-
Timeless Tales in Translation: A Representative Anthology of Bengali and Hindi Short Stories
₹350.00‘Timeless Tales in translation’ brings together selected short stories (in translation) of the various Bengali and Hindi/Urdu writers from the Indian subcontinent. It includes the notable works of the most well-known Indian writers- Swarnakumari Devi, Rabindranath Tagore, Munshi Premchand, Jaishankar Prasad, Sarat Chandra Chatterjee and others. The stories selected contain some of the most groundbreaking, progressive, and thought-provoking writing in Indian Literature from 1855 to 1955, considered as an important period in the literary history of the subcontinent. A complex body of literature emerged in India during this period. The stories, chosen from that interesting period, cover a wide variety of subjects from historical to social to moral and they give us a glimpse of an intimate portrait of life, bringing out a meticulous picture of rural, semi-feudal India, in the colonial times.
-
Tini Ostad
₹150.00ସ୍କୁଲରେ ପାଠ ପଢୁଥିବା ତିନିଟି ଭାଇଭଉଣୀଙ୍କର ଦୁଃସାହସିକ କୌତୂହଳର କାହାଣୀ ହେଉଛି ‘ତିନି ଓସ୍ତାଦ୍]’ । ଓଲ୍]ଟୁ, ପାଲ୍]ଟୁ ଓ ଢୋଲ୍]କି ସ୍କୁଲ୍]ବ୍ୟାଗ୍ ଧରି ପାଠପଢ଼ିବା ଆଳରେ ବଣଭୋଜି କରିବାକୁ ଚାଲିଯାଆନ୍ତି ପାଖ ଜଙ୍ଗଲକୁ । ସେଠାରେ ଭାତ, ଡାଲି, ପରିବା ସିଝାଇ ଅଲଣା ଖେଚୁଡ଼ି ରାନ୍ଧି ମହାଖୁସି । ଭୋକିଲା ପେଟରେ ତିନିଟି ପତରରେ ଖେଚୁଡ଼ି ବାଢ଼ି ଖାଇବସିଲାବେଳକୁ ଭୋକିଲା କୁକୁର ଛୁଆଟିଏ କୁଁ କୁଁ ହୋଇ ପାଖରେ ପହଞ୍ଚେ । ସ୍ନେହରେ, ଦୟାରେ ନିଜ ପତରରୁ ଖାଦ୍ୟ ନେଇ ଆଉ ଗୋଟିଏ ପତ୍ର ବାଢ଼ନ୍ତି କୁକୁରଛୁଆ ପାଇଁ । ହାଲିଆ ହୋଇ ଶୋଇପଡ଼ନ୍ତି । ନିଦ ଭାଙ୍ଗିଲାବେଳକୁ ଜଙ୍ଗଲ ଭିତର କିଟ୍]କିଟ୍ ଅନ୍ଧାର ରାତି । କେମିତି ଘରକୁ ଫେରିବେ? କୁକୁରଟି ବାଟ କଢ଼ାଏ । ସ୍ନେହର ମୂଲ୍ୟ ସେ ବୁଝେ । ସକାଳ ପାହିଲାବେଳକୁ ସେମାନେ ପହଞ୍ଚନ୍ତି ଏକ ଅଜଣା ସହରରେ ।କାରଣ କୁକୁରଟି ସେମାନଙ୍କୁ ବିରୀତ ଦିଗରେ ବାଟ କଢ଼ାଇଥିଲା, ଅନ୍ୟ ଦିଗରେ ବାଘ ମାତିଛି ବୋଲି । ଏଇଠାରୁ ଆରମ୍ଭ ହୁଏ ତିନି ଭାଇଭଉଣୀ ଓ କୁକୁର ବାହାଦୁର୍]ର ଦୁଃସାହସିକ ଯାତ୍ରା । ଡକାୟତ ଆଡ୍]ଡ଼ା, ସମୁଦ୍ର ଯାତ୍ରା ଏବଂ ଏକ ଅଜଣା ଦ୍ୱୀପରେ ପହଞ୍ଚିଚ ମଣିଷଖିଆ ମଣିଷଙ୍କୁ ଭେଟି କିରି ବିଭିନ୍ନ ସମସ୍ୟାର ସମାଧାନ କରିଛନ୍ତି ତାରି ବର୍ଣ୍ଣନା କାହାଣୀଟିକୁ କରିଛି ଅତ୍ୟନ୍ତ ରୋମାଞ୍ଚକର ଓ ଶିଶୁ ମନଲୋଭା । ସେହି ଦ୍ୱୀପର ମଣିଷମାନଙ୍କୁ ସେମାନେ ଶିକ୍ଷିତ କରିଛନ୍ତି । ନୂଆ ସମାଜଟିଏ ଗଢ଼ିଉଠିଛି । ଫଳ ଫୁଲରେ ଭରା ଦ୍ୱୀପଟିର ନାମ ଦେଇଛନ୍ତି ‘ସବୁଜ ଦ୍ୱୀପ’ । ଶେଷରେ ବାହାଦୁରର ଦୁଃସାହସ ଓ ବୁଦ୍ଧି ପାଇଁ ଗୋଟିଏ ଜାହଜ ସବୁଜ ଦ୍ୱୀପ ନିକଟରେ ପହଞ୍ଚିଛି । ସେମାନେ ଗୋଟାଏ ବନ୍ଧୁଦ୍ୱୀପରୁ ବିଦାୟ ନେଇ ଫେରିଛନ୍ତି ନିଜ ଦେଶକୁ । ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି ତାଙ୍କ ଦେଶକୁ ଆ ଏହି ପୁସ୍ତିକାରେ ଅଛି ଦେଶପ୍ରେମ, ପ୍ରକୃତିପ୍ରେମ, ପଶୁପ୍ରେମ-ଜୀବେଦୟା, ମଣିଷ ପ୍ରତି ବିଶ୍ୱାସ, ସାକ୍ଷରତା ଅଭିଯାନ ଏବଂ ଜ୍ଞାନବିଜ୍ଞାନର ସରଳ କାହାଣୀ ।
-
Tinoti Upanyasa: Epari Separi, Abhinetri, Bhuli Huena
‘ପେଚିଟି ଆଜି ରୁଷିଛି’- ଏଇ ବାକ୍ୟରୁ ଆରମ୍ଭ ହୋଇଛି ତମ ଉପନ୍ୟାସ ‘ଏପାରି ସେପାରି’ (୧୯୪୬) । ସେଇ ପେଚି ତମର ଏ ଉପନ୍ୟାସର କେନ୍ଦ୍ରୀୟ ଚରିତ୍ର । ଏମିତି ତ କେତେ ଉପନ୍ୟାସ ଲେଖା ହେଇଚି ନାୟିକାଙ୍କୁ ନେଇ । ସମଗ୍ର ଊନବିଂଶ ଶତାବ୍ଦୀର ଧାରାତ ଥିଲା ଏମିତି! ହେଲେ ତମର ପେଚିକୁ ମୁଁ ସ୍ୱତନ୍ତ୍ରଭାବେ ଉଲ୍ଲେଖ କରୁଚି ଏଇଥିଲାଗି ଯେ ତା ପରି ଖଞ୍ଜ, ଦୁଃଖୀ, ଅଭାବୀ, ସ୍ୱାମୀ ପରିତ୍ୟକ୍ତା, ପରିବାରର ବିରାଗଭାଜିତ ସ୍ତ୍ରୀଟିଏକୁ ତମେ କରିଚ ତମର ଏ ଉପନ୍ୟାସର କେନ୍ଦ୍ରବିନ୍ଦୁ । ଠିକ୍ ଏମ୍]ତି ଗୋଟିଏ ସ୍ଥିତି ତମେ ତିଆରି କରିଚ ‘ଭୁଲିହୁଏନା’ (୧୯୪୮)ରେ । ରତନୀକୁ ସଜେଇଚ ତମେ ଏକ ଉପନ୍ୟାସର ମଧ୍ୟମଣିକରି । ପେଚିପରି ସେବି କଷଣ ଓ ଯାତନାର ଶିକାର ହୋଇଛି । ସ୍ୱାମୀ ଯୋଗିଆ କାମ ପାଇଟି ଲାଗି ଯାଇଚି ‘ରାଙ୍ଗାମ’ । ରହିଚି କେଇଦିନ କି ନାଇଁ ‘ବ୍ରହ୍ମଦେଶକୁ ଜାପାନ ଦଖଲ କଲା ।’ ଯୋଗିଆ ଫେରିଲାନି, କିଛି ଖବର ଆସିଲାନି । ରତନୀ ଖୁଡ଼ୀର ନିର୍ଯ୍ୟାତନା ସହିଚାଲିଲା । ଦିନେ ଡାକବଂଗଳାର ଜଣେ ବାବୁଙ୍କ ପାଖରୁ ସେ ହେଇଚି ଗର୍ଭବତୀ । ନିର୍ଯାତିତା କିଶୋରୀଟିଏକୁ ଆହୁରି କଷଣ ଦେବାକୁ ଏମିତି ଖଳବୁଦ୍ଧିବି ରଖିଥିଲ କାହ୍ନୁଚରଣ! ତା’ପରେ ଆଉ ତା’ର ହେଇଥାନ୍ତା କ’ଣ? ଏକମାତ୍ର ଆଶ୍ରୟ ଦାଦାଖୁଡ଼ୀଙ୍କ ଘର ବି ଗଲା । ସେ ହେଲା ବାଟର ଭିକାରୀ, ପାଗଳୀ । ସେଇ ଚରମଦୁଃଖର ଦିନମାନଙ୍କରେ ଆସି ପହଞ୍ଚିଥିଲା ହଠାତ୍ କେଉଁଠୁ ଯୋଗିଆ । ‘ଚରିତ୍ରହୀନା’ ରତନୀକୁ ଆଉ ଘରକୁ ନେବ କଣ, ନିଜେ ଦୂରେଇଗଲା ା!
ମାୟାକୁ ସାଧାରଣ ବିଧବାଟିଏରୁ ତମର ଅନନ୍ୟ ବିଜ୍ଞାନୀ-ବିଧବାଟିଏରେ ରୂପାନ୍ତରିତ କରିଦେଇଚ କାହ୍ନୁଚରଣ! ପ୍ରତିଭାବାନ ଲେଖକମାନେ ତ ଏଇମିତି ଭାବେ ସାମାନ୍ୟରେ ରୂପ ଗଢ଼ନ୍ତି ଅସାମାନ୍ୟର!! ନାରୀଟିଏ ତାର ମର୍ଯ୍ୟାଦା ଓ ସମ୍ମାନପ୍ରତି ଯଥେଷ୍ଟ ସ୍ପର୍ଶକାତର । ସେଇତାର ପରିଚୟ । ସେଇ ପରିଚୟର ଜୟଗାନ, ତମ ଉପନ୍ୟାସ ମାନଙ୍କରେ କାହ୍ନୁଚରଣ, ବାରମ୍ବାର ଆସିଚି! ସେଇଥିଲାଗି ତମ ଭିତରର ନାରୀସତ୍ତା ତମ ଲେଖାରେ ଏତେ ଉଜ୍ଜ୍ୱଳ । ସେଇ ସତ୍ତାତ ତମପାଇଁ ଡାକି ଆଣିଚି ଜୟ ଜୟକାର!!
