• Hajiba Geetara Sura

    Hajiba Geetara Sura

    ହଲବା, ମାଟିଆ, କୋୟା, ବଣ୍ଡା, କନ୍ଧ ଓ ଭୂମିଆ ସଂପ୍ରଦାୟର ଆଦିବାସୀମାନଙ୍କ ପରିବାରର କେହି ରାତିରେ ମରିଗଲେ ତା’ର ଶବକୁ ପରଦିନ ସକାଳ ପର୍ଯ୍ୟନ୍ତ ସଂସ୍କାର ନିମନ୍ତେ ରଖନ୍ତି। ଅନ୍ୟପକ୍ଷରେ ଘର ଭିତରେ ଶବ ରହିଥିବାବେଳେ ଘରଲୋକେ ନିଦରେ ଶୋଇବା ମନା। ଘରର ଲୋକଙ୍କୁ ଚିଆଁଇ ରଖିବା ଲାଗି ଗୀତକୁଡ଼ିଆ ଓ ଗୀତକୁଡ଼ିଆଣୀ ରାତିସାରା ବିଭିନ୍ନ କଥାନି ଗାଇଥାନ୍ତି। ଏହି କଥାନିରେ ମୃତ୍ୟୁ ଚେତନା, ଜୀବନର କ୍ଷଣଭଙ୍ଗୁରତା, ବିଭିନ୍ନ ପୁରାଣର ଆଖ୍ୟାନ ସହ ମୃତ ବ୍ୟକ୍ତିର ଗୁଣାବଳିର ବର୍ଣ୍ଣନା ରହିଥାଏ। ଏଭଳି କଥାନି ଗାଉଥିବା ଗୀତକୁଡ଼ିଆଣୀ ଏହି ଉପନ୍ୟାସର ମୁଖ୍ୟ ଚରିତ୍ର। ଅନ୍ୟପକ୍ଷରେ ଡଙ୍ଗରିଆ କନ୍ଧ ସଂପ୍ରଦାୟ ପାଇଁ କାପଡ଼ାଗନ୍ଦା ବା ଡଙ୍ଗରିଆ ଚାଦର ଏକ ବର୍ଣ୍ଣିଳ ପରିଚୟ। ବିଭିନ୍ନ କାରଣରୁ ଏହି ଚାଦର ଏବେ ଉଭେଇଯାଉଛି। ଗୋଟିଏ ପଟେ ପାରଂପରିକ କଳା, ସଂସ୍କୃତି ଆଦିବାସୀମାନଙ୍କୁ ବଞ୍ଚିବାର ସୁଯୋଗ ଯୋଗାଇ ପାରୁ ନ ଥିବାବେଳେ ଅନ୍ୟପଟେ ସ୍ୱାର୍ଥାନ୍ୱେଷୀ ବ୍ୟବସାୟୀମାନେ ଟଙ୍କା କେଇଟା ଦେଇ ସେମାନଙ୍କ ବାଡ଼ିବଗିଚାର ଫଳଫସଲ ନେଇ ଯାଆନ୍ତି। ଏ ଧରଣର ଶୋଷଣ ଓ ସମସ୍ୟାର ସମ୍ମୁଖୀନ ହୋଇଥିବା ଦୁଇଟି ପରିବାରର ଅଶ୍ରୁଳ କାହାଣୀ ହଜିଲା ଗୀତର ସୁର।

