• Mrugaya

    Mrugaya

    “Mrugaya” is the Central Sahitya Academy award-winning (2009) poetry collection from the eminent Odia poet Dr. Phani Mohanty. The collection has 29 powerful poems including the title poem “Mrugaya”.

    160.00
    Add to cart
  • Mrutyubodha: Jeebanabodha (Mahendra Bhatnagar)

    Mrutyubodha: Jeebanabodha (Mahendra Bhatnagar)

    ମନୋରଂଜନ ପଟ୍ଟନାୟକ ୫୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମୁମ୍ବଇରେ ରହୁଛନ୍ତି । ଏଯାଏଁ ତାଙ୍କର ୧୦ଟି ଅନୂଦିତ ପୁସ୍ତକ ପ୍ରକାଶ ପାଇଛି । ସେଗୁଡ଼ିକ ହେଲା- ‘ଓମାର କାବ୍ୟ’, ‘ମେଘଦୂତ’, ‘ଗୀତାଞ୍ଜଳି’ (ନୋବେଲ ପୁରସ୍କାର ପ୍ରାପ୍ତ), ‘ମଧୁଶାଳା’, ‘ଋତୁସଂହାର’, ‘ଓମାର ଖୈୟାମ- ରୁବାଇୟାତ’, ‘ପାବ୍ଲୋ ନେରୁଦା- ଶହେଟି ପ୍ରେମର ସନେଟ୍ ଓ ୨୦ଟି କବିତା ପ୍ରେମର ଓ ଗୋଟିଏ ଗୀତ ହତାଶାର’, ‘ଶ୍ରୀମଦ୍]ଭଗବଦ୍]ଗୀତା’, ‘ହଂସଦୂତ’, ‘ଦ୍ରଷ୍ଟା’ । ‘ମୃତ୍ୟୁବୋଧ ଜୀବନବୋଧ’ ଶ୍ରୀ ପଟ୍ଟନାୟକଙ୍କର ଏକାଦଶ ଅନୂଦିତ ପୁସ୍ତକ । ପାଠକ ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା । ମୋ-୯୯୮୭୦୨୨୯୩୦ ।

