• Indradhanu O Anyanya Galpa

    Indradhanu O Anyanya Galpa

    Indradhanu O Anynya Galpa is a collection of six short stories by eminent Odia poet, playwright, essayist and fiction writer Jagannath Prasad Das. Stories are Akhi, Indradhanu, Kabitara Dirgha Jibana, Shriyabhilasha, Manishapana and Papa Punya.

    190.00
    Add to cart
  • Indrani Nagari

    Indrani Nagari

    ଉମାକାନ୍ତ ବାବୁ ଖୁବ୍ ବିଳମ୍ବରେ – ପ୍ରାୟ ୧୯୮୬ ମସିହାରେ ସାହିତ୍ୟରେ ମନୋନିବେଶ କଲେ । ଅନେକ କ୍ଷୁଦ୍ରଗଳ୍ପ, ନିବନ୍ଧ, ରମ୍ୟ ରଚନାର ସ୍ରଷ୍ଟା ଉମାକାନ୍ତ ବାବୁ ଜଣେ ସ୍ତମ୍ଭକାର ଭାବେ ବିଭିନ୍ନ ବିଷୟର ଅନୁଶୀଳନ କରି ନାନାଦି ପ୍ରାସଙ୍ଗିକ ଅଥଚ ସର୍ବସାଧାରଣରେ ଅବିଦିତ ତଥ୍ୟ ପରିବେଷଣ କରି ଏକ ବୃହତ୍ ପାଠକ ଗୋଷ୍ଠୀର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ତାଙ୍କର କ୍ଷୁଦ୍ର ଗଳ୍ପଗୁଡ଼ିକ ଅନବଦ୍ୟ । ସେଥିରେ ସେ କଥକ ପରି ଚରିତ୍ରମାନଙ୍କୁ ଟିକିଏ ଦୂରରୁ (କିନ୍ତୁ ଏତେ ଦୂରୁ ନୁହେଁ ଯେ ସେମାନେ ଇତର ଲୋକ ବା ଅନାତ୍ମୀୟ ପରି ଦିଶିବେ) ଦେଖି ସେମାନଙ୍କର ନିତିଦିନିଆ ଜୀବନ ଓ ତା’ର ଅନ୍ତରାଳରେ ଥିବା ଜୀବନର ଚିତ୍ର ଉପସ୍ଥାପନ କରନ୍ତି । ଶୈଳୀ କଥକର ଶୈଳୀ ପରି – କାହାଣୀଟିକୁ ବିନା ବାକ୍ୟାଡମ୍ବରରେ ଓ ସଂକ୍ଷେପରେ କହିବା ସେ ଶୈଳୀର ଲକ୍ଷ୍ୟ । ଉମାକାନ୍ତ ବାବୁ ତିନିଟି ଖୁବ୍ ଅସାଧାରଣ ଓ ସାର୍ଥକ ଉପନ୍ୟାସର ରଚୟିତା ମଧ୍ୟ ।

    ଓଡ଼ିଆ ବ୍ୟତୀତ ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷାରେ ସେ ବିଶେଷ ବ୍ୟୁତ୍ପତ୍ତି ଲାଭ କରିଥିଲେ । ଉର୍ଦ୍ଦୁର ମହାନ୍ କବି ମୀର୍ଜା ଗାଲିବ୍]ଙ୍କର କବିତାର ସେ ଓଡ଼ିଆ ରୂପାନ୍ତର କରିଛନ୍ତି ଏବଂ ଗାଲିବ୍ ତଥା ଅନ୍ୟାନ୍ୟ ସମକାଳୀନ ଉର୍ଦ୍ଦୁ କବିଙ୍କର ଅନନ୍ୟ କବି ପ୍ରତିଭାର ପ୍ରବକ୍ତା ଭାବେ ସେ ୧୯୯୯ ମସିହାରେ ଗାଲିବ୍]ଙ୍କର ଦ୍ୱିତୀୟ ଶତବାର୍ଷିକ ଜୟନ୍ତୀକୁ ଭାରତ ସରକାରଙ୍କ ଦ୍ୱାରା ବିଶେଷ ଭାବେ ନିମନ୍ତ୍ରିତ ହୋଇଥିଲେ ।

