-
Mahanatakara Mahanayak
₹400.00Ramesh P. Panigrahi(1944)is present on the stage for the last 60 years serving the readers/ audience in different capacities, acting, directing, stage designing and occasionally translating from other languages. Author of 91 plays, 2 novels, more than 100 lyrics for All India Radio and seven fat volumes of theatre criticism, Panigrahi aims to elucidate without fear or favour experiences of a timeless world. When you skim and flip through the pages of these plays searching for the author’s design, you would perhaps decipher something unusual, may be sometimes alien.
-
Mahanta ru Mukhyamantri
₹250.00ଶାନ୍ତନୁ ଗୁପ୍ତା ନିକଟରେ ପ୍ରଧାନମନ୍ତ୍ରୀଙ୍କ ମନ ବି ବାତ୍ ସଂକଳନ ଲେଖିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ମାସିକ ରେଡିଓ ବାର୍ତ୍ତାରୁ ମୋଦୀଙ୍କ ଚିନ୍ତାଧାରା ଏବଂ ମାର୍ଗଦର୍ଶନ ସ୍ପଷ୍ଟ କରିଛନ୍ତି । ‘ଦି ମଙ୍କ ହୁ ବିକେମ ଚିଫ୍ ମିନିଷ୍ଟର’ ବା ମହନ୍ତରୁ ମୁଖ୍ୟମନ୍ତ୍ରୀ ହୋଇଥିବା ବହିରେ ଶାନ୍ତନୁ ଯୋଗୀ ଆଦିତ୍ୟନାଥଙ୍କ ଜୀବନର ଏକ ବିସ୍ତୃତ ବିଶ୍ଲେଷଣ ପ୍ରଦାନ କରିଛନ୍ତି ଏବଂ ଏଥିରେ ଯୋଗୀଙ୍କ ବ୍ୟକ୍ତିଗତ ସାଧାରଣ ତଥା ଆଧ୍ୟାତ୍ମିକ ଦିଗର ବିଶେଷ ସୂଚନା ସହ ନିକଟତର ଘଟିଥିବା ନିର୍ବାଚନ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି ।
ନୂତନ ଭାରତର ଏହି ଯୁବ ତଥା ପରିବର୍ତ୍ତନକାରୀ ନେତାଙ୍କ କାହାଣୀର ତଲ୍ଲୀନ ହେବା ତଥା ପାଠକମାନଙ୍କୁ ଆକର୍ଷିତ କରିବା, ଏହି ପୁସ୍ତକ ଯୋଗୀଙ୍କ ଚରିତ୍ରକୁ ଜୀବନ୍ତ କରିଛି ଏବଂ ଆମକୁ ତାଙ୍କର ପ୍ରମୁଖ ଧାରଣା ଏବଂ ବକ୍ତବ୍ୟ ବୁଝିବାକୁ ଅନୁମତି ଦେଇଛି ତଥା ତାଙ୍କର ଦୃଢ ଚରିତ୍ର ଏବଂ ନିଷ୍ଠାକୁ ପ୍ରଶଂସା କରିଛି ।
‘ମହନ୍ତରୁ ମୁଖ୍ୟମନ୍ତ୍ରୀ’ ହୋଇଥିବା ପୁସ୍ତକଟି ଭଲଭାବରେ ଅନୁସନ୍ଧାନ କରାଯାଇଥିବା ବିସ୍ତୃତ ତଥ୍ୟ ସମ୍ବଳିତ ଏବଂ ଆଲୋକିତ ମନ୍ତବ୍ୟ ପୂର୍ଣ୍ଣ ପୁସ୍ତକ ଅଟେ । ଏହି ପୁସ୍ତକର ଯୋଗୀଙ୍କ କାର୍ଯ୍ୟାବଳୀର ସମସ୍ତ ଦିଗ ସହ ତାଙ୍କ ଆଖପାଖରେ ଘଟିଥିବା ବିବାଦୀୟ ତଥ୍ୟ ମଧ୍ୟ ସାମିଲ ହୋଇଛି । ଏହା ଆଗାମୀ ବର୍ଷ ଗୁଡିକ ପାଇଁ ଏକ ପ୍ରାଧିକୃତ ଅଧ୍ୟୟନ ହେବାର ସମ୍ଭାବନା ରଖେ ।
ଯୋଗୀ ଆଦିତ୍ୟନାଥ ଭବିଷ୍ୟତ ପାଇଁ ଜଣେ ଜାତୀୟ ତଥା ବୈଶ୍ୱିକ ନେତୃତ୍ୱ । ସେ ଭାରତର ନୂତନ ଆକାଂକ୍ଷା ରଖୁଥିବା ପିଢିଙ୍କୁ ପ୍ରତିନିଧିତ୍ୱ କରନ୍ତି, ଯାହାର ଲକ୍ଷ୍ୟ ଭାରତର ପୁରାତନ ଓ ଗହନ ସଭ୍ୟତାକୁ ତ୍ୟାଗ ନ କରି ଦେଶର ବିକାଶ କରିବା ଆସନ୍ତୁ ଯତ୍ନର ସହ ତାଙ୍କ ଦ୍ୱାରା ଆସୁଥିବା ମାର୍ଗଦର୍ଶନକୁ ପାଳନ କରିବା । ସେ ଯୋଗ ମୂଲ୍ୟବୋଧ ନେତୃତ୍ୱର ଏକ ନୂତନ ପ୍ରଣାଳୀକୁ ବିଶ୍ୱକୁ ପ୍ରଦର୍ଶନ କରି ରାଜ୍ୟ ତଥା ତାଙ୍କ ଦେଶକୁ ଉନ୍ନତ କରି ନିଜ ସମାଲୋଚକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରନ୍ତି ।
-
Malajanha
₹150.00The plot of Malajanha centers around a young girl Sati who is forced into marriage with an ugly old man living with a concubine. The marriage eventually ends in tragic separation and Sati finds shelter with Nathanana, her childhood friend. The relationship between Sati and Nathanana is one of strong emotional bond though neither has ever spoken out to the other about the intensity of love. Sati, unable to bear the scandal concerning her and Nathanana, finally commits suicide by jumping into the river. This poignant love story is narrated in the context of life in rural Orissa infested by superstations, narrow caste prejudices and acute poverty. Women were like slaves with no mind and choice of their own and child marriages were widely prevalent. The agony and suffering of Sati may be seen as essentially related to the social evils that afflicted contemporary rural Orissa. ( excerpts from “Rise of the Oriya Novel: 1897-1930” by Jitendra Narayan Patnaik published in Orissa Review – November 2007 issue)
