-
Janharati
₹175.00Janharati is a short story collection of ten short stories which were written in mid 1980s and published in various Odia literary journals. All the stories have been translated in Hindi, English and other Indian languages. The title story Janharati was broadcasted as a radio play by All India Radio. This was also staged as a Hindi play by National School of Drama, New Delhi. This collection has received Odisha Sahitya Academy award and Bhubaneswar Book Fair award in 1990.
-
Jay Jagannath
₹800.00Sree Sree Jagannath is not only presiding deity of Odisha but he is Lord of Universe . Jagannath culture is an amalgamation of diverse religious cults and worshipped by devotees in India and across the world. Mrs. Chaddha’s book in Hindi Jay Jagannath is a gift for Hindi speaking people who want to know about Lord’s Daily rituals, ceremonies, festivals and some astonishing facts about the Lord and Sri Mandir. This Book is her maiden attempt to reach out to devotees across the globe.
-
Jayanta Mahapatra, the Eternal Traveller: A Dive into his Poetic Universe
₹375.00Jayanta Mahapatra (1928-2023), a bilingual poet from Odisha, India, wrote prolifically both in English and Odia and was internationally acclaimed. His work has been variously interpreted from the perspectives of his experiments with language as well as use of modern techniques in poetry, his rendering of harsh reality including exploitation and injustice inflicted on the downtrodden, his urge for a total identification with his land and others. Keeping aside Mahapatra’s experiments