-
-
Treasure Walks
₹250.00Walks that remain in the heart remind us of memories and connections allows us to carry our journey from today to tomorrow. In many such walks (or hikes) alone, I have started to observe little things unnoticed before. I have captured some of those memories, observations and conscious thoughts as “Treasure Walks”. May you find your own reflective thoughts in your walks.
-
Tribal Communities of India: Cultural Practices and Current Interventions
₹500.00The book includes articles which describe the belief systems, spiritual practices, knowledge of the traditional medicine, myth and modes of performance, orality and features underpinning the community cohesion. Moreover, articles related to constitutional and legal safe guards, healthcare, education and other state- led initiatives and their effect on community lifestyles are included. Documentation, in varying degrees is being carried on the contemporary life these communities by conscious members like Paramatap Pradhan and Shreekanta Kumar Barik. More such efforts with increasing quality are the need of the hour, given the precarious nature of the communities in their inhabited areas. Any amount of encouragement could still fall short of the required efforts to conserve the cultures of these increasingly marginalized groups of people.
-
Truck Dalare Sanatana
₹150.00Sanatana is not a name or a character; he is the embodiment of a struggling humanity. He is the man who survives defeating all calamities and crisis. He is the bravest Odia man who faced severest of the famines and fiercest of the cyclones. He is the hero who writes history in his own blood. He is the metaphoric representation of peasants and labourers. He is the timeless fighter in Prasanna Kumar Mishra’s poetry. Truck Dalare Sanatana ( Sanatana in a truck’s trolly) is a collection of poem which was written with the blood and sweat of the common man.
