-
Nila Saraswati
₹220.00Seldom the very first book of an author has been hailed as a literary classic as “Nila Saraswati”. For nearly half a century its poems have tinted the landscape of Odia modern poetry. It is a book of love and longing which coexist with pain and nostalgia. It is like playing a game of chess with oneself, leaving an empty chair for death.
-
Niraba Nadira Sua
₹200.00କବିତା ହେଉଛି କବି ପ୍ରାଣର କଳ୍ପନା ପ୍ରସୂତ କାବ୍ୟିକ ଅଭିବ୍ୟକ୍ତି। କବିତାର କାୟାକଳ୍ପ ଗଢ଼ାହୁଏ ଭିଜା ମାଟିର ବାସ୍ନାରେ, ଜୀବନ ଜିଇଁବାର କଳାକୌଶଳରେ, ପ୍ରକୃତି ଓ ଜଗତ ପ୍ରତି ଅହେତୁକ ସ୍ନେହ, ଶ୍ରଦ୍ଧା, ମମତ୍ୱବୋଧରେ, ଭାବ, ଆବେଗ, ଲଳିତ ପଣ ଓ ପ୍ରେମର ଆଧ୍ୟାତ୍ମିକ ତଲ୍ଲୀନତା ଭିତରେ। ଭାଷା ମାଧ୍ୟମରେ ଭାବର ପରିପ୍ରକାଶ ଘଟେ, ଭାଷା ଶିଖାଏ ସାହିତ୍ୟ। ଉନ୍ନତ ମାନର କବିତା ତାକୁ ହିଁ କହନ୍ତି ଯାହା ପାଠକର ହୃଦୟକୁ ସ୍ପର୍ଶ କରେ, ତା’ର ଚିନ୍ତାଧାରାକୁ ଉନ୍ନତ କରେ, ଦୃଷ୍ଟିଭଙ୍ଗୀକୁ ବଦଳାଇ ଦିଏ, ଚେତନାର ଉଦ୍ରେକ କରାଇ ଏକ ସୁସ୍ଥ ସମାଜ ଗଠନରେ ମୁଖ୍ୟ ଭୂମିକା ନିଭାଏ।
“ନୀରବ ନଦୀର ସୁଅ”ରେ ସନ୍ନିବେଶିତ ୪୮ଟି ଯାକ କବିତା ସବୁ ଭିନ୍ନ ସ୍ୱାଦର। ଏ ସବୁ କବିତାରେ ଆଧୁନିକ ମଣିଷର ଅସହାୟତା, ଦୁଃସ୍ଥ ସାମାଜିକ ବ୍ୟବସ୍ଥାର ରୂପକଳ୍ପ, କଳ୍ପନା ଭିତରେ ବାସ୍ତବତାକୁ ବାନ୍ଧି ରଖିବାର ପ୍ରୟାସ, ନୀରବତା ଭିତରେ ଭାବାନ୍ତର ସୃଷ୍ଟି କରିବାର ଅନନ୍ୟ ଆବେଗ, ଗତିଶୀଳ ସମୟକୁ ପ୍ରତୀକାତ୍ମକ ଭାବେ ଅନୁଭବି ଜୀବନର ନିର୍ଦ୍ଦିଷ୍ଟତାକୁ ପର୍ଯ୍ୟବେକ୍ଷଣ କରିବାର ପ୍ରଚେଷ୍ଟା ଆଦି ଅତି ମାତ୍ରାରେ ପ୍ରତିଫଳିତ ହୋଇଛି।
-
Nirbachita Kabita
₹200.00An intense anthology, steeped in fearless intellect, Gayatribala Panda’s poems are a comment on her socio-political landscape and the resultant human condition. Woven in her native language, varying from its most colloquial to its richest form and her land, its soil, its people and its legacy setting up a searing backdrop for her deep words, these poems are a comment on her homeland’s greatest struggles, fissures and wounds across social categories, particularly the challenges, injustices and atrocities perpetrated against women in a largely patriarchal setup. Known for adding the human to the abstract, Gayatribala Panda gives us a slice of Odisha in verse to savour and to contemplate on.
