-
Jain Darshan: Manana O Mimansha
₹650.00ଆଚାର୍ଯ୍ୟ ମହାପ୍ରଜ୍ଞ ଆଠ ଦଶନ୍ଧିର ସୁଦୀର୍ଘ ସଂଯମ ସାଧନାରେ ନିମଗ୍ନ ଥାଇ ଅନେକ ଗୁଡ଼ିଏ ସୂକ୍ଷ୍ମ ରହସ୍ୟର ଅନାବରଣ କରିଯାଇଛି । ତାଙ୍କ ଜୀବନର ଏକ ସମାଧାୟକ ସୂତ୍ର ହେଉଛି- ‘ରହୋ ଭୀତର, ଜୀଓ ବାହର ।’ ଜୀବନର ନବମ ଦଶକ ସଂପନ୍ନ ହେବାକୁ ଯାଉଥାଏ, ଦଶମ ଦଶକରେ ପ୍ରବେଶର ପ୍ରସ୍ତୁତି ଚାଲିଥାଏ । ଏହି ମହାର୍ଘ ମୁହୂର୍ତ୍ତର ଅଭିନନ୍ଦନ ପାଇଁ ସମାଜ ବିବିଧ ସ୍ୱପ୍ନ ଦେଖୁଥାଏ । କିନ୍ତୁ ନିୟତି ସାମାଜ୍ୟରେ ଏକ ଭିନ୍ନ ନିୟତି ନିର୍ଦ୍ଧାରିତ ହୋଇ ସାରିଥାଏ । ଅକସ୍ମାତ ୯ ମେ ୨୦୦୯ ଦିନ ପ୍ରଖର ଦ୍ୱିପହରରେ ସେ ସଂସାରରୁ ପ୍ରୟାଣ କରିଦେଲେ । ତାଙ୍କ ଭୌତିକ ଶରୀର ହଜିଗଲା, ରହିଗଲା ଜ୍ଞାନ ଶରୀର, ଯଶଃ ଶରୀର ଓ ଅନୁଭବ ଶରୀର । ସେ ଆମ ସକାଶେ ଏକ ସମୃଦ୍ଧ ବୈଚାରିକ ଐତିହ୍ୟ ଛାଡ଼ି ଦେଇ ଯାଇଛନ୍ତି । ଆଗାମୀ ଶତାବ୍ଦୀ ଗୁଡ଼ିକ ନିଃସନ୍ଦେହ ଏହା ଦ୍ୱାରା ଲାଭାନ୍ୱିତ ହେବେ । ମହାପ୍ରଜ୍ଞ ଜନ୍ମ ଶତାବ୍ଦୀର ଐତିହାସିକ ଅବସରରେ ପ୍ରସ୍ତୁତ ‘ଜୈନଦର୍ଶନ ମନନ ଓ ମୀମାଂସା’ ତାଙ୍କ ଦିବ୍ୟ ଚେତନା ସହିତ ସଂପର୍କର ସଶକ୍ତ ଆଲମ୍ବନ ସାଜିଲେ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହୋଇପାରନ୍ତା ।
-
Jajabarara Jabanabandi
₹225.00ମୋର ଅନେକ ବନ୍ଧୁ ଓ ପରିଚିତ ମୋତେ ମୋର ଚାକିରୀ ଜୀବନର ଅଭିଜ୍ଞତା ଲେଖିବାକୁ ପ୍ରବର୍ତ୍ତାଉ ଥିଲେ । କିନ୍ତୁ ମୁଁ ଏହା କରିବାକୁ ମୋଟେ ପ୍ରସ୍ତୁତ ନଥିଲି । ତା’ର ପ୍ରଧାନ କାରଣ ଯେ ମୁଁ ପ୍ରାୟ ଯେତେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଆତ୍ମଜୀବନୀ ବା ସ୍ମରଣିକା ପଢ଼ିଛି, ପ୍ରାୟ ସବୁଠାରେ ‘ମୁଁ ‘ କଥାଟାର ସ୍ୱର ବଡ଼ ଉଚ୍ଚ । ଅନେକ କ୍ଷେତ୍ରରେ ଆଖି ଆଗର ଆଙ୍ଗୁଠି ଦୂର ପର୍ବତକୁ ଘୋଡାଇ ଦେଇଛି । ତାହାଛଡ଼ା ଏକ ଔଚିତ୍ୟର ଗୁରୁତର ପ୍ରଶ୍ନ ଅଛି । ଚାକିରୀ ଜୀବନରେ ମୁଁ କ’ଣ କରିଥିଲି, ତାହା ପ୍ରକାଶ କରିବା ଅନୈତିକ ଏବଂ ବହୁ କ୍ଷେତ୍ରରେ ବେଆଇନ । ଏଣୁ ଏଥିରୁ ବିରତ ରହି ଏଣୁ ତେଣୁ ଯଥା ପ୍ରବନ୍ଧ ଓ ରମ୍ୟ ରଚନା ଆଦି ଲେଖୁଥଲି ଏବଂ ଲେଖୁଛି ।