    220.00
    Add to cart
  • Invisible Sides of Insurance Claims

    Invisible Sides of Insurance Claims

    This Book is held by connoisseurs of the insurance world as a panacea that would cure the PSU General Insurance Industry bleeding with gargantuan losses.The Pioneer
    The creation of a world class insurance industry presupposes world class thinkers. Here is an attempt by R.P.Samal to protect the industry of today to become world class tomorrow.Dr.K.C.Mishra, Ex-Vice Chanceller, Sri Sri University, Cuttack, Odisha This book is a brilliant attempt in highlighting the importance of effective claims management. The author has marshaled his vast experience in the industry and given valuable tips and advices to claims managers in a lucid and practical way. There are large number of case studies with emphasis on steps to be taken to manage claims efficiently. The book would be an asset for the claims managers in their day-to-day handling of claims.G.Srinivasan, Ex-CMD, The New India Assurance Co. Ltd
    The book provides cutting edge tips to claim managers which will transform their sight into insight and intelligence into intuition. NSR Chandraprasad, Ex-CMD, The National Insurance Co. Ltd

    900.00
    Add to cart
  • Ipsita Akasha

    Ipsita Akasha

    ମାଟି ମୋର ଚିରକାଳପ୍ରିୟ । ଏଇ ଧୂଳି ମାଟିର ଧରଣୀରେ ବାରମ୍ବାର ଜନ୍ମ ନେଇ ଏକ ସାର୍ଥକଜୀବନ ଜୀଇଁବା ହିଁ ମୋ ପାଇଁ ମୋକ୍ଷର ପରିଭାଷା । କିନ୍ତୁ ଆକାଶ ମୋର ଚିର ଈପ୍]ସିତ । ମୁଁ ମାପି ପାରିନାହିଁ ତା’ର ବିସ୍ତୃତି, ନିର୍ଦ୍ଧାରିତ କରିପାରି ନାହିଁ ତା’ର ପରିସୀମା, ମୁଁ ଜାଣି ନାହିଁ କେତେ ଶୂନ୍ୟ ଯୋଗରେ ସେ ମହାଶୂନ୍ୟ । କିନ୍ତୁ ଆକାଶ ଶୂନ୍ୟ ହେଲେ ମଧ୍ୟ ଅସ୍ତିତ୍ୱବାଦର ପ୍ରତୀକ । ସ୍ୱପ୍ନର ଶେଷ ସୀମା । ତା’ ଆଗକୁ କିଛି ନାହିଁ, କଳ୍ପନାରେ ସୁଦ୍ଧା । ତେଣୁ ଯେବେଯେବେ ମୋତେ ଗପ ଲାଗେ ମୁଁ ଆକାଶୀମାୟାରେ ମଗ୍ନହୁଏ । ଜହ୍ନରାତି ପରି ବିଞ୍ôଚ ହୋଇପଡ଼େ ନିଜ ଭିତରେ । ଜୀବନର ମହକ ଆଘ୍ରାଣ କରିନିଏ । ଅନୁଭବର ନୀଳନିବିଡ଼ତାରେ ଉଚ୍ଛନ୍ନ ହୁଏ । ଯୋଗିନୀ ସାଜେ । ମନ୍ତ୍ରାବିଷ୍ଟ ହୁଏ । ଲେଖନୀ ଧରେ । ମୋ ବ୍ୟକ୍ତିଗତ ଖାଲିପଣ, ଦୁଃଖ ଓ ଅସହାୟତାକୁ ପାଲଟି ପକାଇ ସାର୍ବଜନୀନତାର ଶାଢ଼ି ପିନ୍ଧେ । ମନ୍ତୁରା ଶବ୍ଦମାନଙ୍କୁ ଗଢ଼େ ଭାଙ୍ଗେ । ସେଗୁଡ଼ିକୁ ଜାଳୁଥାଏ ବାରମ୍ବାର ଉଜ୍ଜ୍ୱଳ ହେବା ନିମନ୍ତେ । ଯେତେ ଜାଳୁଥାଏ, ମୁଁ ଭିତରେ ଭିତରେ ସେତେ ଜଳୁଥାଏ ନିଜସ୍ୱ ଦୁଃଖ ନୁହେଁ, ଚାରିପାଖ ମଣିଷଙ୍କ ଦୁଃଖ ସହ ଯୁଝେ, ପ୍ରେମରେ ଭିଜେ । ସେଇଥିରେ ବତୁରିଯିବାରେ ଓ ଅଙ୍କୁରି ଉଠିବାରେ ତ ମୋ ଲେଖିକା ପଣ । ବାସ୍], ଆଉ କିଛି ନୁହେଁ ।