    240.00
    Add to cart
  • Haluka Manisha

    Haluka Manisha

    ଜୀବନଟା କାହା ପାଇଁ କେମିତି । ଜଣକ ପାଇଁ ଜୀବନ ପକ୍ଷୀର ପର ପରି ହାଲୁକା ତ ଆଉ କାହା ପାଇଁ ଗୋଟେ ଓଜନିଆ ପଥର ପରି ବୋଝ । କୁନ୍ଦେରାଙ୍କ ଦୃଷ୍ଟିରେ ଆମର ବୋଝ ଯେତିକି ଅଧିକ ହୁଏ, ମାଟି ସହିତ ଜୀବନ ସେତିକି ନିବିଡ଼ ହୁଏ । ଅପରପକ୍ଷେ ବୋଝ ନଥିଲେ ମଣିଷର ଜୀବନ ପବନ ପରି ହାଲୁକା ହେଇଯାଏ । ଉପରକୁ ଉଠିଉଠିକା ଯାଏ ଆଉ ମଣିଷର ଜୀବନ କ୍ରମଶଃ ଅର୍ଦ୍ଧସତ୍ୟ ଓ ନଗଣ୍ୟ ହେଇଯାଏ । ତେବେ ଆମେ କୋଉଟାକୁ ବାଛିବା କଥା- ହାଲୁକା ନା ଓଜନ? ତାଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ‘The Unbearable Lightness of Being’ ରେ ଏପରି ଏକ ଜୀବନ ଦର୍ଶନକୁ ଏକ ଭିନ୍ନ ଶୈଳୀରେ ଅବତାରଣା କରାଯାଇଛି ।

    “ହାଲୁକା ମଣିଷ’- ଏହି ବହିଟିର ଓଡ଼ିଆ ଅନୁବାଦ ଆମର ଓଡ଼ିଆ ପାଠକଙ୍କ ଉଦ୍ଦେଶ୍ୟରେ ଏକ ବୌଦ୍ଧିକ ପ୍ରୟାସ ମାତ୍ର ।

    360.00
    Add to cart
  • Hamsaduta (Rupa Goswami)

    Hamsaduta (Rupa Goswami)

    ‘ହଂସଦୂତ’ ସଂସ୍କୃତ ସାହିତ୍ୟର ଗୋଟିଏ ପ୍ରତିଷ୍ଠିତ ଦୂତକାବ୍ୟ । ମହାକବି କାଳିଦାସଙ୍କର ‘ମେଘଦୂତ’ର ଅନୁସରଣରେ ଦୂତକାବ୍ୟ ସୃଷ୍ଟି ହେବାର ପରମ୍ପରା ଆରମ୍ଭ ହୋଇଥିଲା । ବୈଷ୍ଣବ ଯୁଗର ସମସ୍ତ କାବ୍ୟ ଗଢ଼ିଉଠିଛି ରାଧାକୃଷ୍ଣଙ୍କ ପ୍ରେମର ଅଫୁରନ୍ତ ଲୀଳା ରହସ୍ୟକୁ ଅବଲମ୍ବନ କରି; ତାହା ବୋଲି ବୈଷ୍ଣବ ପ୍ରେମକାବ୍ୟ ଖାଲି ବୈକୁଣ୍ଠର ସଂପଦ ନୁହେଁ । ପାର୍ôଥବ ଜୀବନର ଦୈନନ୍ଦିନ ଗତିପଥରେ ନରନାରୀଙ୍କର ହୃଦୟରେ ଯେଉଁ ଚିରନ୍ତନ ପ୍ରେମର ଘାତପ୍ରତିଘାତ ଚାଲିଛି, ତା’ର ଅନ୍ତରରେ ନିଗୂଢ଼ ସତ୍ୟ ରୂପାୟିତ ହୋଇଛି ଦେବତାଙ୍କ ଉଦ୍ଦେଶ୍ୟରେ ଗୁନ୍ଥା ସେହି ପ୍ରେମର ପୁଷ୍ପ-ମାଳାରେ । ଦେବତାଙ୍କ ଉଦ୍ଦେଶ୍ୟରେ ରଚିତ ପ୍ରେମ-କାବ୍ୟର ସେହି ଖଣିରେ ଲୁଚି ରହିଛି ମଣିଷ ପ୍ରାଣର କଥା ।