-
Truti Keunthi
₹300.00ତାଙ୍କର ସମସ୍ତ ଲେଖା ଜୀବନାନୁଭୂତିର ଗୋଟିଏଗୋଟିଏ ଅଂଶବିଶେଷ । କାର୍ଯ୍ୟାନୁଭୂତି, ଶିକ୍ଷାନୁଭୂତିରେ ପରିବେଷ୍ଟିତ ଶବ୍ଦ ପଂକ୍ତିଗୁଡିକ ଗମ୍ଭୀରତା, ସଂକଳ୍ପ ଓ ଅଭିମର୍ଶତାରେ ଭରପୁର । ସେଥିରେ ସମାଲୋଚନା ନଥାଏ, ଅନ୍ୱେଷଣ ଥାଏ । ସିଦ୍ଧାନ୍ତର ସ୍ପଷ୍ଟ ପଥ ଦେଖାଯାଏ । ଏଇ ଯେମିତି ‘ତୃଟି କେଉଁଠି?’ ଲେଖାଟିରେ ପ୍ରଫେସର ଉନ୍ମୋଚନ କରିଛନ୍ତି, ଅଭିଜ୍ଞତାର ଏକ ଧାରା । ‘ତିନିଦିନିଆ ଶିବିର କାଳରେ ଛାତ୍ରମାନଙ୍କର କର୍ତ୍ତବ୍ୟପରାୟଣତା, ନିଷ୍ଠା ଓ ଆତ୍ମତୃପ୍ତିକୁ ପରଖିଛନ୍ତି । ବର୍ଷକୁ ଥରେ କ୍ୟାମ୍ପ ପାଇଁ ସରକାର ପଇସା ଦେଉଛି, ଆମେ କିନ୍ତୁ ନିଜେ ରୋଜଗାର କରି ଆଉ ଦୁଇତିନିଟା ଶିବିର କରିବୁ, ଟ୍ୟୁସନ୍ କରି । ପିଲାଙ୍କ ଏହି ପ୍ରସ୍ତାବ ଭିତରେ ସେ ଆତ୍ମହରା ହୋଇଯାଇଛନ୍ତି । କି ସଫଳ ପରୀକ୍ଷଣ ସତରେ! କାରଣ ଦିନେ ସେଇ ପିଲାଙ୍କର ବଦନାମ ଥିଲା ଯେ ଜାତୀୟ ସେବା ଯୋଜନାର ଖରାଦିନିଆ ଶିବିରରେ ଦୈନିକ କାହିଁକି ମାଛମାଂସ ଦିଆଗଲାନି ବୋଲି କ୍ୟାମ୍ପ ଶେଷଦିନ କୂଅରେ ଦରି, ପେଟ୍ରୋମାକ୍ସ ପକାଇଥିଲେ । ସ୍ତମ୍ଭକାର କାହାକୁ ନିନ୍ଦା କରିନାହାନ୍ତି, ସମାଲୋଚନା କରି ନାହାନ୍ତି, କେବଳ ପ୍ରଶ୍ନ ମାଧ୍ୟମରେ ସଂଗଠକଙ୍କ ଭିତରେ ଥିବା ତୃଟି ଅନ୍ୱେଷଣ କରିଛନ୍ତି ।
-
Tuli O Tulana
₹200.00ସାହିତ୍ୟ କ୍ଷୁଦ୍ର, ସଂକୁଚିତ ବା ସଂକୀର୍ଣ୍ଣ ହେଲେ ଜାତିର ପ୍ରଶ୍ନଉଠେ, ସୀମାର ପ୍ରଶ୍ନଉଠେ, ଭାଷାର ପ୍ରଶ୍ନଉଠେ- ମାତ୍ର ସାହିତ୍ୟ ବୃହତ୍ତର, ପ୍ରସାରିତ ବା ପ୍ରଶସ୍ତ ହେଲେ ସଭ୍ୟତାର ପ୍ରଶ୍ନଉଠେ (ମଣିଷ ସଭ୍ୟତାର ପ୍ରଶ୍ନ), ସୀମାହୀନତାର ପ୍ରଶ୍ନଉଠେ, ଭାଷାହୀନତାର ପ୍ରଶ୍ନଉଠେ, (ହୃଦୟର ଭାଷା ବା ମଣିଷର ଭାଷା କଥା ଉଠେ) ଓ ଆମେ ସମୀମରୁ ଅସୀମ ଆଡ଼କୁ, ସୀମାରୁ ସୀମାହୀନତା ଆଡ଼କୁ, କ୍ଷୁଦ୍ରରୁ ବୃହତ୍ତର ଆଡ଼କୁ, ଦୀପ୍ତିରୁ ଦ୍ୟୁତି ଆଡ଼କୁ, ଅନ୍ଧାରରୁ ଆଲୋକ ଆଡ଼କୁ, ସଂକୀର୍ଣ୍ଣତାରୁ ବିସ୍ତୃତି ଆଡ଼କୁ, ସର୍ବୋପରି ଅସମ୍ଭବରୁ ସମ୍ଭବ ଆଡ଼କୁ ଗତିକରୁ। ଏହା ‘ସାହିତ୍ୟ’ରୁ ‘ତୁଳନାତ୍ମକ ସାହିତ୍ୟ’ ଆଡ଼କୁ ଯିବା ଯାହା, ସେଇକଥା ମାତ୍ର।
-
Two Plays: Soul of Kansa and Kokua
₹250.00The Soul of Kansa is of two Acts. Act I highlights the Indian myth, as prescribed in the Mahabharat, of the conflict of vice and virtue. The protagonist, Kansa, stands for evil. This protagonist was of the Dwapar Yuga (Three thousand years earlier was in this Indian peninsula). A tyrannical ruler Kansa oppressed the ordinary people greatly. Kansa is not with us physically; his soul is very much alive in the society. The character Andhak represents the soul of Kansa.
The second play, Kokua, revolves around Dhamaguda, a tribal village. Kokua is an imaginary, frightful, and mysterious character of the Mahabharata, one of the great epics of India. The Mahabharata of India has many regional versions in different languages. The Kokua anecdote is well described in Sarala Das’s Odia Mahabharata. Kokua comes down, when the degree of doubt, disbelief, terror, murder, and anarchy overpowers the world. Because of the industrial growth and development, the tribes lose their land, rivers, brooks, forests, and simple lifestyles. Their mind gets polluted. The tribes are deprived of their natural rights. The issues of these locals are very beautifully reproduced. Shyamananda is the owner of the Ashram wherein Atanu was a disciple and later becomes the Police Inspector. At the same time, Ajay Marandi was also a disciple and later becomes a Naxal leader or Area Commander. Shyamananda’s erstwhile belief was that he would guide rightly the students of this village to follow the path of non-violence. His dream is shattered in due course of time. Shibu (Also known as Sadashiba Rao) is a character supporting the Maoist movement. -