    ସାରା, ସୂର୍ଯ୍ୟାଂଶ, ରୋହିତ ଓ ପିଟରକୁ ପ୍ରିୟ ପାଠକମାନଙ୍କୁ ଉତ୍ସର୍ଗ କରୁଛି । ଆଶା ସେମାନେ ଚରିତ୍ରଗୁଡ଼ିକୁ ବୁଝିବେ, ହୃଦୟ ଦେଇ ।

    400.00
    Add to cart
  • Ishwaranka Hasa

    Ishwaranka Hasa

    ଈଶ୍ୱରଙ୍କ ବିଷୟରେ କିଛି ନଜାଣି ଆମେ ସବୁ ଈଶ୍ୱରଙ୍କୁ ମାନିନେଇଥିଲୁ ଓ ଏବେ ମଧ୍ୟ ସେ ମାନିବା ମନ ଓ ହୃଦୟ ମଧ୍ୟରେ ଜଡିତ ହୋଇ ରହିଯାଇଛି । ପିଲାଟିବେଳୁ ଆମମାନଙ୍କ ମନରେ ଈଶ୍ୱରବିଶ୍ୱାସ ଭରିଦିଆଯାଇଥିଲା । ସେ ନେଇ ପ୍ରତିଦିନର ଅନେକ ବିଧି, ନିୟମ, ଆମେମାନେ ବିନା ପ୍ରଶ୍ନରେ ପାଳନ କରିଆସୁଥିଲୁ, କେବଳ ଈଶ୍ୱରଙ୍କୁ ଖୁସି କରାଇବା ପାଇଁ । ତାହେଲେ ଈଶ୍ୱର ଆମମାନଙ୍କ ଉପରେ ସନ୍ତୁଷ୍ଟ ହେବେ, ଆଶୀର୍ବାଦ କରିବେ, ଜୀବନରୁ ବାଧାବିଘ୍ନ ଦୂରୀଭୂତ କରିବେ ଓ ଜୀବନକୁ ସୁଖ, ଶାନ୍ତିରେ ଭରିଦେବେ । କିନ୍ତୁ ଯେତେ ପାଳିଲେ ବି ସେମିତି କଣ ହେଉଥିଲା ? ସେମିତି ହେଉଥିଲେ, ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ସବୁ ଗ୍ରାମ୍ୟ ଜୀବନକୁ ହତାଶାରେ ଭରିଦେଉନଥାନ୍ତା । ହଇଜା, ବସନ୍ତ, କାଛୁ, କୁଣ୍ଡିଆ ରୋଗ କାହାକୁ ହେଉନଥାନ୍ତା କି କେଉଁ ଶିଶୁ ସାମାନ୍ୟ ଝାଡାବାନ୍ତିରେ ଶେଷନିଶ୍ୱାସ ତ୍ୟାଗ କରୁନଥାନ୍ତା । କାହାର ଏକମାତ୍ର ସନ୍ତାନ ସରୀସୃପର ବିଷ ପ୍ରଭାବରେ ମୃତ୍ୟୁ ବରଣ କରୁନଥାନ୍ତା । କେଉଁ ଯୁବତୀ ଯୁବାବସ୍ଥାରେ ବୈଧବ୍ୟ ଦୁଃଖ ଭୋଗୁନଥାନ୍ତା ।