    ରୂପ ଗୋସ୍ୱାମୀଙ୍କର ‘ହଂସଦୂତ’ ସେହି ପ୍ରେମକାବ୍ୟର ଗୋଟିଏ ଶ୍ରେଷ୍ଠ ନିଦର୍ଶନ । ଉଲ୍ଲିଖିତ ଦୂତକାବ୍ୟଗୁଡ଼ିକ ମଧ୍ୟରେ ‘ହଂସଦୂତ’ ବେଶ୍ ସୁନାମ ଅର୍ଜନ କରିଛି । ‘ହଂସଦୂତ’ର ରଚନାକାର ରୂପଗୋସ୍ୱାମୀ ଚୈତନ୍ୟ ମହାପ୍ରଭୁଙ୍କର ପରମ ଅନୁଯାୟୀ ସନାତନ ଗୋସ୍ୱାମୀଙ୍କର ଅନୁଜ । ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଷଡ଼ ଗୋସ୍ୱାମୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ରୂପ ଗୋସ୍ୱାମୀ ।

    200.00
    Add to cart
  • Happiness Flows

    Happiness Flows

    The book Happiness Flows is a precious tool box that contains ingredients for your education and elevation. With the latest scientific research, it answers your deep rooted questions: What is positive life? Who are happy people? What can money do? What can’t money do? Are women happier than men? Does age foster or forestall happiness? How does your religiosity help you? Can you quantify your happiness? What can you boost your happiness? How can you enhance collective happiness? These and many more questions are answered in lucid, simple, yet authentic scientific style.

    1,200.00
    Add to cart
  • Harlem re Rati

    Harlem re Rati

    Harlem re Rati (Night in Harlem) is interestingly, the latest Poem of Haraprasad Das which lends the title to this remarkable compilation. This compilation of Odia poems by Haraprasad Das, has been done specially in fulfilment of the mission of Black Eagle Books to bring the ethno-global nuances of the very finest Odia Poetry, to the sprawling Odia diaspora. It may come as a pleasant surprise to the readers that the Indian New Poetry has broken away from the modernist stranglehold of the Global-West and has reinvented its modernity in Poetry by reusing all renewable implements of its civilizational experience. The poetry of Haraprasad Das, recipient of the highest National Honors for his Poetry, bears testimony to this. This, in fact, is the creative ferment with which Indian Poetry goes global and Odia Poetry is led firmly into the Twenty-first Century ! By publishing this remarkable work, Black Eagle Books fulfils a mission of engaging the world with the best of Odia literature.

    300.00
    Add to cart
  • Hata Badheile Akasha

    Hata Badheile Akasha

    ‘ହାତ ବଢ଼େଇଲେ ଆକାଶ’ ସଂଯୁକ୍ତାଙ୍କର ପ୍ରଥମ କବିତା ସଂକଳନ। ବ୍ୟକ୍ତିତ୍ୱର ବିଭଙ୍ଗ ଚିତ୍ର, ମଣିଷର ନିରାପତ୍ତାଶୂନ୍ୟତା, ଆଧୁନିକ ଜୀବନଚର୍ଯ୍ୟାର ଅନ୍ତଃସାରଶୂନ୍ୟତା ସହ ଉଜୁଡ଼ି ଯାଉଥିବା ସଂପର୍କ ତାଙ୍କ କବିତାର ଉଲ୍ଲେଖନୀୟ ଉପାଦାନ। ଅକପଟ ବର୍ଣ୍ଣନାଶୈଳୀ, ସ୍ୱଚ୍ଛ ପ୍ରକାଶଭଙ୍ଗୀ ଏବଂ ଆବେଗପଖଳା ଶବ୍ଦବିନ୍ୟାସ ଯୋଗୁଁ ଏହି ସଂକଳନଟି କାବ୍ୟାମୋଦୀ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିବ।

    200.00
    Add to cart
  • Hata Muthare Jibana

    Hata Muthare Jibana

    This book is an anthology of short stories in Odia, sensitive reflections of the author’s varied experiences, from travel to human relationships to sensitive portrayals of pertinent policing issues. An absorbing story-teller, the author’s creations are rooted in the soil. All the stories are endearing while being enduring in quality of writing. This is a collection of the author’s chosen stories, multifaceted and dynamic as its author.

