-
Madhushala
₹140.00ସାଧାରଣ ଓ ସରଳ ଶବ୍ଦକୁ କବିତା-ପାତ୍ରରେ ଢ଼ାଳିକରି ହିନ୍ଦୀ-ସାହିତ୍ୟର ରସକମାନଙ୍କୁ ‘କାବ୍ୟରସ’ ପାନ କରାଇବାରେ ହରିବଂଶରାୟ ବଚ୍ଚନ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଖର ଛାୟାବାଦ ଓ ଆଧୁନିକ ପ୍ରଗତିବାଦର ସିଏ ଥିଲେ ଗୋଟିଏ ପ୍ରମୁଖ ସ୍ତମ୍ଭ ।
‘ବଚ୍ଚନ’ଙ୍କର ୧୯୩୫ ମସିହାରେ ପ୍ରକାଶିତ ହୋଇଥିବା ଦୀର୍ଘ କବିତାଗ୍ରନ୍ଥ (ଯେଉଁଥିରେ ୧୩୫ଟି ରୁବାଇୟାତ ରହିଛି) ‘ମଧୁଶାଳା’ ତାଙ୍କୁ ଏକ ଅଲଗା ପ୍ରସିଦ୍ଧି ପ୍ରଦାନ କଲା । ହୃଦୟକୁ ସ୍ପର୍ଶ କଲାପରି କାର୍ଯ୍ୟଶୈଳୀ ବର୍ତ୍ତମାନ ସମୟରେ ବି ପ୍ରତ୍ୟେକ ବୟସର ଲୋକମାନଙ୍କ ଉପରେ ଆପଣାର ପ୍ରଭାବ ଛାଡ଼ିଯାଏ ।
‘ବଚ୍ଚନ’ଙ୍କ କବିତାର ସାହିତ୍ୟିକ ମହତ୍ତ୍ୱ ବିଷୟରେ ଅନେକ ମତ ରହିଛି । ‘ବଚନ’ଙ୍କ କାବ୍ୟର ବିଲକ୍ଷଣତା ହିଁ ତାଙ୍କର ଲୋକପ୍ରିୟତା । ଏହା ନିଃସଂକୋଚ ଭାବରେ କୁହାଯାଇପାରେ ଯେ ଆଜି ବି ହିନ୍ଦୀରେ ନୁହେଁ, ସାରା ଭାରତର ସର୍ବାଧିକ ଲୋକପ୍ରିୟ କବିମାନଙ୍କ ମଧ୍ୟରେ ‘ବଚ୍ଚନ’ଙ୍କ ନାମ ସୁରକ୍ଷିତ ।
୧୯୩୫ ମସିହାରେ ‘ମଧୁଶାଳା’ ପ୍ରକାଶ ପାଇବାପରେ ତାଙ୍କ ନାଆଁ ଗୋଟିଏ ଗଗନଭେଦୀ ରକେଟ ପରି ତୀବ୍ରବେଗରେ ଉଠିକରି ସାହିତ୍ୟଜଗତ ଉପରେ ଛାଇଗଲା । ନିଜର ସବୁ ସହଜ ସାର୍ବଜନୀନତା ସତ୍ତ୍ୱେ ‘ବଚ୍ଚନ’ଙ୍କ କବିତା ନିତାନ୍ତ ବୈକ୍ତିକ, ଆତ୍ମସ୍ଫୁର୍ତ୍ତି ଓ ଆତ୍ମକୈନ୍ଦ୍ରିକ ହୋଇଥାଏ ।
‘ବଚ୍ଚନ’ଙ୍କ କବିତାର ଲୋକପ୍ରିୟତାର ପ୍ରଧାନ କାରଣ ତାଙ୍କର ସହଜତା ଓ ସରଳ ସଂବେଦନା ତାହାର ଅନୁଭୂତିମୂଳକ ସତ୍ୟତା କାରଣରୁ ଉପଲବ୍ଧ ହୋଇ ପାରିଲା ।
‘ବଚ୍ଚନ’ ଯେଉଁ ‘ମଧୁଶାଳା’ ରଚନା କଲେ ତାହା ଥିଲା ତାଙ୍କ ଯୌବନ କାଳର ଅଭିବ୍ୟକ୍ତି । ‘ବଚ୍ଚନ’ଙ୍କ ‘ମଧୁଶାଳା’ ଅବସାଦକୁ ଦୂରକରି ରୂପ, ରସ, ଗନ୍ଧର ମତ୍ତତାକୁ ନେଇକରି ଆସିଲା । ଗୋଟିଏ ଗତି, ଲୟ ଏବଂ ପ୍ରବାହକୁ ସାଙ୍ଗରେ ନେଇକରି ଆସିଲା । ଜନତା ତାକୁ ତତକ୍ଷଣ ସ୍ୱୀକାର କଲେ ଏବଂ ତାହା ଜନତାଙ୍କ କବିତା ରୂପେ ପରିଣତ ହେଲା ।
-
Madhushala (Harivansha Rai Bachhan)
