• Nobel Bijeta Octavio Paz nka Nirbachita Kabita

    Nobel Bijeta Octavio Paz nka Nirbachita Kabita

    ଉମାଶଙ୍କର ପଣ୍ଡାଙ୍କ ଓଡ଼ିଆ ସାହିତ୍ୟଜଗତକୁ ତାଙ୍କର ଜୀବନବ୍ୟାପି ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ୨୦୦୪ ମସିହାରେ ସର୍ବୋଚ୍ଚ ଅତିବଡ଼ୀ ସମ୍ମାନରେ ସମ୍ମାନିତ କରିଥିଲା । ଏତଦ୍]ବ୍ୟତୀତ ସେ ବିଷୁବ ସମ୍ମାନ, ଝଙ୍କାର କାବ୍ୟ ସମ୍ମାନ, ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ, ସାରଳା ସମ୍ମାନ, ଫକୀର ମୋହନ ଗଳ୍ପ ସମ୍ମାନ, ଅଖିଳ ପଟ୍ଟନାୟକ ବିଶେଷ କବି ସମ୍ମାନ, କବିତାୟନ କବି ସମ୍ମାନ, ଧରିତ୍ରୀ ସାହିତ୍ୟ ସମ୍ମାନ ଆଦି ପଚାଶରୁ ଊର୍ଦ୍ଧ୍ୱ ସମ୍ମାନରେ ସମ୍ମାନିତ ।

    ସେ ୬୭ଟି ବେତାର ନାଟକ, ପଚାଶରୁ ଊର୍ଦ୍ଧ୍ୱ ବେତାର ସଂଗୀତ ରୂପକ ଓ ଅନେକ ଓଡ଼ିଆ ତଥା ସମ୍ବଲପୁରୀ ଗୀତିକବିତାର ସ୍ରଷ୍ଟା । ତାଙ୍କ ରଚିତ ସମ୍ବଲପୁରୀ ସଂଗୀତ ରୂପକ ‘ଗାଆଁକେ ଯିମା ଚାଲ’ ସର୍ବଭାରତୀୟ ସ୍ତରରେ ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ୨୦୦୦ ବର୍ଷରେ ଶ୍ରେଷ୍ଠ ବିବେଚିତ ହୋଇ ପ୍ରଥମ ପୁରସ୍କାର ଲାଭ କରିଥିଲା ।

    ‘ନିଶବ୍ଦ ନୂପୁର’ହେଉଛି କବି ଉମାଶଙ୍କର ପଣ୍ଡାଙ୍କର ପଞ୍ଚମ କବିତା ସଂକଳନ, ଯାହାକି ୧୯୮୪ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା ।

    220.00
    Add to cart
  • Notes on the Rock of Job Charnock

    Notes on the Rock of Job Charnock

    The theme of this collection is Kolkata; the city, its heritage, history, people and landscape. Many claim that Job Charnock founded the city. Some historians opine differently. Flowing deep river Ganges is a holy mind space here. Great souls are cremated on its holy banks. Some spiritual hubs have settled over the decades. I recall all visitors with whom I paid visits to many ghats of the Ganges in different times. Matters of the heart are more than just physical. No change in me has happened to me as a primeval lover.

    250.00
    Add to cart
  • O Priya-ek sau prem sonnet

    O Priya-ek sau prem sonnet

    This is a collection of romantic poems. Originally written in Odia language by Golak Chandra Dalai, all the poems are well translated by Insar Alli Khan. All the poems are written on two protagonists – Hemlata and Payal.