-
Nirbanara Arapakhe
₹230.00ଯେତେବେଳେ ମୋର ବ୍ୟକ୍ତିସତ୍ତାର ଅସ୍ତିତ୍ୱ ହଜିଯାଇଥିଲା, ଗୋଟେ ଲେଖକ କେବଳ ଥିଲି, ତାହା ଖୁବ୍ ଭଲ ଥିଲା ମୋ ପାଇଁ । ପାଠକୀୟ ପ୍ରତିକ୍ରିୟା ନିରପେକ୍ଷ ମଣୁଥିଲା ମୋତେ । ଭାବୁଥିଲି ଦର୍ପଣଟିଏ ଲେଖାଏଁ ସେଇ ଚିଠି । ଖୋଜୁଥିଲି ମୋ ନିଜର ପ୍ରତିଛବି । ମାତ୍ର ମୋର ପରିଚୟ ଜାଣିଯିବା ପରେ ଅନେକେ ମତେ ଭାବୁଛନ୍ତି ଆଜି ପକ୍ଷଭୁକ୍ତ ବୋଲି । ସତେ ଯେମିତି ମୁଁ ଟେବୁଲ୍]ର ବିପରୀତ ପାଖରେ ବସିବା ମଣିଷ! ବିଚ୍ଛିନ୍ନ ସେମାନଙ୍କଠାରୁ । ଅନ୍ୟ ପକ୍ଷରେ ଡାକ୍ତରମାନେ ପ୍ରାୟତଃ ଗପ ପଢ଼ନ୍ତିନାହିଁ । ମୋର ତେଣୁ ମନେହୁଏ ଏକ ଜନବସତିହୀନ ଅଞ୍ଚଳରେ ଅଟକି ଯାଇଥିବାଭଳି ।
ଲେଖୁ ଲେଖୁ ଲେଖିଗଲି ଦର୍ପଣ କଥା । ପ୍ରତିଛବି କଥା । ସମସ୍ତେ କହନ୍ତି, ସାହିତ୍ୟ ଦର୍ପଣ ହେବା ଉଚିତ ସମାଜର । ମାତ୍ର କି ପ୍ରତିଛବି ଦେଖାଏ ସତରେ ଦର୍ପଣଟିଏ?
ଅବିକଳ ଓଲଟା । ବାମପାଶ୍ୱର୍କୁ ଡାହାଣ ଓ ଡାହାଣ ପାଶ୍ୱର୍କୁ ବାମ କରିଦିଏ ଦର୍ପଣ । ମୋ ଗପ ସଂପର୍କରେ କିଏ ସେଭଳି ମନ୍ତବ୍ୟ ଦେଲେ ମୁଁ ଦ୍ୱନ୍ଦ୍ୱରେ ପଡିଯାଏ ତେଣୁ ।
-
Nisabda Ninada
₹150.00ଏବର ସମୟ ଖଣ୍ଡରେ କବିତାର ପ୍ରଧାନ ଉତ୍ସ ହେଉଛି ମଣିଷ । ସେହି ମଣିଷ ନିତିଦିନ କେତେ କେତେ ସୁଖ ଦୁଃଖ, ହାନିଲାଭ, ବିଷାଦ ବିରହ ଓ ଭୋକକୁ ସାମ୍ନା କରୁଥାଏ । ସେ ଭୋକ ହୋଇପାରେ ଉଦରର, ମାନସିକ ସ୍ତରର, ଜୀବନ ଜିଜ୍ଞାସାର, ସାମାଜିକ, ଆର୍ଥନୀତିକ ଓ ସାଂସ୍କୃତିକ ବିଶ୍ଲେଷଣର । ମଣିଷର ସୁବିଧା ପାଇଁ ଯେଉଁ ଅନୁଷ୍ଠାନ ସମୂହ ଗଢ଼ାଯାଇଛି, ଆବଶ୍ୟକ ବେଳେ ସେ ସଂସ୍ଥା ସହଯୋଗ, ଆନ୍ତରିକତା ଓ ଅନ୍ତରଙ୍ଗତାର ହାତ ପ୍ରସାରଣ କରେ ନାହିଁ । ସୁତରାଂ ବୃହତ୍ତର ଜନଜୀବନ ଅସହାୟ ଓ ଅନିଶ୍ଚିତତା ମଧ୍ୟରେ ଜିଇଁବାକୁ ବାଧ୍ୟ । Micro ଦୃଷ୍ଟିରୁ ସବୁ ଠିକ୍]ଠାକ୍ ଥିଲା ଭଳି ଭ୍ରମସୃଷ୍ଟି ହେଉଥାଏ, କିନ୍ତୁ Micro ଦୃଷ୍ଟିରୁ ନିରୀକ୍ଷଣ କଲେ, ମଣିଷର ଦୁଃଖ, ଦୁର୍ଦ୍ଦଶାର ଅନ୍ତ କାହିଁ? ଦୁଃଖର ଉପତ୍ୟକାରେ ସେ ଏକାଏକା ଉଦାସ ଓ ନିର୍ଲିପ୍ତ । କହିବା ବାହୁଲ୍ୟ, ଜୀବନର ପରିସର ଏତେ ବ୍ୟାପକ ଯେ କବିତା ମାଧ୍ୟମରେ ସେ ସବୁର ଅବତାରଣା ଅସମ୍ଭବ । ଶବ୍ଦ ଯେତେବେଳେ କ୍ଲାନ୍ତ ଓ ନିସ୍ତେଜ ହୋଇଯାଏ, ସେତେବେଳେ ନିଃଶବ୍ଦ, ଜାଗ୍ରତ ହେବା ସଙ୍ଗେସଙ୍ଗେ ସକ୍ରିୟ ହୋଇଥାଏ । ଅନ୍ୟ ଅର୍ଥରେ ଶବ୍ଦର ଯେତିକି ଶକ୍ତି ଅଛି ନିଃଶବ୍ଦର ତା’ଠାରୁ ଅଧିକ ଶକ୍ତି ଅଛି । ଏଠି ବାଗଡ଼ାମ୍ବର ନାହିଁ, ଗଳାଫଟା ଚିତ୍କାର ନାହିଁ, ଅଛି କେବଳ ମୌନ, ନିରବତାର ଭାଷା, ଯାହା ବଡ଼ମଥା ଠାରୁ କୋଟିକୋଟି ମଣିଷର ଅବଚେତନକୁ ଭେଦିଯାଏ । ସେଇଠୁ ଆରମ୍ଭ ହୁଏ ଉପଶମର ରାସ୍ତା । Inter War Period ରେ ଯେତେବେଳେ ମଣିଷ ସମାଜ ଭୟାବହ ବେରୋଜଗାରୀ, ଅତି ସ୍ଫୀତି (hyperinflation), ଚାହିଦା ସଂକୋଚନକୁ ସାମ୍ନା କରୁଥାଏ, ଠିକ୍ ସେତିକିବେଳେ ନିଃଶବ୍ଦ ଶୋଭାଯାତ୍ରାର ଲମ୍ବା ଲମ୍ବାଧାଡ଼ି ବିଶ୍ୱ ମଗଜକୁ ତରଳେଇ ଦେଇଥିଲା । ନିଃଶବ୍ଦତାର ଗର୍ଭ ଜରାୟୁରୁ ଜନ୍ମ ନେଇଥିଲା କେତେକେତେ ନୂଆ ଫର୍ମୁଲା । ସୁତରାଂ, ଶବ୍ଦ, ନିଃଶବ୍ଦ, କୋଳାହଳ ଓ କମନୀୟତା ହେଉଛି ଜଡ଼ତା ବିରୁଦ୍ଧ ଏକ ଆହ୍ୱାନ । ସେହି ଆହ୍ୱାନ ପ୍ରତିକ୍ଷେତ୍ର ପାଇଁ ପ୍ରଯୁଜ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ ।
-
Nisanga Iswari O Anyanya Kabita
₹225.00This collection has fifty poems from poet’s previous published collections Abyakta Atatayee, Asati, Nisabdare, Atithi, Purnatama, Jhia Paain Jharkatie, Nastanaree, Tirthajatra, Maa`ra Kandana Gita, Nijaku Khojila Bele, Yogini Gita, Ebe Mun Premare, and Agni Kamalini selected by the poet for global Odia poetry lovers.