    ଏସବୁରୁ ମନେହୁଏ, ଈଶ୍ୱରଙ୍କର ନିଜସ୍ୱ ମନ ଅଛି, ବିବେଚନା ଅଛି, ଚିନ୍ତା ଅଛି । କାହାକୁ କେତେବେଳେ କେମିତି ଭାବେ କେଉଁ ଭୂମିକାରେ ମଞ୍ଚାସୀନ କରେଇବେ, ସେ ଯୋଜନା ତାଙ୍କର । ସେଥିପାଇଁ ଜୀବନରେ ଏମିତି କିଛି ସବୁ ଘଟିଯାଏ, ଯାହା ଅବିଶ୍ୱାସନୀୟ । ସବୁ ଯୁକ୍ତି ଥାଇ ବି ଏମିତି ଅଯୈାକ୍ତିକ ଘଟଣା ଘଟିଯାଏ, ଯାହାକୁ ଆମେ ଈଶ୍ୱରଙ୍କ ଚମତ୍କାରିତା ଭାବେ ବିଚାର କରୁ । ହେଲେ ଏକଥା ସତ, ସବୁ ସମୟରେ ଅତିରୁ ହିଁ ଇତି । ଅତି ସର୍ବତ୍ର ବର୍ଜୟେତ୍] । ଅତି ଗର୍ବେ ହତ ଲଙ୍କା, ଅତି ମାନେଶ୍ଚ କୈାରବା, ଅତି ଦାନେ ବଳି ବଧ, ଅତି ସର୍ବତ୍ର ଗର୍ହିତମ୍] ।

    225.00
    Add to cart
  • Iswara Bi Jua Khelanti

    Iswara Bi Jua Khelanti

    ଲେଖକ ବିଜୟ ପଟ୍ଟନାୟକଙ୍କର ଆଠଟି କ୍ଷୁଦ୍ର ଗଳ୍ପର ସମାହାର ଏଇ ପୁସ୍ତକଟି- ‘ଈଶ୍ୱର ବି ଜୁଆ ଖେଳନ୍ତି’।

    ବହିଟି ପଢ଼ିବା ବେଳେ ଯେତିକି ଆନନ୍ଦ ଦେଉଛି, ପରେ ମନେପଡ଼ିଲେ ଚରିତ୍ରମାନେ ଜୀବନ୍ତ ହୋଇ ଉଠୁଛନ୍ତି ଓ ସେ ସ୍ମୃତିର ଆନନ୍ଦକୁ ଦ୍ୱିଗୁଣିତ କରୁଚନ୍ତି। ଯେତେବେଳେ ଗଳ୍ପ ବା ଉପନ୍ୟାସ ପଢ଼ିଲା ବେଳେ ପାଠକର ଇଚ୍ଛା ହୁଏ ବହିଟି ନସରନ୍ତା କି? ସେତେବେଳେ ଜାଣିହେବ ପୁସ୍ତକଟିର ସଫଳତା।

    ଏ ପୁସ୍ତକର ପ୍ରଥମ ଗଳ୍ପ ‘ତା ଆଲମାରୀ…..’ ପଢ଼ିଲା ବେଳେ ସେଇମିତି ଇଚ୍ଛା ହେଲା ମୋର। ତେଣୁ ମୁଁ ପ୍ରଥମରୁ ହିଁ ୟାର ସଫଳତା କାମନା କରୁଛି। ଉକ୍ତ ଗଳ୍ପଟିରେ, ସ୍ତ୍ରୀ-ହରା ଏକ ସ୍ୱାମୀର ବେଦନାର ଯଥାର୍ଥ ଚିତ୍ରଣ କରାଯାଇଛି। ଆଲମାରୀ ଖୋଲି ପ୍ରତିଟି ଶାଢ଼ୀ ସହ କଥାବାର୍ତ୍ତା, ଏକ ଅଦ୍ଭୁତ ଅନୁଭବର କଥା କହେ। ଶାଢ଼ୀମାନଙ୍କ ସହିତ ବିତାଇଥିବା ଅମୂଲ୍ୟ ମୁହୂର୍ତ୍ତ ସବୁ ସ୍ମୃତିର ଗହ୍ୱରରୁ ବାହାରି ଆସିଛନ୍ତି। ନାୟକର ଆଖି ଆଗରେ ଭାସିଉଠେ ସେଇ ଅଭୁଲା ମୁହୂର୍ତ୍ତ ସବୁ। ବହି ଯାଇଥିବା ନଈ ଓ ସରି ଯାଇଥିବା ସମୟ ସିନା ହଜି ଯାଏ, ହାତକୁ ଫେରେନି, କିନ୍ତୁ ସ୍ମୃତିତ ମନତଳ ପଥରରେ ଲେଖା…. ସେଠୁ କ’ଣ ହଜି ପାରିବ ? ସେହିପରି କେତୋଟି ମୁହୂର୍ତ୍ତ ଫୁଟି ଉଠିଛନ୍ତି ଏଇ ଗଳ୍ପଟିରେ। ଚମତ୍କାର କହିଲେ ବି କମ୍ ହେବ! ଏ ଗଳ୍ପ ପଢ଼ି ପ୍ରତ୍ୟେକ ନାରୀ ନିଜକୁ ପଚାରିବ- “ମୁଁ ଏଇ ସବୁ ଗୁଣର ଅଧିକାରିଣୀ ତ? ମୋ ସ୍ୱାମୀଙ୍କୁ ମୁଁ ଏଇ ରୂପରେ ପାଇଚି ତ?” ଗାଳ୍ପିକଙ୍କୁ ଅଶେଷ ଧନ୍ୟବାଦ୍ ବିରହକୁ ଏକ ନୂତନ ରୂପ ଦେଇଥିବାରୁ। ପ୍ରତିଟି ସ୍ତ୍ରୀ ମନରେ ଶିହରଣ ସୃଷ୍ଟି କରିବ ଏହି ଗଳ୍ପଟି।

