-
Love and Other Stories
₹325.00One of the greatest authors of all time, Anton Pavlovich Chekhov was a Russian playwright and short story writer who lived from 29 January 1860 to 15 July 1904. Chekhov, a master of wry precision and a keen observer of everyday life in late 19th-century Russia, was a prolific writer. His lucid, nuanced writing creates a wide variety of characters. Each narrative creates an image that is vivid and stays in the memory for a long time, alternately tragic, humorous, and satirical. Chekhov’s writing has the awe- inspiring, transformative power of great art. This excellent edition of his short stories, which has been expertly translated, is exceptionally true to Chekhov’s true intent, providing readers with a genuine sense of his writing style and his brilliance.
-
Love Is More Than Thicker Than Forget And Other Poems
₹300.00E.E. Cummings is one of the significant poets who has enriched American poetry with his innovative contributions. His poetry reflects the transition from eroticism to transcendence, from the world of knowledge to the realm of wisdom. This collection of one hundred selected poems of Cummings spans the entire range of his creations, from the early writings to poems created at the peak of his poetic career. From being thought-provoking and humorous to sensitive and profound portrayals, these poems represent his creativity at its best.
-
Lover’s Gift and Crossing
₹350.00In the first part, Lover’s Gift, the poet pleads to his beloved to walk in his garden and ‘Pass by the fervid flowers that press themselves on your sight.’ His beloved is also ‘sweet to me as sleep is to tired limbs.’ One comes across pining for the beloved as well as bountiful gifts. Moreover, the lover and beloved have the right to show abhiman (petulance) for each other.
In Crossing, some of the poems possess a sense of religiosity and subtle feel of those in Gitanjali, the song offerings. ‘You came to my door in the dawn and sang’ makes you aesthetically feel the presence of the Almighty. And tired, the poet pleads, ‘Pick up this life of mine from the dust.’ The poet has hope when he says, ‘I know that the flowers that fade in the dawn, / the streams that strayed in the desert, are / not altogether lost.’
Here is a literary treat as Kaviguru takes you on an awakening endless journey of love, loss and spirituality.
-
Lubdhakara Tini Prahara
₹250.00Haraprasad Das believes that poetry written in a language must retain in the end the irreducible minimum resonance of that language that is epiphanic, crystalline and inimitably original ! He has until now published more than eighteen works of poetry apart from a huge body of social and literary discourses. He is the recipient of the Sahitya Akademi Award, the highest award of the National Academy of Letters, the prestigious Gangadhar Meher National Poetry Award, and the Moortidevi award of the Bharatiya Jnanpith, apart from numerous awards, honours and felicitations.
-
Maa Patikhola
₹230.00This collection Maa Patikhol is a selected Dalit poems of poet Pitambar Tarai. His poems encapsulate life-affirming values that spill beyond objective sympathy and humanism. His ideology is not in the first place, a set of doctrines; it signifies the way men live out their roles in class and casteist society. Pitambar believes that all poetry springs from an ideological conception of the world and there is no such thing as a work of art entirely devoid of ideological content. This ideological base makes the poems of Maa Patikhol endearing, lovable, attracting and ennobling with his comic, symbolic, satirical and ironical voices.
-
Maa Se Amrutamayee
₹240.00‘ମା’ ଜନ୍ମଦାତ୍ରୀ । ମା’ର ଗରିମା ବର୍ଣ୍ଣିବା ପାଇଁ ଯେତେ ଯେତେ ପୁସ୍ତକ ରଚନା ହେଲେ ବି ତାହା ଅକୁଳାଣ ହେବ । କେତେ କେତେ କବି, ଲେଖକ, ସାହିତ୍ୟିକ ଅଜସ୍ର ଗଦ୍ୟ, ପଦ୍ୟ, କାବ୍ୟ ରଚନା କରି ଚାଲିଛନ୍ତି ମା’ର ମହିମା କୀର୍ତ୍ତନ କରି, ତା’ର ଋଣ ସୁଝେଇବା ପାଇଁ, କିନ୍ତୁ ତା କି ସମ୍ଭବ?