    180.00
    Add to cart
  • Odia Baigyanika Upanyasa

    Odia Baigyanika Upanyasa

    ଓଡ଼ିଆ ସାହିତ୍ୟରେ ବୈଜ୍ଞାନିକ ଉପନ୍ୟାସର ସୃଷ୍ଟି ସ୍ୱାଧୀନତାର ପରବର୍ତ୍ତୀ କାଳରେ ଯାହାର ଅଗ୍ରଦୂତ ହୋଇଛନ୍ତି ଡକ୍ଟର ଗୋକୁଳାନନ୍ଦ ମହାପାତ୍ର । ସେ ହେଉଛନ୍ତି ପ୍ରଥମ ସ୍ରଷ୍ଟା । ତାଙ୍କ ଦ୍ୱାରା ରଚିତ ପ୍ରଥମ ଓଡ଼ିଆ ବୈଜ୍ଞାନିକ ଉପନ୍ୟାସ “ପୃଥିବୀ ବାହାରେ ମଣିଷ” ୧୯୫୨ ମସିହାରେ ପ୍ରକାଶିିତ । ଔପନ୍ୟାସିକ ଗୋକୁଳାନନ୍ଦ ମହାପାତ୍ର ଏ କ୍ଷେତ୍ରରେ ଯେଉଁ ଉଦ୍ୟମ କରିଛନ୍ତି ତାହା ବାସ୍ତବରେ ପ୍ରଂଶସନୀୟ । ଗୋକୁଳାନନ୍ଦ ମହାପାତ୍ରଙ୍କ ପରେ ଏ କ୍ଷେତ୍ରରେ ଯୋଗଦେଲେ ଡଃ. ନୃସିଂହଚରଣ ପଣ୍ଡା, ଡଃ. ଦେବକାନ୍ତ ମିଶ୍ର, ଡଃ. ଅମୂଲ୍ୟ କୃଷ୍ଣ ମିଶ୍ର, ଡଃ. ପ୍ରତିଭା ରାୟ, ଡଃ. ଜ୍ୟୋର୍ତିମୟୀ ମହାନ୍ତି, ଡଃ. ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଔପନ୍ୟାସିକ ଏବଂ ଔପନ୍ୟାସିକାଗଣ ।

    ଓଡ଼ିଆ ସାହିତ୍ୟରେ ସଂଖ୍ୟା ଦୃଷ୍ଟିରୁ ବୈଜ୍ଞାନିକ ଉପନ୍ୟାସଗୁଡ଼ିକର ରଚନା ସ୍ୱଳ୍ପ ହେଲେ ମଧ୍ୟ ଏଗୁଡ଼ିକର ଆବେଦନ ଖୁବ୍ ବଳିଷ୍ଠ । ଏକବିଂଶ ଶତାବ୍ଦୀର ମନୁଷ୍ୟ ବୈଜ୍ଞାନିକ ଉପନ୍ୟାସ ଜରିଆରେ ଭବିଷ୍ୟତ କଥକ, ନୂତନ ତଥ୍ୟ, ନିଜର ଭବିଷ୍ୟତ ସଂପର୍କରେ ଜାଣିବା ପାଇଁ ଏହି ବୌଦ୍ଧିକ କାର୍ଯ୍ୟକୁ ଉଚିତ୍ ମନେକରିଛି ଏବଂ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ସହିତ ତାଳ ଦେଇ ପ୍ରକାଶନର ପରିପାଟୀକୁ ମଧ୍ୟ ଅତ୍ୟଧିକ ପ୍ରାଣବନ୍ତ କରିବାରେ ସଫଳ ହୋଇପାରିଛି । ତେଣୁ ବିଜ୍ଞାନକୁ ଆଧାର କରି ଯେଉଁ ଉପନ୍ୟାସ ଗୁଡ଼ିକ ରଚିତ ତାକୁ ଅଧ୍ୟୟନ କଲେ ମନରେ ଆସେ ଅଜସ୍ର ଜିଜ୍ଞାସା । ଯାହାକୁ ଭିତ୍ତିକରି ଉକ୍ତ ପୁସ୍ତକର ପ୍ରବନ୍ଧଗୁଡ଼ିକ ସମାବିଷ୍ଟ । ନିଃସନ୍ଦେହରେ କୁହାଯାଇପାରେ ଯେ ଏଯାବତ୍ ଓଡ଼ିଆ ବୈଜ୍ଞାନିକ ଉପନ୍ୟାସକୁ ନେଇ ବିଶେଷ ସମାଲୋଚନା ପୁସ୍ତକ ପ୍ରକାଶ ପାଇନାହିଁ । ତେଣୁ ଏହି ପୁସ୍ତକରେ ସାତୋଟି ଅଧ୍ୟାୟରେ ବୈଜ୍ଞାନିକ ଉପନ୍ୟାସ ଗୁଡ଼ିକର ଅନୁଶୀଳନାତ୍ମକ ବ୍ୟାଖ୍ୟା କରାଯାଇ ତାର ଅନ୍ତନିର୍ହିତ ଉପାଦାନ ସବୁକୁ ଲୋକଲୋଚନକୁ ଅଣାଯାଇଛି ।