    ବହିଟିର ଚାରୋଟି ପ୍ରେମ ଗଳ୍ପ ପାଠକ ପାଇଁ ଅନିର୍ବଚନୀୟ ଆନନ୍ଦ ଆଣି ଦେବ ନିଶ୍ଚିତ। ସମ୍ପୂର୍ଣ୍ଣ ଅଲଗା ଧରଣର ପ୍ରେମ କଥା ଗୁଡିକ ଏ ପୁସ୍ତକଟିକୁ ଅଲଗା ପରିଚୟ ଦେବେ ବୋଲି ମୁଁ ନିଃସନ୍ଦେହ।

     

    ଶ୍ରୀମତୀ ନିରୁପମା ଆଚାର୍ଯ୍ୟ

    ୭୮୮, ଶହୀଦ ନଗର,

    ଭୁବନେଶ୍ୱର-୭୫୧୦୦୭

    230.00
    Add to cart
  • Iswara Nathiba Dina

    Iswara Nathiba Dina

    Hrushikesh Mallick (b. 5 March 1955 – Bhadrak, Odisha, India) is a poet, scholar, teacher and journalist. He has published twelve poetry collections- Dhana Saunta Jhia (1987), Ujuda Kshetara Gita (1991), Ghata Akash (1998), Dharmapatni (2000), Jeebananama (2000), Sakshi Chandra Surya (2004), Basusena (2006), Jeje Dekhinathiba Bharat (2015), Rebati (2016), Sarijaithiba Opera (2019), Bhabesh Maiti Ghare Achha? (2023), Baliputiara Gan (2023). Also, he has published children literature, short stories, essays and columns in leading Odia dailies. Among many awards, he has received Odisha Sahitya Akademi Award for Dhana Saunta Jhia, Sarala Award for Jeje Dekhinathiba Bharat and Central Sahitya Akademi Award for Sarijaithiba Opera. Having a D.Litt in Comparative literature, he has taught Odia literature in various Govt. Colleges of Odisha and nominated as President, Odisha Sahitya Akademi (2021-2024) by Govt. of Odisha. At present, he edits literary pages of the Odia daily, Dharitri.

    200.00
    Add to cart
  • Itabhatira Shilpi

    Itabhatira Shilpi

    “Itabhatira Shilpi” is an award winning short story collection by Gayatri Saraf, an eminent storyteller from Odisha. The collection has 13 short stories of varied themes, mostly set on western Odisha, reflect author’s deep compassion and wide sympathy for the troubled and tormented. The collection has received Central Sahitya Academy award in 2017.

    Gayatri Saraf was born on August 17, 1952 in Bolangir and spent most of her teaching career there. She has published thirteen short story collections in Odia to her credit. For the short story collection Itabhatira Shilpi, she was awarded Central Sahitya Academy award in 2017. For teaching, she has received President’s award in 2004. She was Vice-President of Odisha Sahitya Academy from 2015 to 2018. She lives in Bhubaneswar.

    Read more
  • Itsy BITS Tales

    Itsy BITS Tales

    This book is mainly a collection of stories and snippets from the author’s time at BITS Pilani in the 1980s. These stories are all about campus life and real and imaginary friendships, encounters, romances, relationships and experiences. They are largely fictional. The BITS Pilani campus is in the remote north corner of Rajasthan in India. Excepting for a few staff kids, all the students lived in hostels. The boy to girl ratio on campus was about 11:1 and this gender imbalance, along with the remoteness from a big town or city, played out in interesting ways in the campus social scene. This book attempts to capture this social scene. Part 2 of this book is based on fictional adventures of some of the author’s batchmates after graduating from Pilani. This book will recreate memories for ex-students from the 70s through to the 90s and also give more recent students a reflection of campus life back then.