    150.00
    Add to cart
  • Hati Saja Kara

    Hati Saja Kara

    କାହାଣୀ ଆଉ ଗୀତ ଭିତରର ଦିଆନିଆ ମତେ ଅକ୍ଷୟ ମହାନ୍ତି ଶିଖାଇଥିଲେ । ଆଠ ଲାଇନ୍] ଭିତରେ ଗୋଟିଏ ସମ୍ପୂର୍ଣ୍ଣ ଗପ କହିବାର ଗଣିତ ମଧ୍ୟ ସେ ହିଁ ଶିଖାଇଥିଲେ । ପ୍ରତିଟି ଗୀତ ଯେ କେବଳ ଋତୁ ଅବା ସୌନ୍ଦର୍ଯ୍ୟର ବର୍ଣ୍ଣନା ନୁହେଁ, ତା’ପଛରେ ଥିବା ଗୋଟିଏ ଆହତ ବା ଅଭିଭୁତ ଚରିତ୍ରର ସଂଳାପ, ଆଉ ସେ ସଂଳାପର ନିଷ୍ଠା, କହିବାର ଅଲଗା ଢଙ୍ଗ ଯେ ତାକୁ ଆଧୁନିକ କରେ, ଏକଥା ବି ସେ’ଠୁ ଶିଖିଛି । ସେ ମୋତେ କହୁଥିଲେ ‘ଦେବଦାସ, ମୋ ଗୀତ ସବୁକୁ ତାରିଖ ଅନୁସାରେ ସଜେଇ ଦିଅ, ତା ମୋର ଆତ୍ମଜୀବନୀ ହୋଇଯିବ । ମୁଁ ସଙ୍କୋଚ କରି, ତାଙ୍କ ଆଢ଼ୁଆଳରେ, ମୋ ଲେଖା ସବୁକୁ ସେମିତି ସଜେଇ ଦେଖିଲି ଯେ କଥାଟା ମୋ ପାଇଁ ବି ସତ । ସେ ମତେ ଲୋର୍]କା, ଗାଲିବ୍], ଆଉ ଡିଲାନ୍] ଟମାସ୍] ପଢ଼ାଇ ବୁଝାଇଥିଲେ ଯେ ଗୀତ ଆଉ କବିତା ଭିତରେ କୌଣସି ଗୁଣଗତ ଫରକ ନାହିଁ । ଆଉ ଗୁଲ୍]ଜାର୍] ‘ଇଜାଜତ୍]’ ଫିଲ୍ମ ପାଇଁ ‘ମେରେ କୁଛ୍] ସାମାନ୍]’ ଲେଖିବାର ବହୁ ପୂର୍ବରୁ ସେ ମୋଠୁ ଲେଖାଇଥିଲେ ଅଦ୍ଭୁତ ଛନ୍ଦର କେତେ ଗଦ୍ୟ ଗୀତ । ବୋଉର ଭାଷା ଓ ଅକ୍ଷୟ ମହାନ୍ତିଙ୍କ ଢଙ୍ଗର ସମ୍ମିଶ୍ରଣରେ ତିଆରି ହୋଇଥିବା ‘ହାତୀ ସଜକର’ ଏକା ସାଙ୍ଗରେ ଗୀତର ବହି, ଆଉ କବିତାର ବହି ବି ।

    180.00
    Add to cart
  • Head Office

    Head Office

    Sahadev Sahoo has published so far thirteen story collections and six novels in Odia and a novel in English (Concubine) to critical acclaim. He also writes features and essays in different Odia and English newspapers. Besides, he writes a blog which can be accessed at sahadevsworld.blogspot.com. He has received many awards and honours which include Bishuba Jhankar Galpa Samman, Fakir Mohan Upanayas Samman, Abani Baral Sahitya Samman, Akhil Katha Samman, Punannaba Galpa Samman, Subrat Smaraki Galpa Puraskar (Gangadhar Foundation), etc. This is the seventh novel of the author.