    180.00
    Add to cart
  • Mu bi Karna

    Mu bi Karna

    ‘ମୁଁ ବି କର୍ଣ୍ଣ’ ଉପନ୍ୟାସରେ ଚିତ୍ରିତ ହୋଇଛି ଏକ ପାଳିତ ପୁତ୍ରର ଜୀବନ କାହାଣୀ ଯାହାର ସାମଞ୍ଜସ୍ୟ ରହିଛି ମହାଭାରତର କର୍ଣ୍ଣଙ୍କ ଜୀବନ କାହାଣୀ ସହିତ ।ସଦ୍ୟ ଜନ୍ମିତ ଶିଶୁପୁତ୍ରଟିକୁ ନଦୀର ଜଳରେ ଭାସୁଥିବା ବୋଝ ଭିତରୁ ଅତି ଆଗ୍ରହରେ ତୋଳିଆଣି ନିମିଷକ ମଧ୍ୟରେ ଭୁଲିଯାଆନ୍ତି ଚିତ୍ରା ଓ ବିଭୂତି ନିଜର ସଦ୍ୟ ମୃତ ପୁତ୍ରକୁ ଯାହାକୁ ସେମାନେ ନଦୀ ନିକଟରେ ପୋତିବାକୁ ଆସିଥିଲେ ରାତ୍ରିର ଅନ୍ଧାରରେ । ସମସ୍ତଙ୍କ ଆଗରେ ‘ଆଲୋକ’ ସେମାନଙ୍କର ଜନ୍ମିତ ପୁତ୍ର ।ସମୟକ୍ରମେ ଚିତ୍ରା ଓ ବିଭୂତିଙ୍କର ପାଞ୍ଚ ପୁଅ ହୋଇଛନ୍ତି କୁନ୍ତୀଙ୍କର ପାଞ୍ଚପୁତ୍ର ହେଲାପରି । ଆଲୋକ ମଧ୍ୟ ଭଲ ପଢ଼ି ଏକ ଅଫିସର ହୋଇଛି । କିନ୍ତୁ ସେ ଜାଣିନି ନିଜର ପ୍ରକୃତ ଜୀବନ ବୃତ୍ତାନ୍ତ । ଆଲୋକ ପଛରେ ଯେ ଅନ୍ଧାରଟିଏ ଲୁଚି ରହିଛି ତାହା ସମସ୍ତଙ୍କୁ ଆଗୋଚର ।ସମୟ ସ୍ରୋତରେ ଆଲୋକର ପ୍ରକୃତ ଜନ୍ମଦାତ୍ରୀ ମେନକା ଦେବୀ ସନ୍ଧାନ ପାଆନ୍ତି ନିଜ ଜନ୍ମିତ ପୁତ୍ରର ଓ ତା ପାଖକୁ ଆସି ପ୍ରକୃତ ମାତାର ପରିଚୟ ଦିଅନ୍ତି । କିନ୍ତୁ ଆଲୋକ ତାଙ୍କୁ ନିଜର ମା’ ବୋଲି ଗ୍ରହଣ କରେନି । ଚିତ୍ରା ଓ ବିଭୂତି ତାର ମାତା ଓ ପିତା । ନିରାଶ ହୁଅନ୍ତି ମେନକା ଦେବୀ ।ମେନକା ଦେବୀଙ୍କର ଆଉ କିଏ ନାହାନ୍ତି । ସେ ଏକ ଅନାଥାଶ୍ରମର ମାଲିକାଣୀ । ଅଳ୍ପଦିନ ପରେ ତାଙ୍କର ମୃତ୍ୟୁ ହୁଏ କ୍ୟାନ୍]ସରରେ ଓ ରାତ୍ରିରେ ହୋଇଯାଏ ତାଙ୍କର ଶବଦାହ ଶ୍ମଶାନରେ । ଆଲୋକ ଖବର ପାଇ ଶ୍ମଶାନରେ ପହଞ୍ଚିଲା ବେଳକୁ ସବୁ ଶେଷ । ସେ ହାତରେ ମୁଠାଏ ପାଉଁଶ ଧରି ଭସେଇ ଦେଲେ ମହାନଦୀ ଜଳରେ । ଶବଦାହକର ପ୍ରଶ୍ନ – ବାବୁ, ମେନକା ଦେବୀ ଆପଣଙ୍କର କିଏ ?ଆଲୋକ କୋହମିଶ୍ରିତ କଣ୍ଠରେ କହିଲେ – ହଁ, ମୁଁ ବି ଏକ କର୍ଣ୍ଣ ।

    200.00
    Add to cart
  • Mudra

    Mudra

    ବୁଭୁକ୍ଷୁ ଜନତାମାନଙ୍କପାଇଁ ଅଛି ତାଙ୍କର ଗଭୀର ସମବେଦନା। ନିଷ୍ପେସିତ ମଣିଷଙ୍କପାଇଁ ଭରି ରହିଛି ହୃଦୟରେ ଦରଦ। ସେଦିନ ‘ଆଗାମୀ’ ନାମକ କବିତାରେ କାଳିନ୍ଦୀ ଚରଣ ପାଣିଗ୍ରାହୀ ଯେଉଁ ସବୁ କଥା କହିଯାଇଥିଲେ ତାହାକୁ ସେ ଉଚିତ ବୋଲି ହୁଏତ ମନେ କରି ବସିଛନ୍ତି। ଅର୍ଥାତ୍ କବିତା ଏକ ବିରାଟ ସମାଜର କଥା କହେ, ଯେଉଁଥିରେ ସମସ୍ତଙ୍କ ପାଇଁ ବଖୁରେ ହେଲେ ବି ଘର ରହିଥାଏ। ସମସ୍ତଙ୍କ ପାଇଁ ମୁଠାଏ ଦୁଧଭାତ, ଦୁଇଟି ଲୁଗାଜାମା, ନିର୍ବିଘ୍ନ ଅଧ୍ୟୟନ, ସରକାରଙ୍କ ତରଫରୁ ସମସ୍ତଙ୍କ ପାଇଁ କାମ ଓ ସ୍ୱାଧୀନ ବକ୍ତବ୍ୟର ଅଧିକାର ସବୁ ମଣିଷଙ୍କର ପ୍ରାପ୍ୟ। ବାଞ୍ଛାନିଧିଙ୍କର କାବ୍ୟାତ୍ମା ସେହି ନିଷ୍ପେସିତ ସମାଜର ଜୟଗାନ କରିବାରେ ବ୍ୟସ୍ତ ରହିଛି। ଅଧିକାଂଶ କବିତାରେ ସେଇ ଭାବ ଉତ୍]କୀର୍ଣ୍ଣ ହୋଇଛି ଅନ୍ତର୍ଛନ୍ଦରେ ସୁସଜ୍ଜିତ ହୋଇ। ଯୌବନର ଆଦିକାଳରେ ପ୍ରଗତିବାଦୀ ଚିନ୍ତାଧାରାର ନାୟକମାନଙ୍କଠାରୁ ସେ ଯେଉଁ ବହ୍ନି ସଂଗ୍ରହ କରିଥିଲେ ତାହା ଆଜି ପର୍ଯ୍ୟନ୍ତ ପ୍ରଜ୍ଜ୍ୱଳିତ ରହିଛି ବୋଲି ସେ ତାଙ୍କର କବିତାରେ ଉଦ୍]ଘୋଷଣା ମଧ୍ୟ କରିଛନ୍ତି।