    400.00
    Add to cart
  • Jadi Kintu Tathapi

    Jadi Kintu Tathapi

    ଯେତେବେଳେ ପୃଥିବୀରେ ମୋବାଇଲ ଫୋନ୍ ନଥିଲା, ଧୂସର ପୃଥିବୀ ତ ଧୂସର ଥିଲା, ସବୁଜ ଧରିତ୍ରୀ ମଧ୍ୟ ସବୁଜ ହିଁ ଥିଲା, ଆକାଶ ବି ଆଜି ପରି ରଙ୍ଗ ବଦଳାଉଥିଲା, ଋତୁ ମଧ୍ୟ ଠିକ୍ ଏମିତି ବଦଳୁଥିଲା, ଝରଣା କୁଳୁକୁଳୁ ହୋଇ ବହି ଚାଲିଥିଲା । ଶାନ୍ତ ସମୁଦ୍ର ଲୋକେ ଦେଖୁଛନ୍ତି ବୋଲି ନିଜ ବେଳାଭୂମିରେ ଅଶାନ୍ତ ହେବାର ଅଭିନୟକୁ ବି ବେଶ୍ ଜାରି ରଖିଥିଲା ।

    ସବୁକିଛି ଆଜିପରି ଥିଲା । ଖାଲି ମୋବାଇଲ ଫୋନ୍ ନ ଥିଲା । ଏବଂ ଏ ଧରା, ଏ ଆକାଶ, ଏ ଋତୁ, ଏ ଝରଣା, ଏ ସମୁଦ୍ର ନିଜ ନିଜ ଜାଗାରେ ହଜାର ହଜାର ବର୍ଷ ଧରି ଅଚଳ ଥିଲେ, ଆଞ୍ଚଳିକ ଥିଲେ ଓ ଅନେକଟା ଦୂରସ୍ଥ ମଣିଷ ପାଇଁ ଅଜ୍ଞାତ ଥିଲେ ମଧ୍ୟ । କିନ୍ତୁ ମୋବାଇଲ ଫୋନ୍ ନିଜର ଧରାବତରଣ ପରେ ଏହି ଅଚଳ, ଆଞ୍ଚଳିକ ଓ ସମ୍ୟକ୍ ଅଜ୍ଞାତ ବାତାବରଣକୁ ନିଜର କାଉଁରୀ କାଠି ଛୁଆଇଁ ସଚଳ, ସର୍ବବିଦ୍ୟମାନ ଓ ବେଶ୍ ପରିଚିତ କେବଳ କଲାନାହିଁ, ଲୋକପ୍ରିୟ ମଧ୍ୟ କରିଦେଲା । ଦୁବାଇର ବିସ୍ତୃତ ମରୁଭୂମିରେ ଭୂମି ଖୋଳୁଥିବା ପାଇପ୍ ମିସ୍ତ୍ରୀଟି ଚେରାପୁଞ୍ଜିରେ ତା’ର କୁନି ଗେଲାଝିଅଟି ଘୋର ବର୍ଷାରେ ନାଚୁଥିବା ଦେଖି ଉଲ୍ଲସିତ ହେଲା, ନିଜ ପରିଶ୍ରମ ସାର୍ଥକ ହେବାର ଆନନ୍ଦରେ ବର୍ଷାର କୋମଳତାକୁ ଅନୁଭବ କରି ପ୍ରଚଣ୍ଡ ଉତ୍ତାପର ଦଣ୍ଡକୁ ଭୁଲିଗଲା । ଫ୍ରାନ୍ସର ମୂକ ବଧିର ମହିଳାଜଣକ ବାନ୍ଧବୀର ମୋବାଇଲରେ ଓଡ଼ିଶାର ମଙ୍ଗଳଜୋଡ଼ିରେ ପକ୍ଷୀମାନଙ୍କର ଅପୂର୍ବ ସମାବେଶକୁ ପ୍ରଥମଥର ପାଇଁ ଦେଖି, ନିଜେ ଆସି ମଙ୍ଗଳଜୋଡ଼ିରେ ପହଞ୍ôଚ ପକ୍ଷୀମାନଙ୍କ ସାନ୍ନିଧ୍ୟକୁ ପ୍ରାଣଭରି ଉପଭୋଗ କରିପାରିଲେ । ଏଇ କୁହୁକ ଦର୍ପଣର ଏହି ମଧୁର ସାମର୍ଥ୍ୟ ଆଜି ଆମ ଜୀବନରେ ଖାଦ୍ୟ, ବସ୍ତ୍ର, ଗୃହ ପରି ଏକ ଅପରିହାର୍ଯ୍ୟ ଆବଶ୍ୟକତା ପାଲଟି ଯାଇଛି । କିନ୍ତୁ ଦିନ ଥିଲା ଏହି ଅତ୍ୟାବଶ୍ୟକ ବସ୍ତୁଟି ଆମ ଜୀବନରେ ନଥିଲା । ଏଇ ସଂକଳନର ସମସ୍ତ ଗଳ୍ପ ସେଇ ସମୟର କାହାଣୀ, ଯେତେବେଳେ ମନୁଷ୍ୟ ସଭ୍ୟ, ଶିକ୍ଷିତ ଓ ଜାଗ୍ରତ ତ ହୋଇ ସାରିଥିଲା, କିନ୍ତୁ ଏହି ବ୍ରହ୍ମାସ୍ତ୍ରଟି ତା’ହାତରେ ପଡ଼ି ନଥିଲା । ହାତରେ ମୋବାଇଲ ଫୋନ୍]ଟିଏ ଥିଲେ, ଏଠାରେ ପରିବେଷିତ ଗଳ୍ପମାନଙ୍କର ପରିବେଶ, ପରିବେଷ୍ଟନୀ ଓ ପରିଣାମ ନିଶ୍ଚିତ ଭାବରେ ଅଲଗା ପ୍ରକାରେ ହୋଇଥାନ୍ତା ।