ତେବେ ଦିନେ ଧରିତ୍ରୀ ଅଫିସ୍]ରେ ଶ୍ରୀ ତଥାଗତ ଶତପଥୀଙ୍କ ସହ ଆଲୋଚନା ବେଳେ ଏକ ନୂତନ ଦୃଷ୍ଟିକୋଣ ମିଳିଲା । ମନୁଷ୍ୟର ପ୍ରକୃତ ଜୀବନ ତ ଏଇ କୋଡ଼ିଏରୁ ଷାଠିଏ ମଧ୍ୟରେ । ସେଥିରୁ ପ୍ରାୟ ଅଧିକାଂଶ ସମୟ ଚାକିରୀ ଜୀବନ । ସେଠି କେତେ ଲୋକଙ୍କୁ ଦେଖିଲି । କେତେ ଅଜଣାଙ୍କୁ ଜାଣିଲି । ତାଙ୍କ ଭିତରୁ କେତେ ଜନ୍ମଗତ ଅଦ୍ୱିତୀୟ, କେତେ ଅବସ୍ଥାଚକ୍ରରେ ପଡ଼ି ସ୍ମରଣୀୟ । କେତେ ପୁଣି ନିଜର ବ୍ୟକ୍ତିତ୍ୱ ବଳରେ ଅସାଧାରଣ ଓ ସ୍ମରଣୀୟ । ଏମାନଙ୍କ ବ୍ୟକ୍ତିତ୍ୱ ଲୋକଲୋଚନକୁ ଆଣିବା ଯୋଗ୍ୟ । ଏହି ଧାରଣାରୁ ଯାଯାବର ସିରିଜ୍]ର ଜନ୍ମ । ଏହା ୧୯୯୩ ଆରମ୍ଭରୁ ଧରିତ୍ରୀରେ ଧାରାବାହିକ ରୂପେ ପ୍ରକାଶ ପାଉଥିଲା । ଅବଶ୍ୟ ଏହି ଚରିତ୍ରମାନଙ୍କୁ ଉପସ୍ଥାପିତ କରିବାରେ ଘଟଣାବଳୀ ଠିକ୍ ଯେପରି ଲେଖାହୋଇଛି, ସେପରି ଘଟି ନଥାଇପାରେ । କାରଣ ପ୍ରକାଶ ଲାଗି କିଛିଟା ପରିବର୍ତ୍ତନ ଆବଶ୍ୟକ ହୋଇପଡ଼େ । ମୋର ଦୃଢ଼ ବିଶ୍ୱାସ ଯେ ମୁଁ ସେମାନଙ୍କ ପ୍ରତି କଦାପି ବିଶ୍ୱାସଘାତ କରିନାହିଁ । ମୋ ଶକ୍ତି ଅନୁଯାୟୀ ନ୍ୟାୟ କରିଛି ।
ମୋର ଅବଶ୍ୟ ଯାଯାବର ଜୀବନ । ଉତ୍ତର ଓ ଉତ୍ତର-ପୂର୍ବ ଭାରତରେ ବହୁତ ବୁଲିଲି । ମୋର ବଡ଼ ଆନନ୍ଦ ଯେ ସେଠାର ମାଟି ଓ ସେଠାର ମଣିଷଙ୍କୁ ଭଲପାଇ ପାରିଛି । ଆଶାକରେ ଠାକୁର ସାହେବ, ପେମା ଡୋମା ଏବଂ ବିଶେଷକରି ନକ୍]ଚୁଂ ଯେକି ଫେରିଲା ନାହିଁ – ଇତ୍ୟାଦି ଆପଣଙ୍କୁ ଭଲ ଲାଗିବେ ।
-
Janajati Lokadhara O Bibidha Prasanga
₹210.00Janajati Lokadhara O Bibidha Prasanga is a non-fiction book that dedicates itself to the exploration of Tribal Folklore and their unique lifestyle. These communities situated in the most remote parts of Odisha, India are known for their centuries-old tradition and culture. From their oral literature to their dance everything that they do, exudes uniqueness. Their ancient practices and folklore give us a glimpse of the way our ancestors would’ve lived in the past. This book discusses their oral literature, lingua franca, food habits, art & craft among many other things. Their vision towards the environment and the effect of modernization on these communities has been covered in this book.