    260.00
    Add to cart
  • Odia Baigyanika Upanyasa

    Odia Baigyanika Upanyasa

    ଓଡ଼ିଆ ସାହିତ୍ୟରେ ବୈଜ୍ଞାନିକ ଉପନ୍ୟାସର ସୃଷ୍ଟି ସ୍ୱାଧୀନତାର ପରବର୍ତ୍ତୀ କାଳରେ ଯାହାର ଅଗ୍ରଦୂତ ହୋଇଛନ୍ତି ଡକ୍ଟର ଗୋକୁଳାନନ୍ଦ ମହାପାତ୍ର । ସେ ହେଉଛନ୍ତି ପ୍ରଥମ ସ୍ରଷ୍ଟା । ତାଙ୍କ ଦ୍ୱାରା ରଚିତ ପ୍ରଥମ ଓଡ଼ିଆ ବୈଜ୍ଞାନିକ ଉପନ୍ୟାସ “ପୃଥିବୀ ବାହାରେ ମଣିଷ” ୧୯୫୨ ମସିହାରେ ପ୍ରକାଶିିତ । ଔପନ୍ୟାସିକ ଗୋକୁଳାନନ୍ଦ ମହାପାତ୍ର ଏ କ୍ଷେତ୍ରରେ ଯେଉଁ ଉଦ୍ୟମ କରିଛନ୍ତି ତାହା ବାସ୍ତବରେ ପ୍ରଂଶସନୀୟ । ଗୋକୁଳାନନ୍ଦ ମହାପାତ୍ରଙ୍କ ପରେ ଏ କ୍ଷେତ୍ରରେ ଯୋଗଦେଲେ ଡଃ. ନୃସିଂହଚରଣ ପଣ୍ଡା, ଡଃ. ଦେବକାନ୍ତ ମିଶ୍ର, ଡଃ. ଅମୂଲ୍ୟ କୃଷ୍ଣ ମିଶ୍ର, ଡଃ. ପ୍ରତିଭା ରାୟ, ଡଃ. ଜ୍ୟୋର୍ତିମୟୀ ମହାନ୍ତି, ଡଃ. ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଔପନ୍ୟାସିକ ଏବଂ ଔପନ୍ୟାସିକାଗଣ ।

    ଓଡ଼ିଆ ସାହିତ୍ୟରେ ସଂଖ୍ୟା ଦୃଷ୍ଟିରୁ ବୈଜ୍ଞାନିକ ଉପନ୍ୟାସଗୁଡ଼ିକର ରଚନା ସ୍ୱଳ୍ପ ହେଲେ ମଧ୍ୟ ଏଗୁଡ଼ିକର ଆବେଦନ ଖୁବ୍ ବଳିଷ୍ଠ । ଏକବିଂଶ ଶତାବ୍ଦୀର ମନୁଷ୍ୟ ବୈଜ୍ଞାନିକ ଉପନ୍ୟାସ ଜରିଆରେ ଭବିଷ୍ୟତ କଥକ, ନୂତନ ତଥ୍ୟ, ନିଜର ଭବିଷ୍ୟତ ସଂପର୍କରେ ଜାଣିବା ପାଇଁ ଏହି ବୌଦ୍ଧିକ କାର୍ଯ୍ୟକୁ ଉଚିତ୍ ମନେକରିଛି ଏବଂ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ସହିତ ତାଳ ଦେଇ ପ୍ରକାଶନର ପରିପାଟୀକୁ ମଧ୍ୟ ଅତ୍ୟଧିକ ପ୍ରାଣବନ୍ତ କରିବାରେ ସଫଳ ହୋଇପାରିଛି । ତେଣୁ ବିଜ୍ଞାନକୁ ଆଧାର କରି ଯେଉଁ ଉପନ୍ୟାସ ଗୁଡ଼ିକ ରଚିତ ତାକୁ ଅଧ୍ୟୟନ କଲେ ମନରେ ଆସେ ଅଜସ୍ର ଜିଜ୍ଞାସା । ଯାହାକୁ ଭିତ୍ତିକରି ଉକ୍ତ ପୁସ୍ତକର ପ୍ରବନ୍ଧଗୁଡ଼ିକ ସମାବିଷ୍ଟ । ନିଃସନ୍ଦେହରେ କୁହାଯାଇପାରେ ଯେ ଏଯାବତ୍ ଓଡ଼ିଆ ବୈଜ୍ଞାନିକ ଉପନ୍ୟାସକୁ ନେଇ ବିଶେଷ ସମାଲୋଚନା ପୁସ୍ତକ ପ୍ରକାଶ ପାଇନାହିଁ । ତେଣୁ ଏହି ପୁସ୍ତକରେ ସାତୋଟି ଅଧ୍ୟାୟରେ ବୈଜ୍ଞାନିକ ଉପନ୍ୟାସ ଗୁଡ଼ିକର ଅନୁଶୀଳନାତ୍ମକ ବ୍ୟାଖ୍ୟା କରାଯାଇ ତାର ଅନ୍ତନିର୍ହିତ ଉପାଦାନ ସବୁକୁ ଲୋକଲୋଚନକୁ ଅଣାଯାଇଛି ।