₹220.00କବିର ହୃଦୟ କେବଳ କବିର ନୁହେଁ । କବିର ହୃଦୟ ଅଙ୍କରେ ତ୍ରିକାଳ ଓ ତ୍ରିଭୁବନ ଶାୟିତ । ସୃଷ୍ଟି ଦୁଗ୍ଧପାନକାରୀ ଶିଶୁଟିଏ ପରି କ୍ରୀଡ଼ାରତ ଓ ପ୍ରଳୟ ଅବୋଧ ବାଳକଟିଏ ପରି ଦୁଷ୍ଟାମି କରୁଛି । କବିର ହୃଦୟ ପ୍ରାଙ୍ଗଣ, ଶୂନ୍ୟପଥର ସଂଗୀତ, ଅନିଳର ହସ ଓ ସମୁଦ୍ରର କ୍ରନ୍ଦନରେ ପ୍ରତିଧ୍ୱନିତ । ହୃଦୟ ମନ୍ଦିରରେ ଜୀବନମରଣ ଅବିରତ ଗତିରେ ନୃତ୍ୟରତ । ଏହିସବୁ କାରଣରୁ କବିର ହୃଦୟ ତରଳିବା ସହ ସମସ୍ତ ବିଶ୍ୱ ମାଦକ ମଦିରାରେ ପରିପ୍ଳାବିତ ହୋଇଉଠିଛି । ଜଳ ସ୍ଥଳ, ଗଗନ ପବନ, ଧରା ସମୁଦ୍ର, ସ୍ୱର୍ଗ ନର୍କ, ଜଡ ଚେତନ, ରାତି ଦିନ, ବନ ଉପବନ, ନଦୀ ତଡାଗ, ମିଳନ ବିରହ, ପ୍ରଣୟ ସଂଘର୍ଷ, ଆଶା ନିରାଶା, ଜନ୍ମ ମୃତ୍ୟୁ – ସମସ୍ତ ବସ୍ତୁ ଯେଉଁମାନଙ୍କ ଅସ୍ତିତ୍ୱ ଏହି ବିଶ୍ୱରେ ଅଛି, ସେ ସମସ୍ତ ଆଜି ମଧୁଶାଳା ମଧୁଶାଳା ପ୍ରତିଭାତ ହେଉଛି ।
-
Madhyajugiya Kabya Bitana
₹480.00ମଧ୍ୟଯୁଗୀୟ କାବ୍ୟ ବିତାନ’ ମଧ୍ୟଯୁଗର ଓଡ଼ିଆ କାବ୍ୟ-କବିତାଗୁଡ଼ିକୁ ନେଇ ଏକ ଉଚ୍ଚକୋଟୀର କାବ୍ୟସଂକଳନ । ଏଥିରେ ମଧ୍ୟଯୁଗର ପ୍ରମୁଖ ସାହିତ୍ୟରଥୀ ଦୀନକୃଷ୍ଣ ଦାସଙ୍କ ‘ରସକଲ୍ଲୋଳ’ କାବ୍ୟର ଦ୍ୱିତୀୟ, ପଞ୍ଚଦଶ, ଷୋଡ଼ଶ ଓ ଚତୁତ୍ରିଂଶ ଛାନ୍ଦ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘କୋଟିବ୍ରହ୍ମାଣ୍ଡ ସୁନ୍ଦରୀ’ କାବ୍ୟର ପ୍ରଥମ, ଷଷ୍ଠ, ଏକାଦଶ ଓ ପଞ୍ଚବିଂଶ ଛାନ୍ଦ, ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣୀ’ କାବ୍ୟର ପ୍ରଥମ, ଚତୁର୍ଥ, ତ୍ରିଂଶ, ଦ୍ୱିଚତ୍ୱାରିଂଶ ଛାନ୍ଦ, କବିସୂର୍ଯ୍ୟ ବଳଦେବ ରଥଙ୍କ ‘କ’ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଚଉତିରିଶ ଗୋଟି ଗୀତ ସମ୍ବଳିତ ସମ୍ପୂର୍ଣ୍ଣ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’, ଭକ୍ତକବି ଭକ୍ତଚରଣ ଦାସଙ୍କ ‘ମଥୁରା ମଙ୍ଗଳ’ କାବ୍ୟର ପଞ୍ଚମ, ଷଷ୍ଠ, ଅଷ୍ଟାଦଶ, ଊନତ୍ରିଂଶ ଛାନ୍ଦ ସମେତ ନବଚେତନାର ଯୁଗରେ ଥାଇ ମଧ୍ୟ ମହିମା ଧର୍ମ ତଥା ଆଧ୍ୟାତ୍ମିକ ଚିନ୍ତନରେ ନିମଜ୍ଜିତ ଥିବା ସନ୍ଥକବି ଭୀମ ଭୋଇଙ୍କ ଶହେଟି ବୋଲି ସମ୍ବଳିତ ‘ସ୍ତୁତି ଚିନ୍ତାମଣୀ’ ପରି ଉଚ୍ଚାଙ୍ଗ କାବ୍ୟ-କବିତାଗୁଡ଼ିକ ସଂଗୃହିତ ହୋଇଛି । ଓଡ଼ିଆ ସାହିତ୍ୟର ଏହି ଦୁର୍ଲ୍ଲଭ ଛନ୍ଦୋବଦ୍ଧ କାବ୍ୟାଂଶ ତଥା କବିତା ଗ୍ରନ୍ଥଗୁଡ଼ିକୁ ଗୋଟିଏ ସଂକଳନୀ ଭିତରେ ଖୋଜିପାଇବାର ଏହା ଏକ ଅଭିନବ ପ୍ରୟାସ । ଆଶା କରୁଛୁ, ସଂକଳନସ୍ଥ କାବ୍ୟ-କବିତାଗୁଡ଼ିକ ଖୁବ୍ ସହଜରେ ପାଠକୀୟ ଆଦୃତିଲାଭ କରିପାରିବ ।