-
Mamu
₹290.00ବ୍ୟାସକବି ଫକୀରମୋହନଙ୍କ କଥା-ପ୍ରତିଭାର ମହନୀୟ ଅବଦାନ ହେଉଛି ମାମୁ ଉପନ୍ୟାସ । ଏହା ତାଙ୍କର ତୃତୀୟ ଉପନ୍ୟାସ ଭାବରେ ପରିପକ୍ୱ ପ୍ରତିଭାର ଏକ ଶ୍ରେଷ୍ଠ ନିଦର୍ଶନ । ଯେତେବେଳେ ଫକୀରମୋହନ ବାଲେଶ୍ୱରଠାରେ ବିତାଉଥିଲେ ନିଃସଙ୍ଗ ଜୀବନ ସେହି ସମୟରେ ସୃଷ୍ଟି ହୋଇଛି ମାମୁ । ୧୯୧୩ ମସିହାରେ ଯଦିଓ ଏହା ପ୍ରକାଶିତ, ତା’ର ଯଥେଷ୍ଟ ପୂର୍ବରୁ ଫକୀରମୋହନଙ୍କ ସ୍ରଷ୍ଟା ପ୍ରାଣରୁ ଏହାର ଆବିର୍ଭାବ ବୋଲି ମନେହୋଇଥାଏ । ‘ଛ’ମାଣ ଆଠଗୁଣ୍ଠ’ ଯଦିଓ ଯୋଜନାବଦ୍ଧ ଭାବରେ ରଚିତ ହୋଇ ନଥିଲା; ତଥାପି ତା’ର ସମ୍ବେଦନଶୀଳ ପ୍ରଭାବ ଠାରୁ ମାମୁ ଉପନ୍ୟାସ ଶ୍ରେଷ୍ଠ ବିବେଚିତ ହୋଇ ନପାରେ । ତେବେ ଯିଏ ଲେଖିଛନ୍ତି ଛ’ମାଣ ଆଠଗୁଣ୍ଠ, ତାଙ୍କରି ଦ୍ୱାରା ହିଁ ସୃଷ୍ଟି ଲାଭ କରିଥିବା ମାମୁ ଯେ, ତାଙ୍କ ଆତ୍ମିକ ସତ୍ତାଠାରୁ ଭିନ୍ନ ହୋଇ ନ ପାରେ ଏହା ଯେକୌଣସି ପାଠକ ସ୍ୱୀକାର କରିବେ ନିଶ୍ଚୟ । ଏହି ଉପନ୍ୟାସରେ ଫକୀରମୋହନଙ୍କ ଭାଷାର ପରିଶୁଦ୍ଧତା, କଥାବସ୍ତୁ ଉପସ୍ଥାପନରେ ତାଙ୍କର ପରିକଳ୍ପନା ଓ ପରିଯୋଜନା ବାସ୍ତବିକ ଏକାନ୍ତ ସୁବିନ୍ୟସ୍ତ ।
-
Mamughara Gaan
₹200.00ଛବି ପରି ଏକ ଚମତ୍କାର ଗାଆଁରେ ବିତିଥିଲା ମୋ ପିଲାଦିନ। ତାହା ଥିଲା ମୋର ମାମୁ ଘର ଗାଆଁ। ମୋ ବୋଉ ଅସମୟରେ ସରଗର ତରା ହୋଇଗଲା ପରେ ଅଜା, ଆଈ, ମାମୁ, ମାଇଁ ଓ ମାଉସୀମାନଙ୍କ ମେଳରେ ସେମାନଙ୍କ ଶ୍ରଦ୍ଧା, ସ୍ନେହ ଓ ଭଲପାଇବାର ଶୀତଳ ଛୁଆଁରେ ବୋଉର ସ୍ମୃତି ମୋ ପାଇଁ ସମୟକ୍ରମେ ଝାପ୍]ସା ହୋଇ ଆସିଲା। ମାମୁ ଘର ଥିଲା ମୋ ଜୀବନର ନନ୍ଦନବନ, ବସନ୍ତର କୁଞ୍ଜ କାନନ, ଶରତର କୁଆଁରୀ ଜହ୍ନ ପୁଣି ଗ୍ରୀଷ୍ମର ଶୀତ ଚନ୍ଦନ। ସେଇ ଗାଁ କଡ଼ରେ ଶୋଇଥିଲା ଏକ ସୁନ୍ଦର ନୀଳ-ସବୁଜ ପାହାଡ଼। ସେ ପାହାଡ଼ ଭିତରେ ଗୀତ ଗାଉଥିଲା ଝରଣା, ପକ୍ଷୀର କାକଳିରେ ଭରିଯାଉଥିଲା ସେ ଅରଣ୍ୟ। ମାମୁ ଘରେ ଥିଲା ମୋ ଆଈ ଯିଏ ରାତିରେ ଶୋଇଲା ବେଳେ ସାଉଁଳୁ ଥିଲା ମୋ ମଥାକୁ ଆଉ ପରୀ ଗପ କହୁଥିଲା, ଶୁଣାଉଥିଲା ନାନା ବାୟା ଗୀତ ମୋ ଆଖି ନିଦରେ ଖୁନ୍ଦି ହୋଇଯିବା ଯାଏଁ। ମୋ ପାଇଁ ପ୍ରତିଦିନ ରାନ୍ଧି ଦେଉଥିଲା ବଢ଼ାଭାତ। ଧୂଳିରେ ଖେଳି ଘରକୁ ଫେରିଲା ବେଳକୁ ଆଈ ତା’ ଶାଢ଼ୀ କାନିରେ ଝାଡ଼ି ଦେଉଥିଲା ମୋ ଦେହରୁ ଧୂଳି। ମାମୁ ମତେ କାନ୍ଧରେ ବସେଇ ନେଇ ଯାଉଥିଲେ କାଚକେନ୍ଦୁ ପାଣିରେ ଭରା ଧୀରସାହି ପୋଖରୀକୁ। ମତେ ଗାଧୋଇ ପାଧୋଇ ପୋଖରୀ କୂଳରେ ବସେଇଦେଇ ନିଜେ ପାଣିରେ ପଶୁଥିଲେ। ମୋର ସେତେବେଳେ ଷୋଳପଣ ଇଚ୍ଛା ପୋଖରୀ ମଝିରେ ଫୁଟିଥିବା ନୀଳକଇଁ ତୋଳିବା ପାଇଁ । ପହଁରା ନଜାଣି ପୋଖରୀର ଦୀପଦଣ୍ଡି ଛୁଇଁବା ପାଇଁ ମୁଁ ସ୍ୱପ୍ନ ଦେଖୁଥିଲି।