    260.00
    Add to cart
  • Odia Bisheshya

    Odia Bisheshya

    ଭାଷା ମାଧ୍ୟମରେ ଆମେ ନିଜର ମନର ଅନ୍ତର ଚିନ୍ତାକୁ ଗଢ଼ିଥାଉ ଓ ଭାବକୁ ଅନ୍ୟ ନିକଟରେ ପ୍ରକାଶ କରିଥାଉ । ବକ୍ତା ଓ ଶ୍ରୋତା ପରସ୍ପର ମଧ୍ୟରେ ଭାବବିନିମୟ କରିବା ନିମିତ୍ତ ଖୋଜିଥାନ୍ତି କିଛି ଶବ୍ଦ ଏବଂ ଶବ୍ଦଗୁଡ଼ିକ ଶୃଙ୍ଖଳିତ ଭାବରେ ସଜ୍ଜିତ ହୋଇ ଭାବପ୍ରକାଶ କରିବାରେ ସହାୟକ ହୋଇଥାନ୍ତି । କହିବାକୁ ଗଲେ ପ୍ରତ୍ୟେକ ଜାତି ତା’ର ନିଜର ‘ମାତୃଭାଷା’ରେ ଭାବପ୍ରକାଶ କରିବାରେ ଯେତିକି ସହଜ ଅନୁଭବ କରିଥାନ୍ତି ସେତିକି କଷ୍ଟ ବି ଅନୁଭବ କରିଥାନ୍ତି ନିଜର ମାତୃଭାଷାକୁ ବୁଝିବାରେ ଏବଂ ବୁଝାଇବାରେ । କିନ୍ତୁ ଶବ୍ଦକୁ ନେଇ ଖେଳିବାର ଦୁଃସାହସ, ପଦକୁ ବ୍ୟବଚ୍ଛେଦକରି ତା’ର କ୍ଷୁଦ୍ରାତିକ୍ଷୁଦ୍ର ସତ୍ତାକୁ ବିଶ୍ଳେଷଣ କରିବାର ଦୁର୍ବାର ଆଗ୍ରହ ହେତୁ “ଓଡ଼ିଆ ବିଶେଷ୍ୟ” ନାମକ ଏହି ପୁସ୍ତକଟି ପରିଯୋଜିତ ହୋଇଛି ।

    250.00
    Add to cart
  • Odia Champu Sahitya

    Odia Champu Sahitya

    Odia Padabali O Champu Sahitya” by Dr. Surendra Kumar Maharana is a scholarly work that provides a detailed exploration of two important genres of Odia classical literature — Padabali and Champu Sahitya. This book delves into the historical background, literary significance, poetic styles, themes, and cultural influence of these genres, which are closely associated with Odisha’s devotional and artistic heritage. The author offers critical analysis and literary interpretations, making it an essential resource for students, researchers, and literature enthusiasts. Rich with references to notable poets and their compositions, the book is especially useful for UGC NET Odia, MA in Odia, SLET, and other competitive exams related to Odia literature.

