୟତଃ ଜଣକ ଦ୍ବାରା ଲିଖିତ ପ୍ରତିଟି କବିତାର ଶେଷ ପଂକ୍ତି ବା ଶେଷ ଶବ୍ଦ ଅନ୍ୟ ଜଣକର ପ୍ରାରମ୍ଭ ଶବ୍ଦ ବା ପଦଭାବେ ବ୍ୟବହାର କରି ଲେଖାକୁ ଆଗକୁ ନିଆଯାଇଛି । କେଉଁଠି ପ୍ରତି ଧାଡିର ପ୍ରାରମ୍ଭ ଗୋଟିଏ ଅକ୍ଷରରେ ଅଛି ତ କେଉଁଠି ପ୍ରତି ଧାଡିର ଶେଷଶବ୍ଦ ପରବର୍ତ୍ତୀ ଧାଡିର ପ୍ରଥମଶବ୍ଦ ଭାବେ ବ୍ୟବହୃତ ହେଇଛି, ଯଦିବା ଭାବନାର ପ୍ରବାହ ଅବ୍ୟାହତ ଅଛି । ଏତଦ୍ ବ୍ୟତୀତ ଚେଷ୍ଟା କରିଛୁ ଦୁହେଁ ପ୍ରତ୍ୟେକ କବିତାକୁ ଲେଖନୀ ମାଧ୍ୟମରେ ଆମ ବାସ୍ତବଭାବନାର ରୂପ ଦେଇ, ସ୍ଵପ୍ନର ରଙ୍ଗ ମାଖି, କଳ୍ପନାର ଭୂଷଣରେ ସଜାଇ କବିତାକାମିନୀଟିକୁ ମୂର୍ତ୍ତୀମନ୍ତ କରିବା ପାଇଁ ।
ଏକ ସରମୀ ଲତିକା ଯେପରି ଏକ ବିଶାଳ ତରୁରେ ନିଜକୁ ଅନାୟାସରେ ଜଡାଇ ଧରେ, ସେମିତି ହୃଦୟ ରୂପୀ ଉପବନର ଭାବତରୁରେ କବିତା ରୂପକ ଲତା ନିଃସଂକୋଚରେ ଆଗକୁ ମାଡି ବିକାଶୋନ୍ମୁଖୀ ହୁଏ । ଅନ୍ତରର ଭାବନାକୁ ସଠିକ୍ ଭାବେ ଉପଯୁକ୍ତ ଶବ୍ଦ ବିନ୍ୟାସ ଦ୍ବାରା ରୂପ ଦେବାପାଇଁ ମନ ଭିତରେ ଖେଳୁଥିବା ରାଗ ରଞ୍ଜିତ ଅନୁରାଗ, ଭାବଭରା ଅନୁଭାବର ସମନ୍ବୟତା, ସ୍ଵତଃ ସୃଷ୍ଟି ହେଇଥିବା ବହୁବିଧ ରଙ୍ଗର ଅନାହତ ତରଙ୍ଗ ସହ ନିଜର ବହୁମୂଲ୍ୟ ସ୍ମୃତି ସମ୍ବଳିତ ଅନୁଭୂତିକୁ ଏକତ୍ର କରି ସଜେଇଛୁ ଏ ଯୁଗ୍ମ ସାରସ୍ଵତ ଅର୍ଘ୍ୟ ।
ମାନସପଟରେ ସଞ୍ଚିତ ଆବେଗର ଏକ ତରଙ୍ଗାୟିତ ଆଲୋଡନ, ସ୍ଵପ୍ନାବିଷ୍ଟ ତଥା ଆନନ୍ଦମୟ, ଏକ ଅବ୍ୟକ୍ତ ଭାବନାର ଶବ୍ଦମାଧ୍ୟମରେ ପରିପ୍ରକାଶ ହେଉଛି ଏଇ ମାନସପୁତ୍ରୀ କଳ୍ପକଲ୍ଲୋଳ, ଏକ ଅନନ୍ୟ ଯୁଗଳବନ୍ଦୀ । ଆଶା ଓ ବିଶ୍ବାସ ଯେ ପ୍ରେରଣାର ଉତ୍ତୁଙ୍ଗ ଉତ୍ସରୂପୀ ଆମ ରସିକ ପାଠକ ବର୍ଗ ଏ ଅର୍ଘ୍ୟକୁ ଆଗ୍ରହରେ ସ୍ବୀକାର କରିବେ ।
-
Kete Dinara
₹190.00ପ୍ରତ୍ୟେକ ଉଲ୍ଲେଖଯୋଗ୍ୟ ସାହିତ୍ୟରେ ପ୍ରଶ୍ନ ପଚରାଯାଏ । ସେ ପ୍ରଶ୍ନ ଶୁଣିବାକୁ ସମସ୍ତେ, ଏପରି କି ସ୍ୱୟଂ ଈଶ୍ୱର ମଧ୍ୟ ଶୁଣିବାକୁ ବାଧ୍ୟ । ସେ ପ୍ରଶ୍ନଗୁଡ଼ିକ ଏକାଧାରରେ ସରଳ ଓ ଜଟିଳ । ଛୋଟ ଛୁଆଟିଏ ମରିଗଲେ ସେ ସାହିତ୍ୟ ସମଗ୍ର ବିଶ୍ୱକୁ କାଠଗଡ଼ାରେ ଠିଆ କରାଇଦିଏ । କୌଣସି ଅହେତୁକ ଶାସ୍ତିରେ କେହି ନିର୍ଯ୍ୟାତିତ ହେଲେ ସେ ସାହିତ୍ୟ ସଚରାଚରଠାରୁ କୈଫିୟତ୍ ତଲବ୍ କରେ । ସାହିତ୍ୟିକ ଦୃଷ୍ଟିରେ ସଭ୍ୟତା ହେଉଛି ପ୍ରଶ୍ନ ପଚାରିବାର ସ୍ୱାଧୀନତା ଏବଂ ଯେଉଁଦିନ ଆଉ ପ୍ରଶ୍ନ ପଚରାଯାଉନାହିଁ- ସେଦିନ ସଭ୍ୟତାର ପରିସମାପ୍ତି ଘଟିଛି ବୋଲି ଧରିନିଆଯାଇପାରେ । ଯଦି ସାହିତ୍ୟିକ ପ୍ରଶ୍ନ ପଚାରିବାର ଐତିହ୍ୟରୁ ନିଜକୁ ଅଲଗା କରି ରଖେ ବା କୋଳାହଳମୟ ପ୍ରଶଂସା ଭିତରେ ନିଜର ସ୍ୱର ଲୀନ ହେବାକୁ ଛାଡ଼ିଦିଏ, ସେ ଆଉ ସାହିତ୍ୟିକ ହୋଇ ରହିବ ନାହିଁ; ହେବ ଏକ ଉଚ୍ଚାଙ୍ଗ ପରମ୍ପରାର ମଡ଼ାଚଣ୍ଡିଆ ।
ଯେତେବେଳେ ଏପରି ପରିସ୍ଥିତି ଉପୁଜେ, ଯେତେବେଳେ ଆଉ ପ୍ରଶ୍ନ ପଚରାଯାଏ ନାହିଁ ଏବଂ ସବୁଆଡ଼େ ହାଟବଜାରରେ କୋଳାହଳ ଶୁଭେ, ସେତେବେଳେ ସାହିତ୍ୟ ଲେଖାଯିବ ନିଶ୍ଚୟ, କିନ୍ତୁ ସେ ସାହିତ୍ୟର ସଭ୍ୟତା ସହିତ ସମ୍ପର୍କ ପ୍ରାୟ ରହିବ ନାହିଁ । ଗଲା କେତେବର୍ଷ ଭିତରେ ପୃଥିବୀର ଛାପାଖାନାମାନଙ୍କରୁ ଯେତେ ସାହିତ୍ୟ ବାହାରିଛି ଇତିହାସରେ ତାର ପଟାନ୍ତର ନାହିଁ, କିନ୍ତୁ ସେଗୁଡ଼ିକ ଭିତରୁ ଅଧିକାଂଶ ଅଳ୍ପ କେତେଦିନ ପରେ ନିଶ୍ଚିହ୍ନ ହୋଇ ଯାଇଛନ୍ତି । ତାର କାରଣ ହେଉଛି, ସେଗୁଡ଼ିକ ଆମ ସଭ୍ୟତାର ଅଂଶ ନୁହଁନ୍ତି, ବରଂ ତାର ପ୍ରତିକୂଳପନ୍ଥୀ । ସେଗୁଡ଼ିକର ରଚୟିତାମାନଙ୍କର କିଛି କିଛି କଳ୍ପନାଶକ୍ତି ଏବଂ ଭାଷାବିନ୍ୟାସରେ ପଟୁତା ଥିଲା, କିନ୍ତୁ ଯେଉଁ ଯନ୍ତ୍ରଣାବୋଧ ଆମକୁ ଏପରି ଏକ ଜାଗାକୁ ନେଇଯାଏ ଯେଉଁଠାରେ ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ଏକାକାର ଏବଂ ଯେଉଁଠାରେ ମନୁଷ୍ୟର ଭାଗ୍ୟ ହିଁ ଏକମାତ୍ର ପ୍ରସଙ୍ଗ ତାହା ଏ କଳ୍ପନାଶକ୍ତିକୁ ବ୍ୟାପ୍ତ ଓ ମାର୍ଜ୍ଜିତ କରିନାହିା । – ରମାକାନ୍ତ ରଥ
-