ମାମୁ ମତେ ପିଲାଦିନେ ଚିହ୍ନେଇ ଦେଇଥିଲେ ତାଳ ଗଛ ଶୀର୍ଷରେ ଝୁଲୁଥିବା ବାୟା ଚଢ଼େଇର ବସା, ଗୁଞ୍ଜର ପୋକର ଚିକିମିକି ଦେହ, ପ୍ରଜାପତିର ଚିତ୍ରିତ ଡେଣା, ଗୁଣ୍ଡୁଚିମୂଷାର ପିଠିରେ ରାମଚନ୍ଦ୍ରଙ୍କର ଆଉଁଷା ତିନିଟି ଧଳା ଗାର, ନଈ ଘାଟ, ବିଲବଣ ଆଉ ତୋଟାମାଳ।
ମାମୁ ଘର ଗାଁ କବିତାରେ ସେ ଗାଁ କଥା, ସେ ମାଟିରେ ଆତଯାତ ମଣିଷମାନଙ୍କ କଥା ରହିଛି। ଏବେ ସମୟ ବଦଳିଛି। ସମୟର ଝଡ ବଦଳେଇ ଦେଇଛି ସେ ଗାଁର ମାନଚିତ୍ର। ବଦଳିଛନ୍ତି ମଣିଷମାନେ। କେତେ ପାଣି ବୋହିଗଲାଣି ମାମୁ ଘର ଗାଁଠୁଁ କିଛି ଦୂରରେ ବହୁଥିବା ବୈତରଣୀ ନଈରେ। ବୈତରଣୀ କୂଳର ଇତିହାସ ଏବେ ସ୍ମୃତି। ମାମୁଘର ଗାଁ କବିତାଗୁଡ଼ିକରେ ମଧୁର, ବିଧୁର ସ୍ମୃତିଗୁଡ଼ିକର ରୋମନ୍ଥନ କରାଯାଇଛି।
-
Manara Baigyanika Paribhasa
₹250.00ମଣିଷର ମନ ଚିର ରହସ୍ୟମୟ । ମନର ଏହି ରହସ୍ୟମୟ ସ୍ୱରୂପକୁ ଚିହ୍ନିବା ଦିଗରେ ମନସ୍ତତ୍ତ୍ୱବିଦ୍]ଙ୍କର ସର୍ବକାଳୀନ ପ୍ରଚେଷ୍ଟାର ଅନ୍ତ ନାହିଁ । ମଣିଷ କ’ଣ କରେ, କାହିଁକି କରେ, ଯାହା ବି କରେ ସଚେତନ ଥାଇ କରେ, ନା ଅଚେତନ ଓ ଅବଚେତନ ମନ ତା’ର ବ୍ୟବହାରକୁ ନିୟନ୍ତ୍ରଣ କରୁଥାଏ, ସାମାଜିକୀକରଣ ଦ୍ୱାରା ଅଭ୍ୟାସର ବଶବର୍ତ୍ତୀ ହୋଇ ସେ ଯାହା କହୁଥାଏ ଓ କରୁଥାଏ, ତାହା ସେ ପ୍ରକୃତରେ କରିବାକୁ ଚାହୁଁଥାଏ, ନା ନ ଚାହିଁଲେ ମଧ୍ୟ ଅଭ୍ୟାସର ଶୃଙ୍ଖଳ ମଧ୍ୟରୁ ନିଜକୁ ବାହାର କରିପାରୁନଥାଏ ମନସ୍ତତ୍ତ୍ୱବିଦ୍]ମାନେ ଏହିଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଥାନ୍ତି । ଆଧୁନିକ ମନସ୍ତତ୍ତ୍ୱ ପର୍ଯ୍ୟବେକ୍ଷଣ, ସର୍ଜନାତ୍ମକ କୌଶଳ ଏବଂ ବିଜ୍ଞାନସମ୍ମତ ପ୍ରଣାଳୀର ଉପଯୋଗ କରି ମନୁଷ୍ୟ ମନର ବହୁ ରହସ୍ୟମୟ ଦିଗ ଉପରେ ଆଲୋକପାତ କରିବାର ପ୍ରୟାସ ଜାରି ରଖିଛି । ମନସ୍ତତ୍ତ୍ୱବିଦ୍]ମାନେ ନାନାଦି ବିଶ୍ଳେଷଣ ମାଧ୍ୟମରେ ବିଭିନ୍ନ ମାନସିକ କ୍ରିୟା-ପ୍ରକ୍ରିୟା ସମ୍ବନ୍ଧରେ ପ୍ରକୃତ କାର୍ଯ୍ୟକାରଣ ସମ୍ପର୍କ ବିଷୟରେ ତଥ୍ୟମାନ ଉପସ୍ଥାପନ କରିବାରେ ସଫଳ ହୋଇଛନ୍ତି । ଫଳରେ ଆମ ମନ ଗହୀରର ବହୁ ଅଦ୍ଭୁତ ଧରଣର ରହସ୍ୟମୟ ଘଟଣାକୁ ବୁଝିବା ସମ୍ଭବ ହୋଇଛି । ଜୀବନ ସହିତ ସଂଶ୍ଳିଷ୍ଟ ଥିବା ତାତ୍ପର୍ଯ୍ୟପୂର୍ଣ୍ଣ ଦିଗ ଉପରେ ବିଜ୍ଞାନଲବ୍ଧ ଜ୍ଞାନକୁ ଆଲୋଚନା କରି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏ ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ ।
-
Manara Bhugola
₹350.00ପୃଥିବୀର ଭୂଗୋଳ ପୂରାପୂରି ଅପରିବର୍ତ୍ତିତ ରହୁନାହିଁ । କେଉଁଠି ହ୍ରଦଟି ଶୁଖି ଯାଉଛି ତ ଅନ୍ୟ କେଉଁଠି ନଦୀଟି ଗତିପଥ ପରିବର୍ତ୍ତନ କରୁଛି । ପୁରୁଣା ପାହାଡ଼ର ସବୁଜିମା ହଜିଯିବା ଏବଂ ନୂତନ ଉପତ୍ୟକା ଜନାକୀର୍ଣ୍ଣ ହେବା ଅସମ୍ଭବ ନୁହେଁ । ସମୟକ୍ରମେ ବିଶ୍ୱର ଭୂଗୋଳ ପରିବର୍ତ୍ତିତ ହେଲେ ମଧ୍ୟ ମନୁଷ୍ୟ ମନର ଭୂଗୋଳର ପରିବର୍ତ୍ତନ ଅଧିକ ଦ୍ରୁତ ଏବଂ ଅଧିକ ବିସ୍ମୟକର । ସେଥିପାଇଁ ମଣିଷ ମନର ରହସ୍ୟକୁ ବୁଝିବା ପାଇଁ ମନୋବିଜ୍ଞାନୀ ଓ ସମାଜବିଜ୍ଞାନୀ ଅଧିକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ।
ସୌଭାଗ୍ୟର ବିଷୟ ଯେ ମଣିଷର ବୌଦ୍ଧିକ ପ୍ରଗତି ଓ ସର୍ଜନଶୀଳତାର ବ୍ୟାପ୍ତି ଫଳରେ ମନର ନକ୍]ସାଟିକୁ ପରିକଳ୍ପନା କରିବା ଏବଂ ସମ୍ଭାବ୍ୟ ପରିବର୍ତ୍ତନର ପୂର୍ବାନୁମାନ କରିବା ସମ୍ଭବ ହୋଇଛି । ବିଶେଷତଃ ବିକଶିତ ଜୀବନଶୈଳୀ ପାଇଁ କେଉଁଟି ଉପଯୋଗୀ ଏବଂ କେଉଁଟି ଅନୁପଯୋଗୀ, ତାହାର ଜ୍ଞାନ ସମ୍ଭାର ଉପସ୍ଥାପନ କରିଛନ୍ତି । ଆଧୁନିକ ଯୁଗରେ ସ୍ନାୟୁବିଜ୍ଞାନର ଅଭୂତପୂର୍ବ ଉନ୍ନତି ଓ ଲକ୍ଷ୍ୟ ପୂରଣରେ ଅଧିକ ସହାୟକ ହୋଇଛି । ସଦ୍ୟ ସମର୍ôଥତ ତଥ୍ୟରାଜିକୁ ଆଧାର କରି \”ମନର ଭୂଗୋଳ’ ପୁସ୍ତକର ପରିକଳ୍ପନା ।ଚିତ ।
-
Mane Mane
₹200.00ଓଡ଼ିଆ ସାହିତ୍ୟକୁ ବୈଷ୍ଣବ ଚରଣଙ୍କ ଶ୍ରେଷ୍ଠ ଅବଦନା ‘ମନେ ମନେ’ ଉପନ୍ୟାସ । ଏହା ୧୯୨୫-୨୬ରେ ରଚିତ ଏବଂ ୧୯୨୭ ମସିହାରେ ମନୋମୋହନ ପ୍ରେସ୍], କଟକରୁ ପ୍ରକାଶିତ । ଉପନ୍ୟାସର ପ୍ରଥମ ଖଣ୍ଡ ‘ମେରା ଭାଇରେ’ ୫ଟି ପରିଚ୍ଛେଦ, ଦ୍ୱିତୀୟ ଖଣ୍ଡ ‘ଠକ’ରେ ୮ଟି ପରିଚ୍ଛେଦ, ତୃତୀୟ ଖଣ୍ଡ ‘ଠକ ଋଣ’ରେ ୬ଟି ପରିଚ୍ଛେଦ ଓ ଚତୁର୍ଥ ଖଣ୍ଡ ‘ମନେ ମନେ’ରେ ୬ଟି ପରିଚ୍ଛେଦ ସ୍ଥାନ ପାଇଛି । ଶେଷ ଖଣ୍ଡର ନାମ ଅନୁଯାୟୀ ଏହାର ନାମକରଣ ରଖାଯାଇଛି । ଉପନ୍ୟାସର ଚରିତ୍ରମାନଙ୍କର ମାନସିକ କ୍ରିୟ-ପ୍ରତିକ୍ରିୟାର ଚମତ୍କାର ଉପସ୍ଥାପନା ଏହାକୁ ପ୍ରଥମ ଓଡ଼ିଆ ମନସ୍ତାତ୍ତ୍ୱିକ ଉପନ୍ୟାସର ମର୍ଯ୍ୟାଦା ପ୍ରଦାନ କରିଛି । ଉପନ୍ୟାସର ଚରିତ୍ର ନୀଳୁ, କନକ, ରଙ୍ଗି ଓ ନିଧିବାବୁଙ୍କ ମନର ଦ୍ୱନ୍ଦ୍ୱ ଉପନ୍ୟାସକୁ ପ୍ରଭାବଶାଳୀ କରିଛି ।