    ବାଞ୍ଛାନିଧିଙ୍କ ବ୍ୟକ୍ତିସତ୍ତାକୁ ଅନୁଭବ କରିବାକୁ ହେଲେ ‘ମୁଦ୍ରା’ କବିତା ଗ୍ରନ୍ଥର କେତେକ କବିତାକୁ ଅଧ୍ୟୟନ କରିବାକୁ ପଡ଼ିବ, ଯେଉଁଥିରେ ସେ ଲେଲିନ, ହିମାଂଶୁ ନନ୍ଦୀ, ଶିବାଜୀ ପଟ୍ଟନାୟକ, ସଂଗ୍ରାମୀ ଲକ୍ଷ୍ମଣ ପଟ୍ଟନାୟକ ଇତ୍ୟାଦିଙ୍କୁ ସ୍ମୃତିଅର୍ଘ୍ୟ ପ୍ରଦାନ କରିଛନ୍ତି। ଲେଲିନଙ୍କ ‘ରାଷ୍ଟ୍ର ଓ ବିପ୍ଳବ’ ଗ୍ରନ୍ଥ ତାଙ୍କୁ ବହୁ ଭାବରେ ପ୍ରଭାବିତ କରିଛି। ଯେଉଁଥିପାଇଁ ‘ଲେଲିନ’ ଶୀର୍ଷକ କବିତାରେ ସେ ଲେଖିଛନ୍ତି-

    ଯେଉଁଠି ଅଟକିଯାଏ ଗାଡ଼ି ମୋର

    ‘ରାଷ୍ଟ୍ର ଓ ବିପ୍ଳବ’ ଦିଏ ମୋ ମାର୍ଗ ଫିଟାଇ

    ଜୀବନର ଭୁଲଭ୍ରାନ୍ତି

    ମୁହୂର୍ତ୍ତକେ ଯାଏ ମୁକ୍ତ ହୋଇ।

    200.00
    Add to cart
  • Muhurta

    Muhurta

    ଏହି ସଂକଳନର ପ୍ରାୟ ଗପ ଲଘୁ ଗଳ୍ପ ଶ୍ରେଣୀଭୁକ୍ତ ଅଳ୍ପରେ ଅନେକ କଥା କହିବାକୁ ଚେଷ୍ଟା କରିଛି କିଛି ଦୀର୍ଘ ଗଳ୍ପ ମଧ୍ୟ୍ୟ ରହିଛି ମୋ କଲେଜ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲିଖିତ ଏହି ଗପ ଗୁଡିକ ଆଶା କରୁଛି ପାଠକଙ୍କ ହୃଦୟକୁ ଛୁଇଁବ ସଂକଳନରେ ସ୍ଥାନିତ ଗପଗୁଡିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ତନ୍ମଧ୍ୟରୁ କଥା, ନବନିତା, ରାଜଭୂମି, ସାମ୍ନା, ମହୁରୀ, ମୁକୁର, ବନଫୁଲ, ବାତାୟନ,ପ୍ରେମ, ସୀମାନ୍ତ,ବୈଶିଷ୍ଟ୍ୟ, ଶୋଭନା, ସମ୍ବାଦ, ଧରିତ୍ରୀ ସାହିତ୍ୟୟାନ, ସେଇଠୁ ଆରମ୍ଭ, ସୂର୍ଯ୍ୟପ୍ରଭା, ସକାଳ, ସଂଚାର, ସର୍ବସାଧାରଣ, ପ୍ରଗତିବାଦୀ, ନିତିଦିନ ଅନ୍ୟତମ ଉକ୍ତ ପତ୍ରପତ୍ରିକାର ସମ୍ପାଦକଙ୍କୁ ହୃଦୟର ସହିତ ମୋର ଧନ୍ୟବାଦ ଓ କୃତଜ୍ଞତା ଗପଟି ପଢି ବହୁ ଦୂରଦୂରାନ୍ତରୁ ଫୋନ ମାଧ୍ୟମରେ ଶୁଭେଚ୍ଛା ଜଣାଉଥିବା ମୋର ପ୍ରତ୍ୟେକ ପାଠକ ପାଠିକାଙ୍କୁ ଆନ୍ତରିକ ଧନ୍ୟବାଦ ମୋ ସୃଜନଶୀଳ ଯାତ୍ରାରେ ଏହା ସର୍ବଦା ମତେ ପ୍ରୋତ୍ସାହିତ କରିବ —ସୁଚରିତା ବେହେରା