-
Nishabda Banshiswana
₹180.00“Nishabda Banshiswana” is poet’s eighth poetry collection, the title of which is after its first long poem that depicts the divine love between Krishna, the eighth incarnation of Lord Vishnu and Radha, the goddess of love, compassion and devotion and the internal potency (hladini shakti) of Krishna, and the reason behind breaking the flute by Krishna himself. The other poems of this collection are of varied tastes and thoughts that may touch the minds of poetry-lovers.
-
Nishabda Nupura
₹180.00ଉମାଶଙ୍କର ପଣ୍ଡାଙ୍କ ଓଡ଼ିଆ ସାହିତ୍ୟଜଗତକୁ ତାଙ୍କର ଜୀବନବ୍ୟାପି ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ୨୦୦୪ ମସିହାରେ ସର୍ବୋଚ୍ଚ ଅତିବଡ଼ୀ ସମ୍ମାନରେ ସମ୍ମାନିତ କରିଥିଲା । ଏତଦ୍]ବ୍ୟତୀତ ସେ ବିଷୁବ ସମ୍ମାନ, ଝଙ୍କାର କାବ୍ୟ ସମ୍ମାନ, ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ, ସାରଳା ସମ୍ମାନ, ଫକୀର ମୋହନ ଗଳ୍ପ ସମ୍ମାନ, ଅଖିଳ ପଟ୍ଟନାୟକ ବିଶେଷ କବି ସମ୍ମାନ, କବିତାୟନ କବି ସମ୍ମାନ, ଧରିତ୍ରୀ ସାହିତ୍ୟ ସମ୍ମାନ ଆଦି ପଚାଶରୁ ଊର୍ଦ୍ଧ୍ୱ ସମ୍ମାନରେ ସମ୍ମାନିତ ।
ସେ ୬୭ଟି ବେତାର ନାଟକ, ପଚାଶରୁ ଊର୍ଦ୍ଧ୍ୱ ବେତାର ସଂଗୀତ ରୂପକ ଓ ଅନେକ ଓଡ଼ିଆ ତଥା ସମ୍ବଲପୁରୀ ଗୀତିକବିତାର ସ୍ରଷ୍ଟା । ତାଙ୍କ ରଚିତ ସମ୍ବଲପୁରୀ ସଂଗୀତ ରୂପକ ‘ଗାଆଁକେ ଯିମା ଚାଲ’ ସର୍ବଭାରତୀୟ ସ୍ତରରେ ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ୨୦୦୦ ବର୍ଷରେ ଶ୍ରେଷ୍ଠ ବିବେଚିତ ହୋଇ ପ୍ରଥମ ପୁରସ୍କାର ଲାଭ କରିଥିଲା ।