-
Mangalabaria Sahitya Sansada
₹220.00ଚିରଦୁଃଖୀ ଓଡ଼ିଆଙ୍କ ମୁହଁରେ ହସଧାରେ ଆଙ୍କି ଦେବା ନିମନ୍ତେ ଫତୁରାନନ୍ଦୀୟ ହାସ୍ୟବ୍ୟଙ୍ଗ ଶୈଳୀର ଅପୂର୍ବ କଳାକୃତିଟି ହେଉଛି ‘ମଙ୍ଗଳବାରିଆ ସାହିତ୍ୟ ସଂସଦ’ (୧୯୬୩) ଗଳ୍ପ ସଂକଳନ । ଏଥିରେ ସନ୍ନିବେଶିତ ୧୯ଗୋଟି ଗଳ୍ପରେ ସମସାମୟିକ ସଭା ସାହିତ୍ୟ, ମନ୍ତ୍ରୀ ସାହିତ୍ୟ, ଅଧିକାରୀ ସାହିତ୍ୟ, ଗବେଷକ ସାହିତ୍ୟ, ଅଧ୍ୟାପକ ସାହିତ୍ୟ, ଯୁବ ସାହିତ୍ୟ, ପତ୍ରିକା ସାହିତ୍ୟ ଇତ୍ୟାଦି ସମ୍ପର୍କରେ ଫତୁରାନନ୍ଦ ଯେପରି ବିଦ୍ରୂପ କରିଛନ୍ତି, ତାହା ତାଙ୍କ ନିତିବୋଧର ବଳିଷ୍ଠ ଦିଗକୁ ନିର୍ଦ୍ଦେଶ କରେ । ସାହିତ୍ୟର ଉନ୍ନତି କଳ୍ପେ ସାହିତ୍ୟ ସଂସଦର ପ୍ରତିଷ୍ଠା ଏକାନ୍ତ ଭାବେ ଅପରିହାର୍ଯ୍ୟ ବୋଲି ଅନୁଭବ କରି ସେ ମଙ୍ଗଳବାରିଆ ସାହିତ୍ୟ ସଂସଦ ପ୍ରତିଷ୍ଠା କରିଛନ୍ତି । ଯେକୌଣସି ପତ୍ରିକା ବାହାର କରିବାର ଝୁଙ୍କ ନେଇ ‘ମଙ୍ଗଳବାରିଆ ସାହିତ୍ୟ ସଂସଦ’ର ସଭ୍ୟଗଣ ଏକ ଭିନ୍ନ ସ୍ୱାଦ ତଥା ଭିନ୍ନ ନାମର ପତ୍ରିକାଟିଏ ବାହାର କରିବାକୁ ଚାହିଁଛନ୍ତି । ଏଥିରେ ସଂସଦୀୟ ମୁଖପତ୍ରଟିର ‘ଟୋକେଇ’ ନାମକରଣ କରିଥିବା ବିଷୟ ଅତ୍ୟନ୍ତ ହାସ୍ୟୋଦ୍ଦୀପକ ଭାବରେ ପ୍ରକାଶ ଲାଭ କରିଛି । ତତ୍କାଳୀନ ସାହିତ୍ୟିକମାନଙ୍କର ଆତ୍ମପ୍ରତିଷ୍ଠା ପାଗଳାମୀ ଏବଂ ଲେଖା ପ୍ରକାଶର ବିଭିନ୍ନ ମାର୍ଗ ପ୍ରତି ଫତୁରାନନ୍ଦଙ୍କ ବ୍ୟଙ୍ଗ ଅତ୍ୟନ୍ତ ହାସ୍ୟାତ୍ମକ । ବ୍ୟାବସାୟିକ ବିଜ୍ଞାପନ, ବିଭିନ୍ନ କବିଭେଦ, ସମାଲୋଚକ, ଓକିଲ, ବକ୍ତା, ଶ୍ରୋତା, ଅଯୋଗ୍ୟମାନଙ୍କର ବୈଚାରିକ ସିଦ୍ଧାନ୍ତ, ରାଜନୀତିକ ଗୋଡ଼ଟଣା ନୀତି, ରାଜନୈତିକ ଷଡ଼ଯନ୍ତ୍ର ନିର୍ବାଚନୀ ଫନ୍ଦିଫିକର, ଶସ୍ତା ସାହିତ୍ୟାଲୋଚନା ଇତ୍ୟାଦି ଭାବଧାରା ଫତୁରାନନ୍ଦଙ୍କ ଗଳ୍ପଗୁଡ଼ିକୁ ପ୍ରଭାବଶାଳୀ କରିଛି । ଫତୁରାନନ୍ଦ ଆଧୁନିକ ଗଳ୍ପଜଗତରେ ଜଣେ ଶକ୍ତିଶାଳୀ କଥାକାର ଥିଲେ । ତାଙ୍କ କଥାପୁସ୍ତକ ‘ମଙ୍ଗଳବାରିଆ ସାହିତ୍ୟ ସଂସଦ’ର ଗୁଣାତ୍ମକ ବୈଶିଷ୍ଟ୍ୟ ଗଭୀର, ଆବେଦନ ପ୍ରଭାବଶାଳୀ, ଅଭିନବ କଳାତ୍ମକ ଉପସ୍ଥାପନା ଶୈଳୀ ଇତ୍ୟାଦି ଆଗାମୀ ପାଠକମାନଙ୍କ ନିମନ୍ତେ ବ୍ୟାପକ ଗବେଷଣାର ପରିସର ଯେ ପ୍ରଦାନ କରିବ ଏହା ନିଃସନ୍ଦେହ ।
