-
Kasatandi
₹1,800.00ଶ୍ରୀଯୁକ୍ତ ଅକ୍ଷୟ ସାମଲ ଓଡ଼ିଆ ସାହିତ୍ୟର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ବାସ୍ତବତା ଓ କଳ୍ପନାର ସମ୍ମିଶ୍ରଣରେ ତାଙ୍କର ସୃଷ୍ଟି ବ୍ୟକ୍ତିଗତ ଜୀବନରୁ ଆରମ୍ଭ ହୋଇ କ୍ରମେ ଉତ୍ତରିତ ହୋଇଥାଏ ଏକ ନିର୍ଦ୍ଧିଷ୍ଟ ନୈର୍ବକ୍ତିକତାକୁ। ତାଙ୍କ ଅନୁଭବର ବୈଭବ ସଫଳ କାବ୍ୟ କବିତାର ରୂପ ନେଇ ସୃଷ୍ଟି କରିଛି ଚିରନ୍ତନ ଧାରା। ନବଗୁଞ୍ଜରରେ ତାଙ୍କ ନବୀନ ଚିନ୍ତାଧାରାର ପରିପ୍ରକାଶ କରିବା ସହିତ ଅବ୍ୟକ୍ତ ଅନୁରାଗରେ ସେ ଆଙ୍କିଛନ୍ତି ସାହିତ୍ୟର ଅନନ୍ୟ ଅନୁରାଗ। ଅପହଞ୍ଚ ସୀମା,ଅନ୍ତର୍ଦାହର ସ୍ବରର ସଫଳତା ପରେ ଅକ୍ଷୟଙ୍କ ଅକ୍ଷୟ କୀର୍ତ୍ତି ଭାବେ କାଶତଣ୍ଡୀ ସାରସ୍ଵତ ଆକାଶରେ ନୂତନ ସୂର୍ଯ୍ୟ ଭାବେ ଉଦୟ ହୋଇଛି।ଆଶା ଏହା ପାଠକୀୟ ଆଦୃତିର ପ୍ରଚଣ୍ଡ କିରଣ ପ୍ରକାଶ କରିବ।
-
Katha Kadamba
₹170.00“Katha Kadamba” is the third published Odia short story collection (1924, Satyabadi Press) after Chandrasekhar Nanda’s “Chitra” (1907) and Fakir Mohan Senapati’s “Galpaswalpa” (1917). It’s second edition was published in 1931. With three more short stories, it’s third edition was published in 1972. In 1975, it’s fourth edition and in 1991 it’s fifth edition was published with one more short story. With two more new stories, this international edition has eleven short stories in total.
-
Katha Samratanka Kabya Manasa
₹240.00ବ୍ୟାସକବି ରୂପେ ପରିଚିତ କବି ଫକୀରମୋହନ ସେନାପତିଙ୍କ ଗଳ୍ପ ଓ ଉପନ୍ୟାସକୁ ଯେତିକି ଆଲୋଚନା ଓ ସମୀକ୍ଷା କରାଯାଇଛି ତାଙ୍କର କାବ୍ୟକବିତାକୁ ସେହି ପରିମାଣରେ ଆଲୋଚନା କରାଯାଇନାହିଁ। ତାଙ୍କୁ କିଏ କେବେ ବ୍ୟାସକବି ଆଖ୍ୟା ଦେଲା ତାହା ମଧ୍ୟ ନିର୍ଦ୍ଧାରିତ ହୋଇନାହିଁ। ମହାଭାରତର ପଦ୍ୟାନୁବାଦ ହେତୁ ତାଙ୍କୁ ବ୍ୟାସକବି ଆଖ୍ୟା ଦିଆଯାଥିବା ନିର୍ବିବାଦରେ କୁହାଯାଇପାରେ। ତାଙ୍କର ସୃଷ୍ଟି ବ୍ୟାପକ ଓ ବହୁମୁଖୀ। ତାଙ୍କର ଅଜସ୍ରସ୍ରାବୀ ଲେଖନୀରୁ ଝରିଆସିଛି ୭ ଖଣ୍ଡ ରାମାୟଣ, ୪ ଖଣ୍ଡ ମହାଭାରତ, ହରିବଂଶ, ଭଗବତ୍ ଗୀତା ଓ ଉପନିଷଦ ଏବଂ ୮ ଗୋଟି କାବ୍ୟ-କବିତା ପୁସ୍ତକ।
ତାଙ୍କର ସଂସ୍କାରଧର୍ମୀ ଆଭିମୁଖ୍ୟ ଓ ଚାରିତ୍ରିକ ମହାନତା ତାଙ୍କ କାବ୍ୟ କବିତାରେ ନୈତିକତା ଓ ଆତ୍ମ ତନ୍ମୟତା ଭରିଦେଇଛି। ଭାଷା ହୋଇଛି ସରଳ, ଛନ୍ଦହୀନ ଓ ବୋଧଗମ୍ୟ। କବିତାର ପ୍ରତି ଛତ୍ରେ ଛତ୍ରେ ଭରି ରହିଛି ଦେଶ ପ୍ରେମ, ଈଶ୍ୱର ପ୍ରେମ, ପ୍ରକୃତି ପ୍ରେମ ଓ ଭାଷା ପ୍ରେମ।
ଓଡ଼ିଆ ଭାଷା ସଂଗ୍ରାମର ଏହି ସେନାପତିଙ୍କୁ ବାମଣ୍ଡାର ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ୧୯୧୬ ମସିହାରେ “କାବ୍ୟ ସରସ୍ୱତୀ” ଉପାଧିରେ ଭୂଷିତ କରିଥିଲେ। ତାଙ୍କର ବିପୁଳ କାବ୍ୟ କବିତାର ବିବିଧ ଦିଗ ଉପରେ ବିଷଦ ଆଲୋଚନା କରିବା ହୁଏତ ଏହି କ୍ଷୁଦ୍ର ପୁସ୍ତକର କ୍ଷୁଦ୍ର ପରିସର ମଧ୍ୟରେ ସମ୍ଭବ ହୋଇ ନ ପାରେ କିନ୍ତୁ ଏହା ପୁଙ୍ଖାନୁପୁଙ୍ଖ ଆଲୋଚନାର ଦିଗଦିଗନ୍ତ ପଥ ଉନ୍ମୁକ୍ତ କରିବ ବୋଲି ଆଶା କରାଯାଏ। ତାଙ୍କର ଅନାଲୋଚିତ ବ୍ୟାପକ କାବ୍ୟକୃତିର ସୂଚନା ଦେବା ସଙ୍ଗେ ସଙ୍ଗେ ଆଲୋଚନାର ପରିଧିକୁ ସାମାନ୍ୟ ପରିବ୍ୟାପ୍ତ କରିବା ଏହି ପୁସ୍ତକ ରଚନାର ପରିକଳ୍ପନା ଓ ପ୍ରୟାସ ମାତ୍ର!
-
Keep it Secret
₹450.00Keep It Secret, a collection of ten stories has in its agenda an effort to cross over the flimsy and floating border between the substance and the shadow, to explore into the jungle within, to study the secrets carefully concealed behind the mask of pretense and shamming of an agreeable and acceptable facade.
In the words of Andre Malraux, ‘Man is not what he thinks, he is what he hides.’
The aim, thus in a way, is to unravel the truth man hides and strives to protect it under a falsehood, that, at times projects, reveals itself through a behaviour pattern which may appear absurd. It intends to push aside the deceptively glossy screen of fake complacence, and traverse into that murky, elusive terrain beyond the ordinary logical perceptibility.
-
Kemiti Badalijae Jibana
₹250.00This collection KEMITI BADALIJAAE MANISHA is a beautiful collocation of sixteen short stories of various facts which has another overmuch attraction. The stories are Kemiti Badalijae Jibana, Mati Bilapa, Asura, Pahadara Chhai, Sheshapadara Bhuin, Trap, GandhibaDi, Seemara Arapari, Bou, Sei Akhi Duiti, Kalasandhi, Nija Nirjanata, Purbashara Ranga, Debi and Agneya Abhisara.