-
Mahagatha Karmasutrara
₹550.00ମନୁଷ୍ୟର, ବିଧାତାର ଆସନରେ ବସିବାର ଦୁର୍ଦ୍ଦମନୀୟ ଇଛା ଯଦି କୋଉଠି ଦାରୁଣ ଧକ୍କା ଖାଇ ଆସିଛି ସେ ହେଲା ଭବିତବ୍ୟ। ଦୃଶ୍ୟ ଓ ଅଦୃଶ୍ୟ ଏ ଦୁଇ ଇଲାକାରେ ତା’ର ଦୁଇଟି ପାଦ ରଖି ଜୀବନ ରାସ୍ତାରେ ବାଧ୍ୟ ହୋଇ ଚାଲିବା ବେଳେ ପର ମୁହୂର୍ତ୍ତରେ, ଅଦୃଶ୍ୟ ଇଲାକାରେ ପଡ଼ୁଥିବା ନିଜର ହିଁ ପାଦଟିର ଗତିବିଧି ଜାଣିବା ତା’ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ ରହିଆସିଛି। ଭାଗ୍ୟ, ଭବିଷ୍ୟତ, ପ୍ରାରବ୍ଧ…କେତେ ନାଁ ଦେଇ ସେ ଏଇ ଇଲାକାରୁ କାଣିଚାଏ ଦେଖିବା ପାଇଁ କେତେ କେତେ ଲୋକଙ୍କ ନିଷ୍ଫଳ ଶରଣାଗତ ସେ ହୋଇଛି, କିନ୍ତୁ ଭବିଷ୍ୟତ ତ ଦୂରର କଥା, ପର ମୁହୂର୍ତ୍ତରେ କ’ଣ ଅଛି ମଧ୍ୟ ଜାଣିପାରୁ ନାହିଁ।
ଭାରତୀୟ ଦର୍ଶନରେ କର୍ମବାଦ, ଏଇ ବିଫଳତାର ଏକ ସଫଳ ଅଭିବ୍ୟକ୍ତି । କ୍ଷୁଦ୍ର ମଞ୍ଜିଟିଏ ବିଶାଳ ବଟବୃକ୍ଷ କୁ ଜନ୍ମ ଦେବା ପରି ନିଜର କୃତକର୍ମ ହିଁ ନିଜ ଭାଗ୍ୟ ର ଗତିପଥକୁ ନିର୍ଣ୍ଣୟ କରେ, କର୍ମବାଦର ଏହି ସର୍ବ ସ୍ୱୀକୃତ ତତ୍ତ୍ୱ ହିଁ ଏହି ‘ମହାଗାଥା କର୍ମସୂତ୍ର ର’ ଅନ୍ତଃପ୍ଳାବିନୀ ଫଲ୍ ଗୁ । ଆଉ ବିଗିଡ଼ା କର୍ମ ଭୟଙ୍କର ହେଲେ ଆଗାମୀ ପୁରୁଷ ପୁରୁଷ ଧରି ଯେ ତା’ର ମନ୍ଦଫଳ ଭୋଗ କରନ୍ତି, ଏହି ଉପନ୍ୟାସ ଟି ତାହାର ଏକ ଅନୁଗତ ଆଲେଖ୍ୟ।
-
Mahanatakara Mahanayak
₹400.00Ramesh P. Panigrahi(1944)is present on the stage for the last 60 years serving the readers/ audience in different capacities, acting, directing, stage designing and occasionally translating from other languages. Author of 91 plays, 2 novels, more than 100 lyrics for All India Radio and seven fat volumes of theatre criticism, Panigrahi aims to elucidate without fear or favour experiences of a timeless world. When you skim and flip through the pages of these plays searching for the author’s design, you would perhaps decipher something unusual, may be sometimes alien.