-
Manile Debata
₹190.00“Manile Debata” (Acceptance is God) is a short story collection containing 15 stories about everyday people with their own human values, belief system guiding their everyday life. Many of the characters are semi-autobiographical, sharing similarities with figures from the author’s own experiences. Her use of real place names and inclusion of characters pursuing everyday activities as parents, spouses, professionals, tourists, Indian immigrants and community activists reflect the life of Indian immigrants, mostly Odia immigrants that experience various emotions in their everyday life in USA as the world goes through changes.
-
Manoj Das and Laxmi’s Adventure
₹200.00Chapters include:
A Letter for Laxmi The image of a painful soul: Laxmi’s fatherAll over the World: Laxmi’s MotherConfessions of the priest in the story ‘Laxmi’s Adventure’Prayer by the Soul of the pondThe best works of fiction: ‘Laxmi’s Adventure’ The little girl’s condition is more important than two bananasThe greatness of the money lender The great mercy of LaxmikantManoj Das’s Popular story ‘Laxmi’s Adventure’Laxmi is the conscious counterpart of SavitriGangadhar’s Sita and Manoj’s LaxmiTwo feverish characters: a divine woman and a regretted childConversation of Laxmi and GodManoj Das’s ‘Aranyaka’ and ‘Laxmi’s Adventure’: A Comparative studyTwo rays of divine light: Rebati and LaxmiManoj Das’s ‘Laxmi’s Adventure’ and Oscar Wilde’s ‘The Selfish Giant’: A Comparative studyAn expression of the desire of divine Mother: ‘Laxmi’s