-
Jane Taruna Kabinku Chithi (Rainer Maria Rilke)
₹320.00“Letters To A Young Poet” by Rainer Maria Rilke is a prosaic work, but it refers directly to poetry. There are ten letters written to a young man about to enter the German military.
In the very beginning of the 1903, Rilke received a letter from a twenty-year old lieutenant of Austro-Hungarian army Franz Kappus. Verses were enclosed to the letter: the lieutenant turned out to be a poet. Rilke answered. Rilke wrote Franz Kappus ten letters; the last of them is dated by December 1908. After Rilke’s death, the letters were published in a separate book entitled “Letters To A Young Poet”. Of all Rilke’s extensive correspondence, these letters won the greatest popularity. It is explained by their content: there is nothing personal or private in them; Rilke wrote about the poetry, nature of poetic works, irony, loneliness, love etc. His philosophy-aesthetic views of that time are well reflected in these letters.
-
Janha Nadee
₹200.00Janha Nadee (Moon River) is a luminous new collection by Adyasha Das, where every poem flows with her signature tenderness and quiet depth. In these pages, nature converses with memory, love gathers its many hues, and the self-drifts between stillness and discovery. Each verse carries the shimmer of her distinct poetic voice, offering readers a journey through emotion, identity, and the fragile beauty of being. A book to return to, again and again, for its grace, insight, and lingering serenity.
-
Janharati
₹175.00Janharati is a short story collection of ten short stories which were written in mid 1980s and published in various Odia literary journals. All the stories have been translated in Hindi, English and other Indian languages. The title story Janharati was broadcasted as a radio play by All India Radio. This was also staged as a Hindi play by National School of Drama, New Delhi. This collection has received Odisha Sahitya Academy award and Bhubaneswar Book Fair award in 1990.
-
Jayanta Mahapatra, the Eternal Traveller: A Dive into his Poetic Universe
₹375.00Jayanta Mahapatra (1928-2023), a bilingual poet from Odisha, India, wrote prolifically both in English and Odia and was internationally acclaimed. His work has been variously interpreted from the perspectives of his experiments with language as well as use of modern techniques in poetry, his rendering of harsh reality including exploitation and injustice inflicted on the downtrodden, his urge for a total identification with his land and others. Keeping aside Mahapatra’s experiments with technique and language, the present book focuses on his relentless self-search alongside his assessment of the outer reality, the nature of his anxieties as revealed in his poems published since 1976, his ethical standpoint and the ongoing conflict between reason and faith suggested through his work. The poet emerges as an eternal traveller searching for truth and love. In the five chapters of the book all these aspects of his poetry have been discussed, with a particular focus on his anxiety that is close to “existentialist angst” and his capacity for immense love that saves him from lapsing into pessimism. Finally, his search for truth has been equated to that of some sages in the Upanishads.