‘ନିଶବ୍ଦ ନୂପୁର’ହେଉଛି କବି ଉମାଶଙ୍କର ପଣ୍ଡାଙ୍କର ପଞ୍ଚମ କବିତା ସଂକଳନ, ଯାହାକି ୧୯୮୪ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା ।
-
Nishadara Nishanare
₹150.00ଭ୍ରଷ୍ଟ ନ ହେଲେ ଶବ୍ଦ କି ଶବ୍ଦ ! ଶବ୍ଦପକ୍ଷୀ ପାଇଁ ଗଢା ହୋଇନାହିଁ ପଂଜୁରୀ ।
ଶବ୍ଦ ନିରବ କିନ୍ତୁ ସ୍ଫୋଟ । ଅଂଧାରରେ ହିଁ ଚିତ୍ରଲୋକ ।
କାଳ ଡାକୁଛି ଦୁଆରରେ, ଦେବାକୁ ହେବ ପାଉଣା ।
ଏ ପୃଷ୍ଠାରେ ପୃଥିବୀ ବିଦୀର୍ଣ୍ଣ,
ଆର ପୃଷ୍ଠାରେ ଇଂଦ୍ରଧନୁର ବର୍ଣ୍ଣିଳ ଆକାଶ ।
ଚଉକାଠରେ କବି ଚିରକାଳ, ଦୁଆର ଏପଟେ ଗଭୀର ରାତିର ବିକଟାଳ ଧ୍ୱନି, ସେ ପଟେ ସମୁଦ୍ରର ଆଦିଗନ୍ତ ନିରବତା ।
ଦ୍ୱାର ପାଖରେ ଲହ ଲହ ସ୍ପର୍ଶାତୁର ଯୋଗିନୀର ଜାନୁ । ନିରବତାର ଚିରାଂଶୁ କ୍ରୋଞ୍ଚ ପକ୍ଷୀକୁ ଓଟାରି ଆଣେ ନିଷାଦ ପରି ଶବାଧାରକୁ । ଦିଗନ୍ତ ବ୍ୟାପୀ ସୂକ୍ଷ୍ମତାରେ ଝଟକୁଥାଏ ଆଲୁଅ ଅଂଧାର । କେଉଁ ଅନାଗତ ଗର୍ଭାଶୟରେ ଉଦଗମିତ ହୁଏ କବିର ଭ୍ରୁଣ, କାଳ କାଳ ମହାକାଳ ଗଢୁଥାଏ ତାକୁ । ମଇଁଷି ରଙ୍ଗର ଛାଇ, ପାଦର ପାଉଁଜି, ଶିଖା ପରି ଦେହରେଣୁ, କିଏ ଗୋ ତୁ, ପଚାରେ କବି । ସ୍ତନାଗ୍ରରେ ତୋର, ମୋର ପୁରୁଷାର୍ଥର ପାପ, ଅକ୍ଷମତାର ଅମୃତ ।
ଶୁଭୁଛି ରହି ରହି ସେ ଅନାଥିନୀ ବୁଢୀର କାନ୍ଦଣାର ଗୀତ, ସୁନ୍ଦର ଗୋଧୂଳି ।
ସରିଗଲା ସବୁ ମଂତ୍ର, ଲିଭିଗଲା ହୋମାଗ୍ନି, ପ୍ରଜାପତିମାନେ ଅବୋଧ ରହିଗଲେ କବିତା,
ମହାଶୂନ୍ୟ ନିରବତା, ଶୁଷ୍କପ୍ରାଣ ଆକୁଳତା, କବିତା କବିତା ।
ଅପୂର୍ଣ୍ଣତାରେ ବହ୍ନିଥାଏ, ଥାଏ କବିତା, ଅହରହ ଝଟକୁଥାଏ ।
ଅପୂର୍ଣ୍ଣତାର ବହ୍ନି ସୃଜେ କିଏ ?
କୁହୁଡ଼ିରେ ଆସ୍ତରିତ କରେ କିଏ ଜୀବନର ମାନଚିତ୍ର ? କେତେ ପ୍ରେମରେ ଗଢିହୁଏ ପୃଥିବୀ ? ଆକାଶ କଣ ପ୍ରେମର ପରିସୀମା ?