Two Plyas: Salabega and Columbus
₹250.00Columbus’s adventurous and romantic sea voyage and indomitable zeal to explore the ‘New Land’ or country is concatenated as a fresh chapter to the geographical history of the world. Though Columbus discovered America, it was named after the deceitful tartuffe Amerigo Vespucci. Along with the sufferings of the sea expedition and the apprehensions of life, he has subsequently experienced and overcome the frequent conspiracies plotted against him by his crew members on the ship and the royal court. Columbus marches ahead steadily with his strong mental prowess. He comes across failures time and again. But he has yet to deviate from his path to reach the goal. His only ambition is to discover the ‘New Land’. Struggling for a long time in the Atlantic Ocean, he continues his expedition despite the hiccoughs and huddles on his way. To him, life aims to carry on adventurous journeys on sea irresistibly and uncontrollably. The life of Columbus is flamboyant. More dramatic is his struggling life and exhilarative journey on the sea. The combating spirit, intense desire and apprehensions he encountered help him live life with unbeatable strength and are a humble endeavour made through this play Columbus.
In Odisha’s religious world, the non-Hindu poet Salabega has a strange personality. By birth, Salabega is a Muslim, but he is one of the supreme devotees of Lord Jagannath. All his hymns or devotional songs are dedicated to Lord Jagannath. He has not been confined to Islam religion. Though he was a devotee of Jagannath, he couldn’t be a Hindu throughout his life. He is prohibited from entering Jagannath Temple, Puri. Being trapped on the horns of the dilemma, he suffers a lot and plans for a new religion. Later, he named it the ‘Religion of Humanity’ and the natural outcome of that time. The play declares that, having been released from narrow parochialism and blind beliefs of caste and religion, Salabega has come forward irresistibly to propagate and establish his religion worldwide. To him, this ‘Religion of Humanity’ is true and eternal. He has consistently followed the path of righteousness. Wandering between two main religions, the mental strife or agonies he has undergone are the stuff for me in creating characters like Salabega. With a poetic sensibility and soul, this play has been scripted and published for the larger audience of the world.