-
Mahanta ru Mukhyamantri
₹250.00ଶାନ୍ତନୁ ଗୁପ୍ତା ନିକଟରେ ପ୍ରଧାନମନ୍ତ୍ରୀଙ୍କ ମନ ବି ବାତ୍ ସଂକଳନ ଲେଖିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ମାସିକ ରେଡିଓ ବାର୍ତ୍ତାରୁ ମୋଦୀଙ୍କ ଚିନ୍ତାଧାରା ଏବଂ ମାର୍ଗଦର୍ଶନ ସ୍ପଷ୍ଟ କରିଛନ୍ତି । ‘ଦି ମଙ୍କ ହୁ ବିକେମ ଚିଫ୍ ମିନିଷ୍ଟର’ ବା ମହନ୍ତରୁ ମୁଖ୍ୟମନ୍ତ୍ରୀ ହୋଇଥିବା ବହିରେ ଶାନ୍ତନୁ ଯୋଗୀ ଆଦିତ୍ୟନାଥଙ୍କ ଜୀବନର ଏକ ବିସ୍ତୃତ ବିଶ୍ଲେଷଣ ପ୍ରଦାନ କରିଛନ୍ତି ଏବଂ ଏଥିରେ ଯୋଗୀଙ୍କ ବ୍ୟକ୍ତିଗତ ସାଧାରଣ ତଥା ଆଧ୍ୟାତ୍ମିକ ଦିଗର ବିଶେଷ ସୂଚନା ସହ ନିକଟତର ଘଟିଥିବା ନିର୍ବାଚନ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି ।
ନୂତନ ଭାରତର ଏହି ଯୁବ ତଥା ପରିବର୍ତ୍ତନକାରୀ ନେତାଙ୍କ କାହାଣୀର ତଲ୍ଲୀନ ହେବା ତଥା ପାଠକମାନଙ୍କୁ ଆକର୍ଷିତ କରିବା, ଏହି ପୁସ୍ତକ ଯୋଗୀଙ୍କ ଚରିତ୍ରକୁ ଜୀବନ୍ତ କରିଛି ଏବଂ ଆମକୁ ତାଙ୍କର ପ୍ରମୁଖ ଧାରଣା ଏବଂ ବକ୍ତବ୍ୟ ବୁଝିବାକୁ ଅନୁମତି ଦେଇଛି ତଥା ତାଙ୍କର ଦୃଢ ଚରିତ୍ର ଏବଂ ନିଷ୍ଠାକୁ ପ୍ରଶଂସା କରିଛି ।
‘ମହନ୍ତରୁ ମୁଖ୍ୟମନ୍ତ୍ରୀ’ ହୋଇଥିବା ପୁସ୍ତକଟି ଭଲଭାବରେ ଅନୁସନ୍ଧାନ କରାଯାଇଥିବା ବିସ୍ତୃତ ତଥ୍ୟ ସମ୍ବଳିତ ଏବଂ ଆଲୋକିତ ମନ୍ତବ୍ୟ ପୂର୍ଣ୍ଣ ପୁସ୍ତକ ଅଟେ । ଏହି ପୁସ୍ତକର ଯୋଗୀଙ୍କ କାର୍ଯ୍ୟାବଳୀର ସମସ୍ତ ଦିଗ ସହ ତାଙ୍କ ଆଖପାଖରେ ଘଟିଥିବା ବିବାଦୀୟ ତଥ୍ୟ ମଧ୍ୟ ସାମିଲ ହୋଇଛି । ଏହା ଆଗାମୀ ବର୍ଷ ଗୁଡିକ ପାଇଁ ଏକ ପ୍ରାଧିକୃତ ଅଧ୍ୟୟନ ହେବାର ସମ୍ଭାବନା ରଖେ ।
ଯୋଗୀ ଆଦିତ୍ୟନାଥ ଭବିଷ୍ୟତ ପାଇଁ ଜଣେ ଜାତୀୟ ତଥା ବୈଶ୍ୱିକ ନେତୃତ୍ୱ । ସେ ଭାରତର ନୂତନ ଆକାଂକ୍ଷା ରଖୁଥିବା ପିଢିଙ୍କୁ ପ୍ରତିନିଧିତ୍ୱ କରନ୍ତି, ଯାହାର ଲକ୍ଷ୍ୟ ଭାରତର ପୁରାତନ ଓ ଗହନ ସଭ୍ୟତାକୁ ତ୍ୟାଗ ନ କରି ଦେଶର ବିକାଶ କରିବା ଆସନ୍ତୁ ଯତ୍ନର ସହ ତାଙ୍କ ଦ୍ୱାରା ଆସୁଥିବା ମାର୍ଗଦର୍ଶନକୁ ପାଳନ କରିବା । ସେ ଯୋଗ ମୂଲ୍ୟବୋଧ ନେତୃତ୍ୱର ଏକ ନୂତନ ପ୍ରଣାଳୀକୁ ବିଶ୍ୱକୁ ପ୍ରଦର୍ଶନ କରି ରାଜ୍ୟ ତଥା ତାଙ୍କ ଦେଶକୁ ଉନ୍ନତ କରି ନିଜ ସମାଲୋଚକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରନ୍ତି ।