-
Jeebanara Jaughara
₹225.00ମହାମାରୀ କରୋନା ଯେତେବେଳେ ତା’ର ବାହୁବିସ୍ତାର କରି ମାଡ଼ି ଆସିଲା, ସାରା ଦୁନିଆ ସ୍ତବ୍ଧ ହୋଇଗଲା । ସବୁଆଡ଼େ ଶୂନଶାନ୍], ଦୋକାନ ବଜାର ବନ୍ଦ । ଘରୁ ବାହାରିବାକୁ ମନା । ଭୟରେ ଥରହର ସମସ୍ତେ । କେତେ କେତେ ଜୀବନ ଚାଲିଗଲା ଅକାଳରେ । ଦୁଃଖର ବିଷୟ ଯେ ଆତ୍ମୀୟକୁ ମନା, ମରିଥିବା ଲୋକର ପାଖ ମାଡ଼ିବାକୁ । ସ୍ୱାମୀ ସ୍ତ୍ରୀ, ପୁଅଝିଅ ଆଦି ସମ୍ପର୍କ ସବୁ ଠପ୍ ହୋଇଗଲା ସଂକ୍ରମଣ ଭୟରେ । ଘରେ ବସି ବସି ତାରି ଉପରେ ଗପଟିଏ ଲେଖୁଲେଖୁ ଲେଖି ହୋଇଗଲା ଅନେକ କିଛି । ଗପଟି ରୂପ ନେଇଗଲା ଉପନ୍ୟାସର ।
-
Jharka Bahare Bharata
₹170.00ଭାରତର ବିବିଧ ଛବିରେ ଛବିଳ ‘ଝର୍କା ବାହାରେ ଭାରତ’ କବି ଶଶଧର ଦାସଙ୍କର ଏକ ସଦ୍ୟତମ ଶବ୍ଦ ଶତଦଳ । ତହିଁ ଅଙ୍କିତ ଜୀବନ ଚିତ୍ର ଛାୟାଛନ୍ନ ଜହ୍ନରାତି ପରି ମନୋଜ୍ଞ ଅଥଚ ରହସ୍ୟମୟ । ଭାବର ସାନ୍ଧ୍ରତାରେ ଯେମିତି ନିବିଡ଼ ତାଙ୍କର ପ୍ରତିଟି କବିତା, ସେମିତି ପ୍ରତି ଶବ୍ଦ ସିକ୍ତ ଲଳିତ ଲାବଣ୍ୟରେ ।ସମକାଳ ବୈପରୀତ୍ୟର ଏକ ଦୁର୍ବୋଧ୍ୟ ଛନ୍ଦ । କେତେ ଭିନ୍ନ ସତେ ଏଠି ପ୍ରତୀୟମାନ ପୃଥିବୀଠାରୁ ବାସ୍ତବ ଜୀବନ! ଏଠି ମୂଲ୍ୟ ଓ ମୂଲ୍ୟବୋଧ ଭିତରେ ସଂଘର୍ଷ ଓ ବସ୍ତୁବାଦୀ ବେଗଦ୍ୱାରା ଆତ୍ମିକ ଆବେଗ କ୍ଷତାକ୍ତ । ଲାଭ, ଲୋଭ ଓ ଲାଳସାର ଅର୍ଗଳିରେ ମ୍ରିୟମାଣ କବି ସତ୍ତା । କବିଙ୍କ ଲେଖନୀରେ ତେଣୁ ସ୍ୟାହି ନୁହେଁ, ରକ୍ତସ୍ରାବର ସଂକେତ । ତଥାପି ରକ୍ତକୁ ରକ୍ତ ପଳାସରେ ରୂପାନ୍ତରିତ କରିବାକୁ ଯେମିତି କବି ଶଶଧର ଦାସ ପ୍ରତିବଦ୍ଧ । ଆଉ କ’ଣ ଆଜିକାଲି ସକାଳ ଓହ୍ଲାଉଛି ଚା’ କପ୍], କାଗଜ ଗନ୍ଧରେ? ନା । ଖବରକାଗଜ ପୃଷ୍ଠାରେ ବାରୁଦର ଗନ୍ଧ ତ ଆତଙ୍କ ଅପମୃତ୍ୟୁ, ଦୁଷ୍କର୍ମ ଓ ଦୁରାଚାରରେ ପ୍ରତିଟି ସକାଳ ବିବର୍ଣ୍ଣ । ଭୋଅଟରୁ ଭୋଅଟ ପର୍ଯ୍ୟନ୍ତ ଗାଁ ଫାଟି ଆଁ କରିଛି । ଗାଁ ଦାଣ୍ଡରେ ପୁଣି ସହରର ବାସ୍ନା । ଜହ୍ନିଫୁଲ, ଜହ୍ନରାତି, ଧୂଆଁ, ଧୂଳି ଓ ଧୂମାଳ – ସବୁ ଅବା ଅତୀତର ଗୋଟେ ଛିନ୍ନପୃଷ୍ଠା । କବି ତେଣୁ ଅତୀତ ଆମୁଖତା ବା ନୋଷ୍ଟାଲ୍]ଜିଆରେ ବିଭୋର ସାମାଜିକ ଅଧୋଗତିରେ ବିବ୍ରତ ପୁଣି ଛଦ୍ମ ଗଣତନ୍ତ୍ର ପ୍ରତି ବିମୁଖ । ଏମନ୍ତ ଚିତ୍ର ଓ ଚିତ୍ରକଳ୍ପରେ ବିଚତ୍ରବର୍ଣ୍ଣା ଏହି ଗ୍ରନ୍ଥରେ ସଂକଳିତ ଅନେକ କବିତା ।