    200.00
    Add to cart
  • Muhurte Moksha

    Muhurte Moksha

    ଭାବ କେତେବେଳେ ଛଳଛଳ ତ ଆଉ କେତେବେଳେ ସ୍ତବ୍ଧ। ତାହା ତରଙ୍ଗାୟିତ ହୋଇ ଉଠେ ତ ଧ୍ଵନି ସୃଷ୍ଟି କରେ । ଶବ୍ଦ ଧ୍ଵନିରେ ଝଙ୍କାର ତୋଳେ । ସେ ଭାବ ଏକ ତନ୍ମୟୀ ଭାବ ।ମନ ପ୍ରାଣକୁ ଚହଲାଇ ଦିଏ ।ଶ୍ରୋତା ଶୁଣେ ତ ହୃଦୟ ଭିତରକୁ ନେଇ ଗୁଣୁଗୁଣୁ ହୁଏ ଏକ ଆତ୍ମୀୟ ଭାବ ସ୍ପନ୍ଦନରେ ।ଏହି ସ୍ପନ୍ଦନ ତିଆରି କରିବାର ସାମର୍ଥ୍ୟ ଯେଉଁ ଭାବରେ ଥାଏ ତାହା ହିଁ ତାହାରି ଐଶ୍ୱର୍ଯ୍ୟ । ତାହା ହିଁ ଛିଡ଼ା ହୋଇ ଯାଏ କବିତାର ରୂପ ଓ ଗୁଣର ଅଧିକାରିଣୀ ହୋଇ । ଆଉ ଭାବ ଯେତେବେଳେ ମନ ପ୍ରାଣ ଭିତରେ ସ୍ତବ୍ଧ ହୋଇ ରହିଥାଏ ତାହା କ’ଣ ଗୋଟିଏ ଗଢିବାର ବା ନୂଆ ଏକ ସ୍ରୋତ ତିଆରି କରିବାର ପରିକଳ୍ପନାରେ ରହିଥାଏ । ଏଥି ପାଇଁ ଶବ୍ଦ ଖୋଜେ ବା ଶବ୍ଦମାନେ ଚଢ଼େଇ ପରି ତା ପାଖକୁ ଉଡ଼ିଉଡ଼ି ଆସନ୍ତି । ସେମାନଙ୍କ ଭାବ ଧ୍ବନି ଆଉ କଣ କି ? ତାହା ତ ଅନ୍ତରାତ୍ମାର ଧ୍ଵନି ! ଭାବ ସମ୍ପଦ ଓ ଶବ୍ଦ ମିଶି ଗଢନ୍ତି ଯେଉଁ ପ୍ରତିମା, ତାହା ଚଳମାନ ଓ ସବାକ ନୈରାତ୍ମା-ତାହା ବୋଧ ହୁଏ କବିତା !