    300.00
    Add to cart
  • Jagannath - Rashtraneetira Nabhibrahma

    Jagannath – Rashtraneetira Nabhibrahma

    In this book the author tries to find out answers to his queries from the authentic archives, historical publications & a large range of reference materials including folklores. He holds the view that, Jagannath is not only an ancient deity for worship across communities, sects and religions but also a veritable fulcrum around which regional, subnational, national and even global mainstreams of knowledge, philosophy, religion, arts and culture and contemporary socio-political discourses have evolved over the millennia. So the Jagannath Cult can be truly conceived as the culmination of human cultural evolution.

    This is evident from the name itself of the deity as the Lord of the Universe. Located in the hallowed land where great ancient sages composed richa of Rig Veda which led to the setting of the Gobardhan Peeth by Adi shankaracharya as a centre for preservation and promotion of Rig Ved., Lord Jagannath is thus the ‘Purusottama’ and Puri is the “Purusottama Kshetra’ as described in the hallowed magnificent ancient treatise the “Skanda Purana”. Therefore, Jagannatha is the nucleus (Navi kendra) of the Great Indian Knowledge Tradition, mentions the author. Lord Jagannath is truly India’s National Deity.

    300.00
    Add to cart
  • Jaha Kali Jaha Paili

    Jaha Kali Jaha Paili