with technique and language, the present book focuses on his relentless self-search alongside his assessment of the outer reality, the nature of his anxieties as revealed in his poems published since 1976, his ethical standpoint and the ongoing conflict between reason and faith suggested through his work. The poet emerges as an eternal traveller searching for truth and love. In the five chapters of the book all these aspects of his poetry have been discussed, with a particular focus on his anxiety that is close to “existentialist angst” and his capacity for immense love that saves him from lapsing into pessimism. Finally, his search for truth has been equated to that of some sages in the Upanishads.
-
Jeebana: Sangharsha O Swabhimanara Kichhi Katha
₹240.00କିଶୋରୀ ବୟସରୁ ହୃଦୟ ଭିତରେ ଲୁକ୍କାୟିତ ଥିବା ଅଭିଳାଷ ଯେବେ ଆତ୍ମପ୍ରକାଶ ଦାବି କରେ, ପରିଣତ ବୟସରେ ତାକୁ ଅଣଦେଖା କରିବାକୁ ଯେବେ କୌଣସି କାରଣ ନଥାଏ, ମୋ ଭଳି ସାହିତ୍ୟାନୁରାଗୀ ଲେଖନୀ ଧରିବାକୁ ବାଧ୍ୟ ହୁଏ। ତଦୁପରି ଡାକ୍ତରୀ ଓ ପାରିବାରିକ ସଂସାର ବାହାରେ ଅଜସ୍ର ନୂତନ ସାହିତ୍ୟପ୍ରେମୀ ବନ୍ଧୁ, ଲେଖକ, ପାଠକ, ପ୍ରକାଶକ, ସମାଲୋଚକ ଆଦିଙ୍କ ସହିତ ଯୋଡିହେବା ଏକ ଅଦମ୍ୟ ଆକର୍ଷଣ; ଯାହା ମୋତେ ଏହି ସୁନ୍ଦର ସାହିତ୍ୟ ଜଗତରେ ବାନ୍ଧି ରଖିଛି। ଜଣା ଅଜଣା କିଛି ପାଠକଙ୍କଠାରୁ ଆଉ ମୁଠାଏ ଖୁସି ଓ ସ୍ନେହ ସାଉଁଟିନେବା ଲୋଭରେ ଅନୁଭବର କାହାଣୀ ସବୁକୁ ନିଜ ଶବ୍ଦଜ୍ଞାନର ଆଧାରରେ ଗଳ୍ପ ଆକାରରେ ସଜାଡି ଲେଖୁଛି। ଓଡ଼ିଆ ସାହିତ୍ୟର ବିଶାଳ ସାଗରରେ ବୁନ୍ଦାଏ ଜଳ ଭାବରେ ନିଜର ଅସ୍ତିତ୍ୱ ଚିରନ୍ତନ ସାଇତି ରଖୁଛି। ମୋର ସମସ୍ତ ଗଳ୍ପ ନିଜସ୍ୱ ଅନୁଭୂତି ବା ସାମ୍ପ୍ରତିକ ଘଟଣାବଳୀ ଉପରେ ଆଧାରିତ ଓ ପାଠକଙ୍କୁ ଜୀବନ ଅନୁଭୂତିର ଆଭାସ ଦିଏ। ଗଳ୍ପଗୁଡିକର ମାନ ନିର୍ଦ୍ଧାରଣ ନିମନ୍ତେ ପାଠକ ହିଁ କେବଳ ବିଚାରକ। ପାଠକୀୟ ମତାମତ ଅତ୍ୟନ୍ତ ମୂଲ୍ୟବାନ ଓ ଅତ୍ୟାବଶ୍ୟକ, ସବିନୟ ଅପେକ୍ଷା ରଖୁଛି।
-
Jeebanara Jaughara