-
Jharka Kholathau
₹200.00ସତ୍ୟ ପଟ୍ଟନାୟକ ଓଡ଼ିଆ ସାରସ୍ୱତ ଜଗତରେ ଯଶୋମୟ ଏକ ବିମୁଗ୍ଧ ଉଚ୍ଚାରଣ । ଚିନ୍ମୟ ଚେତନାରେ ତଲ୍ଳୀନ ତାଙ୍କ କବିତା କେବେ ତନ୍ମୟ ତ କେବେ ମନ୍ମୟ, କେବେ ମୃଣ୍ମୟ ତ କେବେ ହିରଣ୍ମୟ, କେବେ ପୁଣି ଅମ୍ମୟ ତ ଆଉକେବେ ଅଶ୍ମମୟ, କେବେ ଦର୍ଭମୟ, କେବେ ଉର୍ଣାମୟ, କେବେ ଛାୟାମୟ, କେବେ ମାୟାମୟ, କେବେ ରୂପମୟ, କେବେ ରସମୟ, କେବେ ମନୋମୟ ତ ଆଉକେବେ ଭାବମୟ। ଝର୍କା ଖୋଲାଥାଉ କବିତା ସଂକଳନସ୍ଥ ପ୍ରତ୍ୟେକ କବିତା ସ୍ଵତନ୍ତ୍ର ଦୃଷ୍ଟି ଓ ଦର୍ଶନ ସମ୍ବଳିତ ଭାବାବେଗ, ଭାବସମ୍ବେଗ ଓ ଭାବୋଚ୍ଛ୍ୱାସର ଏକ ଏକ ଭାସ୍ୱର ପରିପ୍ରକାଶ ମାତ୍ର। ଝର୍କା ବା ବାତାୟନ, ଗବାକ୍ଷ ବା ଜାଳାକ୍ଷ ଚିରକାଳ ଏକ ଚେତନାଗତ ଆପ୍ତି ଓ ବ୍ୟାପ୍ତିର ପ୍ରତୀକ ବା ପ୍ରତିନିଧି। କେହି କେହି ଏହି ସଦନାଂଶକୁ ଜାନାଲା, ପଞ୍ଜର, ବାଉଳି ବା ଜଳାକବାଟୀ ବା ଖିଡ଼ିକୀ ବୋଲାଇଥାନ୍ତି; ମାତ୍ର ଚେତନଗତ ସ୍ତରରେ ଏହା ସର୍ବଦା ପ୍ରସୃତି ଓ ବିସ୍ତୃତିକୁ ହିଁ ଇଙ୍ଗିତ କରିଥାଏ। ସେହି ସୂତ୍ରରେ କବି ଶ୍ରୀ ପଟ୍ଟନାୟକଙ୍କ ‘ଝର୍କା ଖୋଲାଥାଉ’ ଅଭ୍ୟନ୍ତରରୁ ଦିଗନ୍ତ-ପରିବ୍ୟାପ୍ତ ଚେତନାଗର୍ଭିତ ଏକ ଅନନ୍ୟ-ଅନବଦ୍ୟ ସାରସ୍ଵତ ସର୍ଜନାବିଶେଷ ଅଟେ।
– ଡ. ସନ୍ତୋଷ କୁମାର ନାୟକ, ସହକାରୀ ପ୍ରଫେସର ଓ ବିଭାଗମୁଖ୍ୟ, ଓ.ଶି.ସେ.-୧, ଅଧିସ୍ନାତକ ଓଡ଼ିଆ ବିଭାଗ, ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ଵର, ଓଡ଼ିଶା
-
Jhiapaain Gapa
₹220.00Paternal emotions are usually concealed. But this book depicts a plethora of such expressions – starting from the vacation day of the daughter to the day she leaves home creating empty nest syndrome.