    ଏହି ଭାବ ଓ ଅନ୍ତରାତ୍ମାର ଧ୍ଵନି ଯେଉଁଠି ପବିତ୍ର ଓ ଶୁଦ୍ଧ ସେଇଠି ଭୋର୍ ବେଳାର ଆରମ୍ଭ । ଏସବୁ କହିବାର ଅଭିପ୍ରାୟ ହେଉଛି ଯୁବକବି ପ୍ରମୋଦ ମଲ୍ଲିକଙ୍କ କାବ୍ୟ ଯାତ୍ରା ସଂପର୍କରେ କିଛି ସୂଚନା ଦେବା । ଏହି କବି ନବାଗତ ନୁହଁନ୍ତି,ଢେର୍ ଦିନ ହେଲା କବିତା ଲେଖିଲେଣି । ପ୍ରଥମ କବିତା ସଂକଳନ “ମାୟା ମୁହାଣ” ପ୍ରକାଶିତ ହୋଇ କବିତା ପ୍ରେମୀମାନଙ୍କ ଦ୍ଵାରା ଗ୍ରହଣୀୟ ଓ ପ୍ରଶଂସିତ ହୋଇ ସାରିଛି । ଏବେ ” ମୁହୂର୍ତ୍ତେ ମୋକ୍ଷ” ହେଉଛି ତାଙ୍କର ଦ୍ୱିତୀୟ କବିତା ସଂକଳନ । ଏଥିରେ ରହିଛି ମୋଟ ସଇଁତିରିଶିଟି କବିତା ଯାହା ଆମ ସାମାଜିକ ଜୀବନରେ ବହୁ ପ୍ରସ୍ଥକୁ ଛୁଇଁଛି,ଅନୁଭବିଛି । ସେହିପରି କିଛି ଏକାନ୍ତ ଆତ୍ମୀୟ ଅନୁଭବ ଖୁବ୍ ଚମତ୍କାର ଢଙ୍ଗରେ ସାର୍ବଜନୀନ ଭାବ ସତ୍ତାକୁ ସ୍ପର୍ଶ କରିବାର ସାମର୍ଥ୍ୟ ବହନ କରିଛି ।

    180.00
    Add to cart
  • Muktikami Mohini Mohana

    Muktikami Mohini Mohana

    ଫକୀରମୋହନ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟରତ ଥିବାବେଳେ ଲକ୍ଷ୍ୟକଲି ଯେ, ଆମ ପାଠ୍ୟକ୍ରମରେ ମୋହିନୀମୋହନ ସେନାପତିଙ୍କ ବିଷୟରେ କୌଣସି ଉଲ୍ଲେଖ ସୁଦ୍ଧା ନାହିଁ । ଗୋଟିଏ ପଟରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର ଭାବରେ ଓ ଅନ୍ୟଦିଗରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ମଧ୍ୟ ପ୍ରପୌତ୍ର ମନେକରି କର୍ତ୍ତବ୍ୟ ନିର୍ବାହ କରୁଥିବା ସମୟରେ ଉପରେ ଉଲ୍ଲିଖିତ ବିଷୟଟି ମୋତେ ବ୍ୟଥିତ କରିଥିଲା । ଅର୍ଥାତ୍ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପାଠ୍ୟ ଖସଡ଼ାରେ ମୋହିନୀମୋହନଙ୍କ ସ୍ଥାନ ନରହିବା ହେତୁ ମୋତେ ହିଁ ନେବାକୁ ପଡ଼ିଥିଲା ଏକ ଚୂଡ଼ାନ୍ତ ନିଷ୍ପତ୍ତି । ମୋହିନୀମୋହନଙ୍କ ଦ୍ୱାରା ରଚିତ ‘ଜୀବଜନ୍ତୁଙ୍କ ଅଧିକାର’ ପ୍ରବନ୍ଧର ସାମ୍ପ୍ରତିକ ଆହ୍ୱାନ ଓ ଆବେଦନ ହୃଦୟକୁ ମୋର ବହୁ ଭାବରେ ଅନୁପ୍ରାଣିତ କରିଦେଲା । ଚିନ୍ତାକଲି ଏହି ପ୍ରବନ୍ଧଟି ହିଁ ସ୍ଥାନ ପାଇବା ଏକାନ୍ତ ଆବଶ୍ୟକ ଓଡ଼ିଆ ସାହିତ୍ୟ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ନିମିତ୍ତ । ପ୍ରବନ୍ଧଟି କୋର୍ସ ଅନ୍ତର୍ଗତ ହେବାରୁ ଛାତ୍ରଛାତ୍ରୀମାନେ କେତେ ଅହ୍ଲାଦ ଓ ଗୌରବ ଅନୁଭବ କରିଛନ୍ତି, ତାହା ସ୍ୱଚକ୍ଷୁରେ ଦେଖିଛି । ସେହିପରି ପିଏଚ୍].ଡି. କୋର୍ସ ୱାର୍କ କରୁଥିବା ଜଣେ ଛାତ୍ରୀଙ୍କୁ ମୋହିନୀ ମୋହନଙ୍କ ସମ୍ପର୍କରେ ଗବେଷଣା କରିବା ପାଇଁ ଏଇଠି ପରାମର୍ଶ ଦେଇଥିଲି ଓ ସେ ମଧ୍ୟ ଏହାକୁ ମୋ ଉପରେ ସମ୍ପୂର୍ଣ୍ଣ ଆସ୍ଥାଶୀଳତା ପ୍ରକଟ କରି ଗ୍ରହଣ କରିଥିବା ଆଉ ଏକ ଆନନ୍ଦମୟ ଅଧ୍ୟାୟ । ଏସବୁ ବିଭିନ୍ନ ପ୍ରକାରର ଅନୁଭୂତି ମୋତେ ଏକ ଶକ୍ତିଶାଳୀ ଅନ୍ତଃପ୍ରେରଣା ପ୍ରଦାନ କରିଥିଲା ମୋହିନୀମୋହନଙ୍କ ସମ୍ପର୍କରେ ଏପରି ଏକ ପୁସ୍ତକର ପରିକଳ୍ପନା, ପରିଯୋଜନା ଓ ପରିପ୍ରକାଶ କରିବାପାଇଁ । ପୁସ୍ତକଟିକୁ ଲେଖିବାବେଳେ ଅନ୍ୟମାନେ ମୋହିନୀ ମୋହନଙ୍କୁ କେଉଁ ଦୃଷ୍ଟିରୁ ବିଚାର କରିଛନ୍ତି ତାହା ତନ୍ନ ତନ୍ନ କରି ମୁଁ ଆଦୌ ଅଧ୍ୟୟନ କରିନାହିଁ ।