    160.00
    Add to cart
  • Odia Galpa: Antaranga Charitra

    Odia Galpa: Antaranga Charitra

    ଫକୀର ମୋହନଙ୍କ ଗଳ୍ପଠାରୁ ଆରମ୍ଭ କରି ଗୋଟିଏ ଗୋଟିଏ ସୁନିର୍ବାଚିତ ଗଳ୍ପର କାଳୋତ୍ତୀର୍ଣ୍ଣ ଚରିତ୍ରମାନେ ମୋ ପ୍ରତି ଏତେ ସ୍ନେହାର୍ଦ୍ର ଓ ସମ୍ବେଦନଶୀଳ ହେବେ ଓ ହୃଦୟକୁ ମୋର ପ୍ରବେଶ କରି ମନ୍ଥିତ କରିବେ ସେମାନଙ୍କ ଭାବନାରେ, ଏହା ଥିଲା ମୋର ଅଜ୍ଞାତ । ପାରମ୍ପରିକ ରୀତିରେ କ୍ଷୁଦ୍ରଗଳ୍ପର ଅନୁଶୀଳନ ନ କରି ପ୍ରତ୍ୟେକ ମାସ ପାଇଁ ଯେଉଁ ଗୋଟିଏ ଗୋଟିଏ ଚରିତ୍ରର ଅନ୍ତଃରୂପାୟନ କରିବାର ନିଷ୍ପତ୍ତି ନେଲି; ଆଶ୍ଚର୍ଯ୍ୟର କଥା ଯେ ସେହି ଚରିତ୍ର ସକଳ ମୋତେ ମାଧ୍ୟମ କରି ପ୍ରକାଶ କଲେ ନିଜ ନିଜ ବିରଳ ଆତ୍ମାନୁଭୂତି । ‘ରେବତୀ’ ପତ୍ରିକାରେ ନିୟମିତ ଭାବରେ ଏହା ପ୍ରକାଶିତ ହେବା ଯେତେବେଳେ ଆରମ୍ଭ ହେଲା ସହୃଦୟ ପାଠକମାନଙ୍କୁ ତାହା ବିଗଳିତ କଲା ଭିନ୍ନ ଭାବରେ । ବାସ୍ତବରେ ସେମାନଙ୍କ ଅନ୍ତର୍କଥା ବା ଅନ୍ତର୍ବ୍ୟଥା ଲେଖୁଥିବା ବେଳେ ମୋର ସମଗ୍ର ଚେତନା ତାଙ୍କରି ଆୟତ୍ତାଧୀନ । ପରେ ଭାବିଛି ସାହିତ୍ୟର ବ୍ୟାଖ୍ୟା ଓ ବିଶ୍ଳେଷଣ ଏକ ଛାଞ୍ଚଢ଼ଳା ରୀତିରେ ନ ହୋଇ ସୃଜନାତ୍ମକ ଶୈଳୀର ଅବଲମ୍ବନ ଦ୍ୱାରା କାହିଁକି ନ ହୋଇ ପାରିବ ଭିନ୍ନ ଭିନ୍ନ? ନୂତନ ପିଢ଼ିର ଛାତ୍ରଛାତ୍ରୀମାନଙ୍କ ସକାଶେ ନ ହେବ କାହିଁକି ନବ-ଚେତନା ଉଦ୍ରେକକାରୀ ଭାବରେ ପରିପୂର୍ଣ୍ଣ ! ଏ ପ୍ରକାରର ଚରିତ୍ରାନୁଶୀଳନ ସାହିତ୍ୟର ଅନେକ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ ସାଧାରଣ ବର୍ଗର ସୁପାଠକମାନେ ଯେପରି ଉଦାରତାର ସହିତ ଗ୍ରହଣ କଲେ ଓ ସେମାନଙ୍କ ଅନ୍ତର୍ଭେଦୀ ଅଭିମତ ପ୍ରକାଶ କରି ମୋତେ ଅଭିଭୂତ କରିଦେଲେ ତାହା ମଧ୍ୟ ମୋ ପାଇଁ ପ୍ରକୃତରେ କଳ୍ପନାତୀତ । ଓଡିଶାର ଭିନ୍ନ ରୁଚି ସମ୍ପନ୍ନ ପ୍ରାଜ୍ଞ ପାଠକଙ୍କଠାରୁ ଏ ରମ୍ୟରଚନା ପୁସ୍ତକଟି ମଧ୍ୟ ଉପଯୁକ୍ତ ସମାଦର ଲାଭ କରିପାରିବ, ଏହି ପ୍ରତ୍ୟୟ ନିଃସଙ୍କୋଚ ଅଥଚ ନମ୍ରତାର ସହିତ ପ୍ରକାଶ କରି ରହୁଛି ଏତିକିରେ ।