    କଥାରେ ଅଛି “ମଣିଷ ପରିସ୍ଥିତିର ଦାସ ।” ପରିସ୍ଥିତିକୁ ମୁକାବିଲା କରିବା ମଣିଷର କାମ । ପରିସ୍ଥିତି କେତେବେଳେ ନିଜ ଆୟତ୍ତରେ ରହେ ତ କେତେବେଳେ ଅଣଆୟତ୍ତ । କର୍ମ କରି ସୁଦ୍ଧା ପରିସ୍ଥିତି ବେଳେବେଳେ ଅଣଆୟତ୍ତକୁ ଚାଲିଯାଏ, ଯାହା କି ଆମେ ଭାଗ୍ୟ ବୋଲି କହିଥାଉ । ତେଣୁ ମୁଁ ଭାବେ ଜୀବନ ହେଉଛି କର୍ମ ଓ ଭାଗ୍ୟ ଭିତରେ ଚାଲିଥିବା ଏକ ଖେଳ । ଭାଗ୍ୟ ଯେ ସବୁବେଳେ ବିପରୀତ ହୁଏ ତା’ ନୁହଁ ବେଳେ ବେଳେ ଜଟିଳ ପରିସ୍ଥିତିରେ ଭାଗ୍ୟ ଅନୁକୂଳ ଅବସ୍ଥା ସୃଷ୍ଟି କରି ନିରାପଦ ଜାଗାକୁ ବାଟ କଢ଼େଇ ନିଏ । ସେମିତି ଅନେକ କିଛି ଘଟଣା ବି ମୋ ଜୀବନରେ ଘଟିଛି, କେତେବେଳେ ତାହା ଆୟତ୍ତରେ ରହିଛି, କେତେବେଳେ ପୁଣି ଅଣଆୟତ୍ତ । କର୍ମ ଓ ଭାଗ୍ୟର ସମିଶ୍ରଣରେ ‘ସାପ ଓ ସିଡ଼ି’ ଖେଳ ଭଳି ଜୀବନ ଉତ୍ଥାନ ପତନ ଦେଇ ଗତି କରିଛି, ତେଣୁ ମୋ ଜୀବନ ଏକ ଊର୍ଦ୍ଧ୍ୱଗାମୀ ସରଳ ରେଖା ବୋଲି କହି ହେବନି, ବରଂ ଉତ୍ଥାନ ପତନ ସମ୍ବଳିତ ଏକ ବକ୍ରରେଖା । ଏହି ଉତ୍ଥାନ ପତନ ସହିତ ମୋର କେତେଜଣ ଶୁଭାକାଙ୍]କ୍ଷୀ ଓ ଅନ୍ତରଙ୍ଗ ବନ୍ଧୁ ପରିଚିତ ଥିଲେ ହେଁ ଏହାକୁ ଲୋକଲୋଚନକୁ ଆଣିବାକୁ ଯାଇ ଏ ଲେଖାର ପ୍ରୟାସ ମାତ୍ର । ପ୍ରଥମରୁ ମୁଁ କହି ରଖେ ଏହା ଏକ ଆତ୍ମଜୀବନୀ ନୁହଁ । ଆତ୍ମଜୀବନୀ ଲେଖିବାର ଧୃଷ୍ଟତା ମୋର କରିବାର ନାହିଁ । ଜୀବନରେ ପାରିବାରିକ, ସାମାଜିକ ଓ ଅର୍ଥନୈତିକ ଝଡ଼ଝଞ୍ଜାକୁ ମୁଁ କିପରି ସାମନା କରିଛି ଓ ମୋର ପରିବାର ଲୋକେ କେମିତି ମୋ ସହିତ ସହଯୋଗ କରିଛନ୍ତି ସେଗୁଡ଼ିକ ଗଳ୍ପ ମାଧ୍ୟମରେ ଏଥିରେ ଲେଖି ଦେଇଛି । ଏ ପୁସ୍ତକରେ ଯାହା ସବୁ ଗଳ୍ପ ମାଧ୍ୟମରେ ଲେଖା ଯାଇଛି ଆଶା କରୁଛି ତାହା ମୋ ଜୀବନର ମୂଲ୍ୟବୋଧ ଯଥା ଜାତିପ୍ରଥା, ବିଭିନ୍ନ ଧର୍ମ ଉପରେ ମୋର ମତ, ସମାଜର ସବୁ ଶ୍ରେଣୀର ଲୋକଙ୍କ ସହିତ ମିଶ୍ରଣ, ନିଶାଦ୍ରବ୍ୟ ନିଷେଧ ଓ ନିଶା ନିବାରଣ, ସମାଜ ସେବା, ଯୌତୁକପ୍ରଥାର ବିରୋଧ, ବିବାହ ସମୟରେ ଅଯଥା ଅପବ୍ୟୟ ନକରିବା, କଳା, ସାହିତ୍ୟ ଓ ସଂସ୍କୃତି ଉପରେ ଆଗ୍ରହ ରଖିବା, ଏ ସବୁ ଉପରେ ଆଲୋକପାତ କରିବାକୁ ସକ୍ଷମ ହେବ । ଆଶାକରେ ଏହା ସହୃଦୟ ପାଠକ ଓ ପାଠିକାମାନଙ୍କର ପଠନଯୋଗ୍ୟ ହେବ ।

    450.00
    Add to cart