    200.00
    Add to cart
  • Mukunda Deb

    Mukunda Deb

    Historical play Mukunda Deb (1920) depicts the heroic exploits of Mukunda Deb, the last independent Hindu King of Odisha. This historical character figures as the tragic protagonist in the play. He is heroic, generous, magnanimous and a great patriot. He sacrificed his life in his bid to protect the sovereignty of Utkal, his motherland. The character of Mukunda Deb can never be portrayed without the character of Kalapahada and Ramachandra Bhanja. The playwright has given due attention to these characters. Portrayal of female characters is relevant to the play. The play is an outstanding piece of dramatic work.

    300.00
    Add to cart
  • Mun Bi Maobadi

    Mun Bi Maobadi

    ମାଓବାଦୀ କହିଲେ ଆମ ମନରେ ଡର ଆସେ । ସାଧାରଣ ଲୋକ, ସରକାରୀ ବାବୁ, ପୋଲିସ, ନେତା, ଠିକାଦାର ସମସ୍ତେ ଡରନ୍ତି । ସେମାନେ କୁଆଡ଼େ ନିର୍ବାଚିତ ସରକାରରେ ବିଶ୍ୱାସ କରନ୍ତିନି । ସମାନ୍ତରାଳ ବ୍ୟବସ୍ଥା ଓ କାନୁନ ତିଆରି କରନ୍ତି । ସେମାନଙ୍କ ନଜରରେ ଯିଏ ଅପରାଧୀ ସାବ୍ୟସ୍ତ ହୁଏ, ତାକୁ ଧରିଆଣି ପ୍ରଜାକୋର୍ଟରେ ହାଜର କରନ୍ତି । ପ୍ରଜାକୋର୍ଟ କହିଲେ ଗାଁ ଲୋକଙ୍କ ଉପସ୍ଥିତିରେ ବିଚାର ଚାଲେ । ଆଉ ସ୍ଥାନୀୟ ମାଓବାଦୀ ନେତାଙ୍କ ନିର୍ଦ୍ଦେଶରେ ଦଣ୍ଡ ଦିଆଯାଏ । ଅନେକ ସରକାରୀ କର୍ମଚାରୀ, ଅସାଧୁ ଅଧିକାରୀ, ଲୋଭୀ ଠିକାଦାର, ପୋଲିସ ଇନଫର୍ମରଙ୍କୁ ସେମାନେ ମୃତ୍ୟୁଦଣ୍ଡ ଦେଇଛନ୍ତି, ଯାହାର ହିସାବ ନାହିଁ । ମାଓବାଦୀଙ୍କ କଥା ଆସିଲେ ମୋ ମନକୁ ବିଶିଷ୍ଟ କଥାକାର ଭଗବତୀ ଚରଣ ପାଣିଗ୍ରାହୀଙ୍କ ‘ଶିକାର’ ଗଳ୍ପ ଦୃଶ୍ୟମାନ ହୁଏ । କେମିତି ଝିଅବୋହୂଙ୍କ ଇଜ୍ଜତ ସହ ଖେଳ ଖେଳୁଥିବା ସର୍ଦ୍ଦାରର କଟାମୁଣ୍ଡ ଧରି ଘିନୁଆ ଥାନାକୁ ଯାଏ । ସେତେବେଳଠୁ ଏବେ ପର୍ଯ୍ୟନ୍ତ ଆମ ସମାଜରେ ସର୍ଦ୍ଦାରମାନେ ଅଛନ୍ତି ଏବଂ ସେମାନଙ୍କୁ ଆମ ସାମାଜିକ ବ୍ୟବସ୍ଥା ଓ ଆଇନକାନୁନ କିଛି ବି କରିପାରୁନି । ଘିନୁଆମାନେ ମାଓବାଦୀ ପାଲଟି ଯାଇଛନ୍ତି । ଆଉ ଥାନାକୁ ଯାଉନାହାନ୍ତି । ନିଜେ ନିଜେ ପ୍ରଜାକୋର୍ଟରେ ଦଣ୍ଡ ଦେଉଛନ୍ତି ।