Adventure’ and ‘Nivedita ra Naishavisara”The Letter of the Last Spring’ and ‘Laxmi’s Adventure’: two divine daughters ‘Groom for Sita’ and ‘Laxmi’s Adventure”Sarvabhuteshu’ and ‘Laxmi’s Adventure’Raibabu in ‘Teeth’ and the priest in ‘Laxmi’s Adventure’ The voice of compassion in ‘Laxmi’s Adventure’ The Mysterious Secret of Child Psychology: ‘Laxmi’s Adventure’The Experience of Laxmi The best story of Manoj Das Two Glorious Forms of Divine MotherBackground
-
Manoj Kumar Panda Galpa Samagra
₹500.00ଉଭୟ ଆଙ୍ଗିକ ଓ ଆମ୍]ôିକ କ୍ଷେତ୍ରରେ ଉତ୍ତର ଅଶୀ ଓଡ଼ିଆ ଗଳ୍ପ ବିବିଧତାର ଏକ ସନ୍ଧିକ୍ଷଣ । ଗାଳ୍ପିକ ମନୋଜ କୁମାର ପଂଡ଼ା ଏହି ସନ୍ଧିକ୍ଷଣର ଜଣେ ପ୍ରତିଶୃତିବଦ୍ଧ ଗଳ୍ପକାର । ଏ ସମୟରେ ଆଙ୍ଗିକ କ୍ଷେତ୍ରରେ ପରିକ୍ଷା-ନିରୀକ୍ଷା କରୁଥିବା ଗାଳ୍ପିକମାନଙ୍କ ମଧ୍ୟରେ ସେ ଜଣେ ନୂତନ ଟ୍ରେଣ୍ଡ୍ ସେଟର୍ । ଶୈଳୀ ହିଁ ତାଙ୍କୁ ଆଣିଦେଇଛି ଉଭୟ ପ୍ରସିଦ୍ଧି ଓ ସମ୍ମାନ । ଜାତୀୟ ତଥା ଆନ୍ତର୍ଜାତୀୟ ଗଳ୍ପ ସହ ଓଡ଼ିଆ ଗଳ୍ପକୁ ସମକକ୍ଷ କରିବାର ମନୋବୃତ୍ତି ରଖିଥିବାର ଗାଳ୍ପିକଟିଏ ଶ୍ରୀ ପଂଡା । ସ୍ୱାଧୀନ ଚିନ୍ତା ସହ ବେବାକ୍ ଉପସ୍ଥାପନା ତାଙ୍କ ବୈଶିଷ୍ଟ୍ୟ । ସେ ଦୃଷ୍ଟିରୁ ୧୯୮୦ ପରବର୍ତ୍ତୀ ଓଡ଼ିଆ ଗଳ୍ପର ସ୍ୱରୂପ ତଥା ପ୍ରସାରତାକୁ ଅବବୋଧ କରିବାକୁ ହେଲେ ତାଙ୍କ ଗଳ୍ପସମୂହ ନିତାନ୍ତ ପଠନୀୟ । ଶେଷରେ ଏତିକି କୁହାଯାଇପାରେ ତୁଳନାମ୍]ôକ ଦୃଷ୍ଟିକୋଣରୁ ବିଚାର କଲେ ଗାଳ୍ପିକଙ୍କ ଶୈଳୀ କ୍ଷେତ୍ରୀୟ ନିମ୍ନୋକ୍ତ କେତେକ ସ୍ୱାତନ୍ତ୍ର]୍ୟ ପାଠକ ଖୋଜି ପାଇପାରିବ, ଯାହା ସମକାଳର ଅନ୍ୟାନ୍ୟ ଗାଳ୍ପିକଙ୍କଠାରୁ ତାଙ୍କୁ ସ୍ୱତନ୍ତ୍ର କରି ଚିହ୍ନାଏ । ଯଥା-
୧- ଶବ୍ଦ ଚୟନ ଓ ରୋପଣରେ ଅଭିନବତ୍ୱ ।
୨- କବିତା ସୁଲଭ ଆଙ୍ଗିକ ଗ୍ରହଣ ।
୩- ବାକ୍ୟରେ ଲୟ ସୃଷ୍ଟି ।
୪- ବିଶେଷ୍ୟ ଓ ବିଶେଷଣ ମଧ୍ୟରେ ବୈପରୀତ୍ୟ ଭାବ ।
୫- ବାକ୍ୟଗଠନଗତ ଜଟିଳତା ।
୬- ସମ୍ମୁଖୀକରଣ ଅନ୍ତର୍ଗତ ଉପଦାନଗୁଡ଼ିକର ସଠିକ ପ୍ରୟୋଗ ।
୭- ଗଳ୍ପର ପ୍ରାରମ୍ଭ ଓ ପରିସମାପ୍ତିରେ ବିବିଧତା ।
୮- ସଂସ୍କୃତ ଓ ଆଂଚଳିକ ଶବ୍ଦାବଳୀର ବର୍ଣ୍ଣାଢ଼୍ୟ ପ୍ରୟୋଗ ।