    250.00
    Add to cart
  • Hey Jibana

    Hey Jibana

    ବ୍ୟକ୍ତିନିଷ୍ଠ ବିଷୟବସ୍ତୁକୁ ପରିତ୍ୟାଗ କରି କବିତାର ଭାବ ଯେବେ ବସ୍ତୁନିଷ୍ଠ ବିଷୟାବଳୀ ସହ ସଂଯୁକ୍ତ ହୁଏ, ତେବେ ତାହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିପାରିବାର ସାମର୍ଥ୍ୟ ରଖେ । ଜୀବନ କହିଲେ ଯେଉଁ ବ୍ୟାପ୍ତି, ଯେଉଁ ରହସ୍ୟମୟ ଅବବୋଧକୁ ଇଂଗିତ କରେ, ତାକୁ କବିତାର ବିଷୟବସ୍ତୁ କରିପାରିଲେ, ତାହା ପ୍ରତ୍ୟେକଙ୍କ ଅନ୍ତର୍ମନକୁ ସ୍ପର୍ଶ କରିପାରେ । ଡ. ରଥ, ତାଙ୍କର ଏହି କବିତା ସଂକଳନରେ ଜୀବନର ଅନେକ ଅବ୍ୟକ୍ତ ଅନୁଭବକୁ ଛୋଟଛୋଟ ସ୍ତବନ ମାଧ୍ୟମରେ ପରିପ୍ରକାଶ କରିଛନ୍ତି । ଜୀବନକୁ ଏକ ଦାର୍ଶନିକର ଦୃଷ୍ଟିଭଙ୍ଗୀରେ ଦେଖି ଦେଖାଇବାକୁ ଚେଷ୍ଟା କରିଛନ୍ତି । ତାଙ୍କ କାବ୍ୟ-ସ୍ୱରରେ ବୈଦିକ ଋଷିତୁଲ୍ୟ ନିର୍ଲିପ୍ତତା ଲକ୍ଷ୍ୟ କରାଯାଇପାରେ । ଦୁଃଖ-ସୁଖ, ସ୍ୱପ୍ନ-ସ୍ୱପ୍ନ ଭଂଗ, ଜୀବନ-ମୃତ୍ୟୁ ଆଦି ଅନେକ ଅବବୋଧ ଅଛି ଏ କବିତା ମାନଙ୍କରେ । ମାତ୍ର ଏସବୁର ଅଳୀକତାଠାରୁ ନିଜକୁ ବିଚ୍ଛିନ୍ନ କରି ଏକ ଉର୍ଦ୍ଧ୍ୱ ସ୍ତରରେ, ଏକ ସକାରାତ୍ମକ ସାର୍ଥକ ଦୃଷ୍ଟିଭଙ୍ଗୀ ସହ ଜୀବନକୁ ସାମ୍ନା କରିବାର ଆହ୍ୱାନ ବି ଅଛି । ଖୁବ୍ ସହଜ ସରଳ ଶବ୍ଦ ଏବଂ ଶୈଳୀ । ମାତ୍ର ଏହାର ପ୍ରଭାବ ଗଭୀର ।

    ଡ. ରଥଙ୍କ ଏହି ସଂକଳନସ୍ଥ କେତେଗୁଡ଼ିଏ ପଂକ୍ତି ଆନ୍ଦୋଳିତ କଲା ।

    ୧) ଜୀବନ ବେଳାରେ ସୁଖର ଢେଉଟି

    ସଦା ଆସେ ନାହିଁ ଫେରି

    ହରଷ କାଳର ମଧୁର ସ୍ମୃତିଟି

    ସଦା ପଡ଼େ ମନେ ଝରି (୧୧)

    ୨) ହସିଲା ମୁହଁରୁ ବୁଝନା ବଂଧୁ

    ଦୁଃଖ ଯାଇଛି ଚାଲି

    ଏତିକି ବୁଝିବ ଦୁଃଖକୁ ସିଏ

    ହସରେ ଦେଇଛି ଗୋଳି (୯)