ମା’ ଅମୃତମୟୀ । ଅମୃତର କଳସଟିଏ ତା ହୃଦୟରେ ଭରି ଦେଇଛନ୍ତି ଈଶ୍ୱର । ସେ ଅମୃତ ତା’ର ବିମଳ, ପବିତ୍ର ଅନିର୍ବଚନୀୟ ମମତା ।
ମା’ ଦିବ୍ୟ-ଭବ୍ୟ-ଶୋଭନୀୟ-କମନୀୟ ଏକ ସୃଷ୍ଟି । ସେବା ଭାବରେ ମହନୀୟା, କ୍ଷମା ଗୁଣରେ ସର୍ବଂସହା । କିଏ କଳିପାରିବ ତା’ର ତ୍ୟାଗ-ତିତିକ୍ଷାର ମୂଲ୍ୟ?
ମୋର ଏହି କବିତା ଗ୍ରନ୍ଥ “ମା’ ସେ ଅମୃତମୟୀ”ରେ ମୁଁ ସେ ଧୃଷ୍ଟତା କରି ନାହିଁ, ମା’କୁ କଳିିବାର କି ମା’ର ଋଣ ସୁଝିବାର । ବର୍ଣ୍ଣନା କରିଛି ମୋ ମା’କୁ ମୁଁ ଯେମିତି ଅନୁଭବ କରିଥିଲି ପିଲାଦିନେ, ଯେମିତି ଦେଖିଥିଲି ବଡ ହୋଇ ବୁଝିଲା ପରି ହେବା ପରେ ଓ ମା’କୁ ହରାଇବା ପରେ । ଏ କେଇଟି କବିତା ମୋ ମା’ ପଦ୍ମପାଦରେ ମୋର ଶ୍ରଦ୍ଧାଞ୍ଜଳି ମାତ୍ର ।
-ସୁମିତ୍ରା ମିଶ୍ର
-
Maanka Baikunthapura
₹210.00ବିନୋଦିନୀଙ୍କ ଗଳ୍ପ ଜଗତ ଆଜିର ବ୍ୟକ୍ତି ସର୍ବସ୍ୱ ଚେତନା ଆଧାରିତ ନିଃସଙ୍ଗ ଜୀବନର ଅନ୍ତଃ ଆର୍ତନାଦ । ମୋ ହାତକୁ ଆସିଥିବା ବୈକୁଣ୍ଠପୁର ଗଳ୍ପ ସଂକଳନର ଗଳ୍ପମାନଙ୍କ ମଧ୍ୟରେ ମାଆ, ମା, ଚୋର, ସନ୍ଦେହ, ଠାରୁ ହୀରାହାର, ଓ ଋଣ ପରିଶୋଧ ଯାଏ ସର୍ବ ମୋଟ ଅଠରଟି ଗଳ୍ପ ମୋତିହାରର ବୈଦୁର୍ଯ୍ୟ ପ୍ରବାଳ ରତ୍ନ ପରି ଏକକୁ ଆରେକ ମହାନ ଓ ମୂଲ୍ୟବାନ । ସାମାନ୍ୟ ଘଟଣାକୁ ଅସାମାନ୍ୟ କରି ଗଢ଼ି ତୋଳିବାର ବିସ୍ମୟ ବିଭୋରତା ବିନୋଦିନୀଙ୍କ ଗଳ୍ପ ମାନଚିତ୍ରର ଆଙ୍ଗିକ ବୈଶିଷ୍ଟ୍ୟ ଓ ଫକୀର ମୋହନଙ୍କ ‘ମୋଡ଼ ବୁଲିଲେ ଗପ’ ନ୍ୟାୟରେ ପ୍ରତ୍ୟେକ କାହାଣୀର ଜନ୍ମ ଆକସ୍ମିକତାରୁ । ଯେମିତି ଝୁଣ୍ଟି ପଡ଼ିଲେ ଆଃ ଉଚ୍ଚାରିତ ହୁଏ ଆପେଆପେ, ସେହିପରି ତାଙ୍କ ଗଳ୍ପମାନ ସ୍ୱତଃନିସୃତ । ବିନୋଦିନୀ ନିଜ ଗଳ୍ପ ପାଇଁ ଚାଙ୍ଗୁଡ଼ି ଧରି ଅନ୍ୟ ବଗିଚାକୁ ଫୁଲ ତୋଳିବାକୁ ଯାଇନାହାନ୍ତି । ଫଳତଃ ନିଜ ଆଖି ଦେଖା କଥା, ନିଜର ପ୍ରତ୍ୟେହିକ ଅନୁଭୂତିରୁ ଯେମିତି ଗଳ୍ପଗୁଡ଼ିକ ଝରିପଡନ୍ତି ସ୍ୱତଃ ।