-
-
Kete Dinara
₹190.00ପ୍ରତ୍ୟେକ ଉଲ୍ଲେଖଯୋଗ୍ୟ ସାହିତ୍ୟରେ ପ୍ରଶ୍ନ ପଚରାଯାଏ । ସେ ପ୍ରଶ୍ନ ଶୁଣିବାକୁ ସମସ୍ତେ, ଏପରି କି ସ୍ୱୟଂ ଈଶ୍ୱର ମଧ୍ୟ ଶୁଣିବାକୁ ବାଧ୍ୟ । ସେ ପ୍ରଶ୍ନଗୁଡ଼ିକ ଏକାଧାରରେ ସରଳ ଓ ଜଟିଳ । ଛୋଟ ଛୁଆଟିଏ ମରିଗଲେ ସେ ସାହିତ୍ୟ ସମଗ୍ର ବିଶ୍ୱକୁ କାଠଗଡ଼ାରେ ଠିଆ କରାଇଦିଏ । କୌଣସି ଅହେତୁକ ଶାସ୍ତିରେ କେହି ନିର୍ଯ୍ୟାତିତ ହେଲେ ସେ ସାହିତ୍ୟ ସଚରାଚରଠାରୁ କୈଫିୟତ୍ ତଲବ୍ କରେ । ସାହିତ୍ୟିକ ଦୃଷ୍ଟିରେ ସଭ୍ୟତା ହେଉଛି ପ୍ରଶ୍ନ ପଚାରିବାର ସ୍ୱାଧୀନତା ଏବଂ ଯେଉଁଦିନ ଆଉ ପ୍ରଶ୍ନ ପଚରାଯାଉନାହିଁ- ସେଦିନ ସଭ୍ୟତାର ପରିସମାପ୍ତି ଘଟିଛି ବୋଲି ଧରିନିଆଯାଇପାରେ । ଯଦି ସାହିତ୍ୟିକ ପ୍ରଶ୍ନ ପଚାରିବାର ଐତିହ୍ୟରୁ ନିଜକୁ ଅଲଗା କରି ରଖେ ବା କୋଳାହଳମୟ ପ୍ରଶଂସା ଭିତରେ ନିଜର ସ୍ୱର ଲୀନ ହେବାକୁ ଛାଡ଼ିଦିଏ, ସେ ଆଉ ସାହିତ୍ୟିକ ହୋଇ ରହିବ ନାହିଁ; ହେବ ଏକ ଉଚ୍ଚାଙ୍ଗ ପରମ୍ପରାର ମଡ଼ାଚଣ୍ଡିଆ ।
ଯେତେବେଳେ ଏପରି ପରିସ୍ଥିତି ଉପୁଜେ, ଯେତେବେଳେ ଆଉ ପ୍ରଶ୍ନ ପଚରାଯାଏ ନାହିଁ ଏବଂ ସବୁଆଡ଼େ ହାଟବଜାରରେ କୋଳାହଳ ଶୁଭେ, ସେତେବେଳେ ସାହିତ୍ୟ ଲେଖାଯିବ ନିଶ୍ଚୟ, କିନ୍ତୁ ସେ ସାହିତ୍ୟର ସଭ୍ୟତା ସହିତ ସମ୍ପର୍କ ପ୍ରାୟ ରହିବ ନାହିଁ । ଗଲା କେତେବର୍ଷ ଭିତରେ ପୃଥିବୀର ଛାପାଖାନାମାନଙ୍କରୁ ଯେତେ ସାହିତ୍ୟ ବାହାରିଛି ଇତିହାସରେ ତାର ପଟାନ୍ତର ନାହିଁ, କିନ୍ତୁ ସେଗୁଡ଼ିକ ଭିତରୁ ଅଧିକାଂଶ ଅଳ୍ପ କେତେଦିନ ପରେ ନିଶ୍ଚିହ୍ନ ହୋଇ ଯାଇଛନ୍ତି । ତାର କାରଣ ହେଉଛି, ସେଗୁଡ଼ିକ ଆମ ସଭ୍ୟତାର ଅଂଶ ନୁହଁନ୍ତି, ବରଂ ତାର ପ୍ରତିକୂଳପନ୍ଥୀ । ସେଗୁଡ଼ିକର ରଚୟିତାମାନଙ୍କର କିଛି କିଛି କଳ୍ପନାଶକ୍ତି ଏବଂ ଭାଷାବିନ୍ୟାସରେ ପଟୁତା ଥିଲା, କିନ୍ତୁ ଯେଉଁ ଯନ୍ତ୍ରଣାବୋଧ ଆମକୁ ଏପରି ଏକ ଜାଗାକୁ ନେଇଯାଏ ଯେଉଁଠାରେ ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ଏକାକାର ଏବଂ ଯେଉଁଠାରେ ମନୁଷ୍ୟର ଭାଗ୍ୟ ହିଁ ଏକମାତ୍ର ପ୍ରସଙ୍ଗ ତାହା ଏ କଳ୍ପନାଶକ୍ତିକୁ ବ୍ୟାପ୍ତ ଓ ମାର୍ଜ୍ଜିତ କରିନାହିା । – ରମାକାନ୍ତ ରଥ
-
Kete Rangara Jibana