-
Malajanha
₹150.00The plot of Malajanha centers around a young girl Sati who is forced into marriage with an ugly old man living with a concubine. The marriage eventually ends in tragic separation and Sati finds shelter with Nathanana, her childhood friend. The relationship between Sati and Nathanana is one of strong emotional bond though neither has ever spoken out to the other about the intensity of love. Sati, unable to bear the scandal concerning her and Nathanana, finally commits suicide by jumping into the river. This poignant love story is narrated in the context of life in rural Orissa infested by superstations, narrow caste prejudices and acute poverty. Women were like slaves with no mind and choice of their own and child marriages were widely prevalent. The agony and suffering of Sati may be seen as essentially related to the social evils that afflicted contemporary rural Orissa. ( excerpts from “Rise of the Oriya Novel: 1897-1930” by Jitendra Narayan Patnaik published in Orissa Review – November 2007 issue)
-
Mamu
₹290.00ବ୍ୟାସକବି ଫକୀରମୋହନଙ୍କ କଥା-ପ୍ରତିଭାର ମହନୀୟ ଅବଦାନ ହେଉଛି ମାମୁ ଉପନ୍ୟାସ । ଏହା ତାଙ୍କର ତୃତୀୟ ଉପନ୍ୟାସ ଭାବରେ ପରିପକ୍ୱ ପ୍ରତିଭାର ଏକ ଶ୍ରେଷ୍ଠ ନିଦର୍ଶନ । ଯେତେବେଳେ ଫକୀରମୋହନ ବାଲେଶ୍ୱରଠାରେ ବିତାଉଥିଲେ ନିଃସଙ୍ଗ ଜୀବନ ସେହି ସମୟରେ ସୃଷ୍ଟି ହୋଇଛି ମାମୁ । ୧୯୧୩ ମସିହାରେ ଯଦିଓ ଏହା ପ୍ରକାଶିତ, ତା’ର ଯଥେଷ୍ଟ ପୂର୍ବରୁ ଫକୀରମୋହନଙ୍କ ସ୍ରଷ୍ଟା ପ୍ରାଣରୁ ଏହାର ଆବିର୍ଭାବ ବୋଲି ମନେହୋଇଥାଏ । ‘ଛ’ମାଣ ଆଠଗୁଣ୍ଠ’ ଯଦିଓ ଯୋଜନାବଦ୍ଧ ଭାବରେ ରଚିତ ହୋଇ ନଥିଲା; ତଥାପି ତା’ର