    —- ମଣୀନ୍ଦ୍ର କୁମାର ମେହେର

    200.00
    Add to cart
  • Odia Kabitara Nabaprastha

    Odia Kabitara Nabaprastha

    Odia Kabitaara Nabaprastha is a unique initiative by Black Eagle Books that brings together 40 contemporary young voices in Odia poetry, who are below 35 years of age. Undoubtedly, this anthology is a necessary addition into the rich canon of modern Odia poetry. The poems in this collection exhibit a myriad of themes, ranging from classical and contemporary to spiritual and metaphysical, through varying style and distinguished voice of the poets. The preface written by eminent poet Haraprasad Das offers an insight into the richness and diversity of the modern Odia poetic tradition that is growing in its corpus through the young voices included in this collection and many outside it. Whether you are making your first foray into the arena of evolving modern Odia poetry or you are a connoisseur of Odia poetry, this collection is a must read.

    300.00
    Add to cart
  • Odia Sahitya Sanskruti O Kabichandra Kalicharana

    Odia Sahitya Sanskruti O Kabichandra Kalicharana

    କବିଚନ୍ଦ୍ର କାଳୀଚରଣଙ୍କର ଆତ୍ମଲିପି ‘କୁମ୍ଭାରଚକ’ ଆଧାରରେ ଡ. ସେଣଙ୍କର ପ୍ରବନ୍ଧ ପୁସ୍ତକ ‘ଓଡିଆ ସାହିତ୍ୟ-ସଂସ୍କୃତି ଓ କବିଚନ୍ଦ୍ର କାଳୀଚରଣ’। ଏଥିରେ ସନ୍ନିବିଷ୍ଟ ମୋଟ୍ ୨୮ ଗୋଟି ପ୍ରବନ୍ଧ ଲେଖକଙ୍କର କଳାତ୍ମକ ଅନ୍ତର୍ଦୃଷ୍ଟିର ଅନୁପମ ନିଦର୍ଶନ। କବିଚନ୍ଦ୍ର କେବଳ ଓଡିଶାର ନୁହଁନ୍ତି, ସମଗ୍ର ଭାରତ ବର୍ଷରେ ଏକ ବହୁ ଚର୍ଚ୍ଚିତ ପ୍ରତିଭା ଓ ସାରସ୍ୱତ ସାଧକ। ତାଙ୍କ ଆତ୍ମଜୀବନୀ ‘କୁମ୍ଭାରଚକ’ ଏକ ଅନବଦ୍ୟ କୃତି। ଓଡ଼ିଆ ସାହିତ୍ୟ-ସଂସ୍କୃତିର ଏହା ରସୋତ୍ତୀର୍ଣ୍ଣ ଇତିହାସ; ଏକ ନିର୍ଭୁଲ ସାମାଜିକ ସନନ୍ଦ। ଓଡ଼ିଆ ନାଟ୍ୟ ସଂସ୍କୃତି କ୍ଷେତ୍ରରେ କବିଚନ୍ଦ୍ର ଏକ ଅନୁଷ୍ଠାନ; ଓଡ଼ିଆ ନାଟ୍ୟ ଜଗତରେ ମଧ୍ୟ ‘ଭରତ ମୁନି’ ଭାବେ ଖ୍ୟାତ। ତାଙ୍କ କୃତି-କୀର୍ତ୍ତି ସମ୍ପର୍କରେ ଯେତେ ଆଲୋଚନା କଲେ ବି ଅପୂର୍ଣ୍ଣାଙ୍ଗ ପ୍ରତୀୟମାନ ହୁଏ। ଏହି ପ୍ରଥିତଯଶାଙ୍କ ସମ୍ବନ୍ଧରେ ବୌଦ୍ଧିକ ତଥା ତାତ୍ତ୍ୱିକ ଚର୍ଚ୍ଚା ଡ. ସେଣଙ୍କ ପୁସ୍ତକଟିରେ ଜାରି ରହିଛି, ତାହା ଅତୀବ ପ୍ରଶଂସନୀୟ; କାଳଜୟୀ ପ୍ରଚେଷ୍ଟା ମଧ୍ୟ। ଏହା ସମସାମୟିକ ସାହିତ୍ୟାନୁରାଗୀ ଓ ଉତ୍ତର ପିଢ଼ିଙ୍କ ଦୃଷ୍ଟି ବହୁ ଭାବରେ, ବହୁ ରୂପରେ ଆକର୍ଷଣ କରିବ। ପୁସ୍ତକଟିର ରସ ଚାତୁର୍ଯ୍ୟ ବିଦଗ୍ଧ ପାଠକଙ୍କୁ ସ୍ପର୍ଶ କରିବ ନିଶ୍ଚୟ!