₹190.00Kete Rangara Jibana (Shades of Life) is an unconventional love story portraying the lives of two women-Rajashri and Kaveri. Set on a realistic backdrop of human desires, love and self-interest, the novel raises some questions about the mystery behind Kaveri not getting married, the possibility of Rajashri ever becoming a mother, issues related to the illicit relationship of Debashis with one of them. The psychic inequilibrium of the two female characters is presented brilliantly who are in utter desperation in their search for social identity. The novel too depicts how an accident can change the course of life and how an invincible lady confronts the battle of life singlehandedly to earn identity for herself. The unexpected ending is a fitting denouement to a novel and memorable road trip. Thus the story of this novel filled with surprises and unusual occurrence of events provides a good read.
-
Khali Hatare
₹150.00ମନୋରଞ୍ଜନର କବିତା ‘ଚାହାରେ ଟିକେ ସର ପକେଇଲା ପରି’ ।
– ଜୟନ୍ତ ମହାପାତ୍ର
ମନୋରଞ୍ଜନ ‘ଅଳ୍ପ ଲେଖି ସିଦ୍ଧ’ ।
– ରାଜେନ୍ଦ୍ର କିଶୋର ପଣ୍ଡା
କୌଣସି ବାଦ, ତତ୍ତ୍ୱ ବା କୌଣସି ନିର୍ଦ୍ଦିଷ୍ଟ ବିଚାରଧାରାର ଊର୍ଦ୍ଧ୍ୱରେ ବିଶେଷକରି, ଚାପମୁକ୍ତ ମନୋରଞ୍ଜନର କବିତା ।
– ରାମଚନ୍ଦ୍ର ବେହେରା
କବିତା ‘ଜେଜେଙ୍କ ଚଷମା’ର ଗୋଟେ ଗୋଟେ ଧାଡ଼ି ଗୋଟେ ଗୋଟେ ପୃଷ୍ଠାରେ ରଖି ଏକ ଚିତ୍ର କବିତା ସଂକଳନଟେ କରାଯାଇପାରେ ।
– ପ୍ରକାଶ କୁମାର ପରିଡ଼ା
ମନୋରଞ୍ଜନର କବିତା ପୃଥିବୀକୁ ବାରମ୍ବାର ଫେରିବାର ପ୍ରତିଶ୍ରୁତି ଦିଏ, ମୋକ୍ଷ ପାଇଁ ଗୁହାରି କରେ ।
– ଅତୁଲ ବଳ
-
Khamosh Lamhe
₹200.00सहज, सरल बोलेजाने वाली भाषा के अतिरिक्त,हिंदी साहित्य में मेरा ज्ञान बहुत सीमित है। आशा है पाठक इस बात को ध्यान में रखकर मेरी कविताओं को समझने की कोशिश करेंगे । मेरी कवितायें मेरे अंतर्मन की अभिव्यक्ति है । कुछ अनुभूति,कुछ स्मृति थोडी सी काल्पनिक, कुछ अभिलाषा, ये सबका मिलाजुला एक चित्र है । जीवन के उतार- चढ़ाव में, समय और उम्र का हिसाब रखना कभी-कभी मुश्किल लगता है । पर कुछ ऐसे वक्त और घटनाएं (निजी व सामाजिक) होती