ସମୁଦ୍ରରେ ଲହଡ଼ି ଭାଙ୍ଗୁଥାଏ ଏକାକୀତ୍ୱ, ଆହା ! ପ୍ରଳୟ କେତେ ଏକଲା !
ନିଷାଦର ନିଶାଣରେ କବି ଉଭା ଯେତିକି, ପୋତା ସେତିକି ।
କବିତା ଭାଷିକ କଳାର ସାମ୍ରାଜ୍ଞୀ । ଏଇଥି ପାଇଁ ଯେ ଭିନ୍ନ ଭିନ୍ନ ଭାବକଳ୍ପର ଦୃଶ୍ୟାୟନ ସହିତ ଶବ୍ଦର ଧ୍ୱନିକଂପକୁ ସେ ସୂତ୍ରାୟିତ କରେ, ଏକ ଇ ଠା’ରେ । ପ୍ରେମ ହେଉ କି ବିଦ୍ରୋହ, ଯୁଦ୍ଧ ହେଉ କି ଅଧ୍ୟାତ୍ମ, କବିତାକୁ ମଂତ୍ରାୟିତ କରେ ତା’ର ଶାବ୍ଦିକ ସ୍ପଂଦନ ।
କବିତା ପ୍ରତି ଏତକ ବୋଧ ନେଇ ମୁଁ ପଢେ ଶ୍ରୀ ରାଜୀବ ପାଣିଙ୍କୁ, ପ୍ରାର୍ଥନା କରିବି ଆପଣ ବି ପଢନ୍ତୁ ।
ତାଙ୍କ କବିତା କେବଳ କବିତା ନୁହେଁ, ମଂତ୍ର ।
-
Nishwasara Chhai
₹180.00ଲକ୍ଷ୍ମୀନାଥ ବେଜବରୁଆଙ୍କ ‘ଲୋଭ’ ଗଳ୍ପଟି ଦ୍ୱାରା ମୋ’ର ଏହି ସଂକଳନର ଅନ୍ୟତମ ଗଳ୍ପ ‘ଜାଲ’ ପ୍ରାୟ ସଂପର୍କରେ ଘନିଷ୍ଠତର ହେବ। ସେଇପରି ‘ଶଠ’ ଗଳ୍ପଟି ତାରାଶଙ୍କର ବନ୍ଦ୍ୟୋପାଧ୍ୟାୟଙ୍କ ‘କାଲାପାହାଡ୍]’ ଗଳ୍ପଟି ଦ୍ୱାରା ପ୍ରଭାବିତ ହୋଇ ଲେଖାଯାଇଛି। ସଂକଳନର ଅନ୍ୟତମ ଗଳ୍ପ ‘ଦଶନମ୍ବର’ ମୋ ଜୀବନର ଏକ ଅଂଶ। ସେହିପରି ‘ମୂର୍ତ୍ତିମାନବୀ’ ମୋ’ର କୈଶୋର କାଳର ଅଭିଜ୍ଞତା ପ୍ରସୂତ।’କାର୍ତ୍ତିକ ପୁନେଇଁ’ ଗଳ୍ପର ଚରିତ୍ର, ସ୍ଥାନ ଓ କାଳ ଶହେ ଶତକଡ଼ା ସତ। ଟ୍ରେଜେରି ପାଖର ପୋଖରୀ ହିଁ ସେଇ ପୋଖରୀ। ଆମେ ନିଉକଲୋନୀରେ ରହୁଥିଲାବେଳେ ତଥା ମୋ’ହାଇସ୍କୁଲ୍ ସମୟରେ ଏହି ଗଳ୍ପର ଅନୁଭୂତି। ‘ଦୀପାବଳୀ’ ଗଳ୍ପଟିର ଥିମ୍ ନିଷ୍ଠୁର ବାସ୍ତବବାଦ ତଥା ଲେଖକୀୟ ଅନୁଭୂତି ଉପରେ ପ୍ରତିଷ୍ଠିତ। ‘ଦୀପାବଳୀ’ ଗଳ୍ପର