₹225.00ମହାମାରୀ କରୋନା ଯେତେବେଳେ ତା’ର ବାହୁବିସ୍ତାର କରି ମାଡ଼ି ଆସିଲା, ସାରା ଦୁନିଆ ସ୍ତବ୍ଧ ହୋଇଗଲା । ସବୁଆଡ଼େ ଶୂନଶାନ୍], ଦୋକାନ ବଜାର ବନ୍ଦ । ଘରୁ ବାହାରିବାକୁ ମନା । ଭୟରେ ଥରହର ସମସ୍ତେ । କେତେ କେତେ ଜୀବନ ଚାଲିଗଲା ଅକାଳରେ । ଦୁଃଖର ବିଷୟ ଯେ ଆତ୍ମୀୟକୁ ମନା, ମରିଥିବା ଲୋକର ପାଖ ମାଡ଼ିବାକୁ । ସ୍ୱାମୀ ସ୍ତ୍ରୀ, ପୁଅଝିଅ ଆଦି ସମ୍ପର୍କ ସବୁ ଠପ୍ ହୋଇଗଲା ସଂକ୍ରମଣ ଭୟରେ । ଘରେ ବସି ବସି ତାରି ଉପରେ ଗପଟିଏ ଲେଖୁଲେଖୁ ଲେଖି ହୋଇଗଲା ଅନେକ କିଛି । ଗପଟି ରୂପ ନେଇଗଲା ଉପନ୍ୟାସର ।
-
Jharka Bahare Bharata
₹170.00ଭାରତର ବିବିଧ ଛବିରେ ଛବିଳ ‘ଝର୍କା ବାହାରେ ଭାରତ’ କବି ଶଶଧର ଦାସଙ୍କର ଏକ ସଦ୍ୟତମ ଶବ୍ଦ ଶତଦଳ । ତହିଁ ଅଙ୍କିତ ଜୀବନ ଚିତ୍ର ଛାୟାଛନ୍ନ ଜହ୍ନରାତି ପରି ମନୋଜ୍ଞ ଅଥଚ ରହସ୍ୟମୟ । ଭାବର ସାନ୍ଧ୍ରତାରେ ଯେମିତି ନିବିଡ଼ ତାଙ୍କର ପ୍ରତିଟି କବିତା, ସେମିତି ପ୍ରତି ଶବ୍ଦ ସିକ୍ତ ଲଳିତ ଲାବଣ୍ୟରେ ।ସମକାଳ ବୈପରୀତ୍ୟର ଏକ ଦୁର୍ବୋଧ୍ୟ ଛନ୍ଦ । କେତେ ଭିନ୍ନ ସତେ ଏଠି ପ୍ରତୀୟମାନ ପୃଥିବୀଠାରୁ ବାସ୍ତବ ଜୀବନ! ଏଠି ମୂଲ୍ୟ ଓ ମୂଲ୍ୟବୋଧ ଭିତରେ ସଂଘର୍ଷ ଓ ବସ୍ତୁବାଦୀ ବେଗଦ୍ୱାରା ଆତ୍ମିକ ଆବେଗ କ୍ଷତାକ୍ତ । ଲାଭ, ଲୋଭ ଓ ଲାଳସାର ଅର୍ଗଳିରେ ମ୍ରିୟମାଣ କବି ସତ୍ତା । କବିଙ୍କ ଲେଖନୀରେ ତେଣୁ ସ୍ୟାହି ନୁହେଁ, ରକ୍ତସ୍ରାବର ସଂକେତ । ତଥାପି ରକ୍ତକୁ ରକ୍ତ ପଳାସରେ ରୂପାନ୍ତରିତ କରିବାକୁ ଯେମିତି କବି ଶଶଧର ଦାସ ପ୍ରତିବଦ୍ଧ । ଆଉ କ’ଣ ଆଜିକାଲି ସକାଳ ଓହ୍ଲାଉଛି ଚା’ କପ୍], କାଗଜ ଗନ୍ଧରେ? ନା । ଖବରକାଗଜ ପୃଷ୍ଠାରେ ବାରୁଦର ଗନ୍ଧ ତ ଆତଙ୍କ ଅପମୃତ୍ୟୁ, ଦୁଷ୍କର୍ମ ଓ ଦୁରାଚାରରେ ପ୍ରତିଟି ସକାଳ ବିବର୍ଣ୍ଣ । ଭୋଅଟରୁ ଭୋଅଟ ପର୍ଯ୍ୟନ୍ତ ଗାଁ ଫାଟି ଆଁ କରିଛି । ଗାଁ ଦାଣ୍ଡରେ ପୁଣି ସହରର ବାସ୍ନା । ଜହ୍ନିଫୁଲ, ଜହ୍ନରାତି, ଧୂଆଁ, ଧୂଳି ଓ ଧୂମାଳ – ସବୁ ଅବା ଅତୀତର ଗୋଟେ ଛିନ୍ନପୃଷ୍ଠା । କବି ତେଣୁ ଅତୀତ ଆମୁଖତା ବା ନୋଷ୍ଟାଲ୍]ଜିଆରେ ବିଭୋର ସାମାଜିକ ଅଧୋଗତିରେ ବିବ୍ରତ ପୁଣି ଛଦ୍ମ ଗଣତନ୍ତ୍ର ପ୍ରତି ବିମୁଖ । ଏମନ୍ତ ଚିତ୍ର ଓ ଚିତ୍ରକଳ୍ପରେ ବିଚତ୍ରବର୍ଣ୍ଣା ଏହି ଗ୍ରନ୍ଥରେ ସଂକଳିତ ଅନେକ କବିତା ।
-
Jharka Kholathau