-
Ujuda Aadhara
₹275.00Things Fall Apart ସବୁଠୁ ଲୋକପ୍ରିୟ ହେବା ସହ ଆର୍ନ୍ତଜାତିକ ପାଠକୀୟ ସ୍ୱୀକୃତି ଲାଭ କରିଛି । ଏହି ପୁସ୍ତକଟି ଷାଠିଏରୁ ଊର୍ଦ୍ଧ୍ୱ ଭାଷାରେ ଅନୂଦିତ ହୋଇସାରିଛି । ଏଥିରେ ଏକ ଅନନ୍ୟ କାହାଣୀ ଓ ବର୍ଣ୍ଣନା ଶୈଳୀ ମାଧ୍ୟମରେ ସେ ୟୁରୋପୀୟ ଉପନିବେଶବାଦକୁ ଆଫ୍ରିକୀୟ ଦୃଷ୍ଟିଭଙ୍ଗୀରେ ଉପସ୍ଥାପନା କରିଛନ୍ତି । ଆଫ୍ରିକାର ନାଇଜେରିଆରେ ଇଂରେଜ ଉପନିବେଶବାଦର ସ୍ଥାପନ ହେଲା ପରେ ଇଂରାଜୀ ଶିକ୍ଷା, ସଭ୍ୟତା ଏବଂ ଖ୍ରାଷ୍ଟଧର୍ମର ପ୍ରଚାର ଓ ପ୍ରସାର ହେଲା । ଏଇ ଧକ୍]କାରେ ନାଇଜେରିଆର ପାରମ୍ପରିକ ସମାଜ ଓ ସଂସ୍କୃତି ଭୁଷୁଡି ପଡ଼ିଲା । ଫଳରେ ନାଇଜେରିଆରେ ଏଯାବତ୍ ଚଳି ଆସୁଥିବା ପୁରୁଣା ଭାବଧାରା ଓ ମୂଲ୍ୟବୋଧର କ୍ରମଶଃ ବିଘଟନ ହେବାକୁ ଲାଗିଲା । ସାଂସ୍କୃତିକ ଆଧାର ଉଜୁଡ଼ି ଗଲା । ଇଂରେଜ ଶାସନ ଓ ଖ୍ରାଷ୍ଟ ଧର୍ମର ଚାପରେ ସାଧାରଣ ଦେଶୀୟ ଜନଜୀବନ ନିଜସ୍ୱ ସଂଗଠନ ହରାଇଲା । ଏମିତି ଏକ ବିକଳ ଓ ବିକଟ ପରିସ୍ଥିତିର ସାମ୍ନା କରୁକରୁ ଉପନ୍ୟାସର ନାୟକ ଓକୋଙ୍କୋ ଶେଷରେ ଆତ୍ମହତ୍ୟା କଲା । କାରଣ ତା ପାଇଁ ସାମାଜିକ ଓ ସାଂସ୍କୃତିକ ରହିତ ଜୀବନ – ଆଉ ଜୀବନ ହେଇ ରହିଲା ନାହିଁ । ଏପରି ଏକ ମର୍ମସ୍ପର୍ଶୀ ସଂଘର୍ଷକୁ ନେଇ Things Fall Apart ର କାହାଣୀ ଉପଜିବ୍ୟ ।
‘ଉଜୁଡ଼ା ଆଧାର’ ଏଇ ସମ୍ବେଦନଶୀଳ ଉପନ୍ୟାସର ଓଡ଼ିଆ ରୂପାନ୍ତର । ଭାରତୀୟ / ଓଡ଼ିଆ ଭାବେ ଆମେ ମଧ୍ୟ ଉପରୋକ୍ତ ପରିସ୍ଥିତିର ସାମ୍ନା କରିଆସୁଛୁ । ଏଇ ପରିପ୍ରେକ୍ଷୀରେ ଏଇ ଅନୁବାଦଟି ଓଡ଼ିଆ ପାଠକଙ୍କୁ ଆମର ଭାଙ୍ଗି ଯାଉଥିବା ଆଧାର ସମ୍ପର୍କରେ ସଚେତନ କରିବ ବୋଲି ବିଶ୍ୱାସ ।