    ସଂକଳନ ‘ହେ ଜୀବନ’ ପାଠକୀୟ ଆଦୃତି ଲାଭ କରି ସଫଳତା ଅର୍ଜନ କରୁ, ଏହା ହିଁ କାମନା ।

    –ବଂଶୀଧର ଷଡ଼ଙ୍ଗୀ,”କବିତା ଘର”, ଗୁହାଳପଡ଼ା, ନିମାପଡ଼ା, ପୁରୀ-୬

    220.00
    Add to cart
  • Hidamati

    Hidamati

    ନିତ୍ୟାନନ୍ଦ ମହାପାତ୍ର (୧୭ ଜୁନ୍ ୧୯୧୨ – ୧୭ ଅପ୍ରେଲ ୨୦୧୨) ଏକଧାରାରେ ଥିଲେ ଜଣେ ଔପନ୍ୟାସିକ, ଗାଳ୍ପିକ, କବି, ସାମ୍ବାଦିକ ତଥା ରାଜନୀତିଜ୍ଞ । ଓଡ଼ିଶା ବିଧାନସଭାର ସଦସ୍ୟ ଭାବେ ସେ ୧୯୫୭ରୁ ୧୯୭୧ ପର୍ଯ୍ୟନ୍ତ ତଥା ଯୋଗାଣ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ରୂପେ ୧୯୬୭ରୁ ୧୯୭୧ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ଓଡ଼ିଆ ପତ୍ରିକା ‘ଡଗର’ର ସମ୍ପାଦକ ଭାବରେ ସେ ଲୋକପ୍ରିୟ ଥିଲେ । ତାଙ୍କ ରଚିତ ଉପନ୍ୟାସ ଭିତରେ ‘ଭଙ୍ଗାହାଡ଼’, ‘ଘରଡିହ’, ‘ହିଡ଼ମାଟି’, ‘ଜୀବନର ଲକ୍ଷ୍ୟ’, ‘ଜୀଅନ୍ତା ମଣିଷ’, ‘ଜଳନ୍ତା ନିଆଁ’, ‘ସୁଖର ସନ୍ଧାନେ’ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ ହେଲା ‘ଏଗାରଟା’, ‘ଆଖି ନାହିଁ କାନ ନାହିଁ’, ‘କ୍ଷଣିକ’, ‘ଧଳାଗାର କଳାଗାର’, ‘ରାଜକନ୍ୟା’ । ତାଙ୍କ କଥା ସାହିତ୍ୟରେ ଗଭୀର ମାନବିକତାର ପରିଚୟ ମିଳେ । ଆବେଗପୂର୍ଣ୍ଣ ତଥା ମାନବଧର୍ମୀ ବର୍ଣ୍ଣନାରୀତି ତାଙ୍କ ରଚନାର ବିଶେଷତ୍ୱ । ସେ ପାଇଥିବା ପୁରସ୍କାର ମଧ୍ୟରେ ‘ନାହଂ ତିଷ୍ଠାମି ବୈକୁଣ୍ଠେ’ ଜୀବନୀ ଗ୍ରନ୍ଥ ପାଇଁ ୧୯୮୦ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ‘ଘରଡିହ’ ଉପନ୍ୟାସ ପାଇଁ ୧୯୮୭ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ୧୯୯୯ର ଅତିବଡୀ ପୁରସ୍କାର ଉଲ୍ଲେଖଯୋଗ୍ୟ ।

    240.00
    Add to cart
  • Hidden Heritage: The Lesser-Known Temples of Odisha

    Hidden Heritage: The Lesser-Known Temples of Odisha

    Hidden Heritage: The Lesser-Known Temples of Odisha” invites readers on a journey into the heart of Odisha, uncovering its forgotten spiritual gems and architectural marvels. Beyond the grandeur of Puri and Konark lies a landscape adorned with ancient temples, many of them obscured by time and modernity. This book illuminates these hidden treasures-each temple a silent witness to centuries of devotion, artistry, and cultural evolution. Perfect for history lovers, art enthusiasts, and explorers of the sacred, this book uncovers a world where every carving and pillar speaks of a bygone era, urging us to preserve these remnants of our shared past.

    320.00
    Add to cart