₹200.00ସତ୍ୟ ପଟ୍ଟନାୟକ ଓଡ଼ିଆ ସାରସ୍ୱତ ଜଗତରେ ଯଶୋମୟ ଏକ ବିମୁଗ୍ଧ ଉଚ୍ଚାରଣ । ଚିନ୍ମୟ ଚେତନାରେ ତଲ୍ଳୀନ ତାଙ୍କ କବିତା କେବେ ତନ୍ମୟ ତ କେବେ ମନ୍ମୟ, କେବେ ମୃଣ୍ମୟ ତ କେବେ ହିରଣ୍ମୟ, କେବେ ପୁଣି ଅମ୍ମୟ ତ ଆଉକେବେ ଅଶ୍ମମୟ, କେବେ ଦର୍ଭମୟ, କେବେ ଉର୍ଣାମୟ, କେବେ ଛାୟାମୟ, କେବେ ମାୟାମୟ, କେବେ ରୂପମୟ, କେବେ ରସମୟ, କେବେ ମନୋମୟ ତ ଆଉକେବେ ଭାବମୟ। ଝର୍କା ଖୋଲାଥାଉ କବିତା ସଂକଳନସ୍ଥ ପ୍ରତ୍ୟେକ କବିତା ସ୍ଵତନ୍ତ୍ର ଦୃଷ୍ଟି ଓ ଦର୍ଶନ ସମ୍ବଳିତ ଭାବାବେଗ, ଭାବସମ୍ବେଗ ଓ ଭାବୋଚ୍ଛ୍ୱାସର ଏକ ଏକ ଭାସ୍ୱର ପରିପ୍ରକାଶ ମାତ୍ର। ଝର୍କା ବା ବାତାୟନ, ଗବାକ୍ଷ ବା ଜାଳାକ୍ଷ ଚିରକାଳ ଏକ ଚେତନାଗତ ଆପ୍ତି ଓ ବ୍ୟାପ୍ତିର ପ୍ରତୀକ ବା ପ୍ରତିନିଧି। କେହି କେହି ଏହି ସଦନାଂଶକୁ ଜାନାଲା, ପଞ୍ଜର, ବାଉଳି ବା ଜଳାକବାଟୀ ବା ଖିଡ଼ିକୀ ବୋଲାଇଥାନ୍ତି; ମାତ୍ର ଚେତନଗତ ସ୍ତରରେ ଏହା ସର୍ବଦା ପ୍ରସୃତି ଓ ବିସ୍ତୃତିକୁ ହିଁ ଇଙ୍ଗିତ କରିଥାଏ। ସେହି ସୂତ୍ରରେ କବି ଶ୍ରୀ ପଟ୍ଟନାୟକଙ୍କ ‘ଝର୍କା ଖୋଲାଥାଉ’ ଅଭ୍ୟନ୍ତରରୁ ଦିଗନ୍ତ-ପରିବ୍ୟାପ୍ତ ଚେତନାଗର୍ଭିତ ଏକ ଅନନ୍ୟ-ଅନବଦ୍ୟ ସାରସ୍ଵତ ସର୍ଜନାବିଶେଷ ଅଟେ।
– ଡ. ସନ୍ତୋଷ କୁମାର ନାୟକ, ସହକାରୀ ପ୍ରଫେସର ଓ ବିଭାଗମୁଖ୍ୟ, ଓ.ଶି.ସେ.-୧, ଅଧିସ୍ନାତକ ଓଡ଼ିଆ ବିଭାଗ, ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ଵର, ଓଡ଼ିଶା
-
Jhiapaain Gapa
₹220.00Paternal emotions are usually concealed. But this book depicts a plethora of such expressions – starting from the vacation day of the daughter to the day she leaves home creating empty nest syndrome.
-
Jibana Gapara Gopara Poka
₹230.00ଜୀବନର ଅନେକ ଗୁଡ଼ିଏ ବାଟ ଅଙ୍କାବଙ୍କା ରାସ୍ତା ଦେଇ ଆସିବା ପରେ ସିଏ ଏବେ ବୁଝି ପାରୁଛନ୍ତି, କେହିବି ମଣିଷ ଯଦିଓ ସ୍ୱୟଂସମ୍ପୂର୍ଣ୍ଣ ନୁହଁ କିନ୍ତୁ ଅନ୍ୟଠାରୁ ତାହା ଆଶା କରେ । ଆଉ ସେଇ ଆଶା ପୂରଣ ପାଇଁ ଅନ୍ୟକୁ ହନ୍ତସନ୍ତ କରେ । ଦୁନିଆରେ ବୋଧେ ସମସ୍ତେ ପ୍ରଭୁତ୍ୱ ବିସ୍ତାର ପାଇଁ ନିଜ ଆତ୍ମାକୁ ମାରି ଅନ୍ୟ ଉପରେ ବିଜୟ ଲାଭ କରିବାକୁ ଚେଷ୍ଟା କରନ୍ତି । ଆଉ ସେଇ ଅନ୍ୟ ଜଣକ ଶାନ୍ତି, ଶୃଙ୍ଖଳା, ପ୍ରେମ, ସୌହାଦ୍ର୍ଧ୍ୟ ରାକ୍ଷା କରିବାକୁ ଯାଇ ନିଜ ହୃଦୟକୁ ପରାଧିନ କରିଦିଏ ଅବା ମାରିଦିଏ । ଏହା ତା’ର କ’ଣ ଏତେ ବଡ଼ ଦୋଷ?