हैं जो दिल पर गहरा छाप छोड़ जाती हैं । मेने उन्हीं अनुभूतिओं को शब्द में कैद करने की कोशिश की है । पुस्तक में मेरे स्वयं के द्वारा बनायी हुयी कुछ चित्र भी शामिल है आशा है ये छोटी सी पुस्तक “खामोश लम्हे” पाठकों के मनोरंजन करने में समर्थ होगी । — दीप्ति मिश्रा
-
Khetapurana
₹120.00ନିଃସନ୍ଦେହରେ “ଖେତପୁରାଣ” ଅଖିଳଙ୍କ ଏକ ଅନବଦ୍ୟ କୃତି । ଏଥିରେ ସନ୍ନିହିତ ପ୍ରତେକ୍ୟଟି କବିତା କାହାଣୀ ଧର୍ମୀ । କବିତାର ଶବ୍ଦଚର୍ଯ୍ୟା ସରଳ ଓ ଲୌକିକତାରେ ସୌନ୍ଦର୍ଯ୍ୟବନ୍ତ । ଲକ୍ଷଣୀୟ ଭାବରେ ଏଥିରେ କଳାହାଣ୍ଡି ମାଟିର ଭାଷାର, ମୂଳନିବାସୀ ସଂସ୍କୃତିର ସମସ୍ତ ସରଳ ମାଧୁର୍ଯ୍ୟକୁ ଭେଟିହୁଏ । ସର୍ବୋପରି କବିତାଗୁଡ଼ିକରେ ଲୋକଗୀତଛନ୍ଦର ସଫଳ ପ୍ରୟୋଗ ଓ ପ୍ରତିଫଳନ ଓଡ଼ିଆ ସାହିତ୍ୟ ପାଇଁ ଅବଶ୍ୟ ଦୃଷ୍ଟାନ୍ତମୂଳକ ଭାବରେ ଅଭିନବ ଶ୍ରୁତି ସୁଖଦ । “ଖେତପୁରାଣ” ପ୍ରଚଣ୍ଡ ପ୍ରତିସ୍ପର୍ଦ୍ଧା ସହ ନିମ୍ନଜନର ସାଂସ୍କୃତିକ ସୌନ୍ଦର୍ଯ୍ୟଶାସ୍ତ୍ରକୁ କେବଳ ରୁଦ୍ଧିମନ୍ତ କରେ ନାହିଁ, ବ୍ରାହ୍ମଣ୍ୟବାଦୀ- ପୁଞ୍ଜିବାଦୀ ବ୍ୟବସ୍ଥା ବିରୁଦ୍ଧରେ ଏକ ଜୀବନ୍ତ ପ୍ରତିରୋଧକୁ ଆଗେଇ ନେବାର କାବ୍ୟିକ ସାମର୍ଥ୍ୟ ରଖେ । “ଖେତପୁରାଣ”ରେ ମୂଳନିବାସୀର ଅସ୍ମିତାବୋଧ ଏକ ଶ୍ରେଣୀ ସଂଘର୍ଷରେ ପ୍ରତିଷ୍ଠିତ ହୁଏ । ଏଥିରେ ସନ୍ନିହିତ ଯେକୌଣସି କବିତା ଆମୂଳଚୂଳ ଏହାର ସୁଦୃଷ୍ଟାନ୍ତ, ଯାହା ସାଧାରଣ ପାଠକଟିଏ ମଧ୍ୟ ହୃଦ୍]ବୋଧ କରିପାରେ । ଯେତେବେଳେ କବିତା ପାଠକଠାରୁ ଦୂରେଇଯାଉଛି ବୋଲି ହୁରିପଡ଼ିଛି, ଖେତପୁରାଣ ସେହି କୁଣ୍ଠିତ ଧାରା ବିପକ୍ଷରେ ଏକ ଶକ୍ତିଶାଳୀ ବିକଳ୍ପ ସୃଜନ ବୋଲି କୁହାଯାଇପାରେ । ଓଡ଼ିଆ କାବ୍ୟ ସାହିତ୍ୟରେ ଅଖିଳଙ୍କ ଏହି ସଂକଳନସ୍ଥ କବିତାଗୁଡ଼ିକ ଜନବାଦୀଧାରାର ଏକ ଏକ କ୍ଲାସିକ୍ ସୃଷ୍ଟି ରୂପରେ ନିଶ୍ଚୟ ଜନାଦୃତ ହେବ ।
-
Kichhi Kabita Kichhi Nirabata
₹160.00This collection has fifty contemporary poems, and each poem is a pleasure reading. The poet engages the readers in complex and subtle questions about desire, loss and hope where the limits of language and love are inevitable and ineffable. Each poem sings with an evocative call for living well in the world.