-
Jibana Gapara Gopara Poka
₹230.00ଜୀବନର ଅନେକ ଗୁଡ଼ିଏ ବାଟ ଅଙ୍କାବଙ୍କା ରାସ୍ତା ଦେଇ ଆସିବା ପରେ ସିଏ ଏବେ ବୁଝି ପାରୁଛନ୍ତି, କେହିବି ମଣିଷ ଯଦିଓ ସ୍ୱୟଂସମ୍ପୂର୍ଣ୍ଣ ନୁହଁ କିନ୍ତୁ ଅନ୍ୟଠାରୁ ତାହା ଆଶା କରେ । ଆଉ ସେଇ ଆଶା ପୂରଣ ପାଇଁ ଅନ୍ୟକୁ ହନ୍ତସନ୍ତ କରେ । ଦୁନିଆରେ ବୋଧେ ସମସ୍ତେ ପ୍ରଭୁତ୍ୱ ବିସ୍ତାର ପାଇଁ ନିଜ ଆତ୍ମାକୁ ମାରି ଅନ୍ୟ ଉପରେ ବିଜୟ ଲାଭ କରିବାକୁ ଚେଷ୍ଟା କରନ୍ତି । ଆଉ ସେଇ ଅନ୍ୟ ଜଣକ ଶାନ୍ତି, ଶୃଙ୍ଖଳା, ପ୍ରେମ, ସୌହାଦ୍ର୍ଧ୍ୟ ରାକ୍ଷା କରିବାକୁ ଯାଇ ନିଜ ହୃଦୟକୁ ପରାଧିନ କରିଦିଏ ଅବା ମାରିଦିଏ । ଏହା ତା’ର କ’ଣ ଏତେ ବଡ଼ ଦୋଷ?
ସୁରଭିଙ୍କୁ ଲାଗୁଥିଲା ସତେ ଯେପରି ସିଏ ଗୋଟେ ଗୋବର ପୋକ । ଅନ୍ୟର ଆଶା ପୂରଣ ପାଇଁ ତାଙ୍କୁ ମରା ଯାଉଛି । ତାହାହେଲେ ସଂସାର ଭିତରେ ତାଙ୍କ ପରି ଆହୁରି ଅନେକ ଗୋବର ପୋକ ତ ନିଶ୍ଚିତ ଥିବେ । ଆଜି ଦିନବେଳେ ଭେଟିଥିବା ସାଙ୍ଗମାନଙ୍କ ଭିତରୁ ମଧ୍ୟ ତାଙ୍କ ପରି ଗୋବରପୋକ ହୁଏତ କିଏ ଥିବେ । ସୁରଭି ଆଶ୍ଚର୍ଯ୍ୟ ହେଉଥିଲେ, ‘ଲିତୁନ୍ ଏଡ଼େ ବକଟେ ପିଲା ହୋଇ କ’ଣ କିଛି ମଣିଷ ଗୋବର ପୋକ ବୋଲି ବେଶ୍ ଚିହ୍ନି ପାରିଛି!’ ଲିତୁନ୍ ମୁହଁ ସୁରଭିଙ୍କ ଆଖି ଆଗରେ ନାଚି ଉଠିଲା । ତା’ ମୁହଁ ଆଉ ସରଳ ନିରୀହ ଦିଶୁ ନଥିଲା । କୋଟି ସୂର୍ଯ୍ୟର ଆଲୋକରେ ଝଲସୁଥିବା ଠାକୁରଙ୍କ ବିଶ୍ୱରୂପ ପରି ଦିଶୁଥିଲା ।
The collection has eighteen heart-touching stories.