ସୁରଭିଙ୍କୁ ଲାଗୁଥିଲା ସତେ ଯେପରି ସିଏ ଗୋଟେ ଗୋବର ପୋକ । ଅନ୍ୟର ଆଶା ପୂରଣ ପାଇଁ ତାଙ୍କୁ ମରା ଯାଉଛି । ତାହାହେଲେ ସଂସାର ଭିତରେ ତାଙ୍କ ପରି ଆହୁରି ଅନେକ ଗୋବର ପୋକ ତ ନିଶ୍ଚିତ ଥିବେ । ଆଜି ଦିନବେଳେ ଭେଟିଥିବା ସାଙ୍ଗମାନଙ୍କ ଭିତରୁ ମଧ୍ୟ ତାଙ୍କ ପରି ଗୋବରପୋକ ହୁଏତ କିଏ ଥିବେ । ସୁରଭି ଆଶ୍ଚର୍ଯ୍ୟ ହେଉଥିଲେ, ‘ଲିତୁନ୍ ଏଡ଼େ ବକଟେ ପିଲା ହୋଇ କ’ଣ କିଛି ମଣିଷ ଗୋବର ପୋକ ବୋଲି ବେଶ୍ ଚିହ୍ନି ପାରିଛି!’ ଲିତୁନ୍ ମୁହଁ ସୁରଭିଙ୍କ ଆଖି ଆଗରେ ନାଚି ଉଠିଲା । ତା’ ମୁହଁ ଆଉ ସରଳ ନିରୀହ ଦିଶୁ ନଥିଲା । କୋଟି ସୂର୍ଯ୍ୟର ଆଲୋକରେ ଝଲସୁଥିବା ଠାକୁରଙ୍କ ବିଶ୍ୱରୂପ ପରି ଦିଶୁଥିଲା ।
The collection has eighteen heart-touching stories.
-
Jibana Pare Jibana
₹220.00ମଣିଷ ଯେପରି ପୁରୁଣା ବସ୍ତ୍ର ତ୍ୟାଗ କରି ନୂଆବସ୍ତ୍ର ଧାରଣ କରିଥାଏ, ଠିକ୍] ସେହିପରି ଜୀବାତ୍ମା ପୁରୁଣା ଶରୀରକୁ ତ୍ୟାଗ କରି ନୂତନ ଶରୀର ଗ୍ରହଣ କରିଥାଏ । ଆତ୍ମା ମୋକ୍ଷ ପ୍ରାପ୍ତି ନହେବା ପର୍ଯ୍ୟନ୍ତ ଏହିପରି ବିଭିନ୍ନ ଶରୀର ଧାରଣ କରୁଥିବ । ଆମ ଧର୍ମଶାସ୍ତ୍ରରେ ‘ଆତ୍ମା’ ବା ବ୍ରହ୍ମ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ । ଆମେ ବିଶ୍ୱାସ କରୁଥାଉ। ମାତ୍ର ଅନେକ ଏ କଥାରେ ଏକମତ ହୋଇନପାରନ୍ତି । ଆତ୍ମା-ଜୀବନ-ମୃତ୍ୟୁ-ଜୀବନ-ଏସବୁ ବିଶ୍ୱାସ-ଅବିଶ୍ୱାସର କଥା । ଏହାକୁ ପରୀକ୍ଷାଗାରରେ ପରୀକ୍ଷା କରାଇ ଆମେ ଶେଷ ସିଦ୍ଧାନ୍ତରେ ଉପନୀତ ହୋଇ ପାରିବା ନାହିଁ । ଶେଷରେ ଐ. ଔବମଳଗ୍ଦକ୍ଟଦ୍ଭ ଏକ୍ସକ୍ଟଙ୍ଗଦ୍ଭଙ୍କ ମତକୁ ଉଦ୍ଧାର କରିଛନ୍ତି ଲେଖକ- ‘ଆଜି ପର୍ଯ୍ୟନ୍ତ ଏ ମନୁଷ୍ୟ ଯେତେ ଜ୍ଞାନ ଆହରଣ କରିଛି ତାହା ସାଗରର ବିଶାଳ ବେଳାଭୂମିରୁ ଗୋଟେ ମାତ୍ର ବାଲୁକା କଣିକା ଠାରୁ ଅଧିକ ନୁହେଁ ।’ ଲେଖକଙ୍କ ମତ ମଧ୍ୟ ତାହା ଯେ, ଏସବୁ ବାଦ-ବିସମ୍ବାଦ-ଦ୍ୱନ୍ଦ୍ୱ-ଭିତରକୁ ନଯାଇ ବିଶ୍ୱାସ କଲେ ତାହା ଠିକ୍] ହେବ । ଯୁଗ ଯୁଗରୁ ଏ ଅନ୍ୱେଷଣ ପ୍ରବୃତ୍ତି ଜାରି ରହିଛି । ପ୍ରଥମରୁ ଯାହା କହିଲି ମଣିଷର ମନ ଅସରନ୍ତି ଭାବନାରେ ଉବୁଟୁବୁ ହେଉଥାଏ, ସେ ଏକ ଅଜବ ସୃଷ୍ଟି ଏ ପୃଥିବୀରେ । ଯଦି ବିଶ୍ୱାସ କରିବା ମୃତ୍ୟୁପରେ ଜୀବନ ଅଛି ତାହା ବିଶ୍ୱାସ ଉପରେ ନିର୍ଭର କରେ । ବିଶ୍ୱାସ-ଅବିଶ୍ୱାସ, ମଣିଷର ମାନସିକତା ଉପରେ ନିର୍ଭର କରେ । ତଥାପି ଶ୍ରୀଯୁକ୍ତ ଚିତ୍ତରଂଜନ ପଟ୍ଟନାୟକ ଏଭଳି ଅନୁସନ୍ଧିତ୍ସୁ ମନୋବୃତ୍ତି ନେଇ ‘ଜୀବନ ପରେ ଜୀବନ’ ପୁସ୍ତକଟିକୁ ରଚନା କରି ପାଠକ ମାନଙ୍କୁ ଉପହାର ଦେବାକୁ ଚେଷ୍ଟା କରିଛନ୍ତି – ତାଙ୍କର ଏ ପ୍ରବୃତ୍ତି ଜାରି ରହୁ । । ପୁସ୍ତକଟିର ସର୍ବ ସଫଳତା କାମନା କରୁଛି ।
— ଡକ୍ଟର ବିରଂଚି କୁମାର ସାହୁ, ଅଧ୍ୟାପକ ସ୍ନାତକୋତ୍ତର ଓଡ଼ିଆ ବିଭାଗ, ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅଡ଼ଶପୁର, କଟକ
-
Jogi Charita
₹200.00Jogi Charita, Dr. Dinabandhu Sahoo’s sixth poetry collection, depicts a philosophical insight into the diverse aspects of human life and one’s creative reincarnation with a yogic approach.
-
Jogi Jogeswar
₹180.00Born in western Odisha on 6th October 1958, Rohit Dash is a multilingual poet, novelist and writer. He writes in Oriya, English and his mother tongue Sambalpuri/Koshli. So far, he has twenty-five published books to his credit. His works are too translated in other Indian languages. He has received many awards and recognition for his literary works.