Khali Hatare
₹150.00ମନୋରଞ୍ଜନର କବିତା ‘ଚାହାରେ ଟିକେ ସର ପକେଇଲା ପରି’ ।
– ଜୟନ୍ତ ମହାପାତ୍ର
ମନୋରଞ୍ଜନ ‘ଅଳ୍ପ ଲେଖି ସିଦ୍ଧ’ ।
– ରାଜେନ୍ଦ୍ର କିଶୋର ପଣ୍ଡା
କୌଣସି ବାଦ, ତତ୍ତ୍ୱ ବା କୌଣସି ନିର୍ଦ୍ଦିଷ୍ଟ ବିଚାରଧାରାର ଊର୍ଦ୍ଧ୍ୱରେ ବିଶେଷକରି, ଚାପମୁକ୍ତ ମନୋରଞ୍ଜନର କବିତା ।
– ରାମଚନ୍ଦ୍ର ବେହେରା
କବିତା ‘ଜେଜେଙ୍କ ଚଷମା’ର ଗୋଟେ ଗୋଟେ ଧାଡ଼ି ଗୋଟେ ଗୋଟେ ପୃଷ୍ଠାରେ ରଖି ଏକ ଚିତ୍ର କବିତା ସଂକଳନଟେ କରାଯାଇପାରେ ।
– ପ୍ରକାଶ କୁମାର ପରିଡ଼ା
ମନୋରଞ୍ଜନର କବିତା ପୃଥିବୀକୁ ବାରମ୍ବାର ଫେରିବାର ପ୍ରତିଶ୍ରୁତି ଦିଏ, ମୋକ୍ଷ ପାଇଁ ଗୁହାରି କରେ ।
– ଅତୁଲ ବଳ
-
Khamosh Lamhe
₹200.00सहज, सरल बोलेजाने वाली भाषा के अतिरिक्त,हिंदी साहित्य में मेरा ज्ञान बहुत सीमित है। आशा है पाठक इस बात को ध्यान में रखकर मेरी कविताओं को समझने की कोशिश करेंगे । मेरी कवितायें मेरे अंतर्मन की अभिव्यक्ति है । कुछ अनुभूति,कुछ स्मृति थोडी सी काल्पनिक, कुछ अभिलाषा, ये सबका मिलाजुला एक चित्र है । जीवन के उतार- चढ़ाव में, समय और उम्र का हिसाब रखना कभी-कभी मुश्किल लगता है । पर कुछ ऐसे वक्त और घटनाएं (निजी व सामाजिक) होती हैं जो दिल पर गहरा छाप छोड़ जाती हैं । मेने उन्हीं अनुभूतिओं को शब्द में कैद करने की कोशिश की है । पुस्तक में मेरे स्वयं के द्वारा बनायी हुयी कुछ चित्र भी शामिल है आशा है ये छोटी सी पुस्तक “खामोश लम्हे” पाठकों के मनोरंजन करने में समर्थ होगी । — दीप्ति मिश्रा
-
Khetapurana