ବିନୋଦିନୀଙ୍କ ଭାଷା ଅତ୍ୟନ୍ତ ସରଳ, ଭାବ ଅଫୁରନ୍ତ ଓ ପାଠକକୁ ଭସେଇ ନେବାର ସାମର୍ଥ୍ୟ ରଖେ । ତାଙ୍କ ଗଳ୍ପରେ ନା ଅଛି ଆଡମ୍ବର, ନା ଅଛି ଛଳନା, ଅଛି କେବଳ କାବ୍ୟିକ କୌଶଳ, ପାଠକଙ୍କୁ ହିପ୍ନୋଟାଇଜ୍ କରିବାର ଅଭିନବ ଓ ଅନନ୍ୟ ପ୍ରବୀଣତା । ସାମ୍ପ୍ରତିକ ଗଳ୍ପ ସଂସ୍କାରର ଦେହଳୀରେ ବିନୋଦିନୀଙ୍କ ଗଳ୍ପ ନିଜ ମୌଳିକ ସୌଷ୍ଠବତାରେ ଓ ନିଜକଳାରେ ଅପ୍ରତିଦ୍ୱନ୍ଦୀ । ସର୍ବୋପରି ଗଳ୍ପର ମନୋରଂଜନ ଧର୍ମ ତଥା ବିନୋଦ ବିଭବ ବେଶ ସୁକୁମାର । ସେଇ ମନଛୁଆଁ ଗଳ୍ପ ସମ୍ପର୍କରେ ଆଉ ଆଉ କଥା ଶୁଆ ନିଜ ତୁଣ୍ଡରେ ନିଜ ମୂଲ କହିଲା ପରି, ଗଳ୍ପ ହିଁ ଦେବ ନିଜର ଜମାନବନ୍ଦୀ । ବିନୋଦିନୀଙ୍କର ଏ ଗଳ୍ପ ପୁସ୍ତକ ପାଠକଙ୍କୁ ନିଶ୍ଚୟ ମୁଗ୍ଧ କରିବ । ବିଖ୍ୟାତ ଆମେରିକୀୟ ଗାଳ୍ପିକ ଓ’ ହେନେରୀଙ୍କ ଗଳ୍ପ ପରି ବିନୋଦିନୀଙ୍କ ଗଳ୍ପର ଆରମ୍ଭ ଅପ୍ରତ୍ୟାଶିତ ଓ ଅନ୍ତ ଅଭାବିତ ଉପସଂହାର ଖୁବ୍ ଆକର୍ଷଣୀୟ ।
-
Madachandia O Anyamane
₹230.00ପୁସ୍ତକ ‘ମଡ଼ାଚଣ୍ଡିଆ ଓ ଅନ୍ୟମାନେ’ରେ ସ୍ଥାନିତ ହୋଇଛି ବାଇଶିଟି ଗଳ୍ପ । ଏଥିରେ ଅଧିକାଂଶ ଗଳ୍ପର ଚରିତ୍ରଗୁଡ଼ିକ ବିଲୁପ୍ତ ପ୍ରାୟ । ଗାଁ ଗହଳି ମାନଙ୍କରେ ଏବେ କ୍ୱଚିତ୍ ଆସୁଛନ୍ତି ଆଖି ସାମ୍ନାକୁ । ଏବେ ଦେଖିବାକୁ ମିଳୁନାହାନ୍ତି ହୁଏତ ଆଉ କିଛିବର୍ଷ ପରେ ଶୁଣିବାକୁ ବି ମିଳିବେନି । ‘ମଡ଼ାଚଣ୍ଡିଆ’, ‘ସାହାଡ଼ାସୁନ୍ଦରୀ’, ‘ଜାନୁଘଣ୍ଟ’, ‘ବାଳିକାବଧୂ’ ପରି ଏମିତି ଆହୁରି କିଛି ଚରିତ୍ର ବି ଏଥିରେ ସ୍ଥାନିତ, ଯେଉଁମାନେ କି ଆଜିର ପିଢ଼ି ପାଖରେ ସମ୍ପୂର୍ଣ୍ଣ ଅପରିଚିତ କହିଲେ ଚଳେ । ଯେଉଁସବୁ ଶବ୍ଦ ବା ଚରିତ୍ରମାନଙ୍କୁ ପିଲାଦିନରୁ ଶୁଣି ଶୁଣି ମୁଁ ମୋ ଅବଚେତନ ମନ ଭିତରେ ସାଇତି ରଖିଥିଲି ଆଜିଯାଏ, ସେ ସବୁ ଶବ୍ଦ ଆଉ ଚରିତ୍ରମାନେ ଆଜିକାଲିର ପିଲାମାନଙ୍କ ପାଇଁ ଅଭିଧାନ ବହିର୍ଭୁତ । ମୁଁ ଖୁବ୍ ଛୋଟବେଳୁ ମୋ ଜେଜେମା\’ ପାଖରୁ ଅନେକବାର ଶୁଣିଛି ସାହାଡ଼ାସୁନ୍ଦରୀ କଥା, କଲୁରୀବେଣ୍ଟ କଥା, କଲରେଇ ଫୁଲ କଥା ପରି ଅନେକ ଗପ । ଆଜିକାଲିର ଛୁଆ ଏମାନଙ୍କୁ କେତେ ଚିହ୍ନନ୍ତି!
ମୋ ପିଲା ମନରେ ସେତେବେଳେ ଖୁବ୍ ପ୍ରଭାବ ପକେଇଥିବା ଆଉ ଛାପିହୋଇ ରହି ଯାଇଥିବା ଚରିତ୍ରମାନଙ୍କୁ ମୁଁ କେବଳ ସାଇତି ରଖିବାକୁ ଚାହିଁଛି ମୋ ଲେଖା ମାଧ୍ୟମରେ ଏହି ସଙ୍କଳନରେ ସ୍ଥାନିତ କରି । ମୋ ଜୀବନର ଅପରାହ୍ନରେ, କାଳର କରାଳ ଗତି ଭିତରେ ହୁଏତ ଏମାନେ ଆଉ ଆଦୌ ନ ଥାଇ ପାରନ୍ତି । କିନ୍ତୁ ସେତେବେଳେ ଯେବେବି ମୁଁ ମୋର ଏହି ବହିକୁ ପଢ଼ିବି, ନିଶ୍ଚୟ ମନେପଡ଼ିବ ମୋର ମୋ ପିଲାଦିନ । ଯଦି କେବେ ମୋର ଉତ୍ତରପିଢ଼ି ଏହି ବହିକୁ ପଢନ୍ତି ତେବେ ନିଶ୍ଚୟ ତାଙ୍କ ମନ ଆନ୍ଦୋଳିତ ହେବ ଯେ, “ଏମିତି ଚରିତ୍ରମାନେ ବି ଏ ସମାଜରେ ଥିଲେ ସତରେ!” –ରୋଜାଲିନି ମିଶ୍ର
-
Madhushala
₹140.00ସାଧାରଣ ଓ ସରଳ ଶବ୍ଦକୁ କବିତା-ପାତ୍ରରେ ଢ଼ାଳିକରି ହିନ୍ଦୀ-ସାହିତ୍ୟର ରସକମାନଙ୍କୁ ‘କାବ୍ୟରସ’ ପାନ କରାଇବାରେ ହରିବଂଶରାୟ ବଚ୍ଚନ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଖର ଛାୟାବାଦ ଓ ଆଧୁନିକ ପ୍ରଗତିବାଦର ସିଏ ଥିଲେ ଗୋଟିଏ ପ୍ରମୁଖ ସ୍ତମ୍ଭ ।
‘ବଚ୍ଚନ’ଙ୍କର ୧୯୩୫ ମସିହାରେ ପ୍ରକାଶିତ ହୋଇଥିବା ଦୀର୍ଘ କବିତାଗ୍ରନ୍ଥ (ଯେଉଁଥିରେ ୧୩୫ଟି ରୁବାଇୟାତ ରହିଛି) ‘ମଧୁଶାଳା’ ତାଙ୍କୁ ଏକ ଅଲଗା ପ୍ରସିଦ୍ଧି ପ୍ରଦାନ କଲା । ହୃଦୟକୁ ସ୍ପର୍ଶ କଲାପରି କାର୍ଯ୍ୟଶୈଳୀ ବର୍ତ୍ତମାନ ସମୟରେ ବି ପ୍ରତ୍ୟେକ ବୟସର ଲୋକମାନଙ୍କ ଉପରେ ଆପଣାର ପ୍ରଭାବ ଛାଡ଼ିଯାଏ ।