ଘଟଣା ଆଜି ସମାଜର କୋଣାନୁକୋଣରେ ଘଟୁଛି। କିନ୍ତୁ ବଡ଼ କଥାଟା ହେଲା ସଂପର୍କର ଗ୍ରନ୍ଥି, ସଂପର୍କର ସାଂଦ୍ରତା। ଏହା ହିଁ ଗଳ୍ପର ମୂଳକଥା। ‘ମାସ୍]କଟ୍]’ ଗଳ୍ପ ମୋ କଲେଜ ଜୀବନ ଆରମ୍ଭ କାଳର ଅନୁଭୂତି। ୨୦୦୬-୦୭ ମସିହା ବେଳର ଅନୁଭୂତିକୁ ନେଇ ଏ ଗଳ୍ପଟି ରଚିତ। ବାଲି ବିଶ୍ୱକର୍ମା ଗଳ୍ପଟିରେ ଯେଉଁ କଥା ଘଟିଛି ମୋ’ ଦଶମ ଶ୍ରେଣୀ କାଳର ଅନୁଭୂତି ପ୍ରସୂତ। ଅବଶ୍ୟ ଏହା ପରୋକ୍ଷ ଅନୁଭୂତି ଥିଲା। ସେହିପରି ‘ବାଃ’ ଗଳ୍ପଟି ଅତ୍ୟନ୍ତ ହୃଦୟ ବିଦାରକ ସ୍ୱପ୍ନର ପରିଣାମ। ‘ଗୁଟି’ ଗଳ୍ପଟି ମଧ୍ୟ ରାସ୍ତାକଡ଼ର ଲୋକଙ୍କୁ ଦେଖି ମନରେ ଜନ୍ମିଥିବା କଳ୍ପନାର ଫଳ। କିନ୍ତୁ ‘ତପସ୍ୟା’ ଗଳ୍ପଟି ହଠାତ୍ ମୋ’ ମନରେ ଦିନେ ଲେଖିବାର ଅଜବ ଇଚ୍ଛା ରୂପରେ ଉଇଁଥିଲା। ପରିଣତି ଆପେ ଆପେ ହୋଇଛି। ଏ ଗଳ୍ପ କାଳରେ ଲେଖନୀଟି ମୋ’ଆୟତ୍ତରେ ନଥିଲା। ତେବେ ଗଳ୍ପ ସବୁ ମୋ’ର ଅତ୍ୟନ୍ତ ନିଜର; ଆପଣାର। ମୋ’ ଅତି ଘନିଷ୍ଠ ଆତ୍ମାର ସାଥୀ। ଏମାନଙ୍କ ବାବଦରେ ମୁଁ ଯେତେ କହିଲେ ମଧ୍ୟ କମ୍ ହେବ। ଆପଣମାନେ ଏଗୁଡ଼ିକର ସଫଳତା ଓ ବିଫଳତା ବିଚାର କରିବେ। — ସନ୍ତୋଷ କୁମାର ନାୟକ
-
Nistabdha Pruthibi
₹195.00Nistabdha Pruthibi is author’s second short story collection. This has 25 short stories based on contemporary issues author has experienced or observed during different situations. Stories would touch the Odia short story lovers worldwide.