ସମ୍ବେଦନଶୀଳ ପ୍ରଭାବ ଠାରୁ ମାମୁ ଉପନ୍ୟାସ ଶ୍ରେଷ୍ଠ ବିବେଚିତ ହୋଇ ନପାରେ । ତେବେ ଯିଏ ଲେଖିଛନ୍ତି ଛ’ମାଣ ଆଠଗୁଣ୍ଠ, ତାଙ୍କରି ଦ୍ୱାରା ହିଁ ସୃଷ୍ଟି ଲାଭ କରିଥିବା ମାମୁ ଯେ, ତାଙ୍କ ଆତ୍ମିକ ସତ୍ତାଠାରୁ ଭିନ୍ନ ହୋଇ ନ ପାରେ ଏହା ଯେକୌଣସି ପାଠକ ସ୍ୱୀକାର କରିବେ ନିଶ୍ଚୟ । ଏହି ଉପନ୍ୟାସରେ ଫକୀରମୋହନଙ୍କ ଭାଷାର ପରିଶୁଦ୍ଧତା, କଥାବସ୍ତୁ ଉପସ୍ଥାପନରେ ତାଙ୍କର ପରିକଳ୍ପନା ଓ ପରିଯୋଜନା ବାସ୍ତବିକ ଏକାନ୍ତ ସୁବିନ୍ୟସ୍ତ ।
-
Mamughara Gaan
₹200.00ଛବି ପରି ଏକ ଚମତ୍କାର ଗାଆଁରେ ବିତିଥିଲା ମୋ ପିଲାଦିନ। ତାହା ଥିଲା ମୋର ମାମୁ ଘର ଗାଆଁ। ମୋ ବୋଉ ଅସମୟରେ ସରଗର ତରା ହୋଇଗଲା ପରେ ଅଜା, ଆଈ, ମାମୁ, ମାଇଁ ଓ ମାଉସୀମାନଙ୍କ ମେଳରେ ସେମାନଙ୍କ ଶ୍ରଦ୍ଧା, ସ୍ନେହ ଓ ଭଲପାଇବାର ଶୀତଳ ଛୁଆଁରେ ବୋଉର ସ୍ମୃତି ମୋ ପାଇଁ ସମୟକ୍ରମେ ଝାପ୍]ସା ହୋଇ ଆସିଲା। ମାମୁ ଘର ଥିଲା ମୋ ଜୀବନର ନନ୍ଦନବନ, ବସନ୍ତର କୁଞ୍ଜ କାନନ, ଶରତର କୁଆଁରୀ ଜହ୍ନ ପୁଣି ଗ୍ରୀଷ୍ମର ଶୀତ ଚନ୍ଦନ। ସେଇ ଗାଁ କଡ଼ରେ ଶୋଇଥିଲା ଏକ ସୁନ୍ଦର ନୀଳ-ସବୁଜ ପାହାଡ଼। ସେ ପାହାଡ଼ ଭିତରେ ଗୀତ ଗାଉଥିଲା ଝରଣା, ପକ୍ଷୀର କାକଳିରେ ଭରିଯାଉଥିଲା ସେ ଅରଣ୍ୟ। ମାମୁ ଘରେ ଥିଲା ମୋ ଆଈ ଯିଏ ରାତିରେ ଶୋଇଲା ବେଳେ ସାଉଁଳୁ ଥିଲା ମୋ ମଥାକୁ ଆଉ ପରୀ ଗପ କହୁଥିଲା, ଶୁଣାଉଥିଲା ନାନା ବାୟା ଗୀତ ମୋ ଆଖି ନିଦରେ ଖୁନ୍ଦି ହୋଇଯିବା ଯାଏଁ। ମୋ ପାଇଁ ପ୍ରତିଦିନ ରାନ୍ଧି ଦେଉଥିଲା ବଢ଼ାଭାତ। ଧୂଳିରେ ଖେଳି ଘରକୁ ଫେରିଲା ବେଳକୁ ଆଈ ତା’ ଶାଢ଼ୀ କାନିରେ ଝାଡ଼ି ଦେଉଥିଲା ମୋ ଦେହରୁ ଧୂଳି। ମାମୁ ମତେ କାନ୍ଧରେ ବସେଇ ନେଇ ଯାଉଥିଲେ କାଚକେନ୍ଦୁ ପାଣିରେ ଭରା ଧୀରସାହି ପୋଖରୀକୁ। ମତେ ଗାଧୋଇ ପାଧୋଇ ପୋଖରୀ କୂଳରେ ବସେଇଦେଇ ନିଜେ ପାଣିରେ ପଶୁଥିଲେ। ମୋର ସେତେବେଳେ ଷୋଳପଣ ଇଚ୍ଛା ପୋଖରୀ ମଝିରେ ଫୁଟିଥିବା ନୀଳକଇଁ ତୋଳିବା ପାଇଁ । ପହଁରା ନଜାଣି ପୋଖରୀର ଦୀପଦଣ୍ଡି ଛୁଇଁବା ପାଇଁ ମୁଁ ସ୍ୱପ୍ନ ଦେଖୁଥିଲି।
ମାମୁ ମତେ ପିଲାଦିନେ ଚିହ୍ନେଇ ଦେଇଥିଲେ ତାଳ ଗଛ ଶୀର୍ଷରେ ଝୁଲୁଥିବା ବାୟା ଚଢ଼େଇର ବସା, ଗୁଞ୍ଜର ପୋକର ଚିକିମିକି ଦେହ, ପ୍ରଜାପତିର ଚିତ୍ରିତ ଡେଣା, ଗୁଣ୍ଡୁଚିମୂଷାର ପିଠିରେ ରାମଚନ୍ଦ୍ରଙ୍କର ଆଉଁଷା ତିନିଟି ଧଳା ଗାର, ନଈ ଘାଟ, ବିଲବଣ ଆଉ ତୋଟାମାଳ।