₹120.00ନିଃସନ୍ଦେହରେ “ଖେତପୁରାଣ” ଅଖିଳଙ୍କ ଏକ ଅନବଦ୍ୟ କୃତି । ଏଥିରେ ସନ୍ନିହିତ ପ୍ରତେକ୍ୟଟି କବିତା କାହାଣୀ ଧର୍ମୀ । କବିତାର ଶବ୍ଦଚର୍ଯ୍ୟା ସରଳ ଓ ଲୌକିକତାରେ ସୌନ୍ଦର୍ଯ୍ୟବନ୍ତ । ଲକ୍ଷଣୀୟ ଭାବରେ ଏଥିରେ କଳାହାଣ୍ଡି ମାଟିର ଭାଷାର, ମୂଳନିବାସୀ ସଂସ୍କୃତିର ସମସ୍ତ ସରଳ ମାଧୁର୍ଯ୍ୟକୁ ଭେଟିହୁଏ । ସର୍ବୋପରି କବିତାଗୁଡ଼ିକରେ ଲୋକଗୀତଛନ୍ଦର ସଫଳ ପ୍ରୟୋଗ ଓ ପ୍ରତିଫଳନ ଓଡ଼ିଆ ସାହିତ୍ୟ ପାଇଁ ଅବଶ୍ୟ ଦୃଷ୍ଟାନ୍ତମୂଳକ ଭାବରେ ଅଭିନବ ଶ୍ରୁତି ସୁଖଦ । “ଖେତପୁରାଣ” ପ୍ରଚଣ୍ଡ ପ୍ରତିସ୍ପର୍ଦ୍ଧା ସହ ନିମ୍ନଜନର ସାଂସ୍କୃତିକ ସୌନ୍ଦର୍ଯ୍ୟଶାସ୍ତ୍ରକୁ କେବଳ ରୁଦ୍ଧିମନ୍ତ କରେ ନାହିଁ, ବ୍ରାହ୍ମଣ୍ୟବାଦୀ- ପୁଞ୍ଜିବାଦୀ ବ୍ୟବସ୍ଥା ବିରୁଦ୍ଧରେ ଏକ ଜୀବନ୍ତ ପ୍ରତିରୋଧକୁ ଆଗେଇ ନେବାର କାବ୍ୟିକ ସାମର୍ଥ୍ୟ ରଖେ । “ଖେତପୁରାଣ”ରେ ମୂଳନିବାସୀର ଅସ୍ମିତାବୋଧ ଏକ ଶ୍ରେଣୀ ସଂଘର୍ଷରେ ପ୍ରତିଷ୍ଠିତ ହୁଏ । ଏଥିରେ ସନ୍ନିହିତ ଯେକୌଣସି କବିତା ଆମୂଳଚୂଳ ଏହାର ସୁଦୃଷ୍ଟାନ୍ତ, ଯାହା ସାଧାରଣ ପାଠକଟିଏ ମଧ୍ୟ ହୃଦ୍]ବୋଧ କରିପାରେ । ଯେତେବେଳେ କବିତା ପାଠକଠାରୁ ଦୂରେଇଯାଉଛି ବୋଲି ହୁରିପଡ଼ିଛି, ଖେତପୁରାଣ ସେହି କୁଣ୍ଠିତ ଧାରା ବିପକ୍ଷରେ ଏକ ଶକ୍ତିଶାଳୀ ବିକଳ୍ପ ସୃଜନ ବୋଲି କୁହାଯାଇପାରେ । ଓଡ଼ିଆ କାବ୍ୟ ସାହିତ୍ୟରେ ଅଖିଳଙ୍କ ଏହି ସଂକଳନସ୍ଥ କବିତାଗୁଡ଼ିକ ଜନବାଦୀଧାରାର ଏକ ଏକ କ୍ଲାସିକ୍ ସୃଷ୍ଟି ରୂପରେ ନିଶ୍ଚୟ ଜନାଦୃତ ହେବ ।
-
Kichhi Kabita Kichhi Nirabata
₹160.00This collection has fifty contemporary poems, and each poem is a pleasure reading. The poet engages the readers in complex and subtle questions about desire, loss and hope where the limits of language and love are inevitable and ineffable. Each poem sings with an evocative call for living well in the world.
-
Krushnabarna Janha O Anyanya Kabita
₹170.00ସମାଜରେ ସାହିତ୍ୟର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ସେଥିରେ ତିଳେମାତ୍ର ଦ୍ୱନ୍ଦ୍ୱର ଅବକାଶ ନାହିଁ । ମୋର ସ୍ୱଳ୍ପ ଅଧ୍ୟୟନରୁ ମୁଁ ଏତିକି ବୁଝିଛି ଯେ ଏକ ସୁସ୍ଥ ଓ ପରିପକ୍ୱ ସମାଜ ଗଠନ କରିବାରେ, ମଣିଷକୁ ସମ୍ବେଦନଶୀଳ କରି ଗଢ଼ି ତୋଳିବାରେ ସାହିତ୍ୟର ଅବଦାନ ଅନନ୍ୟ । ସାହିତ୍ୟର ସାରସ୍ୱତ ସାଧକମାନଙ୍କର ପ୍ରଚେଷ୍ଟା ବଳରେ ବିଶ୍ୱ ଇତିହାସରେ କେତେ କେତେ ବୈପ୍ଳବିକ ସଂସ୍କାର ସମ୍ଭବ ହୋଇପାରିଛି । “ତରବାରୀଠାରୁ କଲମର ବଳ ବେଶୀ’ ଏକଥା ବି ସର୍ବସମ୍ମତିରେ ସର୍ବସାଧାରଣରେ ଗ୍ରାହ୍ୟ । ସୁତରାଂ ଜଣେ ଲେଖକଙ୍କର ଦାୟିତ୍ୱ କେବଳ ନିଜର ବ୍ୟକ୍ତିଗତ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ଏବଂ ପାଠକପାଠିକାଙ୍କ ମନୋରଞ୍ଜନ କରିବାରେ ସୀମିତ ରହେ ନାହିଁ, ବରଂ ତାଙ୍କ ସର୍ଜନା ମାଧ୍ୟମରେ ବ୍ୟବସ୍ଥାକୁ ବଦଳାଇବାର ଭରପୁର ପ୍ରୟାସ ଥାଏ ବା ରହିବା ଆବଶ୍ୟକ ।
ନିଜକୁ କବି କିମ୍ବା ଲେଖକ ବୋଲି କହିବାର ଦୁଃସାହସ କେବେ କରିବି ନାହିଁ । ଏ ବହିରେ ଯାହା କିଛି ଲେଖା ସ୍ଥାନ ପାଇଛି ସେଗୁଡ଼ିକୁ କବିତାର ଆଖ୍ୟା ଦିଆଯାଇ ପାରିବ କି ନାହିଁ ତା’ର ବିଚାର ବି ମୁଁ ପାଠକପାଠିକାମାନଙ୍କ ଉପରେ ଛାଡ଼ି ଦେଇଛି । ଏଥିରେ ଥିବା ଲେଖାଗୁଡ଼ିକ ଭିନ୍ନଭିନ୍ନ କଥାବସ୍ତୁ ଉପରେ ଆଧାରିତ । ଏସବୁର ସ୍ରଷ୍ଟା ହିସାବରେ କେବଳ ଏତିକି କହିବି ଯେ ଯେଉଁସବୁ ଭାବନା ମୋ ଛାତି ଭିତରେ ଉଙ୍କି ମାରୁଥିଲେ, ମୋ ନିସଙ୍ଗତାରେ ମୋ ଭିତରେ ଆଲୋଡ଼ନ ସୃଷ୍ଟି କରୁଥିଲେ, ସେସବୁକୁ ସାଦାକାଗଜର ଛାତି