-
Nitya Kurukshetra
₹220.00କଲେଜ ମାଗାଜିନ ପାଇଁ ଲେଖାଟିଏ ଦେବାର ଅଭିଳାଷରୁ ମୋର କବିତା ଲେଖା ଆରମ୍ଭ । ବିଭିନ୍ନ ପତ୍ର ପତ୍ରିକା ମାନଙ୍କରେ କେତେକ କବିତା ପ୍ରକାଶିତ । ଜୟପୁର ରେଡିଓ ଷ୍ଟେସନରୁ ଯୁବବାଣୀ କାର୍ଯ୍ୟକ୍ରମରେ ନିୟମିତ ଭାବରେ କିଛି ବର୍ଷ କବିତା ପାଠ ସାଂଗକୁ କେତେକ ଅନୁଷ୍ଠାନ ଦ୍ୱାରା ପ୍ରଶଂସିତ ଓ ପୁରସ୍କୃତ ହେବା ସତ୍ତ୍ୱେ ମୁଁ ନିଜକୁ ଜଣେ କବି ଭାବରେ କେବେ ସ୍ୱୀକୃତି ଦେଇନାହିଁ । ତେଣୁ ଏସବୁ ଦିନେ ପୁସ୍ତକ ଆକାରରେ ପ୍ରକାଶ ପାଇବ ଏକଥା ମୋ ଚିନ୍ତାର ବାହାରେ ଥିଲା । ପ୍ରଥମେ ମୋର ସହକର୍ମୀ ସାହିତ୍ୟର ଶ୍ରଦ୍ଧାଳୁ ରସଗ୍ରାହୀ ପାଠକ ଶିକ୍ଷା ବିଭାଗର ଅଧ୍ୟାପକ ବଂଧୁ ଶ୍ରୀ ମଳୟ କୁମାର ନନ୍ଦୀ ମୋର କବିତାଗୁଡ଼ିକୁ ପଢ଼ି ପୁସ୍ତକଟିଏ ପ୍ରକାଶ କରିବାକୁ ପ୍ରସ୍ତାବ ଦେଲେ । ସେ ଦିଗରେ ମୋର ଅନାଗ୍ରହ ଦେଖି ପ୍ରକାଶନର ସମସ୍ତ ଦାୟିତ୍ୱ ସେ ନେବେ ବୋଲି ପ୍ରତିଶ୍ରୁତି ଦେଲେ । ତେଣୁ ତାଙ୍କର ପ୍ରୋତ୍ସାହନ କେବଳ ନୁହେଁ ବରଂ ସମସ୍ତ ଦାୟିତ୍ୱ ବହନ ପାଇଁ ତାଙ୍କ ପାଖରେ ମୁଁ କୃତଜ୍ଞ କହିବାଟା ଯଥେଷ୍ଟ ହେବ ନାହିଁ । ମୋ କବିତାର ପ୍ରଥମ ପାଠିକା ମୋର ସହଧର୍ମିଣୀ ଶ୍ରୀମତି ଗାୟତ୍ରୀ ଦେବୀ ସବୁବେଳେ ଅଭିମାନରେ କହି ଆସିଛନ୍ତି ତୁମେ କେବଳ ଲେଖିବ କିନ୍ତୁ କେବେ ବହି ଖଣ୍ଡେ ପ୍ରକାଶ କରି ପାରିବନି । ତାଙ୍କର ଏହି ଅଭିମାନଭରା କଥା ପୁସ୍ତକ ପ୍ରକାଶନ ଦିଗରେ ମୋତେ ପ୍ରୋତ୍ସାହିତ କରିଛି । କେତେକ କବିତା ପୂର୍ବରୁ ବିବିଧ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଇଛି । ଏହି ଅବସରରେ ସେସବୁ ପତ୍ରିକାର ସଂପୃକ୍ତ କର୍ମକର୍ତ୍ତାମାନଙ୍କ ପାଖରେ ମୁଁ କୃତଜ୍ଞତା ଜ୍ଞାପନ କରୁଛି । ସୁହୃତ୍ ବଂଧୁ ଆଶିଷ ମହାନ୍ତିଙ୍କ ପ୍ରକାଶନ ଦିଗରେ ସହଯୋଗ ପାଇଁ ବିଶେଷ ଧନ୍ୟବାଦ । – ନିରଞ୍ଜନ ସ୍ୱାଇଁ