ମାମୁ ଘର ଗାଁ କବିତାରେ ସେ ଗାଁ କଥା, ସେ ମାଟିରେ ଆତଯାତ ମଣିଷମାନଙ୍କ କଥା ରହିଛି। ଏବେ ସମୟ ବଦଳିଛି। ସମୟର ଝଡ ବଦଳେଇ ଦେଇଛି ସେ ଗାଁର ମାନଚିତ୍ର। ବଦଳିଛନ୍ତି ମଣିଷମାନେ। କେତେ ପାଣି ବୋହିଗଲାଣି ମାମୁ ଘର ଗାଁଠୁଁ କିଛି ଦୂରରେ ବହୁଥିବା ବୈତରଣୀ ନଈରେ। ବୈତରଣୀ କୂଳର ଇତିହାସ ଏବେ ସ୍ମୃତି। ମାମୁଘର ଗାଁ କବିତାଗୁଡ଼ିକରେ ମଧୁର, ବିଧୁର ସ୍ମୃତିଗୁଡ଼ିକର ରୋମନ୍ଥନ କରାଯାଇଛି।
-
Manara Baigyanika Paribhasa
₹250.00ମଣିଷର ମନ ଚିର ରହସ୍ୟମୟ । ମନର ଏହି ରହସ୍ୟମୟ ସ୍ୱରୂପକୁ ଚିହ୍ନିବା ଦିଗରେ ମନସ୍ତତ୍ତ୍ୱବିଦ୍]ଙ୍କର ସର୍ବକାଳୀନ ପ୍ରଚେଷ୍ଟାର ଅନ୍ତ ନାହିଁ । ମଣିଷ କ’ଣ କରେ, କାହିଁକି କରେ, ଯାହା ବି କରେ ସଚେତନ ଥାଇ କରେ, ନା ଅଚେତନ ଓ ଅବଚେତନ ମନ ତା’ର ବ୍ୟବହାରକୁ ନିୟନ୍ତ୍ରଣ କରୁଥାଏ, ସାମାଜିକୀକରଣ ଦ୍ୱାରା ଅଭ୍ୟାସର ବଶବର୍ତ୍ତୀ ହୋଇ ସେ ଯାହା କହୁଥାଏ ଓ କରୁଥାଏ, ତାହା ସେ ପ୍ରକୃତରେ କରିବାକୁ ଚାହୁଁଥାଏ, ନା ନ ଚାହିଁଲେ ମଧ୍ୟ ଅଭ୍ୟାସର ଶୃଙ୍ଖଳ ମଧ୍ୟରୁ ନିଜକୁ ବାହାର କରିପାରୁନଥାଏ ମନସ୍ତତ୍ତ୍ୱବିଦ୍]ମାନେ ଏହିଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଥାନ୍ତି । ଆଧୁନିକ ମନସ୍ତତ୍ତ୍ୱ ପର୍ଯ୍ୟବେକ୍ଷଣ, ସର୍ଜନାତ୍ମକ କୌଶଳ ଏବଂ ବିଜ୍ଞାନସମ୍ମତ ପ୍ରଣାଳୀର ଉପଯୋଗ କରି ମନୁଷ୍ୟ ମନର ବହୁ ରହସ୍ୟମୟ ଦିଗ ଉପରେ ଆଲୋକପାତ କରିବାର ପ୍ରୟାସ ଜାରି ରଖିଛି । ମନସ୍ତତ୍ତ୍ୱବିଦ୍]ମାନେ ନାନାଦି ବିଶ୍ଳେଷଣ ମାଧ୍ୟମରେ ବିଭିନ୍ନ ମାନସିକ କ୍ରିୟା-ପ୍ରକ୍ରିୟା ସମ୍ବନ୍ଧରେ ପ୍ରକୃତ କାର୍ଯ୍ୟକାରଣ ସମ୍ପର୍କ ବିଷୟରେ ତଥ୍ୟମାନ ଉପସ୍ଥାପନ କରିବାରେ ସଫଳ ହୋଇଛନ୍ତି । ଫଳରେ ଆମ ମନ ଗହୀରର ବହୁ ଅଦ୍ଭୁତ ଧରଣର ରହସ୍ୟମୟ ଘଟଣାକୁ ବୁଝିବା ସମ୍ଭବ ହୋଇଛି । ଜୀବନ ସହିତ ସଂଶ୍ଳିଷ୍ଟ ଥିବା ତାତ୍ପର୍ଯ୍ୟପୂର୍ଣ୍ଣ ଦିଗ ଉପରେ ବିଜ୍ଞାନଲବ୍ଧ ଜ୍ଞାନକୁ ଆଲୋଚନା କରି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏ ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ ।