    170.00
    Add to cart
  • Muthae Akshyara

    Muthae Akshyara

    କିଛି ଗଳ୍ପ ପଢ଼ିଲେ ସେ ଗଳ୍ପର କାହାଣୀ ସହ ମଣିଷ ନିଜକୁ ଯୋଡ଼ି ପାରେ । ଲାଗେ, ଗପଟି ସତେ ଯେମିତି ତା’ର ଅଙ୍ଗେ ନିଭାଇଥିବା କଥା ବଖାଣୁଛି । ଅଭିଜ୍ଞତା, ଅନୁଭୂତି ସହ ନିଜସ୍ୱ ବୌଦ୍ଧିକ ବିଚାରକୁ ଯଥୋଚିତ ସ୍ୱୀକୃତି ଦେଇ ସୃଷ୍ଟି କରାଯାଉଥିବା ଗଳ୍ପ ଖୁବ୍ ବାସ୍ତବଧର୍ମୀ ହୋଇଥାଏ । ଏଭଳି ଗପ ମନକୁ ଛୁଏଁ ଏବଂ ଗପଟି ପଢ଼ିସାରିଲା ପରେ ବି ଅନେକ ଦିନ ଧରି ଏହାର ସାରମର୍ମ ହୃଦୟକୁ ଛୁଇଁ ଚାଲିଥାଏ । ବିଦ୍ୟାଳୟ ଶବ୍ଦଟି ଏଭଳି ଏକ ଆଦର ଓ ଆବେଗର ଶବ୍ଦ ଯେ ଏଥି ସହ ସବୁ ବର୍ଗ, ବୟସ, ଜାତି, ଭାଷା ଓ ଶ୍ରେଣୀର ଲୋକେ ହୃଦୟର ସହ ଯୋଡ଼ି ହୋଇଥା’ନ୍ତି । ବିଦ୍ୟାଳୟଟିଏ ଅନେକ କାହାଣୀର ମୂକସାକ୍ଷୀ । ଗୋଟିଏ ପଟେ କୃତିତ୍ୱ, ଖ୍ୟାତି, ପ୍ରଶଂସା ଓ ସମ୍ମାନର ଜୟ ଜୟକାରରେ ଗର୍ବିତ ବିଦ୍ୟାଳୟ, ଅନ୍ୟପଟେ ଅନେକ ଅକୁହା ବେଦନା, କ୍ଷୋଭ, ଅପ୍ରାପ୍ତି, ନିନ୍ଦା ଓ ପରାଜୟର ସଜଳ ଶ୍ଳୋକକୁ ତା’ ହୃଦୟରେ ନୀରବରେ ବହନ କରି ଚାଲିଥାଏ । ଏହି ଅନୁଷ୍ଠାନଟି ସହ ପୁରା ସମାଜ ସହଭାଗୀ । ତେଣୁ ବିଦ୍ୟାଳୟର ଆତ୍ମକଥା, ସାମାଜିକ ଚିନ୍ତା ଓ ଚେତନାର ସମୟୋଚିତ ପ୍ରତିଫଳନ । ନିଜକୁ ଚରିତ୍ର ହିସାବରେ ଗଳ୍ପ ଭିତରେ ରଖି କିଛି ଅଭିଜ୍ଞତା ଓ ଅନୁଭବ ସହିତ ନିଜସ୍ୱ ବୌଦ୍ଧିକ ଚିନ୍ତନ ଶକ୍ତିକୁ ଉପଯୋଗ କରି କାହାଣୀ ଗୁଡ଼ିକୁ ଗଢ଼ି ତୋଳିଛି । ଏଭଳି ଶୈଳୀଟିର ନିଆରା ସ୍ୱଚ୍ଛନ୍ଦତା ରହିଛି । ତେଣୁ ଗଳ୍ପଗୁଡ଼ିକ ପାଠକ/ ପାଠିକାମାନଙ୍କ ପାଇଁ ସୁଖପାଠ୍ୟ ହେବ ବୋଲି ଆଶା କରେ ।