‘ବଚ୍ଚନ’ଙ୍କ କବିତାର ସାହିତ୍ୟିକ ମହତ୍ତ୍ୱ ବିଷୟରେ ଅନେକ ମତ ରହିଛି । ‘ବଚନ’ଙ୍କ କାବ୍ୟର ବିଲକ୍ଷଣତା ହିଁ ତାଙ୍କର ଲୋକପ୍ରିୟତା । ଏହା ନିଃସଂକୋଚ ଭାବରେ କୁହାଯାଇପାରେ ଯେ ଆଜି ବି ହିନ୍ଦୀରେ ନୁହେଁ, ସାରା ଭାରତର ସର୍ବାଧିକ ଲୋକପ୍ରିୟ କବିମାନଙ୍କ ମଧ୍ୟରେ ‘ବଚ୍ଚନ’ଙ୍କ ନାମ ସୁରକ୍ଷିତ ।
୧୯୩୫ ମସିହାରେ ‘ମଧୁଶାଳା’ ପ୍ରକାଶ ପାଇବାପରେ ତାଙ୍କ ନାଆଁ ଗୋଟିଏ ଗଗନଭେଦୀ ରକେଟ ପରି ତୀବ୍ରବେଗରେ ଉଠିକରି ସାହିତ୍ୟଜଗତ ଉପରେ ଛାଇଗଲା । ନିଜର ସବୁ ସହଜ ସାର୍ବଜନୀନତା ସତ୍ତ୍ୱେ ‘ବଚ୍ଚନ’ଙ୍କ କବିତା ନିତାନ୍ତ ବୈକ୍ତିକ, ଆତ୍ମସ୍ଫୁର୍ତ୍ତି ଓ ଆତ୍ମକୈନ୍ଦ୍ରିକ ହୋଇଥାଏ ।
‘ବଚ୍ଚନ’ଙ୍କ କବିତାର ଲୋକପ୍ରିୟତାର ପ୍ରଧାନ କାରଣ ତାଙ୍କର ସହଜତା ଓ ସରଳ ସଂବେଦନା ତାହାର ଅନୁଭୂତିମୂଳକ ସତ୍ୟତା କାରଣରୁ ଉପଲବ୍ଧ ହୋଇ ପାରିଲା ।
‘ବଚ୍ଚନ’ ଯେଉଁ ‘ମଧୁଶାଳା’ ରଚନା କଲେ ତାହା ଥିଲା ତାଙ୍କ ଯୌବନ କାଳର ଅଭିବ୍ୟକ୍ତି । ‘ବଚ୍ଚନ’ଙ୍କ ‘ମଧୁଶାଳା’ ଅବସାଦକୁ ଦୂରକରି ରୂପ, ରସ, ଗନ୍ଧର ମତ୍ତତାକୁ ନେଇକରି ଆସିଲା । ଗୋଟିଏ ଗତି, ଲୟ ଏବଂ ପ୍ରବାହକୁ ସାଙ୍ଗରେ ନେଇକରି ଆସିଲା । ଜନତା ତାକୁ ତତକ୍ଷଣ ସ୍ୱୀକାର କଲେ ଏବଂ ତାହା ଜନତାଙ୍କ କବିତା ରୂପେ ପରିଣତ ହେଲା ।
-
Madhushala (Harivansha Rai Bachhan)
₹220.00କବିର ହୃଦୟ କେବଳ କବିର ନୁହେଁ । କବିର ହୃଦୟ ଅଙ୍କରେ ତ୍ରିକାଳ ଓ ତ୍ରିଭୁବନ ଶାୟିତ । ସୃଷ୍ଟି ଦୁଗ୍ଧପାନକାରୀ ଶିଶୁଟିଏ ପରି କ୍ରୀଡ଼ାରତ ଓ ପ୍ରଳୟ ଅବୋଧ ବାଳକଟିଏ ପରି ଦୁଷ୍ଟାମି କରୁଛି । କବିର ହୃଦୟ ପ୍ରାଙ୍ଗଣ, ଶୂନ୍ୟପଥର ସଂଗୀତ, ଅନିଳର ହସ ଓ ସମୁଦ୍ରର କ୍ରନ୍ଦନରେ ପ୍ରତିଧ୍ୱନିତ । ହୃଦୟ ମନ୍ଦିରରେ ଜୀବନମରଣ ଅବିରତ ଗତିରେ ନୃତ୍ୟରତ । ଏହିସବୁ କାରଣରୁ କବିର ହୃଦୟ ତରଳିବା ସହ ସମସ୍ତ ବିଶ୍ୱ ମାଦକ ମଦିରାରେ ପରିପ୍ଳାବିତ ହୋଇଉଠିଛି । ଜଳ ସ୍ଥଳ, ଗଗନ ପବନ, ଧରା ସମୁଦ୍ର, ସ୍ୱର୍ଗ ନର୍କ, ଜଡ ଚେତନ, ରାତି ଦିନ, ବନ ଉପବନ, ନଦୀ ତଡାଗ, ମିଳନ ବିରହ, ପ୍ରଣୟ ସଂଘର୍ଷ, ଆଶା ନିରାଶା, ଜନ୍ମ ମୃତ୍ୟୁ – ସମସ୍ତ ବସ୍ତୁ ଯେଉଁମାନଙ୍କ ଅସ୍ତିତ୍ୱ ଏହି ବିଶ୍ୱରେ ଅଛି, ସେ ସମସ୍ତ ଆଜି ମଧୁଶାଳା ମଧୁଶାଳା ପ୍ରତିଭାତ ହେଉଛି ।
-
Madhyajugiya Kabya Bitana
₹480.00ମଧ୍ୟଯୁଗୀୟ କାବ୍ୟ ବିତାନ’ ମଧ୍ୟଯୁଗର ଓଡ଼ିଆ କାବ୍ୟ-କବିତାଗୁଡ଼ିକୁ ନେଇ ଏକ ଉଚ୍ଚକୋଟୀର କାବ୍ୟସଂକଳନ । ଏଥିରେ ମଧ୍ୟଯୁଗର ପ୍ରମୁଖ ସାହିତ୍ୟରଥୀ ଦୀନକୃଷ୍ଣ ଦାସଙ୍କ ‘ରସକଲ୍ଲୋଳ’ କାବ୍ୟର ଦ୍ୱିତୀୟ, ପଞ୍ଚଦଶ, ଷୋଡ଼ଶ ଓ ଚତୁତ୍ରିଂଶ ଛାନ୍ଦ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘କୋଟିବ୍ରହ୍ମାଣ୍ଡ ସୁନ୍ଦରୀ’ କାବ୍ୟର ପ୍ରଥମ, ଷଷ୍ଠ, ଏକାଦଶ ଓ ପଞ୍ଚବିଂଶ ଛାନ୍ଦ, ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣୀ’ କାବ୍ୟର ପ୍ରଥମ, ଚତୁର୍ଥ, ତ୍ରିଂଶ, ଦ୍ୱିଚତ୍ୱାରିଂଶ ଛାନ୍ଦ, କବିସୂର୍ଯ୍ୟ ବଳଦେବ ରଥଙ୍କ ‘କ’ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଚଉତିରିଶ ଗୋଟି ଗୀତ ସମ୍ବଳିତ ସମ୍ପୂର୍ଣ୍ଣ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’, ଭକ୍ତକବି ଭକ୍ତଚରଣ ଦାସଙ୍କ ‘ମଥୁରା ମଙ୍ଗଳ’ କାବ୍ୟର ପଞ୍ଚମ, ଷଷ୍ଠ, ଅଷ୍ଟାଦଶ, ଊନତ୍ରିଂଶ ଛାନ୍ଦ ସମେତ ନବଚେତନାର ଯୁଗରେ ଥାଇ ମଧ୍ୟ ମହିମା ଧର୍ମ ତଥା ଆଧ୍ୟାତ୍ମିକ ଚିନ୍ତନରେ ନିମଜ୍ଜିତ ଥିବା ସନ୍ଥକବି ଭୀମ ଭୋଇଙ୍କ ଶହେଟି ବୋଲି ସମ୍ବଳିତ ‘ସ୍ତୁତି ଚିନ୍ତାମଣୀ’ ପରି ଉଚ୍ଚାଙ୍ଗ କାବ୍ୟ-କବିତାଗୁଡ଼ିକ ସଂଗୃହିତ ହୋଇଛି । ଓଡ଼ିଆ ସାହିତ୍ୟର ଏହି ଦୁର୍ଲ୍ଲଭ ଛନ୍ଦୋବଦ୍ଧ କାବ୍ୟାଂଶ ତଥା କବିତା ଗ୍ରନ୍ଥଗୁଡ଼ିକୁ ଗୋଟିଏ ସଂକଳନୀ ଭିତରେ ଖୋଜିପାଇବାର ଏହା ଏକ ଅଭିନବ ପ୍ରୟାସ । ଆଶା କରୁଛୁ, ସଂକଳନସ୍ଥ କାବ୍ୟ-କବିତାଗୁଡ଼ିକ ଖୁବ୍ ସହଜରେ ପାଠକୀୟ ଆଦୃତିଲାଭ କରିପାରିବ ।
-
Mahagatha Karmasutrara
₹550.00ମନୁଷ୍ୟର, ବିଧାତାର ଆସନରେ ବସିବାର ଦୁର୍ଦ୍ଦମନୀୟ ଇଛା ଯଦି କୋଉଠି ଦାରୁଣ ଧକ୍କା ଖାଇ ଆସିଛି ସେ ହେଲା ଭବିତବ୍ୟ। ଦୃଶ୍ୟ ଓ ଅଦୃଶ୍ୟ ଏ ଦୁଇ ଇଲାକାରେ ତା’ର ଦୁଇଟି ପାଦ ରଖି ଜୀବନ ରାସ୍ତାରେ ବାଧ୍ୟ ହୋଇ ଚାଲିବା ବେଳେ ପର ମୁହୂର୍ତ୍ତରେ, ଅଦୃଶ୍ୟ ଇଲାକାରେ ପଡ଼ୁଥିବା ନିଜର ହିଁ ପାଦଟିର ଗତିବିଧି ଜାଣିବା ତା’ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ରହିଆସିଛି। ଭାଗ୍ୟ, ଭବିଷ୍ୟତ, ପ୍ରାରବ୍ଧ…କେତେ ନାଁ ଦେଇ ସେ ଏଇ ଇଲାକାରୁ କାଣିଚାଏ ଦେଖିବା ପାଇଁ କେତେ କେତେ ଲୋକଙ୍କ ନିଷ୍ଫଳ ଶରଣାଗତ ସେ ହୋଇଛି, କିନ୍ତୁ ଭବିଷ୍ୟତ ତ ଦୂରର କଥା, ପର ମୁହୂର୍ତ୍ତରେ କ’ଣ ଅଛି ମଧ୍ୟ ଜାଣିପାରୁ ନାହିଁ।
ଭାରତୀୟ ଦର୍ଶନରେ କର୍ମବାଦ, ଏଇ ବିଫଳତାର ଏକ ସଫଳ ଅଭିବ୍ୟକ୍ତି । କ୍ଷୁଦ୍ର ମଞ୍ଜିଟିଏ ବିଶାଳ ବଟବୃକ୍ଷ କୁ ଜନ୍ମ ଦେବା ପରି ନିଜର କୃତକର୍ମ ହିଁ ନିଜ ଭାଗ୍ୟ ର ଗତିପଥକୁ ନିର୍ଣ୍ଣୟ କରେ, କର୍ମବାଦର ଏହି ସର୍ବ ସ୍ୱୀକୃତ ତତ୍ତ୍ୱ ହିଁ ଏହି ‘ମହାଗାଥା କର୍ମସୂତ୍ର ର’ ଅନ୍ତଃପ୍ଳାବିନୀ ଫଲ୍ ଗୁ । ଆଉ ବିଗିଡ଼ା କର୍ମ ଭୟଙ୍କର ହେଲେ ଆଗାମୀ ପୁରୁଷ ପୁରୁଷ ଧରି ଯେ ତା’ର ମନ୍ଦଫଳ ଭୋଗ କରନ୍ତି, ଏହି ଉପନ୍ୟାସ ଟି ତାହାର ଏକ ଅନୁଗତ ଆଲେଖ୍ୟ।