-
Manara Bhugola
₹350.00ପୃଥିବୀର ଭୂଗୋଳ ପୂରାପୂରି ଅପରିବର୍ତ୍ତିତ ରହୁନାହିଁ । କେଉଁଠି ହ୍ରଦଟି ଶୁଖି ଯାଉଛି ତ ଅନ୍ୟ କେଉଁଠି ନଦୀଟି ଗତିପଥ ପରିବର୍ତ୍ତନ କରୁଛି । ପୁରୁଣା ପାହାଡ଼ର ସବୁଜିମା ହଜିଯିବା ଏବଂ ନୂତନ ଉପତ୍ୟକା ଜନାକୀର୍ଣ୍ଣ ହେବା ଅସମ୍ଭବ ନୁହେଁ । ସମୟକ୍ରମେ ବିଶ୍ୱର ଭୂଗୋଳ ପରିବର୍ତ୍ତିତ ହେଲେ ମଧ୍ୟ ମନୁଷ୍ୟ ମନର ଭୂଗୋଳର ପରିବର୍ତ୍ତନ ଅଧିକ ଦ୍ରୁତ ଏବଂ ଅଧିକ ବିସ୍ମୟକର । ସେଥିପାଇଁ ମଣିଷ ମନର ରହସ୍ୟକୁ ବୁଝିବା ପାଇଁ ମନୋବିଜ୍ଞାନୀ ଓ ସମାଜବିଜ୍ଞାନୀ ଅଧିକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ।
ସୌଭାଗ୍ୟର ବିଷୟ ଯେ ମଣିଷର ବୌଦ୍ଧିକ ପ୍ରଗତି ଓ ସର୍ଜନଶୀଳତାର ବ୍ୟାପ୍ତି ଫଳରେ ମନର ନକ୍]ସାଟିକୁ ପରିକଳ୍ପନା କରିବା ଏବଂ ସମ୍ଭାବ୍ୟ ପରିବର୍ତ୍ତନର ପୂର୍ବାନୁମାନ କରିବା ସମ୍ଭବ ହୋଇଛି । ବିଶେଷତଃ ବିକଶିତ ଜୀବନଶୈଳୀ ପାଇଁ କେଉଁଟି ଉପଯୋଗୀ ଏବଂ କେଉଁଟି ଅନୁପଯୋଗୀ, ତାହାର ଜ୍ଞାନ ସମ୍ଭାର ଉପସ୍ଥାପନ କରିଛନ୍ତି । ଆଧୁନିକ ଯୁଗରେ ସ୍ନାୟୁବିଜ୍ଞାନର ଅଭୂତପୂର୍ବ ଉନ୍ନତି ଓ ଲକ୍ଷ୍ୟ ପୂରଣରେ ଅଧିକ ସହାୟକ ହୋଇଛି । ସଦ୍ୟ ସମର୍ôଥତ ତଥ୍ୟରାଜିକୁ ଆଧାର କରି \”ମନର ଭୂଗୋଳ’ ପୁସ୍ତକର ପରିକଳ୍ପନା ।ଚିତ ।
-
Mane Mane
₹200.00ଓଡ଼ିଆ ସାହିତ୍ୟକୁ ବୈଷ୍ଣବ ଚରଣଙ୍କ ଶ୍ରେଷ୍ଠ ଅବଦନା ‘ମନେ ମନେ’ ଉପନ୍ୟାସ । ଏହା ୧୯୨୫-୨୬ରେ ରଚିତ ଏବଂ ୧୯୨୭ ମସିହାରେ ମନୋମୋହନ ପ୍ରେସ୍], କଟକରୁ ପ୍ରକାଶିତ । ଉପନ୍ୟାସର ପ୍ରଥମ ଖଣ୍ଡ ‘ମେରା ଭାଇରେ’ ୫ଟି ପରିଚ୍ଛେଦ, ଦ୍ୱିତୀୟ ଖଣ୍ଡ ‘ଠକ’ରେ ୮ଟି ପରିଚ୍ଛେଦ, ତୃତୀୟ ଖଣ୍ଡ ‘ଠକ ଋଣ’ରେ ୬ଟି ପରିଚ୍ଛେଦ ଓ ଚତୁର୍ଥ ଖଣ୍ଡ ‘ମନେ ମନେ’ରେ ୬ଟି ପରିଚ୍ଛେଦ ସ୍ଥାନ ପାଇଛି । ଶେଷ ଖଣ୍ଡର ନାମ ଅନୁଯାୟୀ ଏହାର ନାମକରଣ ରଖାଯାଇଛି । ଉପନ୍ୟାସର ଚରିତ୍ରମାନଙ୍କର ମାନସିକ କ୍ରିୟ-ପ୍ରତିକ୍ରିୟାର ଚମତ୍କାର ଉପସ୍ଥାପନା ଏହାକୁ ପ୍ରଥମ ଓଡ଼ିଆ ମନସ୍ତାତ୍ତ୍ୱିକ ଉପନ୍ୟାସର ମର୍ଯ୍ୟାଦା ପ୍ରଦାନ କରିଛି । ଉପନ୍ୟାସର ଚରିତ୍ର ନୀଳୁ, କନକ, ରଙ୍ଗି ଓ ନିଧିବାବୁଙ୍କ ମନର ଦ୍ୱନ୍ଦ୍ୱ ଉପନ୍ୟାସକୁ ପ୍ରଭାବଶାଳୀ କରିଛି ।