    150.00
    Add to cart
  • Muthae Byanga O Chenae Hasa

    Muthae Byanga O Chenae Hasa

    “ପ୍ରତ୍ୟେକ ଭାଷା ସାହିତ୍ୟରେ ନବରସର ଅବତାରଣା ପାଠକର ମାନସିକତାକୁ କରେ ପ୍ରଭାବିତ ଓ ତଦନୁସାରେ ପାଠକ ପାଏ ସାହିତ୍ୟ ମହାସାଗରରୁ ଆନନ୍ଦ ରୂପକ ମୁକ୍ତାର ଅମୂଲ୍ୟ ବିଭବ । ବ୍ୟଙ୍ଗ ସାହିତ୍ୟ ତନ୍ମଧ୍ୟରୁ ଏକ ରୂପେ ନାମିତ କରାଯାଏ । ଏହି ପରିପ୍ରେକ୍ଷୀରେ ସୁସାହିତ୍ୟିକ କବିସୂର୍ଯ୍ୟ ବଳଦେବ ରଥ ଓ କବି ରବି ସିଂ ଆଦିଙ୍କର ଅନେକ ଉଦାହରଣ ଦେଖିବାକୁ ମିଳେ ।

    ନିଜ ସମ୍ପର୍କରେ ଏ ବିଷୟରେ ଦୁଇପଦ କହିବାକୁ ଚାହିଁବି ସହୃଦୟ ମୋର ପ୍ରିୟ ପାଠକମାନଙ୍କ ଆଗରେ । ମନେପଡେ, ମୋର ଛାତ୍ର ଜୀବନରୁ ଏହିପରି କବିତା ପ୍ରତି ଏକ ଆକର୍ଷଣ ମତେ କେମିତି ଅଜାଣତରେ ମନ୍ତ୍ରମୁଗ୍ଧ କରିଥିଲା । ଅବଶ୍ୟ ନିରବଛିନ୍ନ ଭାବରେ ମୁଁ ତା’ର ସଦବ୍ୟବହାର କରିପାରିନାହିଁ ବିଭିନ୍ନ ପାରିବାରିକ ଓ ଚାକିରି ଜୀବନରେ ସମସ୍ୟା ବହୁଳତା ମଧ୍ୟରେ । ତେବେ ବିଭିନ୍ନ ବ୍ୟକ୍ତି, ବସ୍ତୁ ଓ ପରିସ୍ଥିତିର ଆଧାରରେ ଭିନ୍ନ ଭିନ୍ନ ସମୟରେ ଲେଖା, ବ୍ୟଙ୍ଗ କବିତା ସଂକଳନଟି ଆଜି ମୋର ପ୍ରିୟ ପାଠକ ପାଠିକାମାନଙ୍କୁ ଅର୍ପଣ କରିବାର ମନସ୍କତାକୁ ଏଡାଇ ପାରୁନାହିଁ । ଏଥିରୁ କେତେକ କବିତା ‘ଅମୃତାୟନ’, ‘ପଶ୍ଚିମା’, ‘ସମାରୋହ’ ଆଦି ପ୍ରତିଷ୍ଠିତ ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଛି ।”

    275.00
    Add to cart
  • Muthae Pratishruti

    Muthae Pratishruti

    Muthäe PratIshruti is author’s sixteenth short story collection comprising twenty-two heart touching tales which may leave an indelible impression upon the minds of the readers.

    190.00
    Add to cart