    260.00
    Add to cart
  • Odia Sahityare Jatiyatabadi Chetana

    Odia Sahityare Jatiyatabadi Chetana

    ଜାତୀୟତାବାଦ ଏକ ସର୍ବକାଳୀନ ସର୍ବାଧୁନିକ ଚେତନା । ଏହ ଏକ ସମ୍ମିଳିତ ଶକ୍ତିର ଅଭିବ୍ୟକ୍ତି ମଧ୍ୟ । ଭାରତବର୍ଷ ଗୋଟିଏ ଦେଶ ନୁହେଁ, ଏକ ଉପମହାଦେଶ । ବିବିଧ ପ୍ରକାର ଜନଗୋଷ୍ଠୀ, ଚଳଣି, ନୃତ୍ୟ ସଂଗୀତ, ବେଶପୋଷାକ, କୃଷି ଓ ଭାଷା ଆମ ଦେଶକୁ ଆବାହମାନ କାଳରୁ ବୈଚିତ୍ର]୍ୟମୟ କରି ରଖିଛି । ଏ ଦେଶର ଭୂମିରେ ସୁନା ଫଳେ । ଏ ଭୂଖଣ୍ଡ ମୁନିଋଷିମାନଙ୍କ ବାସସ୍ଥଳୀ ।

    ଐଶ୍ୱର୍ଯ୍ୟମୟୀ, ସର୍ବାଳଙ୍କାରବୃତ୍ତା, ଅରଣ୍ୟାନି ଅଧ୍ୟୁଷିତା, ଗିରିମାଳାବେଷ୍ଟିତା ଭାରତବର୍ଷ, ଯାହାର ପାଦ ଧୌତ କରିବାକୁ ବ୍ୟଗ୍ର ସାଗରମାଳା; ସେହି ଆମ ଜନ୍ମଭୂମି ଦୀର୍ଘକାଳ ବାହ୍ୟଶତ୍ରୁ ଆକ୍ରମଣ ଦ୍ୱାରା ଘୋର ନିର୍ଯାତନାର ଶିକାର ହେଲା । ଶହ ଶହ ବର୍ଷ ଧରି ଲୁଣ୍ଠିତ ହେଲା ଦେଶ ମୋଗଲ, ପଠାଣ, ମରହଟ୍ଟାମାନଙ୍କ ଦ୍ୱାରା । ଶେଷରେ ନିର୍ଯାତନାର ମୁଣ୍ଡି ମାରିଲେ ଇଂରେଜମାନେ । ଓଡ଼ିଶା ଅଧିକାର କଲେ ୧୮୦୩ରେ ।

    ଏହି ଇତିହାସ ଯେତିକି ଦୁଃଖଦାୟକ ସେତିକି ରୋମାଞ୍ଚକର । ହାତରେ ଗୁଳିଗୋଳା, କମାଣ ନାହିଁ । ଖାଦ୍ୟାଭାବରେ ଦେହ ଦୁର୍ବଳ । ପିନ୍ଧିବାକୁ ବସ୍ତ୍ରାଭାବ । ବିଦେଶୀ ଗୋରା ସର୍ବସ୍ୱ ନେଇଗଲେଣି, ତଥାପି କିପରି ସ୍ୱାଧୀନତା ସଂଗ୍ରାମ ହେଲା, ବ୍ରିଟିଶ ଶାସକ ହାରିଲେ ଓ ଭାରତୀୟ ଜିତିଲେ, ଭାରତବର୍ଷ ସ୍ୱାଧୀନ ହେଲା ତାହା ଗୋଟାଏ ମିରାକଲ୍ ।

    ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ସହିତ ପ୍ରତ୍ୟେକ ଭାରତବାସୀ ପରିଚିତ ହେବା ଆବଶ୍ୟକ ।

    ପିଲାଦିନୁ ଭାରତ ସ୍ୱାଧୀନତା ସଂଗ୍ରାମ କାହାଣୀ, ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ହେବା କାହାଣୀ ବାପାଙ୍କଠାରୁ ଶୁଣିଛି । ଗାନ୍ଧୀ, ମଧୁସୂଦନ, ଗୋପବନ୍ଧୁ, ଗୋଦାବରୀଶଙ୍କ ଫଟୋଚିତ୍ର ତଳେ ମୁଣ୍ଡିଆ ମାରିବା ଶିଖିଛି । ଧୀରେ ଧୀରେ ପାଠ ପଢ଼ିବା ସହିତ ସ୍ୱାଧୀନତା ସଂଗ୍ରାମକୁ ଓଡ଼ିଆ ସାହିତ୍ୟର ଅବଦାନ ସଂପର୍କରେ ଅବଗତ ହୋଇଛି । ଓଡ଼ିଆ କବି, ଲେଖକ, ପ୍ରାବନ୍ଧିକ, ନାଟ୍ୟକାରମାନଙ୍କ ଏ ଅବଦାନ ପ୍ରତ୍ୟେକ ଓଡ଼ିଆ ଛାତ୍ର, ଅଭିଭାବକ ଜାଣିବା ଆବଶ୍ୟକ । ବିଶେଷ ଭାବରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ।

    ସେଥିପାଇଁ ଏହି କ୍ଷୁଦ୍ର ପ୍ରୟାସ ।

    360.00
    Add to cart
  • Odia Samalochana Sahityara Nabadiganta

    Odia Samalochana Sahityara Nabadiganta

    ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଡକ୍ଟର ସ୍ୱପ୍ନାରାଣୀ ସିଂ (୧୯୯୦)ଙ୍କ ବିଶେଷ ପରିଚୟ ଓ ପ୍ରତିଷ୍ଠା ରହିଛି। ଅଧ୍ୟୟନ, ଅଧ୍ୟାପନା ସହିତ ଉଚ୍ଚକୋଟୀର ଗବେଷଣା ହେଉଛି ତାଙ୍କର ସ୍ୱାତନ୍ତ୍ର]୍ୟ। ପିଏଚ୍].ଡି. ମହାନିବନ୍ଧ ‘୧୯୮୦ ପରବର୍ତ୍ତୀ ଓଡ଼ିଆ ଓ ହିନ୍ଦୀ ଉପନ୍ୟାସରେ ନକ୍ସଲ ଚେତନା ଏକ ତୁଳନାତ୍ମକ ଅଧ୍ୟୟନ’ ଡକ୍ଟର ସିଂଙ୍କ ବିଶାଳ ଭାବବଳୟର ପରିଚାୟକ। ତାଙ୍କର ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା- ‘ଦିଗ ଓ ଦିଗ୍]ବଳୟ’ (୨୦୧୮), ‘ପଞ୍ଚତନ୍ତ୍ରର ଓଡ଼ିଆ ଅନୁବାଦ’ (୨୦୧୯), ‘ଓଡ଼ିଆ ସାହିତ୍ୟରେ ଜନଜାତି ପ୍ରସଙ୍ଗ’ (୨୦୧୯), ‘ପାଶ୍ଚାତ୍ୟ ସାହିତ୍ୟିକ ଆନ୍ଦୋଳନ ଓ ତତ୍ତ୍ୱ ସଂକ୍ଷିପ୍ତ ଆକଳନ’ (୨୦୨୧) ତାଙ୍କ ସାଧନା ଓ ସିଦ୍ଧିର ଫଳଶ୍ରୁତି ଯାହା ବିପୁଳ ପାଠକୀୟତା ଅର୍ଜନ କରିଛି। ସଂପ୍ରତି ସେ ବିଶ୍ୱଭାରତୀ, ଶାନ୍ତିନିକେତନରେ ଓଡ଼ିଆ ଭାଷା ଓ ସାହିତ୍ୟର ସହକାରୀ ପ୍ରଫେସର ଭାବରେ କାର୍ଯ୍ୟରତ।

    220.00
    Add to cart