ଉପରେ ଢାଳି ଦେଇଛି । ଯେଉଁସବୁ ଅନୁଭୂତି ମୋ ଦେହ ମନରେ ରୋମାଞ୍ଚ ଭରି ଦେଇଛି, ଯେତେ ଯେତେ ଘଟଣା ମୋ ଆତ୍ମାକୁ ଆନ୍ଦୋଳିତ କରିଛି ଓ ଯେଉଁସବୁ କଥା ମୋତେ ବ୍ୟଥିତ କରିଛି, ସେସବୁକୁ ସିଧାସିଧା ବ୍ୟକ୍ତ କରିଦେଇଛି । ଯାହା ବି ଲେଖିଛି ଶୁଦ୍ଧ ଆଶା ଓ ଆକାଂକ୍ଷା ନେଇ ଲେଖିଛି ।
ପରିଶେଷରେ ଆପଣମାନଙ୍କୁ ସବିନୟ ନିବେଦନ କରିବି ଯେ ଯଦି ମୋର ଏହି ଲେଖାଗୁଡ଼ିକର ଭାବବସ୍ତୁ ଆପଣମାନଙ୍କ ମନକୁ ଛୁଏଁ ତେବେ ସେଗୁଡ଼ିକୁ ବହୁତ ସାରା ଭଲପାଇବା ଦେବେ ଏବଂ ମୋତେ ଆଶୀର୍ବାଦ କରିବା ହେବେ । ଲେଖାଗୁଡ଼ିକ ଭଲ ନଲାଗିଲେ କ୍ଷମା କରିଦେବେ । ଧନ୍ୟବାଦ ।
-
Kshyamatara Khia
₹180.00“ମୁଁ ହିଁ ସର୍ବେସର୍ବା” ରୂପୀ ଏକ ମାନସିକ ରୋଗ ସେଇ ସମସ୍ତ ମଣିଷମାନଙ୍କୁ ଗ୍ରାସ କରିଛି ଯାହାଙ୍କ ପାଖରେ କ୍ଷମତା ରହିଛି କୌଣସି ନା କୌଣସି ରୂପରେ। ତେବେ ଏ କ୍ଷମତାର ଖିଅ ବାସ୍ତବରେ କୋଉଠି ଯାଇ ସରିଛି? ଯାହା ମୁଁ ଜୀବନର ସଂକ୍ଷିପ୍ତ ଅନୁଭୂତିରୁ ବୁଝିଛି ତାହା କ’ଣ ଆପଣମାନେ ମଧ୍ୟ ଉପଲବ୍ଧି କରିଛନ୍ତି? ମୋର ଦୃଢ଼ ବିଶ୍ବାସ ଆପଣମାନଙ୍କ ମଧ୍ୟରୁ ଅନେକେ ଦେଖିପାରିଥିବେ ପୂର୍ଣ୍ଣଚ୍ଛେଦର ପୂର୍ଣ୍ଣାଙ୍ଗ ଅବସ୍ଥା।
-
Kumara Sambhaba
₹320.00Kumārasambhavam is an epic poem by Kālidāsa. It is widely regarded as the finest work of Kalidasa as well as the greatest kāvya poem in Classical Sanskrit. The style of description of spring set the standard for nature metaphors pervading many centuries of Indian literary tradition.